ସମ୍ବଲପୁର

ଛତିଶଗଡ ବର୍ଜ୍ୟବସ୍ତୁରେ ଓଡିଶାସୀମା ପ୍ରଦୂଷିତ

ଛତିଶଗଡ ବର୍ଜ୍ୟବସ୍ତୁରେ ଓଡିଶାସୀମା ପ୍ରଦୂଷିତ

ଲଖନପୁର,୧୦।୧(ଡି.ଏନ୍‌.ଏ.) ଛତିଶଗଡ଼ ଦାଦାଗିରିରେ ଓଡ଼ିଶାର ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍‌ ସୀମାନ୍ତବର୍ତ୍ତୀ ଅଞ୍ଚଳ ପ୍ରଭାବିତ ହେବାରେ  ଏଥିରେ ସୀମାନ୍ତବର୍ତ୍ତୀ ଗ୍ରାମବାସୀ ବିଶେଷଭାବେ କ୍ଷତିଗ୍ରସ୍ତ ହେଉଛନ୍ତି ଏ ସମ୍ପର୍କରେ ପ୍ରଭାବିତ ଗ୍ରାମବାସୀ ରାଜ୍ୟ ସରକାର ଓ ସ୍ଥାନୀୟ ଜିଲାପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ସ୍ଥାନୀୟ ବାସିନ୍ଦାଙ୍କ ତରଫରୁ ଏଭଳି ଅଭିଯୋଗ ହେଉଛି ଯାହା ଫଳରେ ଛତିଶଗଡର ଦାଦାଗିରିରେ ଓଡିଶା ସୀମାନ୍ତବର୍ତ୍ତୀ ଗ୍ରାମବାସୀ ଅତିଷ୍ଠ ହେଲେଣି  ଏ ନେଇ ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଯାହା ଫଳରେ ଅସନ୍ତୋଷ ଲୋକଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧୁଛି ଏଭଳି ସ୍ଥିତିରେ  ଛତିଶଗଡ ସରକାର ମହାନଦୀ ଉପର ମୁଣ୍ଡରେ ବେଆଇନ୍‌ଭାବେ ଡ୍ୟାମ୍‌ ନିର୍ମାଣ କରି ପାଣି ଅଟକାଇ  ଫଳରେ ଓଡିଶାର ମହାନଦୀ ତଳ ମୁଣ୍ଡ ଶୁଖିଲା ପଡୁଛି ସେହିଭଳି ଛତିଶଗଡରେ ଗଢିଉଠିଥିବା ବିଭିନ୍ନ କଳକାରଖାନାରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁ ଜଳରେ ପ୍ରବାହିତହୋଇ ନଦୀ ଜଳକୁ ପ୍ରଦୂଷିତ କରୁଛି ଏଥି ମଧ୍ୟରେ  ସୀମାନ୍ତରେଥିବା ବଡକେଲୋ ନଦୀଜଳ ପ୍ରଦୂଷିତ ହେଉଛି  ଏଥିରେ ବହୁ ସଂଖ୍ୟାରେ ବିଭିନ୍ନ ପ୍ରଜାତିର ମାଛ ମରୁଛନ୍ତି ଏଭଳି ସ୍ଥିତି ଗତ ମାସରେ ବଡକେଲୋନଦୀରେ ଦେଖିବାକୁ ମିଳିଥିଲା ଏଭଳି ସ୍ଥିତିରେ ଏବେ ସୀମାନ୍ତରେ ଆଉ ଏକ ନୂଆ ସମସ୍ୟା ମୁଣ୍ଡ ଟେକିଛି  ଓଡିଶା ସୀମାନ୍ତ ଛତିଶଗଡରେ ଆର୍‌ଆର୍‌ ଏନର୍ଜି ନାମକ ଏକ ତାପଜ ବିଦ୍ୟୁତକେନ୍ଦ୍ର ରହିଛି ଏହି ପ୍ରକଳ୍ପରୁ ନିର୍ଗତ ହେଉଥିବା ପାଉଁଶ ଏବେ ହାଇଓ୍ବାରେ ବୋଝେଇ ହୋଇ କନକତୋରା ନିକଟସ୍ଥ ଜାତୀୟ ରାଜପଥ ଫରେଷ୍ଟଗେଟ୍‌ ନିକଟରେ ପାହାଡ ଭଳି ଡମ୍ପିଂ ଚାଲିଛି ଡମ୍ପିଂ ହେଉଥିବା ଜମି ମଧ୍ୟରୁ ରୟତ ଜମି ଆଉ କେତେକ ସରକାରୀ ଜମି ରହିଛି ସାମାନ୍ୟ ପବନ ହେଲେ ଏହି ପାଉଁଶ ପ୍ରବଳମାତ୍ରାରେ ବାୟୁମଣ୍ଡଳରେ ଉଡି ପ୍ରଦୂଷଣ ସୃଷ୍ଟି କରୁଛି  ଯାହା ଫଳରେ ଜାତୀୟ ରାଜପଥରେ ଯାତାୟତ କରୁଥିବା ଯାନବାହାନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି ଏ ନେଇ ସ୍ଥାନୀୟ ଲୋକେ ଲଖନପୁର ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏହା ଜାଣିବା ପରେ ତହସିଲଦାର ଜ୍ୟୋତ୍ସ୍ନାରାଣୀ ସାହୁ ଚାଣ୍ଟିପାଲି ଆର୍‌ଆଇଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ା ତହସିଲଦାରଙ୍କ ନିର୍ଦ୍ଦେଶ ବଳରେ ଆର୍‌ଆଇ ଦିବାକର ପ୍ରଧାନ ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି ତଦନ୍ତରୁ ଜଣାପଡିଛି ଡମ୍ପିଂ ହୋଇଥିବା ପାଉଁଶ ରୟତ ଜମି ଓ ସରକାରୀ ଜମିରେ ପଡିଛି ଏହାର ରିପୋର୍ଟ ଆର୍‌ଆଇ ପ୍ରଧାନ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି ଏ ନେଇ କମ୍ପାନୀ ବିରୋଧରେ ଏକ ଜବରଦଖଲ(ଏନ୍‌କ୍ଲୋଜ୍‌ମେଣ୍ଟ)ମାମଲା ରୁଜୁ ହେବ ବୋଲି ତହସିଲଦାର ସାହୁ କହିଛନ୍ତି। ଏ ନେଇ ଆର୍‌ଆର୍‌ ଏନର୍ଜି କମ୍ପାନୀର ଅଧିକାରୀ ଡିପି ମିଶ୍ର କହିଛନ୍ତି କନକତୋରା ଗ୍ରାମର ୪ଜଣ ଲୋକ ନିଜ ଜମିରେ ପାଉଁଶ ପକାଇବା ପାଇଁ କହିବାରୁ କମ୍ପାନୀ ପାଉଁଶ ଡମ୍ପିଂ କରୁଛି  ଏଥିରେ ସରକାରୀ ଜମି ରହିଛି ବୋଲି କମ୍ପାନୀକୁ ଜଣା ନାହିଁ ଏ ନେଇ ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅନୁମତି(ଏନ୍‌ଓସି)ନିଆଯାଇଛି ବୋଲି କମ୍ପାନୀ ଅଧିକାରୀ ମିଶ୍ର କହିଛନ୍ତି  ଏ ନେଇ ସରପଞ୍ଚ ଡଲି କଲିଆରୀ କହିଛନ୍ତି ଜମି ମାଲିକଙ୍କ କହିବା ଅନୁଯାୟୀ ଏନ୍‌ଓସି ଦେଇଛୁ ା ଏ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିପିନ ବିହାରୀ ଚୌଧରୀ କହିଛନ୍ତି ଏ ସମ୍ପର୍କରେ ସେ କାହାରିକୁ ଅନୁମତି ଦେଇ ନାହାନ୍ତି ଏ ନେଇ ଜିଲା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ନିରଞ୍ଜନ ମଲ୍ଲିକ କହିଛନ୍ତି କମ୍ପାନୀ ପାଉଁଶ ଡମ୍ପିଂ କରିବା ସମ୍ପର୍କରେ ତାଙ୍କ ନିକଟରେ କୌଣସି ଆବେଦନ କରିନାହାନ୍ତି ଯଦି ବେଆଇନ୍‌ଭାବେ ଏହା ହୋଇଛି ତା’ହେଲେ କମ୍ପାନୀ ବିରୋଧରେ ରାଜ୍ୟ ପ୍ରଦୂଷଣ ନୟନ୍ତ୍ରଣ ବୋର୍ଡ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି        

 


All Right Reserved By

ସମ୍ବଲପୁର

୫ ଗାଁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ

୫ ଗାଁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ

ନାକଟିଦେଉଳ,୨୫।୩(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ପଞ୍ଚାୟତର ପାଣିଗ୍ରାହୀପାଲି  ଗ୍ରାମର ଆଡ଼ି ସାହି, ଭୁଲକି, କଞ୍ଚନପୁର, ଗିରିଶ୍ଚନ୍ଦ୍ରପୁର ଓ ଟୁରିବାହାଲରେ ଲୋକେ ଝାଡାବାନ୍ତିର ଆକ୍ରାନ୍ତ ହୋଇଛନ୍ତି। 

ବିଜେଡି, ଭାଜପା ସମେତ ନାମାଙ୍କନପତ୍ର ଦାଖଲ କଲେ ୯ ପ୍ରାର୍ଥୀ

ବିଜେଡି, ଭାଜପା ସମେତ ନାମାଙ୍କନପତ୍ର ଦାଖଲ କଲେ ୯ ପ୍ରାର୍ଥୀ

ରାଉରକେଲା ଅଫିସ,୨୫।୩: ସୁନ୍ଦରଗଡ଼ ଲୋକ ସଭା ଏବଂ ଏହା ଅଧୀନ ୭ ବିଧାନସଭା ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୮ ତାରିଖରେ ଭୋଟଗ୍ରହଣ କରାଯିବ। 

   ଶେଷ ଦିନରେ ୧୯ଜଣ ଦାଖଲ କଲେ ନାମାଙ୍କନ

ଶେଷ ଦିନରେ ୧୯ଜଣ ଦାଖଲ କଲେ ନାମାଙ୍କନ

ନୂଆପଡା ଅଫିସ,୨୫ା୩: ସାଧାରଣ ନିର୍ବାଚନ ସକାଶେ ଗତ ୧୮ତାରିଖଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏଥିପାଇଁ ସୋମବାର ଶେଷ ଦିନ ଥିଲା । ଏହି ଦିନ ସୁଦ୍ଧା ଜିଲାରେ ମୋଟ ୧୯ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 

ଖଡିଆଳରେ କଂଗ୍ରେସର ବିଶାଳ ଶୋଭାଯାତ୍ରା

ଖଡିଆଳରେ କଂଗ୍ରେସର ବିଶାଳ ଶୋଭାଯାତ୍ରା

ଖଡିଆଳ,୨୫।୩(ଡି.ଏନ.ଏ.): ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଥିବା ବେଳେ ସୋମବାର ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ ସ୍ବରୂପ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରିଥିଲା । 

ମିଳିଲାନି ସରକାରୀ ସହାୟତା : ପର ଘରେ ମୁଣ୍ଡ ଗୁଞ୍ଜୁଛନ୍ତି  ସେବତୀଙ୍କ ପରିବାର

ମିଳିଲାନି ସରକାରୀ ସହାୟତା : ପର ଘରେ ମୁଣ୍ଡ ଗୁଞ୍ଜୁଛନ୍ତି ସେବତୀଙ୍କ ପରିବାର

କର୍ଲାମୁଣ୍ଡା,୨୫।୩(ଡି.ଏନ.ଏ.):ବାସହୀନଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବାସଗୃହ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କଘର ଯୋଜନା କରିଛନ୍ତି । 

ବେଆଇନ ବନ୍ଧୁକ ରଖି ଗିରଫ

ବେଆଇନ ବନ୍ଧୁକ ରଖି ଗିରଫ

ଘଣ୍ଟାପଡା, ୨୫।୩ (ଡି.ଏନ.ଏ):କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅନ୍ତର୍ଗତ ଉମା ଗ୍ରାମରେ ରବିବାର ପୋଲିସ ଚଢାଉ କରି ବେଆଇନ ଭାବେ ବନ୍ଧୁକ ରଖିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। 

ଦାବି ପୂରଣ ହେଲାନି, ଭୋଟ ବର୍ଜନ ନିଷ୍ପତ୍ତି

ଦାବି ପୂରଣ ହେଲାନି, ଭୋଟ ବର୍ଜନ ନିଷ୍ପତ୍ତି

ଜାମଟିକ୍ରା, ୨୫।୩ (ଡି.ଏନ.ଏ): ବରଗଡ ଜିଲା ପଞ୍ଚାୟତିରାଜ ଗ୍ରାମୀଣ ଜଳଯୋଗାଣ ସ୍ବାବଲମ୍ବୀ କାରିଗର ସଂଘର ଏକ ଜରୁରୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି ।

ବିଜେଡି ଟିକେଟ ପୁନର୍ବିଚାର ଦାବିରେ ନିହାର ବେହେରାଙ୍କ ସମର୍ଥକଙ୍କର ରାଜପଥ ଅବରୋଧ

ବିଜେଡି ଟିକେଟ ପୁନର୍ବିଚାର ଦାବିରେ ନିହାର ବେହେରାଙ୍କ ସମର୍ଥକଙ୍କର ରାଜପଥ ଅବରୋଧ

ଲୋଇସିଂହା,୨୫।୩(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଭାବେ ପ୍ରଦୀପ ବେହେରାଙ୍କୁ ଟିକେଟ ଦିଆଯାଇଛି ।

 ନାମାଙ୍କନ ଦାଖଲ କଲେ ସୁରେଶ ପୂଜାରୀ

ନାମାଙ୍କନ ଦାଖଲ କଲେ ସୁରେଶ ପୂଜାରୀ

ବରଗଡ଼ ଅଫିସ୍‌, ୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ସୁରେଶ ପୂଜାରୀ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 

  ବିଜେଡି, ଭାଜପା ପ୍ରାର୍ଥୀ କୋଳାକୋଳି

ବିଜେଡି, ଭାଜପା ପ୍ରାର୍ଥୀ କୋଳାକୋଳି

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ସୋମବାର ଉଭୟ ବିଜେଡି ଓ ଭାଜପା ପ୍ରାର୍ଥୀ ଜିଲାପାଳଙ୍କ ଅଫିସରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ଦାଖଲ କଲେ ପ୍ରସନ୍ନ ଆଚାର୍ଯ୍ୟ

ନାମାଙ୍କନ ଦାଖଲ କଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ପତ୍ର ଦାଖଲ କଲେ କେ.ଭି.

ନାମାଙ୍କନ ପତ୍ର ଦାଖଲ କଲେ କେ.ଭି.

ପାଟଣାଗଡ଼,୨୫।୩(ଡି.ଏନ୍‌.ଏ.):  ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ମଧ୍ୟାହ୍ନ ୧୨ ଟାରେ କନକ ବର୍ଦ୍ଧନ ସିଂଦେଓ ପାଟଣାଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। 


Model This Week

ରଶ୍ମି
Why Dharitri