ରାଜ୍ୟ | ରାୟଗଡା

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ

ନବରଙ୍ଗପୁର,୧୦।୧(ବି.ପ୍ର.)- ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଦୌରା ଜଜ୍‌ ବେଣୁଧର ପାତ୍ର ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ହଳଦୀ ଗାଁର ଅଭିଯୁକ୍ତ ଲୋକେସ ବନସଲଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମନାରେ ଦଣ୍ଡିତ କରିଛନ୍ତି। ଜରିମନା ଅନାଦେୟ ଆଉ ଅଧିକ ୩ ମାସ କାରାଦଣ୍ଡ ଭୋଗିବେ ବୋଲି ରାୟ ପ୍ରକାଶ କରିଛନ୍ତି। ୨୦୧୩ ଏପ୍ରିଲ ୨୨ ତାରିଖରେ ନାବାଳିକା ଜଣଙ୍କ ଘରେ ଶୋଇଥିବା ସମୟରେ ଲୋକେସ ତାଙ୍କୁ ଘରୁ ଉଠାଇ ନେଇ ଚାଲି ଯାଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରି ପାଇନଥିଲେ। ପରେ ପରିବାର ଲୋକ ଖବର ପାଇଲେ ଯେ ଲୋକେସ ନାବାଳିକାକୁ ଆନ୍ଧ୍ର ପ୍ରଦେଶକୁ  ନେଇ ସେଠାରେ କାମ କରୁଛି । ସେଠାରେ ସେ ନିୟମିତ ଶାରିରିକ ସମ୍ପର୍କ ରଖିଥିବା ନାବାଳିକା ଜଣକ ଘରକୁ ଫେରିବା ପରେ କହିଥିଲେ । ଏନେଇ ପରିବାର ଲୋକ ଚନ୍ଦାହାଣ୍ଡି ଥାନାରେ ୨୦୧୩ ଜୁଲାଇ ୮ ତାରିଖରେ ଏତଲା ଦେଇଥିଲେ। ଥାନାରେ ନଂ.  ୮୫/୧୩ ରୁଜୁ  କରାଯାଇ ଅଭିଯୋଗ ଫର୍ଦ୍ଦ କୋର୍ଟରେ ପୋଲିସ ଦାଖଲ କରିଥିଲା ା କୋର୍ଟ କେସ ନମ୍ବର ୧୬୭/୧୩ ରୁଜୁ ହୋଇ ମାମଲାଟି ବିଚରାଧିନ ଥିଲା । ୧୫ ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଜିଲା ଜଜ୍‌ ତଥା ପୋସ୍କ ଜଜ୍‌ ବେଣୁଧର ପାତ୍ର ଉପରୋକ୍ତ ରାୟ ଶୁଣାଇଛନ୍ତିି । ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସଚିନନ୍ଦନ ସ୍ବାଇଁ ଉକ୍ତ ମାମଲା ପରିଚାଳନା କରୁଥିଲେ ।

All Right Reserved By

ରାଜ୍ୟ | ରାୟଗଡା

ପ୍ରକାଶ ପାଇଲା  ବିଧାନସଭା ଲାଗି ଭାଜପାର ପ୍ରାର୍ଥୀ ତାଲିକା : ୯୯ ଟି ଆସନ ଲାଗି ନାମ ଘୋଷଣା କଲା ଦଳ

ପ୍ରକାଶ ପାଇଲା ବିଧାନସଭା ଲାଗି ଭାଜପାର ପ୍ରାର୍ଥୀ ତାଲିକା : ୯୯ ଟି ଆସନ ଲାଗି ନାମ ଘୋଷଣା କଲା ଦଳ

ନୂଆଦିଲ୍ଲୀ/ଭୁବନେଶ୍ୱର୨୧/୩_(ବ୍ୟୁରୋ): ଗୁରୁବାର ରାଜ୍ୟ ବିଧାନସଭା ଆସନ ଲାଗି ଭାଜପାର ୯୯  ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ  ପାଇଛି।


ପ୍ରକାଶ ପାଇଲା ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଓଡ଼ିଶାରୁ ୧୦

ପ୍ରକାଶ ପାଇଲା ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଓଡ଼ିଶାରୁ ୧୦

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୧।୩(ଡି.ଏନ୍‌.ଏ.): ୨୦୧୯ ଲୋକ ସଭା ନିର୍ବାଚନ ଲାଗି ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଗୁରୁବାର ପ୍ରକାଶ ପାଇଛି। 

ଭାଜପାରେ ମିଶିଲେ ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି

ଭାଜପାରେ ମିଶିଲେ ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି

ଭୁବନ ୨୧।୩(ଡି.ଏନ.ଏ.)-ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରବାଳକାନ୍ତି ସାହୁ ଗୁରୁବାର ଭାଜପାରେ ଯୋଗଦେଇଛନ୍ତ। ଜିଲା ଉପସଭାପତି ଶତ୍ରୁଘ୍ନ ଜେନାଙ୍କ ତତ୍ତ୍ୱାବଧାନରେ ଭୁବନେଶ୍ୱରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଭାଜପାରେ ସାମିଲ ହୋଇଛନ୍ତି। ଏହି ଅବସରରେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

୫ ବର୍ଷର ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

୫ ବର୍ଷର ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

କଟକ ଅଫିସ,୨୧।୩: କଟକ ଜିଲା ଜଗତପୁର ଅଞ୍ଚଳରେ ୫ ବର୍ଷର ଜଣେ ନାବାଳିକାକୁ ବୁଧବାର ବଳାତ୍କାର ହୋଇଥିବା ଅଭିଯୋଗ ହୋଇଥିଲା। ଘଟଣାରେ ୪୦ ବର୍ଷର ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। 

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼: ଜଣେ ମୃତ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼: ଜଣେ ମୃତ

ଝାରସୁଗୁଡା,୨୧।୩: ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳର ମଣ୍ଡଳିଆସ୍ଥିତ ଏକ ଜଳାଶୟ ନିକଟରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି  ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି। 

ସ୍ବାମୀଙ୍କ ଚିକିତ୍ସା ପାଇଁ ୩ ବର୍ଷର ଝିଅକୁ ବିକିଲେ ମା’

ସ୍ବାମୀଙ୍କ ଚିକିତ୍ସା ପାଇଁ ୩ ବର୍ଷର ଝିଅକୁ ବିକିଲେ ମା’

ଭୁବନେଶ୍ୱର,୨୧।୩(ବ୍ୟୁରୋ): ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ଗୁରୁବାର ସକାଳେ ଭିଡ଼ ଦେଖିବାକୁ ମିଳିଛି। ନୟାଗଡ଼ର ଜଣେ ମହିଳା ତାଙ୍କ ୩ ବର୍ଷର ଝିଅକୁ ଅନ୍ୟ ଜଣଙ୍କୁ ବିକୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଛନ୍ତି। 

ବିଜେଡି ଛାଡ଼ିଲେ ବାସନ୍ତୀ

ବିଜେଡି ଛାଡ଼ିଲେ ବାସନ୍ତୀ

ଭୁବନେଶ୍ୱର,୨୧।୩(ବ୍ୟୁରୋ):  ଗଜପତି ଜିଲା ମୋହନା ବିଧାୟିକା ବାସନ୍ତି ମଲ୍ଲିକ ଗୁରୁବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ଟିକେଟ ନ ମିଳିବାରୁ ସେ ଅସନ୍ତୁଷ୍ଟ ଥିଲେ। ଏଯାବତ୍‌ ୩ ଏମ୍‌ପି ଏବଂ ୫ ବିଧାୟକ ବିଜେଡି ଛାଡ଼ିଥିବା ଜଣାପଡ଼ିଛି। 

ଝୁଲଣ ମଣ୍ଡପରେ ଝୁଲିରେ ରାଧାକୃଷ୍ଣ, ଶୁଣିଲେ ନୂଆ ପାଞ୍ଜି

ଝୁଲଣ ମଣ୍ଡପରେ ଝୁଲିରେ ରାଧାକୃଷ୍ଣ, ଶୁଣିଲେ ନୂଆ ପାଞ୍ଜି

କାକଟପୁର,୨୧।୩(ଡି.ଏନ୍‌.ଏ.): ଫଗୁଦଶମୀଠାରୁ ଗାଁ ଗାଁ ବୁଲି ଚାଚେରୀ ଭୋଗ ଖାଇଥିବା ପ୍ରଭୁ ରାଧାକୃଷ୍ଣ ଗୁରୁବାର ଅପରାହ୍ନରେ ସ୍ବମନ୍ଦିରରେ ପହଞ୍ଚିଛନ୍ତି। ମନ୍ଦିର ପାଖରେ ଥିବା ଝୁଲଣ ମଣ୍ଡପ, ଦୋଳବେଦିରେ ସଜିତ ବିମାନରେ ରାଧାକୃଷ୍ଣଙ୍କୁ ଝୁଲାଇ ଦିଆଯାଇଛି।

ଭାଜପାରେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ

ଭାଜପାରେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ

ଭୁବନେଶ୍ୱର, ୨୧।୩(ବ୍ୟୁରୋ): ଭାଜପାରେ ଯୋଗଦେଲେ ବିଜେଡି ଏମ୍‌ପି ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ। ଗୁରୁବାର ଭାଜପା କାର୍ଯ୍ୟାଳୟରେ ଆୟୋଜିତ  ମିଶ୍ରଣ ପର୍ବରେ ସେ ସାମିଲ ହୋଇଛନ୍ତି।  

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବଲାଙ୍ଗୀର ଅଫିସ,୨୧।୩ : ବଲାଙ୍ଗୀର ମାଲଗୋଦାମପଡ଼ାରୁ ଚାଲାଣ ହେଉଥିବା ବିପୁଳ ପରିମାଣର ବେଆଇନ କଫ୍‌ ସିରପ୍‌କୁ ଗୁରୁବାର ବଲାଙ୍ଗୀର ପୋଲିସ ଜବତ କରିବା ସହ ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଛି।

ହାତ ଧରିବେ ପ୍ରତ୍ୟୁଷା

ହାତ ଧରିବେ ପ୍ରତ୍ୟୁଷା

ଭୁବନେଶ୍ୱର,୨୧।୩(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନକୁ ନେଇ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଜଣଙ୍କ ପରେ ଜଣେ ନେତା ଦଳବଦଳ ନୀତି ଆପଣାଉଛନ୍ତି। ବିଶେଷକରି ରାଜ୍ୟର ପ୍ରମୁଖ ଦଳ ବିଜେଡିରୁ ଅଧିକାଂଶ ନେତା ଦଳ ଛାଡ଼ି ଭାଜପା ଓ କଂଗ୍ରେସ ମୁହାଁ ହେଉଛନ୍ତି। ଏହି କ୍ରମରେ ବୁଧବାର ବିଜେଡି ଛାଡ଼ିଥିଲେ କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ସେ ଏବେ କଂଗ୍ରେସରେ ଯୋଗଦେବେ ବୋଲି ଜଣାପଡ଼ିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁବାର ଏହା ସ୍ପଷ୍ଟ କରିଛନ୍ତି। 

ବିଜେଡି ଇସ୍ତାହାର କମିଟି ବୈଠକ

ବିଜେଡି ଇସ୍ତାହାର କମିଟି ବୈଠକ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଇସ୍ତାହାର ପ୍ରସ୍ତୁତ ପ୍ରକ୍ରିୟା ଜାରି ରଖିଛି। ଏ ନେଇ ଦଳୀୟ କାର୍ଯ୍ୟାଳୟରେ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା