ଅନ୍ତର୍ଜାତୀୟ |

ପିଏଲ୍‌ଏ ରାଡାରରେ ଭାରତ

ପିଏଲ୍‌ଏ ରାଡାରରେ ଭାରତ

ବେଜିଂ,୧୦।୧(ପି.ଟି.):ଚାଇନା ଏପରି ଏକ ଅତ୍ୟାଧୁନିକ ସାମୁଦ୍ରିକ ରାଡାର ବିକଶିତ କରିଛି, ଯାହା ନିରବଚ୍ଛିନ୍ନ ଭାବେ ସମ୍ପୂର୍ଣ୍ଣ ଭାରତ ଉପରେ ନଜର ରଖିପାରିବ। ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଏହି ରାଡାର ବ୍ୟବସ୍ଥା ଚାଇନା ନୌସେନାକୁ ସେଠାକାର ସମୁଦ୍ରରୁ ଅନୁଧ୍ୟାନ କରିବା ପାଇଁ ସକ୍ଷମ। ଏହି ରାଡାର ଶତ୍ରୁ ପକ୍ଷଙ୍କ ଜାହାଜ,  ବିମାନ ଓ କ୍ଷେପଣାସ୍ତ୍ର ଜନିତ  ଆସନ୍ନ ବିପଦ ସମ୍ପର୍କରେ ଆଗୁଆ ସୂଚନା ଦେଇପାରିବ ବୋଲି ହଂକଂରୁ ପ୍ରକାଶିତ ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟ ଉଲ୍ଲେଖ କରିଛି। ଚାଇନାର ‘ଓଭର ଦି ହରାଇଜନ୍‌’ (ଓଟିଏଚ୍‌) ରାଡାର କାର୍ଯ୍ୟକ୍ରମରେ ଭାଗନେଇଥିବା ଜଣେ ବୈଜ୍ଞାନିକ ଦେଇଥିବା ସୂଚନାକୁ ଏଥିରେ ସ୍ଥାନିତ କରାଯାଇଛି। 

ହର୍ବିନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ଚାଇନା ଏକାଡେମୀ ଅଫ୍‌ ସାଇନ୍ସ (ସିଏଏସ୍‌) ଏବଂ ଦି ଚାଇନା ଏକାଡେମୀ ଅଫ୍‌ ଇଞ୍ଜିନିୟରିଂ (ସିଏଇ)ରେ କାର୍ଯ୍ୟରତ ଲ୍ୟୁ ୟୋଙ୍ଗ୍‌ଟାନ୍‌ ଏହି ଅତ୍ୟାଧୁନିକ ରାଡାର ନିର୍ମାଣ କରିଛନ୍ତି। ସେ ଚାଇନାର ରାଡାର ଟେକ୍ନୋଲୋଜିକୁ ବିକଶିତ କରିବା ସହ କ୍ଷୁଦ୍ରାକାର ରାଡାର ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି। ଭାରତର ସବୁ ଅଞ୍ଚଳ ଉପରେ ନଜର ରଖିବା ଲାଗି ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ନୌସେନା ଯୁଦ୍ଧଜାହାଜରେ ଏହାକୁ ବ୍ୟବହାର କରାଯିବ ବୋଲି ମର୍ନିଂ ପୋଷ୍ଟରେ ରିପୋର୍ଟ ପ୍ରକାଶ ପାଇଛି। ଏହି ସଫଳତା ପାଇଁ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଦେଶର ସର୍ବୋଚ୍ଚ ବିଜ୍ଞାନ ସମ୍ମାନ ଲ୍ୟୁ ଏବଂ ସାମରିକ ବୈଜ୍ଞାନିକ କିଆନ୍‌ କିହୁଙ୍କୁ ପ୍ରଦାନ କରିଛନ୍ତି। ବେଜିଂସ୍ଥିତ ଗ୍ରେଟ୍‌ ହଲ୍‌ ଅଫ୍‌ ଦି ପିପୁଲରେ ଆୟୋଜିତ ଏକ ସମାରୋହରେ ଉଭୟଙ୍କୁ ସେମାନଙ୍କ ଅବଦାନ ପାଇଁ ସମ୍ମାନିତ କରାଯାଇଛି। ପୁରସ୍କାର ରାଶି ବାବଦକୁ ଦୁହଁିଙ୍କୁ ୧.୧୧୬ ନିୟୁତ ଡଲାର ଦିଆଯାଇଛି। 

All Right Reserved By

ଅନ୍ତର୍ଜାତୀୟ |

ଭେନେଜୁଏଲାର ବିରୋଧୀ ନେତାଙ୍କୁ ସମର୍ଥନ କଲେ ଟ୍ରମ୍ପ

ଭେନେଜୁଏଲାର ବିରୋଧୀ ନେତାଙ୍କୁ ସମର୍ଥନ କଲେ ଟ୍ରମ୍ପ

ଓ୍ବାଶିଂଟନ,୨୪।୧: ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କ ବିରୋଧରେ ଏବେ ପ୍ରଦର୍ଶନ ଜାରି ରହିଛି। ବୁଧବାର ହୋଇଥିବା ପ୍ରଦର୍ଶନର ନେତୃତ୍ୱ ନେଇଥିଲେ ଖୁଆନ ଗୋଇଦୋ।

ଜାନୁୟାରୀ ୨୬ରେ ତ୍ରିରଙ୍ଗା ଜଳାଇବାକୁ ଧମକ ଦେଲା ଖଲିସ୍ତାନ ସଂଗଠନ

ଜାନୁୟାରୀ ୨୬ରେ ତ୍ରିରଙ୍ଗା ଜଳାଇବାକୁ ଧମକ ଦେଲା ଖଲିସ୍ତାନ ସଂଗଠନ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୪।୧:  ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ଆମେରିକା ଓ୍ବାଶିଂଟନ ଡିସିରେ ତ୍ରିରଙ୍ଗା ଜଳାଇବାକୁ ଧମକ ଦେଇଛି ଏକ ଖଲିସ୍ତାନ ସଂଗଠନ। ଏଠାରେ ତତ୍ବା ଭାରତୀୟ ଦୂତାବାସ ସମ୍ମୁଖରେ ଏପରି କରିବାକୁ ଦିଆଯାଇଛି ଧମକ।

୨ ରୁଷିଆ ଜାହାଜରେ ଅଗ୍ନିକାଣ୍ଡ ଘଟଣା: ୬ ମୃତ ଭାରତୀୟଙ୍କ ମଧ୍ୟରେ ସମ୍ବଲପୁରର ଓଡ଼ିଆ ପୁଅ ସିଦ୍ଧାର୍ଥ

୨ ରୁଷିଆ ଜାହାଜରେ ଅଗ୍ନିକାଣ୍ଡ ଘଟଣା: ୬ ମୃତ ଭାରତୀୟଙ୍କ ମଧ୍ୟରେ ସମ୍ବଲପୁରର ଓଡ଼ିଆ ପୁଅ ସିଦ୍ଧାର୍ଥ

ନୂଆଦିଲ୍ଲୀ/ମସ୍କୋ,୨୪।୧: ରୁଷିଆର ୨ ଜାହାଜରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ମୃତକଙ୍କ ମଧ୍ୟରେ ୬ ଭାରତୀୟ ଥିଲେ। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି।

ଶରିଫ ଗୁରୁତର

ଶରିଫ ଗୁରୁତର

ଲାହୋର,୨୪ା୧(ପି.ଟି.):ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଗୁରୁତର ହୋଇପଡିଥିବା ଡାକ୍ତର କହିଛନ୍ତି। ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ ନେବାକୁ ସେ ପରାମର୍ଶ ଦେଇଛନ୍ତି। 

ଆମେରିକାରେ ଅଚଳାବସ୍ଥା ଦୂର ଲାଗି:ସିନେଟରେ ଭୋଟ ଆଜି

ଆମେରିକାରେ ଅଚଳାବସ୍ଥା ଦୂର ଲାଗି:ସିନେଟରେ ଭୋଟ ଆଜି

ଓ୍ବାଶିଂଟନ,୨୪ା୧(ପି.ଟି.):ଆମେରିକା କଂଗ୍ରେସ ବଜେଟ ଅନୁମୋଦନ ନ କରିବା ଫଳରେ ସେଠାରେ ମାସେରୁ ଊର୍ଦ୍ଧ୍ୱ ସମୟ ହେଲା ଅଚଳାବସ୍ଥା ଲାଗି ରହିଛି। ଏହାକୁ ଦୂର କରିବା ଲାଗି ଅଣାଯାଇଥିବା ପ୍ରସ୍ତାବ ଉପରେ ଗୁରୁବାର ଭୋଟିଂ ନିମନ୍ତେ ସିନେଟରମାନେ ରାଜି ହୋଇଛନ୍ତି। 

ଚଳିତ ବର୍ଷ ୧୦ଟି କାରଣ ଯୋଗୁ  କୋଟି କୋଟି ଲୋକଙ୍କ ଜୀବନ ଯିବ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଚଳିତ ବର୍ଷ ୧୦ଟି କାରଣ ଯୋଗୁ କୋଟି କୋଟି ଲୋକଙ୍କ ଜୀବନ ଯିବ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ/ଜେନେଭା,୨୩।୧: ଚଳିତ ବର୍ଷ ୧୦ଟି କାରଣ ଯୋଗୁ ପୃଥିବୀର କୋଟି କୋଟି ଲୋକଙ୍କର ଜୀବନ ଯିବ। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶ ପାଇଛି ଏକ ରିପୋର୍ଟ।

ମାଡ଼ି ଆସୁଛି ବିପଦ: ତରଳୁଛି ଗ୍ରୀନ୍‌ଲାଣ୍ଡ ହିମପାହାଡ଼; ପାଣିରେ ବୁଡ଼ିଯିବ ଅନେକ ଦେଶ

ମାଡ଼ି ଆସୁଛି ବିପଦ: ତରଳୁଛି ଗ୍ରୀନ୍‌ଲାଣ୍ଡ ହିମପାହାଡ଼; ପାଣିରେ ବୁଡ଼ିଯିବ ଅନେକ ଦେଶ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୩।୧: ମାଡ଼ି ଆସୁଛି ପୃଥିବୀ ଉପରେ ବିପଦ। ତାପମାତ୍ରା ବୃଦ୍ଧି ତଥା ପରିବେଶ ପ୍ରଦୂଷଣର ପ୍ରଭାବ ଗ୍ରୀନ୍‌ଲାଣ୍ଡର ହିମପାହାଡ଼ ଉପରେ ପଡ଼ିବାରେ ଲାଗିଛି। 

ଯେଉଁଠି ମୃତ୍ୟୁ ଅପରାଧ

ଯେଉଁଠି ମୃତ୍ୟୁ ଅପରାଧ

ଇଂଲଣ୍ଡରେ ଏକ ଅଜବ ଆଇନ ପ୍ରଚଳିତ ଥିଲା। ଏଠାରେ କୌଣସି ବ୍ୟକ୍ତି ପାର୍ଲାମେଣ୍ଟ ଭବନରେ ମୃତ୍ୟୁବରଣ କରିପାରିବେ ନାହିଁ ବୋଲି ନିୟମ ଥିଲା।

୯ ମାସ ଶିଶୁକୁ ୨୪ ଘଣ୍ଟାରେ ୨୫ ଥର ହାର୍ଟ ଆଟାକ୍‌

୯ ମାସ ଶିଶୁକୁ ୨୪ ଘଣ୍ଟାରେ ୨୫ ଥର ହାର୍ଟ ଆଟାକ୍‌

ଲଣ୍ଡନ,୨୨।୧: ବ୍ରିଟେନ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୯ ମାସରେ ଶିଶୁକୁ ୨୪ ଘଣ୍ଟାରେ ୨୫ ଥର ହାର୍ଟ ଆଟାକ୍‌ ଆସିଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି। 

୩୦ ବର୍ଷ ଧରି ଭାରତୀୟ ନାଗରିକତା ପାଇଁ ସଂଘର୍ଷ କରୁଛନ୍ତି ୭୦ ପରିବାର

୩୦ ବର୍ଷ ଧରି ଭାରତୀୟ ନାଗରିକତା ପାଇଁ ସଂଘର୍ଷ କରୁଛନ୍ତି ୭୦ ପରିବାର

ଲକ୍ଷ୍ନୌ/ଇସଲାମାବାଦ୍‌,୨୨।୧: ଭାରତରେ ବାସ କରି ମଧ୍ୟ ମିଳିନି ଏପର୍ଯ୍ୟନ୍ତ ନାଗରିକତା। ଗତ ୩୦ ବର୍ଷ ଧରି ନାଗରିକତା ପାଇଁ ଲକ୍ଷ୍ନୌର ୭୦ ପରିବାର କରୁଛନ୍ତି ସଂଘର୍ଷ। ଇତିମଧ୍ୟରେ ଭାରତରେ ଜନ୍ମ ହୋଇଥିବା ସେମାନଙ୍କର ସନ୍ତାନଙ୍କୁ ମିଳିଛି ନାଗରିକତା।

ଦୁଇଟି ଜାହାଜରେ ଲାଗିଲା ନିଆଁ: ୧୧ ମୃତ

ଦୁଇଟି ଜାହାଜରେ ଲାଗିଲା ନିଆଁ: ୧୧ ମୃତ

ମସ୍କୋ,୨୨।୧: ଭାରତ, ତୁର୍କୀ ଓ ଲିବିୟାର କ୍ରିଉ ମେମ୍ବରଙ୍କୁ ନେଇ ଯାଉଥିବା ୨ଟି ଜାହାଜ ରୁଷ ଉପକୂଳରେ ନିଆଁ ଲାଗିଯିବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ଘଟିଛି ଏମିତି ଏକ ଦୁର୍ଘଟଣା। 

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ତେଲ ଟ୍ୟାଙ୍କର: ୩୦ ଯାତ୍ରୀ ଜୀବନ୍ତ ଦଗ୍ଧ

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ତେଲ ଟ୍ୟାଙ୍କର: ୩୦ ଯାତ୍ରୀ ଜୀବନ୍ତ ଦଗ୍ଧ

ବାଲୁଚିସ୍ତାନ,୨୨।୧: ପାକିସ୍ତାନ ବାଲୁଚିସ୍ତାନରେ ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍‌କୁ ତେଲ ଟ୍ୟାଙ୍କର ଧକ୍କା ଦେଇଛି। ଏଥିରେ ୩୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୬ରୁ ଅଧିକ ଲୋକ ଆହତ ହୋଇଛନ୍ତି।