ଖେଳ |

ମୁରେଙ୍କ ଅବସର ଘୋଷଣା

ମୁରେଙ୍କ ଅବସର ଘୋଷଣା

ମେଲବୋର୍ନ,୧୧।୧- ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ଆଣ୍ଡି ମୁରେ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି। ଚଳିତ ସିଜନର ଓ୍ବିମ୍ବେଲଡନ ଓପନ ତାଙ୍କର ଅନ୍ତିମ ଇଭେଣ୍ଟ ହେବ ବୋଲି ମୁରେ ହୋଇ ଶୁକ୍ରବାର କହିଛନ୍ତି। ତିନି ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଗତ ବର୍ଷ ଆହତ ସମସ୍ୟା ଯୋଗୁ ପ୍ରାୟତଃ ଖେଳି ନ ଥିଲେ। ଅଣ୍ଟା ସମସ୍ୟା ଲାଗି ସେ ଅଷ୍ଟ୍ରେଲିଆନ ଓପନର ଗତ ସଂସ୍କରଣରେ ଖେଳି ନ ଥିଲେ। ଅସ୍ତ୍ରୋପଚାର କରାଇବା ପରେ ଓ୍ବିମ୍ବେଲଡନ ଓପନରେ ଖେଳିଥିଲେ। ଏହାପରେ ସେ ଫୁଲ ଫିଟନେସକୁ ଗୁରୁତ୍ୱ ଦେଇ ବଳକା ଟୁର୍ନାମେଣ୍ଟରେ ଓହରି ଯାଇଥିଲେ। ଚଳିତ ସିଜନ ଆରମ୍ଭରୁ ବ୍ରିସ୍‌ବେନ ଓପନର ଦ୍ୱିତୀୟ ରାଉଣ୍ଡରୁ ବିଦା ହୋଇଥିଲେ। ଗୁରୁବାର ନୋଭାକ ଜୋକୋଭିଚ୍‌ଙ୍କ ସହ ଏକ ଘଣ୍ଟାରୁ କମ୍‌ ସମୟ ପାଇଁ ଅଭ୍ୟାସ କରିବା ପରେ ସେ ଅବସର ସମ୍ପର୍କିତ ନିଷ୍ପତ୍ତି ନେଇଛନ୍ତି। ମୋତେ ସୀମା ମଧ୍ୟରେ ରହି ଖେଳିବାକୁ ପଡ଼ୁଛି। ଏହା ସହିତ ଅତ୍ୟଧିକ ଯନ୍ତ୍ରଣା ମୋତେ ଅଭ୍ୟାସ କିମ୍ବା ପ୍ରତିଦ୍ୱନ୍ଦ୍ୱିତାମୂଳକ ଟେନିସ ଖେଳିବାକୁ ଅନୁମତି ଦେଉନାହିଁ। ମୋ ଖେଳ ଜୀବନର ଅନ୍ତ କରିବା ଲାଗି ଓ୍ବିମ୍ବେଲଡନ ଶ୍ରେଷ୍ଠ ସ୍ଥାନ। ମାତ୍ର ମୁଁ ସେ ପର୍ଯ୍ୟନ୍ତ ଖେଳିପାରିବି କି ନାହିଁ ଜାଣିନାହିଁ। ଚଳିତ ଅଷ୍ଟ୍ରେଲିଆନ ଓପନ ଟୁର୍ନାମେଣ୍ଟ ମଧ୍ୟ ମୋର ଅନ୍ତିମ ଇଭେଣ୍ଟ ହୋଇପାରେ ବୋଲି ଭାବବିହ୍ବଳ ହୋଇ ବ୍ରିଟିଶ ଖେଳାଳି ମୁରେ ମେଲବୋର୍ନଠାରେ କହିଛନ୍ତି।

All Right Reserved By

ଖେଳ |

ଅବସର ଏବେ ନୁହେଁ- ପେସ

ଅବସର ଏବେ ନୁହେଁ- ପେସ

ନୂଆଦିଲ୍ଲୀ,୨୪।୧- ଭେଟେରାନ ଲିଆଣ୍ଡର ପେସ ଏବେ ଅବସର ନେବେ ନାହିଁ। ୧୮ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଜିତି ସାରିଥିଲେ ମଧ୍ୟ ୪୫ ବର୍ଷୀୟ ଖେଳାଳି ଟେନିସ ଖେଳିବା ଜାରି ରଖିବେ ବୋଲି କହିଛନ୍ତି। 

ପାକିସ୍ତାନ ଗସ୍ତରୁ ଓହରିଲେ ଷ୍ଟାଫାନି ଟେଲର

ପାକିସ୍ତାନ ଗସ୍ତରୁ ଓହରିଲେ ଷ୍ଟାଫାନି ଟେଲର

କିଙ୍ଗ୍‌ଷ୍ଟନ,୨୪।୧-  ଇଣ୍ଡିଜ୍‌ ମହିଳା ଦଳ ଚଳିତ ମାସରେ ପାକିସ୍ତାନ ଗସ୍ତରେ ୩ ଟି୨୦ ମ୍ୟାଚ୍‌ ଖେଳିବ। ଏହି ଘୋଷଣା ପରେ ଇଣ୍ଡିଜ ଦଳର ଅଧିନାୟିକା ଷ୍ଟାଫାନି ଟେଲର ସିରିଜ୍‌ରୁ ଓହରି ଯାଇଛନ୍ତି।

ଇଣ୍ଡୋନେସିଆ ମାଷ୍ଟର୍ସ: ସିନ୍ଧୁ, ଶ୍ରୀକାନ୍ତ କ୍ୱାର୍ଟରରେ

ଇଣ୍ଡୋନେସିଆ ମାଷ୍ଟର୍ସ: ସିନ୍ଧୁ, ଶ୍ରୀକାନ୍ତ କ୍ୱାର୍ଟରରେ

ଜାକାର୍ତ୍ତା(ଇଣ୍ଡୋନେସିଆ),୨୪।୧(ପି.ଟି.)- ଷ୍ଟାର ଭାରତୀୟ ଶଟଲର ପି. ଭି. ସିନ୍ଧୁ ଓ କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଇଣ୍ଡୋନେସିଆ ମାଷ୍ଟର୍ସ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। 

 ଭାରତକୁ ଜିତାଇଲେ ମନ୍ଧାନା

ଭାରତକୁ ଜିତାଇଲେ ମନ୍ଧାନା

ନାପିଏର,୨୪।୧- ପୁରୁଷ ଦଳ ଭଳି ଭାରତୀୟ ମହିଳା ମ୍ୟାକଲିନ ପାର୍କଠାରେ ସହଜ ବିଜୟ ସହ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିଛି। 

ଜୋହାନ ବୋଥାଙ୍କ ଅବସର

ଜୋହାନ ବୋଥାଙ୍କ ଅବସର

ସିଡ୍‌ନୀ,୨୪।୧- ପୂର୍ବତନ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଜୋହାନ ବୋଥା ହଠାତ ଅବସର ଘୋଷଣା କରିଛନ୍ତି। ଚଳିତ ବିଗ୍‌ ବାଶ ଲିଗ୍‌ରେ ହାବର୍ଟ ହରିକେନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବୋଥା ଗୁରୁବାର ଏହି ନିଷ୍ପତ୍ତି ନେଇଛନ୍ତି। 

ପାକିସ୍ତାନ ଗସ୍ତ କରିବ ଇଣ୍ଡିଜ ମହିଳା ଦଳ

ପାକିସ୍ତାନ ଗସ୍ତ କରିବ ଇଣ୍ଡିଜ ମହିଳା ଦଳ

କରାଚୀ,୨୪।୧- ପାକିସ୍ତାନ କ୍ରିକେଟ ବୋର୍ଡକୁ ଗୁରୁବାର ଏକ ବଡ଼ ଆଶ୍ୱସ୍ତ ମିଳିଛି। ଇଣ୍ଡିଜ ମହିଳା ଦଳ ଚଳିତ ମାସର ଶେଷ ଆଡକୁ ପାକିସ୍ତାନ ଗସ୍ତ କରିବ। ଏଠାରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳିବ।

ବାସନ୍ଦ ହୋଇପାରନ୍ତି ସର୍ଫରାଜ

ବାସନ୍ଦ ହୋଇପାରନ୍ତି ସର୍ଫରାଜ

ଡର୍ବାନ,୨୪।୧- ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସର୍ଫରାଜ ଖଁା ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ ହୋଇପାରନ୍ତି।

ଅଷ୍ଟ୍ରେଲିଆନ ଓପନ: ଫାଇନାଲରେ କ୍ୱିଟୋଭା-ଓସାକା

ଅଷ୍ଟ୍ରେଲିଆନ ଓପନ: ଫାଇନାଲରେ କ୍ୱିଟୋଭା-ଓସାକା

ମେଲବୋର୍ନ,୨୪।୧- ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ମହିଳା ସିଙ୍ଗଲ୍ସ ବର୍ଗର ଫାଇନାଲ ଲଢ଼େଇ ସ୍ପଷ୍ଟ ହୋଇଯାଇଛି। ଦୁଇ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ପେଟ୍ରା କ୍ୱିଟୋଭା ଏବଂ ୟୁଏସ୍‌ ଓପନ ଚାମ୍ପିୟନ ନାଓମି ଓସାକାଙ୍କ ମଧ୍ୟରେ ଟାଇଟଲ ପାଇଁ ମୁକାବିଲ ହେବ। 

ଅନ୍ତିମ ୨ ଦିନିକିଆ, ଟି୨୦ ସିରିଜରୁ କୋହଲିଙ୍କୁ ବିଶ୍ରାମ;  ରୋହିତଙ୍କ ନେତୃତ୍ୱ

ଅନ୍ତିମ ୨ ଦିନିକିଆ, ଟି୨୦ ସିରିଜରୁ କୋହଲିଙ୍କୁ ବିଶ୍ରାମ; ରୋହିତଙ୍କ ନେତୃତ୍ୱ

ନାପିଏର, ୨୪।୧(ପି.ଟି.)- ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଓ ଅତ୍ୟଧିକ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ଭାରତୀୟ ଅଧିନାୟକ ତଥା ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଅନ୍ତିମ ଦୁଇଟି ମୁକାବିଲା ଓ ଟି୨୦ ସରିଜରୁ ବିଶ୍ରାମ ଦିଆଯାଇଛି।

ମହିଳା ଫୁଟ୍‌ବଲ: ହଂକଂ ବିପକ୍ଷରେ ଭାରତ ଦ୍ୱିତୀୟ ବିଜୟ

ମହିଳା ଫୁଟ୍‌ବଲ: ହଂକଂ ବିପକ୍ଷରେ ଭାରତ ଦ୍ୱିତୀୟ ବିଜୟ

ନୂଆଦିଲ୍ଲୀ, ୨୪।୧ (ପି.ଟି.)- ମିଡ୍‌ ଫିଲ୍ଡର ଇନ୍ଦୁମଥି କାଥିରେସାନଙ୍କ ଗୋଲ ବଳରେ ଭାରତୀୟ ମହିଳା ଘରୋଇ ହଂକଂକୁ ବୁଧବାର ଖେଳାଯାଇଥିବା ଆନ୍ତର୍ଜାତିକ ବନ୍ଧ୍ବତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍‌ରେ ୧-୦ ଗୋଲରେ ପରାସ୍ତ କରିଛି। 

ବିହାରିଲାଲ ସ୍ମାରକୀ କ୍ରିକେଟ: ବିହାରିଲାଲ ଚାମ୍ପିୟନ

ବିହାରିଲାଲ ସ୍ମାରକୀ କ୍ରିକେଟ: ବିହାରିଲାଲ ଚାମ୍ପିୟନ

ପୁରୁଣା ଭୁବନେଶ୍ୱର,୨୪।୧(ଡି.ଏନ.ଏ.)- ସ୍ଥାନୀୟ ପୋଖରୀପୁଟ ଖେଳପଡ଼ିଆରେ ଚାଲୁଥିବା ବିହାରୀ ଜେନା ମେମୋରିଆଲ କ୍ରିକେଟ୍‌ ଟୁର୍ନମେଣ୍ଟରେ ଆୟୋଜକ ବିହାରିଲାଲ ଫାଇଟର୍ସ ଚାମ୍ପିୟନ ହୋଇଛି। ବୁଧବାର ଖେଳାଯାଇଥିବା ଫାଇନାଲରେ ଘରୋଇ ଦଳ ଶହୀଦ ସ୍ପୋର୍ଟିଂକୁ ହରାଇ ଟାଇଟଲ ହାସଲ କରିଛି । 

ଭୁବନେଶ୍ୱର ଆନ୍ତଃ ସ୍କୁଲ କ୍ରିକେଟ:  ବିଜେଇଏମ୍‌, କିସ୍‌ର ବୃହତ୍‌ ବିଜୟ

ଭୁବନେଶ୍ୱର ଆନ୍ତଃ ସ୍କୁଲ କ୍ରିକେଟ: ବିଜେଇଏମ୍‌, କିସ୍‌ର ବୃହତ୍‌ ବିଜୟ

ଭୁବନେଶ୍ୱର,୨୪।୧(ସ୍ପୋଟର୍‌ସ ବ୍ୟୁରୋ)- ଭେଟେରାନ କ୍ରିକେଟ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ସ୍ଥାନୀୟ ବି.ଜେ.ବି. କଲେଜ ଗ୍ରାଉଣ୍ଡରେ ଚାଲିଥିବା ୧୭ତମ ଭୁବନେଶ୍ୱର ଆନ୍ତଃ ସ୍କୁଲ କ୍ରିକେଟ ଟୁର୍ନାମେଣ୍ଟରେ ବୁଧବାର ଅନୁଷ୍ଠିତ ମ୍ୟାଚ୍‌ଗୁଡିକରେ ବିଜେଇଏମ୍‌ ଓ କିସ୍‌ ବୃହତ୍‌ ବିଜୟ ହାସଲ କରିଛନ୍ତି।