ସମ୍ପାଦକୀୟ |

ସ୍ବର୍ଗକୁ ନିଶୁଣି

ସ୍ବର୍ଗକୁ ନିଶୁଣି

ମନ-ମାନଚିତ୍ର / ଡ. ନରହରି ବେହେରା

ମଣିଷ ସବୁବେଳେ ସ୍ବତନ୍ତ୍ର ହେବାକୁ ପ୍ରୟାସ କରେ। କାରଣ ଏହି ସ୍ବତନ୍ତ୍ରତା ତାକୁ ନିଆରା ପରିଚୟ ଦିଏ। ଏହି ପ୍ରୟାସ ତାକୁ କଷ୍ଟସହିଷ୍ଣୁ ଓ ଆମତ୍ାନୁବର୍ତ୍ତୀ କରିଥାଏ। ଆଜି ଆମେ ଯାହା ପାଇଛୁ, ତାହା କେବଳ ସମ୍ଭବ ହୋଇଛି ଏହି ସ୍ବତନ୍ତ୍ର ହେବାର ପ୍ରୟାସରୁ। ମାତ୍ର ଏହି ପ୍ରୟାସ ଯେତେବେଳେ ତୁଚ୍ଛା ଅହମିକା ପାଇଁ କରାଯାଏ, ତାହା ଜନନେତ୍ରରେ ଏକ ନଗଣ୍ୟ ପ୍ରୟାସ ଭାବେ ବିବେଚିତ ହୋଇଥାଏ। ରାମାୟଣରେ ମହାପ୍ରତାପୀ ରାବଣ ସ୍ବର୍ଗକୁ ନିଶୁଣି ବାନ୍ଧିବାର ପ୍ରୟାସ କରିବା କଥା ଏବେ ବି ଜନମୁଖରେ ପ୍ରଚଳିତ। ତାହା ପୂର୍ଣ୍ଣ ହେଲାନାହିଁ ା  ଅହମିକାର ଏକ ବୃଥା ଆସ୍ଫାଳନ ଭାବେ ଏହା କାଳକାଳକୁ ରହିଯାଇଛି। ଏପରି  ଆସ୍ଫାଳନ ସାଧାରଣତଃ କ୍ଷମତାଶାଳୀ ଏବଂ ଧନାଢ଼୍ୟ ବ୍ୟକ୍ତିଙ୍କ ନିକଟରେ ଅଧିକ ଦେଖାଯାଇଥାଏ। 

ଭାରତରେ ଏବେ ମୂର୍ତ୍ତି ଏବଂ ସୌଧ ନିର୍ମାଣ କରିବାର ପ୍ରତିଯୋଗିତା ବଢ଼ି ଚାଲିଛି। ପରିସ୍ଥିତି ଏବଂ ପରିବେଶକୁ ଲକ୍ଷ୍ୟ କଲେ ଏହି ସବୁ ପ୍ରତିଯୋଗିତାରେ ସ୍ବତନ୍ତ୍ରତା ପ୍ରତିପାଦନ ଅପେକ୍ଷା ନିଜର ରାଜନୈତିକ ଅଭିସନ୍ଧି ଅଧିକ ଥିବାପରି ମନେହୁଏ। ଏହାଦ୍ୱାରା ଏ ଦେଶର କି ଉନ୍ନତି ହେବ, ଆର୍ଥିକ ଅବସ୍ଥା ଉପରେ ଏହାର କି ପ୍ରଭାବ ପଡିବ, ସେ ବିଷୟରେ କିଛି ଚିନ୍ତା କରାଯାଉଥିବା ମନେହୁଏ ନାହିଁ। ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପରେ ଭାରତରେ ଏହି ପ୍ରତିଯୋଗିତାର ସୂତ୍ରପାତ ହୋଇଛି। 

ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଭାରତର ଜଣେ ସର୍ବମାନ୍ୟ ନମସ୍ୟ ନେତା। ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରି ଗୁଜରାଟ ସରକାର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ପ୍ରତିମୂର୍ତ୍ତି ଭାରତକୁ ଜନନେତାଙ୍କ ସର୍ବୋଚ୍ଚ ମୂର୍ତ୍ତି ସ୍ଥାପନ କ୍ଷେତ୍ରରେ ପ୍ରଥମ ଦେଶର ମାନ୍ୟତା ଆଣିଦେଇଛି। କାରଣ ଭାରତର ଏହି ମୂର୍ତ୍ତି ୧୮୨ ମିଟର ଥିବାବେଳେ ଏ ପର୍ଯ୍ୟନ୍ତ ପ୍ରଥମ ସ୍ଥାନ ଅଧିକାର କରିଥିବା ଚାଇନାର ସ୍ପ୍ରିଙ୍ଗ୍‌ ଟେମ୍ପଲ୍‌ ବୁଦ୍ଧ (୧୨୮ ମିଟର) ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। କୁହାଯାଉଛି, ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ୧୮୨ ମିଟର ହେବା ପଛରେ  ଏକ ଗଭୀର ଉଦ୍ଦେଶ୍ୟ ରହିଛି। ଗୁଜରାଟ ବିଧାନସଭାର ମୋଟ ଆସନ ସଂଖ୍ୟା ହେଉଛି ୧୮୨। ଏହି ଆସନ ଅନ୍ୟ ସବୁ ରାଜ୍ୟଠାରୁ ଊର୍ଦ୍ଧ୍ୱରେ ବୋଲି ଦେଖାଇବା ପାଇଁ ଲୌହମାନବଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ୧୮୨ ମିଟର ରଖାଯାଇଛି ା ଏଥିପାଇଁ ୨,୯୮୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ପ୍ରତିମୂର୍ତ୍ତି ସ୍ଥାପନ ପରେ ଗୁଜରାଟର ଅଖ୍ୟାତ ନର୍ମଦା ସରୋବର ଡ୍ୟାମ୍‌ ଏବେ ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି। ଏହି ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’କୁ ଦେଖିବା ପାଇଁ ପର୍ଯ୍ୟଟକଙ୍କର ଭିଡ଼ ଲାଗିଛି। ଭାରତ ମଧ୍ୟ ସର୍ବୋଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରି ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି। ମାତ୍ର ଗୁଜରାଟ ସରକାରଙ୍କର ଏହି କୃତିତ୍ୱକୁ ଅନ୍ୟ ରାଜନୈତିକ ଦଳମାନେ ଏକ ଚାଲେଞ୍ଜ ଭାବରେ ଗ୍ରହଣ କରିଛନ୍ତି। ଏକଥା ସତ କୌଣସି କୃତି ପ୍ରଶଂସାଭାଜନ ହେଲେ ଅନ୍ୟମାନେ ସେହିପରି କୃତି ବା ତା’ଠାରୁ ଅଧିକ ସୁନ୍ଦର କୃତି ଗଢ଼ିବାକୁ ପ୍ରୟାସ କରିଥାନ୍ତି। 

ଗୁଜରାଟ ସରକାରଙ୍କ ଏହି କୃତିତ୍ୱକୁ ପଛରେ ପକାଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୨୫୦ ମିଟର ଉଚ୍ଚର ତିନି ମହଲା ବିଶିଷ୍ଟ ରାଜ୍ୟ ବିଧାନସଭା ସୌଧ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଉଚ୍ଚତାଠାରୁ ୬୮ ମିଟର ଅଧିକ ଉଚ୍ଚ ହେବ। ସୁତରାଂ ଆନ୍ଧ୍ରପ୍ରଦେଶର ବିଧାନ ସୌଧ ହେବ ବିଶ୍ୱର ଉଚ୍ଚତମ ସୌଧ। ଫଳରେ ଆନ୍ଧ୍ରପ୍ରଦେଶ ଗୁଜରାଟକୁ ପଛରେ ପକାଇ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିବ। ଏହି ଦୁଇ ରାଜ୍ୟର ରାଜନୈତିକ ଛକାପଞ୍ଝାକୁ ଲକ୍ଷ୍ୟକରି ଏବେ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଅନ୍ୟ ରାଜ୍ୟ ସରକାରମାନେ ମଧ୍ୟ ଅଣ୍ଟା ଭିଡ଼ି ନିଜର ପତିଆରା ଜାହିର କରିବାକୁ ବାହାରିଛନ୍ତି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ୧୫୧ ମିଟର ଉଚ୍ଚତା ବିଶିଷ୍ଟ ରାମଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବେ ବୋଲି ଘୋଷଣା କରିଛନ୍ତି। ରାଜସ୍ଥାନ ସରକାର ୧୦୭ ମିଟର ଉଚ୍ଚତା ବିଶିଷ୍ଟ ଶିବମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରିସାରିଲେଣି। ୨୦୧୯ ମାର୍ଚ୍ଚ ସୁଦ୍ଧା ଏହି ମୂର୍ତ୍ତି ଉନ୍ମୋଚିତ ହେବ ବୋଲି ସେ ଘୋଷଣା କରିଛନ୍ତି। ଏହା ସମ୍ପୂର୍ଣ୍ଣ ହେଲେ ବିଶ୍ୱରେ ଚତୁର୍ଥ ଉଚ୍ଚତମ ପ୍ରତିମୂର୍ତ୍ତି ହେବାର ଗୌରବ ଅର୍ଜନ କରିବ। ପ୍ରତିମୂର୍ତ୍ତି ନିର୍ମାଣ କରି ବାହାବା ନେବା ପାଇଁ କର୍ନାଟକ ସରକାର ମଧ୍ୟ ପଛରେ ପଡ଼ିଯାଇ ନାହାନ୍ତି। ସେ ମା’ କାବେରୀଙ୍କ ୩୮ ମିଟର ଉଚ୍ଚର ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ଯୋଜନା ମଧ୍ୟ କରିଛନ୍ତି।

ଏହିପରି ପ୍ରତିମୂର୍ତ୍ତି ନିର୍ମାଣର ପ୍ରତିଯୋଗିତାକୁ ଲକ୍ଷ୍ୟ କଲେ ଜଣାଯାଉଛି ସତେଯେମିତି କିଛିବର୍ଷ ପରେ ସମଗ୍ର ଭାରତବର୍ଷ କେବଳ ମୂର୍ତ୍ତିମୟ ହିଁ ହୋଇଯିବ। କେବେଠାରୁ ଆମ ସମାଜରେ ଏହି ମୂର୍ତ୍ତି ପ୍ରତିଷ୍ଠାର ନିଶା ଲାଗିଲା ତାହା ଜଣା ନାହିଁ, ମାତ୍ର ରାସ୍ତାଘାଟ, ମନ୍ଦିର, ଖୋଲା ପଡ଼ିଆ ସବୁଠି ମୂର୍ତ୍ତିମାନ ଠିଆ ହୋଇଥିବା ଦେଖାଯାଉଛି। କିନ୍ତୁ ଅଧିକାଂଶ ମୂର୍ତ୍ତି ସରକାରୀ ଜାଗାଗୁଡ଼ିକୁ ମାଡ଼ି ବସିଥିବା ଦେଖାଯାଏ। ମୂର୍ତ୍ତିଗୁଡ଼ିକ ସ୍ଥାପନ ହେବା ପରେ ସେଗୁଡ଼ିକ ଉପରେ ସାଧାରଣତଃ ଦୃଷ୍ଟି ଦିଆଯାଏ ନାହିଁ। ମୁକ୍ତ ଆକାଶ ତଳେ ଏହି ଦିଅଁ ଦେବତା ଏବଂ ମହାପୁରୁଷମାନଙ୍କର ମୂର୍ତ୍ତି ଖରାବର୍ଷା ସହି ଅତ୍ୟନ୍ତ ବିକଳ ଅବସ୍ଥାରେ ଠିଆ ହୋଇଥାନ୍ତି। ବହଳ ଧୂଳି ଜମିଯାଇଥାଏ, ପକ୍ଷୀମାନଙ୍କର ମଳମୂତ୍ରର ଛାପ ମଧ୍ୟ ଥାଏ। ଯେଉଁମାନେ ଭକ୍ତିରେ ଗଦ୍‌ ଗଦ୍‌ ହୋଇ ପ୍ରତିମୂର୍ତ୍ତି ସ୍ଥାପନ କରିଥାନ୍ତି, ସେମାନେ କେବଳ ଜନ୍ମଦିନ କିମ୍ବା ପୂଜୋତ୍ସବ ଦିନ ପାଣି ଢାଳି ଫୁଲହାର ଝୁଲାଇ ଦେଇ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥାନ୍ତି। ପ୍ରତିମୂର୍ତ୍ତି ସ୍ଥାପନ କରି ତା’ର ଉପଯୁକ୍ତ ଯନତ୍ ନିଆ ନ ଗଲେ ଏହା ମହାମାନବ ବା ଦେବତାମାନଙ୍କ ପ୍ରତି ଅପମାନ ହେବ। ଅବଶ୍ୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲ କିମ୍ବା ଅନ୍ୟାନ୍ୟ ପ୍ରତିମୂର୍ତ୍ତି ସ୍ଥାପନ କ୍ଷେତ୍ରରେ ଏକଥା ହୋଇ ନ ପାରେ। କାରଣ ସରକାରୀ ସ୍ତରରେ ଏତେ ଅର୍ଥ ବ୍ୟୟ ହେଉଥିବାରୁ ସେଗୁଡ଼ିକର ଖୁବ୍‌ ଯନତ୍ ନିଆଯିବ ବୋଲି ଆଶା କରାଯାଏ ା ମାତ୍ର ଏଠାରେ ପ୍ରଶ୍ନ ଉଠେ, ନିଜକୁ ସ୍ବତନ୍ତ୍ର ଭାବରେ ପରିଚିତ କରାଇବା ପାଇଁ  ଏବଂ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ କେବଳ ପ୍ରତିମୂର୍ତ୍ତି ବା ସୌଧ ସ୍ଥାପନ କ’ଣ ଏକମାତ୍ର ମାଧ୍ୟମ? ନିଜକୁ ସ୍ବତନ୍ତ୍ର ଏବଂ ବିଶ୍ୱରେ ପ୍ରଥମ କରି ପ୍ରତିଷ୍ଠା କରିବା ପାଇଁ ଅନ୍ୟ କିଛି ମାଧ୍ୟମ ନାହିଁ? ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜଣେ ପରମ ସମ୍ମାନନୀୟ ବ୍ୟକ୍ତିତ୍ୱ ା  ତାଙ୍କର ସର୍ବୋଚ୍ଚ ପ୍ରତିମୂର୍ତ୍ତି ସ୍ଥାପନ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ସର୍ଦ୍ଦାରଜୀଙ୍କ ଦଶମିଟରର ପ୍ରତିମୂର୍ତ୍ତି ସ୍ଥାପନ କରି ଯଦି ବିଶ୍ୱର ଗୋଟିଏ ସର୍ବବୃହତ୍‌ ଚିକିତ୍ସାଳୟ କରାଯାଇଥାନ୍ତା, ତାହାହେଲେ ଭାରତ ନାଁ ବି ବିଶ୍ୱର ଏକ ନମ୍ବର ତାଲିକାରେ ରହିଥାନ୍ତା। ବହୁଲୋକ ନିଯୁକ୍ତି ପାଇବା ସହିତ କେତେ ମୁମୂର୍ଷୁ ଜୀବନ ଲାଭ କରିପାରିଥାନ୍ତେ। ଭାରତରେ ପ୍ରାଚୀନ କାଳରେ ନାଳନ୍ଦା ବିଶ୍ୱବିଦ୍ୟାଳୟ, ବିକ୍ରମଶିଳା ବିଶ୍ୱବିଦ୍ୟାଳୟ, ପୁଷ୍ପଗିରିବିହାର ପରି ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବା ପାଇଁ ବହୁ ବିଦେଶୀ ବିଦ୍ୟାର୍ଥୀ ଧାଇଁ ଆସୁଥିଲେ। ଆମେ କାହିଁକି ଆଉ ଗୋଟିଏ ସେହିପରି ବିଶ୍ୱବିଦ୍ୟାଳୟ ଗଢ଼ି ପାରିବା ନାହିଁ? ଏ ବିଷୟରେ ଚିନ୍ତା ନ କରି କାହିଁକି ଆମ ସରକାରମାନେ ପ୍ରତିମୂର୍ତ୍ତି ଗଢ଼ି ଆକାଶକୁ ନିଶୁଣି ବାନ୍ଧୁଛନ୍ତି? ସର୍ବବୃହତ୍‌ ବିଶ୍ୱବିଦ୍ୟାଳୟ ହେଉ କି ଚିକିତ୍ସାଳୟ ହେଉ ତା’କୁ ସ୍ଥାପନ କରି ସେହି ଅନୁଷ୍ଠାନର ନାମକରଣ ରାମଚନ୍ଦ୍ର, ଶିବ କିମ୍ବା ମା’ କାବେରୀଙ୍କ ନାଁରେ କରାଗଲେ ସେଥିରେ କାହାରି ହୁଏତ ଆପତ୍ତି ରହିବ ନାହିଁ। ମାତ୍ର ଦୁଃଖର ବିଷୟ ଆମ ନେତୃମଣ୍ଡଳୀ କେବଳ ପ୍ରତିମୂର୍ତ୍ତି ନିର୍ମାଣ କରି, ସହଜ ସୁବିଧାରେ ସ୍ବର୍ଗକୁ ନିଶୁଣି ବାନ୍ଧିବା ପାଇଁ ପ୍ରତିଯୋଗିତା ଚଳାଇଛନ୍ତି। ଏପରି ଉଦ୍ୟମ ରାବଣର ସେହି ପ୍ରୟାସର ନାମାନ୍ତର ହେବ ନାହିଁ ତ?

ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର, ବାଇପାସ, ଭଦ୍ରକ, ଫୋନ୍‌: ୭୯୭୮୯୦୩୫୦୯

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/କୃଷି ଆଗ

ସମ୍ପାଦକୀୟ/କୃଷି ଆଗ

ଆଜିର ସ୍ଥିତି ଦେଖିଲେ ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଦୌ ପୂରଣ କରିନାହାନ୍ତି। ଉଚ୍ଚାଙ୍ଗ ସ୍ବରରେ ‘ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ’ କଥା କହୁଥିଲେ ମଧ୍ୟ ତା’ର ଫଳ ଶୂନ ହୋଇଛି। ବିଶେଷକରି ସାମାଜିକ ଓ ଅର୍ଥନୈତିକ ଦିଗରୁ ତାଙ୍କ ଶାସନ ସମୟରେ ଦେଶର ଅଧିକ କ୍ଷତି ଘଟିଛି। ଅସହିଷ୍ଣୁତା, ମିଛିମିଛିକା ଦେଶପ୍ରେମ ଓ ବିଭାଜନ ରାଜନୀତି ସାମାଜିକ ବାତାବରଣକୁ ଘୋର ପ୍ରଭାବିତ କରିଛି। ଏକ ଉତ୍ତମ ଶାସନ ଜରିଆରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ତା’ର ସୁଫଳ ଲୋକେ ପାଇପାରିନାହାନ୍ତି। ଏହା ଜଣାଶୁଣା ଯେ, ମୋଦିଙ୍କ ଶାସନ ସମୟରେ କର୍ପୋରେଟ ପ୍ରୀତି ବଢ଼ିଛି..

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

ସହଦେବ ସାହୁ

ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା (ଏଫ୍‌ଏଓ) ସହିତ କାର୍ଯ୍ୟ କରୁଥିବା କ୍ଷୁଧା ଓ କୁପୁଷ୍ଟି ବିରୋଧୀ ଅନ୍ତର୍ଜାତୀୟ ସଂଗୋଷ୍ଠୀ (ଇଣ୍ଟରନ୍ୟାଶନାଲ ଆଲାଏନ୍ସ ଏଗେଁଷ୍ଟ ହଙ୍ଗର ଆଣ୍ଡ ମାଲନ୍ୟୁଟ୍ରିଶନ୍‌) କୃଷି କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶକୁ ପ୍ରଶଂସା କରିଛି। ୧୯୫୦-୫୧ରେ ଭାରତରେ ଖାଦ୍ୟଶସ୍ୟ ଉପତ୍ାଦନ ପରିମାଣ ୫ କୋଟି ଟନ୍‌ ଥିବାବେଳେ ୨୦୧୬-୧୭ରେ ୨୭ କୋଟି ୨୦ ଲକ୍ଷ ଟନ୍‌ ହୋଇଛି, ପ୍ରାୟ ୫ଗୁଣ। ଲୋକସଂଖ୍ୟା ବଢ଼ିଛି ୪ ଗୁଣ। ତେଣୁ ଖାଦ୍ୟ-ଅଭାବୀ ପରିସ୍ଥିତିକୁ ପଛରେ ପକାଇ ଭାରତ ଏକ ଖାଦ୍ୟ ରପ୍ତାନିକାରୀ ରାଷ୍ଟ୍ର ହୋଇଗଲାଣି। ତଥାପି ଭାରତରେ କ୍ଷୁଧା ଓ କୁପୁଷ୍ଟି କାରଣରୁ ଏକଚତୁର୍ଥାଂଶ ଲୋକ କାର୍ଯ୍ୟକ୍ଷମ ହୋଇପାରୁ ନାହା..

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ବ୍ରହ୍ମାନନ୍ଦ ପଣ୍ଡା

ଆଜିକାଲି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏଭଳି ଅଧୋଗତି ହୋଇଛି ଯେ, ପ୍ରାୟ ୬୦% ମାଧ୍ୟମିକ ଛାତ୍ରୀଛାତ୍ର ଦରଖାସ୍ତଟିଏ ଲେଖିବାକୁ ବା ସାଧାରଣ ହିସାବଟିଏ କରିବାକୁ ଅସମର୍ଥ। ଭାରତର ୭୫% ଯାନ୍ତ୍ରିକ ଓ କାରିଗରି ଶିକ୍ଷାପ୍ରାପ୍ତ ସ୍ନାତକ ଚାକିରି ପାଇବାକୁ ଅଯୋଗ୍ୟ ବୋଲି ନିକଟ ଅତୀତରେ ପ୍ରକାଶ ପାଇଥିବା ତଥ୍ୟ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖାଲି ସେତିକି ନୁହେଁ ଛାତ୍ରସମାଜର ଆଜି ନୈତିକ ସ୍ଖଳନ ଘଟିଛି। ଭାରତୀୟ ସଂସ୍କୃତିର ଅବକ୍ଷୟ ହେଉଛି। ମାନବିକ ମୂଲ୍ୟବୋଧ ଲୋପ ପାଉଛି। ଆଜିର ଶିକ୍ଷା ବ୍ୟୟବହୁଳ ଏବଂ ଚାକିରିସର୍ବସ୍ବ ହୋଇଛି। ଜ୍ଞାନ ଓ ଗବେଷଣା ଅର୍ଥସର୍ବସ୍ବ ହୋଇଛି। ସମାଜସେବା ପ୍ରଚାରସର୍ବସ୍ବ ହୋଇଛି। ଯଦି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ପିଅନ ..

ଏଇ ଭାରତରେ

ଏଇ ଭାରତରେ

କାହିଁ କେଉଁ ଆଦିମ କାଳରୁ କୁକୁର ହେଉଛି ମଣିଷର ସାଥୀ। ଏହି ପ୍ରାଣୀ ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ଭୃତ୍ୟ ଭାବରେ କାର୍ଯ୍ୟ କରେ। ଏପରି କି ମାଲିକର ଲୁଣ ଖାଇବାରୁ ତା’ର ଗୁଣ ଗାଏ। ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଦରକାର ପଡ଼ିଲେ ନିଜ ଜୀବନ ହାରିଦିଏ। ଏପରି ଏକ ଘଟଣା ଘଟିଛି ଜୟପୁରରେ। ରାଜସ୍ଥାନର ଜୟପୁରରେ ବାସ କରୁଥିବା ପୂର୍ବତନ ରଣଜୀ ଖେଳାଳି ସଞ୍ଜୀବ ଓହଲାନ୍‌ଙ୍କ ବାସଭବନରେ ନିଆଁ ଲାଗିଯାଇଥିଲା। ତଳ ମହଲାରେ ତାଙ୍କ ସ୍ତ୍ରୀ, ପୁଅ ଓ ଚାକରକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ନିଆଁ ଲାଗିବା ଯୋଗୁ ସଞ୍ଜୀବ..

ମୋଦି: ସବୁଥିରେ ଆଙ୍ଗୁଠି

ମୋଦି: ସବୁଥିରେ ଆଙ୍ଗୁଠି

ସ।ଧାରଣ ନିର୍ବାଚନ ଯେତେ ନିକଟତର ହେଉଛି, ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଲାଣି। ଜାନୁୟାରୀ ୧୯ରେ କୋଲକାତାରେ  ବିରୋଧୀଙ୍କ ରାଲିର କଳେବର ଦେଖିଲେ ମହାଗଠବନ୍ଧନ ଶକ୍ତିଶାଳୀ ହେଉଥିବା ମନେହେଉଛି। 

ସବୁଜ ପରିବହନ ବ୍ୟବସ୍ଥା

ସବୁଜ ପରିବହନ ବ୍ୟବସ୍ଥା

 ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଏକ ରିପୋର୍ଟରୁ ଜଣାଯାଏ ଯେ, ଭାରତରେ ଅଧିକାଂଶ ସହର ବାୟୁ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ। ଏପରି କି ପୃଥିବୀର ସବୁଠାରୁ ଅଧିକ ପନ୍ଦରଟି ସହର ମଧ୍ୟରେ ଭାରତର ଚଉଦଟି ସହର ଅଛି। ସବୁଠାରୁ ପ୍ରଦୂଷିତ ସହର ହେଉଛି କାନପୁର। 

ବାସିପାଣିରେ ପଚରା

ବାସିପାଣିରେ ପଚରା

ହଇରେ ମୋତେ କ’ଣ ଆଉ ବାସିପାଣିରେ ପଚାରୁନୁ? ଚିହ୍ନା ଲୋକଟିଏ, ଆପଣାର ମଣିଷଟିଏ ଆମକୁ ପୂର୍ବାପେକ୍ଷା ହତାଦର କରିବାର ଅନୁଭବ କଲେ ଆମେ ଏ ରୂଢିଟିର ପ୍ରୟୋଗ କରିଥାଉ! ଏଠାରେ ବାସିପାଣିକୁ ନିକୃଷ୍ଟ ଅର୍ଥରେ ବ୍ୟବହାର କରାଯାଇଛି। ନଚେତ୍‌ ଆମେ କହୁଥାନ୍ତେ- ହଇରେ ମୋତେ କ’ଣ ଆଉ ସଜପାଣିରେ ପଚାରୁନୁ? ନଚେତ୍‌ କହିଥାନ୍ତେ- କିରେ ମୋତେ କ’ଣ ଆଉ ମଦପାଣିରେ ପଚାରୁନୁ? ମାନେ ବାସିପାଣିଟି ପଚାରିବା ବା ବନ୍ଧୁ ଚର୍ଚ୍ଚା କରିବା ଯୋଗ୍ୟ ନୁହେଁ।

ଏଇ ଭାରତରେ

ଏଇ ଭାରତରେ

ଭଲ ପାଇବାର ହୃଦୟଟିଏ ଥିଲେ କେତେକ ପୁରୁଷ ଓ ମହିଳା ଅତିକ୍ରାନ୍ତ ବୟସରେ ବି ଭଲପାଇ ବସନ୍ତି। ତେବେ ଭଲ ପାଇବା ପାଇଁ ଜଣେ ବିବାହିତା ମହିଳା ଏକ ଅଭିନବ ପନ୍ଥା ଆପଣାଇଥିଲେ। 

ଡ୍ୟାନ୍ସ ବାର୍‌ ସଂସ୍କୃତି

ଡ୍ୟାନ୍ସ ବାର୍‌ ସଂସ୍କୃତି

ଆକାର ପଟେଲ

ଡ୍ୟାନ୍ସ ବାର୍‌ ସଂସ୍କୃତି ମୁମ୍ବାଇରୁ, ବିଶେଷତଃ କେନ୍ଦ୍ରୀୟ ମୁମ୍ବାଇ ଅଞ୍ଚଳରୁ ଆରମ୍ଭ ହୋଇଥିଲା। ଏହି ପରମ୍ପରା ସହ ସମ୍ଭବତଃ ଲାଓ୍ବଣୀର ସମ୍ପର୍କ ଅଛି। ଢୋଲକୀ ବାଜାର ତାଳେ ତାଳେ ନାଚ-ଗୀତକୁ ଲାଓ୍ବଣୀ କହନ୍ତି, ଯାହା ହେଉଛି ମହାରାଷ୍ଟ୍ରର ଏକ ପ୍ରାଚୀନ ଲୋକନୃତ୍ୟ। ପୁରୁଷମାନଙ୍କର ଛୋଟ ଛୋଟ ଦଳ ଏବଂ ବେଳେବେଳେ ସେମାନଙ୍କ ପରିବାର ଟେବୁଲରେ ବସି ଏକ ଖୋଲା ସ୍ଥାନ ଆଡ଼କୁ ଚାହିଁଥାନ୍ତି, ଯେଉଁଠି ଅଧ ଡଜନ ମହିଳା ହିନ୍ଦୀ ଗୀତର ତାଳେ ତାଳେ ନୃତ୍ୟ କରୁଥାନ୍ତି। ନୃତ୍ୟାଙ୍ଗନାମାନେ ସମ୍ପୂର୍ଣ୍ଣ ଦେହକୁ ଆବୃତ କଲାଭଳି ବସ୍ତ୍ର ପନ୍ଧିଥାନ୍ତି। ପରିଚାରିକାମାନେ ଦର୍ଶକମାନଙ୍କ ଟେବୁଲ ଉପରେ ମଦ ପରଷନ୍ତି। ଏଠାରେ ଏପରି କି ମୃଦୁ ପାନୀୟ ପାଇଁ ମଧ୍ୟ ବିୟର ଭଳି ମୂଲ୍ୟ ନିଆଯାଏ। କିଛି ପୁ..

ଅସତ୍ୟ ସହରର ରାତି

ଅସତ୍ୟ ସହରର ରାତି

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

କେଇଦିନ ପୂର୍ବରୁ ଆମ ରାଜଧାନୀ ସହରର ଚେହେରା ଦେଖିଥିବା ଲୋକ ଏ ସହରର ବାସିନ୍ଦା ହୋଇ ନ ପାରିଥିବାର ଦୁଃଖରେ ନିଜ ଭାଗ୍ୟକୁ ନିନ୍ଦିବାର କାରଣ ଥିଲା ବେଶ୍‌ ଯୁକ୍ତିଯୁକ୍ତ। ବିଶ୍ୱକପ୍‌ ହକି ଅନୁଷ୍ଠିତ  ହେଉଥିବାର ବିରଳ ଗୌରବବୋଧ ନେଇ ଏ ସ୍ମାର୍ଟ ସହର ଯେମିତି ସୁସଜ୍ଜିତ ତୋରଣ ଓ ରଙ୍ଗ ବେରଙ୍ଗର ଆଲୋକମାଳାରେ ଆକର୍ଷଣୀୟ ରୂପରେ ସଜେଇ ହୋଇଥିଲା, ତହିଁରେ ଏଠାରେ ରହୁ ନ ଥିବା ଯେ କୌଣସି ଲୋକ ମନରେ ଈର୍ଷାର ଅସୁରଟିଏ ମୁଣ୍ଡ ଟେକିବା ସ୍ବାଭାବିକ। ମାତ୍ର ସ୍ମାର୍ଟ..

କୁଷ୍ଠରୋଗୀଙ୍କ ସାହାରା

କୁଷ୍ଠରୋଗୀଙ୍କ ସାହାରା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ

ବିଶ୍ୱକୁ ମହାତ୍ମା ଗାନ୍ଧୀଙ୍କ ଅବଦାନ ଅତୁଳନୀୟ। ତାଙ୍କ ଆଦର୍ଶକୁ ସ୍ମରଣୀୟ ରଖିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ୧୯୯୫ରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଆସୁଛି। ମହାତ୍ମାଙ୍କ ୧୨୫ତମ ଜନ୍ମବାର୍ଷିକୀରୁ ସଂସ୍ଥାପିତ ଏହି ସମ୍ମାନ ଅହିଂସା ଓ ଗାନ୍ଧୀବାଦ ଜରିଆରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ରୂପାନ୍ତରଣ ଆଣିପାରୁଥିବା ବ୍ୟକ୍ତି ଓ ସଙ୍ଗଠନକୁ ଦିଆଯାଉଛି। ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ବିରୋଧୀ ବିପ୍ଳବୀ ନେଲ୍‌ସନ ମଣ୍ଡେଲା, ଭାରତର ‘ଚିପ୍‌କୋ’ ଆନ୍ଦୋଳନର ପୁରୋଧା ଚଣ୍ଡିପ୍ରସାଦ ଭଟ୍ଟଙ୍କଠାରୁ ଆରମ୍ଭ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଭଳି ସଙ୍ଗଠନ ଏଭଳି ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ୨୦୧୯ ଜା..

ଏଇ ଭାରତରେ

ଏଇ ଭାରତରେ

ଭାରତୀୟ ସମାଜ ପିତୃକୈନ୍ଦ୍ରିକ ପରିବାରକୁ ନେଇ ଗଢ଼ିଉଠିଛି। କାରଣ ଆମ ଦେଶର ପରିବାରରେ ପୁରୁଷ ହେଉଛି ମୁଖ୍ୟ ବ୍ୟକ୍ତି। ତାଙ୍କ ନାମରେ ମୁଖ୍ୟତଃ ସମ୍ପତ୍ତିର ମାଲିକାନା ରହିଥାଏ। ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ମାନି ଚଳିଥାଆନ୍ତି। ତେଣୁ ଭାରତୀୟ ସମାଜ ଏକ ପୁରୁଷପ୍ରଧାନ ସମାଜ ଭାବରେ ଗଣ୍ୟ ହୋଇଥାଏ। ନିକଟରେ ଝିଅ ନାମରେ ସମ୍ପତ୍ତି କରିବାରୁ ଖାପ୍‌ ପଞ୍ଚାୟତରେ ବାପାଙ୍କ ପ୍ରତି ଦଣ୍ଡାଦେଶ ହୋଇଛି। ଏପରି ଏକ ଘଟଣା ଘଟିଛି ରାଜସ୍ଥାନ ରାଜ୍ୟର ଯୋଧପୁର ଅଞ୍ଚଳରେ। ସ୍ଥାନୀୟ ବିଲାଡା ତହସିଲ ଖେଜଡଲାରେ ଜଣେ ପିତା ତାଙ୍କ ସମ୍ପତ୍ତିର କିଛି ଅଂଶ ଝିଅ ନାମରେ କରିଥିଲେ। ତେବେ ଏହାକୁ ତାଙ୍କର ସରଗରା ସମାଜ ପକ୍ଷରୁ ପସନ୍ଦ କରାଯାଇ ନ ଥିଲା। କାରଣ ସମାଜରେ ପ୍ରଚଳିତ ପୁରୁଣା..