ରାଜ୍ୟ | ସମ୍ବଲପୁର

୪ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ଏଏସଆଇ

୪ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ଏଏସଆଇ

ଖଡିଆଳ, ୧୦।୧ (ଡି.ଏନ.ଏ)- ଏକ ଗଣ୍ଡଗୋଳ ମାମଲାର କେଶକୁ ରଫାଦଫା କରିବା ବେଲ କରାଇ ଦେବା ନାଁରେ ଭବାନୀଶଙ୍କର ଅଦା ନାମକ ଜନୈକ ଯୁବକଙ୍କ ଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ନୂଆପଡା ଜିଲା ଖଡିଆଳ ଥାନାରେ କାର୍ଯ୍ୟରତ ଏଏସଆଇ ବିସେଶ୍ୱର ପଣ୍ଡା ଗୁରୁବାର ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଗତ ଡିସେମ୍ବର ୮ ତାରିଖ ଦିନ ଖଡିଆଳ ସହରର ୧୨ ନଂ. ୱାର୍ଡ କୁଆଁରପଡାର ଭବାନୀଶଙ୍କର ଅଦା ଓ ଅଜୟ ନାଏକ ଏବଂ ଉତ୍ତମ ନାଏକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଉଭୟ ପକ୍ଷ ଖଡିଆଳ ଥାନାର ଆଶ୍ରୟ ନେବା ପରେ ଏନେଇ ପୃଥକ ପୃଥକ ଦୁଇଗୋଟି ମାମଲା ରୁଜୁ କରି ଏଏସଆଇ ବିସେଶ୍ୱର ପଣ୍ଡା ତଦନ୍ତ କରୁଥିଲେ। ତେବେ ତଦନ୍ତ ଅଧିକାରୀ ପଣ୍ଡା ଭବାନୀକୁ କେସର ରଫାଦଫା ତଥା ବେଲ କରାଇ ଦେବା ପାଇଁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଏତିକି ଟଙ୍କା ଦେଇ ପାରିବି ନାହିଁ ବୋଲି କହିବାରୁ ୪ ହଜାର ଟଙ୍କା ଦେବା ପାଇଁ ସହମତି ପ୍ରକାଶ ପାଇଥିଲା। ଏନେଇ ଭବାନୀ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହେବା ପରେ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ ନୂଆପଡା ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେପୂର୍ବରୁ ଯୋଜନା ବଦ୍ଧ କରି ଗୁରୁବାର ଛପି ରହିଥିବା ବେଳେ ସମୟ ପ୍ରାୟ ସାଢ଼େ ୧୧ଟାସମୟରେ ଖଡିଆଳ ଥାନା ନିକଟରେ ଥିବା ଏକ ପାନ ଦୋକାନରେ କେମିକାଲ ଲାଗିଥିବା ୮ ଗୋଟି ୫ଶହ ଟଙ୍କିଆ ନୋଟ ଭାବନୀ ଏଏସଆଇ ପଣ୍ଡାଙ୍କୁ ଦେଇଥିଲେ । ଉକ୍ତ ଟଙ୍କା ଏଏସଆଇ ପଣ୍ଡା ତାଙ୍କ ପ୍ୟାଣ୍ଟର ବାମ ପକେଟରେ ରଖିବା ମାତ୍ରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରି ଧରିଥିଲେ । ପରେ କେମିକାଲ୍‌ ଲଗା ୪ହଜାର ଟଙ୍କାକୁ ଜବତ କରିବା ସହ ତାଙ୍କୁ ଗିରଫ କରି ଥାନା ପରିସରରେ ଥିବା ସରକାରୀ ବାସଭବନ ଏବଂ ତାଙ୍କ ନିଜ ଗାଁ କୋମନା ଥାନା ବଗାମୁଣ୍ଡା ଗାଁର ବାସଭବନରେ ଚଢ଼ାଉ କରି ତଦନ୍ତ ଜାରି ରଖିଥିବା ବେଳେ ତଦନ୍ତ ପରେ କୋର୍ଟ ଚାଲାଣ କରାଯିବ ବୋଲି ଡିଏସପି ମହାନନ୍ଦ ପ୍ରକାଶ କରିଛନ୍ତି । ତେବେ ଲାଞ୍ଚ ନେଉଥିବା ଅଭିଯୋଗକୁ ଏଏସଆଇ ପଣ୍ଡା ଖଣ୍ଡନ କରିବା ସହ ମୋତେ ଫସାଇବା ପାଇଁ ଷଡଯନ୍ତ୍ର କରାଯାଇଥିବା କହିଛନ୍ତି।

All Right Reserved By

ରାଜ୍ୟ | ସମ୍ବଲପୁର

ପ୍ରକାଶ ପାଇଲା  ବିଧାନସଭା ଲାଗି ଭାଜପାର ପ୍ରାର୍ଥୀ ତାଲିକା : ୯୯ ଟି ଆସନ ଲାଗି ନାମ ଘୋଷଣା କଲା ଦଳ

ପ୍ରକାଶ ପାଇଲା ବିଧାନସଭା ଲାଗି ଭାଜପାର ପ୍ରାର୍ଥୀ ତାଲିକା : ୯୯ ଟି ଆସନ ଲାଗି ନାମ ଘୋଷଣା କଲା ଦଳ

ନୂଆଦିଲ୍ଲୀ/ଭୁବନେଶ୍ୱର୨୧/୩_(ବ୍ୟୁରୋ): ଗୁରୁବାର ରାଜ୍ୟ ବିଧାନସଭା ଆସନ ଲାଗି ଭାଜପାର ୯୯  ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ  ପାଇଛି।


ପ୍ରକାଶ ପାଇଲା ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଓଡ଼ିଶାରୁ ୧୦

ପ୍ରକାଶ ପାଇଲା ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଓଡ଼ିଶାରୁ ୧୦

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୧।୩(ଡି.ଏନ୍‌.ଏ.): ୨୦୧୯ ଲୋକ ସଭା ନିର୍ବାଚନ ଲାଗି ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଗୁରୁବାର ପ୍ରକାଶ ପାଇଛି। 

ଭାଜପାରେ ମିଶିଲେ ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି

ଭାଜପାରେ ମିଶିଲେ ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି

ଭୁବନ ୨୧।୩(ଡି.ଏନ.ଏ.)-ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରବାଳକାନ୍ତି ସାହୁ ଗୁରୁବାର ଭାଜପାରେ ଯୋଗଦେଇଛନ୍ତ। ଜିଲା ଉପସଭାପତି ଶତ୍ରୁଘ୍ନ ଜେନାଙ୍କ ତତ୍ତ୍ୱାବଧାନରେ ଭୁବନେଶ୍ୱରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଭାଜପାରେ ସାମିଲ ହୋଇଛନ୍ତି। ଏହି ଅବସରରେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

୫ ବର୍ଷର ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

୫ ବର୍ଷର ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

କଟକ ଅଫିସ,୨୧।୩: କଟକ ଜିଲା ଜଗତପୁର ଅଞ୍ଚଳରେ ୫ ବର୍ଷର ଜଣେ ନାବାଳିକାକୁ ବୁଧବାର ବଳାତ୍କାର ହୋଇଥିବା ଅଭିଯୋଗ ହୋଇଥିଲା। ଘଟଣାରେ ୪୦ ବର୍ଷର ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। 

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼: ଜଣେ ମୃତ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼: ଜଣେ ମୃତ

ଝାରସୁଗୁଡା,୨୧।୩: ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳର ମଣ୍ଡଳିଆସ୍ଥିତ ଏକ ଜଳାଶୟ ନିକଟରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି  ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି। 

ସ୍ବାମୀଙ୍କ ଚିକିତ୍ସା ପାଇଁ ୩ ବର୍ଷର ଝିଅକୁ ବିକିଲେ ମା’

ସ୍ବାମୀଙ୍କ ଚିକିତ୍ସା ପାଇଁ ୩ ବର୍ଷର ଝିଅକୁ ବିକିଲେ ମା’

ଭୁବନେଶ୍ୱର,୨୧।୩(ବ୍ୟୁରୋ): ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ଗୁରୁବାର ସକାଳେ ଭିଡ଼ ଦେଖିବାକୁ ମିଳିଛି। ନୟାଗଡ଼ର ଜଣେ ମହିଳା ତାଙ୍କ ୩ ବର୍ଷର ଝିଅକୁ ଅନ୍ୟ ଜଣଙ୍କୁ ବିକୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଛନ୍ତି। 

ବିଜେଡି ଛାଡ଼ିଲେ ବାସନ୍ତୀ

ବିଜେଡି ଛାଡ଼ିଲେ ବାସନ୍ତୀ

ଭୁବନେଶ୍ୱର,୨୧।୩(ବ୍ୟୁରୋ):  ଗଜପତି ଜିଲା ମୋହନା ବିଧାୟିକା ବାସନ୍ତି ମଲ୍ଲିକ ଗୁରୁବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ଟିକେଟ ନ ମିଳିବାରୁ ସେ ଅସନ୍ତୁଷ୍ଟ ଥିଲେ। ଏଯାବତ୍‌ ୩ ଏମ୍‌ପି ଏବଂ ୫ ବିଧାୟକ ବିଜେଡି ଛାଡ଼ିଥିବା ଜଣାପଡ଼ିଛି। 

ଝୁଲଣ ମଣ୍ଡପରେ ଝୁଲିରେ ରାଧାକୃଷ୍ଣ, ଶୁଣିଲେ ନୂଆ ପାଞ୍ଜି

ଝୁଲଣ ମଣ୍ଡପରେ ଝୁଲିରେ ରାଧାକୃଷ୍ଣ, ଶୁଣିଲେ ନୂଆ ପାଞ୍ଜି

କାକଟପୁର,୨୧।୩(ଡି.ଏନ୍‌.ଏ.): ଫଗୁଦଶମୀଠାରୁ ଗାଁ ଗାଁ ବୁଲି ଚାଚେରୀ ଭୋଗ ଖାଇଥିବା ପ୍ରଭୁ ରାଧାକୃଷ୍ଣ ଗୁରୁବାର ଅପରାହ୍ନରେ ସ୍ବମନ୍ଦିରରେ ପହଞ୍ଚିଛନ୍ତି। ମନ୍ଦିର ପାଖରେ ଥିବା ଝୁଲଣ ମଣ୍ଡପ, ଦୋଳବେଦିରେ ସଜିତ ବିମାନରେ ରାଧାକୃଷ୍ଣଙ୍କୁ ଝୁଲାଇ ଦିଆଯାଇଛି।

ଭାଜପାରେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ

ଭାଜପାରେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ

ଭୁବନେଶ୍ୱର, ୨୧।୩(ବ୍ୟୁରୋ): ଭାଜପାରେ ଯୋଗଦେଲେ ବିଜେଡି ଏମ୍‌ପି ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ। ଗୁରୁବାର ଭାଜପା କାର୍ଯ୍ୟାଳୟରେ ଆୟୋଜିତ  ମିଶ୍ରଣ ପର୍ବରେ ସେ ସାମିଲ ହୋଇଛନ୍ତି।  

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବଲାଙ୍ଗୀର ଅଫିସ,୨୧।୩ : ବଲାଙ୍ଗୀର ମାଲଗୋଦାମପଡ଼ାରୁ ଚାଲାଣ ହେଉଥିବା ବିପୁଳ ପରିମାଣର ବେଆଇନ କଫ୍‌ ସିରପ୍‌କୁ ଗୁରୁବାର ବଲାଙ୍ଗୀର ପୋଲିସ ଜବତ କରିବା ସହ ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଛି।

ହାତ ଧରିବେ ପ୍ରତ୍ୟୁଷା

ହାତ ଧରିବେ ପ୍ରତ୍ୟୁଷା

ଭୁବନେଶ୍ୱର,୨୧।୩(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନକୁ ନେଇ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଜଣଙ୍କ ପରେ ଜଣେ ନେତା ଦଳବଦଳ ନୀତି ଆପଣାଉଛନ୍ତି। ବିଶେଷକରି ରାଜ୍ୟର ପ୍ରମୁଖ ଦଳ ବିଜେଡିରୁ ଅଧିକାଂଶ ନେତା ଦଳ ଛାଡ଼ି ଭାଜପା ଓ କଂଗ୍ରେସ ମୁହାଁ ହେଉଛନ୍ତି। ଏହି କ୍ରମରେ ବୁଧବାର ବିଜେଡି ଛାଡ଼ିଥିଲେ କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ସେ ଏବେ କଂଗ୍ରେସରେ ଯୋଗଦେବେ ବୋଲି ଜଣାପଡ଼ିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁବାର ଏହା ସ୍ପଷ୍ଟ କରିଛନ୍ତି। 

ବିଜେଡି ଇସ୍ତାହାର କମିଟି ବୈଠକ

ବିଜେଡି ଇସ୍ତାହାର କମିଟି ବୈଠକ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଇସ୍ତାହାର ପ୍ରସ୍ତୁତ ପ୍ରକ୍ରିୟା ଜାରି ରଖିଛି। ଏ ନେଇ ଦଳୀୟ କାର୍ଯ୍ୟାଳୟରେ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା