ସମ୍ବଲପୁର

ଭିଖ୍‌ମାଗି କୁଟୁମ ପୁଷୁଛନ୍‌ ଦିବ୍ୟାଙ୍ଗ ବୁରୁଧ୍‌

ଭିଖ୍‌ମାଗି କୁଟୁମ ପୁଷୁଛନ୍‌ ଦିବ୍ୟାଙ୍ଗ ବୁରୁଧ୍‌

ଗଣ୍ଡତୁରୁମ, ୧୦।୧ (ଡି.ଏନ.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ କୁଦୋପାଲି ଗାଁର ଅଗ୍ନି ମଲ୍ଲିକ(୬୦)। ଜମିବାଡ଼ି ବଲି କିଛି ନାଇଁ, ପୂରା ସୁଖବାସୀ ଆଏ। ସେ ବିହାଚୁରା ହେଇ ଘର ସଁସାର କରିଛନ୍‌। ହେଲେ ବିହାର ବଛର କେତେଟା ଉତାରୁ କେହେନ୍‌ସି କାରନ୍‌ରୁ ତାକର ଗୋଡ଼ ଦୁଇଟାକ ଅଚଲ ହେଇଗଲା। ସେ ସବୁଦିନର ଲାଗି ଦିବ୍ୟାଙ୍ଗ ପାଲଟି ଗଲେ। ଏନ୍‌ତାଥି ତାକର ମାଏକିନା ବୁଇ ପର୍‌ହର କାମବୁତା କରି ପରିବାର ଚଲାଲେ। ହେଲେ ବିଧିର ବିଧାନ ଥିଲା ଅଲଗ। ହଠାତ୍‌ ଦିନେ ତାକର ମେରୁହାଡ଼ରେ ଦରଦ୍‌ ହେଲା, ସେ ଅସୁସ୍ଥ ହେଇଗଲେ। ଅଗ୍ନି ମାଏକିନାର ଚିକିତ୍ସା ଲାଗି ଘରର ଖୁରିଗିନା ବଁଧା ପକେଇ ବୁର୍ଲାରେ ଚିକିତ୍ସା କରାଲେ। ହେଲେ କିଛି ଲାଭ ନାଇଁହେଲା। ଦିନୁ ଦିନ୍‌କେ ସେ ଚଲାବୁଲା ନାଇଁ କରିପାରି ଖଟେ ପଡ଼ି ରହେଲେ। ଏନ୍‌ତାଥି ଡାକ୍‌ତର ବୁଇର ଉଚ ଚିକିତ୍ସା ଲାଗି କଟକ ବଡ଼ ଡାକ୍‌ତରଖାନା ନେବାକେ କହେଲେ। ହେଲେ ଅଗ୍ନି ଟଁକା ପଏସା ଅଭାବୁ ଉପେ ଶୂଇନ୍‌ ହେଇ ହାତ୍‌ ଟେକିଦେଲେ। ଏନ୍‌ତାଥି ଭିନ୍ନକ୍ଷମ ଅଗ୍ନିର ମୁଡ଼େ ପରିବାର୍‌ ବୋଝ ରହେଲା। ଫିଦିନ୍‌ ସେ ନିଜର ଫଟା ଦଦ୍‌ରା ତିନ୍‌ଚକିଆ ସାଇକେଲରେ ଗାଁ ଗାଁ ବୁଲି ଭିଖ୍‌ମାଗି କୁଟୁମ ପୁଷୁଛନ୍‌। ଅଗ୍ନିର ଗୁଟେ ପୁଓ ଗୁଟେ ଝି। ହେଲେ ପୁଓକେ ଯେତେବେଲେ ୫ ବଛର ହେଉଥିଲା ସେ ଆରପାରକେ ଚାଲିଗଲା, ଝି ଏହେଦେ ଶାଶ୍‌ ଘରେ ଖଟୁଛେ। ଏହେଦେ ଅସାହା ଦିବ୍ୟାଙ୍ଗ ଅଗ୍ନି ପାଉଥିବାର ସରକାରୀ ସାହାଯ୍‌ କହେଲେ ସେ ମାସିକ ପାଉଥିବାର ୩୦୦ ଟଁକା ଭତା, ୧୦ କେ.ଜି. ଚାଉଲ, ଯେନ୍‌ଟା ଦୁଇ ପରାନୀକେ ଚଲବାରେ ନିହଁଟ୍‌ ହେଉଛେ। ସେନ୍‌ତା ବହୁତ ଆଗ୍‌ରୁ ଅଗ୍ନି ସରକାରକଁର ତରଫୁ ପାଇଥିବାର ତିନ୍‌ଚକିଆ ସାଇକେଲଟା ବି ଦଦ୍‌ରା ହେଇଗଲାନ। ଯେନ୍‌ଥିରଲାଗି ବଡ଼ା କଷ୍‌ଟେ ସେ ସାଇକେଲ ଚଲେଇ ଭିଖ୍‌ମାଗି ଯାଉଛନ୍‌। ଭିଖ୍‌ରେ ଯାହା ମିଲୁଛେ ସେଥ୍‌ରେ ଦୁଇ ଘଏତା ମାଏପୋ ଦୁଖେସୁଖେ ଚଲି ଯାଉଛୁଁ, ମାଏକିନା ତ ଖଟୁ ଉଠି ନାଇଁ ପାରବାର, ମୁଇଁ ଯାହା ପାରୁଛେଁ ତାର ସେବା ଯତନ୍‌ କରୁଛେଁ ବଲି ଅଗ୍ନି କହିଥିଲେ। ଯଦି ଆମକୁ ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜ୍‌ନାରେ ମାସିକ ୩୫ କେ.ଜି. ଚାଉଲ ଆର ମୋର ମାଏକିନାର ଚିକିସତ୍ା ଲାଗି ପରଶାସନ ସାହାଯ୍‌ କରତା ଆମେ ଦୁଇପରାନି ଇ ଦୁଖ୍‌ରୁ ତରିଯାଏତୁଁ ବଲି ଅଗ୍ନି କହିଛନ୍‌। ଇ ବାବ୍‌ଦେ ଭେଡ଼େନ ବିଡିଓ ମୁରଲୀଧର ନାଏକୁଁ ପଚରାଲାରୁ ଘଟନାର ତଦଁତ୍‌ କରି ତାହାକୁ ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ସାମିଲ କରାଯିବା। ସେନ୍‌ତା ତଁାକର ମାଏକିନାର ଚିକିତ୍ସା ଲାଗି ଜିଲାପାଲକୁଁ ଜନେଇ ରେଡକ୍ରସରୁ କିଛି ସାହାଯ୍‌ ଆର ଦରକାର ପଡ଼ଲେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବି ସାହାଯ୍‌ ମଗାଯିବା ବଲି କହିଥିଲେ।

All Right Reserved By

ସମ୍ବଲପୁର

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧ,୨୦।୩(ସ୍ବ.ପ୍ର): ସାରା ରାଜ୍ୟରେ ଟିକେଟ ବଣ୍ଟନ ନେଇ କସରତ ଚାଲିଥିବା ବେଳେ ବୌଦ୍ଧରେ କଂଗ୍ରେସର ଟିକେଟ ବଣ୍ଟନ ନେଇ କର୍ମୀ ଓ ନେତାଙ୍କ ଅସନ୍ତେ।ଷ ବୃଦ୍ଧି ପାଇଛି । 

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ରାଉରକେଲା ଅଫିସ,୨୦।୩: ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ ଆଶାୟୀ ଯୁବନେତା ପ୍ରଶାନ୍ତ ସେଠୀ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। 

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

ସୋନପୁର,୨୦।୩(ନି.ପ୍ର.): ସୋନପୁର ଥାନା ଏସ୍‌ କଳାପଥର ଡାକ ପିଅନ ଶତୃଘ୍ନ ଷାଣ୍ଢ(୫୫)ଙ୍କୁ ବୁଧବାର ଭୋର ସମୟରେ କେହି ନିର୍ମମ ଭାବେ ହତ୍ୟା କରିଛନ୍ତି ।   ନିକଟସ୍ଥ ଅର୍ଜୁନପୁର ଜଙ୍ଗଲରୁ ତାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । 

ଜାତୀୟ ରାଜପଥରେ ଭ୍ରୂଣ: ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପକାଇ ଚାଲିଯାଇଥିବା ଅଭିଯୋଗ

ଜାତୀୟ ରାଜପଥରେ ଭ୍ରୂଣ: ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପକାଇ ଚାଲିଯାଇଥିବା ଅଭିଯୋଗ

ଲୋଇସିଂହା,୨୦।୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ ବୁଧବାର ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। 

ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: କେନ୍ଦ୍ରସରକାର ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ନ ଦେବାରୁ କ୍ଷୋଭ

ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: କେନ୍ଦ୍ରସରକାର ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ନ ଦେବାରୁ କ୍ଷୋଭ

ରିଆମାଳ,୨୦।୩ (ଡି.ଏନ.ଏ.): ଦେବଗଡ଼ ଜିଲା ରିଆମାଳ ହାଟ ପଡ଼ିଆଠାରେ ବିଜେଡି ପକ୍ଷରୁ ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ବଡଧରାରେ ଦୋଳ ମହୋତ୍ସବ ଉଦ୍‌ଘାଟିତ

ବଡଧରାରେ ଦୋଳ ମହୋତ୍ସବ ଉଦ୍‌ଘାଟିତ

ଅମ୍ବାଭୋନା, ୨୦।୩ (ଡି.ଏନ.ଏ): ଅମ୍ବାଭୋନା ବ୍ଲକ ଅଧୀନ ବଡଧରା ଗ୍ରାମରେ ଦୋଳ ମହୋତ୍ସବ ଗ୍ରାମର ଗୌନ୍ତିଆ ସୁବାଷ ଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି । 

ଶିକ୍ଷକ ପଦବୀକୁ ଅନୁମୋଦନ ମିଳୁନି

ଶିକ୍ଷକ ପଦବୀକୁ ଅନୁମୋଦନ ମିଳୁନି

ସମ୍ବଲପୁର,୨୦ା୩ (ବ୍ୟୁରୋ): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଡକରା ପଞ୍ଚାୟତ ବିରଘାଟ ସ୍କୁଲକୁ ଦେଖିଲେ ଜଣା ପଡିଯିବ ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର । 

ନାମାଙ୍କନପତ୍ର ଦାଖଲ କଲା କଂଗ୍ରେସ:  ବିଜେଡି ଟିକେଟର ଖୁସି ମନାଉଛି, ଭାଜପା ଶିବିର ଶୂନଶାନ

ନାମାଙ୍କନପତ୍ର ଦାଖଲ କଲା କଂଗ୍ରେସ: ବିଜେଡି ଟିକେଟର ଖୁସି ମନାଉଛି, ଭାଜପା ଶିବିର ଶୂନଶାନ

ନୂଆପଡା ଅଫିସ,୨୦ା୩: ସାଧାରଣ ନିର୍ବାଚନ ସକାଶେ ଗତ ୧୮ତାରିଖଠାରୁ ନିର୍ବାଚନ ସକାଶେ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ସେହି ଦିନଠାରୁ ନାମାଙ୍କନପତ୍ର ଦାଖଲ ପାଇଁ ଘୋଷଣା କରାଯାଇଥିଲା । 

ଭିଜିଲାନ୍ସ ଜାଲରେ ନର୍ଲା ଆର୍‌ଆଇ, ପିଅନ

ଭିଜିଲାନ୍ସ ଜାଲରେ ନର୍ଲା ଆର୍‌ଆଇ, ପିଅନ

ସେରଗଡ,୨୦।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ଆର୍‌ଆଇ ଓ ପିଅନ ଲାଞ୍ଚ ନେଉଥିବା ବେଳେ ବୁଧବାର ଭିଜିଲାନ୍ସ  ହାତରେ ଧରାପଡ଼ିଛନ୍ତି ।

ବୌଦ୍ଧରେ କଂଗ୍ରେସ ରାଜନୀତି ଜୋର ଧରିଲା

ବୌଦ୍ଧରେ କଂଗ୍ରେସ ରାଜନୀତି ଜୋର ଧରିଲା

ବୌଦ୍ଧ,୨୦।୩(ସ୍ବ.ପ୍ର): ଆଗାମୀ ସାଧାରଣ ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରସ୍ତୁତ ହେଉଥିବାବେଳେ ଏନେଇ ରଣକୌଶଳ ମଧ୍ୟ ଆରମ୍ଭ କରିଛନ୍ତି। କିନ୍ତୁ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କର୍ମୀମାନେ ହତାଶ ହେବା ସହ ବୁଧବାର ସହରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। 

ଭିଜିଲାନ୍ସ ଜାଲରେ ବ୍ରାହ୍ମଣୀତରଙ୍ଗ ଥାନା ଏସ୍‌ଆଇ

ଭିଜିଲାନ୍ସ ଜାଲରେ ବ୍ରାହ୍ମଣୀତରଙ୍ଗ ଥାନା ଏସ୍‌ଆଇ

ବେଦବ୍ୟାସ,୨୦।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଉରକେଲା ଅନ୍ତର୍ଗତ ବ୍ରାହ୍ମଣୀତରଙ୍ଗ ଥାନାର ଯୁବ ଏସ୍‌ଆଇ ମଧୁ ପାତ୍ର ବୁଧବାର ଲାଞ୍ଚ ନେଉଥିବା ବଳେ ରାଉରକେଲା ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି।

ସାରାବଙ୍ଗବାସୀଙ୍କ ନିଷ୍ପତ୍ତି: ମଦ, ଟଙ୍କା ବାଣ୍ଟିଲେ ଭୋଟ ଦେବୁନାହିଁ

ସାରାବଙ୍ଗବାସୀଙ୍କ ନିଷ୍ପତ୍ତି: ମଦ, ଟଙ୍କା ବାଣ୍ଟିଲେ ଭୋଟ ଦେବୁନାହିଁ

ନୂଆପଡା ଅଫିସ,୨୦ା୩: ନିର୍ବାଚନ ବେଳେ ମଦ କିମ୍ବା ଟଙ୍କା ଦେଇ ମତଦାତାଙ୍କୁ କେହି ଯେପରି ପ୍ରଭାବିତ କରି ନ ପାରେ ସେଥିପାଇଁ ପ୍ରଶାସନ ସବୁବେଳେ ନିଘା ରଖିଥାଏ । ତଥାପି ନିର୍ବାଚନ ସମୟରେ ଏସବୁର ବହୁଳ ବ୍ୟବହାର ହେଉଥିବା ଅନେକ ନଜିର ରହିଛି। ହେଲେ ଏଥର ନୂଆପଡା ଜିଲାର ଆଦର୍ଶ ଗ୍ରାମପଞ୍ଚାୟତ ଭାବେ ପରିଗଣିତ ହେଉଥିବା ସାରାବଙ୍ଗ ଗ୍ରାମବାସୀ ନିଜ ତରଫରୁ ଏଥିରେ ରୋକ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା