ବାଣିଜ୍ୟ |

ମତ ସ୍ପଷ୍ଟ କଲେ ଜଲାନ;ଆର୍‌ବିଆଇ ସରକାରଙ୍କ ପ୍ରତି ଉତ୍ତରଦାୟୀ

ମତ ସ୍ପଷ୍ଟ କଲେ ଜଲାନ;ଆର୍‌ବିଆଇ ସରକାରଙ୍କ ପ୍ରତି ଉତ୍ତରଦାୟୀ

ନୂଆଦିଲ୍ଲୀ,୧୦-୧:  ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସରକାରଙ୍କ ପ୍ରତି ଉତ୍ତରଦାୟୀ। ଏଣୁ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ଢାଞ୍ଚା ମଧ୍ୟରେ ରହି ଏହାକୁ କାର୍ଯ୍ୟ କରିବାକୁ ହେବ ବୋଲି ପୂର୍ବତନ ଗଭର୍ନର ବିମଳ ଜଲାନ ଗୁରୁବାର ନିଜର ମତ ସ୍ପଷ୍ଟ କରିଛନ୍ତି। 

ରିଜର୍ଭ ବ୍ୟାଙ୍କର ବଳକା ଅର୍ଥକୁ ସରକାରଙ୍କୁ ଦେବା ଲାଗି ଢାଞ୍ଚା ପ୍ରସ୍ତୁତ କରିବାକୁ ଗଠିତ କମିଟିର ଅଧ୍ୟକ୍ଷ ଥିବା ଜଲାନ କହିଛନ୍ତି ଯେ, ସରକାରଙ୍କ ଆର୍ଥିକ ନୀତିକୁ  ଅନୁସରଣ କରି କେନ୍ଦ୍ରୀୟ ବ୍ୟାଙ୍କ ତଦନୁଯାୟୀ କାର୍ଯ୍ୟ କରିବା ଉଚିତ୍‌, କାରଣ ଏହା ସରକାରଙ୍କ ନିକଟରେ ଜବାବ ଦେବାକୁ ବାଧ୍ୟ। ସେ କହିଛନ୍ତି ଯେ, ଆର୍‌ବିଆଇ ସହ ସରକାରଙ୍କ ମତଭେଦ ଥାଇପାରେ, ସରକାର ରାଜନୈତିକ ବାଧ୍ୟବାଧକତାକୁ ଦୃଷ୍ଟିରେ ରଖି ବୃହତ୍‌ ଦୃଶ୍ୟପଟରେ ଅର୍ଥନୀତିକୁ ସ୍ଥିର କରିଥାନ୍ତି। ବାସ୍ତବ କ୍ଷେତ୍ରରେ କ’ଣ ଘଟୁଛି ସରକାର ତାହା ମଧ୍ୟ ଦେଖିଥାନ୍ତି ବୋଲି ସେ କହିଛନ୍ତି। ତେବେ ନୀତିଗତ ଢାଞ୍ଚା ମଧ୍ୟରେ ଥାଇ ସରକାରଙ୍କ ନୀତି ଅନୁଯାୟୀ ଆର୍‌ବିଆଇକୁ କାର୍ଯ୍ୟ କରିବାକୁ ହେବ। ସରକାରଙ୍କ ସହ କେନ୍ଦ୍ରୀୟ ବ୍ୟାଙ୍କର ମତଭେଦ ଅନେକାଂଶରେ ଦୂର ହୋଇସାରିଥିବା ଆଶାପ୍ରକାଶ କରି ସେ କହିଛନ୍ତି ଯେ, ନୂଆ ମ୍ୟାନେଜମେଣ୍ଟ ଅଧୀନରେ ଏବେ କେନ୍ଦ୍ରୀୟ ବ୍ୟାଙ୍କ କାର୍ଯ୍ୟ କରିବ ବୋଲି ଜଲାନ ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ସରକାରରେ ଦୀର୍ଘଦିନ କାର୍ଯ୍ୟ କରିଥିବା ଜଣେ ଅଧିକାରୀ ଏବେ ଗଭର୍ନର ହୋଇଛନ୍ତି। ତାଙ୍କ ନେତୃତ୍ୱରେ ରିଜର୍ଭ ବ୍ୟାଙ୍କ ଭଲ କାର୍ଯ୍ୟ କରିବ। ତାଙ୍କ ମତରେ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ମତଭେଦ ରହିବା ସ୍ବାଭାବିକ, କିନ୍ତୁ ରାଷ୍ଟ୍ର ହିତରେ ଏହାର ଆପୋଷ ସମାଧାନ କରିବା ଆବଶ୍ୟକ। ଆର୍‌ବିଆଇର ବଳକା ଅର୍ଥକୁ ନେଇ ଗଠିତ କମିଟି କି ପ୍ରକାର ସୁପାରିସ କରିବାକୁ ଯାଉଛି ବୋଲି ପ୍ରଶ୍ନ ହେବାରୁ ସେ ଏହାର ଉତ୍ତର ଦେବାକୁ ମନା କରିଦେଇଥିଲେ। ସୁଚନାଥାଉ କି, ଏହି ପ୍ରସଙ୍ଗଟି ଆର୍‌ବିଆଇ ଓ ସରକାରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମତଭେଦର ଅନ୍ୟତମ କାରଣ ଥିଲା। କେନ୍ଦ୍ରୀୟ ବ୍ୟାଙ୍କ ଆବଶ୍ୟକତା ଠାରୁ ଅଧିକ ବଳକା ଅର୍ଥ ନିଜ ପାଖରେ ରଖିଛନ୍ତି ବୋଲି ସରକାର ଯୁକ୍ତି ବାଢ଼ିଥିବା ବେଳେ ସମ୍ଭାବ୍ୟ ବିପଦର ମୁକାବିଲା ଲାଗି ଏହି ଅର୍ଥ ରଖାଯାଇଛି ବୋଲି କେନ୍ଦ୍ରୀୟ ବ୍ୟାଙ୍କ କହିଛି। ଅନ୍ୟପକ୍ଷରେ ଜଲାନଙ୍କ ମନ୍ତବ୍ୟ ଉପରେ ଆର୍‌ବିଆଇ କୌଣସି ପ୍ରତିକ୍ରିୟା ଦେଇନାହିଁ।

All Right Reserved By

ବାଣିଜ୍ୟ |

ପିଏଫ୍‌ଆର୍‌ଡିଏର ନୂଆ ଅଧ୍ୟକ୍ଷ ଖୋଜା ଖୁବଶୀଘ୍ର

ପିଏଫ୍‌ଆର୍‌ଡିଏର ନୂଆ ଅଧ୍ୟକ୍ଷ ଖୋଜା ଖୁବଶୀଘ୍ର

ନୂଆଦିଲ୍ଲୀ,୧୮-୩: କେନ୍ଦ୍ର ସରକାର ପେନସନ ପାଣ୍ଠି ନିୟାମକ ପିଏଫଆର୍‌ଡିଏର ନୂଆ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି। ବର୍ତ୍ତମାନର ଅଧ୍ୟକ୍ଷ  ହେମନ୍ତ ଜି. କଣ୍ଟ୍ରାକ୍ଟରଙ୍କ କାର୍ଯ୍ୟକାଳ ଏପ୍ରିଲରେ ଶେଷ ହେବାକୁ ଯାଉଛି।

ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ରେ ସଙ୍କଟ;ଆଜି ସମ୍ପତ୍ତି ବିକ୍ରି ପ୍ରକ୍ରିୟା ଆରମ୍ଭ

ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ରେ ସଙ୍କଟ;ଆଜି ସମ୍ପତ୍ତି ବିକ୍ରି ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ,୧୮-୩: ନଗଦ ସଙ୍କଟ ଦେଇ ଗତି କରୁଥିବା ଇନଫ୍ରାଷ୍ଟ୍ରକଚର ଲିଜିଂ ଆଣ୍ଡ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡଏଫ୍‌ଏସ୍‌) ସମ୍ପତ୍ତି ମୁଦ୍ରାକରଣ ଯୋଜନା ଅଧୀନରେ ସୋମବାର ପ୍ରଥମ ପର୍ଯ୍ୟାୟ ନିଲାମ  ଆହ୍ବାନ କରାଯିବ।

ପ୍ରଘଟ ହୋଇଛି ନୂଆ ତଥ୍ୟ;କେମ୍ବ୍ରିଜ ଆନାଲିଟିକା ଦ୍ୱାରା ଡାଟା ଚୋରିକୁ ଫେସବୁକ୍‌ ଜାଣିଥିଲା

ପ୍ରଘଟ ହୋଇଛି ନୂଆ ତଥ୍ୟ;କେମ୍ବ୍ରିଜ ଆନାଲିଟିକା ଦ୍ୱାରା ଡାଟା ଚୋରିକୁ ଫେସବୁକ୍‌ ଜାଣିଥିଲା

ଲଣ୍ଡନ,୧୮-୩: କେମ୍ବ୍ରିଜ ଆନାଲିଟିକା ଦ୍ୱାରା ତଥ୍ୟ ଚୋରି ସଂକ୍ରାନ୍ତରେ ଫେସବୁକ୍‌ର କିଛି ଅଧିକାରୀ ଜାଣିଥିଲେ ବୋଲି ଆମେରିକାର ସଂଘୀୟ ସରକାରୀ ଓକିଲ ତଦନ୍ତ କରି ଜାଣିପାରିଛନ୍ତି।

ଆର୍‌କମ୍‌ ଉପରେ ୭୦୦କୋଟି ବକେୟା;ଏନ୍‌ସିଏଲ୍‌ଟିଙ୍କ ଦ୍ୱାରସ୍ଥ ହେବ ବିଏସ୍‌ଏନ୍‌ଏଲ

ଆର୍‌କମ୍‌ ଉପରେ ୭୦୦କୋଟି ବକେୟା;ଏନ୍‌ସିଏଲ୍‌ଟିଙ୍କ ଦ୍ୱାରସ୍ଥ ହେବ ବିଏସ୍‌ଏନ୍‌ଏଲ

ନୂଆଦିଲ୍ଲୀ,୧୮-୩: ରିଲାଏନ୍ସ କମ୍ୟୁନିକେଶନ୍ସ(ଆର୍‌କମ୍‌) ଉପରେ ଗୋଟିଏ ପରେ ଗୋଟିଏ ବିପଦ ମାଡି ଆସୁଛି। ବକେୟା ୭୦୦ କୋଟି ଟଙ୍କା ଆଦାୟ କରିବା ଲାଗି ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଚଳିତ ସପ୍ତାହରେ ରାଷ୍ଟ୍ରୀୟ କମ୍ପାନୀ ଆଇନ ନ୍ୟାୟାଧିକରଣ(ଏନ୍‌ସିଏଲ୍‌ଟି)ରେ ମାମଲା ଦାଏର କରିବ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।

ଡିଡିଏମ୍‌ ଆଇଟି କୁଇଜର ବିଜେତା ଘୋଷଣା

ଡିଡିଏମ୍‌ ଆଇଟି କୁଇଜର ବିଜେତା ଘୋଷଣା

ଭୁବନେଶ୍ୱର,୧୮-୩: ପ୍ରମୁଖ ଆଇଟି ସଂସ୍ଥା ମାଇଣ୍ଡ ଫାୟାର ସଲ୍ୟୁଶନ ପକ୍ଷରୁ ଅନୁଷ୍ଠିତ ଡିଡିଏମ୍‌ ଆଇଟି କୁଇଜ ଭୁବନେଶ୍ୱର ସଂସ୍କରଣର ବିଜେତା ଘୋଷଣା କରାଯାଇଛି।

ହିନ୍ଦୁସ୍ତାନ ଜୁଏଲର୍ସର ସ୍ବର୍ଣ୍ଣମୁଦ୍ରା ଉପହାର ଯୋଜନା

ହିନ୍ଦୁସ୍ତାନ ଜୁଏଲର୍ସର ସ୍ବର୍ଣ୍ଣମୁଦ୍ରା ଉପହାର ଯୋଜନା

ଭୁବନେଶ୍ୱର,୧୮-୩: ହିନ୍ଦୁସ୍ତାନ ଜୁଏଲର୍ସ ପକ୍ଷରୁ ଏହାର ଗ୍ରାହକଙ୍କ ଲାଗି ସ୍ବର୍ଣ୍ଣମୁଦ୍ରା ଉପହାର ଯୋଜନା ଆରମ୍ଭ ହୋଇଛି। ୫,୦୦୦ ଟଙ୍କାରୁ ଅଧିକ ମୂଲ୍ୟର କ୍ରୟ ଉପରେ ଲକି ଡ୍ର ମାଧ୍ୟମରେ ଏହି ପୁରସ୍କାର ଗ୍ରାହକ ପାଇପାରିବେ। 

ଆଦିତ୍ୟ ହ୍ୟୁଣ୍ଡାଇଠାରେ ଅନ୍ତର୍ଜାତୀୟ ମହିଳା ଦିବସ

ଆଦିତ୍ୟ ହ୍ୟୁଣ୍ଡାଇଠାରେ ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ୱର,୧୮-୩: ତମାଣ୍ଡୋସ୍ଥିତ ଆଦିତ୍ୟ ହ୍ୟୁଣ୍ଡାଇ ଶୋ’ରୁମଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଆଦିତ୍ୟ ଗ୍ରୁପର ଏଭିପି ହରମୋହନ ମହାନ୍ତି ଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। 

ଏଏସ୍‌ବିଏମ୍‌, ନଟିଙ୍ଗହାମ ବିଶ୍ୱବିଦ୍ୟାଳୟ ବୁଝାମଣା

ଏଏସ୍‌ବିଏମ୍‌, ନଟିଙ୍ଗହାମ ବିଶ୍ୱବିଦ୍ୟାଳୟ ବୁଝାମଣା

ଭୁବନେଶ୍ୱର,୧୮-୩: ଏସିଆନ୍‌ ସ୍କୁଲ ଅଫ୍‌ ବିଜନେସ ମ୍ୟାନେଜମେଣ୍ଟ (ଏଏସ୍‌ବିଏମ୍‌) ଏବଂ ମାଲେସିଆର ନଟିଙ୍ଗହାମ ବିଶ୍ୱ ବିଦ୍ୟାଳୟ ଚୁକ୍ତିରେ ସାମିଲ ହୋଇଛନ୍ତି। 

୧୦ମ ବର୍ଷରେ ଫକ୍ସଓ୍ବାଗନ ମୋଟରସ୍ପୋର୍ଟ ଇଣ୍ଡିଆ

୧୦ମ ବର୍ଷରେ ଫକ୍ସଓ୍ବାଗନ ମୋଟରସ୍ପୋର୍ଟ ଇଣ୍ଡିଆ

ନୂଆଦିଲ୍ଲୀ,୧୮-୩: ଫକ୍ସଓ୍ବାଗନ ମୋଟରସ୍ପୋର୍ଟ ଇଣ୍ଡିଆ ୧୦ମ ବର୍ଷରେ ପଦାର୍ପଣ କରିଛି। ୨୦୧୦ର ପୋଲୋ କପ୍‌ ସହ ଏହା ନିଜର ଯାତ୍ରା ଆରମ୍ଭ କରିଥିଲା। 

ମଲ୍ଟି ବ୍ରାଣ୍ଡ ଦୁଇ ଚକିଆ ସର୍ଭିସିଂରେ ମହିନ୍ଦ୍ରା ଫାଷ୍ଟ ଚଏସ୍‌

ମଲ୍ଟି ବ୍ରାଣ୍ଡ ଦୁଇ ଚକିଆ ସର୍ଭିସିଂରେ ମହିନ୍ଦ୍ରା ଫାଷ୍ଟ ଚଏସ୍‌

ନୂଆଦିଲ୍ଲୀ,୧୮-୩: ମହିନ୍ଦ୍ରା ଫାଷ୍ଟ ଚଏସ୍‌ ସର୍ଭିସ ମଲ୍ଟି ବ୍ରାଣ୍ଡ ଦୁଇ ଚକିଆ ସର୍ଭିିସିଂ ବ୍ୟବସାୟରେ ପ୍ରବେଶ କରିଛି। 

ଭିଭୋର ଭି-୧୫ ପ୍ରୋ ସ୍ମାର୍ଟଫୋନ

ଭିଭୋର ଭି-୧୫ ପ୍ରୋ ସ୍ମାର୍ଟଫୋନ

ନୂଆଦିଲ୍ଲୀ,୧୮-୩: ଭିଭୋ ପକ୍ଷରୁ ଏହାର ଏହାର ଫ୍ଲାଗଶିପ ସ୍ମାର୍ଟଫୋନ ଭି-୧୫ ବଜାରକୁ ଆସିଛି। ଯୁବବର୍ଗଙ୍କ ସେଲ୍‌ଫି ଅଭିଜ୍ଞତାକୁ ଧ୍ୟାନରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି। 

ଗୋଦରେଜର ନୂଆ ମଡେଲ ଏସି

ଗୋଦରେଜର ନୂଆ ମଡେଲ ଏସି

ନୂଆଦିଲ୍ଲୀ,୧୮-୩: ଗୋଦରେଜ ଆପ୍ଲାଏନ୍ସ ପକ୍ଷରୁ ନୂଆ ପରିବେଶ ଉପଯୋଗୀ ଏୟାର କଣ୍ଡିସନର ମଡେଲ ବଜାରକୁ ଆସିଛି। ଏହି ପ୍ରଡକ୍ଟ ବର୍ଗରେ ୩୮ଟି ମଡେଲ ରହିଛି। ଏଥିରେ ପରିବେଶ ଉପଯୋଗୀ ରେଫ୍ରିଜରାଣ୍ଟ-ଆର୍‌ ୨୯୦ ଏବଂ ଆର୍‌ ୩୨କୁ ବ୍ୟବହାର କରାଯାଉଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା