ଅନ୍ତର୍ଜାତୀୟ |

ଭାରତୀୟ ପୋଲିସଙ୍କୁ ହିରୋ କହିଲେ ଟ୍ରମ୍ପ

ଭାରତୀୟ ପୋଲିସଙ୍କୁ ହିରୋ କହିଲେ ଟ୍ରମ୍ପ

ଓ୍ବାଶିଂଟନ,୧୦।୧(ପି.ଟି.):ଆମେରିକା ପାଇଁ ଆତ୍ମ ବଳିଦାନ ଦେଇଥିବା ଭାରତୀୟ ବଂଶୋଦ୍ଭବ ପୋଲିସ୍‌ ଅଫିସର ରୋନିଲ ରୋନ୍‌ ସିଂ ଓରଫ କର୍ପୋରଲ ସିଂଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଚ୍ଚ ପ୍ରଶଂସା କରିଛନ୍ତି। ନିକଟରେ କାଲିଫର୍ନିଆରେ ଜଣେ ବେଆଇନ ଅନୁପ୍ରବେଶକାରୀ ରୋନିଲଙ୍କୁ ହତ୍ୟା କରିଥିଲେ। ଦେଶର ସୁରକ୍ଷା ପାଇଁ ଜୀବନ ଦେଇଥିବା ରୋନିଲଙ୍କୁ ଟ୍ରମ୍ପ ‘ଆମେରିକାର ହିରୋ’ ବୋଲି କହିଛନ୍ତି। ଆକ୍ରମଣକାରୀ ମେକ୍ସିକୋର ଗୁଷ୍ଟାଭୋ ପେରେଜ ଆରିର୍ଗାଙ୍କୁ କାଲିଫର୍ନିଆ ପୋଲିସ ଗିରଫ କରିଛି। ଡିସେମ୍ବର ୨୬ରେ ଏହି ହତ୍ୟାକାଣ୍ଡ ଘଟିଥିଲା। ମେକ୍ସିକୋ ସୀମା ଦେଇ ବିଦେଶୀମାନେ ଆମେରିକାରେ ବେଆଇନ ଭାବେ ପ୍ରବେଶ କରୁଥିବାରୁ ସେଠାରେ ପ୍ରାଚୀର ନିର୍ମାଣ ଲାଗି ପାଣ୍ଠି ମଞ୍ଜୁର ନିମନ୍ତେ ଟ୍ରମ୍ପ ଡେମୋକ୍ରାଟ ପ୍ରତିନିଧିମାନଙ୍କ ଉପରେ ଚାପ ପକାଇଛନ୍ତି।

All Right Reserved By

ଅନ୍ତର୍ଜାତୀୟ |

ସେକ୍ସ ପାଇଁ ୩ ବର୍ଷର ଝିଅକୁ ମୃତ୍ୟୁମୁଖକୁ ଠେଲି ଦେଲେ ମହିଳା

ସେକ୍ସ ପାଇଁ ୩ ବର୍ଷର ଝିଅକୁ ମୃତ୍ୟୁମୁଖକୁ ଠେଲି ଦେଲେ ମହିଳା

ଲଙ୍ଗ ବିଚ୍‌,୨୧।୩: ମା’ସବୁବେଳେ ନିଜ ଛୁଆର ମଙ୍ଗଳ ଚିନ୍ତା କରିଥାଏ। ସବୁ ବାଧା ବିଘ୍ନରୁ ଦୂରେଇ ନିଜ ପଣତକାନିରେ ଲୁଚେଇ ରଖିଥାଏ। ହେଲେ ଏମିତି ବି ମା’ଥାନ୍ତି ଯାହାଙ୍କ କଥା ଶୁଣିଲେ ଯେ କେହିବି ବିଚଳିତ ହୋଇଯିବେ।

ନ୍ୟୁଜିଲାଣ୍ଡରେ ଆସଲ୍ଟ ରାଇଫଲ ଉପରେ ପ୍ରତିବନ୍ଧକ: ବଦଳିଲା ବନ୍ଧୁକ ରଖିବା ଆଇନ

ନ୍ୟୁଜିଲାଣ୍ଡରେ ଆସଲ୍ଟ ରାଇଫଲ ଉପରେ ପ୍ରତିବନ୍ଧକ: ବଦଳିଲା ବନ୍ଧୁକ ରଖିବା ଆଇନ

ଖ୍ରୀଷ୍ଟଚର୍ଚ୍ଚ,୨୧।୩: ନ୍ୟୁଜିଲାଣ୍ଡର ୨ଟି ମସଜିଦ୍‌ରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୫୦ ଲୋକଙ୍କ ମୃତ୍ୟୁ ଘଟିବାପରେ ଦେଶରେ ସ୍ବୟଂଚାଳିତ ଅସ୍ତ୍ରଶସ୍ତ୍ର, ଆସଲ୍ଟ ରାଇଫଲ ଏବଂ ଉଚ୍ଚ କ୍ଷମତା ବିଶିଷ୍ଟ ମାଗାଜିନ୍‌ ଉପରେ ଲଗାଯାଇଛି ପ୍ରତିବନ୍ଧକ।

ହିନ୍ଦୁ ସମୁଦାୟଙ୍କୁ ହୋଲିର ଶୁଭକାମନା ଜଣାଇଲେ ଇମ୍ରାନ

ହିନ୍ଦୁ ସମୁଦାୟଙ୍କୁ ହୋଲିର ଶୁଭକାମନା ଜଣାଇଲେ ଇମ୍ରାନ

ଇସଲାମାବାଦ,୨୧।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ହୋଲି ଉପଲକ୍ଷେ ହିନ୍ଦୁ ସମୁଦାୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ଇମ୍ରାନ ଏହି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। 

ପାକିସ୍ତାନକୁ ଆମେରିକାର ଚେତାବନୀ: ଭାରତ ଉପରେ ପୁଣି ଆତଙ୍କବାଦୀ ଆକ୍ରମଣ ହେଲେ ଅବସ୍ଥା ହେବ ଗୁରୁତର

ପାକିସ୍ତାନକୁ ଆମେରିକାର ଚେତାବନୀ: ଭାରତ ଉପରେ ପୁଣି ଆତଙ୍କବାଦୀ ଆକ୍ରମଣ ହେଲେ ଅବସ୍ଥା ହେବ ଗୁରୁତର

ଓ୍ବାଶିଂଟନ,୨୧।୩: ପାକିସ୍ତାନକୁ ଆମେରିକା ଚେତାବନୀ ଦେଇଛି। ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି ଯେ, ଭାରତ ଉପରେ ପାକିସ୍ତାନରେ ରହୁଥିବା ଆତଙ୍କବାଦୀଙ୍କ ପକ୍ଷରୁ ପୁଣି ଥରେ ଆକ୍ରମଣ ହେଲେ ଅବସ୍ଥା ଗୁରୁତର ହେବାର ଆଶଙ୍କା ରହିଛି। 

ଦୁନିଆର ସୁଖୀଦେଶ ତାଲିକା : ପ୍ରଥମ ସ୍ଥାନରେ ଫିନଲାଣ୍ଡ୍‌; ଭାରତ ତୁଳନାରେ ଯୁଦ୍ଧଖୋର୍‌ ପାକିସ୍ତାନ ଲୋକେ ଅଧିକ ସୁଖୀ

ଦୁନିଆର ସୁଖୀଦେଶ ତାଲିକା : ପ୍ରଥମ ସ୍ଥାନରେ ଫିନଲାଣ୍ଡ୍‌; ଭାରତ ତୁଳନାରେ ଯୁଦ୍ଧଖୋର୍‌ ପାକିସ୍ତାନ ଲୋକେ ଅଧିକ ସୁଖୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ଦୁନିଆର ସୁଖୀ ଦେଶ ତାଲିକା ପ୍ରକାଶ ପାଇଛି। ଏଥିରେ ୧୫୬ ଦେଶ ମଧ୍ୟରେ ଫିନ୍‌ଲାଣ୍ଡ୍‌ ପୁଣିଥରେ ପ୍ରଥମ ସ୍ଥାନ ହାସଲ କରିଛି। ଜାତିସଂଘର ସଷ୍ଟେନବୁଲ୍‌ ଡେଭଲପ୍‌ମେଣ୍ଟ୍‌ ସୁଲ୍ୟସନ୍‌ ନେଟ୍‌ଓ୍ବାର୍କ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। 

ପୃଥିବୀର ୪ ଶହ କୋଟି ଲୋକଙ୍କୁ ମିଳୁନି ପିଇବା ପାଣି: ଭାରତରେ ଏକ ଚତୁର୍ଥାଂଶ

ପୃଥିବୀର ୪ ଶହ କୋଟି ଲୋକଙ୍କୁ ମିଳୁନି ପିଇବା ପାଣି: ଭାରତରେ ଏକ ଚତୁର୍ଥାଂଶ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଦୂଷଣ ଯୋଗୁ ପୃଥିବୀ ଏବେ ଜଳ ସଙ୍କଟ ଦେଖାଦେଇଛି। ଲୋକଙ୍କୁ ପିଇବା ପାଣି ମିଳୁନି। ପୃଥିବୀର ୪ ଶହ କୋଟି ଲୋକଙ୍କୁ ପିଇବା ପାଇଁ ପାଣି ମିଳୁ ନ ଥିବା ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି।

ବଳାତ୍କାର ବଦଳରେ ବଳାତ୍କାର କରିବାକୁ ଦଣ୍ଡାଦେଶ

ବଳାତ୍କାର ବଦଳରେ ବଳାତ୍କାର କରିବାକୁ ଦଣ୍ଡାଦେଶ

ଇସଲାମାବାଦ୍‌,୨୧।୩: ବଳାତ୍କାର ବଦଳରେ ବଳାତ୍କାର କରିବାକୁ ଦଣ୍ଡାଦେଶ। ଏହା ଶୁଣିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପାକିସ୍ତାନ ପଞ୍ଜାବ ପ୍ରଦେଶରେ। 

ଲଣ୍ଡନରେ ନୀରବ ମୋଦି ଗିରଫ

ଲଣ୍ଡନରେ ନୀରବ ମୋଦି ଗିରଫ

ଲଣ୍ଡନ,୨୧-୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କା ଠକିଥିବା ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ଦୀପକ ମୋଦିଙ୍କୁ ଲଣ୍ଡନରେ ଗିରଫ କରାଯାଇଛି। 

ଲଣ୍ଡନରୁ ନୀରବ ମୋଦି ଗିରଫ: ଆସନ୍ତା ୨୯ରେ ପରବର୍ତ୍ତୀ ଶୁଣାଣି

ଲଣ୍ଡନରୁ ନୀରବ ମୋଦି ଗିରଫ: ଆସନ୍ତା ୨୯ରେ ପରବର୍ତ୍ତୀ ଶୁଣାଣି

ଲଣ୍ଡନ/ନୂଆଦିଲ୍ଲୀ,୨୦।୩: ପିଏନ୍‌ବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ପଳାତକ ନୀରବ ମୋଦୀଙ୍କୁ ବୁଧବାର ଲଣ୍ଡନ ପୋଲିସ ଗିରଫ କରିଛି। ପୋଲିସ ଗିରଫ କରିବା ପରେ ଭାରତୀୟ ସମୟାନୁସାରେ ତାଙ୍କୁ ସନ୍ଧ୍ୟା ସାଢ଼େ ୫ଟାରେ ଓ୍ବେଷ୍ଟମିନ୍ସଷ୍ଟର ମାଜିଷ୍ଟେଟ କୋର୍ଟରେ ହାଜର କରାଯାଇଥିଲା। 

ପଳାତକ ନୀରବ ମୋଦି ଲଣ୍ଡନରୁ ଗିରଫ

ପଳାତକ ନୀରବ ମୋଦି ଲଣ୍ଡନରୁ ଗିରଫ

ଲଣ୍ଡନ,୨୦।୩: ପିଏନ୍‌ବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ପଳାତକ ନୀରବ ମୋଦୀଙ୍କୁ ଗିରଫ କଲା ଲଣ୍ଡନ ପୋଲିସ।  

ଥରିଲା ତୁର୍କୀ

ଥରିଲା ତୁର୍କୀ

ଆଙ୍କ୍ରା,୨୦।୩: ତୁର୍କୀରେ ବୁଧବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ଥିଲା ବୋଲି ୟୁରୋପ ଭୂବିଜ୍ଞାନ ଗବେଷଣା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। 

ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଅଣ୍ଟା ଭିଡ଼ିଲା ଜର୍ମାନୀ

ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଅଣ୍ଟା ଭିଡ଼ିଲା ଜର୍ମାନୀ

ନୂଆଦିଲ୍ଲୀ/ବର୍ଲିନ,୨୦।୩: ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାରଙ୍କ ଉପରେ ଦୃଢ଼କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଛି ଜର୍ମାନୀ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା