ସମ୍ପାଦକୀୟ |

ପ୍ରଶାସନିକ ନିଅଣ୍ଟ

ପ୍ରଶାସନିକ ନିଅଣ୍ଟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ସରକାର ସ୍ପଷ୍ଟ କରିଛନ୍ତି ଯେ, ନୀତି ଆୟୋଗ ଦେଇଥିବା ପ୍ରସ୍ତାବ ଅନୁଯାୟୀ ସାଧାରଣ ଆଇଏଏସ୍‌-ଆଇପିଏସ୍‌ ଆଶାୟୀମାନଙ୍କ ବୟସସୀମା ୩୨ରୁ ୨୭ ବର୍ଷକୁ କମାଇବାକୁ କୌଣସି ଯୋଜନା ନାହିଁ। ଯେଉଁମାନଙ୍କୁ ନିଯୁକ୍ତି ପାଇଁ ଚୟନ କରାଯିବ, ସେମାନଙ୍କୁ ଏକ କେନ୍ଦ୍ରୀୟ ପ୍ରତିଭା ପୁଲ୍‌ ମଧ୍ୟରେ ରଖାଯିବ। ତା’ପରେ ସେମାନଙ୍କୁ ନିଜର ଯୋଗ୍ୟତା, ଦକ୍ଷତା ଓ ପଦବୀର ଆବଶ୍ୟକତା ଅନୁଯାୟୀ ନିଯୁକ୍ତି ଦିଆଯିବ। ଏହା ପୂର୍ବରୁ ଅନ୍ତତଃ ତିନୋଟି କମିଟି ଏକ ‘ଅତି ପ୍ରୟୋଜନୀୟ’ ସଂସ୍କାରସ୍ବରୂପ ପ୍ରଶାସନିକ ସେବା ପାଇଁ ପ୍ରାର୍ଥୀମାନଙ୍କ ବୟସସୀମା ହ୍ରାସ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଏ ସୁପାରିସକୁ ମାନିଲେ ଖୁବ୍‌ ବଡ଼ ରାଜନୈତିକ ମୂଲ୍ୟ ଦେବାକୁ ପଡ଼ିବ ବୋଲି ମନେକରି ସରକାର ଏହା ଗ୍ରହଣ କରିବାକୁ ଅନିଚ୍ଛୁକ। ସରକାରଙ୍କର ଏହି ସ୍ପଷ୍ଟୀକରଣ ପ୍ରଶାସନିକ ସେବା ପରୀକ୍ଷା ଦେବା ପାଇଁ ବିଳମ୍ବରେ ପ୍ରସ୍ତୁତି ଆରମ୍ଭ କରିଥିବା ଆଶାୟୀମାନଙ୍କୁ ଆଶ୍ୱସ୍ତି ଦେଇଛି। ତେବେ ସରକାର ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୪୦୦ରୁ ଅଧିକ ଆଇଏଏସ୍‌ ଓ ଆଇପିଏସ୍‌ ପଦବୀ ଖାଲି ପଡ଼ିଥିବା ବେଳେ ତାକୁ କେମିତି ପୂରଣ କରାଯିବ, ସେ ପ୍ରଶ୍ନର ଉତ୍ତର ବାବଦରେ ନୀରବ। ଆଇପିଏସ୍‌ ବାବୁମାନଙ୍କ ଅଭାବଜନିତ ପରିସ୍ଥିତି କ୍ରମଶଃ ଉତ୍କଟତର ହେବାରେ ଲାଗିଛି, କାରଣ ଗତବର୍ଷ ତୁଳନାରେ ସେମାନଙ୍କ ସଂଖ୍ୟା ଏ ବର୍ଷ ଆହୁରି କମିଯାଇଛି। ତେବେ ସେହି ତୁଳନାରେ ଆଇଏଏସ୍‌ ଅଫିସରଙ୍କ ସଂଖ୍ୟାରେ କିଛିଟା ବୃଦ୍ଧି ଘଟିଛି। କାର୍ମିକ, ଜନଅଭିଯୋଗ ଓ ପେନ୍‌ସନ ମନ୍ତ୍ରଣାଳୟ ଦ୍ୱାରା ୨୦୧୭ ମସିହାରେ ପ୍ରଦତ୍ତ ସରକାରୀ ତଥ୍ୟ ଅନୁସାରେ ୯୦୮ ଆଇପିଏସ୍‌ ଅଫିସରଙ୍କ ଅଭାବ ଥିବାବେଳେ ତାହା ବୃଦ୍ଧି ପାଇ ୨୦୧୮ ଜାନୁୟାରୀ ସୁଦ୍ଧା ୯୭୦ରେ ପହଞ୍ଚିଛି। ଅଫିସରମାନଙ୍କ ଉତ୍କଟ ଅଭାବକୁ ନେଇ ସଂସଦୀୟ ସ୍ଥାୟୀ କମିଟି ପକ୍ଷରୁ ଘୋର ଉଦ୍‌ବେଗ ପ୍ରକାଶ ପାଇଛି। ତେବେ ଏହି ସମସ୍ୟାର ସମାଧାନ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି କୋଟା ଅଧୀନରେ ଅଧିକ ସଂଖ୍ୟକ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସରଙ୍କୁ ନିଆଯାଉଛି ବୋଲି ସରକାର ଦାବି କରିଛନ୍ତି। 

ୟୁପି ବାବୁଙ୍କ ଅବହେଳା

ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ଅନୁପ ଚନ୍ଦ୍ର ପାଣ୍ଡେ ପ୍ରମୁଖ ସଚିବ, ସଚିବ ଓ ସ୍ବତନ୍ତ୍ର ସଚିବ ପାହ୍ୟାର ଅନେକ ସହକର୍ମୀଙ୍କ କାର୍ଯ୍ୟକୁ ନେଇ ନୈରାଶ୍ୟ ପ୍ରକାଶ କରିଛନ୍ତି। କାରଣ ସେମାନେ ସରକାରଙ୍କ ପ୍ରମୁଖ ପ୍ରକଳ୍ପଗୁଡ଼ିକର ଅବସ୍ଥା ସମ୍ପର୍କରେ ବୁଝିବା ପାଇଁ କ୍ଷେତ୍ର ପରିଦର୍ଶନରେ ଯାଇ ଏ ପର୍ଯ୍ୟନ୍ତ ରିପୋର୍ଟ ପ୍ରଦାନ କରିନାହାନ୍ତି। ପାଣ୍ଡେ ସମସ୍ତ ୭୫ ଜଣ ଅଫିସରଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି ଯେ, ଗତ ୨୦୧୮ ଅଗଷ୍ଟମାସରେ ୧୬ ଜଣ ଅଫିସର, ସେପ୍ଟେମ୍ବରରେ ୩୧ ଜଣ ଅଫିସର ଏବଂ ଅକ୍ଟୋବରରେ ୪୭ ଜଣ ଅଫିସର ସେମାନଙ୍କ କ୍ଷେତ୍ର ପରିଦର୍ଶନ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିନାହାନ୍ତି। ପାଣ୍ଡେଙ୍କ କହିବା ଅନୁସାରେ ଭବିଷ୍ୟତରେ ଜିଲା ପରିଦର୍ଶନ ସମୟରେ ରିପୋର୍ଟ ଦେବାରେ ଏପରି ଅବହେଳା କଲେ ସମ୍ପୃକ୍ତ ବାବୁମାନଙ୍କ ବିରୋଧରେ ପ୍ରତିକୂଳ ରିପୋର୍ଟ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ସେ ମଧ୍ୟ କହିଛନ୍ତି ଯେ, ଏଥିରୁ ଜଣାପଡ଼ୁଛି ନୋଡାଲ ଅଫିସରମାନେ ସେମାନଙ୍କ ଜିଲା ପରିଦର୍ଶନ ଦାୟିତ୍ୱ ସମ୍ପର୍କରେ ଆଦୌ ସମ୍ବେଦନଶୀଳ ବା ନିଷ୍ଠାବାନ୍‌ ନୁହନ୍ତି। ଭବିଷ୍ୟତରେ ସେ ନିଜେ ବାବୁମାନଙ୍କ କ୍ଷେତ୍ର ପରିଦର୍ଶନ ବିଷୟ ମନିଟର କରିବାକୁ ନିର୍ଦ୍ଦେଶିତ ହୋଇଛନ୍ତି ବୋଲି ଏହି ଚିଠିରେ ସହକର୍ମୀମାନଙ୍କୁ ଜଣାଇଛନ୍ତି। ଏଥିରୁ ଜଣାପଡ଼ୁଛି ଯୋଗୀଙ୍କ ଶାସନରେ ବାବୁମାନେ ପ୍ରଶାସନିକ ନୀତିନିୟମକୁ ଉପେକ୍ଷା କରିପାରିବେ ନାହିଁ।  

ସିଆଇସି ନିଯୁକ୍ତି

କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି)ରେ ନିକଟରେ ଚାରିଜଣ ନୂଆ ସୂଚନା କମିଶନର ଓ ଜଣେ ମୁଖ୍ୟ ସୂଚନା କମିଶନରଙ୍କୁ ନିଯୁକ୍ତି ଦିଆଯାଇଛି। କିନ୍ତୁ ସରକାର ଏହି କାର୍ଯ୍ୟ କଲେ ବହୁ ବିଳମ୍ବରେ। ମୁଖ୍ୟ ସୂଚନା ଆୟୁକ୍ତ ଆର୍‌.କେ. ମାଥୁର ଏବଂ ସୂଚନା କମିଶନର ଯଶୋବର୍ଦ୍ଧନ ଆଜାଦ, ଶ୍ରୀଧର ଆଚାର୍ୟୁଲୁ ଏବଂ ଅମିତାଭ ଭଟ୍ଟାଚାର୍ଯ୍ୟ ଅବସର ନେବା ପରେ ସିଆଇସିରେ ଅନୁମୋଦିତ ସଂଖ୍ୟା ୧୧ ସ୍ଥାନରେ ଆଉ ମାତ୍ର ତିନିଜଣ ସୂଚନା କମିଶନର ରହିଥିଲେ। ତେବେ ବିଳମ୍ବରେ ହେଲେ ବି ସରକାର ସୂଚନା କମିଶନର ସୁଧୀର ଭାର୍ଗବଙ୍କୁ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଏବଂ ପୂର୍ବତନ ଆଇଏଫ୍‌ଏସ୍‌ ଅଫିସର ଯଶୋବର୍ଦ୍ଧନ କୁମାର ସିହ୍ନା, ପୂର୍ବତନ ଆଇଆର୍‌ଏସ୍‌ ଅଫିସର ବନଜ ଏନ୍‌. ସର୍ନା, ପୂର୍ବତନ ଆଇଏଏସ୍‌ ଅଫିସର ନୀରଜ କୁମାର ଗୁପ୍ତା ଏବଂ ପୂର୍ବତନ ଆଇନ ସଚିବ ସୁରେଶ ଚନ୍ଦ୍ରଙ୍କୁ ସୂଚନା କମିଶନର ଭାବେ ନିଯୁକ୍ତି ଦେଇ ଉକ୍ତ ଅଭାବକୁ କିଛି ପରିମାଣରେ ପୂରଣ କରିଛନ୍ତି। କିନ୍ତୁ ଏହି ନୂତନ ନିଯୁକ୍ତିକୁ ନେଇ ସମସ୍ତେ ଖୁସି ନୁହନ୍ତି। ସୂଚନା ଅଧିକାର ଆଇନ ଅନୁଯାୟୀ ଆୟୋଗରେ ଅଣ-ବାବୁମାନଙ୍କୁ ଯଥେଷ୍ଟ ଅଧିକ ପ୍ରତିନିଧିତ୍ୱ ଦେବା ଲାଗି ହେଉଥିବା ଆବେଦନକୁ ସରକାର ଉପେକ୍ଷା କରିଛନ୍ତି। ବର୍ତ୍ତମାନ ସିଆଇସି ଏକ ପ୍ରକାର ପୂର୍ବତନ ବାବୁମାନଙ୍କ କ୍ଲବ୍‌ରେ ପରିଣତ ହୋଇଥିବା ଅଭିଯୋଗ ହେଉଛି। ତେବେ ଅବଶିଷ୍ଟ ପଦଗୁଡ଼ିକ ଶୀଘ୍ର ପୂରଣ କରାଯିବ ବୋଲି ସରକାର ଆଶା ଦେଖାଇଛନ୍ତି। କିନ୍ତୁ ସରକାର ଏହି ପଦଗୁଡ଼ିକୁ ଅମଲାତନ୍ତ୍ର ବାହାରୁ ପୂରଣ କରିବେ ବୋଲି ବେଶି ଲୋକ ଆଶା କରିପାରୁ ନାହାନ୍ତି। 

Email: dilipcherian@gmail.com

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/କୃଷି ଆଗ

ସମ୍ପାଦକୀୟ/କୃଷି ଆଗ

ଆଜିର ସ୍ଥିତି ଦେଖିଲେ ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଦୌ ପୂରଣ କରିନାହାନ୍ତି। ଉଚ୍ଚାଙ୍ଗ ସ୍ବରରେ ‘ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ’ କଥା କହୁଥିଲେ ମଧ୍ୟ ତା’ର ଫଳ ଶୂନ ହୋଇଛି। ବିଶେଷକରି ସାମାଜିକ ଓ ଅର୍ଥନୈତିକ ଦିଗରୁ ତାଙ୍କ ଶାସନ ସମୟରେ ଦେଶର ଅଧିକ କ୍ଷତି ଘଟିଛି। ଅସହିଷ୍ଣୁତା, ମିଛିମିଛିକା ଦେଶପ୍ରେମ ଓ ବିଭାଜନ ରାଜନୀତି ସାମାଜିକ ବାତାବରଣକୁ ଘୋର ପ୍ରଭାବିତ କରିଛି। ଏକ ଉତ୍ତମ ଶାସନ ଜରିଆରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ତା’ର ସୁଫଳ ଲୋକେ ପାଇପାରିନାହାନ୍ତି। ଏହା ଜଣାଶୁଣା ଯେ, ମୋଦିଙ୍କ ଶାସନ ସମୟରେ କର୍ପୋରେଟ ପ୍ରୀତି ବଢ଼ିଛି..

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

ସହଦେବ ସାହୁ

ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା (ଏଫ୍‌ଏଓ) ସହିତ କାର୍ଯ୍ୟ କରୁଥିବା କ୍ଷୁଧା ଓ କୁପୁଷ୍ଟି ବିରୋଧୀ ଅନ୍ତର୍ଜାତୀୟ ସଂଗୋଷ୍ଠୀ (ଇଣ୍ଟରନ୍ୟାଶନାଲ ଆଲାଏନ୍ସ ଏଗେଁଷ୍ଟ ହଙ୍ଗର ଆଣ୍ଡ ମାଲନ୍ୟୁଟ୍ରିଶନ୍‌) କୃଷି କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶକୁ ପ୍ରଶଂସା କରିଛି। ୧୯୫୦-୫୧ରେ ଭାରତରେ ଖାଦ୍ୟଶସ୍ୟ ଉପତ୍ାଦନ ପରିମାଣ ୫ କୋଟି ଟନ୍‌ ଥିବାବେଳେ ୨୦୧୬-୧୭ରେ ୨୭ କୋଟି ୨୦ ଲକ୍ଷ ଟନ୍‌ ହୋଇଛି, ପ୍ରାୟ ୫ଗୁଣ। ଲୋକସଂଖ୍ୟା ବଢ଼ିଛି ୪ ଗୁଣ। ତେଣୁ ଖାଦ୍ୟ-ଅଭାବୀ ପରିସ୍ଥିତିକୁ ପଛରେ ପକାଇ ଭାରତ ଏକ ଖାଦ୍ୟ ରପ୍ତାନିକାରୀ ରାଷ୍ଟ୍ର ହୋଇଗଲାଣି। ତଥାପି ଭାରତରେ କ୍ଷୁଧା ଓ କୁପୁଷ୍ଟି କାରଣରୁ ଏକଚତୁର୍ଥାଂଶ ଲୋକ କାର୍ଯ୍ୟକ୍ଷମ ହୋଇପାରୁ ନାହା..

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ବ୍ରହ୍ମାନନ୍ଦ ପଣ୍ଡା

ଆଜିକାଲି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏଭଳି ଅଧୋଗତି ହୋଇଛି ଯେ, ପ୍ରାୟ ୬୦% ମାଧ୍ୟମିକ ଛାତ୍ରୀଛାତ୍ର ଦରଖାସ୍ତଟିଏ ଲେଖିବାକୁ ବା ସାଧାରଣ ହିସାବଟିଏ କରିବାକୁ ଅସମର୍ଥ। ଭାରତର ୭୫% ଯାନ୍ତ୍ରିକ ଓ କାରିଗରି ଶିକ୍ଷାପ୍ରାପ୍ତ ସ୍ନାତକ ଚାକିରି ପାଇବାକୁ ଅଯୋଗ୍ୟ ବୋଲି ନିକଟ ଅତୀତରେ ପ୍ରକାଶ ପାଇଥିବା ତଥ୍ୟ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖାଲି ସେତିକି ନୁହେଁ ଛାତ୍ରସମାଜର ଆଜି ନୈତିକ ସ୍ଖଳନ ଘଟିଛି। ଭାରତୀୟ ସଂସ୍କୃତିର ଅବକ୍ଷୟ ହେଉଛି। ମାନବିକ ମୂଲ୍ୟବୋଧ ଲୋପ ପାଉଛି। ଆଜିର ଶିକ୍ଷା ବ୍ୟୟବହୁଳ ଏବଂ ଚାକିରିସର୍ବସ୍ବ ହୋଇଛି। ଜ୍ଞାନ ଓ ଗବେଷଣା ଅର୍ଥସର୍ବସ୍ବ ହୋଇଛି। ସମାଜସେବା ପ୍ରଚାରସର୍ବସ୍ବ ହୋଇଛି। ଯଦି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ପିଅନ ..

ଏଇ ଭାରତରେ

ଏଇ ଭାରତରେ

କାହିଁ କେଉଁ ଆଦିମ କାଳରୁ କୁକୁର ହେଉଛି ମଣିଷର ସାଥୀ। ଏହି ପ୍ରାଣୀ ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ଭୃତ୍ୟ ଭାବରେ କାର୍ଯ୍ୟ କରେ। ଏପରି କି ମାଲିକର ଲୁଣ ଖାଇବାରୁ ତା’ର ଗୁଣ ଗାଏ। ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଦରକାର ପଡ଼ିଲେ ନିଜ ଜୀବନ ହାରିଦିଏ। ଏପରି ଏକ ଘଟଣା ଘଟିଛି ଜୟପୁରରେ। ରାଜସ୍ଥାନର ଜୟପୁରରେ ବାସ କରୁଥିବା ପୂର୍ବତନ ରଣଜୀ ଖେଳାଳି ସଞ୍ଜୀବ ଓହଲାନ୍‌ଙ୍କ ବାସଭବନରେ ନିଆଁ ଲାଗିଯାଇଥିଲା। ତଳ ମହଲାରେ ତାଙ୍କ ସ୍ତ୍ରୀ, ପୁଅ ଓ ଚାକରକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ନିଆଁ ଲାଗିବା ଯୋଗୁ ସଞ୍ଜୀବ..

ମୋଦି: ସବୁଥିରେ ଆଙ୍ଗୁଠି

ମୋଦି: ସବୁଥିରେ ଆଙ୍ଗୁଠି

ସ।ଧାରଣ ନିର୍ବାଚନ ଯେତେ ନିକଟତର ହେଉଛି, ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଲାଣି। ଜାନୁୟାରୀ ୧୯ରେ କୋଲକାତାରେ  ବିରୋଧୀଙ୍କ ରାଲିର କଳେବର ଦେଖିଲେ ମହାଗଠବନ୍ଧନ ଶକ୍ତିଶାଳୀ ହେଉଥିବା ମନେହେଉଛି। 

ସବୁଜ ପରିବହନ ବ୍ୟବସ୍ଥା

ସବୁଜ ପରିବହନ ବ୍ୟବସ୍ଥା

 ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଏକ ରିପୋର୍ଟରୁ ଜଣାଯାଏ ଯେ, ଭାରତରେ ଅଧିକାଂଶ ସହର ବାୟୁ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ। ଏପରି କି ପୃଥିବୀର ସବୁଠାରୁ ଅଧିକ ପନ୍ଦରଟି ସହର ମଧ୍ୟରେ ଭାରତର ଚଉଦଟି ସହର ଅଛି। ସବୁଠାରୁ ପ୍ରଦୂଷିତ ସହର ହେଉଛି କାନପୁର। 

ବାସିପାଣିରେ ପଚରା

ବାସିପାଣିରେ ପଚରା

ହଇରେ ମୋତେ କ’ଣ ଆଉ ବାସିପାଣିରେ ପଚାରୁନୁ? ଚିହ୍ନା ଲୋକଟିଏ, ଆପଣାର ମଣିଷଟିଏ ଆମକୁ ପୂର୍ବାପେକ୍ଷା ହତାଦର କରିବାର ଅନୁଭବ କଲେ ଆମେ ଏ ରୂଢିଟିର ପ୍ରୟୋଗ କରିଥାଉ! ଏଠାରେ ବାସିପାଣିକୁ ନିକୃଷ୍ଟ ଅର୍ଥରେ ବ୍ୟବହାର କରାଯାଇଛି। ନଚେତ୍‌ ଆମେ କହୁଥାନ୍ତେ- ହଇରେ ମୋତେ କ’ଣ ଆଉ ସଜପାଣିରେ ପଚାରୁନୁ? ନଚେତ୍‌ କହିଥାନ୍ତେ- କିରେ ମୋତେ କ’ଣ ଆଉ ମଦପାଣିରେ ପଚାରୁନୁ? ମାନେ ବାସିପାଣିଟି ପଚାରିବା ବା ବନ୍ଧୁ ଚର୍ଚ୍ଚା କରିବା ଯୋଗ୍ୟ ନୁହେଁ।

ଏଇ ଭାରତରେ

ଏଇ ଭାରତରେ

ଭଲ ପାଇବାର ହୃଦୟଟିଏ ଥିଲେ କେତେକ ପୁରୁଷ ଓ ମହିଳା ଅତିକ୍ରାନ୍ତ ବୟସରେ ବି ଭଲପାଇ ବସନ୍ତି। ତେବେ ଭଲ ପାଇବା ପାଇଁ ଜଣେ ବିବାହିତା ମହିଳା ଏକ ଅଭିନବ ପନ୍ଥା ଆପଣାଇଥିଲେ। 

ଡ୍ୟାନ୍ସ ବାର୍‌ ସଂସ୍କୃତି

ଡ୍ୟାନ୍ସ ବାର୍‌ ସଂସ୍କୃତି

ଆକାର ପଟେଲ

ଡ୍ୟାନ୍ସ ବାର୍‌ ସଂସ୍କୃତି ମୁମ୍ବାଇରୁ, ବିଶେଷତଃ କେନ୍ଦ୍ରୀୟ ମୁମ୍ବାଇ ଅଞ୍ଚଳରୁ ଆରମ୍ଭ ହୋଇଥିଲା। ଏହି ପରମ୍ପରା ସହ ସମ୍ଭବତଃ ଲାଓ୍ବଣୀର ସମ୍ପର୍କ ଅଛି। ଢୋଲକୀ ବାଜାର ତାଳେ ତାଳେ ନାଚ-ଗୀତକୁ ଲାଓ୍ବଣୀ କହନ୍ତି, ଯାହା ହେଉଛି ମହାରାଷ୍ଟ୍ରର ଏକ ପ୍ରାଚୀନ ଲୋକନୃତ୍ୟ। ପୁରୁଷମାନଙ୍କର ଛୋଟ ଛୋଟ ଦଳ ଏବଂ ବେଳେବେଳେ ସେମାନଙ୍କ ପରିବାର ଟେବୁଲରେ ବସି ଏକ ଖୋଲା ସ୍ଥାନ ଆଡ଼କୁ ଚାହିଁଥାନ୍ତି, ଯେଉଁଠି ଅଧ ଡଜନ ମହିଳା ହିନ୍ଦୀ ଗୀତର ତାଳେ ତାଳେ ନୃତ୍ୟ କରୁଥାନ୍ତି। ନୃତ୍ୟାଙ୍ଗନାମାନେ ସମ୍ପୂର୍ଣ୍ଣ ଦେହକୁ ଆବୃତ କଲାଭଳି ବସ୍ତ୍ର ପନ୍ଧିଥାନ୍ତି। ପରିଚାରିକାମାନେ ଦର୍ଶକମାନଙ୍କ ଟେବୁଲ ଉପରେ ମଦ ପରଷନ୍ତି। ଏଠାରେ ଏପରି କି ମୃଦୁ ପାନୀୟ ପାଇଁ ମଧ୍ୟ ବିୟର ଭଳି ମୂଲ୍ୟ ନିଆଯାଏ। କିଛି ପୁ..

ଅସତ୍ୟ ସହରର ରାତି

ଅସତ୍ୟ ସହରର ରାତି

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

କେଇଦିନ ପୂର୍ବରୁ ଆମ ରାଜଧାନୀ ସହରର ଚେହେରା ଦେଖିଥିବା ଲୋକ ଏ ସହରର ବାସିନ୍ଦା ହୋଇ ନ ପାରିଥିବାର ଦୁଃଖରେ ନିଜ ଭାଗ୍ୟକୁ ନିନ୍ଦିବାର କାରଣ ଥିଲା ବେଶ୍‌ ଯୁକ୍ତିଯୁକ୍ତ। ବିଶ୍ୱକପ୍‌ ହକି ଅନୁଷ୍ଠିତ  ହେଉଥିବାର ବିରଳ ଗୌରବବୋଧ ନେଇ ଏ ସ୍ମାର୍ଟ ସହର ଯେମିତି ସୁସଜ୍ଜିତ ତୋରଣ ଓ ରଙ୍ଗ ବେରଙ୍ଗର ଆଲୋକମାଳାରେ ଆକର୍ଷଣୀୟ ରୂପରେ ସଜେଇ ହୋଇଥିଲା, ତହିଁରେ ଏଠାରେ ରହୁ ନ ଥିବା ଯେ କୌଣସି ଲୋକ ମନରେ ଈର୍ଷାର ଅସୁରଟିଏ ମୁଣ୍ଡ ଟେକିବା ସ୍ବାଭାବିକ। ମାତ୍ର ସ୍ମାର୍ଟ..

କୁଷ୍ଠରୋଗୀଙ୍କ ସାହାରା

କୁଷ୍ଠରୋଗୀଙ୍କ ସାହାରା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ

ବିଶ୍ୱକୁ ମହାତ୍ମା ଗାନ୍ଧୀଙ୍କ ଅବଦାନ ଅତୁଳନୀୟ। ତାଙ୍କ ଆଦର୍ଶକୁ ସ୍ମରଣୀୟ ରଖିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ୧୯୯୫ରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଆସୁଛି। ମହାତ୍ମାଙ୍କ ୧୨୫ତମ ଜନ୍ମବାର୍ଷିକୀରୁ ସଂସ୍ଥାପିତ ଏହି ସମ୍ମାନ ଅହିଂସା ଓ ଗାନ୍ଧୀବାଦ ଜରିଆରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ରୂପାନ୍ତରଣ ଆଣିପାରୁଥିବା ବ୍ୟକ୍ତି ଓ ସଙ୍ଗଠନକୁ ଦିଆଯାଉଛି। ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ବିରୋଧୀ ବିପ୍ଳବୀ ନେଲ୍‌ସନ ମଣ୍ଡେଲା, ଭାରତର ‘ଚିପ୍‌କୋ’ ଆନ୍ଦୋଳନର ପୁରୋଧା ଚଣ୍ଡିପ୍ରସାଦ ଭଟ୍ଟଙ୍କଠାରୁ ଆରମ୍ଭ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଭଳି ସଙ୍ଗଠନ ଏଭଳି ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ୨୦୧୯ ଜା..

ଏଇ ଭାରତରେ

ଏଇ ଭାରତରେ

ଭାରତୀୟ ସମାଜ ପିତୃକୈନ୍ଦ୍ରିକ ପରିବାରକୁ ନେଇ ଗଢ଼ିଉଠିଛି। କାରଣ ଆମ ଦେଶର ପରିବାରରେ ପୁରୁଷ ହେଉଛି ମୁଖ୍ୟ ବ୍ୟକ୍ତି। ତାଙ୍କ ନାମରେ ମୁଖ୍ୟତଃ ସମ୍ପତ୍ତିର ମାଲିକାନା ରହିଥାଏ। ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ମାନି ଚଳିଥାଆନ୍ତି। ତେଣୁ ଭାରତୀୟ ସମାଜ ଏକ ପୁରୁଷପ୍ରଧାନ ସମାଜ ଭାବରେ ଗଣ୍ୟ ହୋଇଥାଏ। ନିକଟରେ ଝିଅ ନାମରେ ସମ୍ପତ୍ତି କରିବାରୁ ଖାପ୍‌ ପଞ୍ଚାୟତରେ ବାପାଙ୍କ ପ୍ରତି ଦଣ୍ଡାଦେଶ ହୋଇଛି। ଏପରି ଏକ ଘଟଣା ଘଟିଛି ରାଜସ୍ଥାନ ରାଜ୍ୟର ଯୋଧପୁର ଅଞ୍ଚଳରେ। ସ୍ଥାନୀୟ ବିଲାଡା ତହସିଲ ଖେଜଡଲାରେ ଜଣେ ପିତା ତାଙ୍କ ସମ୍ପତ୍ତିର କିଛି ଅଂଶ ଝିଅ ନାମରେ କରିଥିଲେ। ତେବେ ଏହାକୁ ତାଙ୍କର ସରଗରା ସମାଜ ପକ୍ଷରୁ ପସନ୍ଦ କରାଯାଇ ନ ଥିଲା। କାରଣ ସମାଜରେ ପ୍ରଚଳିତ ପୁରୁଣା..