ରାଜ୍ୟ | ସମ୍ବଲପୁର

ବଲାଙ୍ଗୀର ଗୁଳିକାଣ୍ଡ ଘଟଣା: ୨ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଗିରଫ

ବଲାଙ୍ଗୀର ଗୁଳିକାଣ୍ଡ ଘଟଣା:  ୨ଦୁର୍ଦ୍ଦାନ୍ତ ଅଭିଯୁକ୍ତ  ଗିରଫ

ବଲାଙ୍ଗୀର ଅଫିସ,୧୦ା୧: ଗୁଳିକାଣ୍ଡ ଘଟଣାର ୪ମାସ ପରେ ବଲାଙ୍ଗୀର ସଦର ଥାନା ପୋଲିସ ହାତରେ ଧରାପଡିଛନ୍ତି ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଶ୍ରୀପତି ସିଂ (୩୧) ଓ ପିଙ୍କୁ କରନ୍‌ (୩୩)। ଏହି ଦୁଇ ଅଭିଯୁକ୍ତ ପୋଲିସର ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ରହିଥିଲେ। ବହୁ ଆପରାଧିକ ମାମଲାରେ ଛନ୍ଦି ହୋଇଥିବା ଏହି ଦୁଇ ଅଭିଯୁକ୍ତ ବଲାଙ୍ଗୀର-ଟିଟିଲାଗଡ ରୋଡ ଜିତୁ ଢ଼ାବା ନିକଟ ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଥିଲେ। ତେବେ  ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବବଲୁ ମହାନନ୍ଦ ଘଟଣା ଦିନରୁ ଫେରାର ରହିଛନ୍ତି। ବହୁ ଉଦ୍ୟମ ସତ୍ତ୍ୱେ  ବବଲୁଙ୍କୁ ପୋଲିସ ଗିରଫ କରିପାରିନାହଁ।  ଗିରଫ ଦୁଇ ଅଭିଯୁକ୍ତ ଶ୍ରୀପତି  ଓ ପିଙ୍କୁଙ୍କୁ ପୋଲିସ ଗୁରୁବାର କୋର୍ଟଚାଲାଣ କରିଛି। 

ଗତ ଅଗଷ୍ଟ ମାସ ୨୯ତାରିଖ ଅପରାହ୍ଣରେ ଜିତୁ ଢ଼ାବା ନିକଟ ସେଣ୍ଟାଲ ନର୍ସରୀ ନିକଟରେ କେତେକ ଅସାମାଜିକ ଯୁବକ ରୁଣ୍ଡ ହୋଇଥିଲେ। ସେମାନଙ୍କ ଭିତରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରୁ ଉତ୍ତେଜନା ପ୍ରକାଶ ପାଇବା ପରେ ବବଲୁ ପାଖରେ ଥିବା ବନ୍ଧୁକ ବାହାର କରି ୪ରାଉଣ୍ଡ ଗୁଳି ଚଳାଇଥିଲେ। ସେଠାରେ ବବଲୁ ସହ ଯୁକ୍ତିତର୍କ କରୁଥିବା ରାମେଶ୍ୱର ନଗରର ଦିଲୀପ ପଟ୍ଟନାୟକଙ୍କ ଦେହରେ ଦୁଇଟି ଗୁଳି ବାଜିଥିଲା। ଗୁଳିମାଡ ପରେ ଗୁରୁତର ଆହତ ଦିଲୀପଙ୍କୁ  ବୁର୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଗୁଳିକାଣ୍ଡ ପରେ  ମୁଖ୍ୟ ଅଭିଯୁକ୍ତ ବବଲୁ ମହାନନ୍ଦଙ୍କ ସହ ଶ୍ରୀପତି ସିଂ, ପିଙ୍କୁ କରନ୍‌ ଓ  ଦିଲୀପ ଭୋଇ ଫେରାର ହୋଇଯାଇଥିଲେ।  ଏହି ଗୁଳିକାଣ୍ଡ ଘଟଣାକୁ ନେଇ ବଲାଙ୍ଗୀର ସଦର ଥାନାରେ ଏକ ମାମଲା (ନଂ.୧୬୭/୧୮) ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ପୋଲିସ ଅଭିଯୁକ୍ତ ଦିଲୀପ ଭୋଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।  ତେବେ ଘଟଣା ଦିନରୁ ପୋଲିସ ଆଖିରେ ଧୂଳିଦେଇ ତିନି ଦୁର୍ଦ୍ଦାନ୍ତ ଅଭିଯୁକ୍ତ ବବଲୁ, ଶ୍ରୀପତି ଓ ପିଙ୍କୁ ଘୁରି ବୁଲୁଥିଲେ।ତେବେ   କେଉଁ କାରଣରୁ ଜିତୁ ଢ଼ାବା ନିକଟରେ ଗୁଳିକାଣ୍ଡ ଘଟିଥିଲା ତାହା ସ୍ପଷ୍ଟ ହୋଇନାହିଁ। 

All Right Reserved By

ରାଜ୍ୟ | ସମ୍ବଲପୁର

ପ୍ରକାଶ ପାଇଲା  ବିଧାନସଭା ଲାଗି ଭାଜପାର ପ୍ରାର୍ଥୀ ତାଲିକା : ୯୯ ଟି ଆସନ ଲାଗି ନାମ ଘୋଷଣା କଲା ଦଳ

ପ୍ରକାଶ ପାଇଲା ବିଧାନସଭା ଲାଗି ଭାଜପାର ପ୍ରାର୍ଥୀ ତାଲିକା : ୯୯ ଟି ଆସନ ଲାଗି ନାମ ଘୋଷଣା କଲା ଦଳ

ନୂଆଦିଲ୍ଲୀ/ଭୁବନେଶ୍ୱର୨୧/୩_(ବ୍ୟୁରୋ): ଗୁରୁବାର ରାଜ୍ୟ ବିଧାନସଭା ଆସନ ଲାଗି ଭାଜପାର ୯୯  ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ  ପାଇଛି।


ପ୍ରକାଶ ପାଇଲା ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଓଡ଼ିଶାରୁ ୧୦

ପ୍ରକାଶ ପାଇଲା ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଓଡ଼ିଶାରୁ ୧୦

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୧।୩(ଡି.ଏନ୍‌.ଏ.): ୨୦୧୯ ଲୋକ ସଭା ନିର୍ବାଚନ ଲାଗି ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଗୁରୁବାର ପ୍ରକାଶ ପାଇଛି। 

ଭାଜପାରେ ମିଶିଲେ ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି

ଭାଜପାରେ ମିଶିଲେ ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି

ଭୁବନ ୨୧।୩(ଡି.ଏନ.ଏ.)-ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରବାଳକାନ୍ତି ସାହୁ ଗୁରୁବାର ଭାଜପାରେ ଯୋଗଦେଇଛନ୍ତ। ଜିଲା ଉପସଭାପତି ଶତ୍ରୁଘ୍ନ ଜେନାଙ୍କ ତତ୍ତ୍ୱାବଧାନରେ ଭୁବନେଶ୍ୱରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଭାଜପାରେ ସାମିଲ ହୋଇଛନ୍ତି। ଏହି ଅବସରରେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

୫ ବର୍ଷର ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

୫ ବର୍ଷର ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

କଟକ ଅଫିସ,୨୧।୩: କଟକ ଜିଲା ଜଗତପୁର ଅଞ୍ଚଳରେ ୫ ବର୍ଷର ଜଣେ ନାବାଳିକାକୁ ବୁଧବାର ବଳାତ୍କାର ହୋଇଥିବା ଅଭିଯୋଗ ହୋଇଥିଲା। ଘଟଣାରେ ୪୦ ବର୍ଷର ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। 

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼: ଜଣେ ମୃତ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼: ଜଣେ ମୃତ

ଝାରସୁଗୁଡା,୨୧।୩: ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳର ମଣ୍ଡଳିଆସ୍ଥିତ ଏକ ଜଳାଶୟ ନିକଟରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି  ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି। 

ସ୍ବାମୀଙ୍କ ଚିକିତ୍ସା ପାଇଁ ୩ ବର୍ଷର ଝିଅକୁ ବିକିଲେ ମା’

ସ୍ବାମୀଙ୍କ ଚିକିତ୍ସା ପାଇଁ ୩ ବର୍ଷର ଝିଅକୁ ବିକିଲେ ମା’

ଭୁବନେଶ୍ୱର,୨୧।୩(ବ୍ୟୁରୋ): ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ଗୁରୁବାର ସକାଳେ ଭିଡ଼ ଦେଖିବାକୁ ମିଳିଛି। ନୟାଗଡ଼ର ଜଣେ ମହିଳା ତାଙ୍କ ୩ ବର୍ଷର ଝିଅକୁ ଅନ୍ୟ ଜଣଙ୍କୁ ବିକୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଛନ୍ତି। 

ବିଜେଡି ଛାଡ଼ିଲେ ବାସନ୍ତୀ

ବିଜେଡି ଛାଡ଼ିଲେ ବାସନ୍ତୀ

ଭୁବନେଶ୍ୱର,୨୧।୩(ବ୍ୟୁରୋ):  ଗଜପତି ଜିଲା ମୋହନା ବିଧାୟିକା ବାସନ୍ତି ମଲ୍ଲିକ ଗୁରୁବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ଟିକେଟ ନ ମିଳିବାରୁ ସେ ଅସନ୍ତୁଷ୍ଟ ଥିଲେ। ଏଯାବତ୍‌ ୩ ଏମ୍‌ପି ଏବଂ ୫ ବିଧାୟକ ବିଜେଡି ଛାଡ଼ିଥିବା ଜଣାପଡ଼ିଛି। 

ଝୁଲଣ ମଣ୍ଡପରେ ଝୁଲିରେ ରାଧାକୃଷ୍ଣ, ଶୁଣିଲେ ନୂଆ ପାଞ୍ଜି

ଝୁଲଣ ମଣ୍ଡପରେ ଝୁଲିରେ ରାଧାକୃଷ୍ଣ, ଶୁଣିଲେ ନୂଆ ପାଞ୍ଜି

କାକଟପୁର,୨୧।୩(ଡି.ଏନ୍‌.ଏ.): ଫଗୁଦଶମୀଠାରୁ ଗାଁ ଗାଁ ବୁଲି ଚାଚେରୀ ଭୋଗ ଖାଇଥିବା ପ୍ରଭୁ ରାଧାକୃଷ୍ଣ ଗୁରୁବାର ଅପରାହ୍ନରେ ସ୍ବମନ୍ଦିରରେ ପହଞ୍ଚିଛନ୍ତି। ମନ୍ଦିର ପାଖରେ ଥିବା ଝୁଲଣ ମଣ୍ଡପ, ଦୋଳବେଦିରେ ସଜିତ ବିମାନରେ ରାଧାକୃଷ୍ଣଙ୍କୁ ଝୁଲାଇ ଦିଆଯାଇଛି।

ଭାଜପାରେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ

ଭାଜପାରେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ

ଭୁବନେଶ୍ୱର, ୨୧।୩(ବ୍ୟୁରୋ): ଭାଜପାରେ ଯୋଗଦେଲେ ବିଜେଡି ଏମ୍‌ପି ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ। ଗୁରୁବାର ଭାଜପା କାର୍ଯ୍ୟାଳୟରେ ଆୟୋଜିତ  ମିଶ୍ରଣ ପର୍ବରେ ସେ ସାମିଲ ହୋଇଛନ୍ତି।  

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବଲାଙ୍ଗୀର ଅଫିସ,୨୧।୩ : ବଲାଙ୍ଗୀର ମାଲଗୋଦାମପଡ଼ାରୁ ଚାଲାଣ ହେଉଥିବା ବିପୁଳ ପରିମାଣର ବେଆଇନ କଫ୍‌ ସିରପ୍‌କୁ ଗୁରୁବାର ବଲାଙ୍ଗୀର ପୋଲିସ ଜବତ କରିବା ସହ ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଛି।

ହାତ ଧରିବେ ପ୍ରତ୍ୟୁଷା

ହାତ ଧରିବେ ପ୍ରତ୍ୟୁଷା

ଭୁବନେଶ୍ୱର,୨୧।୩(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନକୁ ନେଇ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଜଣଙ୍କ ପରେ ଜଣେ ନେତା ଦଳବଦଳ ନୀତି ଆପଣାଉଛନ୍ତି। ବିଶେଷକରି ରାଜ୍ୟର ପ୍ରମୁଖ ଦଳ ବିଜେଡିରୁ ଅଧିକାଂଶ ନେତା ଦଳ ଛାଡ଼ି ଭାଜପା ଓ କଂଗ୍ରେସ ମୁହାଁ ହେଉଛନ୍ତି। ଏହି କ୍ରମରେ ବୁଧବାର ବିଜେଡି ଛାଡ଼ିଥିଲେ କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ସେ ଏବେ କଂଗ୍ରେସରେ ଯୋଗଦେବେ ବୋଲି ଜଣାପଡ଼ିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁବାର ଏହା ସ୍ପଷ୍ଟ କରିଛନ୍ତି। 

ବିଜେଡି ଇସ୍ତାହାର କମିଟି ବୈଠକ

ବିଜେଡି ଇସ୍ତାହାର କମିଟି ବୈଠକ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଇସ୍ତାହାର ପ୍ରସ୍ତୁତ ପ୍ରକ୍ରିୟା ଜାରି ରଖିଛି। ଏ ନେଇ ଦଳୀୟ କାର୍ଯ୍ୟାଳୟରେ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା