ଖେଳ |

ଦିନିକିଆ ସିରିଜ: ଭାରତର ଲକ୍ଷ୍ୟ ବିଶ୍ୱକପ୍‌ ପ୍ରସ୍ତୁତି

ଦିନିକିଆ ସିରିଜ: ଭାରତର ଲକ୍ଷ୍ୟ ବିଶ୍ୱକପ୍‌ ପ୍ରସ୍ତୁତି

ସିଡ୍‌ନୀ,୧୧।୧(ପି.ଟି.)- ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ। ଟେଷ୍ଟ ସିରିଜରେ ଐତିହାସିକ ବିଜୟ ହାସଲ କରିବା ପରେ ଭ୍ରମଣକାରୀ ଭାରତ ୩ ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜରେ ବାଜି ମାରିବା ଲକ୍ଷ୍ୟରେ ରହିଛି। ସ୍ଥାନୀୟ ସିଡନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବ।

ତେବେ ଏହା ପୂର୍ବରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କୁ ନେଇ ବିବାଦ ଭାରତୀୟ କ୍ରିକେଟରେ ଝଡ଼ ସୃଷ୍ଟି କରିଛି। ଜଣାଶୁଣା ଟିଭି ଶୋ’ କଫି ଓ୍ବିଥ୍‌ କରନରେ ଏହି ଦୁଇ କ୍ରିକେଟର ନିଜ ସେକ୍ସ ଲାଇଫ୍‌ ଓ ନାରୀମାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ଫସିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏଥିପାଇଁ ଏହି ଦୁଇ ଖେଳାଳିଙ୍କୁ ବାସନ୍ଦ କରିବା ସହ ତଦନ୍ତର ନିର୍ଦ୍ଦେଶ ଦେଇଛି। ଫଳରେ ପାଣ୍ଡ୍ୟା ଓ ରାହୁଲ ଏହି ହାଇପ୍ରୋଫାଇଲ ଦିନିକିଆ ସିରିଜରୁ ବାଦ୍‌ ପଡିଛନ୍ତି। ଅନ୍ତିମ ଏକାଦଶରେ ପାଣ୍ଡ୍ୟା ସ୍ଥାନ ପାଇବା ନିଶ୍ଚିତ ଥିଲା। ତେବେ ଖରାପ ଫର୍ମ କାରଣରୁ ରାହୁଲ ପ୍ରଥମ ଦିନିକିଆରେ ନ ଖେଳିବା ଏକପ୍ରକାର ନିଶ୍ଚିତ ଥିଲା। ତେବେ ଏହି ଦୁଇ ଖେଳାଳିଙ୍କ ବିବାଦୀୟ ମନ୍ତବ୍ୟ ସହ ଭାରତୀୟ ଦଳ ଏକମତ ନୁହଁ। ଏହା ସେମାନଙ୍କର ବ୍ୟକ୍ତିଗତ ମନ୍ତବ୍ୟ ବୋଲି ଅଧିନାୟକ ବିରାଟ କୋହଲି ମ୍ୟାଚ୍‌ ପୂର୍ବରୁ ଖବରଦାତା ସମ୍ମିଳନୀରେ କହିଛନ୍ତି। 

ଓପନର ହିସାବରେ ରୋହିତ ଶର୍ମା ଓ ଶିଖର ଧାଓ୍ବନ୍‌ ବେଶ୍‌ ଦମ୍‌ଦାର ପ୍ରଦର୍ଶନ କରୁଥିବା ବେଳେ ରାହୁଲଙ୍କ ପାଇଁ ଦଳରେ ସ୍ଥାନ ଏକପ୍ରକାର ନାହିଁ। ଅବଶ୍ୟ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ସମସ୍ୟା ସୃଷ୍ଟି କରିବ। ମିଡଲ ଅର୍ଡରରେ ଭଲ ବ୍ୟାଟିଂ କରିବା ସହ ପାଣ୍ଡ୍ୟା ପୂରା ୧୦ ଓଭର ବୋଲିଂ କରିବାର କ୍ଷମତା ରଖନ୍ତି। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଏବେ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ବୋଲିଂକୁ ନେଇ ଅନ୍ତିମ ପରୀକ୍ଷା ନିରୀକ୍ଷା କରିବ। 

ଏଭଳି ପରିସ୍ଥିତିରେ ଭୁବନେଶ୍ୱର କୁମାରଙ୍କ ସମେତ ମହମ୍ମଦ ସାମି, ଖଲିଲ ଅହମ୍ମଦଙ୍କ ଉପରେ କୋହଲି ଭରସା କରିବେ। ଏସ୍‌ସିଜି ପିଚ୍‌ରେ କିଛି ପରିମାଣରେ ଘାସ ରହିଛି। ଫଳରେ ଭାରତ ୩ ଦ୍ରୁତ ବୋଲର ଓ ୨ ସ୍ପିନରଙ୍କୁ ନେଇ ପଡିଆକୁ ଓହ୍ଲାଇବା ଆଶା କରାଯାଉଛି। 

ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡର ଭାବେ ଦଳରେ ସ୍ଥାନ ପାଇବେ ବୋଲି ସୂଚନା ଦେଇଛନ୍ତି। ଚାଇନାମ୍ୟାନ କୁଲଦୀପ ଯାଦବଙ୍କ ସହିତ ସେ ସ୍ପିନ ବିଭାଗର ଦାୟିତ୍ୱରେ ରହିବେ। ପୁଣି କେଦାର ଯାଦବ ମଧ୍ୟ ପାର୍ଟ ଟାଇମ୍‌ ସ୍ପିନ୍‌ ବୋଲିଂ କରିବାର କ୍ଷମତା ରଖନ୍ତି ଓ ସେ ଆବଶ୍ୟକ ବେଳେ ଦଳ ପାଇଁ ସଙ୍କଟମୋଚକ ସାବ୍ୟସ୍ତ ହୋଇଛନ୍ତି। 

ଦୁଇ ଓପନରଙ୍କ ସମେତ କୋହଲି ୩ ନମ୍ବରରେ ବ୍ୟାଟିଂ କରିବେ। ଏହାପରେ କେଦାର, ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀ ଓ ଅମ୍ବାତି ରାୟୁଡୁ ମିଡଲ ଅର୍ଡରର ଦାୟିତ୍ୱ ସମ୍ଭାଳିବେ। ୨୦୧୮ରେ ଧୋନୀଙ୍କ ପ୍ରଦର୍ଶନ ଆଶାନୁରୂପ ହୋଇପାରି ନାହିଁ। ତାଙ୍କର ଉଭୟ ହାରାହାରି ରନ ସଂଗ୍ରହ ଓ ଷ୍ଟ୍ରାଇକ୍‌ ରେଟ୍‌ ମାମୁଲି ରହିଛି। ତେଣୁ ଧୋନୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ୪ ନମ୍ବରରେ ରାୟୁଡୁ ବ୍ୟାଟିଂ କରିବେ। ଗତ ଏସିଆ କପ୍‌ ଓ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜରେ ସେ ଆଶାନୁରୂପ ପ୍ରଦର୍ଶନ କରିଛନ୍ତି।  ଗତ ୧୧ଟି ଦିନିକିଆରେ ରାୟୁଡୁ ୫୬ ହାରରେ ୩୯୨ ରନ ସଂଗ୍ରହ କରିଛନ୍ତି। ଏଥିରେ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ସାମିଲ ରହିଛି। 

୨୦୧୬ରେ ଧୋନୀଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଆସି ୪-୧ରେ ଦିନିକିଆ ସିରିଜ ହାରିଥିଲା। ଏହି ସିରିଜରେ ରୋହିତ, କୋହଲି ଓ ଧାଓ୍ବନ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ ମଧ୍ୟ ଦଳକୁ ସିରିଜ ପରାଜୟରୁ ରକ୍ଷା କରିପାରି ନ ଥିଲେ। ସେତେବେଳେ ଅନ୍ତିମ ଦିନିକିଆରେ ମନୀଷ ପାଣ୍ଡେ ଶତକ ହାସଲ କରି ଦଳକୁ ଜିତାଇଥିଲେ ଓ ଭାରତ ୫-୦ରେ ହାରିବାରୁ ରକ୍ଷା ପାଇଯାଇଥିଲା। 

ଅଷ୍ଟ୍ରେଲିଆରେ ଭାରତର ଦିନିକିଆ ପ୍ରଦଶର୍ନ ସେତେଟା ଉତ୍ସାହଜନକ ନୁହଁ। ୧୯୮୫ ବିଶ୍ୱ ଚାମ୍ପିୟନଶିପ୍‌ ଓ ୨୦୦୮ ସିବି ସିରିଜକୁ ବାଦ ଦେଲେ ଭାରତ ଅଷ୍ଟ୍ରେଲିଆ ମାଟିରେ ୪୮ଟି ଦିନିକିଆ ଖେଳି ୩୫ରେ ପରାଜୟ ବରଣ କରିଛି। 

ଷ୍ଟିଭେନ୍‌ ସ୍ମିଥ ଓ ଡେଭିଡ ଓ୍ବାର୍ନରଙ୍କ ଅନୁପସ୍ଥିତିରୁ ଭାରତ ଏଥର ଫାଇଦା ଉଠାଇବ। ସେହିପରି  ଆଗଧାଡିର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ, ପ୍ୟାଟ କୁମିନ୍ସ ଓ ଜୋଶ ହାଜେଲଉଡଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଭାରତ ପାଇଁ ସୁବିଧାଜନକ ପରିସ୍ଥିତି ସୃଷ୍ଟି କରାଯାଇଛି। ଅଷ୍ଟ୍ରେଲିଆ ଦଳରେ ଏକମାତ୍ର ସ୍ପିନର ଭାବେ ନାଥନ ଲିୟନ ସ୍ଥାନ ପାଇଛନ୍ତି। ପୁଣି ୨୦୧୦ ପରେ ପିଟର ସିଡଲ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଇକେଟକିପର ବ୍ୟାଟ୍ସମ୍ୟାନ ଆଲେକ୍ସ କେରୀ ଅଧିନାୟକ ଆରୋନ ଫିଞ୍ଚଙ୍କ ସହ ଇନିଂସ ଓପନ କରିବେ। ଉସ୍‌ମାନ ଖ୍ବାଜା, ଶନ ମାର୍ଶ ଓ ପିଟର ହ୍ୟାଣ୍ଡ୍ସକମ୍ବ ମିଡିଲ ଅର୍ଡର ଦାୟିତ୍ୱରେ ରହିବେ। ମାର୍କସ ଷ୍ଟୋଇନ୍ସ ଓ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୬ ଓ ୭ ନମ୍ବରରେ ବ୍ୟାଟିଂ କରିବେ। ୩ ତାରକା ଦ୍ରୁତ ବୋଲର ବାଦ ପଡିଥିବାରୁ ଅଷ୍ଟ୍ରେଲୀୟ ଦ୍ରୁତ ବୋଲିଂ ବିଭାଗ ଦୁର୍ବଳ ମନେହେଉଛି। ସିଡଲ ୮ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ବାମହାତୀ ଦ୍ରୁତବୋଲର ଜାସନ ବେହରେନଡୋର୍ଫ ଦିନିକିଆ ପଦାର୍ପଣ କରିବେ। 

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ବନ, ଅମ୍ବାତି ରାୟୁଡୁ, ଦୀନେଶ କାର୍ତ୍ତିକ, କେଦାର ଯାଦବ, ମହେନ୍ଦ୍ର ସିଂ ଧୋନୀ (ଉଇକେଟ କିପର), କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ, ମହମ୍ମଦ ସାମି ଓ ମହମ୍ମଦ ସିରାଜ। 

ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଆଲେକ୍ସ କେରୀ (ଉଇକେଟ କିପର),  ଉସମାନ ଖ୍ବାଜା, ଶନ୍‌ ମାର୍ଶ, ପିଟର ହ୍ୟାଣ୍ଡ୍ସକମ୍ବ, ମାର୍କସ ଷ୍ଟୋଇନ୍ସ, ଗ୍ଲେନ ମ୍ୟାକ୍ସଓ୍ବେଲ, ନାଥନ ଲିୟନ, ପିଟର ସିଡଲ, ଝିଏ ରିଚାର୍ଡଶନ, ଜାସନ ବେହରେନଡୋର୍ଫ। 

ମ୍ୟାଚ୍‌ ଆରମ୍ଭ: ସକାଳ ୭.୫୦।

ସ୍ଥାନ: ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ।

ପ୍ରସାରଣ: ସୋନୀ ନେଟଓ୍ବର୍କ। 


All Right Reserved By

ଖେଳ |

ଭାଜପାରେ ଯୋଗଦେଲେ ଗିୌତମ

ଭାଜପାରେ ଯୋଗଦେଲେ ଗିୌତମ

ନୂଆଦିଲ୍ଲୀ,୨୨।୩(ପିଟି)- ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଗୌତମ ଗମ୍ଭୀର ଶୁକ୍ରବାର ଭାଜପାରେ ଯୋଗଦେଇଛନ୍ତି। 

ପାକିସ୍ତାନରେ ହେବ ନାହିଁ ଆଇପିଏଲ ପ୍ରସାରଣ

ପାକିସ୍ତାନରେ ହେବ ନାହିଁ ଆଇପିଏଲ ପ୍ରସାରଣ

ନୂଆଦିଲ୍ଲୀ,୨୨।୩(ପିଟି)- ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ପ୍ରସାରଣକୁ ଭାରତରେ ବ୍ୟାନ କରାଯିବା ପରେ ପାକିସ୍ତାନ ଆଇପିଏଲର ୧୨ତମ ସଂସ୍କରଣର ପ୍ରସାରଣକୁ ବ୍ୟାନ କରିଛି। 

କ୍ରିକେଟ ପଡ଼ିଆ ଛାଡି  ରାଜନୀତିରେ ଯୋଗ ଦେଲେ ଗୌତମ ଗମ୍ଭୀର: ଭାଜପାରେ  ସାମିଲ

କ୍ରିକେଟ ପଡ଼ିଆ ଛାଡି ରାଜନୀତିରେ ଯୋଗ ଦେଲେ ଗୌତମ ଗମ୍ଭୀର: ଭାଜପାରେ ସାମିଲ

ନୂଆଦିଲ୍ଲୀ, ୨୨।୩: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର କ୍ରିକେଟ ପଡ଼ିଆ ଛାଡି ରାଜନୀତିରେ ଯୋଗଦେଇଛନ୍ତି। ସେ ଭାଜପାରେ ଶୁକ୍ରବାର ସାମିଲ୍‌ ହୋଇଛନ୍ତି। 

ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି ବାସନ୍ଦ

ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି ବାସନ୍ଦ

ଲଣ୍ଡନ, ୨୧।୩(ପିଟି)- ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି  ଜୋଆଚିମ ପରସନଙ୍କୁ ଦେଢ଼ ବର୍ଷ ପାଇଁ ବାସନ୍ଦ କରାଯାଇଛି। ବେଟିଂ ସହ ଜଡ଼ିତ ହୋଇ ସେ ସ୍ପୋଟର୍‌ସ ଅଫ୍‌ କଣ୍ଡକ୍ଟ ଭଙ୍ଗ କରିଛନ୍ତି। 

ସ୍ପେଶାଲ ଅଲିମ୍ପିକ୍ସରେ ଭାରତକୁ ୩୬୮ ପଦକ

ସ୍ପେଶାଲ ଅଲିମ୍ପିକ୍ସରେ ଭାରତକୁ ୩୬୮ ପଦକ

ନୂଆଦିଲ୍ଲୀ,୨୧।୩(ପିଟି)- ୟୁଏଇର ଆବୁଧାବିଠାରେ ଚାଲିଥିବା ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସରେ ଭାରତ ୮୫ ସ୍ବର୍ଣ୍ଣ ସହ ମୋଟ ୩୬୮ ପଦକ ସହ ଅଭିଯାନ ଶେଷ କରିଛି।

ପାକିସ୍ତାନ ଖେଳାଳିଙ୍କ ନାମରେ ରହିଛି ଆଇପିଏଲ ରେକର୍ଡ

ପାକିସ୍ତାନ ଖେଳାଳିଙ୍କ ନାମରେ ରହିଛି ଆଇପିଏଲ ରେକର୍ଡ

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପ୍ରଥମ ସଂସ୍କରଣ ପରେ ପାକିସ୍ତାନ ଖେଳାଳିଙ୍କୁ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯାଉନାହିଁ। 

ମିଃ. ଆଇପିଏଲ ରାଇନା

ମିଃ. ଆଇପିଏଲ ରାଇନା

ଭାରତୀୟ ବାମହାତୀ ଷ୍ଟାଇଲିଶ ବ୍ୟାଟ୍ସମ୍ୟାନ ସୁରେଶ ରାଇନା କେତେକ ସ୍ବତନ୍ତ୍ର କାରଣ ଯୋଗୁ ମିଃ. ଆଇପିଏଲ ଭାବେ ପରିଚିତ।

ମ୍ୟାଚ୍‌ ପିଛା କେତେ କମାନ୍ତି ଚିୟରଲିଡର୍‌...

ମ୍ୟାଚ୍‌ ପିଛା କେତେ କମାନ୍ତି ଚିୟରଲିଡର୍‌...

ଜାତୀୟ ଖେଳ ‘ହକି’ ହେଲେ ମଧ୍ୟ ଭାରତରେ କ୍ରିକେଟକୁ ନେଇ ରହିଛି ଭିନ୍ନ କ୍ରେଜ୍‌। ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଏହି ଖେଳକୁ ପସନ୍ଦ କରିଥାନ୍ତି। ଏହାକୁ ନେଇ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୃଷ୍ଟି। ଏଥିରେ ଦର୍ଶକମାନେ ଖେଳାଳିଙ୍କ ଧୁଆଁଧାର ବ୍ୟାଟିଂ, ବୋଲିଂ ସହ ଚିୟରଲିଡର୍ସମାନଙ୍କ ନୃତ୍ୟକୁ ଉପଭୋଗ କରିଥାନ୍ତି।

ମିଆମୀ ମାଷ୍ଟର୍ସ ଓପନର ମୁଖ୍ୟ ପର୍ଯ୍ୟାୟରେ ପ୍ରଜନେଶ

ମିଆମୀ ମାଷ୍ଟର୍ସ ଓପନର ମୁଖ୍ୟ ପର୍ଯ୍ୟାୟରେ ପ୍ରଜନେଶ

ମିଆମି,୨୧।୩(ପିଟି)- ଦେଶର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ମାର୍ଷ୍ଟ ଓପନର ମୁଖ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେ ଜେୟ କ୍ଲାର୍କଙ୍କୁ ସିଧାସଳଖ ସେଟ୍‌ରେ ହରାଇ ଦେଇଛନ୍ତି। ପ୍ରଜନେଶ

ଦୀନେଶ କାର୍ତ୍ତିକଙ୍କ ଛାଡ଼ପତ୍ରର କାରଣ ମୁରଲୀ ବିଜୟ

ଦୀନେଶ କାର୍ତ୍ତିକଙ୍କ ଛାଡ଼ପତ୍ରର କାରଣ ମୁରଲୀ ବିଜୟ

ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ଓ ବ୍ୟାଟ୍ସମ୍ୟାନ ମୁରଲୀ ବିଜୟ ତାମିଲନାଡୁ ପକ୍ଷରୁ ରଣଜୀ ଖେଳିବା ପରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। 

କ୍ରିକେଟର ଏହି କ୍ରେଜି ଫ୍ୟାନଙ୍କୁ ଦେଖି ଖେଳାଳି ବି ଆଶ୍ଚର୍ଯ୍ୟ..

କ୍ରିକେଟର ଏହି କ୍ରେଜି ଫ୍ୟାନଙ୍କୁ ଦେଖି ଖେଳାଳି ବି ଆଶ୍ଚର୍ଯ୍ୟ..

ଆଇପିଏଲ ମହାସମର ଆରମ୍ଭ ହେବାକୁ ଆଉ କିଛିଦିନ ବାକି ଥିବାବେଳେ ତା’ପୂର୍ବରୁ ପ୍ରଶଂସକଙ୍କ ଉତ୍କଣ୍ଠା ଧିରେ ଧିରେ ବଢିବାରେ ଲାଗିଛି। 

ଟିକେଟ୍‌ ବିକ୍ରିରୁ ମିଳିବାକୁ ଥିବା ଅର୍ଥ ପୁଲଓ୍ବାମା ଶହୀଦଙ୍କୁ ଦେବ ସିଏସ୍‌କେ

ଟିକେଟ୍‌ ବିକ୍ରିରୁ ମିଳିବାକୁ ଥିବା ଅର୍ଥ ପୁଲଓ୍ବାମା ଶହୀଦଙ୍କୁ ଦେବ ସିଏସ୍‌କେ

 ଚେନ୍ନାଇ, ୨୧।୩(ପିଟି)- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ପ୍ରଥମ ଆଇପିଏଲ ମ୍ୟାଚ୍‌ର ଟିକେଟ୍‌ ବିକ୍ରିରୁ ଆୟ ହେବାକୁଥିବା ଅର୍ଥ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ଯବାନଙ୍କ ପରିବାରକୁ ଦିଆଯିବ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା