ସମ୍ପାଦକୀୟ |

ଯୁଧିଷ୍ଠିରଙ୍କ ଅଶ୍ୱମେଧ

ଯୁଧିଷ୍ଠିରଙ୍କ ଅଶ୍ୱମେଧ

ଦେବଦତ୍ତ ପଟ୍ଟନାୟକ

ମହାଭାରତ ଯୁଦ୍ଧର ଏକ ଦୁଃଖାନ୍ତକ ଅନ୍ତ ଘଟିଛି। କୁରୁକ୍ଷେତ୍ରରେ ରକ୍ତର ନଦୀ ବହିଯାଇଛି। ଶେଷରେ ପାଣ୍ଡବମାନଙ୍କର ବିଜୟ ହୋଇଛି। ଏହା ପରର ପର୍ବଟି ହେଉଛି ଅଶ୍ୱମେଧ ପର୍ବ। ଏହି ପର୍ବରେ ଯୁଧିଷ୍ଠିର କିପରି ରାଜା ହେଲେ ଓ ଶ୍ରୀକୃଷ୍ଣଙ୍କ ପ୍ରସ୍ତାବ ଅନୁସାରେ ଅଶ୍ୱମେଧ ଯଜ୍ଞ କଲେ ତାହା ବର୍ଣ୍ଣିତ ହୋଇଛି। ଯଜ୍ଞର ବିଧାନ ଅନୁସାରେ ଯୁଧିଷ୍ଠିର ତାଙ୍କର ଏକ ସର୍ବସୁଲକ୍ଷଣଯୁକ୍ତ ଘୋଡ଼ାକୁ ଉନ୍ମୁକ୍ତ ଛାଡ଼ିଦେଲେ। ଘୋଡ଼ା ପଛେ ପଛେ ସୈନ୍ୟବାହିନୀକୁ ନେଇ ଗଲେ ଅର୍ଜୁନ। ଘୋଡ଼ା ଭାରତବର୍ଷର ଯେଉଁ ରାଜ୍ୟକୁ ଗଲା, ସେ ରାଜ୍ୟ ପାଣ୍ଡବ ଶାସନାଧୀନ ବା ପାଣ୍ଡବଙ୍କ ମିତ୍ର ରାଜ୍ୟ ହୋଇଗଲା। ଏହା କେବଳ ଏକ ବିଜୟୀ ରାଜାଙ୍କର ରାଜ୍ୟଜୟ ନୁହେଁ ବରଂ ପୁରୁଣା ଶତ୍ରୁଙ୍କ ସହ ଶତ୍ରୁତା ଭୁଲି ତାଙ୍କୁ ମିତ୍ର ଭାବେ ଆପଣେଇ ନେବାର ଓ ଶାନ୍ତି ସ୍ଥାପନ କରିବାର ପ୍ରଚେଷ୍ଟା।  

ମଧ୍ୟଯୁଗରେ ଯେତେବେଳେ ସଂସ୍କୃତ ଭାଷାରେ ଲିଖିତ ପୁରାଣଗୁଡ଼ିକ ଆଞ୍ଚଳିକ ଭାଷାରେ ଅନୂଦିତ ହେଉଥିଲା, ସେତେବେଳେ ବିଶେଷତଃ କର୍ନାଟକ, ଆସାମ, ମଣିପୁର ଓ ବଙ୍ଗଳାର ରାଜାମାନଙ୍କୁ ଅଶ୍ୱମେଧ ପର୍ବର କାହାଣୀ ଭଲ ଲାଗିଲା। ବ୍ୟାସଙ୍କ ଶିଷ୍ୟ ଜୈମିନୀ ସଂସ୍କୃତ ଭାଷାରେ ଏହି ପର୍ବର ସର୍ବପୁରାତନ ପୁନର୍ଲିଖନକାର। ତଥାପି ତାଙ୍କ ମହାଭାରତ ବ୍ୟାସଙ୍କ ମହାଭାରତଠାରୁ ଅଲଗା। 

କାହାଣୀ ଅନୁସାରେ ମହାଭାରତ ଯୁଦ୍ଧ ସମ୍ପର୍କରେ କିଛି ସ୍ପଷ୍ଟୀକରଣ ପାଇଁ ଜୈମିନୀ ନିଜର ଗୁରୁ ବ୍ୟାସଦେବଙ୍କ ପାଖକୁ ଆସୁଥିଲେ। କିନ୍ତୁ ସେ ବ୍ୟାସଙ୍କୁ କେଉଁଠି ନ ପାଇ ଚାରୋଟି ପକ୍ଷୀଙ୍କୁ ତାଙ୍କ ବିଷୟରେ ପଚାରିଲେ। ଏହି ପକ୍ଷୀ ଚାରୋଟି ମହାଭାରତ ଯୁଦ୍ଧର ପ୍ରତ୍ୟକ୍ଷ ଦ୍ରଷ୍ଟା। ଏମାନେ ଯୁଦ୍ଧର ଏପରି କିଛି ଅଂଶ ଦେଖିଥିଲେ ଯାହା ବ୍ୟାସ ଦେଖି ନ ଥିଲେ। ସେମାନେ ସେ ବିଷୟରେ ଜୈମିନୀଙ୍କୁ କହିଥିଲେ, ଯାହା ଜୈମିନୀ ତାଙ୍କ ମହାଭାରତରେ ଲେଖିଛନ୍ତି। ତେଣୁ ଜୈମିନୀ ଅଶ୍ୱମେଧ ପର୍ବରେ ଏପରି କିଛି କଥା ଲେଖିଛନ୍ତି, ଯାହା ବ୍ୟାସଦେବଙ୍କ ମହାଭାରତରେ ବର୍ଣ୍ଣିତ ବିଷୟଠାରୁ ଅଲଗା। କେତେକ ପ୍ରସଙ୍ଗ ଏକା ଓ ଆଉ କେତେକ ଅଲଗା। ଏହି ପର୍ବରେ ଅଛି ଯଜ୍ଞ ପାଇଁ କେମିତି ଏକ ସର୍ବଗୁଣସମ୍ପନ୍ନ ରାଜକୀୟ ଧଳାଘୋଡ଼ା ଯୋଗାଡ଼ କରାହେଲା ଏବଂ କେମିତି ଏ ଘୋଡ଼ାକୁ ଜଣେ ରାଜା ଚୋରି କରିନେଲେ, ଯିଏ ଏହା ମାଧ୍ୟମରେ ଜଣେ ଭକ୍ତଭାବରେ ଭଗବାନ୍‌ କୃଷ୍ଣଙ୍କ ସାକ୍ଷାତ୍‌କାର ଚାହୁଁଥିଲେ। ଅନ୍ୟ ଏକ କାହାଣୀରେ ଅଛି ଆମାଜନ ରାଣୀ ପ୍ରମିଳାଙ୍କ କଥା, ଯିଏ ଅର୍ଜୁନଙ୍କ ପ୍ରେମରେ ପଡ଼ିଥିଲେ। ସେ ଏକ ପୁରୁଷବିହୀନ ମହିଳାଙ୍କ ରାଜ୍ୟରେ ବାସ କରୁଥିଲେ, କିନ୍ତୁ ଅର୍ଜୁନଙ୍କ ପ୍ରେମରେ ପଡ଼ି ତାଙ୍କର ପତ୍ନୀ ହେବାକୁ ନିଷ୍ପତ୍ତି ନେଲେ। ସଂସ୍କୃତ ମହାଭାରତରେ ଏ କାହାଣୀ ନାହିଁ। 

ସଂସ୍କୃତ ମହାଭାରତରେ ଏକ ଲୋକପ୍ରିୟ ଉପାଖ୍ୟାନ ଅଛି, ଯାହା ଆସାମୀ ଓ ମଣିପୁରୀ ମହାଭାରତରେ ବି ଦେଖିବାକୁ ମିଳେ। ଏହି ଉପାଖ୍ୟାନ ଅନୁସାରେ ଅର୍ଜୁନ ନିଜର ପୁତ୍ର ବବ୍ରୁବାହନଙ୍କ ସହ ଯୁଦ୍ଧ କରିଥିଲେ। କିନ୍ତୁ ସେ ଯେ ତାଙ୍କ ଔରସରୁ ଜନ୍ମିଥିବା ମଣିପୁରର ରାଣୀ ଚିତ୍ରାଙ୍ଗଦାଙ୍କ ପୁତ୍ର ଏ କଥା ସେତେବେଳେ ସେ ଜାଣି ନ ଥିଲେ। ତ୍ରୟୋଦଶ ଶତାବ୍ଦୀରେ ହରିହର ବିପ୍ରଙ୍କ ଦ୍ୱାରା ରଚିତ ଆସାମୀ ମହାଭାରତରେ ଅଛି ଅର୍ଜୁନଙ୍କ ଅନ୍ୟ ଏକ ପତ୍ନୀ ଉଲୁପି ନାଗମଣି ସୁରକ୍ଷିତ ଭାବେ ରଖିଥିଲେ। ଅନ୍ୟ ମହାଭାରତରେ ଅଛି ଯେ ଯୁଦ୍ଧରେ ବବ୍ରୁବାହନ ଅର୍ଜୁନଙ୍କୁ ହତ୍ୟା କରିବା ପରେ ତାଙ୍କ ମାଆ ଚିତ୍ରାଙ୍ଗଦା ଆସି ଜଣାଇଦେଲେ ଯେ ସେ ହେଉଛନ୍ତି ତାଙ୍କ ପିତା ଅର୍ଜୁନ। ଏଣୁ ପିତାଙ୍କୁ ବଞ୍ଚାଇବା ପାଇଁ ସେ ନାଗଲୋକକୁ ଯାଇ ଭୟଙ୍କର ଯୁଦ୍ଧ କରି ଓ ଦୁଃସାହସିକତା ପ୍ରଦର୍ଶନ କରି ନାଗମଣି ପ୍ରାପ୍ତ ହୋଇଥିଲେ। ଅଷ୍ଟାଦଶ ଶତାବ୍ଦୀରେ ଲଙ୍ଗଜମ୍‌ ଚନ୍ଦ୍ରଶ୍ୟାମଙ୍କ ଦ୍ୱାରା ରଚିତ ମଣିପୁରୀ ମହାଭାରତରେ ଅଛି ଯେ ଅର୍ଜୁନଙ୍କୁ ବବ୍ରୁବାହନ ହତ୍ୟାକରିବା ପରେ କୃଷ୍ଣ ତାଙ୍କୁ ବଞ୍ଚାଇଦେଇଥିଲେ। 

ଷୋଡ଼ଶ ଶତାବ୍ଦୀରେ ଲକ୍ଷ୍ମୀଶଙ୍କ ଦ୍ୱାରା ରଚିତ କନ୍ନଡ଼ ଜୈମିନୀ ଭାରତରେ ଅଛି ଯେ, ପାଣ୍ଡବଙ୍କ ଯାତ୍ରାପଥରେ ସେମାନେ ତାଙ୍କର ପୁରୁଣା ଶତ୍ରୁ ଶକୁନି ଓ ଜୟଦ୍ରଥଙ୍କ ପୁଅମାନଙ୍କ ସହ ଭେଟ ହୋଇଛନ୍ତି ଏବଂ ଶତ୍ରୁତା ଭୁଲି ପରସ୍ପରର ମିତ୍ର ଓ ସହଯୋଗୀ ପାଲଟି ଯାଇଛନ୍ତି। ପୁନଶ୍ଚ ଯାତ୍ରାପଥରେ ସେମାନେ ଅନେକ ଯାଦୁମୟ ସ୍ଥାନ, ବିଜ୍ଞ ଋଷିଙ୍କ ସ୍ଥାନ ଏବଂ ବିଭିନ୍ନ ପ୍ରକାର ପ୍ରାଣୀଙ୍କ ସଂସ୍ପର୍ଶରେ ଆସିଛନ୍ତି। ଶେଷରେ ଘୋଡ଼ାକୁ ଯେତେବେଳେ ଯଜ୍ଞରେ ଉତ୍ସର୍ଗ କରାଯାଇଛି, ସେ ଆନନ୍ଦରେ ହସିବାର ଦେଖାଯାଇଛି, କାରଣ ଏହାଦ୍ୱାରା ସେ ବୈକୁଣ୍ଠକୁ ଯାଇପାରିବ। ସୁତରାଂ ଅଶ୍ୱମେଧ ମାନେ ନୁହେଁ ଯଜ୍ଞରେ ଘୋଡ଼ାକୁ ବଳିଦେବା ବା ରାଜା ସବୁ ଦେଶ ଜୟ କରିବା ବରଂ ଏହା ହେଉଛି କୃଷ୍ଣଙ୍କୁ ଲାଭ କରିବା ଓ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବାର ଯଜ୍ଞ।

(ଲେଖକ ଜଣେ ବିଶିଷ୍ଟ ପୁରାଣବିତ୍‌ ଏବଂ ପୁରାଣଶାସ୍ତ୍ର ଉପରେ ସେ ଅନେକ ପୁସ୍ତକ ରଚନା କରିଛନ୍ତି। ତାଙ୍କ ପୁସ୍ତକଗୁଡ଼ିକ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଥିବା ମଡର୍ନ ବୁକ୍‌ ଡିପୋ, ଫୋନ୍‌- ୦୬୭୪-୨୫୩୪୩୭୩, modbooks. bbsr @ gmail.comରେ ଉପଲବ୍ଧ।)

ଲେଖକଙ୍କ ଇମେଲ୍‌ ଠିକଣା: devdutt@devdutt.com


All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/କୃଷି ଆଗ

ସମ୍ପାଦକୀୟ/କୃଷି ଆଗ

ଆଜିର ସ୍ଥିତି ଦେଖିଲେ ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଦୌ ପୂରଣ କରିନାହାନ୍ତି। ଉଚ୍ଚାଙ୍ଗ ସ୍ବରରେ ‘ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ’ କଥା କହୁଥିଲେ ମଧ୍ୟ ତା’ର ଫଳ ଶୂନ ହୋଇଛି। ବିଶେଷକରି ସାମାଜିକ ଓ ଅର୍ଥନୈତିକ ଦିଗରୁ ତାଙ୍କ ଶାସନ ସମୟରେ ଦେଶର ଅଧିକ କ୍ଷତି ଘଟିଛି। ଅସହିଷ୍ଣୁତା, ମିଛିମିଛିକା ଦେଶପ୍ରେମ ଓ ବିଭାଜନ ରାଜନୀତି ସାମାଜିକ ବାତାବରଣକୁ ଘୋର ପ୍ରଭାବିତ କରିଛି। ଏକ ଉତ୍ତମ ଶାସନ ଜରିଆରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ତା’ର ସୁଫଳ ଲୋକେ ପାଇପାରିନାହାନ୍ତି। ଏହା ଜଣାଶୁଣା ଯେ, ମୋଦିଙ୍କ ଶାସନ ସମୟରେ କର୍ପୋରେଟ ପ୍ରୀତି ବଢ଼ିଛି..

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

ସହଦେବ ସାହୁ

ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା (ଏଫ୍‌ଏଓ) ସହିତ କାର୍ଯ୍ୟ କରୁଥିବା କ୍ଷୁଧା ଓ କୁପୁଷ୍ଟି ବିରୋଧୀ ଅନ୍ତର୍ଜାତୀୟ ସଂଗୋଷ୍ଠୀ (ଇଣ୍ଟରନ୍ୟାଶନାଲ ଆଲାଏନ୍ସ ଏଗେଁଷ୍ଟ ହଙ୍ଗର ଆଣ୍ଡ ମାଲନ୍ୟୁଟ୍ରିଶନ୍‌) କୃଷି କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶକୁ ପ୍ରଶଂସା କରିଛି। ୧୯୫୦-୫୧ରେ ଭାରତରେ ଖାଦ୍ୟଶସ୍ୟ ଉପତ୍ାଦନ ପରିମାଣ ୫ କୋଟି ଟନ୍‌ ଥିବାବେଳେ ୨୦୧୬-୧୭ରେ ୨୭ କୋଟି ୨୦ ଲକ୍ଷ ଟନ୍‌ ହୋଇଛି, ପ୍ରାୟ ୫ଗୁଣ। ଲୋକସଂଖ୍ୟା ବଢ଼ିଛି ୪ ଗୁଣ। ତେଣୁ ଖାଦ୍ୟ-ଅଭାବୀ ପରିସ୍ଥିତିକୁ ପଛରେ ପକାଇ ଭାରତ ଏକ ଖାଦ୍ୟ ରପ୍ତାନିକାରୀ ରାଷ୍ଟ୍ର ହୋଇଗଲାଣି। ତଥାପି ଭାରତରେ କ୍ଷୁଧା ଓ କୁପୁଷ୍ଟି କାରଣରୁ ଏକଚତୁର୍ଥାଂଶ ଲୋକ କାର୍ଯ୍ୟକ୍ଷମ ହୋଇପାରୁ ନାହା..

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ବ୍ରହ୍ମାନନ୍ଦ ପଣ୍ଡା

ଆଜିକାଲି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏଭଳି ଅଧୋଗତି ହୋଇଛି ଯେ, ପ୍ରାୟ ୬୦% ମାଧ୍ୟମିକ ଛାତ୍ରୀଛାତ୍ର ଦରଖାସ୍ତଟିଏ ଲେଖିବାକୁ ବା ସାଧାରଣ ହିସାବଟିଏ କରିବାକୁ ଅସମର୍ଥ। ଭାରତର ୭୫% ଯାନ୍ତ୍ରିକ ଓ କାରିଗରି ଶିକ୍ଷାପ୍ରାପ୍ତ ସ୍ନାତକ ଚାକିରି ପାଇବାକୁ ଅଯୋଗ୍ୟ ବୋଲି ନିକଟ ଅତୀତରେ ପ୍ରକାଶ ପାଇଥିବା ତଥ୍ୟ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖାଲି ସେତିକି ନୁହେଁ ଛାତ୍ରସମାଜର ଆଜି ନୈତିକ ସ୍ଖଳନ ଘଟିଛି। ଭାରତୀୟ ସଂସ୍କୃତିର ଅବକ୍ଷୟ ହେଉଛି। ମାନବିକ ମୂଲ୍ୟବୋଧ ଲୋପ ପାଉଛି। ଆଜିର ଶିକ୍ଷା ବ୍ୟୟବହୁଳ ଏବଂ ଚାକିରିସର୍ବସ୍ବ ହୋଇଛି। ଜ୍ଞାନ ଓ ଗବେଷଣା ଅର୍ଥସର୍ବସ୍ବ ହୋଇଛି। ସମାଜସେବା ପ୍ରଚାରସର୍ବସ୍ବ ହୋଇଛି। ଯଦି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ପିଅନ ..

ଏଇ ଭାରତରେ

ଏଇ ଭାରତରେ

କାହିଁ କେଉଁ ଆଦିମ କାଳରୁ କୁକୁର ହେଉଛି ମଣିଷର ସାଥୀ। ଏହି ପ୍ରାଣୀ ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ଭୃତ୍ୟ ଭାବରେ କାର୍ଯ୍ୟ କରେ। ଏପରି କି ମାଲିକର ଲୁଣ ଖାଇବାରୁ ତା’ର ଗୁଣ ଗାଏ। ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଦରକାର ପଡ଼ିଲେ ନିଜ ଜୀବନ ହାରିଦିଏ। ଏପରି ଏକ ଘଟଣା ଘଟିଛି ଜୟପୁରରେ। ରାଜସ୍ଥାନର ଜୟପୁରରେ ବାସ କରୁଥିବା ପୂର୍ବତନ ରଣଜୀ ଖେଳାଳି ସଞ୍ଜୀବ ଓହଲାନ୍‌ଙ୍କ ବାସଭବନରେ ନିଆଁ ଲାଗିଯାଇଥିଲା। ତଳ ମହଲାରେ ତାଙ୍କ ସ୍ତ୍ରୀ, ପୁଅ ଓ ଚାକରକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ନିଆଁ ଲାଗିବା ଯୋଗୁ ସଞ୍ଜୀବ..

ମୋଦି: ସବୁଥିରେ ଆଙ୍ଗୁଠି

ମୋଦି: ସବୁଥିରେ ଆଙ୍ଗୁଠି

ସ।ଧାରଣ ନିର୍ବାଚନ ଯେତେ ନିକଟତର ହେଉଛି, ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଲାଣି। ଜାନୁୟାରୀ ୧୯ରେ କୋଲକାତାରେ  ବିରୋଧୀଙ୍କ ରାଲିର କଳେବର ଦେଖିଲେ ମହାଗଠବନ୍ଧନ ଶକ୍ତିଶାଳୀ ହେଉଥିବା ମନେହେଉଛି। 

ସବୁଜ ପରିବହନ ବ୍ୟବସ୍ଥା

ସବୁଜ ପରିବହନ ବ୍ୟବସ୍ଥା

 ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଏକ ରିପୋର୍ଟରୁ ଜଣାଯାଏ ଯେ, ଭାରତରେ ଅଧିକାଂଶ ସହର ବାୟୁ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ। ଏପରି କି ପୃଥିବୀର ସବୁଠାରୁ ଅଧିକ ପନ୍ଦରଟି ସହର ମଧ୍ୟରେ ଭାରତର ଚଉଦଟି ସହର ଅଛି। ସବୁଠାରୁ ପ୍ରଦୂଷିତ ସହର ହେଉଛି କାନପୁର। 

ବାସିପାଣିରେ ପଚରା

ବାସିପାଣିରେ ପଚରା

ହଇରେ ମୋତେ କ’ଣ ଆଉ ବାସିପାଣିରେ ପଚାରୁନୁ? ଚିହ୍ନା ଲୋକଟିଏ, ଆପଣାର ମଣିଷଟିଏ ଆମକୁ ପୂର୍ବାପେକ୍ଷା ହତାଦର କରିବାର ଅନୁଭବ କଲେ ଆମେ ଏ ରୂଢିଟିର ପ୍ରୟୋଗ କରିଥାଉ! ଏଠାରେ ବାସିପାଣିକୁ ନିକୃଷ୍ଟ ଅର୍ଥରେ ବ୍ୟବହାର କରାଯାଇଛି। ନଚେତ୍‌ ଆମେ କହୁଥାନ୍ତେ- ହଇରେ ମୋତେ କ’ଣ ଆଉ ସଜପାଣିରେ ପଚାରୁନୁ? ନଚେତ୍‌ କହିଥାନ୍ତେ- କିରେ ମୋତେ କ’ଣ ଆଉ ମଦପାଣିରେ ପଚାରୁନୁ? ମାନେ ବାସିପାଣିଟି ପଚାରିବା ବା ବନ୍ଧୁ ଚର୍ଚ୍ଚା କରିବା ଯୋଗ୍ୟ ନୁହେଁ।

ଏଇ ଭାରତରେ

ଏଇ ଭାରତରେ

ଭଲ ପାଇବାର ହୃଦୟଟିଏ ଥିଲେ କେତେକ ପୁରୁଷ ଓ ମହିଳା ଅତିକ୍ରାନ୍ତ ବୟସରେ ବି ଭଲପାଇ ବସନ୍ତି। ତେବେ ଭଲ ପାଇବା ପାଇଁ ଜଣେ ବିବାହିତା ମହିଳା ଏକ ଅଭିନବ ପନ୍ଥା ଆପଣାଇଥିଲେ। 

ଡ୍ୟାନ୍ସ ବାର୍‌ ସଂସ୍କୃତି

ଡ୍ୟାନ୍ସ ବାର୍‌ ସଂସ୍କୃତି

ଆକାର ପଟେଲ

ଡ୍ୟାନ୍ସ ବାର୍‌ ସଂସ୍କୃତି ମୁମ୍ବାଇରୁ, ବିଶେଷତଃ କେନ୍ଦ୍ରୀୟ ମୁମ୍ବାଇ ଅଞ୍ଚଳରୁ ଆରମ୍ଭ ହୋଇଥିଲା। ଏହି ପରମ୍ପରା ସହ ସମ୍ଭବତଃ ଲାଓ୍ବଣୀର ସମ୍ପର୍କ ଅଛି। ଢୋଲକୀ ବାଜାର ତାଳେ ତାଳେ ନାଚ-ଗୀତକୁ ଲାଓ୍ବଣୀ କହନ୍ତି, ଯାହା ହେଉଛି ମହାରାଷ୍ଟ୍ରର ଏକ ପ୍ରାଚୀନ ଲୋକନୃତ୍ୟ। ପୁରୁଷମାନଙ୍କର ଛୋଟ ଛୋଟ ଦଳ ଏବଂ ବେଳେବେଳେ ସେମାନଙ୍କ ପରିବାର ଟେବୁଲରେ ବସି ଏକ ଖୋଲା ସ୍ଥାନ ଆଡ଼କୁ ଚାହିଁଥାନ୍ତି, ଯେଉଁଠି ଅଧ ଡଜନ ମହିଳା ହିନ୍ଦୀ ଗୀତର ତାଳେ ତାଳେ ନୃତ୍ୟ କରୁଥାନ୍ତି। ନୃତ୍ୟାଙ୍ଗନାମାନେ ସମ୍ପୂର୍ଣ୍ଣ ଦେହକୁ ଆବୃତ କଲାଭଳି ବସ୍ତ୍ର ପନ୍ଧିଥାନ୍ତି। ପରିଚାରିକାମାନେ ଦର୍ଶକମାନଙ୍କ ଟେବୁଲ ଉପରେ ମଦ ପରଷନ୍ତି। ଏଠାରେ ଏପରି କି ମୃଦୁ ପାନୀୟ ପାଇଁ ମଧ୍ୟ ବିୟର ଭଳି ମୂଲ୍ୟ ନିଆଯାଏ। କିଛି ପୁ..

ଅସତ୍ୟ ସହରର ରାତି

ଅସତ୍ୟ ସହରର ରାତି

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

କେଇଦିନ ପୂର୍ବରୁ ଆମ ରାଜଧାନୀ ସହରର ଚେହେରା ଦେଖିଥିବା ଲୋକ ଏ ସହରର ବାସିନ୍ଦା ହୋଇ ନ ପାରିଥିବାର ଦୁଃଖରେ ନିଜ ଭାଗ୍ୟକୁ ନିନ୍ଦିବାର କାରଣ ଥିଲା ବେଶ୍‌ ଯୁକ୍ତିଯୁକ୍ତ। ବିଶ୍ୱକପ୍‌ ହକି ଅନୁଷ୍ଠିତ  ହେଉଥିବାର ବିରଳ ଗୌରବବୋଧ ନେଇ ଏ ସ୍ମାର୍ଟ ସହର ଯେମିତି ସୁସଜ୍ଜିତ ତୋରଣ ଓ ରଙ୍ଗ ବେରଙ୍ଗର ଆଲୋକମାଳାରେ ଆକର୍ଷଣୀୟ ରୂପରେ ସଜେଇ ହୋଇଥିଲା, ତହିଁରେ ଏଠାରେ ରହୁ ନ ଥିବା ଯେ କୌଣସି ଲୋକ ମନରେ ଈର୍ଷାର ଅସୁରଟିଏ ମୁଣ୍ଡ ଟେକିବା ସ୍ବାଭାବିକ। ମାତ୍ର ସ୍ମାର୍ଟ..

କୁଷ୍ଠରୋଗୀଙ୍କ ସାହାରା

କୁଷ୍ଠରୋଗୀଙ୍କ ସାହାରା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ

ବିଶ୍ୱକୁ ମହାତ୍ମା ଗାନ୍ଧୀଙ୍କ ଅବଦାନ ଅତୁଳନୀୟ। ତାଙ୍କ ଆଦର୍ଶକୁ ସ୍ମରଣୀୟ ରଖିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ୧୯୯୫ରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଆସୁଛି। ମହାତ୍ମାଙ୍କ ୧୨୫ତମ ଜନ୍ମବାର୍ଷିକୀରୁ ସଂସ୍ଥାପିତ ଏହି ସମ୍ମାନ ଅହିଂସା ଓ ଗାନ୍ଧୀବାଦ ଜରିଆରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ରୂପାନ୍ତରଣ ଆଣିପାରୁଥିବା ବ୍ୟକ୍ତି ଓ ସଙ୍ଗଠନକୁ ଦିଆଯାଉଛି। ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ବିରୋଧୀ ବିପ୍ଳବୀ ନେଲ୍‌ସନ ମଣ୍ଡେଲା, ଭାରତର ‘ଚିପ୍‌କୋ’ ଆନ୍ଦୋଳନର ପୁରୋଧା ଚଣ୍ଡିପ୍ରସାଦ ଭଟ୍ଟଙ୍କଠାରୁ ଆରମ୍ଭ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଭଳି ସଙ୍ଗଠନ ଏଭଳି ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ୨୦୧୯ ଜା..

ଏଇ ଭାରତରେ

ଏଇ ଭାରତରେ

ଭାରତୀୟ ସମାଜ ପିତୃକୈନ୍ଦ୍ରିକ ପରିବାରକୁ ନେଇ ଗଢ଼ିଉଠିଛି। କାରଣ ଆମ ଦେଶର ପରିବାରରେ ପୁରୁଷ ହେଉଛି ମୁଖ୍ୟ ବ୍ୟକ୍ତି। ତାଙ୍କ ନାମରେ ମୁଖ୍ୟତଃ ସମ୍ପତ୍ତିର ମାଲିକାନା ରହିଥାଏ। ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ମାନି ଚଳିଥାଆନ୍ତି। ତେଣୁ ଭାରତୀୟ ସମାଜ ଏକ ପୁରୁଷପ୍ରଧାନ ସମାଜ ଭାବରେ ଗଣ୍ୟ ହୋଇଥାଏ। ନିକଟରେ ଝିଅ ନାମରେ ସମ୍ପତ୍ତି କରିବାରୁ ଖାପ୍‌ ପଞ୍ଚାୟତରେ ବାପାଙ୍କ ପ୍ରତି ଦଣ୍ଡାଦେଶ ହୋଇଛି। ଏପରି ଏକ ଘଟଣା ଘଟିଛି ରାଜସ୍ଥାନ ରାଜ୍ୟର ଯୋଧପୁର ଅଞ୍ଚଳରେ। ସ୍ଥାନୀୟ ବିଲାଡା ତହସିଲ ଖେଜଡଲାରେ ଜଣେ ପିତା ତାଙ୍କ ସମ୍ପତ୍ତିର କିଛି ଅଂଶ ଝିଅ ନାମରେ କରିଥିଲେ। ତେବେ ଏହାକୁ ତାଙ୍କର ସରଗରା ସମାଜ ପକ୍ଷରୁ ପସନ୍ଦ କରାଯାଇ ନ ଥିଲା। କାରଣ ସମାଜରେ ପ୍ରଚଳିତ ପୁରୁଣା..