ସମ୍ପାଦକୀୟ |

ସଙ୍ଗତି ଓ ମାନବ ମୂଲ୍ୟ

ସଙ୍ଗତି ଓ ମାନବ ମୂଲ୍ୟ

ଉପେନ୍ଦ୍ର ବିଶ୍ୱାଳ

ରସାୟନ ବିଜ୍ଞାନାନୁଯାୟୀ ଦୁଇଟି ଉଦ୍‌ଜାନ ଓ ଗୋଟିଏ ଅମ୍ଳଜାନ ପରମାଣୁର ମିଶ୍ରଣ ଫଳରେ ସୃଷ୍ଟି ହୁଏ ଜଳଅଣୁ। ପ୍ରତିଟି ଜଳବିନ୍ଦୁ କେତେଗୁଡ଼ିଏ ଜଳଅଣୁର ସମାହାର। ନର୍ଦ୍ଦମାରେ ବୋହିଯାଉଥିବା ଜଳରେ ଯେଉଁ H2O ଅଣୁ ଥାଏ, ସମୁଦ୍ରରେ ମଧ୍ୟ ତାହା। ମାତ୍ର ନର୍ଦ୍ଦମାର ଜଳକୁ ପାଦରେ ବି ଛୁଇଁବାକୁ ମନ କୁହେନା। ନଦୀ, ସମୁଦ୍ରରେ ଆମେ ଅତିବେଶିରେ ସ୍ନାନ କରିବାକୁ ପସନ୍ଦ କରିଥାଉ। କିନ୍ତୁ ନଳକୂପର ସେହି H2O ଜଳଅଣୁକୁ ଜୀବନ ରକ୍ଷାକାରୀ ପାନୀୟ ଭାବେ ସାଦରେ ଗ୍ରହଣ କରୁ। ଗଙ୍ଗାର ଜଳ ତା’ଠାରୁ ବି ଅଧିକ ଆଦର ଓ ମହିମାଯୁକ୍ତ। ଆକାଶରୁ ଝରିପଡ଼ୁଥିବା ଶିଶିର ବିନ୍ଦୁରେ ମଧ୍ୟ ଉଦ୍‌ଜାନ ଓ ଅମ୍ଳଜାନ ଅଛି। ଏହାର ମୂଲ କିନ୍ତୁ ଅମୂଲ। କାରଣ ଗୋଲାପକୁ ବିକଶିତ କରିବାରେ ହିଁ କେବଳ ଶିଶିର ବିନ୍ଦୁର ଅଛି ସାମର୍ଥ୍ୟ। ଯାହା କି ଉପରୋକ୍ତ ଉତ୍ସର ଜଳରେ ନାହିଁ। ଶିଶିରବିନ୍ଦୁଠାରୁ ବି ଆହୁରି ଅଧିକ ମୂଲ୍ୟବାନ ଆକାଶରୁ ଝରି ପଡ଼ୁଥିବା ସେହି ଜଳବିନ୍ଦୁ, ଯାହା ଏକ ନିର୍ଦ୍ଦିଷ୍ଟ ସମୟରେ (ଆକାଶରେ ଚନ୍ଦ୍ର ସ୍ବାତୀ ନକ୍ଷତ୍ରରେ ଥିବାବେଳେ) ଶାମୁକାର ସ୍ବର୍ଣ୍ଣିମ ସ୍ବପ୍ନକୁ ସାକାର କରି ତା’ ଭିତରେ ମହାର୍ଘ ମୁକ୍ତା ତିଆରି କରିଥାଏ। ସେଥିପାଇଁ କୁହାଯାଏ- ସ୍ବାତୀ ନକ୍ଷତ୍ରର ଜଳ, ପାତ୍ର ବିଶେଷରେ ଫଳ। 

 ନର୍ଦ୍ଦମାଠୁ ନଈନାଳ, ଗାଡ଼ିଆଠୁ ଗୋଲାପ କଢ଼ି, ସାଗରଠୁ ଶାମୁକା ପର୍ଯ୍ୟନ୍ତ ସବୁଠି ଅଛି ଜଳର ସେହି ସମାନ ଅଣୁ। ସଂସ୍ପର୍ଶ ବା ସଙ୍ଗତି ହିଁ ଜଳକଣାର ମୂଲ୍ୟକୁ ବଢ଼ାଇ ଥାଏ। ଠିକ୍‌ ସେମିତି, ଆମ ଜୀବନର ଗୌରବ-ଗରିମା ନିର୍ଭର କରେ ଆମର ସଙ୍ଗତି ଉପରେ। କୁସଙ୍ଗ ଆମକୁ ନର୍ଦ୍ଦମାର ଜଳପରି ନିମ୍ନଗାମୀ ବା ନୀଚ ଭାବେ ସୂଚିତ କରୁଥିଲା ବେଳେ, ମୁକ୍ତାସମ ଆମ ଜୀବନକୁ ଜାଜ୍ୱଲ୍ୟମାନ କରିଥାଏ ସୁସଙ୍ଗ। ଜୀବନରେ ହେୟ ବା ଶ୍ରେୟ ନିର୍ଭର କରେ ଆମର ମତି-ଗତି-ସଙ୍ଗତି ଉପରେ। ମନେ ପଡ଼େ ମହାଭାରତରେ ଭୀଷ୍ମଙ୍କ ଶରଶଯ୍ୟା ସମୟର ସ୍ବୀକାରୋକ୍ତି। ଶରଶଯ୍ୟାରେ ଶୋଇ ଶୋଇ ଅତୀତକୁ ଅନୁଶୀଳନ କରୁଛନ୍ତି ପିତାମହ ଭୀଷ୍ମ। ଶରୀରରୁ କ୍ଷରିତ ହୋଇଚାଲିଛି ପାପାନ୍ନରେ ତିଆରି ଶୋଣିତର ଧାର। ଭଗବାନ ଶ୍ରୀକୃଷ୍ଣଙ୍କ ପରାମର୍ଶ କ୍ରମେ ଶଯ୍ୟାଧାରରେ ସମବେତ ହେଲେ ଦ୍ରୌପଦୀଙ୍କ ସମେତ ପଞ୍ଚପାଣ୍ଡବ। ଶୁଣିବେ ଧର୍ମନୀତି ସମ୍ବନ୍ଧୀୟ ଉପଦେଶାବଳୀ। ନୀତିନିଷ୍ଠ, ଧର୍ମାତ୍ମା ଭୀଷ୍ମଙ୍କଠାରୁ ମୂଲ୍ୟବାନ ମାର୍ଗଦର୍ଶନ ଶୁଣୁ ଶୁଣୁ ପାଞ୍ଚାଳିଙ୍କର ମନେ ପଡ଼ିଯାଇଛି କୁରୁସଭାରେ ସେଦିନର ଲାଞ୍ଛନା। ମନେ ମନେ ମାପୁଥାନ୍ତି ପଞ୍ଚାମୃତ ସମ ଆଜିର ପବିତ୍ର ଉଚ୍ଚାରଣ ଓ କାଲିର ସେ ନିଷ୍ଠୁର ନୀରବତା। ଆଜି ପିତାମହଙ୍କର ଏପରି ଧର୍ମବାଣୀ ଶୁଣି ନିଜକୁ ଆଉ ସମ୍ଭାଳି ନ ପାରି ଫେଁ କରି ହସିଦେଲେ ସର୍ବ ସମ୍ମୁଖରେ। ଗୁରୁଜନମାନଙ୍କ ପ୍ରତି ପ୍ରଚଣ୍ଡ ଭକ୍ତିଭାବ ରଖୁଥିବା ପାଞ୍ଚାଳିଙ୍କର ହସକୁ କିନ୍ତୁ ପଢ଼ି ପାରିଥିଲେ ଶ୍ରୀକୃଷ୍ଣ ଓ ପିତାମହ ଭୀଷ୍ମ। ହସର କାରଣ ସେ ନିଜେ ବୋଲି ଭୀଷ୍ମ ସ୍ବୀକାର କରିଛନ୍ତି ସେଇଠି। ସତ୍ୟପ୍ରିୟ, ନ୍ୟାୟନିଷ୍ଠ ପିତାମହଙ୍କ ମର୍ଯ୍ୟାଦା, ମୁରବିପଣ ସବୁ ମାଟିରେ ମିଶି ଯାଇଥିଲା, ସଙ୍ଗତିର ମାରାମତ୍କ ପ୍ରଭାବ ଯୋଗୁ। ଦୁଷ୍ଟମନା କୌରବକୁଳର ସଂସ୍ପର୍ଶ ଓ ସଙ୍ଗତି ତଥା ତାଙ୍କ ପାପାନ୍ନ ଭୁଞ୍ଜି ଭୁଲି ଚାଲିଥିଲେ ଭୀଷ୍ମ ତାଙ୍କ ମହାନୁଭବତାକୁ, ମହନୀୟତାକୁ। ଧୃତରାଷ୍ଟ୍ରଙ୍କ ଦୁଷ୍ଟ ସନ୍ତାନଙ୍କ ଦୌରାମତ୍‌ୟ, ଉପତ୍ୀଡ଼ନ, ଅନ୍ୟାୟର ପ୍ରତିବାଦ କରିବାକୁ ଅସହାୟ ମଣୁଥିଲେ ସେ। ସମର୍ଥ ଥାଇ ବି ସେ ଥିଲେ ଅସମର୍ଥ। ଏପରି କି କୁରୁ ରାଜସଭାରେ ଲାଞ୍ଛିତା ଲଳନାଟିର ବିକଳ ପ୍ରାର୍ଥନା ବି କର୍ଣ୍ଣବିଦ୍ଧ କରି ପାରୁ ନ ଥିଲା ସେଦିନର ବଧିର-ଭୀଷ୍ମଙ୍କୁ। ମୌନ ରହି ମୁରବୀଜଣଙ୍କ ଏକପ୍ରକାର ପରୋକ୍ଷ ସମର୍ଥନ ଦେଇଥିଲେ ଦୁର୍ଯ୍ୟୋଧନ, ଦୁଃଶାସନ ଆଦି ଦୁଷ୍ଟାମତ୍ାଙ୍କ ଦୁଷ୍କର୍ମକୁ। ଇଏ ହେଉଛନ୍ତି ସେହି ଭୀଷ୍ମ, ମହିଳାମାନଙ୍କ ପ୍ରତି ଯାହାଙ୍କର ଥିଲା ଗଭୀର ମର୍ଯ୍ୟାଦାବୋଧ। ଏପରି କି, ମହିଳା ବେଶଧାରୀ ଶତ୍ରୁ ଉପରକୁ ମଧ୍ୟ ଅସ୍ତ୍ର ଉଠାଇବେ ନାହିଁ ବୋଲି ଯାହାଙ୍କର ଥିଲା ନୀତିଗତ ନିଷ୍ପତ୍ତି। ‘ନାରୀ ମାତ୍ରେ ହିଁ ନମସ୍ୟା’ ତାଙ୍କର ଏହି ଉଚ୍ଚକୋଟୀର ଆଦର୍ଶପଣ କିନ୍ତୁ ଲୁଚିଯାଇଥିଲା ସେତେବେଳେ, ଯେତେବେଳେ ଜଣେ କୁଳବଧୂଙ୍କୁ ସର୍ବସମ୍ମୁଖରେ ଅତି ନିର୍ଲଜ୍ଜ ଭାବେ ନିର୍ଯାତିତ କରାଯାଉଥିଲା। କେବଳ ଭୀଷ୍ମ ନହୁନ୍ତି ସତ୍ୟାନୁରାଗୀ, ଆଦର୍ଶ ଆଚାରର ପାଠ ପଢ଼ାଉଥିବା ଆଚାର୍ଯ୍ୟ ଦ୍ରୋଣ ମଧ୍ୟ ଭୁଲିଯାଇଥିଲେ ସତ୍ୟ-ନ୍ୟାୟ-ଆଦର୍ଶର ପାଠ, ଦୁଷ୍ଟମତିମାନଙ୍କ ମେଳରେ ରହି ରହି। ଏହାର ଠିକ୍‌ ବିପରୀତ ଘଟଣା ସୁସଙ୍ଗର ସଂସ୍ପର୍ଶ ଯୋଗୁ ଘଯିଥିଲା। ଅତି ନିଷ୍ଠୁର, ଅମାନବୀୟ ମାର୍ଗକୁ ଆପଣାଇ ନେଇଥିଲା ଦସ୍ୟୁ ରତ୍ନାକର। ସଂଯୋଗକ୍ରମେ ଜଣେ ସାଧୁଙ୍କ ସାନ୍ନିଧ୍ୟରେ ଆସି ତାଙ୍କ ସତ୍‌ ପରାମର୍ଶ ବଳରେ ଚମକପ୍ରଦ ପରିବର୍ତ୍ତନ ଘଟିଲା ତାଙ୍କ ଜୀବନରେ। ରକ୍ତପିପାସୁ ପିଶାଚ ଜଣକ ପରିବର୍ତ୍ତିତ ହେଲେ ଦିବ୍ୟତ୍ୱରେ, ଋଷି ବାଲ୍ମୀକି ଭାବେ।

ଅନ୍ୟ ଏକ ଦିଶାଦର୍ଶୀ ଦୃଷ୍ଟାନ୍ତ ଏହିପରି। ଏକଦା ଜଣେ ସାଧୁଙ୍କୁ ଭେଟିବାକୁ ଆଶ୍ରମରେ ଯାଇ ପହଞ୍ଚତ୍ଲେ ମଗଧର ରାଜା। ସନ୍ଥଙ୍କ ଅତ୍ୟନ୍ତ ସରଳ, ନିରଳସ ଜୀବନ-ଯାପନ ଦେଖି ଦୁଃଖାଭିଭୂତ ହେଲେ ରାଜା। ଦୟାର୍ଦ୍ର ଚିତ୍ତରେ ସନ୍ଥଙ୍କୁ କିଛି ଧନ ଦାନ କରିବାକୁ ମନସ୍ଥ କଲେ। ମାତ୍ର ନମ୍ରତାର ସହିତ ସାଧୁ ତାହା ପ୍ରତ୍ୟାଖ୍ୟାନ କଲେ। ଆଶ୍ଚର୍ଯ୍ୟ ହୋଇ ରାଜା ପଚାରିଲେ ତେବେ ଆଶ୍ରମର ଚଳଣିର ବ୍ୟବସ୍ଥା କ’ଣ? ଅର୍ଥ ଆଗମନର ସୂତ୍ର କ’ଣ? ସନ୍ଥ କହିଲେ- ତମ୍ବାକୁ ସୁନାରେ ପରିଣତ କରିବାର ରସାୟନ ସହିତ ମନ୍ତ୍ର ବି ମୋ ପାଖରେ ଅଛି। ଚାହିଁଲେ ତୁମେ ମଧ୍ୟ ତାହା ହାସଲ କରିପାରିବ। ରାଜା ଅତୀବ ଆଗ୍ରହର ସହିତ ତାହା ଜାଣିବାକୁ ଇଚ୍ଛାକରି ସାଧୁଙ୍କ ସାଙ୍ଗରେ ମାସଟିଏ ରହିଲେ। ସୁବର୍ଣ୍ଣର ଲାଭ ଓ ଲୋଭରେ ଆଶ୍ରମର ଆଚାରବିଧି, ସାଧୁମାନଙ୍କ ସଙ୍ଗ ଆଦି ସବୁଥିରେ ମନୋଯୋଗ ସହିତ ସାମିଲ ହେଉଥିଲେ। ମାସଟିଏ ଅତିକ୍ରାନ୍ତ ହୋଇଯିବା ପରେ ରାଜାଙ୍କୁ ସ୍ମରଣ କରାଇ ସନ୍ଥ କହିଲେ- ରାଜନ୍‌! ସେହି ରସାୟନ ଓ ମନ୍ତ୍ର ନେବାକୁ ଆପଣଙ୍କର କ’ଣ ମନେ ନାହିଁ? ପ୍ରସନ୍ନ ଚିତ୍ତରେ ପ୍ରଣିପାତ ପୂର୍ବକ ରାଜା କହିଲେ- ମହାମତ୍ାଜୀ, ଆଶ୍ରମରେ ମାସଟିଏ ରହି ମୁଁ ବୁଝିସାରିଛି ସତ୍‌ଆଚାର, ସତ୍‌ସଙ୍ଗ ହେଉଛି ସେହି ଅମୂଲ୍ୟ ସମ୍ପଦ, ଯାହା ମନୁଷ୍ୟକୁ ବାସ୍ତବ ସୁଖ-ଶାନ୍ତି-ସନ୍ତୋଷ ଦେଇ ପାରିବ। ମଣିଷକୁ ଦେବତାରେ ପରିଣତ କରିପାରିବ। ମଣିଷର ମର୍ଯ୍ୟାଦାକୁ ବହୁଗୁଣିତ କରିପାରିବ।

ଏହିପରି ସଙ୍ଗତି ହିଁ ପ୍ରଭାବିତ କରେ ଆମ ବିଚାରକୁ, ଭାବନାକୁ। ମନର ଭାବ ହିଁ ପ୍ରଭାବିତ କରେ ଆଚରଣକୁ। ମନୋଭାବ ହିଁ ଦେଖାଇଥାଏ ଦୁର୍ଗତି ଅବା ସଦ୍‌ଗତିର ପଥ। ଅତଏବ ସଙ୍ଗତି ହିଁ ନିର୍ଦ୍ଧାରଣ କରେ ଆମ ମୂଲ୍ୟ। ଏଣୁ ସାଙ୍ଗମାନଙ୍କୁ ଆପଣାଇବା ପୂର୍ବରୁ ପ୍ରଥମେ ପରଖିନେବା ପ୍ରାର୍ଥନୀୟ। ଜୀବନର ଲମ୍ବା ଚଲାପଥରେ ଅନେକ ସାଥୀଙ୍କ ସଂସ୍ପର୍ଶରେ ଆମେ ଆସିଥାଉ। ବିବିଧତାଭରା ଏ ଦୁନିଆରେ ବ୍ୟକ୍ତିଙ୍କ ବିଚାର-ଭାବନା ବି ଭିନ୍ନ ଭିନ୍ନ ହୋଇଥାଏ। ପୁନଶ୍ଚ ଆଜିର ଦିନରେ ମତ୍‌ଲବ୍‌ଖୋର ମଣିଷମାନେ ତ ସୁଯୋଗ ଉଣ୍ଡି ମାଡ଼ିଆସନ୍ତି, ଠିକ୍‌ ସରୋବରର ମଣ୍ଡୁକମାନଙ୍କ ପରି। ପୁଷ୍କରିଣୀ ଭିତରେ ଜଳ ଭର୍ତ୍ତି ହେବାକୁ ଲାଗିଲେ, କେଉଁଠୁ କେଜାଣି ମଣ୍ଡୁକମାନେ ମାଡ଼ି ଆସନ୍ତି। ନିଷ୍କପଟ ହୃଦୟରେ ସରୋବର ତାଙ୍କୁ ସାଥୀ ଦିଏ, ସାହାରା ସାଜେ। ମାତ୍ର, ସରୋବର ଯେବେ ଶୁଖିବା ଆରମ୍ଭ କରେ, ବେଙ୍ଗମାନେ ତା’ଠୁ ଦୂରେଇ ଯାଆନ୍ତି। ସେମିତି, ସଂସାରରୂପକ ସରୋବରରେ ମଧ୍ୟ ବେଙ୍ଗରୂପୀ ସ୍ବାର୍ଥୀ ମଣିଷମାନଙ୍କର ଅଜସ୍ର ଭିଡ଼। ଏମାନେ ସମ୍ପଦବେଳେ ସଖା। ବିପଦ-ଆପଦ, ଦୁଃଖ-ଦୁର୍ଦ୍ଦଶାବେଳେ ଦୂରେଇ ଯାଆନ୍ତି। ଏଣୁ କୁସଙ୍ଗଠାରୁ ଦୂରରେ ରହିବାକୁ ଆଚାର୍ଯ୍ୟ ଚାଣକ୍ୟଙ୍କ ସୁପରାମର୍ଶ ସର୍ବଦା ସ୍ମରଣୀୟ। ଦୁଷ୍ଟବନ୍ଧୁମାନେ ଭୟଙ୍କର ଜନ୍ତୁମାନଙ୍କଠାରୁ ବି ଆହୁରି ଭୟଙ୍କର। ସେଥିପାଇଁ ଆମକୁ ସତର୍କ କରି ଚାଣକ୍ୟ କହିଛନ୍ତି - ହସ୍ତୀ ହସ୍ତ ସହସ୍ରେଣ ଶତହସ୍ତେନ ବାଜିନଃ। ଶୃଙ୍ଗିଣୋ ଦଶହସ୍ତେନ ସ୍ଥାନତ୍ୟାଗେନ ଦୁର୍ଜନଃ।ା ଅର୍ଥାତ୍‌ ବଣୁଆ ହାତୀଟିଏ ଦେଖିଲେ ତା’ ଶୁଣ୍ଢଠାରୁ ହଜାର ହାତ ଦୂରରେ ରୁହ। ମାରଣା ଘୋଡ଼ାଠାରୁ ଶହେ ହାତ ଦୂରରେ ଏବଂ ଶିଙ୍ଗ ଥିବା ଜନ୍ତୁଠାରୁ ଦଶହାତ ଦୂରରେ ରୁହ। କିନ୍ତୁ ଦୁର୍ଜନମାନଙ୍କୁ ଦେଖିଲେ ସେ ସ୍ଥାନ ଛାଡ଼ି ଚାଲିଯିବା ହିଁ ମଙ୍ଗଳକର।

ସଜନାଗଡ, ବାଲେଶ୍ୱର, ମୋ- ୯୪୩୭୪୩୬୦୭୩, ଇ-ମେଲ:unbiswal05@gmail.com


All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/କୃଷି ଆଗ

ସମ୍ପାଦକୀୟ/କୃଷି ଆଗ

ଆଜିର ସ୍ଥିତି ଦେଖିଲେ ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଦୌ ପୂରଣ କରିନାହାନ୍ତି। ଉଚ୍ଚାଙ୍ଗ ସ୍ବରରେ ‘ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ’ କଥା କହୁଥିଲେ ମଧ୍ୟ ତା’ର ଫଳ ଶୂନ ହୋଇଛି। ବିଶେଷକରି ସାମାଜିକ ଓ ଅର୍ଥନୈତିକ ଦିଗରୁ ତାଙ୍କ ଶାସନ ସମୟରେ ଦେଶର ଅଧିକ କ୍ଷତି ଘଟିଛି। ଅସହିଷ୍ଣୁତା, ମିଛିମିଛିକା ଦେଶପ୍ରେମ ଓ ବିଭାଜନ ରାଜନୀତି ସାମାଜିକ ବାତାବରଣକୁ ଘୋର ପ୍ରଭାବିତ କରିଛି। ଏକ ଉତ୍ତମ ଶାସନ ଜରିଆରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ତା’ର ସୁଫଳ ଲୋକେ ପାଇପାରିନାହାନ୍ତି। ଏହା ଜଣାଶୁଣା ଯେ, ମୋଦିଙ୍କ ଶାସନ ସମୟରେ କର୍ପୋରେଟ ପ୍ରୀତି ବଢ଼ିଛି..

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

ସହଦେବ ସାହୁ

ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା (ଏଫ୍‌ଏଓ) ସହିତ କାର୍ଯ୍ୟ କରୁଥିବା କ୍ଷୁଧା ଓ କୁପୁଷ୍ଟି ବିରୋଧୀ ଅନ୍ତର୍ଜାତୀୟ ସଂଗୋଷ୍ଠୀ (ଇଣ୍ଟରନ୍ୟାଶନାଲ ଆଲାଏନ୍ସ ଏଗେଁଷ୍ଟ ହଙ୍ଗର ଆଣ୍ଡ ମାଲନ୍ୟୁଟ୍ରିଶନ୍‌) କୃଷି କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶକୁ ପ୍ରଶଂସା କରିଛି। ୧୯୫୦-୫୧ରେ ଭାରତରେ ଖାଦ୍ୟଶସ୍ୟ ଉପତ୍ାଦନ ପରିମାଣ ୫ କୋଟି ଟନ୍‌ ଥିବାବେଳେ ୨୦୧୬-୧୭ରେ ୨୭ କୋଟି ୨୦ ଲକ୍ଷ ଟନ୍‌ ହୋଇଛି, ପ୍ରାୟ ୫ଗୁଣ। ଲୋକସଂଖ୍ୟା ବଢ଼ିଛି ୪ ଗୁଣ। ତେଣୁ ଖାଦ୍ୟ-ଅଭାବୀ ପରିସ୍ଥିତିକୁ ପଛରେ ପକାଇ ଭାରତ ଏକ ଖାଦ୍ୟ ରପ୍ତାନିକାରୀ ରାଷ୍ଟ୍ର ହୋଇଗଲାଣି। ତଥାପି ଭାରତରେ କ୍ଷୁଧା ଓ କୁପୁଷ୍ଟି କାରଣରୁ ଏକଚତୁର୍ଥାଂଶ ଲୋକ କାର୍ଯ୍ୟକ୍ଷମ ହୋଇପାରୁ ନାହା..

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ବ୍ରହ୍ମାନନ୍ଦ ପଣ୍ଡା

ଆଜିକାଲି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏଭଳି ଅଧୋଗତି ହୋଇଛି ଯେ, ପ୍ରାୟ ୬୦% ମାଧ୍ୟମିକ ଛାତ୍ରୀଛାତ୍ର ଦରଖାସ୍ତଟିଏ ଲେଖିବାକୁ ବା ସାଧାରଣ ହିସାବଟିଏ କରିବାକୁ ଅସମର୍ଥ। ଭାରତର ୭୫% ଯାନ୍ତ୍ରିକ ଓ କାରିଗରି ଶିକ୍ଷାପ୍ରାପ୍ତ ସ୍ନାତକ ଚାକିରି ପାଇବାକୁ ଅଯୋଗ୍ୟ ବୋଲି ନିକଟ ଅତୀତରେ ପ୍ରକାଶ ପାଇଥିବା ତଥ୍ୟ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖାଲି ସେତିକି ନୁହେଁ ଛାତ୍ରସମାଜର ଆଜି ନୈତିକ ସ୍ଖଳନ ଘଟିଛି। ଭାରତୀୟ ସଂସ୍କୃତିର ଅବକ୍ଷୟ ହେଉଛି। ମାନବିକ ମୂଲ୍ୟବୋଧ ଲୋପ ପାଉଛି। ଆଜିର ଶିକ୍ଷା ବ୍ୟୟବହୁଳ ଏବଂ ଚାକିରିସର୍ବସ୍ବ ହୋଇଛି। ଜ୍ଞାନ ଓ ଗବେଷଣା ଅର୍ଥସର୍ବସ୍ବ ହୋଇଛି। ସମାଜସେବା ପ୍ରଚାରସର୍ବସ୍ବ ହୋଇଛି। ଯଦି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ପିଅନ ..

ଏଇ ଭାରତରେ

ଏଇ ଭାରତରେ

କାହିଁ କେଉଁ ଆଦିମ କାଳରୁ କୁକୁର ହେଉଛି ମଣିଷର ସାଥୀ। ଏହି ପ୍ରାଣୀ ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ଭୃତ୍ୟ ଭାବରେ କାର୍ଯ୍ୟ କରେ। ଏପରି କି ମାଲିକର ଲୁଣ ଖାଇବାରୁ ତା’ର ଗୁଣ ଗାଏ। ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଦରକାର ପଡ଼ିଲେ ନିଜ ଜୀବନ ହାରିଦିଏ। ଏପରି ଏକ ଘଟଣା ଘଟିଛି ଜୟପୁରରେ। ରାଜସ୍ଥାନର ଜୟପୁରରେ ବାସ କରୁଥିବା ପୂର୍ବତନ ରଣଜୀ ଖେଳାଳି ସଞ୍ଜୀବ ଓହଲାନ୍‌ଙ୍କ ବାସଭବନରେ ନିଆଁ ଲାଗିଯାଇଥିଲା। ତଳ ମହଲାରେ ତାଙ୍କ ସ୍ତ୍ରୀ, ପୁଅ ଓ ଚାକରକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ନିଆଁ ଲାଗିବା ଯୋଗୁ ସଞ୍ଜୀବ..

ମୋଦି: ସବୁଥିରେ ଆଙ୍ଗୁଠି

ମୋଦି: ସବୁଥିରେ ଆଙ୍ଗୁଠି

ସ।ଧାରଣ ନିର୍ବାଚନ ଯେତେ ନିକଟତର ହେଉଛି, ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଲାଣି। ଜାନୁୟାରୀ ୧୯ରେ କୋଲକାତାରେ  ବିରୋଧୀଙ୍କ ରାଲିର କଳେବର ଦେଖିଲେ ମହାଗଠବନ୍ଧନ ଶକ୍ତିଶାଳୀ ହେଉଥିବା ମନେହେଉଛି। 

ସବୁଜ ପରିବହନ ବ୍ୟବସ୍ଥା

ସବୁଜ ପରିବହନ ବ୍ୟବସ୍ଥା

 ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଏକ ରିପୋର୍ଟରୁ ଜଣାଯାଏ ଯେ, ଭାରତରେ ଅଧିକାଂଶ ସହର ବାୟୁ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ। ଏପରି କି ପୃଥିବୀର ସବୁଠାରୁ ଅଧିକ ପନ୍ଦରଟି ସହର ମଧ୍ୟରେ ଭାରତର ଚଉଦଟି ସହର ଅଛି। ସବୁଠାରୁ ପ୍ରଦୂଷିତ ସହର ହେଉଛି କାନପୁର। 

ବାସିପାଣିରେ ପଚରା

ବାସିପାଣିରେ ପଚରା

ହଇରେ ମୋତେ କ’ଣ ଆଉ ବାସିପାଣିରେ ପଚାରୁନୁ? ଚିହ୍ନା ଲୋକଟିଏ, ଆପଣାର ମଣିଷଟିଏ ଆମକୁ ପୂର୍ବାପେକ୍ଷା ହତାଦର କରିବାର ଅନୁଭବ କଲେ ଆମେ ଏ ରୂଢିଟିର ପ୍ରୟୋଗ କରିଥାଉ! ଏଠାରେ ବାସିପାଣିକୁ ନିକୃଷ୍ଟ ଅର୍ଥରେ ବ୍ୟବହାର କରାଯାଇଛି। ନଚେତ୍‌ ଆମେ କହୁଥାନ୍ତେ- ହଇରେ ମୋତେ କ’ଣ ଆଉ ସଜପାଣିରେ ପଚାରୁନୁ? ନଚେତ୍‌ କହିଥାନ୍ତେ- କିରେ ମୋତେ କ’ଣ ଆଉ ମଦପାଣିରେ ପଚାରୁନୁ? ମାନେ ବାସିପାଣିଟି ପଚାରିବା ବା ବନ୍ଧୁ ଚର୍ଚ୍ଚା କରିବା ଯୋଗ୍ୟ ନୁହେଁ।

ଏଇ ଭାରତରେ

ଏଇ ଭାରତରେ

ଭଲ ପାଇବାର ହୃଦୟଟିଏ ଥିଲେ କେତେକ ପୁରୁଷ ଓ ମହିଳା ଅତିକ୍ରାନ୍ତ ବୟସରେ ବି ଭଲପାଇ ବସନ୍ତି। ତେବେ ଭଲ ପାଇବା ପାଇଁ ଜଣେ ବିବାହିତା ମହିଳା ଏକ ଅଭିନବ ପନ୍ଥା ଆପଣାଇଥିଲେ। 

ଡ୍ୟାନ୍ସ ବାର୍‌ ସଂସ୍କୃତି

ଡ୍ୟାନ୍ସ ବାର୍‌ ସଂସ୍କୃତି

ଆକାର ପଟେଲ

ଡ୍ୟାନ୍ସ ବାର୍‌ ସଂସ୍କୃତି ମୁମ୍ବାଇରୁ, ବିଶେଷତଃ କେନ୍ଦ୍ରୀୟ ମୁମ୍ବାଇ ଅଞ୍ଚଳରୁ ଆରମ୍ଭ ହୋଇଥିଲା। ଏହି ପରମ୍ପରା ସହ ସମ୍ଭବତଃ ଲାଓ୍ବଣୀର ସମ୍ପର୍କ ଅଛି। ଢୋଲକୀ ବାଜାର ତାଳେ ତାଳେ ନାଚ-ଗୀତକୁ ଲାଓ୍ବଣୀ କହନ୍ତି, ଯାହା ହେଉଛି ମହାରାଷ୍ଟ୍ରର ଏକ ପ୍ରାଚୀନ ଲୋକନୃତ୍ୟ। ପୁରୁଷମାନଙ୍କର ଛୋଟ ଛୋଟ ଦଳ ଏବଂ ବେଳେବେଳେ ସେମାନଙ୍କ ପରିବାର ଟେବୁଲରେ ବସି ଏକ ଖୋଲା ସ୍ଥାନ ଆଡ଼କୁ ଚାହିଁଥାନ୍ତି, ଯେଉଁଠି ଅଧ ଡଜନ ମହିଳା ହିନ୍ଦୀ ଗୀତର ତାଳେ ତାଳେ ନୃତ୍ୟ କରୁଥାନ୍ତି। ନୃତ୍ୟାଙ୍ଗନାମାନେ ସମ୍ପୂର୍ଣ୍ଣ ଦେହକୁ ଆବୃତ କଲାଭଳି ବସ୍ତ୍ର ପନ୍ଧିଥାନ୍ତି। ପରିଚାରିକାମାନେ ଦର୍ଶକମାନଙ୍କ ଟେବୁଲ ଉପରେ ମଦ ପରଷନ୍ତି। ଏଠାରେ ଏପରି କି ମୃଦୁ ପାନୀୟ ପାଇଁ ମଧ୍ୟ ବିୟର ଭଳି ମୂଲ୍ୟ ନିଆଯାଏ। କିଛି ପୁ..

ଅସତ୍ୟ ସହରର ରାତି

ଅସତ୍ୟ ସହରର ରାତି

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

କେଇଦିନ ପୂର୍ବରୁ ଆମ ରାଜଧାନୀ ସହରର ଚେହେରା ଦେଖିଥିବା ଲୋକ ଏ ସହରର ବାସିନ୍ଦା ହୋଇ ନ ପାରିଥିବାର ଦୁଃଖରେ ନିଜ ଭାଗ୍ୟକୁ ନିନ୍ଦିବାର କାରଣ ଥିଲା ବେଶ୍‌ ଯୁକ୍ତିଯୁକ୍ତ। ବିଶ୍ୱକପ୍‌ ହକି ଅନୁଷ୍ଠିତ  ହେଉଥିବାର ବିରଳ ଗୌରବବୋଧ ନେଇ ଏ ସ୍ମାର୍ଟ ସହର ଯେମିତି ସୁସଜ୍ଜିତ ତୋରଣ ଓ ରଙ୍ଗ ବେରଙ୍ଗର ଆଲୋକମାଳାରେ ଆକର୍ଷଣୀୟ ରୂପରେ ସଜେଇ ହୋଇଥିଲା, ତହିଁରେ ଏଠାରେ ରହୁ ନ ଥିବା ଯେ କୌଣସି ଲୋକ ମନରେ ଈର୍ଷାର ଅସୁରଟିଏ ମୁଣ୍ଡ ଟେକିବା ସ୍ବାଭାବିକ। ମାତ୍ର ସ୍ମାର୍ଟ..

କୁଷ୍ଠରୋଗୀଙ୍କ ସାହାରା

କୁଷ୍ଠରୋଗୀଙ୍କ ସାହାରା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ

ବିଶ୍ୱକୁ ମହାତ୍ମା ଗାନ୍ଧୀଙ୍କ ଅବଦାନ ଅତୁଳନୀୟ। ତାଙ୍କ ଆଦର୍ଶକୁ ସ୍ମରଣୀୟ ରଖିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ୧୯୯୫ରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଆସୁଛି। ମହାତ୍ମାଙ୍କ ୧୨୫ତମ ଜନ୍ମବାର୍ଷିକୀରୁ ସଂସ୍ଥାପିତ ଏହି ସମ୍ମାନ ଅହିଂସା ଓ ଗାନ୍ଧୀବାଦ ଜରିଆରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ରୂପାନ୍ତରଣ ଆଣିପାରୁଥିବା ବ୍ୟକ୍ତି ଓ ସଙ୍ଗଠନକୁ ଦିଆଯାଉଛି। ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ବିରୋଧୀ ବିପ୍ଳବୀ ନେଲ୍‌ସନ ମଣ୍ଡେଲା, ଭାରତର ‘ଚିପ୍‌କୋ’ ଆନ୍ଦୋଳନର ପୁରୋଧା ଚଣ୍ଡିପ୍ରସାଦ ଭଟ୍ଟଙ୍କଠାରୁ ଆରମ୍ଭ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଭଳି ସଙ୍ଗଠନ ଏଭଳି ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ୨୦୧୯ ଜା..

ଏଇ ଭାରତରେ

ଏଇ ଭାରତରେ

ଭାରତୀୟ ସମାଜ ପିତୃକୈନ୍ଦ୍ରିକ ପରିବାରକୁ ନେଇ ଗଢ଼ିଉଠିଛି। କାରଣ ଆମ ଦେଶର ପରିବାରରେ ପୁରୁଷ ହେଉଛି ମୁଖ୍ୟ ବ୍ୟକ୍ତି। ତାଙ୍କ ନାମରେ ମୁଖ୍ୟତଃ ସମ୍ପତ୍ତିର ମାଲିକାନା ରହିଥାଏ। ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ମାନି ଚଳିଥାଆନ୍ତି। ତେଣୁ ଭାରତୀୟ ସମାଜ ଏକ ପୁରୁଷପ୍ରଧାନ ସମାଜ ଭାବରେ ଗଣ୍ୟ ହୋଇଥାଏ। ନିକଟରେ ଝିଅ ନାମରେ ସମ୍ପତ୍ତି କରିବାରୁ ଖାପ୍‌ ପଞ୍ଚାୟତରେ ବାପାଙ୍କ ପ୍ରତି ଦଣ୍ଡାଦେଶ ହୋଇଛି। ଏପରି ଏକ ଘଟଣା ଘଟିଛି ରାଜସ୍ଥାନ ରାଜ୍ୟର ଯୋଧପୁର ଅଞ୍ଚଳରେ। ସ୍ଥାନୀୟ ବିଲାଡା ତହସିଲ ଖେଜଡଲାରେ ଜଣେ ପିତା ତାଙ୍କ ସମ୍ପତ୍ତିର କିଛି ଅଂଶ ଝିଅ ନାମରେ କରିଥିଲେ। ତେବେ ଏହାକୁ ତାଙ୍କର ସରଗରା ସମାଜ ପକ୍ଷରୁ ପସନ୍ଦ କରାଯାଇ ନ ଥିଲା। କାରଣ ସମାଜରେ ପ୍ରଚଳିତ ପୁରୁଣା..