ରାଜ୍ୟ |

ଭିଏସ୍‌ଏସ୍‌ୟୁଟିରେ ପ୍ରତିଷ୍ଠା ହେବ ମହାକାଶ ପ୍ରଯୁକ୍ତି ଇନ୍‌କ୍ୟୁବେଶନ ସେଣ୍ଟର: ଇସ୍ରୋ ଦେବ ୫୦ ଲକ୍ଷ

ଭିଏସ୍‌ଏସ୍‌ୟୁଟିରେ ପ୍ରତିଷ୍ଠା ହେବ ମହାକାଶ ପ୍ରଯୁକ୍ତି ଇନ୍‌କ୍ୟୁବେଶନ ସେଣ୍ଟର: ଇସ୍ରୋ ଦେବ ୫୦ ଲକ୍ଷ

ଭୁବନେଶ୍ୱର, ୧୧।୧(ବ୍ୟୁରୋ)- ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିଏସ୍‌ଏସ୍‌ୟୁଟି)ଠାରେ ମହାକାଶ ପ୍ରଯୁକ୍ତି ଇନ୍‌କ୍ୟୁବେଶନ ସେଣ୍ଟର ପ୍ରତିଷ୍ଠା କରାଯିବ। ବିଶ୍ୱବିଦ୍ୟାଳୟର ଗବେଷଣାରତ ଛାତ୍ରୀଛାତ୍ରଙ୍କ ଦ୍ବାରା ପ୍ରଯୁକ୍ତିବିଦ୍ୟାର ପ୍ରୟୋଗରେ ଉଚ୍ଚମାନର ଭିଏସ୍‌ଏଲ୍‌ଭି ରକେଟ୍‌ ନିର୍ମାଣ କରାଯାଇପାରିଛି। ଛାତ୍ରୀଛାତ୍ରମାନଙ୍କ ବୈଷୟିକ ଦକ୍ଷତା ଓ ଉତ୍କର୍ଷ ରକେଟ୍‌ ଲଞ୍ଚତ୍ଙ୍ଗ ଗବେଷଣା କ୍ଷେତ୍ରରେ ଏକ ମାନକ ସୃଷ୍ଟି କରିଛି। ଓଡ଼ିଶା ପାଇଁ ଏହା ଗର୍ବ ଓ ଗୌରବର ବିଷୟ। ଇସ୍ରୋର ଏକ ପ୍ରତିନିଧି ଦଳ ଭିଏସ୍‌ଏସ୍‌ୟୁଟି ପରିଦର୍ଶନ କରି ଏହାର ଉଚ୍ଚକୋଟୀର ଶିକ୍ଷା ବ୍ୟବସ୍ଥାର ପ୍ରଶଂସା କରିଥିଲେ। ଛାତ୍ରୀଛାତ୍ରମାନଙ୍କ ଦ୍ବାରା ନିର୍ମିତ ରକେଟ୍‌ ଓ ଏହାର ନମୁନା ବିକାଶ ଦେଖି ଇସ୍ରୋ କର୍ତ୍ତୃପକ୍ଷ ଅଭିଭୂତ ହୋଇଥିଲେ। ଭିଏସ୍‌ଏସ୍‌ୟୁଟିର ଗବେଷଣାରତ ଛାତ୍ରୀଛାତ୍ରମାନଙ୍କ ଅଭିନବ ବୈଜ୍ଞାନିକ ଚିନ୍ତାଧାରା ଓ ମହାକାଶ ଗବେଷଣା କ୍ଷେତ୍ରରେ ଅପୂର୍ବ ଉତ୍ସାହ ଇସ୍ରୋର ଦୃଷ୍ଟି ଆକର୍ଷଣ କରିଥିଲା। ଫଳରେ ଇସ୍ରୋ ପକ୍ଷରୁ ଏକ ସ୍ବତନ୍ତ୍ର ପ୍ୟାକେଜ୍‌ ସ୍ବରୂପ ଏଠାରେ ସ୍ବତନ୍ତ୍ର ମହାକାଶ ଗବେଷଣା ଲ୍ୟାବ୍‌ ପ୍ରତିଷ୍ଠା ନିମନ୍ତେ ଇସ୍ରୋର ଚେୟାରମ୍ୟାନ ସମ୍ମତି ପ୍ରଦାନ କରିଛନ୍ତି। 

ସୁରେନ୍ଦ୍ର ସାଏ ସ୍ପେଶ୍‌ ଇନ୍‌କ୍ୟୁବେଶନ୍‌ ସେଣ୍ଟର ନାମରେ ନାମିତ ଏହି ଲ୍ୟାବ୍‌କୁ ଇସ୍ରୋ ପକ୍ଷରୁ ଇନ୍‌କ୍ୟୁବେଶନ୍‌ ସେଣ୍ଟର ସିଡ୍‌ ପାଣ୍ଠି ଭାବେ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏଥି ସହିତ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ସମସ୍ତ ପରାମର୍ଶ ଓ ସହାୟତା ଯୋଗାଇ ଦିଆଯିବ। ଏହି କେନ୍ଦ୍ର ଦ୍ବାରା ପ୍ରସ୍ତୁତ ରକେଟ୍‌ ପରୀକ୍ଷଣ ପଦ୍ଧତି ଓ ଉପକରଣ ନିମନ୍ତେ ଇସ୍ରୋ ସମସ୍ତ ପ୍ରକାର  ସହାୟତା କରିବ। ପ୍ରକଳ୍ପର କାର୍ଯ୍ୟକାରିତା ନିମନ୍ତେ ମଧ୍ୟ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ତତ୍‌ ସମ୍ପର୍କୀୟ ପାଣ୍ଠି ଯୋଗାଇଦେବେ। ଏହି ବିଶ୍ୱବିଦ୍ୟାଳୟରେ ଗବେଷଣାରତ ଛାତ୍ରୀଛାତ୍ରମାନେ ଥୁମ୍ବା, ଶ୍ରୀହରିକୋଟା କିମ୍ବା ବାଲେଶ୍ବରସ୍ଥିତ ରକେଟ୍‌ ଉତ୍‌କ୍ଷେପଣ କେନ୍ଦ୍ରକୁ ସେମାନଙ୍କ ଲଞ୍ଚତ୍ଂ ପ୍ୟାଡ୍‌ ଭାବେ ବ୍ୟବହାର କରିପାରିବେ। ଛାତ୍ରୀଛାତ୍ରମାନଙ୍କ ଏହି ପ୍ରଚେଷ୍ଟା ଆଗାମୀ ଦିନରେ ଓଡ଼ିଶାର ମହାକାଶ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବା ସହିତ ନୂତନ ଦିଗ୍‌ଦର୍ଶନ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

All Right Reserved By

ରାଜ୍ୟ |

ମାର୍ଚ୍ଚ ୨୫ରୁ ମ୍ୟାଟ୍ରିିକ ଖାତା ମୂଲ୍ୟାୟନ : କେନ୍ଦ୍ରାପଡାରେ ୨ଟି କେନ୍ଦ୍ର

ମାର୍ଚ୍ଚ ୨୫ରୁ ମ୍ୟାଟ୍ରିିକ ଖାତା ମୂଲ୍ୟାୟନ : କେନ୍ଦ୍ରାପଡାରେ ୨ଟି କେନ୍ଦ୍ର

କେନ୍ଦ୍ରାପଡା ଅଫିସ, ୨୩ା୩- ମାର୍ଚ୍ଚ ୮ରେ ଚଳିତ ଶିକ୍ଷାବର୍ଷର ମ୍ୟାଟ୍ରିକ ପରୀକ୍ଷା ଶେଷ ହୋଇଥିଲା ା ଏହି ପରୀକ୍ଷାର  ଖାତା ମୂଲ୍ୟାୟନ ପାଇଁ ମାର୍ଚ୍ଚ୨୫ ତାରିଖ ଧାର୍ଯ୍ୟ ହୋଇଛି।  

ହୋଲିରେ ରଙ୍ଗ ଖେଳି ନଦୀକୁ ଗାଧୋଇବାକୁ ଯାଇଥିବା ବାପା, ପୁଅ, ଝିଅ ମୃତ

ହୋଲିରେ ରଙ୍ଗ ଖେଳି ନଦୀକୁ ଗାଧୋଇବାକୁ ଯାଇଥିବା ବାପା, ପୁଅ, ଝିଅ ମୃତ

ରେଙ୍ଗାଲି, ୨୩।୩ (ଡି.ଏନ.ଏ):ସମ୍ବଲପୁର ଜିଲା ଠେଲକଲୋଇ ଥାନା ଅନ୍ତର୍ଗତ ଖେରୁଆଲ ଭେଡେନ ନଦୀରେ ଶୁକ୍ରବାର ତିନିଟି ଜୀବନ ଚାଲି ଯାଇଛି।

କଂଗ୍ରେସ ଟିକେଟରେ ଲଢ଼ିବାକୁ ମନାକଲେ ମୁକ୍ତିକାନ୍ତ

କଂଗ୍ରେସ ଟିକେଟରେ ଲଢ଼ିବାକୁ ମନାକଲେ ମୁକ୍ତିକାନ୍ତ

ରାଉରକେଲା ଅଫିସ,୨୩।୩:୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିରାଶ ଟିକେଟ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଖୋଲାଖୋଲି ବିଦ୍ରୋହର ରୂପ ନେଉଛି। 

ଏସ୍‌ସିବି ଏବେ ତାଲିମ କେନ୍ଦ୍ର:ତାଲିମ ନେଉଛନ୍ତି ଦେଶର ୨୩ ମେଡିକାଲ କଲେଜର ଡାକ୍ତର, ବଦଳିବ ଏମ୍‌ବିବିଏସ ପାଠ୍ୟସୂଚୀ

ଏସ୍‌ସିବି ଏବେ ତାଲିମ କେନ୍ଦ୍ର:ତାଲିମ ନେଉଛନ୍ତି ଦେଶର ୨୩ ମେଡିକାଲ କଲେଜର ଡାକ୍ତର, ବଦଳିବ ଏମ୍‌ବିବିଏସ ପାଠ୍ୟସୂଚୀ

କଟକ ଅଫିସ,୨୩।୩- ୨୦ ବର୍ଷ ପରେ ଏମ୍‌ବିବିଏସ ପାଠ୍ୟସୂଚୀରେ ପରିବର୍ତ୍ତନ ଅଣାଯିବ। ୧୯୯୭ ମସିହାରୁ ପ୍ରଚଳିତ ପାଠ୍ୟସୂଚୀ ଅନୁଯାୟୀ ଡାକ୍ତରୀ ଛାତ୍ରୀଛାତ୍ରମାନେ ପାଠ ପଢୁଥିଲେ।

ଶହୀଦଙ୍କ ଉଦ୍ଦେଶ୍ୟରେ ହୋଲି ବର୍ଜନ କଲେ କ୍ଲବ ସଦସ୍ୟ

ଶହୀଦଙ୍କ ଉଦ୍ଦେଶ୍ୟରେ ହୋଲି ବର୍ଜନ କଲେ କ୍ଲବ ସଦସ୍ୟ

କୋଲାବିରା,୨୩।୩(ଡି.ଏନ୍‌.ଏ.):ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ସମାସିଂହାସ୍ଥିତ ସୁପର କ୍ଲବ ସଦସ୍ୟମାନେ ହୋଲି ବର୍ଜନ କରିଛନ୍ତି।

ଆନ୍ତଃରାଜ୍ୟ କଫ୍‌ ସିରପ୍‌ ଚୋରାଚାଲାଣ ର଼୍ୟାକେଟର ୫ଗିରଫ

ଆନ୍ତଃରାଜ୍ୟ କଫ୍‌ ସିରପ୍‌ ଚୋରାଚାଲାଣ ର଼୍ୟାକେଟର ୫ଗିରଫ

ବଲାଙ୍ଗୀର ଅଫିସ,୨୩।୩- ବଲାଙ୍ଗୀର ଟାଉନ ଥାନା ପୋଲିସ ଆନ୍ତଃରାଜ୍ୟ କଫ୍‌ ସିରପ୍‌ ଚୋରାଚାଲାଣ ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି। ଏହି ର଼୍ୟାକେଟ୍‌ରେ ସକ୍ରିୟ ଥିବା ୫ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ା ଗିରଫ ବ୍ୟକ୍ତିମାନେ ହେଲେ ବଲାଙ୍ଗୀର ବରପାଲିପଡାର ଅଜିତ୍‌ କୁମାର ନନ୍ଦ (୨୭), ସୁଦପଡାର ଅଭିଷେକ୍‌ ଦୋରା (୨୮), ସାଲେପାଲିର ଗୁଟୁ ପାଣ୍ଡେ ଓରଫ୍‌ ଧୃବ ପାଣ୍ଡେ (୩୨), ସଦର ଥାନା ଅନ୍ତର୍ଗତ କୁଶମେଲ ଗଁାର ନାରାୟଣ ମଲ୍ଲିକ (୨୩) ଓ ତେଲିଗୋଠପଡାର ସୁବାସିଂ ମେହେର (୪୩)। 

ମହିଳାଙ୍କୁ ଅସଦାଚରଣ, ମାଡ଼:ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ମହିଳାଙ୍କୁ ଅସଦାଚରଣ, ମାଡ଼:ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ଜଟଣୀ,୨୩ା୩(ଡି.ଏନ.ଏ): ଜଟଣୀ ନିକଟବର୍ତ୍ତୀ ହରିରାଜପୁର ଛକରେ ଦୁଇ ମହିଳାଙ୍କ ଉପରେ ଶୁକ୍ରବାର ତଥା ହୋଲିରେ କେତେଜଣ ଯୁବକ ମାରଧର କରିବା ସହ ଅସଦାଚରଣ କରିବା ଘଟଣାକୁ ନେଇ ଏଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର:ନିହତ ବ୍ୟକ୍ତିଙ୍କର ପରିଚୟ ମିଳିଲା

ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର:ନିହତ ବ୍ୟକ୍ତିଙ୍କର ପରିଚୟ ମିଳିଲା

ଖୋର୍ଦ୍ଧା ଅଫିସ,୨୩।୩:ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କଲିକତା-ମାଡ୍ରାସ ୧୬ ନଂ. ଜାତୀୟ ରାଜପଥର ଦଳେଇପୁଟ ଛକରୁ ଶନିବାର ପୂର୍ବାହ୍ନରେ ମିଳିଥିବା ଅଜଣା ଯୁବକଙ୍କ ମୃତଦେହର ପରିଚୟ ମିଳିଛି। 

ଟ୍ରେନ ଧକ୍କାରେ ହରିଣ ମୃତ

ଟ୍ରେନ ଧକ୍କାରେ ହରିଣ ମୃତ

ରଘୁନାଥପୁର, ୨୩। ୩( ଡି.ଏନ.ଏ.)-  ରଘୁନାଥପୁର ବ୍ଲକ ଧଳତଙ୍ଗଗଡ ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଆସି ଟ୍ରେନ୍‌ ଧକ୍କାରେ ଏକ ଅଣ୍ଡିରା ହରିଣର ମୃତ୍ୟୁ ଘଟିଛି। 

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ମେ’ ୬ରୁ ଗ୍ରୀଷ୍ମ ଛୁଟି

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ମେ’ ୬ରୁ ଗ୍ରୀଷ୍ମ ଛୁଟି

ଭୁବନେଶ୍ୱର, ୨୩ା୩(ବ୍ୟୁରୋ)- ଆସନ୍ତା ୨ ତାରିଖରୁ ସକାଳୁଆ ସ୍କୁଲ ହେବ। ସକାଳ ସାଢ଼େ ୬ଟାରୁ ସ୍କୁଲ ଆରମ୍ଭ ହୋଇ ପୂର୍ବାହ୍ନ ସାଢ଼େ ୧୦ଟାରେ ଶେଷ ହେବ। 

ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ:କେନ୍ଦ୍ର ସରକାରଙ୍କୁ ବିଜେଡିର ସମାଲୋଚନା

ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ:କେନ୍ଦ୍ର ସରକାରଙ୍କୁ ବିଜେଡିର ସମାଲୋଚନା

ଚଣ୍ଡିଖୋଲ,୨୩ା୩(ଡି.ଏନ.ଏ.)-  ବଡ଼ଚଣା ଯୁବ ଓ ଛାତ୍ର ବିଜେଡି ତରଫରୁ ତରଫରୁ ଗୁରୁବାର ଚଣ୍ଡିଖୋଲ ଛକଠାରେ ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କାଳିଆ ଯୋଜନା ଅର୍ଥ ନ ମିଳିବା ପ୍ରତିବାଦ: ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

କାଳିଆ ଯୋଜନା ଅର୍ଥ ନ ମିଳିବା ପ୍ରତିବାଦ: ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ଚଣ୍ଡିଖୋଲ,୨୩ା୩(ଡି.ଏନ.ଏ.)- ରାଜ୍ୟ ସରକାର ଯୋଜନା ପରେ ଯୋଜନା ଘୋଷଣା କରୁଥିଲା ବେଳେ ଏହା ଲୋକଙ୍କ ନିକଟରେ ପହଞ୍ଚିପାରୁନାହଁି। ସେହିପରି ଚାଷୀଙ୍କ ଉନ୍ନତି ତଥା ଆର୍ଥତ୍କ ସହାୟତା ପାଇଁ କାଳିଆ ଯୋଜନା ପ୍ରଣୟନ କରିଥିବା ବେଳେ ଏଥିରୁ ବହୁ ଚାଷୀ ବଞ୍ଚିତ ହୋଇଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା