ବାଲେଶ୍ୱର

ଅଙ୍ଗନଓ୍ବାଡି କର୍ମୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ମୃତକଙ୍କ ପରିବାରକୁ ସହାୟତା ଦାବି

ଅଙ୍ଗନଓ୍ବାଡି କର୍ମୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ମୃତକଙ୍କ ପରିବାରକୁ ସହାୟତା ଦାବି

ହାଟଡିହୀ, ୧୧।୧ (ଡି.ଏନ.ଏ.) - ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ହାଟଡିହୀ ବ୍ଲକର କୁସଟିକିରୀ ଅଙ୍ଗନଓ୍ବାଡି କେନ୍ଦ୍ର କର୍ମୀ କିରଣ ନାଇକଙ୍କ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଥିଲା। ଭାରତୀୟ ମଜ୍‌ଦୁର ସଂଘ ପକ୍ଷରୁ ଶତାଧିକ ଅଙ୍ଗନଓ୍ବାଡି କର୍ମୀ ହାଟଡିହୀ ବ୍ଲକ କାର୍ଯ୍ୟାଳୟ ଫାଟକ ସମ୍ମୁଖ ଆନନ୍ଦପୁର- ଭଦ୍ରକ ୫୩ ନଂ ରାଜ୍ୟ ରାଜପଥରେ କିରଣଙ୍କ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ମୃତ କିରଣଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ସହାୟତା ସହ ପରିବାରର ଜଣଙ୍କୁ ଚାକିରି ପ୍ରଦାନ ଲାଗି ବିକ୍ଷୋଭକାରୀମାନେ ଦାବି କରିଥିଲେ। ଏପରିକି ସେମାନେ କୌଣସି କର୍ମଚାରୀଙ୍କୁ ଅଫିସ ଭିତରକୁ ପୁରାଇ ଦେଇ ନ ଥିଲେ। ଆନନ୍ଦପୁର ଉପଜିଲାପାଳ ରବୀନ୍ଦ୍ର କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କ ସହିତ ଆଲୋଚନା କରିଥିଲେ। ମୃତକଙ୍କ ପରିବାରକୁ ନିୟମ ଅନୁଯାୟୀ ଯଥାସମ୍ଭବ ସହାୟତା  ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ରେଡକ୍ରସ ପାଣ୍ଠିରୁ ଉପଜିଲାପାଳ ସାହୁ ୨୫ ହଜାର ଟଙ୍କା ପ୍ରଦାନ କରିଥିଲେ। ତହସିଲଦାର ଗାୟତ୍ରୀ ସୋରେନ, ବିଡିଓ ସୁଶାନ୍ତ ବାରିକ, ନନ୍ଦିପଦା ଆଇଆଇସି ଦିବ୍ୟକାନ୍ତି ଲାକ୍ରା, ଡିଏସ୍‌ପି ଦିଲୀପ ବାଗ୍‌, ସିଡିପିଓ ସୌଦାମିନୀ ନାୟକ, ଜିଲା ସଭାନେତ୍ରୀ ମମତା ବାରିକ, ସମ୍ପାଦକ ସୁଷମାରାଣୀ ସାହୁ, ରାଜ୍ୟ ସମ୍ପାଦକ ଡାକ୍ତର ମହାନ୍ତ, ଜିଲା ସଭାପତି ଉମାକାନ୍ତ ଦାସ, ପ୍ରଭାରୀ କାମପାଳ ନାୟକ, ଘସିପୁରା ଆଇଆଇସି ବିରଞ୍ଚି ବାଗ୍‌ ଓ ସୋସୋ ଆଇଆଇସି ମୁକ୍ତିକାନ୍ତ କୁଲୁ ପ୍ରମୁଖ ଉପସ୍ଥିତ ଥିଲେ।

All Right Reserved By

ବାଲେଶ୍ୱର

ବାସୁଦେବପୁର ନିର୍ବାଚନମଣ୍ଡଳୀରେ ଭାଜପାର ପ୍ରଚାର: ଭୋଟ ନିବେଦନ

ବାସୁଦେବପୁର ନିର୍ବାଚନମଣ୍ଡଳୀରେ ଭାଜପାର ପ୍ରଚାର: ଭୋଟ ନିବେଦନ

ବାସୁଦେବପୁର,୨୦।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ନିର୍ବାଚନମଣ୍ଡଳୀରେ  ଶନିବାର ଭାଜପା ପକ୍ଷରୁ ଏକ ବାଇକ୍‌ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। 

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦହେଲେ  ବଦ୍ରି ପାତ୍ର

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦହେଲେ ବଦ୍ରି ପାତ୍ର

ଆନନ୍ଦପୁର,୨୦।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ନିର୍ବାଚନମଣ୍ଡଳୀରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରୁଥିବା କିଛି ବିରୋଧୀଙ୍କ ଭିତ୍ତିହୀନ ମନ୍ତବ୍ୟ ଏବଂ ନିର୍ବାଚନୀ ହିଂସାକୁ ଉସୁକାଇବା ଘଟଣାକୁ ନେଇ ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଗୁହାରି କରିଛନ୍ତି।

ମିଥ୍ୟା ଅଭିଯୋଗକୁ ଆଧାର କରି ଥାନା ଘେରିଲେ ବିଜେଡି କର୍ମୀ

ମିଥ୍ୟା ଅଭିଯୋଗକୁ ଆଧାର କରି ଥାନା ଘେରିଲେ ବିଜେଡି କର୍ମୀ

ଆନନ୍ଦପୁର,୨୦।୪(ସ୍ବ.ପ୍ର.): ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ନିର୍ବାଚନୀ ହିଂସା କ୍ରମେ ବୃଦ୍ଧି ପାଇବାରେ ଲାଗିଛି। ଏହି ଆଧାରରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦମାନେ ଆକ୍ଷେପ ପ୍ରତିଆକ୍ଷେପ ମୂଳକ ଭାବେ ନିଜ ନିଜ ପ୍ରତିଦ୍ୱନ୍ଦ୍ୱୀ ଦଳ ବିରୋଧରେ ଅଭିଯୋଗ କରୁଛନ୍ତି।

ବ୍ୟବସାୟୀଙ୍କୁ ଭୁଜାଲିମାଡ଼ ଅଭିଯୋଗ: ରାଜନୈତିକ ଶତ୍ରୁତା ନେଇ ସନ୍ଦେହ

ବ୍ୟବସାୟୀଙ୍କୁ ଭୁଜାଲିମାଡ଼ ଅଭିଯୋଗ: ରାଜନୈତିକ ଶତ୍ରୁତା ନେଇ ସନ୍ଦେହ

ବାଲେଶ୍ୱର ଅଫିସ, ୨୦।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋର ଥାନା ଅଧୀନ ଉପର ଆଡ଼ିଆ ଗ୍ରାମରେ ଶୁକ୍ରବାର ରାତିରେ ଜଣେ ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଥିଲା।

କେନ୍ଦୁଝର ସମାବେଶରେ ବର୍ଷିଲେ ଧର୍ମେନ୍ଦ୍ର: ଦୁଇ ପଟ୍ଟନାୟକ ଖଣି ଲୁଟୁଛନ୍ତି; ପର ତିଅଣରେ ଅତିଥି ସତ୍କାର କରୁଛନ୍ତି ନବୀନ

କେନ୍ଦୁଝର ସମାବେଶରେ ବର୍ଷିଲେ ଧର୍ମେନ୍ଦ୍ର: ଦୁଇ ପଟ୍ଟନାୟକ ଖଣି ଲୁଟୁଛନ୍ତି; ପର ତିଅଣରେ ଅତିଥି ସତ୍କାର କରୁଛନ୍ତି ନବୀନ

କେନ୍ଦୁଝର/ରାଇସୁଆଁ,୨୦।୪(ସ୍ବ.ପ୍ର./ଡି.ଏନ୍‌.ଏ.): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ତିନି ଦିନ ବାକି। ଏହି ପରିପ୍ରେକ୍ଷୀରେ ଭାଜପା ପକ୍ଷରୁ ନିର୍ବାଚନ ପ୍ରଚାରକୁ ଜୋରଦାର କରାଯାଉଛି। ଶନିବାର କେନ୍ଦୁଝର ଜିଲାକୁ ତୋଫାନି ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ ଉଦ୍‌ବୋଧନ ଦେଇଛନ୍ତି। 

ପାଟଣାରେ ଧର୍ମେନ୍ଦ୍ରଙ୍କ ଭୋଟଭିକ୍ଷା: ଭବାନୀ ଶଙ୍କର, ଅନନ୍ତ ନାଏକଙ୍କୁ  ଜିତାଇବା ଲାଗି ଆହ୍ବାନ

ପାଟଣାରେ ଧର୍ମେନ୍ଦ୍ରଙ୍କ ଭୋଟଭିକ୍ଷା: ଭବାନୀ ଶଙ୍କର, ଅନନ୍ତ ନାଏକଙ୍କୁ ଜିତାଇବା ଲାଗି ଆହ୍ବାନ

ପାଟଣା,୨୦।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ତୁରୁମୁଙ୍ଗାସ୍ଥିତ ନିନୁହାଁ ଫୁଟବଲ ପଡ଼ିଆରେ ଭାଜପାର ବିଜୟ ସଂକଳ୍ପ ସଭା ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। 

ବିଜେଡି ରୋଡ଼୍‌ ଶୋ’ ସମୟରେ ଗୋଷ୍ଠୀକନ୍ଦଳ

ବାରିପଦା ଅଫିସ,୨୦।୪:  ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ ଅଧୀନ ବହଳଦା କଲେଜ ନିକଟରେ ଶୁକ୍ରବାର ବିଜେଡି ରୋଡ଼୍‌ ଶୋ’ କରୁଥିବା ବେଳେ ଗଣ୍ଡଗୋଳ ଘଟିଥିଲା। 

ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତଙ୍କ ବାଇକ୍‌ ଶୋଭାଯାତ୍ରା

ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତଙ୍କ ବାଇକ୍‌ ଶୋଭାଯାତ୍ରା

ତିହିଡ଼ି,୨୦।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ନିର୍ବାଚନମଣ୍ତଳୀ ତିହିଡି ବ୍ଲକ ଅଧୀନ କୋହ୍ଲ ପଞ୍ଚାୟତରେ ଶନିବାର ପୂର୍ବାହ୍ମରେ ବାସୁଦେବପୁର ବିଜେଡି ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ବାଇକ୍‌ ଶୋଭାଯାତ୍ରା କରିଛନ୍ତି। 

ଟ୍ରାଫିକ୍‌ ପରିଚାଳନା ଅଭାବ: ୧ ଘଣ୍ଟା ଅଟକି ରହିଲା ଯାନବାହନ

ଟ୍ରାଫିକ୍‌ ପରିଚାଳନା ଅଭାବ: ୧ ଘଣ୍ଟା ଅଟକି ରହିଲା ଯାନବାହନ

କେନ୍ଦୁଝର,୨୦।୪(ସ୍ବ.ପ୍ର.): କେନ୍ଦୁଝର ସହରରେ ଉପଯୁକ୍ତ ଟ୍ରାଫିକ୍‌ ପରିଚାଳନା ଅଭାବରୁ ଯାତାୟାତ ବ୍ୟାହତ ହୋଇପଡିଛି। ଫଳରେ ଶନିବାର ମଧୁପୁର ଓ ଶିରିପୁର ରାସ୍ତାରେ ଦୀର୍ଘ ଘଣ୍ଟା ଧରି ଯାନବାହନ ଅଟକି ରହିଛ।

ରାସ୍ତାରେ ଉନ୍ନତମାନର ମାଙ୍ଗାନିଜ

ରାସ୍ତାରେ ଉନ୍ନତମାନର ମାଙ୍ଗାନିଜ

ଯୋଡ଼ା, ୨୦।୪(ଡି.ଏନ.ଏ.): ଯୋଡ଼ା ମୁଖ୍ୟ ରାସ୍ତାରେ ଥିବା ସରକାରୀ ଡାକ୍ତରଖାନା ସମ୍ମୁଖରେ ଟ୍ରକ୍‌ରୁ ଉନ୍ନତମାନର ମାଙ୍ଗାନିଜ ପଡିବାରୁ ସାଧାରଣ ପଥଚାରୀ ହନ୍ତସନ୍ତ ହେଉଛନ୍ତି। 

ଭାଜପାର ବିଜୟ ସଂକଳ୍ପ ସଭା

ଭାଜପାର ବିଜୟ ସଂକଳ୍ପ ସଭା

ଢେଙ୍କିକୋଟ, ୨୦ା୪(ଡି.ଏନ.ଏ.): ଢେଙ୍କିକୋଟ ପଞ୍ଚାୟତ ଟିକିରା ଗ୍ରାମ ପଡ଼ିଆରେ ଶୁକ୍ରବାର ୪ଟା ବେଳେ ଭାଜପାର ଏକ ବିଜୟ ସଂକଳ୍ପ ସଭା ହୋଇଥିଲା। 

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ ଘଟଣା: ଜେଲ ଗଲେ ଅଭିଯୁକ୍ତ

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ ଘଟଣା: ଜେଲ ଗଲେ ଅଭିଯୁକ୍ତ

ଭଦ୍ରକ ଅଫିସ, ୨୦।୪ - ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ବାଣିତିଆ ପଞ୍ଚାୟତ ଅଧୀନ ଏକ ଗ୍ରାମର ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ପରେ ହତ୍ୟା ଉଦ୍ୟମ ଘଟଣାରେ ଗିରଫ ଅଭିଯୁକ୍ତ ଗଗନ ବେହେରା(୫୫)ଙ୍କୁ ଶୁକ୍ରବାର କୋର୍ଟ ଚାଲାଣ  କରାଯାଇଥିଲା।


Model This Week

କ୍ରିଷ୍ଣା
Why Dharitri