ଜୀବନଚର୍ଯ୍ୟା |

ଅନିଦ୍ରା ସମସ୍ୟାକୁ ଦୂର କରେ ଯୋଗନିଦ୍ରା...

ଅନିଦ୍ରା ସମସ୍ୟାକୁ ଦୂର କରେ ଯୋଗନିଦ୍ରା...

ଅନେକଙ୍କୁ ରାତିରେ ନିଦ ନ ହେବା ଅତି ସାଧାରଣ କଥା ହୋଇଯାଇଛି। ସେଥିପାଇଁ କେହି କେହି ରାତିରେ ନିଦ ବଟିକା ଖାଉଥିବାବେଳେ ଅନ୍ୟ କେହି ନିଦ ଆସିବାର ନାନା ଉପାୟ ଅବଲମ୍ବନ କରିଥାନ୍ତି। ତେବେ ଯୋଗାସନରେ ରହିଛି ଏହାର ସମାଧାନ । ପ୍ରତିଦିନ ସକାଳୁ ଯୋଗନିଦ୍ରା କଲେ ରାତିରେ ଭଲ ନିଦ ହୋଇଥାଏ ବୋଲି କାର୍ଲି ଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଗବେଷକ ସୂଚିତ କରିଛନ୍ତି। ଏନେଇ ଦୀର୍ଘଦିନ ଧରି ଗବେଷଣା କରିବା ପରେ ନିକଟରେ ଏହାର ରିପୋର୍ଟ ଉପସ୍ଥାପନ କରିଛନ୍ତି। ଯୋଗନିଦ୍ରାର ଅର୍ଥ ହେଉଛି ଆଧ୍ୟାତ୍ମିକ ନିଦ୍ରା। ଏଥିରେ ଜଣେ ଚାହିଁ ରହି ମଧ୍ୟ ଶୋଇଥାଏ। ଶୋଇ ଚାହିଁ ରହିବା ସ୍ଥିତିକୁ ଯୋଗନିଦ୍ରା କୁହନ୍ତି। ଏହି ଆସନ ଶରୀରକୁ ସମ୍ପୂର୍ଣ୍ଣ ବିଶ୍ରାମ ଦେଇଥାଏ। ଏହି ଆସନ ଲାଗି ଢିଲା କପଡା ପିନ୍ଧି ତଳେ ଶୋଇ ଦୁଇ ପାଦକୁ ପରସ୍ପର ଠାରୁ ୨ ଫୁଟ ଓ ହାତକୁ ଅଣ୍ଟା ଠାରୁ ୬ ଇଞ୍ଚ ଦୂରରେ ରଖି ଆଖି ବନ୍ଦ କରବାକୁ ପଡ଼ିଥାଏ। ମନ ଭିତରେ ସ୍ଥିରତା ଆଣିବା ସହିତ ଭଲଭାବରେ ନିଶ୍ୱାସ ନେବାକୁ ହୁଏ। ଏଭଳି କିଛି ସମୟ ଶୋଇ ରହିଲେ ମନ ଶାନ୍ତ ହେବା ସହିତ ଶରୀରରେ ସମସ୍ତ କୋଷିକା ବିଶ୍ରାମ ପାଇଥାନ୍ତି। ପ୍ରତିଦିନ ୧୦ରୁ ୪୫ ମିନିଟ ପର୍ଯ୍ୟନ୍ତ ଯୋଗନିଦ୍ରା କଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ ବୋଲି ଗବେଷକ କହିଛନ୍ତି।


All Right Reserved By

ଜୀବନଚର୍ଯ୍ୟା |

ଶରୀରକୁ ଫିଟ୍‌ ରଖିବା ପାଇଁ କରନ୍ତୁ ଏହି ଯୋଗ...

ଶରୀରକୁ ଫିଟ୍‌ ରଖିବା ପାଇଁ କରନ୍ତୁ ଏହି ଯୋଗ...

ଶରୀରକୁ ଫିଟ୍‌ ରଖିବାକୁ ସଭିଏଁ ଚାହାନ୍ତି। ଯୋଗ ଦ୍ୱାରା ଏହା କରାଯାଇପାରେ। ତେବେ ଅଷ୍ଟାଙ୍ଗ ଯୋଗ କଲେ ଶରୀର ନିରୋଗ ଓ ଫିଟ୍‌ ରହିଥାଏ। 

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଶୁଅନ୍ତୁ ଏତିକି  ସମୟ...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଶୁଅନ୍ତୁ ଏତିକି ସମୟ...

ଯଦି ରାତିରେ ନିଦ ଆସିବାକୁ କଷ୍ଟ ହେଉଛି କିମ୍ବା ବିଳମ୍ବ ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। କରାଯାଇଥିବା ଏକ ଗବେଷଣାରୁ ଗବେଷକ ଜାଣିପାରିଛନ୍ତି ଯେ, ନିଦ ହେଉ ନ ଥିଲେ ମଧୁମେହ, ମେଦବହୁଳତା ପରି ସମସ୍ୟା ଅତି ଶୀଘ୍ର ଦେଖାଦେଇଥାଏ। 

ଯକୃତରୁ ନିସୃତ ‘ ଟିଏସ୍‌କେ’ ହର୍ମୋନ ବଢ଼ାଏ ମେଦବହୁଳତା

ଯକୃତରୁ ନିସୃତ ‘ ଟିଏସ୍‌କେ’ ହର୍ମୋନ ବଢ଼ାଏ ମେଦବହୁଳତା

ମେଦ ବହୁଳତା ଏପରି ଏକ ସମସ୍ୟା ଯାହା ବର୍ତ୍ତମାନ ସମୟରେ ବିଶ୍ୱର ଅଧିକାଂଶ ଲୋକଙ୍କୁ ଚିନ୍ତାରେ ପକାଉଛି। ଏହାକୁ ନେଇ ମଧ୍ୟ ଚିନ୍ତାରେ ଯୁବପିଢ଼ୀ। ଏଥିରେ କବଳିତ ଲୋକେ ଏକ୍ସରସାଇଜ ଅବା ଡାଇଟିଂ କରୁଥିଲେ ମଧ୍ୟ ସେମାନଙ୍କର ଓଜନ କମ୍‌ ହୋଇ ନ ଥାଏ। ତେବେ ଅଧିକ ପ୍ରଚେଷ୍ଟା ପରେ ମଧ୍ୟ ଯଦି ଓଜନ୍‌ କମ୍‌ ହେଉନାହିଁ  ତେବେ ଚିନ୍ତା କରନ୍ତୁ ନାହିଁ। କାରଣ ଶରୀରରେ ମେଦବହୁଳତା ସୃଷ୍ଟି କରୁଥିବା ତଥା ମୋଟାପଣ କମ୍‌ କରିବାକୁ ଦେଉ ନ ଥିବା ହରମୋନ୍‌ ବିଷୟରେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି।

ଜାମୁକୋଳି ଆଣେ ତ୍ୱଚାରେ ଚମକ...

ଜାମୁକୋଳି ଆଣେ ତ୍ୱଚାରେ ଚମକ...

ସ୍ବାଦରେ ଜାମୁକୋଳି ଖଟାମିଠା। ହେଲେ ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗୀ। ମଧୁମେହ ରୋଗୀଙ୍କ ଲାଗି ଏହା ମହୌଷଧୀ ସଦୃଶ କାମ କରେ। ମଧୁମେହ ରୋଗୀ ପ୍ରତିଦିନ ଜାମୁ କୋଳି ଖାଇବା ଦ୍ୱାରା ରୋଗ ନିୟନ୍ତ୍ରଣରେ ରହିଥାଏ।

ସକାଳେ କପେ ରେଡ୍‌ ଟି ରଖେ ମେଦବହୁଳତାରୁ ଦୂରେଇ...

ସକାଳେ କପେ ରେଡ୍‌ ଟି ରଖେ ମେଦବହୁଳତାରୁ ଦୂରେଇ...

ସକାଳେ ରେଡ୍‌ ପିଇଲେ ଅନେକ ଉପକାର ମିଳିଥାଏ। ରେଡ୍‌ ଟିରେ ଲୌହ, ପୋଟାସିୟମ୍‌, ଜିଙ୍କ୍‌, ମାଙ୍ଗାନିଜ୍‌, କପର, କ୍ୟାଲସିୟମ୍‌, ସୋଡ଼ିୟମ୍‌, ମ୍ୟାଗ୍ନେସିୟମ୍‌, ଫ୍ଲୋରାଇଡ୍‌, କ୍ୟୁରସେଟିନ୍‌ ଆଦି ତତ୍ତ୍ୱ ରହିଥାଏ।

ଅବସାଦଠୁ ଦୂରେଇ ରହବାକୁ ଚାହୁଁଛନ୍ତି କି, ସାଇକେଲ ଚଲାନ୍ତୁ

ଅବସାଦଠୁ ଦୂରେଇ ରହବାକୁ ଚାହୁଁଛନ୍ତି କି, ସାଇକେଲ ଚଲାନ୍ତୁ

ବ୍ୟାୟାମ୍‌ର ସବୁଠୁ ସହଜ ଏବଂ ସରଳ ଉପାୟ ହେଉଛି ସାଇକେଲିଂ। ଏହା ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଏହା ଆପଣଙ୍କୁ ଫିଟ୍‌ ରଖିଥାଏ।

ଫିଟ୍‌ ରଖେ ଯୋଗାସନ

ଫିଟ୍‌ ରଖେ ଯୋଗାସନ

ଦୈନିକ ଯୋଗାସନ କରିବା ମହିଳାଙ୍କ ଲାଗି ବେଶ୍‌ ଲାଭପ୍ରଦ। ଏହା ଶରୀରକୁ ଫିଟ୍‌ ଏବଂ ରୋଗମୁକ୍ତ ରଖିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ଏହାର ବିଭିନ୍ନ ଉପକାରିତା ସମ୍ପର୍କରେ...


ଶୀତରେ ବି  ରହିବ ଗ୍ଲୋ

ଶୀତରେ ବି ରହିବ ଗ୍ଲୋ

ଶୀତଦିନେ ଅଧିକାଂଶ ଗାଧୋଇବା ଲାଗି ଗରମ ପାଣି ବ୍ୟବହାର କରିଥାନ୍ତି। ଯଦିଓ ଏହା ଆରାମଦାୟକ, ହେଲେ ଏଥି ଯୋଗୁ ତ୍ୱଚା ଡ୍ରାଏ ହେବା, ଫାଟିବା ଏବଂ କଳା ପଡିବା ସମସ୍ୟା ଦେଖା ଦେଇଥାଏ। ତେଣୁ କେଉଁ ଉପାୟ ଆପଣାଇଲେ ଆପଣ ଗରମ ପାଣିରେ ଗାଧେଇବାର ସୁବିଧା ନେବା ସହ ପୂର୍ବ ପରି ତ୍ୱଚାର ଗ୍ଲୋ ରକ୍ଷା କରିପାରିବେ, ଜାଣି ରଖନ୍ତୁ ସେ ସମ୍ପର୍କରେ...

ଡାଇବେଟିସ୍‌ରୁ ଏହା ବି ରଖେ ଦୂରେଇ...

ଡାଇବେଟିସ୍‌ରୁ ଏହା ବି ରଖେ ଦୂରେଇ...

ରସୁଣରେ ଥିବା ଔଷଧୀୟ ଗୁଣ ଆମ ଶରୀରରୁ ବହୁ ରୋଗ ଦୂର କରିଦିଏ। ପ୍ରତିଦିନ  ଦୁଇକୋଲା ରସୁଣ ଖାଇଲେ ମିଳିଥାଏ ଅନେକ ସୁଫଳ।

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳୁ ପିଅନ୍ତୁ ଗ୍ଲାସେ ବାସି ପାଣି...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳୁ ପିଅନ୍ତୁ ଗ୍ଲାସେ ବାସି ପାଣି...

ସକାଳେ ଶଯ୍ୟାତ୍ୟାଗ ପରେ ଏକ ଗ୍ଲାସ୍‌ ବାସି ପାଣି ପିଇଲେ ହୋଇଥାଏ ଅନେକ ଉପକାର। ଏହାକୁ କୁହାଯାଏ ଉଷାପାନ । 

ଧୂମପାନ ପରିତ୍ୟାଗ  କରିବାର ନୂଆ ଉପାୟ

ଧୂମପାନ ପରିତ୍ୟାଗ କରିବାର ନୂଆ ଉପାୟ

ଧୂମପାନ ଏପରି ଏକ ଅଭ୍ୟାସ ଯାହା ପରୋକ୍ଷରେ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ। ତଥାପି ଅନେକେ ଏହାକୁ ଦୈନନ୍ଦିନ ଜୀବନର ଏକ ଅଭ୍ୟାସ ଭାବେ ଭାବି ନିଅନ୍ତି ଏବଂ ଏହି ସାଇଲେଣ୍ଟ କିଲରକୁ ଆପଣାର କରିନିଅନ୍ତି।

ଅଲ୍‌ରାଉଣ୍ଡର ସ୍ପେଶଶିପ୍‌

ଅଲ୍‌ରାଉଣ୍ଡର ସ୍ପେଶଶିପ୍‌

ମହାକାଶ ହେଉ ଅବା ପୃଥିବୀ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ବିଭିନ୍ନ ଦେଶର ମହାକାଶ ବିଜ୍ଞାନୀ ଗବେଷଣା ଜାରି ରଖିଛନ୍ତି। ନିକଟରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ର ବୈଜ୍ଞାନିକମାନେ ଏକ ଅତ୍ୟାଧୁନିକ ସ୍ପେଶଶିପ୍‌ ପ୍ରସ୍ତୁତ କରିଛନ୍ତି।