ସମ୍ପାଦକୀୟ |

ବିବେକାନନ୍ଦଙ୍କ ଭାରତ

ବିବେକାନନ୍ଦଙ୍କ ଭାରତ

ଡ. ଭାରତ ଭୂଷଣ ରଥ

ସ୍ବାମୀ ବିବେକାନନ୍ଦ ଜଣେ ମହାପୁରୁଷ, ଯେ କି ୧୮୬୩ ଜାନୁୟାରୀ ୧୨ ତାରିଖରେ ଏ ଧରାପୃଷ୍ଠରେ ଅବତରଣ କରିଥିଲେ। ସ୍ବାମିଜୀଙ୍କର ଜନ୍ମ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ହୋଇଥିଲା ଯେତେବେଳେ ଭାରତବର୍ଷର ବୈଦିକ ଆର୍ଯ୍ୟ ସଂସ୍କୃତି ଧୀରେ ଧୀରେ ଲୋପ ପାଇବାକୁ ବସିଥିଲା। ପବିତ୍ର ଭାରତବର୍ଷ ଇଂରେଜମାନଙ୍କ ଦ୍ୱାରା ଶୋଷିତ ହେଉଥିଲା। ଗୋଟିଏ ପଟେ ଇଂରେଜ ଏବଂ ସାମନ୍ତ ରାଜାମାନଙ୍କର ତାଡ଼ନା, ଅନ୍ୟପଟେ ମୁଷ୍ଟିମେୟ ରାଜକର୍ମଚାରୀଙ୍କର ଦୌରାତ୍ମ୍ୟ ଏବଂ କିଛି ପାଖଣ୍ଡିଙ୍କର ଅନ୍ଧବିଶ୍ୱାସର ମାୟାଜାଲରେ ଏ ଦେଶର ନିରୀହ ଜନସାଧାରଣ ଆବଦ୍ଧ ଥିଲେ। ଭାରତର ଶାଶ୍ୱତ ଏବଂ ପରିମାର୍ଜିତ ପରମ୍ପରା ତଥା ଜୀବନଶୈଳୀ ନଷ୍ଟଭ୍ରଷ୍ଟ ହୋଇଯାଇଥିଲା। ଠିକ୍‌ ଏତିକି ବେଳେ ଜନ୍ମ ନେଲେ ସ୍ବାମୀ ବିବେକାନନ୍ଦ। ଯେମିତି ଜଗଦ୍‌ଗୁରୁ ଆଦି ଶଙ୍କରାଚାର୍ଯ୍ୟ ମାତ୍ର ୩୨ ବର୍ଷର ଜୀବନାବଧି ଭିତରେ ଭାରତରେ ଅନେକ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ଆଣି ପାରିଥିଲେ, ସେମିତି ଭାରତର ଦୁର୍ଦ୍ଦିନ ସମୟରେ ସ୍ବାମୀ ବିବେକାନନ୍ଦଙ୍କର ଅଦମ୍ୟ ଉତ୍ସାହ ଓ ସଂଘର୍ଷର ପରିଣାମ ସ୍ବରୂପ ଭାରତୀୟ ପରମ୍ପରା ଏବଂ ଜୀବନଦର୍ଶନର ଯତ୍‌କିଞ୍ଚିତ୍‌ ଆଜି ବଞ୍ଚି ରହିଛି ତାହା ହିଁ ବର୍ତ୍ତମାନ ଆମ ଦୃଷ୍ଟିଗୋଚର ହୁଏ। ମାତ୍ର ୩୮ ବର୍ଷର ଆୟୁ ନେଇ ସେ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱରେ ପ୍ରଚାର କରିଯାଇଛନ୍ତି ମାନବିକତାର ମହନୀୟ ଗୁଣାବଳୀ। 

ସ୍ବାମୀ ବିବେକାନନ୍ଦଙ୍କ ଦର୍ଶନର ଏକ ବିଶିଷ୍ଟ ତତ୍ତ୍ୱ ଥିଲା ସେ ପ୍ରାନ୍ତୀୟତାରେ ବିଶ୍ୱାସ ନ କରି ଜାତୀୟତାରେ ବିଶ୍ୱାସ ରଖୁଥିଲେ। ଭାରତଭୂମିର ମହତ୍ତ୍ୱକୁ ପ୍ରତିପାଦନ କରିବା ପାଇଁ ସେ କହିଥିଲେ, ଏ ଦେଶର ମାନବିକତା ଅତି ଉଚ୍ଚ ସ୍ତରରେ ଉଦାରତା, ପବିତ୍ରତା, ପ୍ରଶାନ୍ତି, ଆତ୍ମ ବିଶ୍ଳେଷଣ ଏବଂ ଆଧ୍ୟାତ୍ମିକତାକୁ ସମ୍ମାନ ଦେଇ ବିଶ୍ୱ ମଙ୍ଗଳର କାମନା କରେ। ଯଥା ”The land where humanity has attained its highest towards generosity, towards purity, towards calmness, above all, the land of introspection and of spirituality  it is India.“ ଏଥିରୁ ଜଣାଯାଏ, ଏ ଦେଶର ମୁଠାଏ ମାଟି, ବିନ୍ଦୁଏ ପାଣି ଏବଂ ଟୋପାଏ ରକ୍ତ ମଧ୍ୟ ଭ୍ରଷ୍ଟାଚାର, ଅଧର୍ମ ଏବଂ ଅସତ୍ୟକୁ ପ୍ରଶ୍ରୟ ଦିଏ ନାହିଁ। ଏହା ହିଁ ଭାରତର ଚରିତ୍ର। ତେବେ ଏଠି ପ୍ରଶ୍ନ ଉଠେ ଏତେ ଲକ୍ଷଣଯୁକ୍ତ ଭାରତର ଏ ଦୁରବସ୍ଥା କ’ଣ ସ୍ବତଃ ନା ମାନବକୃତ? ପ୍ରଶ୍ନର ଉତ୍ତର ଗୋଟିଏ ଛୋଟ ଉଦାହରଣରେ ମିଳିଯିବ। 

ତାହା ହେଲା, ଦେବଭୂମି ହିମାଳୟର ଗିରିଗହ୍ବରରୁ ପ୍ରବାହିତ ହୋଇ ଅନେକ ଔଷଧୀୟ ବୃକ୍ଷଙ୍କର ପାଦସ୍ପର୍ଶ କରି ନିଜର ଶୁଦ୍ଧ ବୁଦ୍ଧ ଏବଂ ପବିତ୍ର ଭାବକୁ ନେଇ କଳକଳ ନାଦରେ ବହିଯାଉଥିବା ଗଙ୍ଗାନଦୀ ହିମାଳୟ ଛାଡି ତଳକୁ ଆସିଗଲେ ଏତେ ଦୂଷିତ ହେଉଛି କ’ଣ ନିଜ ଦୋଷରୁ ନା ମାନବର ଅଜ୍ଞାନତା ଓ ଅପାରଗରୁ? ଅନେକ ପାରିପାର୍ଶ୍ୱିକ କାରଣକୁ ନେଇ ଆଜକୁ ପ୍ରାୟ ୪୦୦ ବର୍ଷ ତଳର ଭାରତ ଏବଂ ଆଜିର ଭାରତ ଭିତରେ ଆକାଶପାତାଳର ତାରତମ୍ୟ ପରିଲକ୍ଷିତ ହୁଏ। ବିଗତ ୪୦୦ ବର୍ଷ ସମୟର ପ୍ରବାହରେ ଏ ଦେଶ କ୍ରମାନୁସାରେ କିଛି ଅସାମାଜିକ ଲୋକଙ୍କ ଯୋଗୁ ନିଜର ପ୍ରାଚୀନ ଗୌରବକୁ ହରାଇଛି। ସର୍ବପ୍ରଥମେ କିଛି ଏକଚ୍ଛତ୍ରବାଦୀ ଶାସକଙ୍କର ଲୋଲୁପ ଦୃଷ୍ଟିର ଶିକାର ହୋଇଛି ଭାରତବର୍ଷ। ତା’ର ଠିକ୍‌ ପରେ ପରେ ଇଂରେଜମାନଙ୍କର ତାଡ଼ନାରେ ମୂର୍ଚ୍ଛିତ ହୋଇଛି ଏ ଦେଶର ପୁରପଲ୍ଲୀ। ଏହା ଭିତରେ ଅନ୍ତର୍ଦ୍ଦେଶୀୟ ବିଶ୍ୱାସଘାତୀଙ୍କର ନିର୍ଘାତ ପ୍ରହାରରେ ସଂଜ୍ଞାହୀନ ହୋଇଛି ଏ ଜାତିର ପ୍ରାଣ। ସବୁଠାରୁ ଦୁଃଖଦ ବିଷୟ ହେଲା ବିଗତ କିଛିବର୍ଷ ହେଲା କୁତ୍ସିତ ରାଜନୀତି ଏବଂ ମୁଷ୍ଟିମେୟ ରାଷ୍ଟ୍ର ବିଭାଜନକାରୀ ଶକ୍ତିଙ୍କ ଚକ୍ରବୂ୍ୟହର ଏ ଦେଶ ଏକ ନୀରବ ଦର୍ଶକ ସାଜିଛି। 

ସ୍ବାମୀ ବିବେକାନନ୍ଦ ଯେବେ ଜନ୍ମଗ୍ରହଣ କଲେ ସେତେବେଳକୁ ଏ ଦେଶର ବାତାବରଣ ଭିତରକୁ ପ୍ରବେଶ କରିସାରିଥିଲା ଅନେକ ନକାରାତ୍ମକ ଶକ୍ତି। ନିଜକୁ ଦେବତା ଏବଂ ଗୁରୁ ବୋଲାଉଥିବା କିଛି ଅଜ୍ଞାନଙ୍କର ବାକ୍‌ପ୍ରବାହରେ ଦୂଷିତ ହୋଇ ସାରିଥିଲା ଏ ଦେଶର କୋଟିକୋଟି ସରଳ ଜୀବନ। ଅନ୍ଧବିଶ୍ୱାସ, ଧନୀ-ଗରିବର ଭେଦଭାବ, ଜାତିପ୍ରଥା ତଥା ଅନେକ କୁସଂସ୍କାର କବଳିତ କରିସାରିଥିଲା ମାନବର ସରଳ ମନକୁ। ତା’ ଭିତରେ ଯତ୍ପରୋନାସ୍ତି ସଂଘର୍ଷ କରି ସମାଜରେ ସତ୍ୟ, ଧର୍ମ ଓ ଶାନ୍ତି ପ୍ରତିଷ୍ଠା ପାଇଁ ସ୍ବାମିଜୀ ଖୁବ୍‌ ପ୍ରୟାସ କରିଛନ୍ତି ଏବଂ ଅନେକାଂଶରେ ସଫଳ ମଧ୍ୟ ହୋଇଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏ ଦେଶର ବାସ୍ତବ ଚିତ୍ରକୁ ସ୍ବାମିଜୀ ଯେଭଳି ଉପସ୍ଥାପନ କରିଛନ୍ତି ତାକୁ ଅବଗମନ କରି ଆଜିର ମାନବ କେତେଦୂର ନିଜ ମାନବିକତାର ମାପକାଠିରେ ନିଜକୁ ମାପି ପାରୁଛି। ସମସ୍ତ ତତ୍ତ୍ୱରେ ପରିପୂରିତ ଏ ଦେଶ ପାଇଁ ନୂତନ କିଛି କରିବାର ଆବଶ୍ୟକତା ନାହିଁ କିନ୍ତୁ ଆବଶ୍ୟକତା ରହିଛି ଯାହା ବର୍ତ୍ତମାନ ରହିଯାଇଛି ଏବଂ ଯାହା ଦିନୁଦିନ କ୍ଷୟ ହୋଇଯାଉଛି ତା’ର ସୁରକ୍ଷା। ଏହାର ଉପାୟ ଏ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଖରେ ହିଁ ରହିଛି। ଏକ ସଚେତନ ମନ, ଦେଶପ୍ରେମର ଭାବ ଏବଂ ସମାଜ ପ୍ରତି ଆମର ଉତ୍ତରଦାୟିତ୍ୱକୁ ଚିନ୍ତନ କରି ସ୍ବାମୀ ବିବେକାନନ୍ଦଙ୍କ ସ୍ବପ୍ନର ଭାରତକୁ ସାକାର କରିବା ମାନବର ଲକ୍ଷ୍ୟ ହେଉ।

ଭଗବାନ ସମସ୍ତଙ୍କ ହୃଦୟରେ ବିରାଜମାନ ଅଛନ୍ତି, ସେଥିପାଇଁ ଉପନିଷଦ କହିଛନ୍ତି, ଅହଂ ବ୍ରହ୍ମାସ୍ମି ଅର୍ଥାତ୍‌ ମୁଁ ନିଜେ ବ୍ରହ୍ମ। ତେଣୁ ମାନବ ଚାହିଁଲେ ନିଜର ଦିବ୍ୟତ୍ୱକୁ ପରିପ୍ରକାଶ କରି ଏ ସମାଜ ପାଇଁ ଅନେକ କିଛି ଆଦର୍ଶପୂର୍ଣ୍ଣ କାର୍ଯ୍ୟ କରିପାରିବ। ଯେପରି ସ୍ବାମୀ ବିବେକାନନ୍ଦ ନିଜର ଦିବ୍ୟ ଭାବନାକୁ ଉଦ୍ରେକକରି ଭାରତକୁ ଏକ ସ୍ବତନ୍ତ୍ର ପରିଚୟ ଦେବାରେ ପୂର୍ଣ୍ଣତଃ ସମର୍ଥ ହୋଇଥିଲେ। 

(ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ)

ଅଧ୍ୟାପକ, ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତି, ମୋ- ୮୮୯୭୪୨୬୨୪୩

All Right Reserved By

ସମ୍ପାଦକୀୟ |

ଶବଦାହରେ ଘଷି

ଶବଦାହରେ ଘଷି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି। ମୁସଲମାନମାନେ ମୃତ ଲୋକର ଶବକୁ ପୋତିଦିଅନ୍ତି ଏବଂ ହିନ୍ଦୁମାନେ ତାକୁ ଅଗ୍ନିରେ ଦାହ କରନ୍ତି। ପାରମ୍ପରିକ ଭାବେ ଦାହ ପାଇଁ କାଠ ବ୍ୟବହୃତ ହୋଇ ଆସୁଥିବା ବେଳେ ଆଜିକାଲି ବିଦ୍ୟୁତ୍‌ଶକ୍ତି ଓ ଗ୍ୟାସ୍‌ ମଧ୍ୟ ବ୍ୟବହୃତ ହେଲାଣି।  କିନ୍ତୁ ଆଜିକାଲି ଜାଳେଣି କାଠର ଘୋର ଅଭାବ। ଦିଲ୍ଲୀରେ ସରକାରୀ ଗାର୍ଡନରମାନେ ଗଛର ଅଳ୍ପ କିଛି ଛୋଟ ଡାଳ କାଟିବାର ଛଳନା କରନ୍ତି। କିନ୍ତୁ ସେମାନେ ପ୍ରାୟ ସବୁ ବଡ଼ ବଡ଼ ଡାଳ କାଟନ୍ତି ଓ ସେସବୁକୁ ନିଗମବୋଧ ଘା..

ଅଶ୍ଳୀଳତାକୁ ନେଇ ଛଳନା

ଅଶ୍ଳୀଳତାକୁ ନେଇ ଛଳନା

ଡ. ସୁବାସ ଚନ୍ଦ୍ର ପାତ୍ର

ଅଶ୍ଳୀଳତାକୁ ନେଇ ମଣିଷର ଛଳନା ଇତିହାସ ପରି ପୁରୁଣା। କିଛିଦିନ ତଳେ ଖଣ୍ଡଗିରି ଯାତ୍ରା ମହୋତ୍ସବ ଅବସରରେ କୌଣସି ଏକ ଅପେରା ମଞ୍ଚ ଉପରେ ମନୋରଞ୍ଜନ ଆଳରେ ଜଣେ ମହିଳା କଳାକାର ଅଙ୍ଗ ପ୍ରଦର୍ଶନ ସହ ଅଶ୍ଳୀଳ ନୃତ୍ୟ ପରିବେଷଣ କରିବାର ଅଭିଯୋଗ ଆସିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ଟିଭି ଚ୍ୟାନେଲ ତାଙ୍କ ସହ ସାକ୍ଷାତ୍‌କାର ପ୍ରସାରଣ କଲେ ଏବଂ ଆଉ କେତେକ ଚ୍ୟାନେଲ ପ୍ରତିବାଦ ବାହାନାରେ ସେହି ତଥାକଥିତ ନଗ୍ନ ନୃତ୍ୟକୁ ବାରମ୍ବାର ପ୍ରଦର୍ଶନ ମଧ୍ୟ କଲେ। ଜଣେ ରାଜାଙ୍କୁ ଯଦି ତାଙ୍କ ପାର୍ଷଦ କହେ, ‘ମଣିମା, ଆପଣଙ୍କ ବଡ଼ଗୁଣ ହେଲା ଆପଣ ତୋଷାମଦି ଭଲପାଆନ୍ତି ନାହିଁ,’ ଏ କଥାଟି ଯେମିତି ଏକ ତୋଷା..

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର


ବିକାଶ କୁମାର ପତି

ଚିରନ୍ତନ ବିକାଶ ଲକ୍ଷ୍ୟ ସମସ୍ତଙ୍କୁ ୨୦୩୦ ସୁଦ୍ଧା ପାନୀୟ ଜଳ ଯୋଗାଇବା ପାଇଁ ଉଦ୍ଦିଷ୍ଟ। ଅର୍ଥାତ୍‌, କେହି ବି ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେନି। କିନ୍ତୁ ଆଜି ବି ଲକ୍ଷ ଲକ୍ଷ ଲୋକ ସ୍ବଚ୍ଛ ପାନୀୟ ଜଳ ବିନା ବଞ୍ଚୁଛନ୍ତି- ତାଙ୍କ ପରିବାର, ବିଦ୍ୟାଳୟ, କର୍ମକ୍ଷେତ୍ର, ସବୁଠି ବଞ୍ଚିବା ପାଇଁ ଓ ତୃଷ୍ଣା ମେଣ୍ଟେଇବା ପାଇଁ କଷ୍ଟ କରୁଛନ୍ତି। ଜାତିସଂଘର ଜଳ ଉପରେ କାମ କରୁ..

ଏଇ ଭାରତରେ

ଏଇ ଭାରତରେ

କୁହାଯାଏ ବିବାହ ଯୋଡ଼ି ଈଶ୍ୱରଙ୍କ ଦରବାରରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। ଏହାକୁ ଖଣ୍ଡନ କରିବା ସହଜ ନୁହେଁ। ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ଏପରି ଏକ ବିରଳ ବାହାଘର ସମ୍ପନ୍ନ ହୋଇଛି। ଖଣ୍ଡଓ୍ବା ଅନ୍ତର୍ଗତ ପୁନାସା ଗଁାର ବାସିନ୍ଦା ଧନେଶ ରାଜବୈଦ ନିମାଡ ନିବାସୀ ଚେତନା ଶର୍ମାଙ୍କୁ ବିବାହ କରିଛନ୍ତି। ଉଭୟ କନ୍ୟା ଓ ବରଙ୍କ ଉଚ୍ଚତା ୩୬ ଇଞ୍ଚ। ଉଚ୍ଚତା କମ୍‌ ..

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସାଧାରଣତଃ ଉତ୍ତରପ୍ରଦେଶ ଓ ବିହାର ବୋର୍ଡ ପରୀକ୍ଷାରେ ପିଲାମାନେ ବହୁ ସମୟରେ ଅଜବ ଓ ଅଦ୍ଭୁତ ଉତ୍ତର ଲେଖିଥିବା ଶୁଣିବାକୁ ମିଳିଛି। ଏପରିକି ଭଲ ମାର୍କ୍ସ ପାଇବା ପାଇଁ ଉତ୍ତର ଖାତାରେ ଟଙ୍କା ଷ୍ଟାପଲ୍‌ କରିବାର ନଜିର ଅଛି।  ‘ବାପା ଗରିବ ଲୋକ, ପୁଣି ଥରେ ପରୀକ୍ଷା ଦେବା ଲାଗି ଟଙ୍କା ଦେଇପାରିବେ ନାହିଁ, ତେଣୁ ମୋତେ ପାସ୍‌ କରିଦିଅନ୍ତୁ’ କହି କେତେକ ପରୀ..

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଆଖି ଆଗରେ କାହାର ଛବି ନାଚି ଉଠିଥାଏ? କିଛି ସାଧାରଣ ଲୋକ ମନେ କରୁଥିବେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳ। ଏମିତି ଏକ ଧାରଣା ଜନ୍ମିବା ପଛରେ ବିଭିନ୍ନ ନେତା ଓ ସମର୍ଥକମାନଙ୍କ ଜବରଦସ୍ତ ପ୍ରଚାର, ଅସଂଖ୍ୟ ବିଜ୍ଞାପନ ଏବଂ ରାସ୍ତାକଡ଼ର ତତ୍‌ସମ୍ପର୍କିତ ଏକାଧିକ ହୋର୍ଡିଂର ପ୍ରଭାବ ବି..

ଘରଚଟିଆର ତୁଳନା ନାହିଁ

ଘରଚଟିଆର ତୁଳନା ନାହିଁ

ପୀତାମ୍ବର ରାଉତ

ମହାନ୍‌ ପରିବେଶବିତ୍‌ ମହମ୍ମଦ ଦିଲଓ୍ବାର୍‌ଙ୍କ ଉଦ୍ୟମରେ ୨୦୧୦ରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଇ ଆସୁଛି। ଘରଚଟିଆର ବୈଜ୍ଞାନିକ ନାମ ପାସେରିଡି। ଭୂମଧ୍ୟସାଗରୀୟ ଅଞ୍ଚଳରୁ ଆରମ୍ଭ କରି ବ୍ରିଟେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲଜିୟମ୍‌, ଇଟାଲୀ, ନେଦରଲାଣ୍ଡ ଓ ଫିନ୍‌ଲାଣ୍ଡ..

ଏଇ ଭାରତରେ

ଏଇ ଭାରତରେ

ଜଣେ ବ୍ୟକ୍ତି ୧୦ଲକ୍ଷ ଟଙ୍କା ରାସ୍ତାପାର୍ଶ୍ୱରୁ ପାଇ ଫେରାଇଦେବା ଘଟଣା ତାଙ୍କୁ ମହାନତାର ପରିଚୟ ଦେଇଛି। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ସ୍ବରୂପ ୨ଲକ୍ଷ ଟଙ୍କା ଦିଆଯାଇଛି।  ଦିଲୀପ ପୋଦ୍ଦାର ନାମକ ଜଣେ ବ୍ୟକ୍ତି ସୁରଟର ଉମ୍ରା ଅଞ୍ଚଳରେ ଶାଢ଼ି ଶୋ’ରୁମ୍‌ରେ ସେଲ୍ସମ୍ୟାନ୍‌ ଭାବେ କାମ କରନ୍ତି। ପୋଦ୍ଦାର ମଧ୍ୟାହ୍ନଭୋଜନ ସାରି ଡ୍ୟୁଟିକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ୱରେ ଏକ ବ୍ୟାଗ୍‌..

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା