ରାଜ୍ୟ |

୨ ଗୋରୁ ବୋଝେଇ କଣ୍ଟେନର ଜବତ, ୫ ଗିରଫ

୨ ଗୋରୁ ବୋଝେଇ କଣ୍ଟେନର ଜବତ, ୫ ଗିରଫ

କଟକ ଅଫିସ, ୧୧|୧- ବେଆଇନ ଭାବେ ଗୋରୁ ଚାଲାଣବେଳେ ଗୁରୁବାର ରାତିରେ ଚୌଦ୍ୱାର ଓ ଜଗତପୁର ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରି ୧୬ ନଂ. ଜାତୀୟ ରାଜପଥର ବିରୂପା ପୋଲ ଉପରୁ ଦୁଇଟି ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିଛି। ଉକ୍ତ କଣ୍ଟେନରଗୁଡିକରୁ ମୋଟ ୧୭୬ ଗୋରୁଙ୍କୁ ଉଦ୍ଧାର କରାଯାଇଥିବାବେଳେ ୩ ଗୋରୁ ମରିଯାଇଥିବା ଜଣାପଡିଛି। ଏ ନେଇ ଜଗତପୁର ଥାନା ପୋଲିସ ଏକ ମାମଲା ୭/୧୯ ରୁଜୁ କରିବା ସହ ଗୋରୁ ଚାଲାଣରେ ସମ୍ପୃକ୍ତ ୫ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧା ଜିଲା ବେଗୁନିଆ ଅଞ୍ଚଳର ଛବି ନାୟକ, ଏସ୍‌.କେ. କବିର, ନୟାଗଡ଼ ଗଡ଼ବାଣୀକିଲୋ ଅଞ୍ଚଳର ଅବଦୁଲ ରଫୁଦ୍ଦିନ ଖଁା, ବିଶାଖାପାଟଣାର ମହମ୍ମଦ ଇବ୍ରାହିମ୍‌ ଓ କଲିକତା ହାଓଡ଼ା ଅଞ୍ଚଳର ବିକାଶ ମଲିକ।

ପୋଲିସ ସୂଚନାନୁସାରେ, ଖୋର୍ଦ୍ଧା ଜିଲା ବେଗୁନିଆ ଅଞ୍ଚଳରୁ କଲିକତା ଖଡ଼ଗପୁରକୁ ଗୋରୁ ଚାଲାଣ କରାଯାଉଥିବା ସମ୍ପର୍କରେ ଖବର ମିଳିଥିଲା। ଜଗତପୁର ଓ ଚୌଦ୍ୱାର ଥାନାର ଏକ ମିଳିତ ପୋଲିସ ଟିମ୍‌ ଜାତୀୟ ରାଜପଥରେ ଜଗି ରହିଥିଲା। ଦ୍ରୁତଗତିରେ ସନ୍ଦେହଜନକ ଅବସ୍ଥାରେ ଯାଉଥିବା ଦୁଇଟି କଣ୍ଟେନର (ଟିଏସ୍‌୧୨ୟୁଏ-୪୮୦୮ ଓ ଟିଏସ୍‌୧୨ୟୁଏ-୫୫୮୯)କୁ  ପୋଲିସ ଟିମ୍‌ ବିରୂପା ବ୍ରିଜ ଉପରେ ଅଟକାଇ ଯାଞ୍ଚ କରିବାରୁ ଗୋରୁ ଚାଲାଣ ହେଉଥିବା ଜଣାପଡିଥିଲା। ଜୀବନ୍ତ ଅବସ୍ଥାରେ ଉଦ୍ଧାର ଗୋରୁଙ୍କୁ  ଚୌଦ୍ୱାର ଥାନା ଅନ୍ତର୍ଗତ ମଙ୍ଗରାଜ ନଦିଗଁାସ୍ଥିତ ଗୋଶାଳାରେ ଛଡ଼ାଯାଇଛି। 

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲାରୁ କଲିକତାକୁ ବେଆଇନ ଭାବେ ଗୋରୁ ଚାଲାଣ ଚାଲିଛି। ବାରମ୍ବାର ଗୋରୁଗାଡ଼ି ଧରାପଡୁଛି। ବିଭିନ୍ନ ସ୍ଥାନରେ ଗୋରୁ ସୁରକ୍ଷା କର୍ମୀମାନେ ଗୋରୁଗାଡିକୁ ଧରି ପୋଲିସ ଜିମା ଦେଇଥାନ୍ତି। ହେଲେ ଏହି କାରବାର ବନ୍ଦ ହୋଇପାରୁନି। ଗୋରୁ ମାଫିଆଙ୍କଠାରୁ ପୋଲିସ ଓ ନେତା ନିୟମିତ ବଟି ନେଇ ପରୋକ୍ଷ ସୁରକ୍ଷା ଦେଉଥିବା ଅନେକ ସମୟରେ ଅଭିଯୋଗ ହେଉଛି। ପୁଣି ଏଥିରେ ଅପରାଧୀଙ୍କ ସମ୍ପୃକ୍ତି ରହୁଥିବା ମଧ୍ୟ ନଜିର ରହିଛି। ବିଶେଷକରି ପ୍ରତି ରାତିରେ ଗୋରୁଗାଡିଗୁଡିକ ଜାତୀୟ ରାଜପଥରେ ଦ୍ରୁତଗତିରେ ଯାଇଥାନ୍ତି। ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟି ଧନଜୀବନ ହାନି ଘଟିଥାଏ। ଏହାସତ୍ତ୍ୱେ ଗୋଚାଲାଣକୁ ପୋଲିସ ସମ୍ପୂର୍ଣ୍ଣ ରୋକିବାରେ ସକ୍ଷମ ହୋଇପାରୁନି କାହିଁକି ବୋଲି ପ୍ରଶ୍ନ ଉଠୁଛି। 

All Right Reserved By

ରାଜ୍ୟ |

ପ୍ରକାଶ ପାଇଲା  ବିଧାନସଭା ଲାଗି ଭାଜପାର ପ୍ରାର୍ଥୀ ତାଲିକା : ୯୯ ଟି ଆସନ ଲାଗି ନାମ ଘୋଷଣା କଲା ଦଳ

ପ୍ରକାଶ ପାଇଲା ବିଧାନସଭା ଲାଗି ଭାଜପାର ପ୍ରାର୍ଥୀ ତାଲିକା : ୯୯ ଟି ଆସନ ଲାଗି ନାମ ଘୋଷଣା କଲା ଦଳ

ନୂଆଦିଲ୍ଲୀ/ଭୁବନେଶ୍ୱର୨୧/୩_(ବ୍ୟୁରୋ): ଗୁରୁବାର ରାଜ୍ୟ ବିଧାନସଭା ଆସନ ଲାଗି ଭାଜପାର ୯୯  ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ  ପାଇଛି।


ପ୍ରକାଶ ପାଇଲା ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଓଡ଼ିଶାରୁ ୧୦

ପ୍ରକାଶ ପାଇଲା ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଓଡ଼ିଶାରୁ ୧୦

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୧।୩(ଡି.ଏନ୍‌.ଏ.): ୨୦୧୯ ଲୋକ ସଭା ନିର୍ବାଚନ ଲାଗି ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଗୁରୁବାର ପ୍ରକାଶ ପାଇଛି। 

ଭାଜପାରେ ମିଶିଲେ ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି

ଭାଜପାରେ ମିଶିଲେ ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି

ଭୁବନ ୨୧।୩(ଡି.ଏନ.ଏ.)-ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରବାଳକାନ୍ତି ସାହୁ ଗୁରୁବାର ଭାଜପାରେ ଯୋଗଦେଇଛନ୍ତ। ଜିଲା ଉପସଭାପତି ଶତ୍ରୁଘ୍ନ ଜେନାଙ୍କ ତତ୍ତ୍ୱାବଧାନରେ ଭୁବନେଶ୍ୱରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଭାଜପାରେ ସାମିଲ ହୋଇଛନ୍ତି। ଏହି ଅବସରରେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

୫ ବର୍ଷର ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

୫ ବର୍ଷର ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

କଟକ ଅଫିସ,୨୧।୩: କଟକ ଜିଲା ଜଗତପୁର ଅଞ୍ଚଳରେ ୫ ବର୍ଷର ଜଣେ ନାବାଳିକାକୁ ବୁଧବାର ବଳାତ୍କାର ହୋଇଥିବା ଅଭିଯୋଗ ହୋଇଥିଲା। ଘଟଣାରେ ୪୦ ବର୍ଷର ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। 

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼: ଜଣେ ମୃତ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼: ଜଣେ ମୃତ

ଝାରସୁଗୁଡା,୨୧।୩: ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳର ମଣ୍ଡଳିଆସ୍ଥିତ ଏକ ଜଳାଶୟ ନିକଟରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି  ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି। 

ସ୍ବାମୀଙ୍କ ଚିକିତ୍ସା ପାଇଁ ୩ ବର୍ଷର ଝିଅକୁ ବିକିଲେ ମା’

ସ୍ବାମୀଙ୍କ ଚିକିତ୍ସା ପାଇଁ ୩ ବର୍ଷର ଝିଅକୁ ବିକିଲେ ମା’

ଭୁବନେଶ୍ୱର,୨୧।୩(ବ୍ୟୁରୋ): ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ଗୁରୁବାର ସକାଳେ ଭିଡ଼ ଦେଖିବାକୁ ମିଳିଛି। ନୟାଗଡ଼ର ଜଣେ ମହିଳା ତାଙ୍କ ୩ ବର୍ଷର ଝିଅକୁ ଅନ୍ୟ ଜଣଙ୍କୁ ବିକୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଛନ୍ତି। 

ବିଜେଡି ଛାଡ଼ିଲେ ବାସନ୍ତୀ

ବିଜେଡି ଛାଡ଼ିଲେ ବାସନ୍ତୀ

ଭୁବନେଶ୍ୱର,୨୧।୩(ବ୍ୟୁରୋ):  ଗଜପତି ଜିଲା ମୋହନା ବିଧାୟିକା ବାସନ୍ତି ମଲ୍ଲିକ ଗୁରୁବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ଟିକେଟ ନ ମିଳିବାରୁ ସେ ଅସନ୍ତୁଷ୍ଟ ଥିଲେ। ଏଯାବତ୍‌ ୩ ଏମ୍‌ପି ଏବଂ ୫ ବିଧାୟକ ବିଜେଡି ଛାଡ଼ିଥିବା ଜଣାପଡ଼ିଛି। 

ଝୁଲଣ ମଣ୍ଡପରେ ଝୁଲିରେ ରାଧାକୃଷ୍ଣ, ଶୁଣିଲେ ନୂଆ ପାଞ୍ଜି

ଝୁଲଣ ମଣ୍ଡପରେ ଝୁଲିରେ ରାଧାକୃଷ୍ଣ, ଶୁଣିଲେ ନୂଆ ପାଞ୍ଜି

କାକଟପୁର,୨୧।୩(ଡି.ଏନ୍‌.ଏ.): ଫଗୁଦଶମୀଠାରୁ ଗାଁ ଗାଁ ବୁଲି ଚାଚେରୀ ଭୋଗ ଖାଇଥିବା ପ୍ରଭୁ ରାଧାକୃଷ୍ଣ ଗୁରୁବାର ଅପରାହ୍ନରେ ସ୍ବମନ୍ଦିରରେ ପହଞ୍ଚିଛନ୍ତି। ମନ୍ଦିର ପାଖରେ ଥିବା ଝୁଲଣ ମଣ୍ଡପ, ଦୋଳବେଦିରେ ସଜିତ ବିମାନରେ ରାଧାକୃଷ୍ଣଙ୍କୁ ଝୁଲାଇ ଦିଆଯାଇଛି।

ଭାଜପାରେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ

ଭାଜପାରେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ

ଭୁବନେଶ୍ୱର, ୨୧।୩(ବ୍ୟୁରୋ): ଭାଜପାରେ ଯୋଗଦେଲେ ବିଜେଡି ଏମ୍‌ପି ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ। ଗୁରୁବାର ଭାଜପା କାର୍ଯ୍ୟାଳୟରେ ଆୟୋଜିତ  ମିଶ୍ରଣ ପର୍ବରେ ସେ ସାମିଲ ହୋଇଛନ୍ତି।  

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବଲାଙ୍ଗୀର ଅଫିସ,୨୧।୩ : ବଲାଙ୍ଗୀର ମାଲଗୋଦାମପଡ଼ାରୁ ଚାଲାଣ ହେଉଥିବା ବିପୁଳ ପରିମାଣର ବେଆଇନ କଫ୍‌ ସିରପ୍‌କୁ ଗୁରୁବାର ବଲାଙ୍ଗୀର ପୋଲିସ ଜବତ କରିବା ସହ ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଛି।

ହାତ ଧରିବେ ପ୍ରତ୍ୟୁଷା

ହାତ ଧରିବେ ପ୍ରତ୍ୟୁଷା

ଭୁବନେଶ୍ୱର,୨୧।୩(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନକୁ ନେଇ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଜଣଙ୍କ ପରେ ଜଣେ ନେତା ଦଳବଦଳ ନୀତି ଆପଣାଉଛନ୍ତି। ବିଶେଷକରି ରାଜ୍ୟର ପ୍ରମୁଖ ଦଳ ବିଜେଡିରୁ ଅଧିକାଂଶ ନେତା ଦଳ ଛାଡ଼ି ଭାଜପା ଓ କଂଗ୍ରେସ ମୁହାଁ ହେଉଛନ୍ତି। ଏହି କ୍ରମରେ ବୁଧବାର ବିଜେଡି ଛାଡ଼ିଥିଲେ କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ସେ ଏବେ କଂଗ୍ରେସରେ ଯୋଗଦେବେ ବୋଲି ଜଣାପଡ଼ିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁବାର ଏହା ସ୍ପଷ୍ଟ କରିଛନ୍ତି। 

ବିଜେଡି ଇସ୍ତାହାର କମିଟି ବୈଠକ

ବିଜେଡି ଇସ୍ତାହାର କମିଟି ବୈଠକ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଇସ୍ତାହାର ପ୍ରସ୍ତୁତ ପ୍ରକ୍ରିୟା ଜାରି ରଖିଛି। ଏ ନେଇ ଦଳୀୟ କାର୍ଯ୍ୟାଳୟରେ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା