ଅପରାଧ | ଅନଗୁଳ-ଢେଙ୍କାନାଳ

ଅବକାରୀ ଚଢାଉ, ୫ ଗିରଫ

 ଅବକାରୀ ଚଢାଉ, ୫ ଗିରଫ

ବଇଣ୍ଡା,୧୦।୧(ଡି.ଏନ.ଏ.)- ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ହଣ୍ଡପା ଓ ଠାକୁରଗଡ଼  ଥାନାର  ବିଭିନ୍ନ ଗ୍ରାମରେ ଚଢାଉ  କରାଯାଇ ଦେଶୀ ମହୁଲି ମଦ ସହ ୫ ଜଣଙ୍କୁ ଗିରଫ କରାଯାଇଛି। ହଣ୍ଡପା ଥାନା କଦଳୀମୁଣ୍ଡା ଗ୍ରାମରେ ଚଢାଉ କରି ପୀତାମ୍ବର ପ୍ରଧାନଙ୍କ ଘରୁ ୪ ଲିଟର,  ସୋଲଣ୍ଡା ଗ୍ରାମର ଶର୍ମାନନ୍ଦ ପ୍ରଧାନଙ୍କ ଘରୁ ୬ ଲିଟର, ଲୁହାମୁଣ୍ଡା ଗ୍ରାମର ନରେଶ କାନ୍ଧିଆଙ୍କ ଘରୁ ୧୦ ଲିଟର, ଠାକୁରଗଡ଼ ଥାନା ଘୋଡ଼ାବାନ୍ଧୁଣୀ ଗ୍ରାମର ଗୌର ପ୍ରଧାନଙ୍କ ଘରୁ ୧୦ ଲିଟର, ଶାନ୍ତିଲତା ପ୍ରଧାନଙ୍କ ଘରୁ ୮ ଲିଟର ଦେଶୀ ମଦ ଜବତ କରାଯାଇଛି। ଏମାନେ ଚୋରାରେ ଦେଶୀମଦ ବିକ୍ରି କରୁଥିବା ଖବରପାଇ ଆଠମଲ୍ଲିକ ଅବକାରୀ ନିରୀକ୍ଷକ ସ୍ନେହଲତା ନାୟକ, ଉପନିରୀକ୍ଷକ ପ୍ରଫୁଲ୍ଲ କୁମାର ପତି, ସହକାରୀ ଉପନିରୀକ୍ଷକ ରମାକାନ୍ତ ଚାନ୍ଦ, ଅରୁଣ କୁମାର ଚାଉଳିଆ, ହରିହର ପାଣି, ମନୋଜ ବେହେରା, ସଞ୍ଜୁକ୍ତା ସାହୁ ପ୍ରମୁଖ ଚଢାଉ କରିଥିଲେ।

All Right Reserved By

ଅପରାଧ | ଅନଗୁଳ-ଢେଙ୍କାନାଳ

ପୁଣି ପୁଞ୍ଜିଲାଲଙ୍କ ମାଷ୍ଟର ପ୍ଲାନ୍‌, ୬ ଅଭିଯୁକ୍ତଙ୍କ ସହ ପାଟଣାଗଡ଼ ଜେଲରୁ ଖସି ପଳାଇବା ଉଦ୍ୟମ

ପୁଣି ପୁଞ୍ଜିଲାଲଙ୍କ ମାଷ୍ଟର ପ୍ଲାନ୍‌, ୬ ଅଭିଯୁକ୍ତଙ୍କ ସହ ପାଟଣାଗଡ଼ ଜେଲରୁ ଖସି ପଳାଇବା ଉଦ୍ୟମ

ବଲାଙ୍ଗୀର ଅଫିସ/ପାଟଣାଗଡ଼, ୨୪ା୧ (ଡି.ଏନ୍‌.ଏ.)- ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ତଥା ଅଭିଯୁକ୍ତ ପୁଞ୍ଜିଲାଲ ମେହେର, ଅନ୍ୟ ଆପରାଧିକ ମାମଲାରେ ପାଟଣାଗଡ଼ ଉପକାରାଗାରରେ ୬ଜଣ ବିଚାରାଧୀନ ବନ୍ଦୀଙ୍କୁ ଧରି ଗୁରୁବାର ଜେଲରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛନ୍ତି। 

ଅଟୋ ସହ ୧୫ କେଜି ଗଞ୍ଜେଇ ଜବତ:  ବଙ୍ଗୀୟ ଯୁବତୀଙ୍କ ସମେତ ୪ ଗିରଫ

ଅଟୋ ସହ ୧୫ କେଜି ଗଞ୍ଜେଇ ଜବତ: ବଙ୍ଗୀୟ ଯୁବତୀଙ୍କ ସମେତ ୪ ଗିରଫ

ବ୍ରହ୍ମପୁର ଅଫିସ୍‌,୨୪ା୧-ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ଓ ଜିଲା ଭ୍ରାମ୍ୟମାଣ ସଂସ୍ଥା ପକ୍ଷରୁ ବୁଧବାର ଡେଙ୍ଗାପଦର ଗ୍ରାମ ଛକରେ ଚଢ଼ାଉ କରାଯାଇ ଏକ ଅଟୋରୁ ୧୫ କେଜି ଗଞ୍ଜେଇ ଜବତ ହୋଇଛି। ଉକ୍ତ ଅଟୋକୁ ମଧ୍ୟ ପୋଲିସ ଜବତ କରିଛି ।

ଆକ୍ରମଣ କରି ହାଇୱା ଲୁଟ୍‌: ଚାଳକଙ୍କୁ ଜଙ୍ଗଲରେ ଫିଙ୍ଗିଦେଲେ

ଆକ୍ରମଣ କରି ହାଇୱା ଲୁଟ୍‌: ଚାଳକଙ୍କୁ ଜଙ୍ଗଲରେ ଫିଙ୍ଗିଦେଲେ

ଢେଙ୍କାନାଳ ଅଫିସ, ୨୪।୧: ଢେଙ୍କାନାଳ ସଦର ଥାନା ପଞ୍ଚୁପଟି ନିକଟରେ ଥିବା ଏକ ଢାବା ସମ୍ମୁଖରୁ ମଙ୍ଗଳବାର ବିଳମ୍ବିତ ରାତିରେ ୩ଜଣ ଦୁର୍ବୃତ୍ତ ଚାଳକଙ୍କୁ ଆକ୍ରମଣ କରି ଏକ ଫ୍ଲାଏଆଶ୍‌ ବୋଝେଇ ହାଇୱା ଲୁଟି ନେଇଛନ୍ତି। 

ମଦ ପିଇବା ପାଇଁ ଟଙ୍କା ନଦେବାରୁ ସ୍ତ୍ରୀଙ୍କ ଦୁଇଟି କାନ କାଟି କୁଣ୍ଡଳ ନେଇଗଲେ ସ୍ବାମୀ

ମଦ ପିଇବା ପାଇଁ ଟଙ୍କା ନଦେବାରୁ ସ୍ତ୍ରୀଙ୍କ ଦୁଇଟି କାନ କାଟି କୁଣ୍ଡଳ ନେଇଗଲେ ସ୍ବାମୀ

ନଏଡା, ୨୩।୧: ଉତ୍ତରପ୍ରଦେଶ ନଏଡାର ଦାଦରି ନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ପିଇବା ପାଇଁ ଟଙ୍କା ନ ଦେବାରୁ ସ୍ତ୍ରୀଙ୍କ ଦୁଇଟି କାନ କାଟି କୁଣ୍ଡଳ ନେଇଯାଇଛନ୍ତି ସ୍ବାମୀ।

 ଯୁବତୀ ଭାବି କିନ୍ନରଙ୍କୁ ଦେଲେ ଲିଫ୍ଟ: ଆଉ ତା’ପରେ..

ଯୁବତୀ ଭାବି କିନ୍ନରଙ୍କୁ ଦେଲେ ଲିଫ୍ଟ: ଆଉ ତା’ପରେ..

ନୂଆଦିଲ୍ଲୀ, ୨୩।୧: ରାଜଧାନୀ ଦିଲ୍ଲୀର ନିଜାମୁଦ୍ଦିନ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ କିନ୍ନର ଶାରୀରିକ ସମ୍ପର୍କ ରଖିବା ଲାଗି ମନା କରିବାରୁ କିଛି ଯୁବକ ତାଙ୍କୁ ଗୁଳିମାରି ହତ୍ୟା କରିଛନ୍ତି।

ଅନୁଗୋଳରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ଭାଜପା ମହିଳା ମୋର୍ଚ୍ଚା ଟିମ୍‌

ଅନୁଗୋଳରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ଭାଜପା ମହିଳା ମୋର୍ଚ୍ଚା ଟିମ୍‌

ଅନୁଗୋଳ ଅଫିସ,୨୩।୧: ଅନୁଗୋଳ ଉପକଣ୍ଠରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ପଥରରେ ଛେଚି ହତ୍ୟା କରାଯିବା ଘଟଣାରେ ରାଜ୍ୟ ଭାଜପା ମହିଳା ମୋର୍ଚ୍ଚାର ଏକ ଟିମ୍‌ ବୁଧବାର ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।

ନାବାଳିକାଙ୍କ ସହ ପ୍ରେମସମ୍ପର୍କ ରଖିବା ଯୋଗୁ ଜୀବନ ଗଲା, ଧରାକୋଟରେ ବ୍ୟାଙ୍କ କ୍ୟାଶିୟରଙ୍କୁ ହତ୍ୟା

ନାବାଳିକାଙ୍କ ସହ ପ୍ରେମସମ୍ପର୍କ ରଖିବା ଯୋଗୁ ଜୀବନ ଗଲା, ଧରାକୋଟରେ ବ୍ୟାଙ୍କ କ୍ୟାଶିୟରଙ୍କୁ ହତ୍ୟା

ଧରାକୋଟ,୨୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ମୁଣ୍ଡମରାଇ ଗ୍ରାମରେ ଥିବା ଆନ୍ଧ୍ରା ବ୍ୟାଙ୍କରେ କାର୍ଯ୍ୟରତ କ୍ୟାଶିୟର ବିନୟ କୁମାର ବେହେରାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ବୁଧବାର ଉଦ୍ଧାର କରାଯାଇଛି। ବିନୟଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। 

କାଠବାରୀ ଗ୍ରାମ ରାସ୍ତାକଡ଼ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କାଠବାରୀ ଗ୍ରାମ ରାସ୍ତାକଡ଼ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର,୨୩।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା କାଠବାରୀ ଗ୍ରାମ ରାସ୍ତା କଡ଼ରୁ ବୁଧବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଉକ୍ତ ଗ୍ରାମର ଜାପାନୀ ନାଏକ ହୋଇଥିବା ଜଣାପଡ଼ିଛି।

ପୋଷା କୁକୁରଙ୍କୁ ନିଶା ଦେଇ ଗାଈ ଚୋରି କରିନେଲେ

ପୋଷା କୁକୁରଙ୍କୁ ନିଶା ଦେଇ ଗାଈ ଚୋରି କରିନେଲେ

ଭୁବନେଶ୍ୱର, ୨୨ା୧(ବ୍ୟୁରୋ)- ପୋଷା କୁକୁରଙ୍କୁ ଖାଦ୍ୟରେ ନିଶା ଦେଇ ଗୁହାଳରୁ ଗାଈ ଗୋରିକରିନେଲେ ଦୁର୍ବୃତ୍ତ। ଏଭଳି ଏକ ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅଧୀନ ବରିମୁଣ୍ଡ ଅଞ୍ଚଳରେ। ଗାଈ ମାଲିକ ସନ୍ତୋଷ ନାୟକ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି।

ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ବସ୍ତା, ୨୨।୧(ସ୍ବ.ପ୍ର.)-ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୬ ଲିଟର ମଦ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ହାତଗୋଡ଼ ବାନ୍ଧି ସ୍ବାମୀଙ୍କ ଯୌନାଙ୍ଗକୁ କାଟିଦେଲେ ସ୍ତ୍ରୀ

ହାତଗୋଡ଼ ବାନ୍ଧି ସ୍ବାମୀଙ୍କ ଯୌନାଙ୍ଗକୁ କାଟିଦେଲେ ସ୍ତ୍ରୀ

ନବରଙ୍ଗପୁର,୨୧।୧(ବି.ପ୍ର.): ପରକ୍ରୀୟା ପ୍ରୀତି ସନ୍ଦେହରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଯୌନାଙ୍ଗକୁ କାଟି ଦେଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ତେନ୍ତୁଳିଖୁଣ୍ଟି ଥାନା ଅଧୀନ ଉଦୟପୁର ଗ୍ରାମରେ।

୮ମ ଣ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ ଘଟଣା : ସନ୍ଧାନୀ କୁକୁର  ସାହାଯ୍ୟରେ ଅଭିଯୁକ୍ତଙ୍କ ପ୍ୟାଣ୍ଟ, ସାର୍ଟ, ଚପଲ ଠାବ

୮ମ ଣ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ ଘଟଣା : ସନ୍ଧାନୀ କୁକୁର ସାହାଯ୍ୟରେ ଅଭିଯୁକ୍ତଙ୍କ ପ୍ୟାଣ୍ଟ, ସାର୍ଟ, ଚପଲ ଠାବ

ଅନୁଗୋଳ ଅଫିସ,୨୧।୧: ଅନୁଗୋଳ ସହର ଉପକଣ୍ଠରେ ରବିବାର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଘଟଣାରେ ଆରମ୍ଭ ହୋଇଛି ତଦନ୍ତ। ସୋମବାର ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ପହଞ୍ଚି ଛାନଭିନ୍‌ ଚଳାଇଛନ୍ତି। ଏହାସହିତ ମୁଣ୍ଡାସାହି ନାଳ କୂଳରୁ ଅଭିଯୁକ୍ତଙ୍କ ପ୍ୟାଣ୍ଟ, ସାର୍ଟ ଓ ଚପଲ ଠାବ କରାଯାଇଛି।