ଫୁରସତ |

ପ୍ରେମରେ ବିଫଳତା: ଯୁବତୀ ଯୁବକଙ୍କୁ ପଠାଇଲେ ୧.୬ ଲକ୍ଷ ମେସେଜ୍‌, କହିଲେ ଖାଇବେ ହାତ ହାଡ଼ର ତରକାରୀ

ପ୍ରେମରେ ବିଫଳତା: ଯୁବତୀ ଯୁବକଙ୍କୁ ପଠାଇଲେ ୧.୬ ଲକ୍ଷ ମେସେଜ୍‌, କହିଲେ ଖାଇବେ ହାତ ହାଡ଼ର ତରକାରୀ

ଆଜିର ଅତ୍ୟାଧୁନିକ ଯୁଗରେ ଯୁବପିଢ଼ୀ ଲାଗି ନିଜ ପସନ୍ଦର ସାଥୀ ବାଛିବା ବଡ଼ କଥା ନୁହେଁ। ଅନେକ ଡେଟିଂ ଆପ୍‌ ଜରିଆରେ ଯୁବତୀଯୁବକମାନେ ଯୋଡ଼ି ହେବା ସହ ନିଜ ପ୍ରେମିକ ଅଥବା ପ୍ରେମିକା ଖୋଜୁଛନ୍ତି। ଅନେକ ସଫଳ ହେଉଛନ୍ତି ମଧ୍ୟ। ମାତ୍ର ସୋସିଆଲ ମିଡିଆରେ କଥା ହେବା ସମୟରେ ସମ୍ମୁଖରେ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଅନ୍ୟଜଣଙ୍କର କୌଣସି ଧାରଣା ନ ଥାଏ। ଫଳରେ କିଛି ନ ଜାଣି ସମ୍ପର୍କରେ ଯୋଡ଼ି ହେବା ଅନେକ ସମୟରେ ଅସୁବିଧା ସୃଷ୍ଟି କରିଥାଏ। ଏପରି ଏକ ଘଟଣା ଫ୍ଲୋରିଡାରେ ଘଟିଛି। 

ସ୍କଟଡେଲ-ଏରିଆ କମ୍ପାନୀର ସିଇଓ ଥିବା ଜଣେ ବ୍ୟକ୍ତି ଜୈକଲିନ ଏଡ଼ିସ ନାମକ ଜଣେ ମହିଳାଙ୍କ ସହ ‘ଲୁକ୍ଜି’ ଡେଟିଂ ଆପ୍‌ ଜରିଆରେ କଥା ହେଉଥିଲେ। ପରେ ସେ ଏଡ଼ିସଙ୍କୁ ଭେଟିଥିଲେ। ମାତ୍ର ଏଡିସଙ୍କ କଥା ହେବା ତାଙ୍କୁ ପସନ୍ଦ ନ ଆସିବାରୁ ସେ ସମ୍ପର୍କକୁ ଆଗକୁ ନ ବଢ଼ାଇ ଛିନ୍ନ କରିବାକୁ ଚାହିଁଥିଲେ। ଏ ନେଇ ଏଡିସଙ୍କୁ ଜଣାପଡ଼ିବା ପରେ ସେ ତାଙ୍କୁ ବାରମ୍ବାର ମେସେଜ୍‌ କରିଥିଲେ। ଅନେକ ସମୟରେ ଏଡିସ ଦିନରେ ୫ଶହ ମେସେଜ ପଠାଉଥିଲେ। ଧିରେ ଧିରେ ଏହା ଧମକରେ ପରିଣତ ହେଲା।

ଏଡିସ ଉକ୍ତ ବ୍ୟକ୍ତିଙ୍କ ରକ୍ତ ଗାଧୋଇବାକୁ ଏବଂ ପିଇବାକୁ ଚାହୁଁଥିଲେ। ଏପରିକି ତାଙ୍କର ବୃକକ୍‌ ଓ ହାତର ହାଡ଼ର ତରକାରୀ କରି ଖାଇବେ ବୋଲି କହିଥିଲେ। ଦେହର ଚମଡ଼ାକୁ କାଢ଼ି ପାଦ ଓ ହାତରେ ପିନ୍ଧିବାକୁ ଇଚ୍ଛୁକ ବୋଲି କହିିବା ପରେ ଉକ୍ତ ବ୍ୟକ୍ତିଜଣଙ୍କ ପୋଲିସର ଆଶ୍ରୟ ନେଇଥିଲେ। 

ପୋଲିସ ତାଙ୍କୁ ଗିରଫ କରିବା ନେଇ ଚେତାଇବା ପରେ ମଧ୍ୟ ଏଡିସ ତାଙ୍କୁ ମେସେଜ କରିବା ବନ୍ଦ କରି ନ ଥିଲେ। ବରଂ ସେ ତାଙ୍କ ଘର ସମ୍ମୁଖରେ ଛିଡ଼ା ହୋଇ ରହିବା ସହ ମାରିବାକୁ ଧମକ ଦେଇଥିଲେ। ଏକଦା ବ୍ୟବସାୟୀଜଣଙ୍କ କୌଣସି କାମରେ ବାହାରକୁ ଯାଇଥିବା ସମୟରେ ଏଡିସ ତାଙ୍କ ଘରେ ପଶି ଗାଧୋଇଥିଲେ। ଏଥିସହ ଯୁବକଙ୍କ କମ୍ପାନୀକୁ ଯାଇ ଏଡିସ ନିଜକୁ ସ୍ତ୍ରୀ ଭାବେ ପରିଚୟ ଦେଇଥିଲେ। ଶେଷରେ ଯୁବକ ପୋଲିସ ନିକଟରେ ପୁନର୍ବାର ଅଭିଯୋଗ କରିଥିଲେ। 

ଅଭିଯୋଗ ପାଇବା ପରେ ପୋଲିସ ଏଡିସଙ୍କୁ ଗିରଫ କରିଥିଲେ। ଯାଞ୍ଚ କରିବା ପରେ ଏଡିସ ଉକ୍ତ ବ୍ୟକ୍ତିଙ୍କୁ ୧.୬ ଲକ୍ଷ ମେସେଜ୍‌ ପଠାଇଥିବା ପୋଲିସ ଜାଣିବାକୁ ପାଇଥିଲା। ଧମକ ଦେବାର କାରଣ ସମ୍ପର୍କରେ ପଚରାଯିବାରୁ ସେ ଏହାର ବୈଜ୍ଞାନିକ କାରଣ ସମ୍ପର୍କରେ ବଖାଣିଥିଲେ। ସେ ଜଣେ ମାନସିକ ରୋଗୀ ବୋଲି ପୋଲିସ ଜାଣିବା ପରେ ଡାକ୍ତରୀ ଚିକିତ୍ସା କରାଯିବା ସହ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା। ଏବେ ସେ ମାରିକୋପା ଜେଲରେ ଅଛନ୍ତି। 

All Right Reserved By

ଫୁରସତ |

ଯେଉଁଠି ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗକୁ କାଟି ଦିଆଯାଏ

ଯେଉଁଠି ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗକୁ କାଟି ଦିଆଯାଏ

ପ୍ରଥା ଓ ପରମ୍ପରାକୁ ନେଇ ଏବେବି ମଣିଷ ବଞ୍ଚିଛି। କେତେକ ସ୍ଥଳେ ଏହା ଅନ୍ଧବିଶ୍ୱାସ ବୋଲି ପ୍ରମାଣ ହେବା ପରେ ମଧ୍ୟ ଲୋକେ ଏହାକୁ ଛାଡି ପାରନ୍ତି ନାହିଁ। ଏମିତି ଏକ ପରମ୍ପରା ଦେଖିବାକୁ ମିଳେ ଉଗାଣ୍ଡାରେ।

ଜନ୍ମ ତାରିଖ ବି ଦିଏ କ୍ୟାରିୟରର ସୂଚନା...

ଜନ୍ମ ତାରିଖ ବି ଦିଏ କ୍ୟାରିୟରର ସୂଚନା...

ଜୀବନରେ କେଉଁ କ୍ୟାରିୟର ଗ୍ରହଣ କଲେ ଜଣେ ସଫଳ ହେବେ ସେ ନେଇ ଜ୍ୟୋତିଷ ଶାସ୍ତ୍ରରେ ଜନ୍ମ ତାରିଖ ଅଧାରରେ କ୍ୟାରିୟର ଚୟନକୁ ଦିଆଯାଇଥାଏ ଗୁରୁତ୍ୱ। 

ଏମିତି ଏକ ମନ୍ଦିର ଯେଉଁଠି ଲାଗି ହୁଏ ମଟନ୍‌ ବିରିୟାନୀ...

ଏମିତି ଏକ ମନ୍ଦିର ଯେଉଁଠି ଲାଗି ହୁଏ ମଟନ୍‌ ବିରିୟାନୀ...

ଭାରତର ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ତାମିଲନାଡୁ ମଦୁରାଇ ଜିଲାର ତିରୁମଙ୍ଗଳମ୍‌ ସ୍ଥିତ ଓ୍ବାଡକମ୍‌ପଟ୍ଟିଠାରେ ରହିଛି ମୁନିୟାନ୍‌ନଦୀ ସ୍ବାମୀଙ୍କ ମନ୍ଦିର।

ଲଭ୍‌ ହଟ୍‌

ଲଭ୍‌ ହଟ୍‌

କାମ୍ବୋଡିଆରେ ବହୁ ବର୍ଷ ଧରି ଚାଲିଆସିଛି ଏକ ପରମ୍ପରା। ଏହି ପରମ୍ପରା ଅନୁଯାୟୀ ବାପା ଝିଅକୁ ଏକ ଲଭ୍‌ ହଟ୍‌(କୁଡିଆ) ଉପହାର ଦେଇଥାନ୍ତି।  ଝିଅ ଯେତେବେଳେ ବଡ଼ ହୋଇଯାଏ ଅର୍ଥାତ୍‌ ଶାରୀରିକ ସମ୍ପର୍କ ରକ୍ଷା ଲାଗି ଯୋଗ୍ୟ ହୁଏ ସେତେବେଳେ ବାପା  ତାକୁ  ଗୋଟିଏ ଲଭ୍‌ ହଟ୍‌ ତିଆରି କରି ଦେଇଥାନ୍ତି।

ଯେଉଁଠି ଲଗାଇବାକୁ ପଡ଼େନାହିଁ; ଆପେ ଆପେ ଜଳିଉଠେ ନିଆଁ...

ଯେଉଁଠି ଲଗାଇବାକୁ ପଡ଼େନାହିଁ; ଆପେ ଆପେ ଜଳିଉଠେ ନିଆଁ...

ଆଧୁନିକ ବିଜ୍ଞାନ ଯୁଗରେ ଏଭଳି ଅନେକ ରହସ୍ୟ ରହିଛି ଯାହାର ଉତ୍ତର ଏପର୍ଯ୍ୟନ୍ତ ମିଳିପାରିନାହିଁ। ଅନେକ ଗବେଷଣାପରେ ଗବେଷକ ମଧ୍ୟ ଏଭଳି ଅନେକ ରହସ୍ୟ ଭେଦ କରିବାକୁ ହୋଇ ନାହାଁନ୍ତି ସକ୍ଷମ।

ଯେଉଁଠି ପାଠପଢ଼ା ପାଇଁ କରାଯାଏ ବୈଶ୍ୟାବୃତ୍ତି...

ଯେଉଁଠି ପାଠପଢ଼ା ପାଇଁ କରାଯାଏ ବୈଶ୍ୟାବୃତ୍ତି...

ଶିକ୍ଷା ଉପରେ ବାଳକ ବାଳିକା ଉଭୟଙ୍କର ରହିଛି ସମାନ ଅଧିକାର। ତେବେ ଶିକ୍ଷା ଲାଗି ହେଉଥିବା ଖର୍ଚ୍ଚ ପାଇଁ ଅନେକ ପାଠପଢ଼ିବାକୁ ଚାହୁଁଥିଲେ ମଧ୍ୟ ପଛଘୁଞ୍ଚା ଦେଇଥାନ୍ତି। ବିଶ୍ୱର ଅନେକ ରାଷ୍ଟ୍ରରେ ସରକାର ମହିଳାଙ୍କ ବିକାଶ ପାଇଁ ନାନା ପ୍ରକାର ଶିକ୍ଷା ଯୋଜନା ପ୍ରଣୟନ କରାଯାଉଛି। 

ରାତିରେ ମଲ୍‌ଚା ମହଲରୁ ଶୁଭେ ମହିଳାଙ୍କ କାନ୍ଦିବା ଶବ୍ଦ...

ରାତିରେ ମଲ୍‌ଚା ମହଲରୁ ଶୁଭେ ମହିଳାଙ୍କ କାନ୍ଦିବା ଶବ୍ଦ...

ଦିଲ୍ଲୀ ଆର୍ଥ ଷ୍ଟେସନ୍‌ ନିକଟରେ ବୁଦ୍ଧ ଜୟନ୍ତୀ ପାର୍କ ପଛପଟେ ରହିଛି ମଲ୍‌ଚା ମହଲ। ଏଠାରେ ପ୍ରେତାତ୍ମା ରହିଥିବାନେଇ ଅନେକ କହିଥାନ୍ତି। ଅନେକ ସମୟରେ ଏଠାରେ ଅନେକ ଆତ୍ମହତ୍ୟା କରିଥାନ୍ତି। କାହିଁକି ଏକ ନିଦ୍ଦିଷ୍ଟ ସ୍ଥାନରେ ଲୋକମାନେ ଆତ୍ମହତ୍ୟା କରନ୍ତି ତାହାର ରହସ୍ୟ କାହାକୁ ଜଣାନାହିଁ। 

୭୨ ଘଣ୍ଟା ନୋ ଟଏଲେଟ୍‌

୭୨ ଘଣ୍ଟା ନୋ ଟଏଲେଟ୍‌

ବିବାହ ସମୟରେ ୭୨ ଘଣ୍ଟା ଟଏଲେଟ ନ ଯିବା ବିଶ୍ୱର ଟିଡୋଙ୍ଗ ଆଦିବାସୀ ସମ୍ପ୍ରଦାୟର ଏକ ପ୍ରାଚୀନ ପରମ୍ପରା। ଏହି ପରମ୍ପରା ଅନୁସାରେ ନବବିବାହିତଙ୍କୁ ବିବାହ ଦିନଠାରୁ ୩ ଦିନ ପର୍ଯ୍ୟନ୍ତ ଟଏଲେଟ୍‌ ବ୍ୟବାହର କରିବାକୁ ଦିଆଯାଇ ନ ଥାଏ। 

୧୦୭ ବର୍ଷରେ ଫିଟ୍‌: ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ

୧୦୭ ବର୍ଷରେ ଫିଟ୍‌: ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ

ନୂଆଦିଲ୍ଲୀ, ୨୩।୧: ଯଦି ମନୋବଳ ଦୃଢ, ତେବେ ଜୀବନରେ ଯେ କୌଣସି ଝଡଝଞ୍ଜା ଆସିଲେ ମଧ୍ୟ ତାହାର ସାମ୍ନା କରିବା ସହଜ ମନେ ହୁଏ। ଏମିତି ଜଣେ ଦୃଢମନା ବ୍ୟକ୍ତି ହେଉଛନ୍ତି ଗୁରୁଚରଣ ସିଂହ ସାନ୍ଧୁ। 

ଥଣ୍ଡାରେ କମ୍‌ ପୋଷାକ ପିନ୍ଧିବା ପଡ଼ିଲା ମହଙ୍ଗା: ପର୍ବତ ଶିଖରରେ ଚଢ଼ି ବିକିନିରେ ସେଲ୍‌ଫି ଉଠାଉଥିବା ମହିଳା ଗିଗୀ ମୃତ

ଥଣ୍ଡାରେ କମ୍‌ ପୋଷାକ ପିନ୍ଧିବା ପଡ଼ିଲା ମହଙ୍ଗା: ପର୍ବତ ଶିଖରରେ ଚଢ଼ି ବିକିନିରେ ସେଲ୍‌ଫି ଉଠାଉଥିବା ମହିଳା ଗିଗୀ ମୃତ

ତାଇଓ୍ବାନ: ବହୁତ ଲୋକଙ୍କର ପର୍ବତାରୋହଣ କରି ଶିଖର ଛୁଇଁବା ଭଳି ସଉକ ଥାଏ। ମାତ୍ର ଏପରି କରିବା ପୂର୍ବରୁ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ନିଜର ସୁରକ୍ଷା ଓ ସ୍ବାସ୍ଥ୍ୟ ଆଦି ବିଷୟରେ ଧ୍ୟାନ ରଖିବା ଉଚିତ୍‌। ନଚେତ ଜୀବନ ବି ଯାଇପାରେ। ନିକଟରେ ଏଭଳି ଏକ ଘଟଣାର ଶିକାର ହୋଇଛନ୍ତି ତାଇଓ୍ବାନର ଜଣେ ମହିଳା ପର୍ବତାରୋହୀ।

୧୦ ବର୍ଷରେ ଶିକାର ହେଲେଣି ୧୦୨ ଏକଶିଙ୍ଗି ଗଣ୍ଡା

୧୦ ବର୍ଷରେ ଶିକାର ହେଲେଣି ୧୦୨ ଏକଶିଙ୍ଗି ଗଣ୍ଡା

ନୋଇଡା(ୟୁପି): ୨୦୦୮ରୁ ଏପର୍ଯ୍ୟନ୍ତ ୧୦୨ ଏକଶିଙ୍ଗି ଗଣ୍ଡା ଶିକାର କରାଗଲାଣି ଏବଂ ଏଥିପାଇଁ ୨୦୯ ଶିକାରୀଙ୍କୁ ଗିରଫ କରାଯାଇଥିବା ସୂଚନା ଅଧିକାର ଆଇନ (ରାଇଟ୍‌ ଟୁ ଇନଫରମେଶନ୍‌) ତଥ୍ୟରୁ ଜଣାଯାଇଛି। ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଅଧୀନ ଓ୍ବାଇଲ୍ଡ ଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଲ୍ୟୁସିସିବି) ଦ୍ୱାରା ମିଳିଥିବା ତଥ୍ୟ ଅନୁସାରେ ଆସାମରୁ ସର୍ବାଧିକ ୮୪ ଏକଶିଙ୍ଗି ଗଣ୍ଡା ଶିକାର କରାଯାଇଛି। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗରେ ୧୭ଟି ଗଣ୍ଡା ଶିକାର କରାଯାଇଥିବା ବେଳେ ଉତ୍ତରପ୍ରଦେଶରେ ଗୋଟିଏ ଗଣ୍ଡାର ମୃତ୍ୟୁ ଘଟିଛି। 

ସକାଳେ ବିଛଣାଛାଡ଼ି  ଏସବୁ କାହିଁକି  ମନା...

ସକାଳେ ବିଛଣାଛାଡ଼ି ଏସବୁ କାହିଁକି ମନା...

ସକାଳେ ବିଛଣା ଛାଡିବା ପରେ ନିରୋଗ ଜୀବନଚର୍ଯ୍ୟା ଆପଣେଇବା ଆବଶ୍ୟକ। ଏହାଦ୍ୱାରା ମନ ଓ ଶରୀର ଉପରେ ପଡ଼ିଥାଏ ସକାରାତ୍ମକ ପ୍ରଭାବ।