ମନୋରଞ୍ଜନ |

ହ୍ରିତିକ୍‌ @୪୫: ‘କହୋନା ପ୍ୟାର୍‌ ହୈ’ କରିଥିଲା ଓ୍ବାଲର୍‌ଡ ରେକର୍ଡ

ହ୍ରିତିକ୍‌ @୪୫: ‘କହୋନା ପ୍ୟାର୍‌ ହୈ’ କରିଥିଲା ଓ୍ବାଲର୍‌ଡ ରେକର୍ଡ

ବଲିଉଡ୍‌ ଅଭିନେତା ତଥା ସୁପରଷ୍ଟାର ହ୍ରିତିକ୍‌ ରୋଶନ ଜାନୁଆରୀ ୧୦ରେ ୪୫ ବର୍ଷରେ ପାଦ ଦେଇଛନ୍ତି। ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରାକେଶ ରୋଶନଙ୍କ ପୁଅ ହୋଇଥିଲେ ହେଁ ହ୍ରିତିକ୍‌ ନିଜର ଦମଦାର ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ଭେଟି ଦେଇଛନ୍ତି ଅନେକ ଅଭୂଲା ଚରିତ୍ର। ହ୍ରିତିକ୍‌ ୨୦୦୦ରେ ଫିଲ୍ମ ‘କହୋନା ପ୍ୟାର୍‌ ହୈ’ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା ଅଭିନେତ୍ରୀ ଅମିଷା ପେଟଲଙ୍କୁ। ଅମିଷାଙ୍କର ଏହା ମଧ୍ୟ ଡେବ୍ୟୁ ସିନେମା ଥିଲା। ଫିଲ୍ମଟି ବ୍ଲକବାଷ୍ଟର ହେବା ସହ ରାତାରାତି ହ୍ରିତିକ୍‌ ସୁପରଷ୍ଟାର ବନିଯାଇଥିଲେ। ଖାଲି ସେତିକି ନୁହେଁ ଫିଲ୍ମଟି ସବୁଠାରୁ ଅଧିକ ୯୨ଟି ପୁରସ୍କାର ପାଇବା ସହ ୨୦୦୨ ମସିହାରେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଥିଲା। ଏହି ଫିଲ୍ମ ସହ ଜଡିତ କିଛି  ଅଭୂଲା କଥା:


- ଫିଲ୍ମର କାହାଣୀ ହ୍ରିତିକଙ୍କ ରିୟଲ୍‌ ଲାଇଫ୍‌ ପରି। ଫିଲ୍ମରେ ହ୍ରିତିକ୍‌ ସୋନିୟାଙ୍କୁ ଯେପରି ଟ୍ରାଫିକ୍‌ ସିଗ୍‌ନାଲରେ ମିଳିଥିଲେ ସୁଜୈନ୍‌ଙ୍କ ସହିତ ଠିକ୍‌ ସେହିପରି ତାଙ୍କର ଭେଟ ହୋଇଥିଲା।


-  ଫିଲ୍ମଟି ବ୍ଲକବାଷ୍ଟର ହିଟ୍‌ ହେବା ପରେ ଜାନୁଆରୀ ୨୧, ୨୦୦୦ରେ ରାକେଶ ରୋଶନଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଗୋଟିଏ ଗୁଳି ରାକେଶଙ୍କ କାନ୍ଧରେ ବାଜିଥିବା ବେଳେ ଅନ୍ୟଟି ତାଙ୍କ ଛାତିରେ ଲାଗିଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଆକ୍ରମଣ ତାଙ୍କୁ ଧମକାଇବା ପାଇଁ ଥିଲା। ଆତଙ୍କବାଦୀମାନେ ଫିଲ୍ମ ଲାଭାଂଶର କିଛି ଭାଗ ଚାହୁଁଥିବା ଯୋଗୁ ଏପରି କରିଥିଲେ। 


- ଚଳଚ୍ଚିତ୍ର ମାଧ୍ୟମରେ କୋଲ୍ଡ ଡ୍ରିଙ୍କସ୍‌ କୋକାକୋଲା ଆଡ୍‌ଭାଟାଇଜ୍‌ ହୋଇଥିଲା। ଫିଲ୍ମଟି ସୁପରହିଟ୍‌ ହେବା ପରେ କୋକାକୋଲା ହ୍ରିତିକ୍‌ଙ୍କୁ କ୍ୟାମ୍ପେନ୍‌ ମଡେଲ ଭାବେ ସାଇନ୍‌ କରିଥିଲା। 


- ଅମିଷା ପଟେଲଙ୍କ ଡେବ୍ୟୁ ଫିଲ୍ମରେ ତାଙ୍କ ମା’ ଆଶା ପଟେଲ ମଧ୍ୟ ଅଭିନୟ କରିଥିଲେ। ହ୍ରିତିକ୍‌ଙ୍କ ଡବଲ ରୋଲ୍‌ ଅର୍ଥାତ୍‌ ରାଜ୍‌ଙ୍କ ମା’ ଚରିତ୍ରରେ ତାଙ୍କୁ ଦେଖିବାକୁ ମିଳିଥିଲା। 


- ଏହି ଫିଲ୍ମ ପାଇଁ ପ୍ରଥମ ପସନ୍ଦ ଥିଲେ ଶାହାରୁଖ୍‌ ଖାନ୍‌ ଓ କରୀନା କପୁର। ପ୍ରଥମେ ଶାହାରୁଖ୍‌ ଏହି ଫିଲ୍ମ ପାଇଁ ମନା କରିଦେଇଥିଲେ। ଏହାର କିଛି ଦିନ ପରେ କରୀନା ମଧ୍ୟ ମନା କରିଦେଲେ। ପରେ ହ୍ରିତିକ୍‌ ଓ ଅମିଷା ଏଥିରେ ଡେବ୍ୟୁ କରିଥିଲେ।


-. ଶାହାରୁଖ୍‌ଙ୍କ ଫିଲ୍ମ ‘ଦିଲ୍‌ ସେ’ ପରେ ହ୍ରିତିକ୍‌ଙ୍କ ଏହି ଫିଲ୍ମ ମ୍ୟୁଜିକ୍‌ ପାଇଁ ସମସ୍ତ ଆଓ୍ବାର୍ଡ ପାଇଥିବା ଦ୍ୱିତୀୟ ସିନେମା। ଫିଲ୍ମଟି ବେଷ୍ଟ ମ୍ୟୁଜିକ୍‌, ଲିରିକ୍ସ,  ପ୍ଲେବ୍ୟାକ୍‌ ସିଙ୍ଗର(ମେଲ), କୋରିଓଗ୍ରାଫି ଆଦି ଆଓ୍ବାର୍ଡ ପାଇଥିଲା। 














All Right Reserved By

ମନୋରଞ୍ଜନ |

ବିବାହ ବନ୍ଧନରେ ଆଉ ଜଣେ ବଲିଉଡ୍‌ ସେଲିବ୍ରିଟି

ବିବାହ ବନ୍ଧନରେ ଆଉ ଜଣେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ: ଗତବର୍ଷ ବଲିଉଡ୍‌ରେ ବିବାହ ଋତୁ ଚାଲିଥିବା ବେଳେ ଏବର୍ଷ ଆରମ୍ଭରୁ ମଧ୍ୟ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଲାଣି ବଲିଉଡ୍‌ରେ। ମାୟାନଗରୀର ବରିଷ୍ଠ ଅଭିନେତା ରାଜ ବାବର ଓ ସ୍ମିତା ପାଟିଲଙ୍କ ପୁଅ ପ୍ରତିକ ବାବର ବିବାହ ବନ୍ଧରେ ଆବନ୍ଧ ହେବାକୁ ଯାଉଛନ୍ତି। 

କେବଳ ନିଜ ସ୍ତ୍ରୀଙ୍କୁ ଇମ୍ପ୍ରେସ କରିବାକୁ ସଲମାନଙ୍କ ପ୍ରଶଂସକ କରିଥିଲେ ପୁରା ଫିଲ୍ମହଲ ର ବୁକିଂ…

କେବଳ ନିଜ ସ୍ତ୍ରୀଙ୍କୁ ଇମ୍ପ୍ରେସ କରିବାକୁ ସଲମାନଙ୍କ ପ୍ରଶଂସକ କରିଥିଲେ ପୁରା ଫିଲ୍ମହଲ ର ବୁକିଂ…

ସଲମାନ ଖାଁ, ଯାହାଙ୍କୁ କି ତାଙ୍କ ଫ୍ୟାନମାନେ ଭାଇଜାନ ବୋଲି କୁହନ୍ତି ଏବଂ ଫିଲ୍ମ ର ଟିକେଟ ବ୍ଲାକରେ ବି କିଣି ସିନେମା ଦେଖିବାକୁ ପଛାନ୍ତି ନାହିଁ । ସାରା ଦେଶରେ ତାଙ୍କର ଅଗଣିତ ଫ୍ୟାନ। 

୪ ବର୍ଷ ଡେଟିଂ ପରେ ମହେଶ ବାବୁଙ୍କ ହାତ ଧରି ଥିଲେ ସୁନ୍ଦରୀ ନମ୍ରତା

୪ ବର୍ଷ ଡେଟିଂ ପରେ ମହେଶ ବାବୁଙ୍କ ହାତ ଧରି ଥିଲେ ସୁନ୍ଦରୀ ନମ୍ରତା

ମୁମ୍ବାଇ,୨୨।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ନମ୍ରତା ଶିରୋଦକର ମଙ୍ଗଳବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଜାନୁୟାରୀ ୨୨ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। 

କ୍ୟାରିୟରକୁ ପ୍ରଭାବିତ କରେନାହିଁ ବୟସ

କ୍ୟାରିୟରକୁ ପ୍ରଭାବିତ କରେନାହିଁ ବୟସ

ମୁମ୍ବାଇ: ମହିଳାଙ୍କ ବୟସ ଅଥବା ଜୀବନର ପର୍ଯ୍ୟାୟ ସେମାନଙ୍କ କ୍ୟାରିୟରକୁ ପ୍ରଭାବିତ କରେନାହିଁ ବୋଲି ବଲିଉଡ୍‌ ଅଭିନେତ୍ରୀ କରିନା କପୁର ପ୍ରକାଶ କରିଛନ୍ତି। ଆଗଧାଡିର ବଲିଉଡ୍‌ ଅଭିନେତ୍ରୀଙ୍କ ମଧ୍ୟରୁ କରିନା ଅନ୍ୟତମ। 

ନିଜ ଫ୍ୟାନଙ୍କ ପାଇଁ ଏପରି ବି କରିବାକୁ ପଛାନ୍ତି  ନାହିଁ ଏହି ସେଲିବ୍ରିଟି....

ନିଜ ଫ୍ୟାନଙ୍କ ପାଇଁ ଏପରି ବି କରିବାକୁ ପଛାନ୍ତି ନାହିଁ ଏହି ସେଲିବ୍ରିଟି....

କ୍ୟାଟ୍ରିନା ଯିଏ କି ଏବେ ନିଜ ଅଭିନୀତ ଚଳଚିତ୍ର ଜିରୋ ପାଇଁ ଯେତେ ଚର୍ଚ୍ଚିତ ନୁହନ୍ତି ବରଂ ଏହି ଫଟୋ ପାଇଁ ଅଧିକ ଚର୍ଚ୍ଚାରେ ଅଛନ୍ତି। ସେ ନିଜର ଏକ କୁନି ଫ୍ୟାନଙ୍କ ସହ ଫଟୋ ପାଇଁ ପୋଜ ଦେଉଥିବାର ନଜର ଆସିଛନ୍ତି। 

ମାଆ ହେବେ ଇଶା

ମାଆ ହେବେ ଇଶା

ମୁମ୍ବାଇ: ବଲିଉଡ୍‌ ନାୟିକା ଇଶା ଦଓ୍ବେଲ ପୁଣି ମାଆ ହେବାକୁ ଯାଉଛନ୍ତି। ବିବାହ ପରେ ବଡ ପରଦାରୁ ଦୂରେଇ ରହିଥିବା ଇଶା ତାଙ୍କ ପିଲାଦିନର ସାଥୀ ଭରତ ତଖତାନୀଙ୍କୁ ବିବାହ କରିବା ପରେ ସୁଖରେ ସମୟ କାଟୁଛନ୍ତି। 

 ଏପ୍ରିଲ୍‌ରୁ ଆରମ୍ଭ ହେବ ଦବଙ୍ଗ-୩ର ଶୁଟିଂ; ସୋନାକ୍ଷୀ ଦେଲେ ସୂଚନା

ଏପ୍ରିଲ୍‌ରୁ ଆରମ୍ଭ ହେବ ଦବଙ୍ଗ-୩ର ଶୁଟିଂ; ସୋନାକ୍ଷୀ ଦେଲେ ସୂଚନା

ମୁମ୍ବାଇ, ୨୧।୧: ଅରବାଜ୍‌ ଖାଁଙ୍କ ହୋମ୍‌ ପ୍ରଡକସନ୍‌ରେ ଖୁବ୍‌ ଶୀଘ୍ର ଦବଙ୍ଗ-୩ର ଶୁଟିଂ ଆରମ୍ଭ ହେବ। ଏନେଇ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଦେଇଛନ୍ତି ସୂଚନା। 

ଅଙ୍କିତାଙ୍କ ପରେ କୃତି ସେନନ୍‌ଙ୍କ ସହ ଡେଟିଂ କରୁଥିଲେ ସୁଶାନ୍ତ ସିଂ

ଅଙ୍କିତାଙ୍କ ପରେ କୃତି ସେନନ୍‌ଙ୍କ ସହ ଡେଟିଂ କରୁଥିଲେ ସୁଶାନ୍ତ ସିଂ

ମୁମ୍ବାଇ,୨୧।୧: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ସୋମବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୬ ଜାନୁୟାରୀ ୨୧ରେ ସେ ବିହାର ପାଟନାଠାରେ ଜନ୍ମଗ୍ରହଣ କରିଥିଲେ।

ମାଆଙ୍କ ସହ ପୋଲିସ ଷ୍ଟେଶନ ପହଞ୍ଚିଲେ ସାରା

ମାଆଙ୍କ ସହ ପୋଲିସ ଷ୍ଟେଶନ ପହଞ୍ଚିଲେ ସାରା

ମୁମ୍ବାଇ.୨୦।୧: ବଲିଉଡ୍‌ର ନବାଗତା ନାୟିକା ସାରା ଅଲ୍ଲି ଖାଁ ମାଆ ଅମ୍ରିତା ସିଂଙ୍କ ସହ ଶନିବାର ପୋଲିସ ଷ୍ଟେଶନରେ ନଜର ଆସିଛନ୍ତି। ସମ୍ପତ୍ତି ମାମଲାରେ ମାଆଝିଅ ପୋଲିସ ଷ୍ଟେଶନ ଯାଇଥିବା ଜଣାପଡିଛି। ପାଖାପାଖି ୨୫ ମିନିଟ୍‌ ପୋଲିସ ଆଗରେ ନିଜର ପକ୍ଷରଖିବା ପରେ ମାଆଝିଅ ଫେରିଥିଲେ।

ସୋନମଙ୍କ ଘରେ ପୁଣି ବାଜିବ ଶାହାନାଇ

ସୋନମଙ୍କ ଘରେ ପୁଣି ବାଜିବ ଶାହାନାଇ

ଅନିଲ ତନୟା ସୋନମ୍‌ କପୁର ଗତବର୍ଷ ତାଙ୍କ ପ୍ରେମିକ ଆନନ୍ଦ ଆହୁଜାଙ୍କୁ ମ୍ୟାରେଜ କରିଥିଲେ। ଏବେ ସେହି ପଦାଙ୍କ ଅନୁସରଣ କରିବାକୁ ଯାଉଛନ୍ତି ତାଙ୍କର ସାନଭଉଣୀ ରିୟା। 

ନମ୍ରତାଙ୍କ ମନକଥା

ନମ୍ରତାଙ୍କ ମନକଥା

ପିଲାଟି ଦିନରୁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା। ‘ମିଠା ମିଠା’ ରିୟଲିଟି ଶୋ’ରେ ଅଂଶଗ୍ରହଣ କରି ଟପ୍‌-୫ରେ ଅନ୍ତର୍ଭୁକ୍ତ ହେବା ପରେ ତାଙ୍କର ଏହି ଆଶା ଦ୍ୱିଗୁଣିତ ହୋଇଯାଇଥିଲା। 

ଏଥର ବରୁଣ-ସାରା ଯୋଡ଼ି

ଏଥର ବରୁଣ-ସାରା ଯୋଡ଼ି

ସତରେ ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢାଳିବା। ଷ୍ଟାର କିଡ୍‌ ସାରା ଅଲ୍ଲୀ ଖଁାଙ୍କ ଖୁସି ଏବେ କହିଲେ ନ ସରେ। ପ୍ରଥମ ସିନେମା ‘କେଦାରନାଥ’ ପରେ ନିକଟରେ ରୋହିତ ସେଟ୍ଟିଙ୍କ ‘ଶିମ୍ବା’ ବକ୍ସ ଅଫିସରେ ଭଲ କଲେକ୍‌ଶନ କରିଛି।