ଫୁରସତ |

ଏମିତି ମନ୍ଦିର ଯେଉଁଠି ପୁରୁଷ ଶାଢ଼ି ପିନ୍ଧି କରନ୍ତି ଦେବୀଙ୍କ ଦର୍ଶନ...

ଏମିତି ମନ୍ଦିର ଯେଉଁଠି ପୁରୁଷ ଶାଢ଼ି ପିନ୍ଧି କରନ୍ତି ଦେବୀଙ୍କ ଦର୍ଶନ...

କେରଳର କୋଲ୍ଲମ ଜିଲାରେ ରହିଛି କୋତାନକୁଲାଙ୍ଗରା ଦେବୀ ମନ୍ଦିର। ଏଠାରେ ଅତି ପ୍ରାଚୀନ କାଳରୁ ପ୍ରଚଳିତ ହେଉଛି ଏକ ପରମ୍ପରା। ଅର୍ଥାତ୍‌ ଏହି ମନ୍ଦିରରେ କେବଳ ମହିଳାମାନେ ପୂଜାଚ୍ଚର୍ନା କରିଥାନ୍ତି। ଏଠାରେ ପୁରୁଷଙ୍କ ପାଇଁ ପ୍ରବେଶ ମନା। ଯଦି କୌଣସି ପୁରୁଷ ଦେବୀଙ୍କ ଦର୍ଶନ କରିବାକୁ ଚାହାଁନ୍ତି ତେବେ ତାଙ୍କୁ ମହିଳାଙ୍କ ଭଳି ଶାଢ଼ି ଏବଂ ନାନା ଆଭୁଷଣ ପିନ୍ଧିବାକୁ ପଡ଼େ। ପ୍ରତିବର୍ଷ ଏଠାରେ ଚାମ୍ପାକିଲକ୍କୁ ଉତ୍ସବ ପାଳିତ ହୋଇଥାଏ। ଊତ୍ସବରେ ପୁରୁଷଙ୍କର ସମାବେଶ ହୋଇଥାଏ। ମନ୍ଦିର ପରିସରରେ ପୁରୁଷଙ୍କ ଲାଗି ଶାଢ଼ି, ଚୁଡ଼ି ଓ ନାନା ପ୍ରକାର ଆଭୁଷଣ ବିକ୍ରି ହୋଇଥାଏ। ଏହାକୁ ପିନ୍ଧି ପୁରୁଷମାନେ ଦେବୀ ମାତାଙ୍କ ଦର୍ଶନ କରିଥାନ୍ତି।


All Right Reserved By

ଫୁରସତ |

କ୍ଷୀର ପିଇ ପଡିଆକୁ ଆସୁଥିଲେ ଏହି ଖେଳାଳି: ବ୍ୟାଟରୁ ହେଉଥିଲା ଚୌକା-ଛକା ବର୍ଷା

କ୍ଷୀର ପିଇ ପଡିଆକୁ ଆସୁଥିଲେ ଏହି ଖେଳାଳି: ବ୍ୟାଟରୁ ହେଉଥିଲା ଚୌକା-ଛକା ବର୍ଷା

ଟିମ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହଓ୍ବାଗଙ୍କୁ ‘ନଜଫଗଡର ନବାବ’ କୁହାଯାଏ। ଏମିତି ବି କ୍ରିକେଟ ଦୁନିଆରେ ସଚିନ ତେନ୍ଦୁଲକରଙ୍କୁ ପ୍ରଶଂସକ ‘ଭଗବାନ’ କହୁଥିବା ବେଳେ, ବୀରୁଙ୍କ ବିସ୍ଫୋରକ ବ୍ୟାଟିଂକୁ ଭୁଲି ପାରି ନାହାନ୍ତି। 

ରକ୍ତ ପରୀକ୍ଷାରୁ ବି ଜାଣିହେବ ଅବସାଦ...

ରକ୍ତ ପରୀକ୍ଷାରୁ ବି ଜାଣିହେବ ଅବସାଦ...

ମାନସିକ ଅବସାଦ ସମ୍ପର୍କରେ ସୂଚନା ଏବେ ସହଜରେ ମିଳିପାରିବ। ଏହାଦ୍ୱାରା ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ଉପଲବ୍ଧ କରାଇବାରେ କୌଣସି ଅସୁବିଧା ରହିବ ନାହିଁ। ରକ୍ତ ଏବଂ ମୁତ୍ର ପରୀକ୍ଷାରୁ ଜଣେ ବ୍ୟକ୍ତିଙ୍କଠାରେ ମାନସିକ ଅବସାଦ ରହିଛି କି ନାହିଁ ତାହା ଜଣାପଡିଯିବ ବୋଲି ନିକଟରେ ଟ୍ରିନିଟି ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।  

ହୋଟେଲ୍‌ ଯିବା ପାଇଁ ଚଢ଼ିବାକୁ ପଡ଼େ ୬୦ ହଜାର ପାହାଚ

ହୋଟେଲ୍‌ ଯିବା ପାଇଁ ଚଢ଼ିବାକୁ ପଡ଼େ ୬୦ ହଜାର ପାହାଚ

ଚାଇନାର ୟେଲୋ ମାଉଣ୍ଟେନ୍‌ରେ ରହିଛି ଏକ ହୋଟେଲ୍‌। ହୋଟେଲ୍‌କୁ ଯିବା ପାଇଁ ୬୦ ହଜାର ପାହାଚ ଚଢ଼ିବାକୁ ପଡ଼େ। ୪ ମହଲା ବିଶିଷ୍ଟ ଏହି ହୋଟେଲ୍‌ ନାମ ହେଉଛି ଜେଡ୍‌ ସ୍କ୍ରିନ୍‌। ହୋଟେଲ୍‌ଟି ସମୁଦ୍ର ପତ୍ତନଠାରୁ ୧୮ଶହ ୩୦ମିଟର ଉଚ୍ଚରେ ରହିଛି।

ଗଛରେ ଲଟକି ରହିଛି ପେନ୍ଥା ପେନ୍ଥା ଟଙ୍କା

ଗଛରେ ଲଟକି ରହିଛି ପେନ୍ଥା ପେନ୍ଥା ଟଙ୍କା

ଦୁନିଆର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଆଇନ ତଥା ସାମାଜିକ ପରମ୍ପରା ପ୍ରଚଳିତ। ବ୍ରିଟେନ୍‌ର  ସ୍କଟିଶ୍‌ ଦ୍ୱୀପରେ ରହିଛି ଏକ ଗଛ। ଏହା କୌଣସି ସାଧାରଣ ଗଛ ନୁହେଁ। ଗଛରେ ଲଟକି ରହିଛି ପେନ୍ଥା ପେନ୍ଥା ଟଙ୍କା। 

ସେଲ୍‌ଫି ନେବାର ଅଜବ ନିଶା

ସେଲ୍‌ଫି ନେବାର ଅଜବ ନିଶା

ଆଜିକାଲି ସେଲ୍‌ଫି ନିଶା ପ୍ରାୟ ସମସ୍ତଙ୍କୁ ଘାରିଛି। କିଏ ଛାତରେ ଚଢ଼ି ସେଲ୍‌ଫି ନେଉଛି ତ କିଏ ଚଳନ୍ତା ଟ୍ରେନ୍‌ ଉପରେ ଆଉ କିଏ ଗଛ ଉପରେ। ମାତ୍ର ଆଜି ଏମିତି ଜଣେ ଯୁବତୀଙ୍କ ସେଲ୍‌ଫି ନେବା ବିଷୟରେ କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। 

ନିଜ କ୍ଷୀର ଅନ୍‌ଲାଇନ୍‌ରେ ବିକ୍ରି କରୁଛନ୍ତି ମହିଳା

ନିଜ କ୍ଷୀର ଅନ୍‌ଲାଇନ୍‌ରେ ବିକ୍ରି କରୁଛନ୍ତି ମହିଳା

ଗାଈ କିମ୍ବା ଅନ୍ୟ ଗୃହପାଳିତ ପଶୁଙ୍କର କ୍ଷୀର ପ୍ରାୟତଃ ବିକ୍ରି ହୋଇଥାଏ। ତେବେ ସାଇପ୍ରସ୍‌ରେ ଜଣେ ମହିଳା ଅନ୍‌ଲାଇନ୍‌ରେ ନିଜ କ୍ଷୀର ବିକ୍ରି କରି ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି।

ରାତିକ ପାଇଁ ବୟଫ୍ରେଣ୍ଡ୍‌ ମିଳନ୍ତି ଭଡ଼ାରେ

ରାତିକ ପାଇଁ ବୟଫ୍ରେଣ୍ଡ୍‌ ମିଳନ୍ତି ଭଡ଼ାରେ

ଦୁନିଆର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଆଇନ ତଥା ସାମାଜିକ ପରମ୍ପରା ପ୍ରଚଳିତ। ଚାଇନାରେ ଝିଅମାନଙ୍କର ଏକ ନିର୍ଦ୍ଦିଷ୍ଟ ବୟସ ପରେ ବିବାହ ହୋଇ ନ ପାରିଲେ ତାଙ୍କୁ କଳଙ୍କିନୀ କୁହାଯାଇଥାଏ। ଚାଇନା ଭାଷାରେ ତାଙ୍କୁ ‘ଶୋଗ୍‌ ନୁ’ କୁହାଯାଇଥାଏ। 

ଯେଉଁଠି କେବଳ ମହିଳା ଖେଳନ୍ତି ହୋଲି

ଯେଉଁଠି କେବଳ ମହିଳା ଖେଳନ୍ତି ହୋଲି

ଉତ୍ତର ପ୍ରଦେଶ ବୁଲେନ୍ଦଖଣ୍ଡର ହମିରପୁର ଅନ୍ତର୍ଗତ କୁଣ୍ଡରା ଗାଁରେ କେବଳ ମହିଳାମାନେ ହୋଲି ଖେଳିବାର ପରମ୍ପରା ରହିଛି। ଏଠାରେ ପୁରୁଷଙ୍କ ହୋଲି ଖେଳ ଉପରେ ଲାଗିଛି ପ୍ରତିବନ୍ଧକ। 

ଯେଉଁଠି ହୋଲିର ନାଁ ଶୁଣିଲେ ଡରି ଯାଆନ୍ତି ଲୋକେ

ଯେଉଁଠି ହୋଲିର ନାଁ ଶୁଣିଲେ ଡରି ଯାଆନ୍ତି ଲୋକେ

ରଙ୍ଗର ପର୍ବ ହୋଲି ଦେଶର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଢଙ୍ଗରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ। ହେଲେ ଗୁଜରାଟର ଏମିତି ଏକ ଗାଁ ଅଛି ଯେଉଁଠାରେ ଦୀର୍ଘ ୨ଶହ ବର୍ଷ ହେବ ହୋଲି ଖେଳାଯାଇ ନ ଥିବା କୁହାଯାଏ। 

ସେକ୍ସ ପାଇଁ ୩ ବର୍ଷର ଝିଅକୁ ମୃତ୍ୟୁମୁଖକୁ ଠେଲି ଦେଲେ ମହିଳା

ସେକ୍ସ ପାଇଁ ୩ ବର୍ଷର ଝିଅକୁ ମୃତ୍ୟୁମୁଖକୁ ଠେଲି ଦେଲେ ମହିଳା

ଲଙ୍ଗ ବିଚ୍‌,୨୧।୩: ମା’ସବୁବେଳେ ନିଜ ଛୁଆର ମଙ୍ଗଳ ଚିନ୍ତା କରିଥାଏ। ସବୁ ବାଧା ବିଘ୍ନରୁ ଦୂରେଇ ନିଜ ପଣତକାନିରେ ଲୁଚେଇ ରଖିଥାଏ। ହେଲେ ଏମିତି ବି ମା’ଥାନ୍ତି ଯାହାଙ୍କ କଥା ଶୁଣିଲେ ଯେ କେହିବି ବିଚଳିତ ହୋଇଯିବେ।

ଖୋଲିଲା ଅଣ୍ଡର ଓ୍ବାଟର ରେଷ୍ଟୁରାଣ୍ଟ : ପ୍ରଥମ ଦିନରେ ୭ ହଜାର ଟେବୁଲ ବୁକ୍‌

ଖୋଲିଲା ଅଣ୍ଡର ଓ୍ବାଟର ରେଷ୍ଟୁରାଣ୍ଟ : ପ୍ରଥମ ଦିନରେ ୭ ହଜାର ଟେବୁଲ ବୁକ୍‌

ବିଶ୍ୱର ପ୍ରଥମ ତଥା ସବୁଠୁ ବଡ଼ ଅଣ୍ଡର ଓ୍ବାଟର ରେଷ୍ଟୁରାଣ୍ଟ ବୁଧବାର ଉତ୍ତର ୟୁରୋପର ନରଓ୍ବେରେ ଖୋଲିଛି। ଏହାର ଲମ୍ବ ୪୦ ମିଟର ଏବଂ ଚଉଡ଼ା ୫ ମିଟର। ରେଷ୍ଟୁରାଣ୍ଟର ପାଚେରୀ କାଚରେ ତିଆରି ହୋଇଛି

ସୌଭାଗ୍ୟ ପାଇଁ ହୋଲିରେ କିନ୍ନରଙ୍କଠାରୁ ଆଣନ୍ତୁ ଏହି ଜିନିଷ...

ସୌଭାଗ୍ୟ ପାଇଁ ହୋଲିରେ କିନ୍ନରଙ୍କଠାରୁ ଆଣନ୍ତୁ ଏହି ଜିନିଷ...

କିନ୍ନରଙ୍କୁ ତୃତୀୟ ଲିଙ୍ଗ ଭାବେ ଗ୍ରହଣ କରାଯାଇଥାଏ। ଏମାନଙ୍କର ସୃଷ୍ଟି ଅବିକଶିତ ଭ୍ରୂଣରୁ ହୋଇଥାଏ। ଏଭଳି ଭ୍ରୂଣରେ ଏକ୍ସ ଓ ଓ୍ବାଇ କ୍ରୋମୋଜମ୍‌ ମଧ୍ୟରେ ସମନ୍ବୟ ରହି ନ ଥାଏ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା