ବାଲେଶ୍ୱର

ଖଣିରେ ପଶି କର୍ମଚାରୀଙ୍କୁ ମାଡ, ୫ ଗିରଫ

ଯୋଡ଼ା,୧୧।୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ଇନ୍ଦ୍ରାଣୀ ପଟ୍ଟନାୟକ ଖଣିରେ ପଶି କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗରେ ପୋଲିସ ୫ ଜଣଙ୍କୁ ଗିରଫ କରିିଛି| ବାମେବାରୀ ଥାନା ଅଧିକାରୀ ପରେଶ କୁମାର ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ଭାରତ ବନ୍ଦ ବେଳେ ସିଟୁ ଦଳର ଆନ୍ଦୋଳନକାରୀମାନେ ଉକ୍ତ ଖଣିରେ ପଶି ଖଣିର କେତେକ ଅଧିକାରୀ ଓ କର୍ମଚାରୀମାନଙ୍କୁ କାହିଁକି ଖଣି ଚାଲୁ ରଖିଛ କହି ଗୋଇଠା , ବିଧା, ମୁଥ ମାରିଥିଲେ ା ଏହି ଘଟଣା ସୋସିଆଲ ସାଇଡ୍‌ରେ ପ୍ରସାରିତ ହୋଇଥିଲା ଏବଂ  କମ୍ପାନୀ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ା ଏନେଇ ବାମେବାରୀ ପୋଲିସ ଏକ ମାମଲା  (ନଂ.୦୩/୧୯) ରୁଜୁ କରି  ବୁଧବାର ରାତିରେ ଏହି ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ  ଗିରଫ କରିଛି ା ସେମାନେ ହେଲେ ଚମ୍ପୁଆ ମଙ୍ଗଳପୁରର ଶଙ୍କର୍ଷଣ ପ୍ରଧାନ, ବିହାର ରାଜ୍ୟ ଚାପରା ଅଞ୍ଚଳର ସଞ୍ଜୟ ରାଏ, ଅନୁଗୁଳୁ ବାଲିପଶିର ବୁଧଦେବ ମହାନ୍ତ, ମଧୁପୁର ଧାନବାଦ୍‌ର କମଳ ମିୟା ଏବଂ ଧନୟ ମହାନ୍ତ।  ଏ ସମ୍ପର୍କରେ ସିଟୁ ଦଳର ଶ୍ରମିକ ନେତା ଇନ୍ଦ୍ରମଣି ବେହେରାଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ମାଡମାରିଥିବା ଆନ୍ଦୋଳନକାରୀମାନେ ତାଙ୍କ ଦଳର। ପୋଲିସ ରାତିରେ ସେମାନଙ୍କୁ ଗିରଫ କରିଛି ା ଏ ଘଟଣା ସମ୍ପର୍କରେ ସେ କିଛି ଜାଣି ନଥିଲେ , ମ୍ୟାନେଜମେଣ୍ଟ ସହିତ କଥାବାର୍ତ୍ତା ହେବାପରେ ଜାଣିବାକୁ ପାଇଥିଲେ ା ଦଳ ପକ୍ଷରୁ ଏପରି ମାଡ ମାରିବା ଘଟଣା ପୂର୍ବରୁ କେବେ ହୋଇନାହିଁ ା ଯଦିଓ ଏହା ହୋଇଛି ତେବେ ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି। 

All Right Reserved By

ବାଲେଶ୍ୱର

ଦଳୀୟ ପତାକା ପୋଡ଼ି, ଭଙ୍ଗାରୁଜା

ଦଳୀୟ ପତାକା ପୋଡ଼ି, ଭଙ୍ଗାରୁଜା

ଚାନ୍ଦବାଲି, ୨୩।୪ (ଡି.ଏନ.ଏ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳରେ ରାଜନୈତିକ ବିବାଦକୁ ନେଇ ବିଜେଡି ଓ ଭାଜପା ସମର୍ଥକମାନେ ମୁହଁାମୁହିଁ ହେବା ସହ ସୋମବାର ସନ୍ଧ୍ୟାରେ ଉତ୍ତେଜନା ଦେଖାଯାଇଥିଲା। ଦଳୀୟ ପତାକା ପୋଡ଼ି ସାଙ୍ଗକୁ ଅସ୍ଥାୟୀ ଟୁଙ୍ଗୀକୁ ଭଙ୍ଗାରୁଜା କରାଯାଇଛି। ଏହାକୁ ନେଇ ଘଣ୍ଟେଶ୍ୱର ଅଞ୍ଚଳରେ ରାସ୍ତାରୋକୋ କରାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ରୋଡ୍‌ଶୋ ବେଳେ  ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ରୋଡ୍‌ଶୋ ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭଦ୍ରକ ଅଫିସ, ୨୩।୪ - ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଗ୍ରାମରେ ସୋମବାର ପୂର୍ବାହ୍ନରେ ପ୍ରଦୀପ ଦୀକ୍ଷିତ(୨୭) ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଗୁରୁତର ଅବସ୍ଥାରେ ସେ ଜିଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଏନେଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ, ଶହୀଦ ଭଗତସେନା ପକ୍ଷରୁ ଜଳଙ୍ଗା ନିକଟରେ ପ୍ରଦୀପଙ୍କ ନେତୃତ୍ୱରେ ଏକ ଜଳଛତ୍ର ଖୋଲାଯାଇଛି। ସୋମବାର ବିଜେଡି ପକ୍ଷରୁ ଉକ୍ତ ରାସ୍ତା ଦେଇ ରୋଡ୍‌ଶୋ ଯିବା ସମୟରେ ଜଳଛତ୍ର ସମ୍ମୁଖରେ କୌଣସି ଏକ ବିବାଦକୁ ନେଇ କିଛି ସମୟ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଦୀପ ଗଣ୍ଡଗୋଳକାରୀଙ୍କୁ ଜଳଛତ୍ର ସମ୍ମୁଖରେ ଗଣ୍ଡଗୋଳ ନ କରି ଅନ୍ୟତ୍ର ଯିବାକୁ କହିଥିଲେ। ଫଳରେ ନିର୍ଦ୍ଦିଷ୍ଟ କେତେକ ଲୋକ ସଂଘବଦ୍ଧ ଭାବେ ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ। ପ୍ରଦୀପଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କୁ ଜିଲା ଚିକିତ୍ସାଳୟକୁ ନିଆଯାଇଥିଲା। ଶହୀଦ ଭଗତସେନାର ଆବାହକ ସୀତାଂଶୁ ମହାପାତ୍ର ଓ ଅନ୍ୟ ସଦସ୍ୟମାନେ ଜିଲା ଚିକିତ୍ସାଳୟରେ ପହଞ୍ଚି ପ୍ରଦୀପଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।


ପୋଷ୍ଟର ଲଗାଇବାକୁ ବିରୋଧ କରିବାରୁ ଆକ୍ରମଣ

ପୋଷ୍ଟର ଲଗାଇବାକୁ ବିରୋଧ କରିବାରୁ ଆକ୍ରମଣ

ଭଦ୍ରକ ଅଫିସ, ୨୩।୪ - ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ଗ୍ରାମରେ ରବିବାର ନିର୍ଦ୍ଦିଷ୍ଟ ଏକ ଦଳର ପୋଷ୍ଟର ଲଗାଇବାକୁ ବିରୋଧ କରିବାରୁ ଏକ ପରିବାର ଲୋକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଏ ନେଇ ଆକ୍ରମଣର ଶିକାର ହୋଇଥିବା ନିରାକର ଯେନା ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ। ସୂଚନା ମୁତାବକ ଉକ୍ତ ଗଁାର ୪ ଜଣ ବ୍ୟକ୍ତି ଏକତ୍ର ହୋଇ ନିରାକରଙ୍କ ଘର କାନ୍ଥରେ ପୋଷ୍ଟର ଲଗାଇବାକୁ ଚାହୁଁଥିଲେ। ତାଙ୍କ ମା’ ପାକ ଓ ଭାଇ ନିର୍ମଳ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ସଂଘବଦ୍ଧ ଭାବେ ୪ ଜଣ ଆକ୍ରମଣ କରିଥିଲେ। ପରିବାର ଲୋକଙ୍କଠାରୁ ଖବର ପାଇ ନିରାକର ଘରେ ପହଞ୍ଚି ଆକ୍ରମଣକାରୀଙ୍କୁ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ତାଙ୍କ ମା’ ଓ ଭାଇଙ୍କ ଅବସ୍ଥା ଗୁରୁତର ଥିବାରୁ ଜିଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ସେ କହିଛନ୍ତି। 

ବିଏସ୍‌ପି କର୍ମୀଙ୍କୁ ଗାଳିଗୁଲଜ: ପ୍ରଚାର ଗାଡ଼ିକୁ ଅଟକାଇ ଧମକ ଅଭିଯୋଗ

ଭଣ୍ଡାରିପୋଖରୀ, ୨୩।୪ (ଡି.ଏନ.ଏ./ସ୍ବ.ପ୍ର.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବଜାରଠାରେ ବହୁଜନ ସମାଜ ପାର୍ଟି ପକ୍ଷରୁ ପ୍ରଚାର ଚାଲିଥିବାବେଳେ କଂଗ୍ରେସର କେତେକ ସମର୍ଥକ ପ୍ରଚାର ଗାଡ଼ିକୁ ଅଟକାଇ କର୍ମୀଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଛନ୍ତି। ଏନେଇ ବହୁଜନ ସମାଜ ପାର୍ଟିର ବିଧାୟକ ପ୍ରାର୍ଥୀ ରାଜୀବ ଲୋଚନ ଜେନା ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଛନ୍ତି। 

ପ୍ରଚାର ବେଳେ ଉତ୍ତେଜନା

ପ୍ରଚାର ବେଳେ ଉତ୍ତେଜନା

ଚାନ୍ଦବାଲି, ୨୩।୪ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧୀନ ଯଶୀପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ସୋମବାର ବିଜେଡି ପକ୍ଷରୁ ନିର୍ବାଚନ ପ୍ରଚାର ହୋଇଥିଲା। ବିଜେଡି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟ ସମର୍ଥକଙ୍କ ସହ କୁଦକାନ୍ଥି ନିକଟରୁ ଶୋଭାଯାତ୍ରାରେ ବାହାରି ଯଶୀପୁର ବଜାର ନିକଟରେ ପହଞ୍ଚିଥିଲେ। ତେବେ ଏଠାରେ କେତେକ ସ୍ଥାନୀୟ ଲୋକ ବିଧାୟକଙ୍କ ଗସ୍ତକୁ ବିରୋଧ କରିବା ଦେଖାଯାଇଥିଲା।

ମିଳୁନି ପ୍ରୋତ୍ସାହନ  ଓ ସହାୟତା  ସଙ୍କଟରେ କୌଳିକ ବୃତ୍ତି

ମିଳୁନି ପ୍ରୋତ୍ସାହନ ଓ ସହାୟତା ସଙ୍କଟରେ କୌଳିକ ବୃତ୍ତି

କେନ୍ଦୁଝର, ୨୩ା ୪ (ସ୍ବ.ପ୍ର.)-ଖରା ଦିନ ଆସିଲେ ଟିକେ ଥଣ୍ଡା ପାଣି ପାଇଁ ଖୋଜା ପଡ଼େ ହାଣ୍ଡି, ମାଠିଆ, କଳସୀ। ସେତେବେଳେ କୁମ୍ଭକାରଙ୍କ କଥା ସମସ୍ତଙ୍କର ମନେ ପଡ଼େ। ଆଧୁନିକ ପ୍ଲାଷ୍ଟିକ, ଷ୍ଟିଲ, ସିଲଭର ବାସନ ଯୁଗରେ ଏହି ବେଉସା ବୁଡିଯିବାକୁ ବସିଥିଲେ ହେଁ ଅନେକ ଅଭାବ ସତ୍ତ୍ୱେ ବି କେତେଜଣ ନିଜର କୌଳିକ ବୃତ୍ତିକୁ ଛାଡି ପାରୁନାହାନ୍ତି। ସେମାନଙ୍କ ସମସ୍ୟା କେହି ବୁଝୁ ନାହାନ୍ତି କିମ୍ବା ସହାୟତା ମିଳୁନାହିଁ ା ଅନେକେ ଅନ୍ୟ କାମ ଧନ୍ଦା କରି ଗୁଜୁରାଣ ମେଣ୍ଟାଉଛନ୍ତି।  ରବିବାର ହେଲେ କେନ୍ଦୁଝର ସହର ରାସ୍ତାକଡରେ ଖରାରେ ହାଣ୍ଡି, କଳସୀ ଆଦି ଧରି ଗ୍ରାହକ ଅପେକ୍ଷାରେ ରହିଥାନ୍ତି। 

ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ, ପାଣି ପାଇଁ ଲୋକେ ହିନସ୍ତା:  ହାଣ୍ଡି, ବାଲ୍‌ଟି ରଖି ରାସ୍ତା ଅବରୋଧ

ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ, ପାଣି ପାଇଁ ଲୋକେ ହିନସ୍ତା: ହାଣ୍ଡି, ବାଲ୍‌ଟି ରଖି ରାସ୍ତା ଅବରୋଧ

ବଡବିଲ, ୨୩ା୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ପିଏଚ୍‌ଡି ରୋଡସ୍ଥିତ ଗୋପବନ୍ଧୁ ସ୍କୁଲ ନିକଟବର୍ତ୍ତୀ ଅଞ୍ଚଳରେ ପାନୀୟଜଳ ଅଭାବ ଦେଖାଦେଇଛି। ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ଯୋଗୁ ଏହି ଅଞ୍ଚଳକୁ ପମ୍ପ ଯୋଗେ ଜଳ ଯୋଗାଣ ହୋଇପାରୁନାହିଁ। ସ୍ଥାନୀୟ ବାସିନ୍ଦା ଏଥିରେ ଅତିଷ୍ଠ ହୋଇ ସୋମବାର ହାଣ୍ଡି, ବାଲ୍‌ଟି ରଖି ରାସ୍ତା ଅବରୋଧ କରିଥିଲେ। ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଓ ଥାନା ଆଇଆଇସି ସୁଶାନ୍ତ ଦାଶ ଘଟଣାସ୍ଥଳରେ ପହଞ୍ଚି ଅବରୋଧକାରୀଙ୍କୁ ବୁଝାଶୁଝା କରିଥିଲେ। ପିଏଚଡି ପାନୀୟ ଜଳଯୋଗାଣ ଟାଙ୍କି ପହଞ୍ଚିଥିଲା। ତଥାପି ଲୋକେ ଆନ୍ଦୋଳନରୁ ହଟି ନ ଥିଲେ। ନିରବଚ୍ଛିନ୍ନ ଭାବେ ପାନୀୟ ଜଳଯୋଗାଣ ନିମନ୍ତେ ତୁରନ୍ତ ବିଦ୍ୟୁତ୍‌ ସଂଯୋଗ କରିବାକୁ ଦାବି କରିଥିଲେ। ପୌରନିର୍ବାହୀ ଅଧିକାରୀ ଓ ଥାନା ଆଇଆଇସି ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ପାଣି ପମ୍ପକୁ ବିଦ୍ୟୁତ୍‌ ସଂଯୋଗ ହୋଇଥିଲା। ଦାବି ପୂରଣ ପରେ ଲୋକେ ରାସ୍ତା ଅବରୋଧରୁ ହଟିଥିଲେ। 

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ୍‌

କେନ୍ଦୁଝର, ୨୩ା୪(ସ୍ବ.ପ୍ର.)-ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର ମାମଲାର ବିଚାର କରି ସ୍ଥାନୀୟ ସିଜେଏମ ତିରନ ପାତ୍ର ଅଭିଯୁକ୍ତ ରଇଦାସ ମୋଦି (୨୮)ଙ୍କୁ ୧୦ବର୍ଷ ଜେଲଦଣ୍ଡ ସହ ୧୭ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ୧୦ ମାସ ଅଧିକ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି। 

ସଫଳ ବ୍ୟାଡ଼ମିଣ୍ଟନ ଖେଳାଳି ସମ୍ମାନିତ

ସଫଳ ବ୍ୟାଡ଼ମିଣ୍ଟନ ଖେଳାଳି ସମ୍ମାନିତ

ବାଲେଶ୍ୱର ଅଫିସ, ୨୩।୪-ବାଲେଶ୍ୱର ବ୍ୟାଡ୍‌ମିଣ୍ଟନ କ୍ଲବ ଆନୁକୂଲ୍ୟରେ ରାଜ୍ୟ ଓ ରାଜ୍ୟ ବାହାରେ ଆୟୋଜିତ ହେଉଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିବା ବାଲେଶ୍ୱର ବ୍ୟାଡ୍‌ମିଣ୍ଟନ କ୍ଲବର ଖେଳାଳିମାନଙ୍କୁ କ୍ଲବର ବରିଷ୍ଠ ସଦସ୍ୟ ବିନୟ ଶାହା, ସିଦ୍ଧାର୍ଥ ଦାସ, ଅଜୟ ଦୋଷି, ବିଶ୍ୱଜିତ ଦାସ, ସପନ ବିଶ୍ୱାଳ ପ୍ରମୁଖ ସମ୍ମାନିତ କରିଛନ୍ତି। ବାଲେଶ୍ୱର ବ୍ୟାଡ୍‌ମିଣ୍ଟନର ପ୍ରମୁଖ ଯୋଡ଼ି ଜୟପ୍ରକାଶ ଓ ରାହୁଲ ପଶ୍ଚିମବଙ୍ଗ ଓ ଓଡ଼ିଶାର ବିଭିନ୍ନ ଜିଲାରେ ଆୟୋଜିତ ୨୫ରୁ ଅଧିକ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ। ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ରବୀନ୍ଦ୍ର ପାଣିଗ୍ରାହୀ, ପୀୟୁଷ ରାଉତ, ଗୌରୀଶଙ୍କର ରଥ, ଶୁଭ୍ରାଂଶୁ ଚୌଧୁରୀ, ସନ୍ତୋଷ ସାହୁ, ସାଇ ସତ୍ୟଶ୍ରୀ ନାୟକ ପ୍ରମୁଖ ୩୦ରୁ ଅଧିକ ବିଜେତା ଓ ଉପବିଜେତା ହୋଇଥିଲେ। ଖେଳାଳିଙ୍କ ଏହି କୃତିତ୍ୱ ପାଇଁ ବାଲେଶ୍ୱରର ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରଶଙ୍କର ବିଶିଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ବ୍ୟାଡ଼ମିଣ୍ଟନ ଖେଳରେ ଆଗ୍ରହ ରଖୁଥିବା ଖେଳାଳିମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରାଯିବ ବୋଲି ବାଲେଶ୍ୱର ବ୍ୟାଡ଼ମିଣ୍ଟନ କ୍ଲବର ସଭାପତି ସିଦ୍ଧାର୍ଥ ଦାସ ପ୍ରତିଶ୍ରୁତି ଦେଇଛନ୍ତି। 

ଆରମ୍ଭ ହେଲା ଗ୍ରୀଷ୍ମକାଳୀନ ଚିତ୍ରକଳା କର୍ମଶାଳା : ଚିତ୍ରକଳାର ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ନେବେ ଛାତ୍ରୀଛାତ୍ର

ଆରମ୍ଭ ହେଲା ଗ୍ରୀଷ୍ମକାଳୀନ ଚିତ୍ରକଳା କର୍ମଶାଳା : ଚିତ୍ରକଳାର ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ନେବେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ, ୨୩।୪-ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟ ଇନ୍‌ଟାକ୍‌ ବାଲେଶ୍ୱର ଚ୍ୟାପଟର ଓ ଫକୀରମୋହନ ଆର୍ଟ ଆଣ୍ଡ ମ୍ୟୁଜିକ ସ୍କୁଲ ମିଳିତ ଉଦ୍ୟମରେ କଳାକ୍ଷେତ୍ରଠାରେ ରବିବାର ଗ୍ରୀଷ୍ମକାଳୀନ ଚିତ୍ରକଳା କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଫକୀରମୋହନ ମହାବିଦ୍ୟାଳୟ ବଟାନୀ ବିଭାଗର ଅଧ୍ୟାପକ ପ୍ରଫେସର ରାଜେଶ ରାଉତ ଯୋଗଦେଇ ଚିତ୍ରକଳା ଛାତ୍ରୀଛାତ୍ରମାନଙ୍କର ଏକ ଉତ୍ସାହର ଉର୍ସ ଅଟେ। ବିଭିନ୍ନ ବିଦ୍ୟାଳୟରେ ଚିତ୍ରକଳାର ସମସ୍ତ ଦିଗ ଉପରେ ଶିକ୍ଷା ଦିଆଯାଏନାହିଁ। ଏହାକୁ ନଜରରେ ରଖି ଏହି କର୍ମଶାଳାରେ ସମସ୍ତ ବିଷୟ ଗ୍ଲାସ ପେଣ୍ଟିକା, ମେହେନ୍ଦି, କୋଲାଜ ଚିତ୍ର, ଟେରାକୋଟା, ପଟ୍ଟଚିତ୍ର, ଫୁଲ ତିଆରି, ପେନ୍‌ଷ୍ଟାଣ୍ଡ, ଆଦିବାସୀ ଚିତ୍ର ଆଦି ଶିକ୍ଷା ଦିଆଯାଉଛି। ଡ. ଦେବାଶିଷ ମିଶ୍ର, ମହେଶ୍ୱର ନାୟକ, ଗୌରୀଶଙ୍କର ନାୟକ, ସୁଧାଂଶୁ ଶେଖର ଯେନା, ଅଧ୍ୟକ୍ଷ ନିକୁଞ୍ଜ ବିହାରି ଦାସ ଯୋଗଦେଇ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ। ଉକ୍ତ କର୍ମଶାଳା ପ୍ରତିଦିନ ପୂର୍ବାହ୍ନ ୬ଟାରୁ ୮ଟା ପର୍ଯ୍ୟନ୍ତ ଚାଲୁ ରହିବ। ପ୍ରତିବର୍ଷ ଭଳି ବିଭିନ୍ନ ବିଭାଗରେ ଯୋଗଦାନ କରି ଶିକ୍ଷା ଗ୍ରହଣ କରୁଥିବା ଛାତ୍ରୀଛାତ୍ରମାନଙ୍କର ଏକ ପ୍ରତିଯୋଗିତା କରାଯାଇ ୨୮ ତାରିଖରେ ଉଦ୍‌ଯାପନୀ ଉତ୍ସବରେ ପୁରସ୍କୃତ କରାଯିବ। 

ବାଇକ୍‌କୁ ପିଟିଲା ଡମ୍ପର : ଯୁବକଙ୍କ ପ୍ରାଣଗଲା

ବାଇକ୍‌କୁ ପିଟିଲା ଡମ୍ପର : ଯୁବକଙ୍କ ପ୍ରାଣଗଲା

ରୂପ୍‌ସା, ୨୨।୪(ଡି.ଏନ.ଏ.)-ବାଲେଶ୍ୱର ୬୦ନଂ ଜାତୀୟ ରାଜପଥର ରୂପ୍‌ସା ଓ ହଳଦୀପଦା ମଝିରେ ଥିବା ପେଟ୍ରୋଲ ପମ୍ପ ନିକଟ ଡାଇଭର୍ସନଠାରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

କଂଗ୍ରେସର ବାଇକ୍‌ ଶୋଭାଯାତ୍ରା  ଭୋଟ୍‌ ଭିକ୍ଷା କଲେ ପ୍ରାର୍ଥୀ

କଂଗ୍ରେସର ବାଇକ୍‌ ଶୋଭାଯାତ୍ରା ଭୋଟ୍‌ ଭିକ୍ଷା କଲେ ପ୍ରାର୍ଥୀ

ରୂପ୍‌ସା, ୨୨।୪(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ କସିପଦା, ଆଙ୍କୋ ଓ ରୂପ୍‌ସା ପଞ୍ଚାୟତରେ ସୋମବାର କଂଗ୍ରେସ ତରଫରୁ  ପ୍ରଚାର କରାଯାଇଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri