ଖେଳ |

ପାଣ୍ଡ୍ୟା, ରାହୁଲ ସସ୍‌ପେଣ୍ଡ: ସ୍ବଦେଶ ଫେରିବେ

 ପାଣ୍ଡ୍ୟା, ରାହୁଲ ସସ୍‌ପେଣ୍ଡ: ସ୍ବଦେଶ ଫେରିବେ

ନୂଆଦିଲ୍ଲୀ/ସିଡ୍‌ନୀ, ୧୧ା୧ (ପି.ଟି.)- ଏକ  ଟିଭି ଶୋ’ରେ ମହିଳାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ୍‌ ରାହୁଲ ଭାରତର କ୍ରିକେଟ ପ୍ରଶାସକ (ସିଓଏ) ଦ୍ୱାରା ଶୁକ୍ରବାର ସସ୍‌ପେଣ୍ଡ ହୋଇଛନ୍ତି। ଅଧିନାୟକ ବିରାଟ କୋହଲି ଖେଳାଳିଦ୍ୱୟଙ୍କ ମନ୍ତବ୍ୟକୁ ସମାଲୋଚନା କରିବାର କିଛି ଘଣ୍ଟା ପରେ ଏହି ଦଣ୍ଡବିଧାନ କରାଯାଇଛି। ଫଳରେ ସିଡ୍‌ନୀଠାରେ ଶନିବାର ଆରମ୍ଭ ହେବାକୁଥିବା ୩ ମ୍ୟାଚ ବିଶିଷ୍ଟ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ ସିରିଜରୁ ଏହି ଖେଳାଳିଦ୍ୱୟଙ୍କୁ ବାଦ୍‌ ଦିଆଯାଇଛି। ସେମାନଙ୍କୁ ତୁରନ୍ତ ଭାରତ ପଠାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ପାଣ୍ଡ୍ୟା ଓ ରାହୁଲଙ୍କ ବିରୋଧରେ  ଆନୁଷ୍ଠାନିକ ତଦନ୍ତ ଆରମ୍ଭ କରାଯିବ। ଏହା ପୂର୍ବରୁ ସେମାନଙ୍କ ବିରୋଧରେ ସାନି କାରଣଦର୍ଶାଅ ନୋଟିସ ଜାରି କରାଯିବ। ସିଓଏ ଚେୟାରମ୍ୟାନ ବିନୋଦ ରାୟ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏହି ଦୁଇ କ୍ରିକେଟରଙ୍କୁ ନେଇ ‘କଫିି ଓ୍ବିଥ୍‌ କରନ’ର ଅଧ୍ୟାୟକୁ ସମ୍ପୃକ୍ତ ଚ୍ୟାନେଲ ଏହାର ଅନ୍‌ଲାଇନ୍‌ ପ୍ଲାଟଫର୍ମରୁ ହଟାଇ ଦେଇଛି।  ବିଷୟର ତଦନ୍ତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଆଭ୍ୟନ୍ତରୀଣ କମିଟି କିମ୍ବା ଜଣେ ଆଡ୍‌ହକ୍‌ ଅମ୍ବୁଡ୍ସମ୍ୟାନଙ୍କ ଦ୍ୱାରା କରାଯିବ, ତାହା ସ୍ପଷ୍ଟ କରାଯାଇନାହିଁ। ରବିବାର ପ୍ରସାରଣ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ସେକ୍ସିଷ୍ଟ ମନ୍ତବ୍ୟକୁ ନେଇ ପାଣ୍ଡ୍ୟା ତାଙ୍କ ଟ୍ବିଟର ପେଜ୍‌ରେ ଅନୁତାପ କରିଛନ୍ତି। ଏହାଛଡ଼ା ବୁଧବାର ବିସିସିଆଇର କାରଣ ଦର୍ଶାଅ ନୋଟିସର ଜବାବ ମଧ୍ୟ ଦେଇଛନ୍ତି। ରାହୁଲ କିନ୍ତୁ ଏହି ବିବାଦ ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ଦୁଇ ଖେଳାଳିଙ୍କ ଆଗକୁ ନ୍ୟୁଜିଲାଣ୍ଡ ଟୁର୍‌ ଯିବା ସମ୍ଭାବନା  ମଉଳି ଯାଇଛି।  ଟିଭି ଶୋ’ରେ ପାଣ୍ଡ୍ୟା ନିଜ ସେକ୍ସ ଲାଇଫ୍‌ ଉପରେ ଖୋଲାଖୋଲି ମନ୍ତବ୍ୟ ଦେବା ସହ ନିଜ ପରିବାର ସଦସ୍ୟଙ୍କ ଖୋଲା ଚିନ୍ତାଧାରା ନେଇ ନିଜର ମତ ରଖିଥିଲେ। ରାହୁଲ କିନ୍ତୁ ଏହି ପ୍ରସଙ୍ଗ ଉପରେ ତାଙ୍କ ମତ ଉପସ୍ଥାପନ କଲାବେଳେ ସଂଯମତା ଅବଲମ୍ବନ କରିଥିଲେ।  ସମ୍ଭବତଃ ଏହି ଦୁଇ ଖେଳାଳିଙ୍କ ସ୍ଥାନରେ ରିଷଭ ପନ୍ତ ଓ ମନୀଷ ପାଣ୍ଡେଙ୍କୁ ନିଆଯାଇପାରେ।  ସସ୍‌ପେଣ୍ଡ ହୋଇ ନ ଥିଲେ ଶନିବାର ମ୍ୟାଚରେ ପାଣ୍ଡ୍ୟା ଚୂଡ଼ାନ୍ତ ଏକାଦଶରେ ଖେଳିବା ନିଶ୍ଚିତ ଥିଲା। କିନ୍ତୁ ଫର୍ମରେ ନ ଥିବାରୁ ରାହୁଲଙ୍କର ସମ୍ଭାବନା ନ ଥିଲା। ସୂଚନାଯୋଗ୍ୟ, ବିସିସିଆଇ ଭବିଷ୍ୟତରେ  ହୁଏତ ଖେଳାଳିମାନଙ୍କୁ ଟିଭି ରିୟଲିଟି ଶୋ’ରେ ଅଂଶଗ୍ରହଣ ନେଇ କଟକଣା ଜାରି କରିପାରେ।
All Right Reserved By

ଖେଳ |

ଅଷ୍ଟ୍ରିଆରେ ଅଛି ଧ୍ୟାନ ଚାନ୍ଦଙ୍କ ଷ୍ଟାଚ୍ୟୁ

ଅଷ୍ଟ୍ରିଆରେ ଅଛି ଧ୍ୟାନ ଚାନ୍ଦଙ୍କ ଷ୍ଟାଚ୍ୟୁ

ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ହେକି ଖଳାଳି ଭାବେ ମେଜର ଧ୍ୟାନ ଚାନ୍ଦ ଜଣାଶୁଣା। ଏହି କିମ୍ବଦନ୍ତୀ ଭାରତୀୟ ଖେଳାଳିଙ୍କୁ କେବଳ ଭାରତରେ ନୁହେଁ ବିଶ୍ୱର ବିଭିନ୍ନ ପ୍ରାନ୍ତରରେ ହକି ଗୁରୁ ଭାବେ ଗ୍ରହଣ କରାଯାଏ।

ଆଇସିସି ପୁରସ୍କାରରେ କୋହଲିଙ୍କ କ୍ଲିନ ସୁଇପ୍‌

ଆଇସିସି ପୁରସ୍କାରରେ କୋହଲିଙ୍କ କ୍ଲିନ ସୁଇପ୍‌

ଦୁବାଇ,୨୨।୧(ପି.ଟି.)- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଆଇସିସି ବାର୍ଷିକ ପୁରସ୍କାରରେ କ୍ଲିନ ସୁଇପ୍‌ କରିଛନ୍ତି।

ଆଇସିସି ଟେଷ୍ଟ, ଦିନିକିଆ ଅଧିନାୟକ କୋହଲି

ଆଇସିସି ଟେଷ୍ଟ, ଦିନିକିଆ ଅଧିନାୟକ କୋହଲି

ଦୁବାଇ,୨୨।୧(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ୨୦୧୮ ବର୍ଷର ଶ୍ରେଷ୍ଠ ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଭାରତୀୟ ବ୍ୟାଟିଂ ବିଭାଗର ମେରୁଦଣ୍ଡ ବିରାଟ କୋହଲିଙ୍କୁ ଉଭୟ ଦଳର ଅଧିନାୟକ ଭାବେ ଚୟନ କରାଯାଇଛି।  

ଫ୍ରେଞ୍ଚ ଓପନରେ ଖେଳିବେ ଫେଡରର

ଫ୍ରେଞ୍ଚ ଓପନରେ ଖେଳିବେ ଫେଡରର

ମେଲବୋର୍ନ,୨୨।୧- କିମ୍ବଦନ୍ତୀ ପୁରୁଷ ସିଙ୍ଗଲ୍ସ ଖେଳାଳି ରୋଜର ଫେଡରର ଆଗାମୀ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନରେ ଖେଳିବେ।

କିଲିମାଞ୍ଜାରୋ ଆରୋହଣ ଅଭିଯାନରେ କୁଶ, ଲିପିକା

କିଲିମାଞ୍ଜାରୋ ଆରୋହଣ ଅଭିଯାନରେ କୁଶ, ଲିପିକା

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ (୫,୮୯୫ ମି/୧୯,୩୪୦ ଫୁଟ) ଆରୋହଣ କରିବେ ଓଡ଼ିଶାର ଦୁଇ ପର୍ବତାରୋହି ପ୍ରତିଭା କୁଶ ଆର୍ଲବ ଓ ଲିପିକା ସେଠ୍‌। ଏହି ଅଭିଯାନରେ କୋରାପୁଟ ଜିଲାର କୁଶ ଓ ବରଗଡ଼ର ଲିପିକା ସୋମବାର ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଛନ୍ତି। କୁଶ ଓ ଲିପିକାଙ୍କୁ ବିଦାୟ ଜଣାଇବା ପାଇଁ ଏଠାରେ ଏକ ଫ୍ଲାଗ୍‌ ଅଫ୍‌ ସେରିମନି ଆୟୋଜନ ହୋଇଥିଲା। 

ହକି ସିରିଜ ଫାଇନାଲ୍ସରେ ଭାରତ:  ଭୁବନେଶ୍ୱରରେ ପୁରୁଷ, ହିରୋସିମାରେ ମହିଳା ଦଳ ଖେଳିବ

ହକି ସିରିଜ ଫାଇନାଲ୍ସରେ ଭାରତ: ଭୁବନେଶ୍ୱରରେ ପୁରୁଷ, ହିରୋସିମାରେ ମହିଳା ଦଳ ଖେଳିବ

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ଗତବର୍ଷ ହକି ବିଶ୍ୱକପ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ସମ୍ପନ୍ନ ହୋଇଥିବାବେଳେ ଚଳିତ ବର୍ଷ ଏଠାରେ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫଆଇଏଚ୍‌) ସିରିଜ ଫାଇନାଲ୍ସ। ୨୦୧୯ରେ ହକି ସିରିଜ ଫାଇନାଲ୍ସର ମୋଟ ୩ଟି ଚରଣ ଅନୁଷ୍ଠିତ ହେବ। ପୁରୁଷ ବିଭାଗର ଦ୍ୱିତୀୟ ଚରଣ ଜୁନ ୬ରୁ ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଖେଳାଯିବ। 

ଖେଳାଳିଙ୍କୁ ମୁଣ୍ଡନ ପାଇଁ କହିବା:  ତିନି ଜଣିଆ କମିଟି ତଦନ୍ତ କରିବ

ଖେଳାଳିଙ୍କୁ ମୁଣ୍ଡନ ପାଇଁ କହିବା: ତିନି ଜଣିଆ କମିଟି ତଦନ୍ତ କରିବ

କୋଲକାତା, ୨୨ା୧ (ପି.ଟି.)-ଏକ ମ୍ୟାଚ ହାରିବା ପରେ ରାଜ୍ୟ ୧୯ ବର୍ଷରୁ କମ୍‌ ଖେଳାଳିଙ୍କୁ ମୁଣ୍ଡନ ପାଇଁ କୁହାଯାଇଥିବା ଘଟଣାର ତଦନ୍ତ ପାଇଁ ଏକ ୩ ଜଣିଆ କମିଟି ଗଠନ କରାଯିବ। ବେଙ୍ଗଲ ହକି ଆସୋସିଏଶନ (ବିଏଚ୍‌ଏ) ସମ୍ପାଦକ ସପନ ବାନାର୍ଜୀ ସୋମବାର ସୂଚନା ଦେଇଛନ୍ତି। 

ଅଞ୍ଜଳି-କାଜଲଙ୍କ ଅର୍ଦ୍ଧଶତକ, ଓଡ଼ିଶା ବିଜୟୀ

ଅଞ୍ଜଳି-କାଜଲଙ୍କ ଅର୍ଦ୍ଧଶତକ, ଓଡ଼ିଶା ବିଜୟୀ

କଟକ ଅଫିସ,୨୨ା୧- ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ୨୩ ବର୍ଷରୁ କମ୍‌ ଟି-୨୦ ଟୁର୍ନାମେଣ୍ଟରେ ଓଡ଼ିଶା ୮୬ ରନରେ ଜମ୍ମୁ କଶ୍ମୀରକୁ ପରାସ୍ତ କରିଛି । ଟୁର୍ନାମେଣ୍ଟର ପ୍ରଥମ ୩ଟି ମ୍ୟାଚ ବିଜୟୀ ହେବା ପରେ ଗତ ମ୍ୟାଚ୍‌ରେ ଓଡ଼ିଶା  ୬ ଉଇକେଟରେ ବିଦର୍ଭଠାରୁ ପରାସ୍ତ ହୋଇଥିଲା। ଜମ୍ମୁ-କଶ୍ମୀର ବିପକ୍ଷ ମ୍ୟାଚ୍‌କୁ ସହଜରେ ଜିତି ଓଡ଼ିଶା ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଛି । 

ପାଣ୍ଡ୍ୟା-ରାହୁଲ ପ୍ରଭାବ: ବ୍ୟବହାରିକ ପରାମର୍ଶ କାର୍ଯ୍ୟକ୍ରମ

ପାଣ୍ଡ୍ୟା-ରାହୁଲ ପ୍ରଭାବ: ବ୍ୟବହାରିକ ପରାମର୍ଶ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ୨୨ା୧ (ପି.ଟି.)-ମହିଳାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପରେ କ୍ରିକେଟର କେ.ଏଲ୍‌. ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଅଡୁଆରେ ପଡ଼ିଛନ୍ତି। ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ଘଟେ ସେଥିଲାଗି ପ୍ରଶାସକ କମିଟି (ସିଓଏ)  ଭାରତୀୟ ଟିମ୍‌ ପାଇଁ ବ୍ୟବହାରିକ ପରାମର୍ଶ କାର୍ଯ୍ୟକ୍ରମ ପ୍ରଚଳନ ଲାଗି ବିଚାର କରୁଛି। 

ଏପ୍ରିଲରେ ଓସିଏ ଘରୋଇ ଟୁର୍ନାମେଣ୍ଟ: ଦ୍ୱି-ଦିବସୀୟ ହେବ କଳାହାଣ୍ଡି କପ୍‌

ଏପ୍ରିଲରେ ଓସିଏ ଘରୋଇ ଟୁର୍ନାମେଣ୍ଟ: ଦ୍ୱି-ଦିବସୀୟ ହେବ କଳାହାଣ୍ଡି କପ୍‌

କଟକ ଅଫିସ, ୨୨ା୧-ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆନୁକୂଲ୍ୟରେ ହେବାକୁ ଥିବା ଆଗାମୀ ଘରୋଇ ଟୁର୍ନାମେଣ୍ଟଗୁଡ଼ିକର ଖେଳ ସୂଚୀ ଘୋଷଣା କରାଯାଇଛି। ଆସନ୍ତା ଏପ୍ରିଲରୁ ୧୬ ବର୍ଷରୁ କମ୍‌ ବାଳକ ଆନ୍ତଃ ଜିଲା, ୧୯ ବର୍ଷରୁ କମ୍‌ ବାଳକ ଆନ୍ତଃ ଜିଲା, ଆନ୍ତଃ ଜିଲା ମହିଳା ଓ କଳାହାଣ୍ଡି କପ୍‌ ଆରମ୍ଭ ହେବ। 

ଶାମପୁର ପ୍ରିମିୟର ଲିଗ୍‌: କମାଣ୍ଡୋ ଏକାଦଶ ଚାମ୍ପିୟନ

ଶାମପୁର ପ୍ରିମିୟର ଲିଗ୍‌: କମାଣ୍ଡୋ ଏକାଦଶ ଚାମ୍ପିୟନ

ଫୁଲନଖରା,୨୨।୧- କଟକ ମହାନଗର ନିଗମ s୫୬ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ରଣଜିତ୍‌ ଖେଳପଡିଆରେ ଗତ ୩ ଦିନ ଧରି ଚାଲିଥିବା ଶାମପୁର ପ୍ରିମିୟର ଲିଗ୍‌ ଉଦ୍‌ଯାପିତ ହୋଇଯାଇଛି। ସୋମବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ କମାଣ୍ଡୋ ଏକାଦଶ ପ୍ରତିପକ୍ଷ ତେନଜର ଏକାଦଶକୁ ହରାଇ ଚାମ୍ପିୟନ ହୋଇଛି। ଟସ୍‌ ଜିତି କମାଣ୍ଡୋ ୧୦ ଓଭରରେ ୯୪ ରନ ସଂଗ୍ରହ କରିଥିଲା। 

ମହିଳା ଫୁଟବଲ: ହଂକଂକୁ ହରାଇଲା ଭାରତ

ମହିଳା ଫୁଟବଲ: ହଂକଂକୁ ହରାଇଲା ଭାରତ

ହଂକଂ, ୨୨।୧(ପି.ଟି.)- ହଂକଂ ଗସ୍ତରେ ଯାଇଥିବା ଭାରତୀୟ ମହିଳା ଫୁଟବଲ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସୋମବାର ଅନୁଷ୍ଠିତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ୫-୨ ଗୋଲରେ ହଂକଂକୁ ପରାସ୍ତ କରିଛି। ଭାରତ ପକ୍ଷରୁ ଡାଙ୍ଗମେଇ ଗ୍ରେସ୍‌ ଦୁଇଟି ଗୋଲ ଦେଇ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।