ଅପରାଧ | ବାଲେଶ୍ୱର

ଅପେରାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଅପେରାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ବନ୍ତ,୧୧।୧(ସ୍ବ.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ଥାନା ଧାନଘର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଯାଇଛି। ଗ୍ରାମର ଦେବେନ୍ଦ୍ର ଦାସଙ୍କ ଘରୁ ନଗଦ ୧ ଲକ୍ଷ ଟଙ୍କା ଓ ୭ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଚୋରି ହୋଇଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଗାଁ ଛକରେ ଅପେରା ଚାଲିଥିବା ବେଳେ ପରିବାରର ସମସ୍ତ ସଦସ୍ୟ   ଘରେ ତାଲା ପକାଇ ଅପେରା ଦେଖିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ତାଲା ଭାଙ୍ଗି ଘରୁ ଚୋରିକରିଥିବା ଜଣାପଡ଼ିଛି। ଦେବେନ୍ଦ୍ରଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।


All Right Reserved By

ଅପରାଧ | ବାଲେଶ୍ୱର

ଭିଜିଲାନସ ଜାଲରେ ବୌଦ୍ଧ ଖାଉଟି ସୁରକ୍ଷା ମଞ୍ଚର ଷ୍ଟେନୋ

ଭିଜିଲାନସ ଜାଲରେ ବୌଦ୍ଧ ଖାଉଟି ସୁରକ୍ଷା ମଞ୍ଚର ଷ୍ଟେନୋ

ବୌଦ୍ଧ, ୧୮।୩ (ସ୍ବ.ପ୍ର.)-   ବୌଦ୍ଧ ଖାଉଟି ସୁରକ୍ଷା ମଞ୍ଚର ଷ୍ଟେନୋ  ସୋମବାର ବୌଦ୍ଧ ଭିଜିଲାନସ ବିଭାଗ ଦ୍ୱାରା ଗିରଫ ହୋଇଛନ୍ତି। ଭିଲାନସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲାର ଜାମପାଲି ଗ୍ରାମର ସତ୍ୟ ପ୍ରଧାନ ନିଜ ଘରର ବିଦ୍ୟୁତ୍‌ ବିଲ ରେଗୁଲାର ପୈଠ କରୁଥିଲେ ମଧ୍ୟ ବିଦ୍ୟୁତ୍‌ ବିଭାଗ (ସାଉଥକୋ) ପକ୍ଷରୁ ୪୧ ହଜାର ଟଙ୍କା ଫାଇନ କରିଛନ୍ତି। 

୪ କୁଇଣ୍ଟାଲ ମହୁଲପୋଚ, ଦେଶୀ ରନ୍ଧାମଦ ଜବତ

୪ କୁଇଣ୍ଟାଲ ମହୁଲପୋଚ, ଦେଶୀ ରନ୍ଧାମଦ ଜବତ

କୋଲାବିରା,୧୮।୩ (ଡି.ଏନ.ଏ.): ଝାରସୁଗୁଡା ଜିଲା କୋଲାବିରା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେଶୀରନ୍ଧା ମଦ ପ୍ରସ୍ତୁତ କରାଯାଇ ବ୍ୟବସାୟ କରାଯାଉଛି। ଲୋକେ ଏହାକୁ ଆୟର ପନ୍ଥା ଭାବେ ଗ୍ରହଣ କରି ନେଉଛନ୍ତି। 

ପାଟ୍ରୋଲିଂ ବେଳେ ଧରାପଡିଲେ  ୧୦ ବାଇକ୍‌ ଜବତ: ୨ ଗିରଫ

ପାଟ୍ରୋଲିଂ ବେଳେ ଧରାପଡିଲେ ୧୦ ବାଇକ୍‌ ଜବତ: ୨ ଗିରଫ

କଟକ ଅଫିସ, ୧୮।୩- ରାତିରେ ପାଟ୍ରୋଲିଂ ବେଳେ ଚୌଦ୍ୱାର ପୋଲିସ ହାତରେ ଧରାପଡିଛନ୍ତି ବାଇକ ଚୋର ଗ୍ୟାଙ୍ଗ୍‌ର ୨ ଜଣ ସଦସ୍ୟ। ସେମାନେ ହେଲେ କେନ୍ଦ୍ରାପଡା ଜିଲା ପାଟକୁରା ଥାନା ଅନ୍ତର୍ଗତ ଗାରଡପୁର ଅଞ୍ଚଳର ପ୍ରଦୀପ ସାହୁ ଓରଫ୍‌ ବାବୁଲି(୩୫) ଏବଂ ଟାଙ୍ଗୀ ଥାନା ଅନ୍ତର୍ଗତ ନରପଡା ଅଞ୍ଚଳର ଇନାମ ଖଁା(୨୬)। 

ଜାଲ୍‌ ନୋଟ୍‌ କାରଖାନା ଉପରେ ଚଢାଉ: ୨ ଗିରଫ

ଜାଲ୍‌ ନୋଟ୍‌ କାରଖାନା ଉପରେ ଚଢାଉ: ୨ ଗିରଫ

ପାରଳାଖେମୁଣ୍ଡି, ୧୮ା୩(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହରସ୍ଥ ଶ୍ରୀଧର ନଗର ଅଞ୍ଚଳର ଏକ ଜାଲ୍‌ ନୋଟ୍‌ କାରଖାନା ଉପରେ ସୋମବାର ପୋଲିସ ଚଢାଉ କରିଛି।

ବ୍ୟବସାୟିକ ଶତ୍ରୁତାରୁ ଗୁଳିମାଡ:  ବାଲିଆପାଳରେ ଆତଙ୍କ

ବ୍ୟବସାୟିକ ଶତ୍ରୁତାରୁ ଗୁଳିମାଡ: ବାଲିଆପାଳରେ ଆତଙ୍କ

ବାଲିଆପାଳ, ୧୮ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ-କମର୍ଦ୍ଦା ରାସ୍ତାର ଗୁନାପୁର ଗ୍ରାମ ଗଡାପୋଲ ନିକଟରେ ବ୍ୟବସାୟିକ ଶତ୍ରୁତାରୁ ଜଣେ ବ୍ୟବସାୟୀଙ୍କୁ ରବିବାର ଅପରାହ୍ନରେ ଗୁଳିମାଡ ହୋଇଛି।

ବୋଲେରୋ ଚୋରି ଘଟଣା:  ଅନ୍ୟ ସହଯୋଗୀ ଗିରଫ

ବୋଲେରୋ ଚୋରି ଘଟଣା: ଅନ୍ୟ ସହଯୋଗୀ ଗିରଫ

ବଡବିଲ, ୧୮।୩ (ସ୍ବ.ପ୍ର.) - କେନ୍ଦୁଝର ଜିଲା ବଡବିଲ ଥାନା ପୋଲିସ ଏକ ବୋଲେରୋ ଚୋରି ଘଟଣାରେ ସମ୍ପୃକ୍ତ ଅନ୍ୟତମ ସହଯୋଗୀଙ୍କୁ ଗିରଫ କରିଛି। 

ଧରାପଡ଼ିଲେ ଦୁଇ ବ୍ରାଉନସୁଗାର ବେପାରୀ

ଧରାପଡ଼ିଲେ ଦୁଇ ବ୍ରାଉନସୁଗାର ବେପାରୀ

ଭୁବନେଶ୍ୱର,୧୮ା୩(ବ୍ୟୁରୋ) : ବ୍ରାଉନସୁଗାର ବ୍ୟବସାୟୀଙ୍କ ଉପରେ ଏବେ    କମିଶନରେଟ ପୋଲିସ ଟାର୍ଗେଟ କରିଛି। ଏହି ଧଳା ଜହର କାରବାର ଉପରେ ରୋକ୍‌ ଲଗାଇବା ପାଇଁ ଚଢାଉ ଜୋରଦାର ହୋଇଛି। 

କଲ୍ୟାଣ ମଣ୍ଡପ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିମାଡ଼ ଘଟଣା: ଦୁଇଦିନ ପରେ ବି ସୁରାକ ପାଉନି ପୋଲିସ

କଲ୍ୟାଣ ମଣ୍ଡପ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିମାଡ଼ ଘଟଣା: ଦୁଇଦିନ ପରେ ବି ସୁରାକ ପାଉନି ପୋଲିସ

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଶହୀଦନଗର ଥାନା ଅନ୍ତର୍ଗତ ଟଙ୍କପାଣି ରୋଡ୍‌ ସାଇ ମନ୍ଦିର ନିକଟ ଖଟାମିଠା କଲ୍ୟାଣ ମଣ୍ଡପରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ଜ୍ଞାନ ରଞ୍ଜନ ମଲ୍ଲିକଙ୍କ ଉପରକୁ ଶନିବାର ଭୋର୍‌ରେ ଗୁଳିମାଡ଼ ହୋଇଥିଲା। 

ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଇଞ୍ଜିନିୟର ଗିରଫ

ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଇଞ୍ଜିନିୟର ଗିରଫ

ଭୁବନେଶ୍ୱର,୧୮।୩ (ବ୍ୟୁରୋ) : ସ୍ତ୍ରୀଙ୍କୁ ନିର୍ଯାତନା ଦେବା ସହ ମାଡ଼ ମାରିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଇଞ୍ଜିନିୟର ସ୍ବାମୀଙ୍କୁ ରବିବାର ଗିରଫ କରିଛି। ଅଭିଯୁକ୍ତ ସ୍ବାମୀ ହେଲେ ସାରଦା ପ୍ରସାଦ ମହାନ୍ତି। 

ଧରାପଡ଼ିଗଲା ଭାଉଜଙ୍କ ସହ ପରକୀୟା ପ୍ରୀତି: ସାନ ଭାଇକୁ ଭୁଜାଲିରେ ହାଣିଲେ ବଡ଼ଭାଇ

ଧରାପଡ଼ିଗଲା ଭାଉଜଙ୍କ ସହ ପରକୀୟା ପ୍ରୀତି: ସାନ ଭାଇକୁ ଭୁଜାଲିରେ ହାଣିଲେ ବଡ଼ଭାଇ

ଭୁବନେଶ୍ୱର,୧୮।୩(ବ୍ୟୁରୋ):  ପରକୀୟା ପ୍ରୀତିକୁ ନେଇ ଏୟାରଫିଲ୍ଡ ଥାନା ଅନ୍ତର୍ଗତ କ୍ଷେତ୍ରପାଳ ଅଞ୍ଚଳରେ ରବିବାର ଘଟିଛି ଏକ ଅଭାବନୀୟ ଘଟଣା। ବଡ଼ ଭାଇର ରଡ୍‌ ଓ ଭୁଜାଲି ଆକ୍ରମଣରେ ସାନଭାଇ ଗୁରୁତର ଆହତ ହୋଇଛନ୍ତି। 

ସିମେଣ୍ଟ ଦୋକାନରୁ ୫ଲକ୍ଷ ୨୫ହଜାର ଟଙ୍କା ଚୋରି:  ଅଭିଯୁକ୍ତ ନାବାଳକଙ୍କ ମା, ବାପା ଗିରଫ

ସିମେଣ୍ଟ ଦୋକାନରୁ ୫ଲକ୍ଷ ୨୫ହଜାର ଟଙ୍କା ଚୋରି: ଅଭିଯୁକ୍ତ ନାବାଳକଙ୍କ ମା, ବାପା ଗିରଫ

ବ୍ରହ୍ମପୁର ଅଫିସ,୧୮ା୩-ବିଏନ୍‌ପୁର ଥାନା ଗୋଇଲୁଣ୍ଡି ଛକସ୍ଥିତ ଏକ ସିମେଣ୍ଟ ଦୋକାନରୁ ଶୁକ୍ରବାର ୫ଲକ୍ଷ ୨୫ହଜାର ଟଙ୍କା ଚୋରି ଘଟଣାରେ ପୋଲିସକୁ ସଫଳତା ମିଳିଛି। ସିସିଟିଭି ଫୁଟେଜ୍‌ ଦେଖି ଟଙ୍କା ଚୋରିରେ ସମ୍ପୃକ୍ତ ନାବାଳକଙ୍କ ମା’, ବାପାଙ୍କୁ ପୋଲିସ ଗିରଫ କରିଛି । 

ମଦ ଜବତ: ୨ ଗିରଫ

ମଦ ଜବତ: ୨ ଗିରଫ

ଆସିକା,୧୭।୩ (ଡି.ଏନ୍‌.ଏ.) - ଆସିକା ପୋଲିସ ରବିବାର ସକାଳେ ଆସିକା ଥାନା ବାଲିତିରା ଗ୍ରାମ ନିକଟରେ ଚାଲିଥିବା ଏକ ଚୋରା ମଦଭାଟି ଉପରେ ଚଢାଉ କରି ୪ଶହ ଲିଟର ରନ୍ଧାମଦ ଜବତ କରିବା ସହ ୧୫ଶହ ଲିଟର ପୋଚ ନଷ୍ଟ କରିଛି। ଏନେଇ ଗ୍ରାମର ସରୋଜ ନାୟକଙ୍କୁ ଗିରଫ କରାଯାଇଛି। ଅନ୍ୟ ୩ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏ ନେଇ ନଂ.୮୪, ୮୫, ୮୬, ୮୭/୧୯ରେ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପୀତବାସ ଧାରୁଆ ସୂଚନା ଦେଇଛନ୍ତି। ସେହିପରି ଗାଙ୍ଗପୁର ପୋଲିସ ରବିବାର ବଡ଼ବୋରସିଙ୍ଗି ଗ୍ରାମରେ ଚଢ଼ାଉ କରି ୯୪ ଲିଟର ବିଦେଶୀ ଓ ୧୦୦ ଲିଟର ଦେଶୀ ମଦ ଜବତ କରିବା ସହ ଜଳନ୍ଧର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ  କରିଥିବା ଆଇଆଇସି ସତ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା