ବାଣିଜ୍ୟ |

ଚେତାବନୀ ଶୁଣାଇଲା ବିଶ୍ୱବ୍ୟାଙ୍କ

ଚେତାବନୀ ଶୁଣାଇଲା ବିଶ୍ୱବ୍ୟାଙ୍କ

ନୂଆଦିଲ୍ଲୀ,୧୦-୧:  ଭାରତ ଭଳି ଦେଶଗୁଡିକ ଆଗାମୀ ଦିନରେ ଆର୍ଥିକ କ୍ଷେତ୍ରରେ ଅସ୍ଥିରତାର ସାମ୍ନା କରିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ ବୋଲି ବିଶ୍ୱ ବ୍ୟାଙ୍କ ଚେତାବନୀ ଶୁଣାଇଛି। ପ୍ରସ୍ତୁତି ସ୍ବରୂପ ଋଣ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ତଥା ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମକୁ ଦ୍ରୁତତର କରିବାକୁ ବିଶ୍ୱ ବ୍ୟାଙ୍କ ସିଇଓ କ୍ରିଷ୍ଟଲୀନା ଜର୍ଜିୟେବା ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ୨୦୧୯ରେ ବିଶ୍ୱର ଆର୍ଥିକ ବିକାଶ ହାର ୩ ପ୍ରତିଶତରୁ ହ୍ରାସ ପାଇ ୨.୯ ପ୍ରତିଶତ ହେବ। କିନ୍ତୁ ଏହାକୁ ଏବେ ମଧ୍ୟ ଭଲ ବୋଲି କହିହେବ ବୋଲି ଜର୍ଜିୟେବା କହିଛନ୍ତି।  କୌଣସି ଦେଶର ନାମ ଉଲ୍ଲେଖ ନ କରି ସେ କହିଛନ୍ତି ଯେ, ଅନ୍ତର୍ଜାତୀୟ ସ୍ତରରେ ବାଣିଜ୍ୟ ଏବଂ ମାନୁଫାକଚରିଂ ଗତିବିଧି କଡା ମୁକାବିଲାର ସମ୍ମୁଖୀନ ହେବାକୁ ଯାଉଛି ବୋଲି ସଙ୍କେତ ମିଳୁଛି। ଆଜିର ଆହ୍ବାନପୂର୍ଣ୍ଣ ପରିବେଶରେ ବିକାଶଶୀଳ ବଜାର ଲାଗି ଏହା ଜରୁରୀ ଯେ, ସେମାନେ ନିଜର ସମ୍ଭାବ୍ୟ ଆର୍ଥିକ ଅସ୍ଥିରତାର ମୁକାବିଲା ଲାଗି ପ୍ରସ୍ତୁତ ହୋଇଯାଆନ୍ତୁ ବୋଲି ସେ କହିଛନ୍ତି। ସେମାନଙ୍କୁ ଏହି ପରିସ୍ଥିତିର ମୁକାବିଲା କରିବା ଲାଗି ବିତ୍ତୀୟ ଓ ମୁଦ୍ରାନୀତିକୁ ପ୍ରସ୍ତୁତ ରଖିବାକୁ ହେବ। ବିକାଶଶୀଳ ଦେଶର ସରକାରଗୁଡିକ ସେମାନଙ୍କ ଋଣ ପରିଚାଳନା ଉପରେ ଅଧିକ ଧ୍ୟାନ ଦେବାକୁ ହେବ। ବିଶେଷକରି ଯେଉଁ ଦେଶରେ ଏହା ଗଭୀର ଚିନ୍ତାର ବିଷୟ ହୋଇଛି, ସେଠାରେ ଅଧିକ ନଜର ଦେବାକୁ ହେବ। ଋଣ ନେଇଥିବା ଅର୍ଥକୁ ବିକାଶ କାର୍ଯ୍ୟରେ ବ୍ୟବହାର କରିବାକୁ ଆବଶ୍ୟକ ଦର୍ଶାଇ ସେ କହିଛନ୍ତି ଯେ, ଏହାର ଉପଯୋଗ ଉତ୍ପାଦନରେ ବ୍ୟବହାର କରିବାକୁ ହେବ। ଉଲ୍ଲେଖଥାଉ କି, ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ପଦରୁ ଜିମ୍‌ ୟାଙ୍ଗ କିମ୍‌ ଅଚାନକ ଇସ୍ତଫା ଦେବା ପରେ ଜର୍ଜିୟେବା ତାଙ୍କ ସ୍ଥାନରେ ଅନ୍ତରୀଣ ଅଧ୍ୟକ୍ଷ ହେବେ।

All Right Reserved By

ବାଣିଜ୍ୟ |

ଚୋକ୍‌ସି, ପରିବାରଠାରୁ ୪୦୫ କୋଟି ଆଦାୟ କରିବ ଏସ୍‌ବିଆଇ

ଚୋକ୍‌ସି, ପରିବାରଠାରୁ ୪୦୫ କୋଟି ଆଦାୟ କରିବ ଏସ୍‌ବିଆଇ

ନୂଆଦିଲ୍ଲୀ,୨୪-୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ମହାଦୁର୍ନୀତିରେ ସମ୍ପୃକ୍ତ ଥିବା ମେହୁଲ ଚୋକ୍‌ସି, ତାଙ୍କ ପରିବାର ଏବଂ କମ୍ପାନୀଙ୍କଠାରୁ ପ୍ରାୟ ୪୦୫ କୋଟି ଟଙ୍କାର ଋଣ ଆଦାୟ ଲାଗି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ଏବେ ଅଣ୍ଟା ଭିଡ଼ିଛି। ଚୋକ୍‌ସି ମାମଲାରେ ଏସ୍‌ବିଆଇ ପ୍ରଥମଥର ପର୍ଦ୍ଦାଫାଶ କରିଛି।

ସବୁଠୁ ଦ୍ରୁତଗତିରେ ବିକାଶ କରିବ ଭାରତ: ଜାତିସଂଘ

ସବୁଠୁ ଦ୍ରୁତଗତିରେ ବିକାଶ କରିବ ଭାରତ: ଜାତିସଂଘ

ନୂଆଦିଲ୍ଲୀ,୨୪-୧: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ପରେ ଏବେ ଜାତିସଂଘ ମଧ୍ୟ ଭାରତୀୟ ଅର୍ଥନୀତିର ବିକାଶ ଦ୍ରୁତଗତିରେ ହେଉଥିବା ସ୍ବୀକାର କରିଛି। ୨୦୧୯ ଓ ୨୦୨୦ରେ ଭାରତର ଅର୍ଥନୀତିର ଗତି ସର୍ବାଧିକ ରହିବ। 

ସେଣ୍ଟ୍ରାଲାଇଜ୍‌ଡ ଜିଏସ୍‌ଟି ଆପିଲେଟ ଅଥରିଟି ଗଠନକୁ କ୍ୟାବିନେଟ୍‌ ମଞ୍ଜୁରୀ

ସେଣ୍ଟ୍ରାଲାଇଜ୍‌ଡ ଜିଏସ୍‌ଟି ଆପିଲେଟ ଅଥରିଟି ଗଠନକୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୨୪-୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଆର୍ଥିକ ବ୍ୟାପାର କେନ୍ଦ୍ର କ୍ୟାବିନେଟ ବୁଧବାର ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ମାମଲାର ଅଗ୍ରିମ ନିଷ୍ପତ୍ତି ଲାଗି ଏକ ସେଣ୍ଟ୍ରାଲାଇଜ୍ଡ ଆପେଲାଟ ଅଥରିଟି ଗଠନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ମୁହଁ ଖୋଲିଲେ ଗୀତା ଗୋପୀନାଥ;ଭାରତରେ ଋଣଛାଡ଼ ବଦଳରେ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଦେବା ଉଚିତ୍‌

ମୁହଁ ଖୋଲିଲେ ଗୀତା ଗୋପୀନାଥ;ଭାରତରେ ଋଣଛାଡ଼ ବଦଳରେ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଦେବା ଉଚିତ୍‌

ଡାଭୋସ୍‌,୨୪-୧: ଭୋଟ୍‌ ହାତେଇବାକୁ ହେଲେ ଚାଷୀଙ୍କ ଋଣଛାଡ଼ ଏକ ବଡ଼ ବିକଳ୍ପ ବୋଲି ଭାରତରେ ରାଜନୈତିକ ଦଳଗୁଡିକ ବିଚାର କରୁଛନ୍ତି। ଏହି କାରଣରୁ ନିର୍ବାଚନ ବେଳେ ଚାଷୀଙ୍କ ଋଣଛାଡ଼ କରାଯିବ ବୋଲି ଘୋଷଣା କରାଯାଉଛି। ତେବେ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିର ମୁଖ୍ୟ ଅର୍ଥନୀତିବିଦ୍‌ ଗୀତା ଗୋପିନାଥ କହିଛନ୍ତି ଯେ, ଭାରତରେ ଚାଷୀଙ୍କ ଋଣଛାଡ଼ ଲାଗି ରାଜ୍ୟ ସରକାରଗୁଡିକ ନେଇଥିବା ପଦକ୍ଷେପ ଠିକ୍‌ ନୁହେଁ।

ଭାରତର ବିକାଶ ଗତି ଧିମା: ଆଇଏମ୍‌ଏଫ୍‌ ମୁଖ୍ୟ

ଭାରତର ବିକାଶ ଗତି ଧିମା: ଆଇଏମ୍‌ଏଫ୍‌ ମୁଖ୍ୟ

ଡାଭୋସ୍‌,୨୪-୧: ଭାରତର ବିକାଶର ଗତି ଅତ୍ୟନ୍ତ ଧିମା। ଆବଶ୍ୟକ ଗତିରେ ଏହା ଦୌଡୁ ନାହିଁ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ମ୍ୟାନେଜିଂ ଡାଇରେକ୍ଟର(ଏମ୍‌ଡି) କ୍ରିଷ୍ଟିନ ଲାଗାର୍ଡ ମତପ୍ରକାଶ କରିଛନ୍ତି। 

ଏନ୍‌ପିଏ ସମସ୍ୟାକୁ ଉତ୍କଟ କରିବ ଜଳ ସଙ୍କଟ

ଏନ୍‌ପିଏ ସମସ୍ୟାକୁ ଉତ୍କଟ କରିବ ଜଳ ସଙ୍କଟ

ନୂଆଦିଲ୍ଲୀ,୨୪-୧: ବିଭିନ୍ନ କାରଣରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଅନାଦାୟ ଋଣ(ଏନ୍‌ପିଏ) ସମସ୍ୟା ଗୁରୁତର ହୋଇଛି। ତେବେ ଦେଶରେ ଜଳ ସଙ୍କଟ ଦେଖାଦେଲେ ବ୍ୟାଙ୍କଗୁଡିକର ଏନ୍‌ପିଏ ସମସ୍ୟା ଆହୁରି ଉତ୍କଟ ହେବ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। ଅଧିକାଂଶ ଋଣପ୍ରଦାନକାରୀ ଏଭଳି କେତେକ କ୍ଷେତ୍ରକୁ ଋଣ ଦେଇଛନ୍ତି, ଯେଉଁଠି ଜଳ ଯୋଗାଣ ସହ ଏହାର ସିଧାସଳଖ ସମ୍ପର୍କ ରହିଛି। 

ରାଜ୍ୟରେ ଉଜ୍ଜ୍ୱଳାରେ ୩୬ ଲକ୍ଷରୁ ଉର୍ଦ୍ଧ୍ୱ ସଂଯୋଗ

ରାଜ୍ୟରେ ଉଜ୍ଜ୍ୱଳାରେ ୩୬ ଲକ୍ଷରୁ ଉର୍ଦ୍ଧ୍ୱ ସଂଯୋଗ

ଭୁବନେଶ୍ୱର,୨୪-୧: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା(ପିଏମ୍‌ୟୁଓ୍ବାଇ)ରେ ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ୬ କୋଟିରୁ ଉର୍ଦ୍ଧ୍ୱ ପରିବାରକୁ ଗ୍ୟାସ୍‌ ସିଲିଣ୍ଡର ସଂଯୋଗ ପ୍ରଦାନ କରାଯାଇଛି।  ୨୦୧୪ରେ ସାରା ଦେଶରେ ଗ୍ୟାସ ପେନିଟ୍ରେଶନ ୫୬% ଥିବା ବେଳେ ଏହା ବର୍ତ୍ତମାନ ୯୦%କୁ ବଢିଛି। 

ମାରୁତି ସୁଜୁକିର ନୂଆ ଓ୍ବାଗନର ବଜାରରେ

ମାରୁତି ସୁଜୁକିର ନୂଆ ଓ୍ବାଗନର ବଜାରରେ

ନୂଆଦିଲ୍ଲୀ,୨୪-୧: ପ୍ରମୁଖ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ପକ୍ଷରୁ ନୂଆ ଓ୍ବାଗନର ୨୦୧୯ର ବଜାରକୁ ଆସିଛି। ଏହା ଏଲ୍‌ଏକ୍ସଆଇ, ଭିଏକ୍ସଆଇ ଏବଂ ଜେଡଏକ୍ସଆଇ ଭଳି ୩ ଭାରିଆଣ୍ଟରେ ଉପଲବ୍ଧ। ମଡେଲଟିର ଏକ୍ସ ଶୋ’ରୁମ ଆରମ୍ଭ ମୂଲ୍ୟ ୪.୧୯ ଲକ୍ଷ ଟଙ୍କା ରହିଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି।

ନାଇନ ସାନିଟାରି ନାପକିନ ପକ୍ଷରୁ ପିରିୟଡ୍‌ ଟ୍ରାକର ଆପ୍ଲିକେଶନ ଉନ୍ମୋଚନ

ନାଇନ ସାନିଟାରି ନାପକିନ ପକ୍ଷରୁ ପିରିୟଡ୍‌ ଟ୍ରାକର ଆପ୍ଲିକେଶନ ଉନ୍ମୋଚନ

ମୁମ୍ବାଇ,୨୪-୧: ନାଇନ ସାନିଟାରି ନାପକିନ ପକ୍ଷରୁ ନୂଆ ପିରିୟଡ ଟ୍ରାକର ଆପ୍ଲିକେଶନ ଉନ୍ମୋଚନ କରାଯାଇଛି। ନାଇନର ସହପ୍ରତିଷ୍ଠାତା ଶରତ ଖେମକା, ସିଇଓ ରିଚା ସିଂ ଏବଂ କ୍ରିଏଟିଭ୍‌ ନିର୍ଦ୍ଦେଶକ ଅଙ୍କିତା ଗୁପ୍ତା ଏହାକୁ ଶୁଭାରମ୍ଭ କରିଥିଲେ। ଏଭଳି ଆପ୍‌ ଆଣିବାରେ ନାଇନ ଦେଶର ପ୍ରଥମ କମ୍ପାନୀ ।

ଆଜି ପାଳନ ହେଉଛି ଉଜ୍ଜ୍ୱଳା ସ୍ବାଭିମାନ ଦିବସ

ଆଜି ପାଳନ ହେଉଛି ଉଜ୍ଜ୍ୱଳା ସ୍ବାଭିମାନ ଦିବସ

ରାଜ୍ୟର ୩୦ ସ୍ଥାନରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ଗୁରୁବାର ଉଜ୍ଜ୍ୱଳା ସ୍ବାଭିମାନ ଦିବସ ପାଳନ କରାଯାଉଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲୀରୁ ଭିଡ଼ିଓ କନଫରେନ୍ସି ଯୋଗେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। 

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର: ଶସ୍ତା ହେବ ଔଷଧ

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର: ଶସ୍ତା ହେବ ଔଷଧ

ନୂଆଦିଲ୍ଲୀ, ୨୩।୧: ମାରାତ୍ମକ କ୍ୟାନସର ରୋଗ ସମେତ ୫୦ଟି ଜୀବନରକ୍ଷାରୀ ଔଷଧ ଶସ୍ତା ହେବ। ଖାଉଟି ଓ ପାଇକାରି ବ୍ୟବସାୟୀ ଅଳ୍ପ ଲାଭରେ ଏହି ସବୁ ଔଷଧ ବିକ୍ରି କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଆୟକର ରିଟର୍ନ ;୨୧ ଦିନ ମିଲିଲା ଦାଖଲ ସମୟ

ଆୟକର ରିଟର୍ନ ;୨୧ ଦିନ ମିଲିଲା ଦାଖଲ ସମୟ

ନୂଆଦିଲ୍ଲୀ,୨୩-୧: ଉଚ୍ଚ ମୂଲ୍ୟର ନେଣଦେଣ କରିଛନ୍ତି, ଅଥଚ ୨୦୧୮-୧୯ ଲାଗି ଆୟକର ରିଟର୍ନ ଦାଖଲ କରି ନଥିଲେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) ଏହା ଦାଖଲ ଲାଗି ଆହୁରି ୨୧ ଦିନ ସମୟ ଦେଇଛି।