ମନୋରଞ୍ଜନ |

ରେକର୍ଡ ଡ୍ୟାନ୍ସରରୁ ନାୟିକା

ରେକର୍ଡ ଡ୍ୟାନ୍ସରରୁ ନାୟିକା

ରୀନା ପଣ୍ଡା। ଜଲିଉଡ୍‌ର ଅନ୍ୟତମ ଆଗଧାଡ଼ିର ଅଭିନେତ୍ରୀ ଭାବରେ ପରିଗଣିତ। ନିଜର ଅଭିନୟ ବଳରେ ସେ ଦର୍ଶକଙ୍କ ହୃଦୟରେ ହାସଲ କରିଛନ୍ତି ସ୍ବତନ୍ତ୍ର ସ୍ଥାନ। ସମ୍ପ୍ରତି ଗୌରୀ ଗଣନାଟ୍ୟରେ ଅଭିନୟ ଜାରି ରଖିଛନ୍ତି ସେ। କିପରି ଅଭିନୟ ଜଗତକୁ ଆସିଲେ ପ୍ରଶ୍ନର ଉତ୍ତରରେ ରୀନା କହନ୍ତି, ‘ପିଲାଟି ଦିନରୁ ଡ୍ୟାନ୍ସ ପ୍ରତି ଆଗ୍ରହ ଥିଲା। କେବଳ ସେତିକି ନୁହେଁ, ମୋର ଇଚ୍ଛା ଥିଲା ଯଦି ମୋତେ ସୁଯୋଗ ମିଳେ ତେବେ ଓଡ଼ିଆ ସିନେମାରେ ଅଭିନୟ କରିବାକୁ ପଛାଇବି ନାହିଁ। ସଂଯୋଗବଶତଃ ଥରେ ମୋର ଅପେରା ଜଗତର ଅନ୍ୟତମ ଚର୍ଚ୍ଚିତ ବ୍ୟକ୍ତିତ୍ୱ ନୟନ ଆଚାର୍ଯ୍ୟଙ୍କ ସହ ଭେଟ ହେଲା। ତାଙ୍କର କେଇପଦ କଥା ମୋତେ ଅପେରାଜଗତକୁ ଟାଣି ଆଣିଥିଲା। ସେତେବେଳେ ମୋତେ ହୋଇଥାଏ ମାତ୍ର ୧୨ବର୍ଷ।  ପ୍ରଥମେ ରେକର୍ଡ ଡ୍ୟାନ୍ସରେ ନାଚିବାର ସୁଯୋଗ ମିଳିଲା ଆଉ ତା’ପରେ ଯେତେବେଳେ ମୋତେ ଅଭିନୟ କରିବାକୁ କୁହାଗଲା ତାକୁ ହାତଛଡ଼ା କରି ନ ଥିଲି। ସେତେବେଳେ ତ୍ରିନାଥ ଗଣନାଟ୍ୟରୁ ଏବେ ଗୌରୀ, ୟା ଭିତରେ ଯାହା ଘଟିଛି ତାହା ଇତିହାସ। ମୋ ଅଭିନୟକୁ ଦର୍ଶକ ଗ୍ରହଣ କରିଛନ୍ତି ତାହା ମୋ ପାଇଁ ସବୁବେଳେ ଆଶୀର୍ବାଦ ଭାବରେ କାମ କରିଛି।’ ଜଗତ୍‌ସିଂହପୁର ବାଲିପାଟଣା ଗ୍ରାମରେ ଜନ୍ମିତା ରୀନାଙ୍କ ବାପା ଶଙ୍କର୍ଷଣ ପଣ୍ଡା ଥିଲେ ସେ ସମୟର ଜଣେ ନାମୀ ଅଭିନେତା ଏବଂ ବାଲିପାଟଣା ଗଣନାଟ୍ୟର ମାଲିକ। ଚଳିତ ଯାତ୍ରା ସିଜନ୍‌ରେ ରୀନାଙ୍କ ଅଭିନୀତ ତଥା ଗୌରୀ ଗଣନାଟ୍ୟ ପରିବେଷିତ ହିଟ୍‌ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ବ୍ରହ୍ମାସ୍ତ୍ର’ (କୁମ୍‌କୁମ୍‌), ‘ବେଳେବେଳେ ଭୁଲ ହୋଇଯାଏ’ (ପ୍ରାଚୀ), ‘ଗୌରୀ ନାନୀର ନୂଆ ଠିକଣା (ପରୀ), ‘ଏତେ ସରି ତତେ କିଏ କଲା’ (ଆଶା) ଏବଂ ‘ବାଘ ବୁଲୁଛି ରାଜଧାନୀରେ’ (ଇନ୍ଦୁ)। 


All Right Reserved By

ମନୋରଞ୍ଜନ |

ବିବାହ ବନ୍ଧନରେ ଆଉ ଜଣେ ବଲିଉଡ୍‌ ସେଲିବ୍ରିଟି

ବିବାହ ବନ୍ଧନରେ ଆଉ ଜଣେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ: ଗତବର୍ଷ ବଲିଉଡ୍‌ରେ ବିବାହ ଋତୁ ଚାଲିଥିବା ବେଳେ ଏବର୍ଷ ଆରମ୍ଭରୁ ମଧ୍ୟ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଲାଣି ବଲିଉଡ୍‌ରେ। ମାୟାନଗରୀର ବରିଷ୍ଠ ଅଭିନେତା ରାଜ ବାବର ଓ ସ୍ମିତା ପାଟିଲଙ୍କ ପୁଅ ପ୍ରତିକ ବାବର ବିବାହ ବନ୍ଧରେ ଆବନ୍ଧ ହେବାକୁ ଯାଉଛନ୍ତି। 

କେବଳ ନିଜ ସ୍ତ୍ରୀଙ୍କୁ ଇମ୍ପ୍ରେସ କରିବାକୁ ସଲମାନଙ୍କ ପ୍ରଶଂସକ କରିଥିଲେ ପୁରା ଫିଲ୍ମହଲ ର ବୁକିଂ…

କେବଳ ନିଜ ସ୍ତ୍ରୀଙ୍କୁ ଇମ୍ପ୍ରେସ କରିବାକୁ ସଲମାନଙ୍କ ପ୍ରଶଂସକ କରିଥିଲେ ପୁରା ଫିଲ୍ମହଲ ର ବୁକିଂ…

ସଲମାନ ଖାଁ, ଯାହାଙ୍କୁ କି ତାଙ୍କ ଫ୍ୟାନମାନେ ଭାଇଜାନ ବୋଲି କୁହନ୍ତି ଏବଂ ଫିଲ୍ମ ର ଟିକେଟ ବ୍ଲାକରେ ବି କିଣି ସିନେମା ଦେଖିବାକୁ ପଛାନ୍ତି ନାହିଁ । ସାରା ଦେଶରେ ତାଙ୍କର ଅଗଣିତ ଫ୍ୟାନ। 

୪ ବର୍ଷ ଡେଟିଂ ପରେ ମହେଶ ବାବୁଙ୍କ ହାତ ଧରି ଥିଲେ ସୁନ୍ଦରୀ ନମ୍ରତା

୪ ବର୍ଷ ଡେଟିଂ ପରେ ମହେଶ ବାବୁଙ୍କ ହାତ ଧରି ଥିଲେ ସୁନ୍ଦରୀ ନମ୍ରତା

ମୁମ୍ବାଇ,୨୨।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ନମ୍ରତା ଶିରୋଦକର ମଙ୍ଗଳବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଜାନୁୟାରୀ ୨୨ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। 

କ୍ୟାରିୟରକୁ ପ୍ରଭାବିତ କରେନାହିଁ ବୟସ

କ୍ୟାରିୟରକୁ ପ୍ରଭାବିତ କରେନାହିଁ ବୟସ

ମୁମ୍ବାଇ: ମହିଳାଙ୍କ ବୟସ ଅଥବା ଜୀବନର ପର୍ଯ୍ୟାୟ ସେମାନଙ୍କ କ୍ୟାରିୟରକୁ ପ୍ରଭାବିତ କରେନାହିଁ ବୋଲି ବଲିଉଡ୍‌ ଅଭିନେତ୍ରୀ କରିନା କପୁର ପ୍ରକାଶ କରିଛନ୍ତି। ଆଗଧାଡିର ବଲିଉଡ୍‌ ଅଭିନେତ୍ରୀଙ୍କ ମଧ୍ୟରୁ କରିନା ଅନ୍ୟତମ। 

ନିଜ ଫ୍ୟାନଙ୍କ ପାଇଁ ଏପରି ବି କରିବାକୁ ପଛାନ୍ତି  ନାହିଁ ଏହି ସେଲିବ୍ରିଟି....

ନିଜ ଫ୍ୟାନଙ୍କ ପାଇଁ ଏପରି ବି କରିବାକୁ ପଛାନ୍ତି ନାହିଁ ଏହି ସେଲିବ୍ରିଟି....

କ୍ୟାଟ୍ରିନା ଯିଏ କି ଏବେ ନିଜ ଅଭିନୀତ ଚଳଚିତ୍ର ଜିରୋ ପାଇଁ ଯେତେ ଚର୍ଚ୍ଚିତ ନୁହନ୍ତି ବରଂ ଏହି ଫଟୋ ପାଇଁ ଅଧିକ ଚର୍ଚ୍ଚାରେ ଅଛନ୍ତି। ସେ ନିଜର ଏକ କୁନି ଫ୍ୟାନଙ୍କ ସହ ଫଟୋ ପାଇଁ ପୋଜ ଦେଉଥିବାର ନଜର ଆସିଛନ୍ତି। 

ମାଆ ହେବେ ଇଶା

ମାଆ ହେବେ ଇଶା

ମୁମ୍ବାଇ: ବଲିଉଡ୍‌ ନାୟିକା ଇଶା ଦଓ୍ବେଲ ପୁଣି ମାଆ ହେବାକୁ ଯାଉଛନ୍ତି। ବିବାହ ପରେ ବଡ ପରଦାରୁ ଦୂରେଇ ରହିଥିବା ଇଶା ତାଙ୍କ ପିଲାଦିନର ସାଥୀ ଭରତ ତଖତାନୀଙ୍କୁ ବିବାହ କରିବା ପରେ ସୁଖରେ ସମୟ କାଟୁଛନ୍ତି। 

 ଏପ୍ରିଲ୍‌ରୁ ଆରମ୍ଭ ହେବ ଦବଙ୍ଗ-୩ର ଶୁଟିଂ; ସୋନାକ୍ଷୀ ଦେଲେ ସୂଚନା

ଏପ୍ରିଲ୍‌ରୁ ଆରମ୍ଭ ହେବ ଦବଙ୍ଗ-୩ର ଶୁଟିଂ; ସୋନାକ୍ଷୀ ଦେଲେ ସୂଚନା

ମୁମ୍ବାଇ, ୨୧।୧: ଅରବାଜ୍‌ ଖାଁଙ୍କ ହୋମ୍‌ ପ୍ରଡକସନ୍‌ରେ ଖୁବ୍‌ ଶୀଘ୍ର ଦବଙ୍ଗ-୩ର ଶୁଟିଂ ଆରମ୍ଭ ହେବ। ଏନେଇ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଦେଇଛନ୍ତି ସୂଚନା। 

ଅଙ୍କିତାଙ୍କ ପରେ କୃତି ସେନନ୍‌ଙ୍କ ସହ ଡେଟିଂ କରୁଥିଲେ ସୁଶାନ୍ତ ସିଂ

ଅଙ୍କିତାଙ୍କ ପରେ କୃତି ସେନନ୍‌ଙ୍କ ସହ ଡେଟିଂ କରୁଥିଲେ ସୁଶାନ୍ତ ସିଂ

ମୁମ୍ବାଇ,୨୧।୧: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ସୋମବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୬ ଜାନୁୟାରୀ ୨୧ରେ ସେ ବିହାର ପାଟନାଠାରେ ଜନ୍ମଗ୍ରହଣ କରିଥିଲେ।

ମାଆଙ୍କ ସହ ପୋଲିସ ଷ୍ଟେଶନ ପହଞ୍ଚିଲେ ସାରା

ମାଆଙ୍କ ସହ ପୋଲିସ ଷ୍ଟେଶନ ପହଞ୍ଚିଲେ ସାରା

ମୁମ୍ବାଇ.୨୦।୧: ବଲିଉଡ୍‌ର ନବାଗତା ନାୟିକା ସାରା ଅଲ୍ଲି ଖାଁ ମାଆ ଅମ୍ରିତା ସିଂଙ୍କ ସହ ଶନିବାର ପୋଲିସ ଷ୍ଟେଶନରେ ନଜର ଆସିଛନ୍ତି। ସମ୍ପତ୍ତି ମାମଲାରେ ମାଆଝିଅ ପୋଲିସ ଷ୍ଟେଶନ ଯାଇଥିବା ଜଣାପଡିଛି। ପାଖାପାଖି ୨୫ ମିନିଟ୍‌ ପୋଲିସ ଆଗରେ ନିଜର ପକ୍ଷରଖିବା ପରେ ମାଆଝିଅ ଫେରିଥିଲେ।

ସୋନମଙ୍କ ଘରେ ପୁଣି ବାଜିବ ଶାହାନାଇ

ସୋନମଙ୍କ ଘରେ ପୁଣି ବାଜିବ ଶାହାନାଇ

ଅନିଲ ତନୟା ସୋନମ୍‌ କପୁର ଗତବର୍ଷ ତାଙ୍କ ପ୍ରେମିକ ଆନନ୍ଦ ଆହୁଜାଙ୍କୁ ମ୍ୟାରେଜ କରିଥିଲେ। ଏବେ ସେହି ପଦାଙ୍କ ଅନୁସରଣ କରିବାକୁ ଯାଉଛନ୍ତି ତାଙ୍କର ସାନଭଉଣୀ ରିୟା। 

ନମ୍ରତାଙ୍କ ମନକଥା

ନମ୍ରତାଙ୍କ ମନକଥା

ପିଲାଟି ଦିନରୁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା। ‘ମିଠା ମିଠା’ ରିୟଲିଟି ଶୋ’ରେ ଅଂଶଗ୍ରହଣ କରି ଟପ୍‌-୫ରେ ଅନ୍ତର୍ଭୁକ୍ତ ହେବା ପରେ ତାଙ୍କର ଏହି ଆଶା ଦ୍ୱିଗୁଣିତ ହୋଇଯାଇଥିଲା। 

ଏଥର ବରୁଣ-ସାରା ଯୋଡ଼ି

ଏଥର ବରୁଣ-ସାରା ଯୋଡ଼ି

ସତରେ ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢାଳିବା। ଷ୍ଟାର କିଡ୍‌ ସାରା ଅଲ୍ଲୀ ଖଁାଙ୍କ ଖୁସି ଏବେ କହିଲେ ନ ସରେ। ପ୍ରଥମ ସିନେମା ‘କେଦାରନାଥ’ ପରେ ନିକଟରେ ରୋହିତ ସେଟ୍ଟିଙ୍କ ‘ଶିମ୍ବା’ ବକ୍ସ ଅଫିସରେ ଭଲ କଲେକ୍‌ଶନ କରିଛି।