ବାଣିଜ୍ୟ |

ରେମଣ୍ଡ ଗ୍ରୁପ୍‌ର ସମସ୍ତ କମ୍ପାନୀରୁ ଇସ୍ତଫା ଦେବେ ଗୌତମ ସିଂଘାନିଆ

ରେମଣ୍ଡ ଗ୍ରୁପ୍‌ର ସମସ୍ତ କମ୍ପାନୀରୁ ଇସ୍ତଫା ଦେବେ ଗୌତମ ସିଂଘାନିଆ

ନୂଆଦିଲ୍ଲୀ,୧୧-୧:  ରେମଣ୍ଡ ଗ୍ରୁପ୍‌ର ପ୍ରମୋଟର ତଥା ଅଧ୍ୟକ୍ଷ ଗୌତମ ସିଂଘାନିଆ ସମସ୍ତ୍‌ କମ୍ପାନୀରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ଗ୍ରୁପ୍‌ରୁ ବାହାରି ଯିବା ପରେ ସେ ଦୈନନ୍ଦିନ କାର୍ଯ୍ୟରୁ ଅବ୍ୟାହତି ନେବେ ବୋଲି କହିଛନ୍ତି। ନିଜର ଇସ୍ତଫା ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ, ପ୍ରମୋଟର ଦଖଲ ଦେଉ ନ ଥିବା ତଥା ପ୍ରତିଯୋଗିତା ମନୋଭାବ ଦ୍ୱାରା ପରିଚାଳିତ ଏଭଳି ଏକ ଗ୍ରୁପ୍‌ କମ୍ପାନୀ ସ୍ଥାପନ କରିବାକୁ ସେ ଚାହାନ୍ତି। ଗ୍ରୁପ୍‌ର ଏଫ୍‌ଏମ୍‌ସିଜି କମ୍ପାନୀ ରେମଣ୍ଡ ଆପାରେଲର ଅଧ୍ୟକ୍ଷ ପଦରୁ ପୂର୍ବରୁ ଇସ୍ତଫା ଦେଇସାରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ସେ ଦୁଇଟି ଇଞ୍ଜିନିୟରିଂ କମ୍ପାନୀ ଜେକେ ଫାଇଲ୍ସ ଓ ରିଙ୍ଗ ପ୍ଲସ ଏକଓ୍ବାର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ। ଏହି କମ୍ପାନୀଙ୍କ ଲାଗି ପେସାଦାର ଅଧ୍ୟକ୍ଷ ଖୋଜିବା ଆରମ୍ଭ ହୋଇଗଲାଣି। ସେ ଗ୍ରୁପ୍‌ର ଶୀର୍ଷ କମ୍ପାନୀ ରେମଣ୍ଡ ଲିମିଟେଡର ଶୀର୍ଷ ପଦରୁ ହଟିଯିବେ ବୋଲି ସଙ୍କେତ ଦେଇଛନ୍ତି। ଗୌତମ କହିଛନ୍ତି ଯେ, ଏହି କମ୍ପାନୀର ଅଧ୍ୟକ୍ଷ ଭାବେ ସେ କେତେଦିନ ରହିବେ ଜାଣିନାହାନ୍ତି। ଉଲ୍ଲେଖଥାଉ କି, ରେମଣ୍ଡ ଗ୍ରୁପ୍‌ର ପ୍ରତିଷ୍ଠାତା ବିଜୟପତ୍‌ ସିଂଘାନିଆଙ୍କ ସହ ତାଙ୍କ ପୁତ୍ର ଗୌତମଙ୍କ ମନାନ୍ତରକୁ ନେଇ ଏବେ ଜୋର୍‌ ଚର୍ଚ୍ଚା ହେଉଛି। 

All Right Reserved By

ବାଣିଜ୍ୟ |

ନୀରବଙ୍କ ୧୧କାର୍‌, ୧୭୩ ପେଣ୍ଟିଙ୍ଗ ବିକ୍ରି ହେବ;ସ୍ତ୍ରୀଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି

ନୀରବଙ୍କ ୧୧କାର୍‌, ୧୭୩ ପେଣ୍ଟିଙ୍ଗ ବିକ୍ରି ହେବ;ସ୍ତ୍ରୀଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି

ନୂଆଦିଲ୍ଲୀ,୨୧-୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ମହାଠକେଇ ମାମଲାରେ ଲଣ୍ଡନରେ ଗିରଫ ହୋଇଛନ୍ତି ହୀରା ବ୍ୟବସାୟୀ ନୀରବ ମୋଦି। ଅନ୍ୟପକ୍ଷରେ ଭାରତରେ ଥିବା ତାଙ୍କର ସମ୍ପତ୍ତି ବିକ୍ରି କରିବା ଲାଗି ଏବେ ଉଦ୍ୟମ ଆରମ୍ଭ ହୋଇଛି।

ଲଣ୍ଡନରେ ନୀରବ ମୋଦି ଗିରଫ

ଲଣ୍ଡନରେ ନୀରବ ମୋଦି ଗିରଫ

ଲଣ୍ଡନ,୨୧-୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କା ଠକିଥିବା ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ଦୀପକ ମୋଦିଙ୍କୁ ଲଣ୍ଡନରେ ଗିରଫ କରାଯାଇଛି। 

କମ୍ପାନୀଙ୍କୁ ବଞ୍ଚାଇବା ଲାଗି ଏସ୍‌ବିଆଇର ଉଦ୍ୟମ;ବଦଳିପାରେ ଜେଟ ଏୟାରଓ୍ବେଜ ପରିଚାଳନା

କମ୍ପାନୀଙ୍କୁ ବଞ୍ଚାଇବା ଲାଗି ଏସ୍‌ବିଆଇର ଉଦ୍ୟମ;ବଦଳିପାରେ ଜେଟ ଏୟାରଓ୍ବେଜ ପରିଚାଳନା

ନୂଆଦିଲ୍ଲୀ,୨୧-୩: ଋଣ ଭାରରେ ବୁଡି ରହିଥିବା ଜେଟ ଏୟାରଓ୍ବେଜ ବିମାନ କମ୍ପାନୀକୁ ବଞ୍ଚାଇବା ଲାଗି ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ନେତୃତ୍ୱାଧୀନ ବ୍ୟାଙ୍କଗୁଡ଼ିକ ଯଥା ସମ୍ଭବ ପ୍ରୟାସ ଜାରି ରଖିଛନ୍ତି। 

ଚାଷୀଙ୍କୁ ଆର୍ଥିକ ସହାୟତା;ରୁପା ଚାହିଦା ୪ ବର୍ଷରେ ସର୍ବାଧିକ ରହିବ

ଚାଷୀଙ୍କୁ ଆର୍ଥିକ ସହାୟତା;ରୁପା ଚାହିଦା ୪ ବର୍ଷରେ ସର୍ବାଧିକ ରହିବ

ନୂଆଦିଲ୍ଲୀ,୨୧-୩: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଫାଇଦା ହାସଲ କରିବାକୁ ଯାଇ ଗ୍ରାମାଞ୍ଚଳ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଚାଷୀଙ୍କୁ ୩ଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି। 

ବିମୁଦ୍ରୀକରଣ ବେଳର ୨.୨ ଲକ୍ଷ ଆକାଉଣ୍ଟ ଯାଞ୍ଚ;୨୨୦୦ କୋଟିର ଟିକସ ଆଦାୟ ଲକ୍ଷ୍ୟ

ବିମୁଦ୍ରୀକରଣ ବେଳର ୨.୨ ଲକ୍ଷ ଆକାଉଣ୍ଟ ଯାଞ୍ଚ;୨୨୦୦ କୋଟିର ଟିକସ ଆଦାୟ ଲକ୍ଷ୍ୟ

ଲଣ୍ଡନ,୨୧-୩: ବିମୁଦ୍ରୀକରଣ ବେଳେ ଅଧିକ ଟଙ୍କା ଜମା ହୋଇଥିବା ୨.୨ ଲକ୍ଷ ବ୍ୟାଙ୍କ ଆକାଉଣ୍ଟର ଯାଞ୍ଚ ଆରମ୍ଭ କରିଛି ଆୟକର ବିଭାଗ।  ଏହି ଆକାଉଣ୍ଟଧାରୀଙ୍କ ଠାରୁ  କେନ୍ଦ୍ର ସରକାର ଆୟକର ବାବଦରେ ୨୨୦୦ କୋଟି  ଟଙ୍କା ଆଦାୟ କରିବା ଲାଗି ପ୍ରୟାସ ଚଳାଇଛନ୍ତି। 

ଋଣପ୍ରଦାନକାରୀଙ୍କ ବୈଠକ ଡାକିବାକୁ ଏସାର ଷ୍ଟିଲ୍‌କୁ ନିର୍ଦ୍ଦେଶ

ଋଣପ୍ରଦାନକାରୀଙ୍କ ବୈଠକ ଡାକିବାକୁ ଏସାର ଷ୍ଟିଲ୍‌କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୧-୩: ପାଣ୍ଠି ବଣ୍ଟନ ନେଇ ଋଣପ୍ରଦାନକାରୀଙ୍କ କମିଟି(ସିଓସି)ର ବୈଠକ ଡାକିବାକୁ ରାଷ୍ଟ୍ରୀୟ କମ୍ପାନୀ ବିଧି ଅପିଲୀୟ ପ୍ରାଧିକରଣ(ଏନ୍‌ସିଏଲ୍‌ଏଟି) ଏସାର ଷ୍ଟିଲ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

୧୦୦ ବିଲିୟନ ଡଲାର କ୍ଳବ୍‌ରେ ବିଲ୍‌ ଗେଟ୍‌ସ

୧୦୦ ବିଲିୟନ ଡଲାର କ୍ଳବ୍‌ରେ ବିଲ୍‌ ଗେଟ୍‌ସ

ଓ୍ବାଶିଂଟନ,୨୧-୩: ଦୀର୍ଘ ଦିନ ଧରି ବିଶ୍ୱର ସର୍ବବୃହତ ଧନୀର ମାନ୍ୟତା ହାସଲ କରିଥିବା ମାଇକ୍ରୋସଫ୍ଟର ପ୍ରମୁଖ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ପୁନର୍ବାର ୧୦୦ ବିଲିୟନ ଡଲାର(୬.୯ ଲକ୍ଷ କୋଟି ଟଙ୍କା) କ୍ଳବରେ ସାମିଲ ହୋଇଛନ୍ତି। 

ଗୁଗୁଲକୁ ୧୭୦ କୋଟି ଡଲାର ଜରିମାନା

ଗୁଗୁଲକୁ ୧୭୦ କୋଟି ଡଲାର ଜରିମାନା

ନୂଆଦିଲ୍ଲୀ,୨୧-୩: ୟୁରୋପୀୟ କମିଶନ ପ୍ରତିଯୋଗିତା ଆଇନ ଉଲ୍ଲଂଘନ ଅଭିଯୋଗରେ ଇଣ୍ଟରନେଟ କମ୍ପାନୀ ଗୁଗୁଲ ଉପରେ ୧.୪୯ ବିଲିୟନ ପାଉଣ୍ଡ(୧୭୦ କୋଟି ଡଲାର) ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଛି।

ଅନ୍ତରୀଣ ଲାଭାଂଶ ଦେଲା ଆଇଓସି

ଅନ୍ତରୀଣ ଲାଭାଂଶ ଦେଲା ଆଇଓସି

ନୂଆଦିଲ୍ଲୀ,୨୦-୩: ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ କର୍ପୋରେଶନ(ଆଇଓସି) ମଙ୍ଗଳବାର ସରକାରଙ୍କୁ ଦ୍ୱିତୀୟ ଅନ୍ତରୀଣ ଲାଭାଂଶ ପ୍ରଦାନ ସମ୍ପର୍କରେ ଘୋଷଣା କରିଛି। ଏହି ସମୟରେ କମ୍ପାନୀ ସରକାରଙ୍କୁ ୧୪୧୨ କୋଟି ଟଙ୍କା ଲାଭାଂଶ ଦେଇଥିବା ଜଣାପଡିଛି। 

ଆଞ୍ଜେଲ ଟିକସ ଛାଡ଼ ଆବେଦନ କଲେ ୧୨୭ ଷ୍ଟାର୍ଟଅପ୍ସ

ଆଞ୍ଜେଲ ଟିକସ ଛାଡ଼ ଆବେଦନ କଲେ ୧୨୭ ଷ୍ଟାର୍ଟଅପ୍ସ

ନୂଆଦିଲ୍ଲୀ,୨୦-୩: ଆଞ୍ଜେଲ ଟିକସ ଛାଡ଼ ନେଇ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ(ସିବିଡିଟି) ପକ୍ଷରୁ ଫେବୃୟାରୀ ୧୯ରେ ବିଜ୍ଞପ୍ତି ପ୍ରକାଶ ପରେ ୧୨୭ ଷ୍ଟାର୍ଟଅପ୍ସ ଫେବୃୟାରୀ ୨୭ରୁ ଏଥିପାଇଁ ଫର୍ମ-୨ ମାଧ୍ୟମରେ ଆବେଦନ କରିଛନ୍ତି।

ସରକାରୀ ଡାଟା ବିଶ୍ୱସନୀୟତାକୁ ନେଇ ପ୍ରଶ୍ନବାଚୀ: ଅର୍ଥନୀତିଜ୍ଞଙ୍କ ବିରୋଧରେ ମୁହଁ ଖୋଲିଲେ ଜେଟଲି

ସରକାରୀ ଡାଟା ବିଶ୍ୱସନୀୟତାକୁ ନେଇ ପ୍ରଶ୍ନବାଚୀ: ଅର୍ଥନୀତିଜ୍ଞଙ୍କ ବିରୋଧରେ ମୁହଁ ଖୋଲିଲେ ଜେଟଲି

ନୂଆଦିଲ୍ଲୀ,୨୦-୩: ସରକାରୀ ଡାଟାର ବିଶ୍ୱସନୀୟତା ଉପରେ ଦେଶର ୧୦୮ ଅର୍ଥନୀତିଜ୍ଞ ଗତ ସପ୍ତାହରେ ପ୍ରଶ୍ନବାଚୀ ଲଗାଇଥିବା ବେଳେ ଏହାକୁ ନେଇ ଅର୍ଥମନ୍ତ୍ରୀ ମନ୍ତ୍ରୀ ଅରୁଣ ଜେଟଲୀ ମୁହଁ ଖୋଲଛନ୍ତି। ୭୦ % ଅର୍ଥନୀତିଜ୍ଞ ଅଧିକାଂଶ କ୍ଷେତ୍ରରେ ବିରୋଧିାତ୍ମକ ଆଚରଣ କରୁଥିବା ଜେଟଲୀ କହିଛନ୍ତି। 

ନୀରବଙ୍କ ପ୍ରତ୍ୟର୍ପଣ ନେଇ ସମସ୍ତ ଚେଷ୍ଟା ଚାଲିଛି:ସିବିଆଇ

ନୀରବଙ୍କ ପ୍ରତ୍ୟର୍ପଣ ନେଇ ସମସ୍ତ ଚେଷ୍ଟା ଚାଲିଛି:ସିବିଆଇ

ନୂଆଦିଲ୍ଲୀ,୨୦-୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଘୋଟାଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କୁ ଲଣ୍ଡନରୁ ଭାରତକୁ  ପ୍ରତ୍ୟର୍ପଣ ଲାଗି ସମସ୍ତ ପ୍ରକାରର ଉଦ୍ୟମ କରାଯାଉଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ଜଣେ ଅଧିକାରୀ ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା