ରାଜ୍ୟ | ବାଲେଶ୍ୱର

୩ ଚୋରଙ୍କୁ ଧରି ଛେଚିଲେ ଗ୍ରାମବାସୀ: ଉଦ୍ଧାର କରିବାକୁ ଯାଇ ପୋଲିସ ହଟହଟା

୩ ଚୋରଙ୍କୁ ଧରି ଛେଚିଲେ ଗ୍ରାମବାସୀ: ଉଦ୍ଧାର କରିବାକୁ ଯାଇ ପୋଲିସ ହଟହଟା

ଭୋଗରାଇ, ୧୦।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅଧୀନ କୁଳିଦା ଗ୍ରାମରେ ବୁଧବାର ମଧ୍ୟରାତ୍ରରେ ଗ୍ରାମବାସୀ ୩ ଚୋରଙ୍କୁ ଧରି ଗଛରେ ବାନ୍ଧି ନିର୍ଧୁମ ଛେଚିଛନ୍ତି। ଗୁରୁବାର ପୂର୍ବାହ୍ନ ୧୧ଟାରେ କମର୍ଦ୍ଦା ଆଇଆଇସି ବିଜୟ କୁମାର ମୁର୍ମୁଙ୍କ ସହ ୮ଜଣ ପୋଲିସ ଚୋରକୁ ଆଣିବାକୁ ଯାଇ ଗ୍ରାମବାସୀଙ୍କ ରୋଷର ଶିକାର ହୋଇଛନ୍ତି। ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ପୋଲିସ ନିୟନ୍ତ୍ରଣ କରି ନ ପାରିବାରୁ ସେଠାରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ଭ୍ୟାନ୍‌କୁ ଅଟକାଇବା ସହ ପୋଲିସ ବିରୋଧରେ ନାରାବାଜି ପ୍ରଦର୍ଶନ କରିଥିଲେ। ଜଳେଶ୍ୱର ଏସ୍‌ଡ଼ିପିଓ ରାମଚନ୍ଦ୍ର ଗୌଡୁ ୧ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚତ୍ ଗ୍ରାମବାସୀଙ୍କୁ ପ୍ରତିକାର ଲାଗି ପ୍ରତିଶ୍ରୁତି ଦେବା ସହ କମର୍ଦ୍ଦା ପୋଲିସକୁ ସେଠାରୁ ମୁକୁଳାଇଥିଲେ। ୩ ଚୋରଙ୍କୁ ପୋଲିସ ଗିରଫ କରି କମର୍ଦ୍ଦା ଥାନାକୁ ଆଣି ଅଧିକ ପଚରାଉଚୁରା କରୁଛି। 

ଗତ ବୁଧବାର ମଧ୍ୟରାତ୍ରରେ ଏକ ଓମିନି(ନଂ.ଡବ୍ଲ୍ୟୁ.ବି.୩୨୦) କାରରେ ୫ଜଣ ପେସାଦାର ଚୋର ଗ୍ରାମରେ ପଶି ଶ୍ରୀନିବାସ ଜେନାଙ୍କ ବାଡ଼ିରୁ ବିଦ୍ୟୁତ୍‌ ପାଣିପମ୍ପ ଏବଂ ଅନ୍ୟ ଏକ ସ୍ଥାନରୁ ବିଦ୍ୟୁତ୍‌ ଜେନେରେଟର ଚୋରି କରି କୁଳିଦା-ମହାଗବ ରାସ୍ତାରେ ଚମ୍ପଟ ମାରୁଥିଲେ। ଏହି ସମୟରେ ଗ୍ରାମର ସାହସୀ ଯୁବକମାନେ ବାଇକ୍‌ରେ ଉକ୍ତ ଗାଡ଼ିର ପିଛା କରିଥିଲେ। ଯୁବକମାନେ ଅନ୍ୟ ସାଥୀମାନଙ୍କୁ ଏହି ଘଟଣା ସମ୍ପର୍କରେ ଫୋନ୍‌ରେ ଜଣାଇ ଦେବା ପରେ ମହାଗବ ରାଇସ୍‌ ମିଲ୍‌ଠାରେ ଅନ୍ୟ ଯୁବକମାନେ ଗାଡ଼ିକୁ ଚାରିପଟୁ ଘେରିଯାଇଥିଲେ। ଏହି ସମୟରେ ଗାଡ଼ିରେ ଥିବା ୫ ଚୋର ମଧ୍ୟରୁ ୨ଜଣ କୌଶଳକ୍ରମେ ଡେଇଁ ଚମ୍ପଟ ମାରିଥିଲେ। ୩ଜଣ ଚୋରଙ୍କୁ ଯୁବକମାନେ କାବୁ କରିବା ସହିତ ସେମାନଙ୍କୁ ଗାଁକୁ ଆଣି ଏକ ଗଛରେ ବାନ୍ଧି ନିର୍ଧୁମ ଛେଚିଥିଲେ। ଜଳେଶ୍ୱର ଏସ୍‌ଡ଼ିପିଓ ଅପରାହ୍ନରେ ପହଞ୍ଚତ୍ ଗ୍ରାମବାସୀଙ୍କ ଅଭିଯୋଗ ଶୁଣିବା ପରେ ଗ୍ରାମରେ ରାତିରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ନିଃସହାୟ ଅବସ୍ଥାରେ ଥିବା କମର୍ଦ୍ଦା ପୋଲିସଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିଥିଲେ। ଗିରଫ ହୋଇଥିବା ୩ ଚୋରଙ୍କ ମଧ୍ୟରେ କମର୍ଦ୍ଦା ଥାନା ବାହାର୍ଦ୍ଦା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସ (୫୫) ଜଣେ ପେସାଦାର ଓ ଚୋରମାନଙ୍କ ସର୍ଦ୍ଦାର ବୋଲି ପୋଲିସ ପ୍ରକାଶ କରିଛି। ଅନ୍ୟମାନେ ହେଲେ ପଶ୍ଚିମବଙ୍ଗ ପଶ୍ଚିମମେଦିନୀପୁର ଜିଲା ନାରଣଗଡ଼ ଥାନା ଗୁନିଆ ଗ୍ରାମର ତନୁ ନାୟକ (୩୦) ଓ ତାଙ୍କ ଭାଇ ଅନନ୍ତ ନାୟକ (୫୫)।  ଏଥିସହିତ ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍‌ ମୋଟର ପୋଲିସ ଜବତ କରିଛି। କମର୍ଦ୍ଦା ଥାନାରେ ଏକ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। 

All Right Reserved By

ରାଜ୍ୟ | ବାଲେଶ୍ୱର

କେନ୍ଦ୍ରାପଡାରେ ଜାରି ହେଲା କର୍ଫ୍ୟୁ

କେନ୍ଦ୍ରାପଡାରେ ଜାରି ହେଲା କର୍ଫ୍ୟୁ

କେନ୍ଦ୍ରାପଡା ଅଫିସ୍‌/ମାର୍ଶାଘାଇ,  ୨୪।୧(ଡି.ଏନ୍‌.ଏ): କେନ୍ଦ୍ରାପଡ଼ା ଟାଉନ୍‌ ହାଇସ୍କୁଲ ପଡ଼ିଆଠାରେ ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ବିରୋଧ କରାଯିବା ନେଇ ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡା ସହର। ସ୍ଥିତି ଅଣାୟତ ହେବାରୁ ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର ଶୁକ୍ରବାର ସକାଳ ୮ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି

ମାରୁତି-ଅଟୋ ଧକ୍କା, ଗୋଟିଏ ପରିବାରର ୫ ଗୁରୁତର

ମାରୁତି-ଅଟୋ ଧକ୍କା, ଗୋଟିଏ ପରିବାରର ୫ ଗୁରୁତର

ଦିଗପହଣ୍ଡି/ପାଟପୁର,୨୪।୧(ଡି.ଏନ୍‌.ଏ.): ଦିଗପହଣ୍ଡି-ପାଟପୁର ମୁଖ୍ୟରାସ୍ତାର ଆଙ୍କୋରଡ଼ା ଗ୍ରାମଛକ ନିକଟରେ ଗୁରୁବାର ସକାଳ ପ୍ରାୟ ସାଢ଼େ ୯ଟାରେ ଏକ ଦୁର୍ଘଟଣା ଘଟିଛି। ଏକ ମାରୁତି ସହ ଏକ ଯାତ୍ରୀବାହୀ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣ ଗୁରୁତର ଆହତ ହୋଇଛନ୍ତି। 

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ବିରୋଧ: ଭାଜପା ପକ୍ଷରୁ ବିକ୍ଷୋଭ, ୨୦ ଗିରଫ

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ବିରୋଧ: ଭାଜପା ପକ୍ଷରୁ ବିକ୍ଷୋଭ, ୨୦ ଗିରଫ

ବଲାଙ୍ଗୀର ଅଫିସ, ୨୪ା୧- ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଗସ୍ତରେ ଆସିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରି ଭାଜପା ନେତା ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ବହୁ ଭାଜପା କର୍ମୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। 

ପୁଣି ପୁଞ୍ଜିଲାଲଙ୍କ ମାଷ୍ଟର ପ୍ଲାନ୍‌, ୬ ଅଭିଯୁକ୍ତଙ୍କ ସହ ପାଟଣାଗଡ଼ ଜେଲରୁ ଖସି ପଳାଇବା ଉଦ୍ୟମ

ପୁଣି ପୁଞ୍ଜିଲାଲଙ୍କ ମାଷ୍ଟର ପ୍ଲାନ୍‌, ୬ ଅଭିଯୁକ୍ତଙ୍କ ସହ ପାଟଣାଗଡ଼ ଜେଲରୁ ଖସି ପଳାଇବା ଉଦ୍ୟମ

ବଲାଙ୍ଗୀର ଅଫିସ/ପାଟଣାଗଡ଼, ୨୪ା୧ (ଡି.ଏନ୍‌.ଏ.)- ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ତଥା ଅଭିଯୁକ୍ତ ପୁଞ୍ଜିଲାଲ ମେହେର, ଅନ୍ୟ ଆପରାଧିକ ମାମଲାରେ ପାଟଣାଗଡ଼ ଉପକାରାଗାରରେ ୬ଜଣ ବିଚାରାଧୀନ ବନ୍ଦୀଙ୍କୁ ଧରି ଗୁରୁବାର ଜେଲରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛନ୍ତି। 

ଡାକ୍ତଖାନାରେ ସର୍ଟ ସର୍କିଟ ଯୋଗୁ ନିଆଁ

ଡାକ୍ତଖାନାରେ ସର୍ଟ ସର୍କିଟ ଯୋଗୁ ନିଆଁ

କେନ୍ଦୁଝର, ୨୪।୧(ସ୍ବ.ପ୍ର)- କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ସର୍ଜରୀ ଓ୍ବାର୍ଡ ନିକଟ ମାଇନର ଅପରେଶନ ଥିଏଟରରେ ସର୍ଟ ସର୍କିଟ ଯୋଗୁ ହଠାତ ନିଆଁ ଲାଗିଯାଇଥିଲା।

ପୁଣି ଅଶାନ୍ତ କେନ୍ଦ୍ରାପଡା

ପୁଣି ଅଶାନ୍ତ କେନ୍ଦ୍ରାପଡା

କେନ୍ଦ୍ରାପଡା ଅଫିସ୍‌, ୨୪।୧: କେନ୍ଦ୍ରାପଡ଼ା ଟାଉନ୍‌ ହାଇସ୍କୁଲ ପଡ଼ିଆଠାରେ ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ବିରୋଧ କରାଯିବା ନେଇ ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡା ସହର।

ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନକୁ ବିରୋଧ: ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା, ଆଳିରେ ରାସ୍ତାରୋକୋ

ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନକୁ ବିରୋଧ: ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା, ଆଳିରେ ରାସ୍ତାରୋକୋ

ଆଳି,୨୪।୧(ଡି.ଏନ୍‌.ଏ.): ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ବିରୋଧ କରି ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ ଗୁୁରୁବାର ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା ଦିଆଯାଇଛି। 

ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳରେ ବିଳମ୍ବ: କନ୍ଦରପୁର ଷ୍ଟେଶନ ମାଷ୍ଟରଙ୍କୁ ମାଡ଼ ମାରିଲେ ଯାତ୍ରୀ, କଟକ ବଡ଼ ମେଡିକାଲରେ ଭର୍ତ୍ତି

ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳରେ ବିଳମ୍ବ: କନ୍ଦରପୁର ଷ୍ଟେଶନ ମାଷ୍ଟରଙ୍କୁ ମାଡ଼ ମାରିଲେ ଯାତ୍ରୀ, କଟକ ବଡ଼ ମେଡିକାଲରେ ଭର୍ତ୍ତି

କଟକ ସଦର,୨୪।୧(ଡି.ଏନ୍‌.ଏ.): କଟକ-ପାରାଦୀପ ରେଳପଥର କନ୍ଦରପୁର ଷ୍ଟେଶନରେ ଗୁରୁବାର ସକାଳେ ଯାତ୍ରୀବାହୀ ଟ୍ରେନ ଚଳାଚଳରେ ବିଳମ୍ବକୁ ନେଇ ଯାତ୍ରୀମାନେ ଷ୍ଟେଶନମାଷ୍ଟର ପୂର୍ଣ୍ଣଚନ୍ଦ୍ର ସେନାପତିଙ୍କୁ ମାଡ଼ ମାରି ଆହତ କରିଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି। 

ବିଜେଡିରେ ଯୋଗଦେଲେ ନବ ଦାସ

ବିଜେଡିରେ ଯୋଗଦେଲେ ନବ ଦାସ

ଝାରସୁଗୁଡା ଅଫିସ୍‌/ଭୁବନେଶ୍ୱର, ୨୪।୧(ବ୍ୟୁରୋ): ଝାରସୁଗୁଡାର କଂଗ୍ରେସ ବିଧାୟକ ନବ ଦାସ ଓ ତାଙ୍କ ସମର୍ଥକମାନେ ବିଜେଡିରେ ଯୋଗଦେଇଛନ୍ତି।

‘ନାରୀର ପ୍ରଗତି ହେଲେ ଦେଶର ପ୍ରଗତି ସମ୍ଭବ’

‘ନାରୀର ପ୍ରଗତି ହେଲେ ଦେଶର ପ୍ରଗତି ସମ୍ଭବ’

ଅତାବିରା, ୨୪।୧(ଡି.ଏନ.ଏ): ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ପୋଡବାଡି ନେତାଜୀ କ୍ଲବ ପରିସରରେ ୪୦ତମ କ୍ଲବର ବାର୍ଷିକୋତ୍ସବ ଓ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। 

ଟ୍ରାଫିକ୍‌ ସଚେତନ କରାଇଲେ ଯମ

ଟ୍ରାଫିକ୍‌ ସଚେତନ କରାଇଲେ ଯମ

କେନ୍ଦୁଝର, ୨୪।୧(ସ୍ବ.ପ୍ର.): ଟ୍ରାଫିକ୍‌ ସୁରକ୍ଷା, ଜୀବନ ରକ୍ଷା। ଏହି ଅବସରରେ ସହରର ବିଭିନ୍ନ ସ୍ଥାନରେ ଯମ ଦରବାର ଆୟୋଜନ କରାଯାଇଥିଲା। 

କାର୍ଯ୍ୟକ୍ଷମ ହୋଇପାରୁନି ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ: ମଙ୍ଗଳା ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ହନ୍ତସନ୍ତ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାର୍ଯ୍ୟକ୍ଷମ ହୋଇପାରୁନି ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ: ମଙ୍ଗଳା ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ହନ୍ତସନ୍ତ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାକଟପୁର,୨୪।୧(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା ରାଜ୍ୟର ପ୍ରସିଦ୍ଧ ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ଅନ୍ୟତମ। ଏଣୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଓ ରାଜ୍ୟ ବାହାରୁ ଦୈନିକ ଶହ ଶହ ପର୍ଯ୍ୟଟକ କାକଟପୁରକୁ ଆସିଥାଆନ୍ତି। ପର୍ଯ୍ୟଟନ ଋତୁ ବିଶେଷକରି ଚୈତ୍ର ମାସରେ ମା’ଙ୍କ ପ୍ରସିଦ୍ଧ ପର୍ବ ଝାମୁଯାତ୍ରା ଓ ଦଶହରାର ପାର୍ବଣ ପୂଜା ସମୟରେ ପ୍ରତ୍ୟହ ହଜାର ହଜାର ପର୍ଯ୍ୟଟକଙ୍କ ଏଠାରେ ସମାଗମ ହୋଇଥାଏ।