ଜାତୀୟ |

ଜାନୁୟାରୀ ୧୦ ବିଶ୍ୱ ହିନ୍ଦୀ ଦିବସ

ଜାନୁୟାରୀ ୧୦ ବିଶ୍ୱ ହିନ୍ଦୀ ଦିବସ

ନୂଆଦିଲ୍ଲୀ,୧୦।୧: ସାରା ବିଶ୍ୱରେ ଜାନୁୟାରୀ ୧୦କୁ ବିଶ୍ୱ ହିନ୍ଦୀ ଦିବସ ଭାବେ ପାଳନ କରାଯାଇଥାଏ। ଏହାର ମୂଳ ଲକ୍ଷ୍ୟ ହେଲା ସାରା ବିଶ୍ୱରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର। ବିଶ୍ୱର ଅନେକ ଦେଶରେ ଥିବା ଭାରତୀୟ ଦୂତାବାସରେ ଏହି ଦିବସରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ପ୍ରଥମ କରି ବିଶ୍ୱ ହିନ୍ଦୀ ଦିବସ ୧୦ ଜାନୁୟାରୀ ୧୯୭୫ରେ ନାଗପୁରଠାରେ ଆୟୋଜିତ ହୋଇଥିଲା। ଯେଉଁଥିରେ ୩୦ଟି ଦେଶର ପାଖାପାଖି ୧୨୨ ଜଣ ପ୍ରତିନିଧି ଯୋଗ ଦେଇଥିଲେ। ହେଲେ ୨୦୦୬ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ବିଦ୍ଧିବଦ୍ଧ ଭାବେ ବିଶ୍ୱ ହିନ୍ଦୀ ଦିବସ ୧୦ ଜାନୁୟାରୀରେ ପାଳନ କରାଯିବାକୁ ଘୋଷଣା କରିଥିଲେ। ବିଶ୍ୱ ହିନ୍ଦୀ ଦିବସ ପରେ ଭାରତରେ ମଧ୍ୟ ହିନ୍ଦୀ ଦିବସ ପାଳନ କରାଯାଇଥାଏ। ୧୯୪୯ ସେପ୍ଟେମ୍ବର ୧୪ରେ ହିନ୍ଦୀକୁ ରାଷ୍ଟ୍ରଭାଷାର ମାନ୍ୟତା ମିଳିଥିଲା। ତେଣୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଐତିହାସିକ ମହତ୍ତ୍ୱ ଦୃଷ୍ଟିରୁ ସେପ୍ଟେମ୍ବର ୧୪କୁ ହିନ୍ଦୀ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ଭାରତରେ ସେପ୍ଟେମ୍ବର ୧୪କୁ ଭାରତରେ ହିନ୍ଦୀ ଦିବସ ଭାବେ ପାଳନ କରାଯାଉଛି। 

All Right Reserved By

ଜାତୀୟ |

ପ୍ରକାଶ ପାଇଲା  ବିଧାନସଭା ଲାଗି ଭାଜପାର ପ୍ରାର୍ଥୀ ତାଲିକା : ୯୯ ଟି ଆସନ ଲାଗି ନାମ ଘୋଷଣା କଲା ଦଳ

ପ୍ରକାଶ ପାଇଲା ବିଧାନସଭା ଲାଗି ଭାଜପାର ପ୍ରାର୍ଥୀ ତାଲିକା : ୯୯ ଟି ଆସନ ଲାଗି ନାମ ଘୋଷଣା କଲା ଦଳ

ନୂଆଦିଲ୍ଲୀ/ଭୁବନେଶ୍ୱର୨୧/୩_(ବ୍ୟୁରୋ): ଗୁରୁବାର ରାଜ୍ୟ ବିଧାନସଭା ଆସନ ଲାଗି ଭାଜପାର ୯୯  ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ  ପାଇଛି।


ରାଜନୀତିରେ ପ୍ରବେଶ ଚର୍ଚ୍ଚାରେ ଫୁଲଷ୍ଟଫ ଲଗାଇଲେ ଭାଇଜାନ୍‌

ରାଜନୀତିରେ ପ୍ରବେଶ ଚର୍ଚ୍ଚାରେ ଫୁଲଷ୍ଟଫ ଲଗାଇଲେ ଭାଇଜାନ୍‌

ମୁମ୍ବାଇ,୨୧।୩: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏଥର ରାଜନୀତିରେ ପ୍ରବେଶ କରିବେ ବୋଲି ବହୁ ଦିନରୁ ଆଲୋଚନା ହେଉଥିଲା। ଏବେ ଏଥିରେ ଫୁଲଷ୍ଟପ ଲଗାଇଛନ୍ତି ନିଜେ ସଲମାନ। 

ହିନ୍ଦୁ ପିଲାଙ୍କ ସହ ହୋଲି ଖେଳିଲେ ଆଫଗାନିସ୍ତାନ ଛାତ୍ରୀଛାତ୍ର

ହିନ୍ଦୁ ପିଲାଙ୍କ ସହ ହୋଲି ଖେଳିଲେ ଆଫଗାନିସ୍ତାନ ଛାତ୍ରୀଛାତ୍ର

ଶିମ୍‌ଲା,୨୧।୩: ରଙ୍ଗର ପର୍ବ ହୋଲି ଗୁରୁବାର ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଇଥିବା ବେଳେ ଆଉ କେତେକ ଅଞ୍ଚଳରେ ଏହା ଶୁକ୍ରବାର ପାଳନ କରାଯିବ। 

ମୋଦିଙ୍କୁ ଚୌକିଦାର କହିବାରୁ ରାହୁଲଙ୍କୁ ସମାଲୋଚନା କଲେ ଓ୍ବାଚମ୍ୟାନ ତଥା ବଲିଉଡ୍‌ର ବିଗତ ଦିନର ଅଭିନେତା

ମୋଦିଙ୍କୁ ଚୌକିଦାର କହିବାରୁ ରାହୁଲଙ୍କୁ ସମାଲୋଚନା କଲେ ଓ୍ବାଚମ୍ୟାନ ତଥା ବଲିଉଡ୍‌ର ବିଗତ ଦିନର ଅଭିନେତା

ନୂଆଦିଲ୍ଲୀ,୨୧।୩: ସାଭି ସିଦ୍ଧୁ ନାମକ ଜଣେ ଓ୍ବାଚମ୍ୟାନ ବା ଚୌକିଦାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚୌକିଦାର କହିଥିବାରୁ ସେ ତାଙ୍କୁ ସମାଲୋଚନା କରିଛନ୍ତି।

ଏଥର ନିର୍ବାଚନ ଲଢିବେନି ଭାଜପାର ବରିଷ୍ଠ ନେତା କଲରାଜ ମିଶ୍ର

ଏଥର ନିର୍ବାଚନ ଲଢିବେନି ଭାଜପାର ବରିଷ୍ଠ ନେତା କଲରାଜ ମିଶ୍ର

ନୂଆଦିଲ୍ଲୀ,୨୧।୩: ଭାଜପାର ବରିଷ୍ଠ ନେତା ତଥା ଦେଓରିଆର ଲୋକ ସଭା ଏମ୍‌ପି ଥିବା କଲରାଜ ମିଶ୍ର ଏଥର ସାଧାରଣ ନିର୍ବାଚନ ଲଢିବେ ନାହିଁ ବୋଲି ଗୁରୁବାର ପ୍ରକାଶ କରିଛନ୍ତି। 

ରାଜନୀତିରେ ବଂଶବାଦ: ୨୫ ପ୍ରତିଶତ ଏମ୍‌ପି ରାଜବଂଶୀ; ଭାଜପାଠାରୁ କଂଗ୍ରେସ ଆଗରେ

ରାଜନୀତିରେ ବଂଶବାଦ: ୨୫ ପ୍ରତିଶତ ଏମ୍‌ପି ରାଜବଂଶୀ; ଭାଜପାଠାରୁ କଂଗ୍ରେସ ଆଗରେ

ନୂଆଦିଲ୍ଲୀ,୨୧।୩: ଏବେ ଦେଶର ଗଣତାନ୍ତ୍ରିକ ରାଜନୀତିରେ ବଂଶବାଦ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଦେଶର ଗତ ୨୦୦୪. ୨୦୦୯ ଏବଂ ୨୦୧୪ରେ ଶେଷ ହୋଇଥିବା ୩ ଟି ଲୋକସଭା ନିର୍ବାଚନରେ ନିର୍ବାଚିତ ହୋଇଥିବା ୧୬୧୧ ଜଣ ଏମ୍‌ପିଙ୍କ ମଧ୍ୟରୁ ୩୯୦ ଜଣ ରାଜବଂଶୀ ରହିଛନ୍ତି। 

ପରିବାର ପ୍ରତିପୋଷଣ ପାଇଁ ଦୁଃସାହସିକ ଖେଳ ପ୍ରଦର୍ଶନ କରୁଛନ୍ତି ୯ ବର୍ଷର ବାଳକ

ପରିବାର ପ୍ରତିପୋଷଣ ପାଇଁ ଦୁଃସାହସିକ ଖେଳ ପ୍ରଦର୍ଶନ କରୁଛନ୍ତି ୯ ବର୍ଷର ବାଳକ

ବେଙ୍ଗାଲୁରୁ,୨୧।୩: ମହାରାଷ୍ଟ୍ର-କର୍ନାଟକ ସୀମାର ବେଲଗାଭିରେ ଥିବା ବଧାରଥି ଗଁାର ଲୋକେଶ ସାଟ୍ଟିଗେରିଙ୍କ ବୟସ ମାତ୍ର ୯ବର୍ଷ। ହେଲେ ଏହି ବୟସରେ ସେ ଘୋଡ଼ା ଉପରେ ଚଢି ଯେଉଁ ଦୁଃସାହସିକ ଖେଳ ପ୍ରଦର୍ଶନ କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 

 ଜମ୍ମୁ-କଶ୍ମୀର   ୩ଟି ସ୍ଥାନରେ ସର୍ଚ୍ଚ ଅପରେଶନ ଜାରି

ଜମ୍ମୁ-କଶ୍ମୀର ୩ଟି ସ୍ଥାନରେ ସର୍ଚ୍ଚ ଅପରେଶନ ଜାରି

ଶ୍ରୀନଗର,୨୧।୩: ଜମ୍ମୁ-କଶ୍ମୀରର ୩ଟି ସ୍ଥାନରେ ଗୁରୁବାର ସକାଳେ ଆରମ୍ଭ ହୋଇଛି ସର୍ଚ୍ଚ ଅପରେଶନ। ବନ୍ଦିପୋରା ଜିଲା ମୀର୍‌ମହୋଲା ଅଞ୍ଚଳର ହାଜିନ୍‌ଠାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସେନାର ୧୩ ରାଷ୍ଟ୍ରୀୟ ରାଇଫଲ୍‌, ସିଆର୍‌ପିଏଫ୍‌ ୪୫ ବାଟାଲିୟନ୍‌ ଏବଂ ଏସ୍‌ଓଜି ଯବାନଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ କରାଯାଇଥିଲା। 

ଜମ୍ମୁ-କଶ୍ମୀରରେ ଗ୍ରେନେଡ ଆକ୍ରମଣ: ୩ ପୋଲିସ ଆହତ

ଜମ୍ମୁ-କଶ୍ମୀରରେ ଗ୍ରେନେଡ ଆକ୍ରମଣ: ୩ ପୋଲିସ ଆହତ

ଶ୍ରୀନଗର,୨୧।୩: ଜମ୍ମୁ-କଶ୍ମୀରର ସୋପୋର ଜିଲାରେ ଗୁରୁବାର ହୋଇଥିବା ଗ୍ରେନେଡ ଆକ୍ରମଣରେ ୩ ପୋଲିସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। 

ଦୁନିଆର ସୁଖୀଦେଶ ତାଲିକା : ପ୍ରଥମ ସ୍ଥାନରେ ଫିନଲାଣ୍ଡ୍‌; ଭାରତ ତୁଳନାରେ ଯୁଦ୍ଧଖୋର୍‌ ପାକିସ୍ତାନ ଲୋକେ ଅଧିକ ସୁଖୀ

ଦୁନିଆର ସୁଖୀଦେଶ ତାଲିକା : ପ୍ରଥମ ସ୍ଥାନରେ ଫିନଲାଣ୍ଡ୍‌; ଭାରତ ତୁଳନାରେ ଯୁଦ୍ଧଖୋର୍‌ ପାକିସ୍ତାନ ଲୋକେ ଅଧିକ ସୁଖୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ଦୁନିଆର ସୁଖୀ ଦେଶ ତାଲିକା ପ୍ରକାଶ ପାଇଛି। ଏଥିରେ ୧୫୬ ଦେଶ ମଧ୍ୟରେ ଫିନ୍‌ଲାଣ୍ଡ୍‌ ପୁଣିଥରେ ପ୍ରଥମ ସ୍ଥାନ ହାସଲ କରିଛି। ଜାତିସଂଘର ସଷ୍ଟେନବୁଲ୍‌ ଡେଭଲପ୍‌ମେଣ୍ଟ୍‌ ସୁଲ୍ୟସନ୍‌ ନେଟ୍‌ଓ୍ବାର୍କ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। 

୩ ସାଥୀଙ୍କୁ ଗୁଳି କରିବା ପରେ ନିଜକୁ ଗୁଳିକଲେ ଯବାନ

୩ ସାଥୀଙ୍କୁ ଗୁଳି କରିବା ପରେ ନିଜକୁ ଗୁଳିକଲେ ଯବାନ

ଉଧମପୁର,୨୧।୩: ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌)ର ଜଣେ ଯବାନ ନିଜର ୩ ସାଥୀଙ୍କୁ ଗୁଳି କରିବା ପରେ ନିଜକୁ ଗୁଳି କରିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 

ହୋଲି ଖେଳିବା ହେଲା କାଳ: ୩ ଶିଶୁଙ୍କ ଜୀବନ ଗଲା

ହୋଲି ଖେଳିବା ହେଲା କାଳ: ୩ ଶିଶୁଙ୍କ ଜୀବନ ଗଲା

ଗ୍ରେଟର ନୋଏଡା, ୨୧।୩: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଏକ ଅଭାବନୀୟ ଘଟଣା ଘଟିଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା