ସମ୍ପାଦକୀୟ |

ଆଜିର ଅର୍ଥନୀତି/ତାଳିପକା ସମାଧାନ

ଆଜିର ଅର୍ଥନୀତି/ତାଳିପକା ସମାଧାନ

ସାଧାରଣ ନିର୍ବାଚନ ସହ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ସ୍ବାର୍ଥାନ୍ବେଷୀ ଗୋଷ୍ଠୀ ନିଜର ଭାଗ ପାଇବା ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କୌଶଳ ଆପଣାଇଛନ୍ତି। ନିକଟରେ ଅନୁଷ୍ଠିତ କେତେକ ରାଜ୍ୟର ନିର୍ବାଚନ ଫଳ ପ୍ରକାଶ ପାଇବା ପରଠାରୁ କୃଷକ ପ୍ରସଙ୍ଗ ପୁଣି ପ୍ରମୁଖତା ଲାଭ କରିଛି। ତେବେ ନିର୍ବାଚନ ଫଳ ପ୍ରକାଶ ପର୍ଯ୍ୟନ୍ତ ଏ ପ୍ରସଙ୍ଗ ଯେ ପୂରା ସୁପ୍ତ ଥିଲା ବା ଜାତୀୟ ଚର୍ଚ୍ଚା ପରିସରରୁ ବାହାରେ ଥିଲା ସେ କଥା କୁହାଯାଉ ନାହିଁ। ବାସ୍ତବରେ ଚାଷୀ ଆନ୍ଦୋଳନ ୨୦୧୮ର ବହୁଳାଂଶ ଜାତୀୟ ଗଣମାଧ୍ୟମର ଶିରୋନାମା ମଣ୍ଡନ କରିଥିଲା। ଗତବର୍ଷ ଜୁନ୍‌ମାସରେ ଅନେକ ରାଜ୍ୟରେ କୃଷକମାନେ ୧୦ ଦିନିଆ ପ୍ରତିବାଦ ମାଧ୍ୟମରେ ସରକାରଙ୍କୁ ପ୍ରତିଶ୍ରୁତ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଯଥାଶୀଘ୍ର ପ୍ରଦାନ କରିବା ପାଇଁ ଦାବି ଜଣାଇଥିଲେ। ତା’ଛଡ଼ା ସେମାନେ ଦେଶ ସାରା କୃଷିଋଣ ଛାଡ଼କରିବା ପାଇଁ ମଧ୍ୟ ଦାବି କରିଥିଲେ। ଗତବର୍ଷ ମଧ୍ୟପ୍ରଦେଶର ମଣ୍ଡସୌରଠାରେ ଏଭଳି ଆନ୍ଦୋଳନ ଅବସରରେ ଘଟିଥିବା ହିଂସାକାଣ୍ଡରେ ପୋଲିସ ଗୁଳିରେ ପାଞ୍ଚଜଣ କୃଷକଙ୍କର ମୃତ୍ୟୁ ଘଟିଥିଲା। ଓଡ଼ିଶାରେ ଧାନର ଏମ୍‌ଏସ୍‌ପି ବୃଦ୍ଧିକରିବା ପାଇଁ କୃଷକମାନେ ବାରମ୍ବାର ଦାବି କରିଆସୁଛନ୍ତି। ରାଜ୍ୟ ସରକାର ମଧ୍ୟ କୃଷକଙ୍କ ସ୍ବାର୍ଥରକ୍ଷା ପାଇଁ ବାରମ୍ବାର କେନ୍ଦ୍ର ଆଗରେ ଦାବି ଉପସ୍ଥାପନ କରିଆସିଛନ୍ତି। ମଙ୍ଗଳବାର ବିଜୁ ଜନତା ଦଳ ପକ୍ଷରୁ ଏଥିପାଇଁ ଦଳର କର୍ମୀ ତଥା କୃଷକମାନଙ୍କୁ ନେଇ ଦିଲ୍ଲୀରେ ଏକ ର଼୍ୟାଲି କରାଯାଇଥିଲା। କେନ୍ଦ୍ର ସରକାର କୃଷକମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରି ନ ଥିବାରୁ ଏଇ କିଛିଦିନ ଭିତରେ ଦେଶ ସାରା କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ଦେଖାଯାଇଛି। 

ଦେଶର ପ୍ରାୟ ଅଧାଲୋକ କୃଷିକ୍ଷେତ୍ରରେ ହିଁ ଜୀବିକା ନିର୍ବାହ କରୁଥିବାବେଳେ କୃଷିକ୍ଷେତ୍ରରୁ ଭାରତର ଜିଡିପିକୁ ଅବଦାନ ମାତ୍ର ୧୫ ପ୍ରତିଶତ। ଏହା ଆମ କୃଷିକ୍ଷେତ୍ରର ତଥା ଏହା ଉପରେ ନିର୍ଭର କରୁଥିବା ଲୋକମାନଙ୍କର ଦୁରବସ୍ଥାର ଏକ ବଡ଼ ସୂଚକ। ନିକଟରେ ଅନୁଷ୍ଠିତ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ସୂଚନା ମିଳିଛି ଯେ, ଆଗାମୀ ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ କୃଷି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେବାକୁ ଯାଉଛି। ଭାରତରେ କୃଷକମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ। ଜମିର ସ୍ବଳ୍ପ ଉତ୍ପାଦନଶୀଳତା, ଦୁର୍ବଳ କୃଷି ଭିତ୍ତିଭୂମି, ବୈଜ୍ଞାନିକ ପଦ୍ଧତିରେ ଶସ୍ୟ ସଂରକ୍ଷଣ ବ୍ୟବସ୍ଥାର ଅଭାବ, ଦୁର୍ବଳ ବିପଣନ ବ୍ୟବସ୍ଥା ଏହି କ୍ଷେତ୍ରକୁ ଆକ୍ରାନ୍ତ କରି ରଖିଛି। ଏହାର କୌଣସି ସହଜ ସମାଧାନ ନାହିଁ। ଅଧିକାଂଶ କୃଷିଋଣ ଛାଡ଼ କରିବା ପାଇଁ ଦାବି କରୁଥିଲେ ମଧ୍ୟ ଏହାଦ୍ୱାରା କୃଷକମାନଙ୍କର ସବୁ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଏହା କୃଷକମାନଙ୍କ କ୍ଷତର ଆରୋଗ୍ୟ ପାଇଁ ଏକ ମନସ୍ତାତ୍ତ୍ୱିକ ମଲମ ପରି କାମ ଦେଇପାରେ। ଆମ ଦେଶର ପ୍ରାୟ ୪୮ ପ୍ରତିଶତ କୃଷକ ଋଣ କରି ନ ଥାନ୍ତି ଏବଂ ଅତି କମ୍‌ ସଂଖ୍ୟକ କୃଷକ ଆନୁଷ୍ଠାନିକ କୃଷିଋଣ କରିଥାନ୍ତି। 

ଆମେ ସଚେତନ ଯେ ଆମ କୃଷିକ୍ଷେତ୍ର ଅନେକ ଦିଗରୁ ଉନ୍ନତି କରିବାର ସମ୍ଭାବନା ଅଛି। କିନ୍ତୁ ସେଥିପାଇଁ ସରକାରଙ୍କୁ ଭୋଟବାକ୍ସ ବାହାରେ ଚିନ୍ତା କରିବାକୁ ହେବ। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସମର୍ଥ କରିବା ପାଇଁ କୃଷି ସଂସ୍କାରରେ ଅଧିକ ଅନ୍ତର୍ଭୁକ୍ତୀକରଣ ହେବା ଦରକାର। ଭୂମିସ୍ବତ୍ୱକୁ ଅଧିକ ଉତ୍ପାଦନଶୀଳ ଓ ବଜାର-ଅନୁକୂଳ କରିବା ପାଇଁ ଏହାକୁ ମଜଭୁତ କରିବାର ଆବଶ୍ୟକତା ରହିଛି। ଦ୍ୱିତୀୟତଃ ଉନ୍ନତ ଜ୍ଞାନକୌଶଳ ଦ୍ୱାରା ଦକ୍ଷତା ଓ ଉତ୍ପାଦକତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବା ଦରକାର, ଯାହାଦ୍ୱାରା କମ୍‌ ଖର୍ଚ୍ଚରେ ଅଧିକ ଅମଳ ହୋଇପାରୁଥିବ। ଏହା ଉପରେ ଅଧିକ ଗବେଷଣା ପାଇଁ ପ୍ରୋତ୍ସାହନ ମିଳିବା ଆବଶ୍ୟକ। ଏ କ୍ଷେତ୍ରରେ ରାଜ୍ୟ ସରକାରଗୁଡ଼ିକର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କୃଷକମାନଙ୍କୁ କୃଷି-ବ୍ୟବସାୟ ଦିଗରେ ମନ ବଳାଇବା ପାଇଁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ଅଛି। ଧାନ ଓ ଗହମ ପରି ପାରମ୍ପରିକ କୃଷି ବଦଳରେ ଫଳ, ପନିପରିବା, ଡାଇରି ଉତ୍ପାଦ, ମାଂସ, ଅଣ୍ଡା, ମାଛ ପ୍ରଭୃତି ଉଚ୍ଚ ମୂଲ୍ୟଯୁକ୍ତ ଓ ଅଧିକ ଲାଭଜନକ ଚାଷ ଓ ବ୍ୟବସାୟକୁ ସେମାନେ ଆପଣାଇବା ଦରକାର। କୃଷକମାନଙ୍କ ବଳକା ଉତ୍ପାଦନକୁ ସାଇତି ରଖିବା, ପ୍ରକ୍ରିୟାକରଣ କରିବା ଓ ରପ୍ତାନି କରିବା ପାଇଁ ସରକାର ବ୍ୟବସ୍ଥା କରିବା ଉଚିତ। 

ବର୍ତ୍ତମାନ କୃଷକମାନେ ଅଧିକ ଅମଳ କଲେ ବଜାରରେ ଅତ୍ୟଧିକ ସୁଲଭତା ହେତୁ ତାହାର ମୂଲ୍ୟ ହ୍ରାସପାଉଛି। ଫଳରେ ସେମାନେ ଉପଯୁକ୍ତ ମୂଲ୍ୟ ନ ପାଇ କ୍ଷତିଗ୍ରସ୍ତ ହେଉଛନ୍ତି। କୃଷକମାନଙ୍କ ପାଇଁ ଏକ ଆୟ ସମର୍ଥନକାରୀ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେବାର ଆବଶ୍ୟକତା ରହିଛି। ଆମ ରାଜ୍ୟ ସରକାର ଯେଉଁ କାଳିଆ ଯୋଜନା ଆରମ୍ଭ କରିଛନ୍ତି, ତାହା ଏ ଦିଗରେ ଏକ ଉତ୍ତମ ପଦକ୍ଷେପ। ତେବେ ସରକାର ଆବଶ୍ୟକ ସଂଖ୍ୟକ ଫର୍ମ ଯୋଗାଇ ନ ପାରିବାରୁ ତା’ର କଳାବଜାର ହେଉଥିବା ରିପୋର୍ଟ ପ୍ରକାଶ ପାଇଛି। ଏଣୁ ସରକାର ଆବଶ୍ୟକତାକୁ ଚାହିଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ଉପଯୁକ୍ତ ହିତାଧିକାରୀ ଯେପରି ଉପକୃତ ହୁଅନ୍ତି ତାହା ସୁନିଶ୍ଚିତ କରିବା ତଳସ୍ତରରେ କାମ କରୁଥିବା ଅଫିସର ଓ କର୍ମଚାରୀମାନଙ୍କ ଦାୟିତ୍ୱ। କେବଳ ଭୋଟବାକ୍ସ ଚିନ୍ତା ସରକାରଙ୍କ ଦୃଷ୍ଟିକୋଣକୁ ମଳିନ କରିବା ଉଚିତ ନୁହେଁ।

All Right Reserved By

ସମ୍ପାଦକୀୟ |

ଶବଦାହରେ ଘଷି

ଶବଦାହରେ ଘଷି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି। ମୁସଲମାନମାନେ ମୃତ ଲୋକର ଶବକୁ ପୋତିଦିଅନ୍ତି ଏବଂ ହିନ୍ଦୁମାନେ ତାକୁ ଅଗ୍ନିରେ ଦାହ କରନ୍ତି। ପାରମ୍ପରିକ ଭାବେ ଦାହ ପାଇଁ କାଠ ବ୍ୟବହୃତ ହୋଇ ଆସୁଥିବା ବେଳେ ଆଜିକାଲି ବିଦ୍ୟୁତ୍‌ଶକ୍ତି ଓ ଗ୍ୟାସ୍‌ ମଧ୍ୟ ବ୍ୟବହୃତ ହେଲାଣି।  କିନ୍ତୁ ଆଜିକାଲି ଜାଳେଣି କାଠର ଘୋର ଅଭାବ। ଦିଲ୍ଲୀରେ ସରକାରୀ ଗାର୍ଡନରମାନେ ଗଛର ଅଳ୍ପ କିଛି ଛୋଟ ଡାଳ କାଟିବାର ଛଳନା କରନ୍ତି। କିନ୍ତୁ ସେମାନେ ପ୍ରାୟ ସବୁ ବଡ଼ ବଡ଼ ଡାଳ କାଟନ୍ତି ଓ ସେସବୁକୁ ନିଗମବୋଧ ଘା..

ଅଶ୍ଳୀଳତାକୁ ନେଇ ଛଳନା

ଅଶ୍ଳୀଳତାକୁ ନେଇ ଛଳନା

ଡ. ସୁବାସ ଚନ୍ଦ୍ର ପାତ୍ର

ଅଶ୍ଳୀଳତାକୁ ନେଇ ମଣିଷର ଛଳନା ଇତିହାସ ପରି ପୁରୁଣା। କିଛିଦିନ ତଳେ ଖଣ୍ଡଗିରି ଯାତ୍ରା ମହୋତ୍ସବ ଅବସରରେ କୌଣସି ଏକ ଅପେରା ମଞ୍ଚ ଉପରେ ମନୋରଞ୍ଜନ ଆଳରେ ଜଣେ ମହିଳା କଳାକାର ଅଙ୍ଗ ପ୍ରଦର୍ଶନ ସହ ଅଶ୍ଳୀଳ ନୃତ୍ୟ ପରିବେଷଣ କରିବାର ଅଭିଯୋଗ ଆସିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ଟିଭି ଚ୍ୟାନେଲ ତାଙ୍କ ସହ ସାକ୍ଷାତ୍‌କାର ପ୍ରସାରଣ କଲେ ଏବଂ ଆଉ କେତେକ ଚ୍ୟାନେଲ ପ୍ରତିବାଦ ବାହାନାରେ ସେହି ତଥାକଥିତ ନଗ୍ନ ନୃତ୍ୟକୁ ବାରମ୍ବାର ପ୍ରଦର୍ଶନ ମଧ୍ୟ କଲେ। ଜଣେ ରାଜାଙ୍କୁ ଯଦି ତାଙ୍କ ପାର୍ଷଦ କହେ, ‘ମଣିମା, ଆପଣଙ୍କ ବଡ଼ଗୁଣ ହେଲା ଆପଣ ତୋଷାମଦି ଭଲପାଆନ୍ତି ନାହିଁ,’ ଏ କଥାଟି ଯେମିତି ଏକ ତୋଷା..

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର


ବିକାଶ କୁମାର ପତି

ଚିରନ୍ତନ ବିକାଶ ଲକ୍ଷ୍ୟ ସମସ୍ତଙ୍କୁ ୨୦୩୦ ସୁଦ୍ଧା ପାନୀୟ ଜଳ ଯୋଗାଇବା ପାଇଁ ଉଦ୍ଦିଷ୍ଟ। ଅର୍ଥାତ୍‌, କେହି ବି ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେନି। କିନ୍ତୁ ଆଜି ବି ଲକ୍ଷ ଲକ୍ଷ ଲୋକ ସ୍ବଚ୍ଛ ପାନୀୟ ଜଳ ବିନା ବଞ୍ଚୁଛନ୍ତି- ତାଙ୍କ ପରିବାର, ବିଦ୍ୟାଳୟ, କର୍ମକ୍ଷେତ୍ର, ସବୁଠି ବଞ୍ଚିବା ପାଇଁ ଓ ତୃଷ୍ଣା ମେଣ୍ଟେଇବା ପାଇଁ କଷ୍ଟ କରୁଛନ୍ତି। ଜାତିସଂଘର ଜଳ ଉପରେ କାମ କରୁ..

ଏଇ ଭାରତରେ

ଏଇ ଭାରତରେ

କୁହାଯାଏ ବିବାହ ଯୋଡ଼ି ଈଶ୍ୱରଙ୍କ ଦରବାରରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। ଏହାକୁ ଖଣ୍ଡନ କରିବା ସହଜ ନୁହେଁ। ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ଏପରି ଏକ ବିରଳ ବାହାଘର ସମ୍ପନ୍ନ ହୋଇଛି। ଖଣ୍ଡଓ୍ବା ଅନ୍ତର୍ଗତ ପୁନାସା ଗଁାର ବାସିନ୍ଦା ଧନେଶ ରାଜବୈଦ ନିମାଡ ନିବାସୀ ଚେତନା ଶର୍ମାଙ୍କୁ ବିବାହ କରିଛନ୍ତି। ଉଭୟ କନ୍ୟା ଓ ବରଙ୍କ ଉଚ୍ଚତା ୩୬ ଇଞ୍ଚ। ଉଚ୍ଚତା କମ୍‌ ..

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସାଧାରଣତଃ ଉତ୍ତରପ୍ରଦେଶ ଓ ବିହାର ବୋର୍ଡ ପରୀକ୍ଷାରେ ପିଲାମାନେ ବହୁ ସମୟରେ ଅଜବ ଓ ଅଦ୍ଭୁତ ଉତ୍ତର ଲେଖିଥିବା ଶୁଣିବାକୁ ମିଳିଛି। ଏପରିକି ଭଲ ମାର୍କ୍ସ ପାଇବା ପାଇଁ ଉତ୍ତର ଖାତାରେ ଟଙ୍କା ଷ୍ଟାପଲ୍‌ କରିବାର ନଜିର ଅଛି।  ‘ବାପା ଗରିବ ଲୋକ, ପୁଣି ଥରେ ପରୀକ୍ଷା ଦେବା ଲାଗି ଟଙ୍କା ଦେଇପାରିବେ ନାହିଁ, ତେଣୁ ମୋତେ ପାସ୍‌ କରିଦିଅନ୍ତୁ’ କହି କେତେକ ପରୀ..

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଆଖି ଆଗରେ କାହାର ଛବି ନାଚି ଉଠିଥାଏ? କିଛି ସାଧାରଣ ଲୋକ ମନେ କରୁଥିବେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳ। ଏମିତି ଏକ ଧାରଣା ଜନ୍ମିବା ପଛରେ ବିଭିନ୍ନ ନେତା ଓ ସମର୍ଥକମାନଙ୍କ ଜବରଦସ୍ତ ପ୍ରଚାର, ଅସଂଖ୍ୟ ବିଜ୍ଞାପନ ଏବଂ ରାସ୍ତାକଡ଼ର ତତ୍‌ସମ୍ପର୍କିତ ଏକାଧିକ ହୋର୍ଡିଂର ପ୍ରଭାବ ବି..

ଘରଚଟିଆର ତୁଳନା ନାହିଁ

ଘରଚଟିଆର ତୁଳନା ନାହିଁ

ପୀତାମ୍ବର ରାଉତ

ମହାନ୍‌ ପରିବେଶବିତ୍‌ ମହମ୍ମଦ ଦିଲଓ୍ବାର୍‌ଙ୍କ ଉଦ୍ୟମରେ ୨୦୧୦ରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଇ ଆସୁଛି। ଘରଚଟିଆର ବୈଜ୍ଞାନିକ ନାମ ପାସେରିଡି। ଭୂମଧ୍ୟସାଗରୀୟ ଅଞ୍ଚଳରୁ ଆରମ୍ଭ କରି ବ୍ରିଟେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲଜିୟମ୍‌, ଇଟାଲୀ, ନେଦରଲାଣ୍ଡ ଓ ଫିନ୍‌ଲାଣ୍ଡ..

ଏଇ ଭାରତରେ

ଏଇ ଭାରତରେ

ଜଣେ ବ୍ୟକ୍ତି ୧୦ଲକ୍ଷ ଟଙ୍କା ରାସ୍ତାପାର୍ଶ୍ୱରୁ ପାଇ ଫେରାଇଦେବା ଘଟଣା ତାଙ୍କୁ ମହାନତାର ପରିଚୟ ଦେଇଛି। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ସ୍ବରୂପ ୨ଲକ୍ଷ ଟଙ୍କା ଦିଆଯାଇଛି।  ଦିଲୀପ ପୋଦ୍ଦାର ନାମକ ଜଣେ ବ୍ୟକ୍ତି ସୁରଟର ଉମ୍ରା ଅଞ୍ଚଳରେ ଶାଢ଼ି ଶୋ’ରୁମ୍‌ରେ ସେଲ୍ସମ୍ୟାନ୍‌ ଭାବେ କାମ କରନ୍ତି। ପୋଦ୍ଦାର ମଧ୍ୟାହ୍ନଭୋଜନ ସାରି ଡ୍ୟୁଟିକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ୱରେ ଏକ ବ୍ୟାଗ୍‌..

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା