ଖେଳ |

ବିପିଏଲ: ସ୍ମିଥଙ୍କ ଅଭିଯାନ ଶେଷ

ବିପିଏଲ: ସ୍ମିଥଙ୍କ ଅଭିଯାନ ଶେଷ

ଢାକା,୧୧।୧- ଚଳିତ ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ୍‌)ରେ ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ଅଭିଯାନ ଶେଷ ହୋଇଯାଇଛି। ଆହତ ଜନିତ ସମସ୍ୟା  ଯୋଗୁ ସେ ବଳକା ଲିଗ୍‌ରେ ଖେଳିପାରିବେ ନାହିଁ। ତାଙ୍କ କହୁଣିରେ ଆଘାତ ଲାଗିଥିବା ଫ୍ରାଞ୍ଚାଇଜ କୋମିଲା ଭିକ୍ଟୋରିଆନ୍ସ ପକ୍ଷରୁ କୁହାଯାଇଛି। ସେ ଟୁର୍ନାମେଣ୍ଟରେ ମାତ୍ର ୨ ମ୍ୟାଚ୍‌ ଖେଳିଛନ୍ତି। କହୁଣିରେ ଆଘାତ ଲାଗିବା ପରେ ସ୍ମିଥ ଦୁଇ ଦିନ ହେଲା ନେଟ୍‌ ପ୍ରାକ୍ଟିସରେ ଯୋଗଦେଇ ନାହାନ୍ତି। ତାଙ୍କ ସମସ୍ୟାର ସ୍କାନ କରାଯାଇଛି। ମାତ୍ର ରିପୋର୍ଟରୁ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ରିପୋର୍ଟକୁ ଅଷ୍ଟ୍ରେଲିଆନ ଫିଜିସିଆନଙ୍କ ନିକଟକୁ ପଠାଇବା ପରେ ସ୍ମିଥଙ୍କୁ ତୁରନ୍ତ ସ୍ବଦେଶ ଫେରିବାକୁ କୁହାଯାଇଛି ବୋଲି ଭିକ୍ଟୋରିଆନ୍ସ କୋଚ୍‌ ମହମ୍ମଦ ସଲାଉଦ୍ଦିନ କହିଛନ୍ତି। କୋମିଲା ଦଳର ନେତୃତ୍ୱ ନେଇ ସ୍ମିଥ ଦୁଇଟି ମ୍ୟାଚ୍‌ରେ ମାତ୍ର ୧୩ ରନ୍‌ କରିଛନ୍ତି। ଅନ୍ତିମ ମ୍ୟାଚ୍‌ରେ ସେ ଖାତା ଖୋଲିପାରି ନ ଥିଲେ, ଏହି ମୁକାବିଲାରେ ତାଙ୍କ ଦଳ ମାତ୍ର ୬୩ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।

All Right Reserved By

ଖେଳ |

ରେକର୍ଡ କହୁଛି ଜିତିବ ସିଏସ୍‌କେ

ରେକର୍ଡ କହୁଛି ଜିତିବ ସିଏସ୍‌କେ

ଚେନ୍ନାଇ,୨୨।୩- ସ୍ଥାନୀୟ ଏମ୍‌. ଚିଦାମ୍ବରମ ଷ୍ଟାଡିୟମ୍‌ରୁ ଆଇପିଏଲ-୧୨ ଆରମ୍ଭ ହେବାକୁ ଯାଉଛି।

ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ ସିଏସ୍‌କେ

ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ ସିଏସ୍‌କେ

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୨ତମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ ଖେଳିବାକୁ ଥିବା ଦଳମାନଙ୍କ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ହେଉଛି ସବୁଠୁ ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ। 

ଶୀର୍ଷରେ ସ୍ମୃତି ମନ୍ଧାନା, ଝୁଲନ ଗୋସ୍ବାମୀ

ଶୀର୍ଷରେ ସ୍ମୃତି ମନ୍ଧାନା, ଝୁଲନ ଗୋସ୍ବାମୀ

ଦୁବାଇ,୨୨।୩-ଭାରତୀୟ ଓପନର ସ୍ମୃତି ମନ୍ଧାନା ଓ ଫାଷ୍ଟ ବୋଲର ଝୁଲନ ଗୋସ୍ବାମୀ ମହିଳା ବ୍ୟାଟ୍ସଓମ୍ୟାନ ଓ ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। 

ମୋଦିଙ୍କ ଭିଜନରେ ଅନୁପ୍ରାଣିତ - ଗମ୍ଭୀର

ମୋଦିଙ୍କ ଭିଜନରେ ଅନୁପ୍ରାଣିତ - ଗମ୍ଭୀର

ନୂଆଦିଲ୍ଲୀ,୨୨।୩(ପିଟି)- ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଗୌତମ ଗମ୍ଭୀର ଶୁକ୍ରବାର ଭାଜପାରେ ଯୋଗଦେଇଛନ୍ତି।

୨୫  ବଲରେ ଶତକ ଲଗାଇଲେ ଓ୍ବିଲ ଜ୍ୟାକ୍ସ

୨୫ ବଲରେ ଶତକ ଲଗାଇଲେ ଓ୍ବିଲ ଜ୍ୟାକ୍ସ

ନୂଆଦିଲ୍ଲୀ,୨୨।୩(ପିଟି)- ସରେ ପାଇଁ ଖେଳୁଥିବା ଓ୍ବିଲ ଜ୍ୟାକ୍ସ ୨୫ ବଲରେ ଶତକ ଲଗାଇଛନ୍ତି।

ପାକିସ୍ତାନରେ ହେବ ନାହିଁ ଆଇପିଏଲ ପ୍ରସାରଣ

ପାକିସ୍ତାନରେ ହେବ ନାହିଁ ଆଇପିଏଲ ପ୍ରସାରଣ

ନୂଆଦିଲ୍ଲୀ,୨୨।୩(ପିଟି)- ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ପ୍ରସାରଣକୁ ଭାରତରେ ବ୍ୟାନ କରାଯିବା ପରେ ପାକିସ୍ତାନ ଆଇପିଏଲର ୧୨ତମ ସଂସ୍କରଣର ପ୍ରସାରଣକୁ ବ୍ୟାନ କରିଛି। 

କ୍ରିକେଟ ପଡ଼ିଆ ଛାଡି  ରାଜନୀତିରେ ଯୋଗ ଦେଲେ ଗୌତମ ଗମ୍ଭୀର: ଭାଜପାରେ  ସାମିଲ

କ୍ରିକେଟ ପଡ଼ିଆ ଛାଡି ରାଜନୀତିରେ ଯୋଗ ଦେଲେ ଗୌତମ ଗମ୍ଭୀର: ଭାଜପାରେ ସାମିଲ

ନୂଆଦିଲ୍ଲୀ, ୨୨।୩: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର କ୍ରିକେଟ ପଡ଼ିଆ ଛାଡି ରାଜନୀତିରେ ଯୋଗଦେଇଛନ୍ତି। ସେ ଭାଜପାରେ ଶୁକ୍ରବାର ସାମିଲ୍‌ ହୋଇଛନ୍ତି। 

ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି ବାସନ୍ଦ

ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି ବାସନ୍ଦ

ଲଣ୍ଡନ, ୨୧।୩(ପିଟି)- ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି  ଜୋଆଚିମ ପରସନଙ୍କୁ ଦେଢ଼ ବର୍ଷ ପାଇଁ ବାସନ୍ଦ କରାଯାଇଛି। ବେଟିଂ ସହ ଜଡ଼ିତ ହୋଇ ସେ ସ୍ପୋଟର୍‌ସ ଅଫ୍‌ କଣ୍ଡକ୍ଟ ଭଙ୍ଗ କରିଛନ୍ତି। 

ସ୍ପେଶାଲ ଅଲିମ୍ପିକ୍ସରେ ଭାରତକୁ ୩୬୮ ପଦକ

ସ୍ପେଶାଲ ଅଲିମ୍ପିକ୍ସରେ ଭାରତକୁ ୩୬୮ ପଦକ

ନୂଆଦିଲ୍ଲୀ,୨୧।୩(ପିଟି)- ୟୁଏଇର ଆବୁଧାବିଠାରେ ଚାଲିଥିବା ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସରେ ଭାରତ ୮୫ ସ୍ବର୍ଣ୍ଣ ସହ ମୋଟ ୩୬୮ ପଦକ ସହ ଅଭିଯାନ ଶେଷ କରିଛି।

ପାକିସ୍ତାନ ଖେଳାଳିଙ୍କ ନାମରେ ରହିଛି ଆଇପିଏଲ ରେକର୍ଡ

ପାକିସ୍ତାନ ଖେଳାଳିଙ୍କ ନାମରେ ରହିଛି ଆଇପିଏଲ ରେକର୍ଡ

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପ୍ରଥମ ସଂସ୍କରଣ ପରେ ପାକିସ୍ତାନ ଖେଳାଳିଙ୍କୁ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯାଉନାହିଁ। 

ମିଃ. ଆଇପିଏଲ ରାଇନା

ମିଃ. ଆଇପିଏଲ ରାଇନା

ଭାରତୀୟ ବାମହାତୀ ଷ୍ଟାଇଲିଶ ବ୍ୟାଟ୍ସମ୍ୟାନ ସୁରେଶ ରାଇନା କେତେକ ସ୍ବତନ୍ତ୍ର କାରଣ ଯୋଗୁ ମିଃ. ଆଇପିଏଲ ଭାବେ ପରିଚିତ।

ମ୍ୟାଚ୍‌ ପିଛା କେତେ କମାନ୍ତି ଚିୟରଲିଡର୍‌...

ମ୍ୟାଚ୍‌ ପିଛା କେତେ କମାନ୍ତି ଚିୟରଲିଡର୍‌...

ଜାତୀୟ ଖେଳ ‘ହକି’ ହେଲେ ମଧ୍ୟ ଭାରତରେ କ୍ରିକେଟକୁ ନେଇ ରହିଛି ଭିନ୍ନ କ୍ରେଜ୍‌। ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଏହି ଖେଳକୁ ପସନ୍ଦ କରିଥାନ୍ତି। ଏହାକୁ ନେଇ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୃଷ୍ଟି। ଏଥିରେ ଦର୍ଶକମାନେ ଖେଳାଳିଙ୍କ ଧୁଆଁଧାର ବ୍ୟାଟିଂ, ବୋଲିଂ ସହ ଚିୟରଲିଡର୍ସମାନଙ୍କ ନୃତ୍ୟକୁ ଉପଭୋଗ କରିଥାନ୍ତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା