ବାଣିଜ୍ୟ |

ସିଇଓ ଚୟନ କଲା ୟେସ ବ୍ୟାଙ୍କ

ସିଇଓ ଚୟନ କଲା ୟେସ ବ୍ୟାଙ୍କ

ମୁମ୍ବାଇ,୧୧-୧:  ଘରୋଇ କ୍ଷେତ୍ରରେ ଆଗଧାଡିର ବ୍ୟାଙ୍କ କୁହାଯାଉଥିବା ୟେସ ବ୍ୟାଙ୍କ ଏହାର ଏମଡି ଓ ସିଇଓଙ୍କ ସମ୍ଭାବ୍ୟ ନାମଗୁଡିକ ସ୍ଥିର କରିିଛି। ଗୁରୁବାର ଏହା ରିଜର୍ଭ ବ୍ୟାଙ୍କ ନିକଟକୁ ଅନୁମୋଦନ ଲାଗି ପଠାଇଛି। ବୁଧବାର ବ୍ୟାଙ୍କ ପକ୍ଷରୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜକୁ ଏ ସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି ଯେ, କେନ୍ଦ୍ରୀୟ ବ୍ୟାଙ୍କର ମଞ୍ଜୁରୀ ପରେ ହିଁ ନାମ ପ୍ରକାଶ କରାଯିବ। ସର୍ଚ୍ଚ ଆଣ୍ଡ ସିଲେକ୍ସନ କମିଟି ଓ ନମିନେଶନ ଆଣ୍ଡ ରେମୁନେରେଶନ କମିଟିର ସୁପାରିସ କ୍ରମେ ଉକ୍ତ ପଦପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ଏକ ତାଲିକା ସ୍ଥିର କରାଯାଇଛି। ଆର୍‌ବିଆଇର ନିୟମ ଅନୁଯାୟୀ ଜାନୁୟାରୀ ୧୦ ତାରିଖ ସୁଦ୍ଧା କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ନାମ ମଞ୍ଜୁରୀ ଲାଗି  ଆବେଦନ କରିବା ଆବଶ୍ୟକ ଥିଲା। ୟେସ ବ୍ୟାଙ୍କର ସିନିୟର ଗ୍ରୁପ୍‌ ପ୍ରେସିଡେଣ୍ଟ(ଫାଇନାନ୍ସିଆଲ ମାର୍କେଟ) ରଜତ ମୋଙ୍ଗା ଓ ମ୍ୟାକ୍ସ ଲାଇଫ ଇନସ୍ୟୁରାନ୍ସର ପୂର୍ବତନ ଏମ୍‌ଡି ଓ ସିଇଓ ରାଜେଶ ସୁଦ୍‌ ଉକ୍ତ ପଦ ଦୌଡରେ ଆଗରେ ରହିଛନ୍ତି ବୋଲି କୁହାଯାଉଛି।

All Right Reserved By

ବାଣିଜ୍ୟ |

ଚୋକ୍‌ସି, ପରିବାରଠାରୁ ୪୦୫ କୋଟି ଆଦାୟ କରିବ ଏସ୍‌ବିଆଇ

ଚୋକ୍‌ସି, ପରିବାରଠାରୁ ୪୦୫ କୋଟି ଆଦାୟ କରିବ ଏସ୍‌ବିଆଇ

ନୂଆଦିଲ୍ଲୀ,୨୪-୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ମହାଦୁର୍ନୀତିରେ ସମ୍ପୃକ୍ତ ଥିବା ମେହୁଲ ଚୋକ୍‌ସି, ତାଙ୍କ ପରିବାର ଏବଂ କମ୍ପାନୀଙ୍କଠାରୁ ପ୍ରାୟ ୪୦୫ କୋଟି ଟଙ୍କାର ଋଣ ଆଦାୟ ଲାଗି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ଏବେ ଅଣ୍ଟା ଭିଡ଼ିଛି। ଚୋକ୍‌ସି ମାମଲାରେ ଏସ୍‌ବିଆଇ ପ୍ରଥମଥର ପର୍ଦ୍ଦାଫାଶ କରିଛି।

ସବୁଠୁ ଦ୍ରୁତଗତିରେ ବିକାଶ କରିବ ଭାରତ: ଜାତିସଂଘ

ସବୁଠୁ ଦ୍ରୁତଗତିରେ ବିକାଶ କରିବ ଭାରତ: ଜାତିସଂଘ

ନୂଆଦିଲ୍ଲୀ,୨୪-୧: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ପରେ ଏବେ ଜାତିସଂଘ ମଧ୍ୟ ଭାରତୀୟ ଅର୍ଥନୀତିର ବିକାଶ ଦ୍ରୁତଗତିରେ ହେଉଥିବା ସ୍ବୀକାର କରିଛି। ୨୦୧୯ ଓ ୨୦୨୦ରେ ଭାରତର ଅର୍ଥନୀତିର ଗତି ସର୍ବାଧିକ ରହିବ। 

ସେଣ୍ଟ୍ରାଲାଇଜ୍‌ଡ ଜିଏସ୍‌ଟି ଆପିଲେଟ ଅଥରିଟି ଗଠନକୁ କ୍ୟାବିନେଟ୍‌ ମଞ୍ଜୁରୀ

ସେଣ୍ଟ୍ରାଲାଇଜ୍‌ଡ ଜିଏସ୍‌ଟି ଆପିଲେଟ ଅଥରିଟି ଗଠନକୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୨୪-୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଆର୍ଥିକ ବ୍ୟାପାର କେନ୍ଦ୍ର କ୍ୟାବିନେଟ ବୁଧବାର ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ମାମଲାର ଅଗ୍ରିମ ନିଷ୍ପତ୍ତି ଲାଗି ଏକ ସେଣ୍ଟ୍ରାଲାଇଜ୍ଡ ଆପେଲାଟ ଅଥରିଟି ଗଠନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ମୁହଁ ଖୋଲିଲେ ଗୀତା ଗୋପୀନାଥ;ଭାରତରେ ଋଣଛାଡ଼ ବଦଳରେ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଦେବା ଉଚିତ୍‌

ମୁହଁ ଖୋଲିଲେ ଗୀତା ଗୋପୀନାଥ;ଭାରତରେ ଋଣଛାଡ଼ ବଦଳରେ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଦେବା ଉଚିତ୍‌

ଡାଭୋସ୍‌,୨୪-୧: ଭୋଟ୍‌ ହାତେଇବାକୁ ହେଲେ ଚାଷୀଙ୍କ ଋଣଛାଡ଼ ଏକ ବଡ଼ ବିକଳ୍ପ ବୋଲି ଭାରତରେ ରାଜନୈତିକ ଦଳଗୁଡିକ ବିଚାର କରୁଛନ୍ତି। ଏହି କାରଣରୁ ନିର୍ବାଚନ ବେଳେ ଚାଷୀଙ୍କ ଋଣଛାଡ଼ କରାଯିବ ବୋଲି ଘୋଷଣା କରାଯାଉଛି। ତେବେ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିର ମୁଖ୍ୟ ଅର୍ଥନୀତିବିଦ୍‌ ଗୀତା ଗୋପିନାଥ କହିଛନ୍ତି ଯେ, ଭାରତରେ ଚାଷୀଙ୍କ ଋଣଛାଡ଼ ଲାଗି ରାଜ୍ୟ ସରକାରଗୁଡିକ ନେଇଥିବା ପଦକ୍ଷେପ ଠିକ୍‌ ନୁହେଁ।

ଭାରତର ବିକାଶ ଗତି ଧିମା: ଆଇଏମ୍‌ଏଫ୍‌ ମୁଖ୍ୟ

ଭାରତର ବିକାଶ ଗତି ଧିମା: ଆଇଏମ୍‌ଏଫ୍‌ ମୁଖ୍ୟ

ଡାଭୋସ୍‌,୨୪-୧: ଭାରତର ବିକାଶର ଗତି ଅତ୍ୟନ୍ତ ଧିମା। ଆବଶ୍ୟକ ଗତିରେ ଏହା ଦୌଡୁ ନାହିଁ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ମ୍ୟାନେଜିଂ ଡାଇରେକ୍ଟର(ଏମ୍‌ଡି) କ୍ରିଷ୍ଟିନ ଲାଗାର୍ଡ ମତପ୍ରକାଶ କରିଛନ୍ତି। 

ଏନ୍‌ପିଏ ସମସ୍ୟାକୁ ଉତ୍କଟ କରିବ ଜଳ ସଙ୍କଟ

ଏନ୍‌ପିଏ ସମସ୍ୟାକୁ ଉତ୍କଟ କରିବ ଜଳ ସଙ୍କଟ

ନୂଆଦିଲ୍ଲୀ,୨୪-୧: ବିଭିନ୍ନ କାରଣରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଅନାଦାୟ ଋଣ(ଏନ୍‌ପିଏ) ସମସ୍ୟା ଗୁରୁତର ହୋଇଛି। ତେବେ ଦେଶରେ ଜଳ ସଙ୍କଟ ଦେଖାଦେଲେ ବ୍ୟାଙ୍କଗୁଡିକର ଏନ୍‌ପିଏ ସମସ୍ୟା ଆହୁରି ଉତ୍କଟ ହେବ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। ଅଧିକାଂଶ ଋଣପ୍ରଦାନକାରୀ ଏଭଳି କେତେକ କ୍ଷେତ୍ରକୁ ଋଣ ଦେଇଛନ୍ତି, ଯେଉଁଠି ଜଳ ଯୋଗାଣ ସହ ଏହାର ସିଧାସଳଖ ସମ୍ପର୍କ ରହିଛି। 

ରାଜ୍ୟରେ ଉଜ୍ଜ୍ୱଳାରେ ୩୬ ଲକ୍ଷରୁ ଉର୍ଦ୍ଧ୍ୱ ସଂଯୋଗ

ରାଜ୍ୟରେ ଉଜ୍ଜ୍ୱଳାରେ ୩୬ ଲକ୍ଷରୁ ଉର୍ଦ୍ଧ୍ୱ ସଂଯୋଗ

ଭୁବନେଶ୍ୱର,୨୪-୧: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା(ପିଏମ୍‌ୟୁଓ୍ବାଇ)ରେ ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ୬ କୋଟିରୁ ଉର୍ଦ୍ଧ୍ୱ ପରିବାରକୁ ଗ୍ୟାସ୍‌ ସିଲିଣ୍ଡର ସଂଯୋଗ ପ୍ରଦାନ କରାଯାଇଛି।  ୨୦୧୪ରେ ସାରା ଦେଶରେ ଗ୍ୟାସ ପେନିଟ୍ରେଶନ ୫୬% ଥିବା ବେଳେ ଏହା ବର୍ତ୍ତମାନ ୯୦%କୁ ବଢିଛି। 

ମାରୁତି ସୁଜୁକିର ନୂଆ ଓ୍ବାଗନର ବଜାରରେ

ମାରୁତି ସୁଜୁକିର ନୂଆ ଓ୍ବାଗନର ବଜାରରେ

ନୂଆଦିଲ୍ଲୀ,୨୪-୧: ପ୍ରମୁଖ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ପକ୍ଷରୁ ନୂଆ ଓ୍ବାଗନର ୨୦୧୯ର ବଜାରକୁ ଆସିଛି। ଏହା ଏଲ୍‌ଏକ୍ସଆଇ, ଭିଏକ୍ସଆଇ ଏବଂ ଜେଡଏକ୍ସଆଇ ଭଳି ୩ ଭାରିଆଣ୍ଟରେ ଉପଲବ୍ଧ। ମଡେଲଟିର ଏକ୍ସ ଶୋ’ରୁମ ଆରମ୍ଭ ମୂଲ୍ୟ ୪.୧୯ ଲକ୍ଷ ଟଙ୍କା ରହିଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି।

ନାଇନ ସାନିଟାରି ନାପକିନ ପକ୍ଷରୁ ପିରିୟଡ୍‌ ଟ୍ରାକର ଆପ୍ଲିକେଶନ ଉନ୍ମୋଚନ

ନାଇନ ସାନିଟାରି ନାପକିନ ପକ୍ଷରୁ ପିରିୟଡ୍‌ ଟ୍ରାକର ଆପ୍ଲିକେଶନ ଉନ୍ମୋଚନ

ମୁମ୍ବାଇ,୨୪-୧: ନାଇନ ସାନିଟାରି ନାପକିନ ପକ୍ଷରୁ ନୂଆ ପିରିୟଡ ଟ୍ରାକର ଆପ୍ଲିକେଶନ ଉନ୍ମୋଚନ କରାଯାଇଛି। ନାଇନର ସହପ୍ରତିଷ୍ଠାତା ଶରତ ଖେମକା, ସିଇଓ ରିଚା ସିଂ ଏବଂ କ୍ରିଏଟିଭ୍‌ ନିର୍ଦ୍ଦେଶକ ଅଙ୍କିତା ଗୁପ୍ତା ଏହାକୁ ଶୁଭାରମ୍ଭ କରିଥିଲେ। ଏଭଳି ଆପ୍‌ ଆଣିବାରେ ନାଇନ ଦେଶର ପ୍ରଥମ କମ୍ପାନୀ ।

ଆଜି ପାଳନ ହେଉଛି ଉଜ୍ଜ୍ୱଳା ସ୍ବାଭିମାନ ଦିବସ

ଆଜି ପାଳନ ହେଉଛି ଉଜ୍ଜ୍ୱଳା ସ୍ବାଭିମାନ ଦିବସ

ରାଜ୍ୟର ୩୦ ସ୍ଥାନରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ଗୁରୁବାର ଉଜ୍ଜ୍ୱଳା ସ୍ବାଭିମାନ ଦିବସ ପାଳନ କରାଯାଉଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲୀରୁ ଭିଡ଼ିଓ କନଫରେନ୍ସି ଯୋଗେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। 

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର: ଶସ୍ତା ହେବ ଔଷଧ

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର: ଶସ୍ତା ହେବ ଔଷଧ

ନୂଆଦିଲ୍ଲୀ, ୨୩।୧: ମାରାତ୍ମକ କ୍ୟାନସର ରୋଗ ସମେତ ୫୦ଟି ଜୀବନରକ୍ଷାରୀ ଔଷଧ ଶସ୍ତା ହେବ। ଖାଉଟି ଓ ପାଇକାରି ବ୍ୟବସାୟୀ ଅଳ୍ପ ଲାଭରେ ଏହି ସବୁ ଔଷଧ ବିକ୍ରି କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଆୟକର ରିଟର୍ନ ;୨୧ ଦିନ ମିଲିଲା ଦାଖଲ ସମୟ

ଆୟକର ରିଟର୍ନ ;୨୧ ଦିନ ମିଲିଲା ଦାଖଲ ସମୟ

ନୂଆଦିଲ୍ଲୀ,୨୩-୧: ଉଚ୍ଚ ମୂଲ୍ୟର ନେଣଦେଣ କରିଛନ୍ତି, ଅଥଚ ୨୦୧୮-୧୯ ଲାଗି ଆୟକର ରିଟର୍ନ ଦାଖଲ କରି ନଥିଲେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) ଏହା ଦାଖଲ ଲାଗି ଆହୁରି ୨୧ ଦିନ ସମୟ ଦେଇଛି।