ସମ୍ପାଦକୀୟ |

ଭିଗନ୍‌ ବ୍ୟବସାୟ

ଭିଗନ୍‌ ବ୍ୟବସାୟ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭିଗନ୍‌ ବା ଶୁଦ୍ଧ ନିରାମିଷାଶୀମାନେ ମାଛ, ମାଂସ, କ୍ଷୀର, କ୍ଷୀରଜାତ ଦ୍ରବ୍ୟ, ଅଣ୍ଡା, ମହୁ ଇତ୍ୟାଦି କୌଣସି ପ୍ରକାର ପ୍ରାଣିଜ ଦ୍ରବ୍ୟ ଆହାର କରନ୍ତି ନାହିଁ। ସେମାନେ ପଶୁଲୋମ, ଚମଡ଼ା ଓ ଉଲ୍‌ରୁ ତିଆରି ଜିନିଷ ମଧ୍ୟ ବ୍ୟବହାର କରନ୍ତି ନାହିଁ। ଏପରି କି ଯେଉଁ ବଡି କେୟାର ଓ ପ୍ରସାଧନ ସାମଗ୍ରୀ ଆଦି ଉତ୍ପାଦନ ପୂର୍ବରୁ ପ୍ରାଣୀଙ୍କ ଉପରେ ପରୀକ୍ଷା କରାଯାଇଥାଏ କିମ୍ବା ଯେଉଁ ସାମଗ୍ରୀରେ ସାମାନ୍ୟତମ ପ୍ରାଣିଜ ଉପାଦାନ ଥାଏ, ସେମାନେ ତାକୁ ବ୍ୟବହାର କରନ୍ତି ନାହିଁ। 

ସ୍ବିଡେନ୍‌ର ରାଷ୍ଟ୍ରଦୂତ ମୋତେ ଥରେ କହିଲେ ଯେ, ଷ୍ଟକ୍‌ହୋମ୍‌ରେ ଥିବା ତାଙ୍କ ଘରେ ସେ ଯେତେବେଳେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଡିନର ପାର୍ଟି ଦିଅନ୍ତି, ସେତେବେଳେ ସେ ସ୍ବାଭାବିକ ଭାବେ ମାଂସଭୋଜୀ ଅତିଥି ପାଇଥାନ୍ତି। ମାତ୍ର ସେ ଯେତେବେଳେ ୪୦ ବର୍ଷରୁ କମ୍‌ ବୟସ୍କ ଲୋକଙ୍କୁ ଡିନର ପାର୍ଟି ଦିଅନ୍ତି, ସେତେବେଳେ ସେ ପ୍ରାୟ ପ୍ରତି ଛଅ ଜଣରେ ଦୁଇ ଜଣ ନିରାମିଷାଶୀ ବା ଶୁଦ୍ଧ ନିରାମିଷାଶୀ ପାଇଥାନ୍ତି। ଅର୍ଥାତ୍‌ ଯୁବବର୍ଗ ଭିତରେ ନିରାମିଷ ଓ ଶୁଦ୍ଧ ନିରାମିଷ ପ୍ରତି ଆଗ୍ରହ ବଢ଼ୁଛି। 

ମୋ ମନ୍ତ୍ରଣାଳୟ ଏଇ ନିକଟରେ ଚତୁର୍ଥ ଜାତୀୟ ଜୈବ ମେଳା ଉଦ୍‌ଯାପନ କରିଛି। ଏଥିରେ ୪୫୦ଟା ଷ୍ଟଲ୍‌ ପଡ଼ିଥିଲା। ପ୍ରତିଦିନ ଅନେକ ହଜାର ଦର୍ଶକ ଆସୁଥିଲେ। ଏଥର ଆମେ ଭିଗନ୍‌ ବିଭାଗ ଓ ଭିଗନ୍‌ ଖାଦ୍ୟ ବିପଣିର ଆୟୋଜନ କରିଥିଲୁ। ତାହା ଖୁବ୍‌ ଭଲ ଚାଲିଲା। ବିଶେଷତଃ ଭିଗନ୍‌ ପିଜା ସମସ୍ତଙ୍କୁ ଆକର୍ଷିତ କରିଥିଲା, ଯାହା କାଜୁବାଦାମରୁ ପ୍ରସ୍ତୁତ ଛେନାରେ ତିଆରି ହୋଇଥିଲା। ମୁଁ ମୋ ଅଫିସ୍‌ ଷ୍ଟାଫ୍‌ଙ୍କୁ ନିମନ୍ତ୍ରଣ କରିଥିଲି। ସେମାନେ ଏହାକୁ ଖୁବ୍‌ ପସନ୍ଦ କଲେ। ମୋ ଜାଣିବାରେ କେହି ଜଣେ ଅନ୍‌ଲାଇନ୍‌ ଭିଗନ୍‌ ଶପିଂ ମଲ୍‌ ଖୋଲିଛନ୍ତି ଏବଂ ଏଥିରେ ଅଦ୍ୟାବଧି ୮୦୦ ପ୍ରକାର ଆଇଟମ୍‌ ଅଛି। ସେ ମୋତେ କହିଲେ ଯେ ତାଙ୍କ ଷ୍ଟାର୍ଟଅପ୍‌ରେ ପୁଞ୍ଜିନିବେଶ କରିବା ପାଇଁ ବହୁ ଅଫର ମିଳୁଛି। କିନ୍ତୁ ତାଙ୍କର ଗୋଟିଏ ସମସ୍ୟା ହେଲା, ବେପାରକୁ ବଢ଼ାଇବା ପାଇଁ ତାଙ୍କୁ ଭଲ ଦକ୍ଷ କର୍ମଚାରୀ ମିଳୁନାହାନ୍ତି। 

ଯେହେତୁ ଦିନକୁ ଦିନ ସ୍ବାସ୍ଥ୍ୟରକ୍ଷା ପାଇଁ ଅଧିକରୁ ଅଧିକ ଲୋକ ଭିଗନ୍‌ ଓ ନିରାମିଷାଶୀ ହେବାରେ ଲାଗିଛନ୍ତି, ତେଣୁ ଏହାକୁ ନେଇ ବ୍ୟବସାୟ କରାଯାଇପାରେ। ମୁଁ ଅଳ୍ପଦିନ ତଳେ ନାଗପୁରରେ ଦୁଇଜଣ ଯୁବ ଉଦ୍ୟୋଗୀଙ୍କୁ ଭେଟିଥିଲି, ଯେଉଁମାନେ ବାଦାମରୁ ସୁନ୍ଦର ସ୍ବାଦିଷ୍ଠ କ୍ଷୀର ପ୍ରସ୍ତୁତ କରୁଛନ୍ତି। କିନ୍ତୁ ସେମାନେ ଏପରି ଲୋକ ଖୋଜୁଛନ୍ତି ଯେଉଁମାନେ ବଜାରରେ ଏହାର ବିକ୍ରିବଟା କରିବା ପାଇଁ ସାହାଯ୍ୟ କରିପାରିବେ। 

ସାରା ପୃଥିବୀରେ ଏବେ ଭିଗନ୍‌ ବ୍ୟବସାୟ ଆରମ୍ଭ ହୋଇଗଲାଣି। ଲିଣ୍ଡା ମ୍ୟାକ୍‌କାଟ୍‌ନୀ ବିଶ୍ୱର ଜଣେ ପ୍ରମୁଖ ଡିଜାଇନର, ଯିଏ କି କେବଳ ଭିଗନ୍‌ ପୋଷାକ ହିଁ ତିଆରି କରନ୍ତି। ସେହିପରି ଗୁଡ଼ଗାଓଁର ସୋନାଲ ଏକ ଆଇସ୍‌କ୍ରିମ୍‌ କାରଖାନା ପ୍ରତିଷ୍ଠା କରିଛନ୍ତି, ଯେଉଁଥିରେ ସେ କ୍ଷୀର ବ୍ୟବହାର କରନ୍ତି ନାହିଁ। 

କିଛିବର୍ଷ ପାଇଁ ମୁଁ ଏକ ଇଂଲିଶ ମାସିକ ପତ୍ରିକାର ବୋର୍ଡରେ ଥିଲି। ଏହି ପତ୍ରିକାର ନାମ ହେଉଛି ଭିଗନ୍‌। ଏହା ଏକ ସୁନ୍ଦର ପତ୍ରିକା। ଏଥିରେ ମାଂସାଶୀରୁ ଭିଗନ୍‌ ହୋଇଥିବା ଷ୍ଟାରମାନଙ୍କ ସାକ୍ଷାତ୍‌କାର ପ୍ରକାଶ ପାଏ। ତା’ଛଡ଼ା ଇଂଲଣ୍ଡରେ ପ୍ରତିଦିନ ଘଟୁଥିବା ଭିଗନ୍‌ ଇଭେଣ୍ଟଗୁଡ଼ିକର ବିବରଣୀ, ଭିଗନ୍‌ ଖାଦ୍ୟ ରନ୍ଧନ ପ୍ରଣାଳୀ ଏବଂ ଭିଗନ୍‌ କମ୍ପାନୀଗୁଡ଼ିକର ବିଜ୍ଞାପନ ପ୍ରକାଶ ପାଏ। ଏହା ୨୫ ବର୍ଷର ଏକ ପୁରୁଣା ପତ୍ରିକା, ଯାହା ଏବେ ବି ଲାଭରେ ଚାଲୁଛି। 

ମାଇକେଲ ଓଫେଇ ଦ ମିନିମାଲିଷ୍ଟ ଭିଗନ୍‌ ନାମକ ଏକ ସାଇଟ୍‌ରେ ୩୮ଟି ବ୍ୟବସାୟିକ ଚିନ୍ତାଧାରା ସନ୍ନିବେଶିତ କରିଛନ୍ତି। ସେ ବିଶ୍ୱାସ କରନ୍ତି, ଏହାଦ୍ୱାରା ଉପଭୋକ୍ତାମାନେ ମାଂସାହାର ଛାଡ଼ି ନୈତିକ ଜୀବନ ଆଡ଼କୁ ଢଳିବେ। ମୁଁ ମଧ୍ୟ ବିଶ୍ୱାସ କରୁଛି ଯେ, ଯଦି ବିକଳ୍ପ ଉପଲବ୍ଧ ଥାଏ, ତେବେ ଲୋକମାନେ ନିଶ୍ଚୟ ନୈତିକ ଜୀବନ ଆଡ଼କୁ ଆକର୍ଷିତ ହେବେ। ଉଦାହରଣସ୍ବରୂପ ଯଦି ସ୍ବାଦିଷ୍ଠ ଭିଗନ୍‌ ମିଠା ଓ ଆଇସ୍‌କ୍ରିମ୍‌ ମିଳେ, ତେବେ ଲୋକମାନେ ଆଉ କ୍ଷୀର ବା କ୍ଷୀରଜାତ ସାମଗ୍ରୀରେ ତିଆରି ମିଠା ଓ ଆଇସ୍‌କ୍ରିମ୍‌କୁ ପସନ୍ଦ କରିବେ ନାହିଁ। ଯେତେବେଳେ ଭିଗନ୍‌ ଉତ୍ପାଦଗୁଡ଼ିକର ଚାହିଦା ବଢ଼ିବ, ସେତେବେଳେ ଯୋଗାଣକୁ ନେଇ ସମସ୍ୟା ଉପୁଜିବ। ତେଣୁ ଆମକୁ ଯୋଗାଣ ବୃଦ୍ଧି କରିବାକୁ ଉଦ୍ୟମ କରିବାକୁ ପଡ଼ିବ। ଏ ସମ୍ପର୍କରେ ଓଫେଇଙ୍କର କିଛି ଚିନ୍ତାଧାରା ଏଠାରେ ଉଲ୍ଲେଖଯୋଗ୍ୟ।

ଖାଦ୍ୟ ଓ ପାନୀୟ: ଭିଗନ୍‌ ଖାଦ୍ୟ ଓ ପାନୀୟ ପାଇଁ ଭିଗନ୍‌ ରେଷ୍ଟୁରାଣ୍ଟ ଓ କାଫେ ପ୍ରତିଷ୍ଠା ହେବା ଦରକାର। ଭିଗନ୍‌ ପିଜା ଆଦିର ହୋମ୍‌ ଡେଲିଭରି ବ୍ୟବସ୍ଥା ରହିବା ଉଚିତ। ଆଇସ୍‌କ୍ରିମ୍‌ ବାରଗୁଡ଼ିକରେ ଡାଇରିମୁକ୍ତ ଆଇସ୍‌କ୍ରିମ୍‌ ଉପଲବ୍ଧ ହେବା ଦରକାର। ବାଦାମ ପ୍ରଭୃତିରୁ ତିଆରି ହୋଇଥିବା ଛେନା ଉପଲବ୍ଧ ଥିବା ଦରକାର। ସେହିପରି ଭିଗନ୍‌ ବର୍ଗର ଉପଲବ୍ଧ ଥିଲେ, ଲୋକେ ଆଉ ଗୋରୁ ଓ ଘୁଷୁରି ମାଂସର ବର୍ଗର ପ୍ରତି ମନ ବଳାଇବେ ନାହିଁ। ଭିଗନ୍‌ ବେକରିର ମଧ୍ୟ ବ୍ୟବସ୍ଥା ହେବା ଦରକାର। କ୍ୱଚିତ୍‌ ଲୋକ ଜାଣନ୍ତି ଯେ, ପାଉଁରୁଟିରେ ଅଣ୍ଡା ଓ କ୍ଷୀର ଦିଆଯାଏ, ଏପରି କି ବେଳେବେଳେ ମାଂସ ବି। 

ସେବା: ଭିଗନ୍‌-ଅନୁକୂଳ ଛୋଟ ବ୍ୟବସାୟ ପାଇଁ ସେବା ଯୋଗାଇଦେବା ଲାଗି ଫ୍ରିଲାନ୍ସ ଇଲଷ୍ଟ୍ରେଟର ରହିବା ଦରକାର। ଅନ୍‌ଲାଇନ୍‌ ଭିଗନ୍‌ ଉଦ୍ୟୋଗପତିଙ୍କ ପାଇଁ କମ୍ପାନୀ ଆକାଉଣ୍ଟାଣ୍ଟ ବା ବୁକ୍‌-କିପର ରହିବା ନିହାତି ଜରୁରୀ। ଭିଗନ୍‌ ବ୍ୟବସାୟ ପାଇଁ ଜଣେ ସାମାଜିକ ଗଣମାଧ୍ୟମ ପରିଚାଳକଙ୍କ ଆବଶ୍ୟକତା ରହିଛି। ଭିଗନ୍‌ ଉଦ୍ୟୋଗପତିଙ୍କର ପ୍ରୋଫାଇଲ ତିଆରି କରିବା ପାଇଁ କପିରାଇଟିଂ ସେବା ଯୋଗାଇଦେବା ନିମନ୍ତେ ଅଫର ଦିଆଯିବା ଦରକାର। ଅନ୍‌ଲାଇନ୍‌ ପାଠ୍ୟକ୍ରମମାଳା ରହିବା ଆବଶ୍ୟକ, ଯାହା ଲୋକଙ୍କୁ ବିଭିନ୍ନ ପ୍ରକାର ସ୍ବାଦିଷ୍ଠ ଶୁଦ୍ଧ ନିରାମିଷ ଖାଦ୍ୟ ରନ୍ଧନ କୌଶଳ ଶିଖାଇବ। ଆପଣ ଭିଗନ୍‌ ପାର୍ଟିର ରୋଷେୟା ବନିପାରିବେ ଏବଂ ଭିଗନ୍‌ ରନ୍ଧନ କର୍ମଶାଳାର ଆୟୋଜନ କରିପାରିବେ। ଏକ ଡେଟିଂ ଆପ୍‌ର ମଧ୍ୟ ବିକାଶ କରାଯାଇପାରେ, ଯାହା ଭିଗନ୍‌ ଯୋଡ଼ିମାନଙ୍କ ମଧ୍ୟରେ ସମ୍ବନ୍ଧ ସ୍ଥାପନ କରିପାରିବ। ଭିଗନ୍‌ ଓ ନୈତିକ ବେପାରୀଙ୍କ ସହ ଭିଗନ୍‌ ଗ୍ରାହକଙ୍କ ସମ୍ବନ୍ଧ ଯୋଡ଼ିବା ପାଇଁ ଏକ ମୋବାଇଲ୍‌ ଆପ୍‌ର ବିକାଶ କରାଯାଇପାରେ। 

ଫ୍ୟାଶନ୍‌: ଅନ୍‌ଲାଇନ୍‌ ଭିଗନ୍‌ ଜୋତା ଦୋକାନ ଖୋଲାଯାଇପାରେ। ଭିଗନ୍‌ ଜୈବ ବସ୍ତ୍ର ଯଥା ଚଡ଼ି, ଗଞ୍ଜି, ସ୍ବେଟର, ସକ୍ସ ଇତ୍ୟାଦିର ବେପାର କରାଯାଇପାରେ। ପୁରୁଷଙ୍କ ପାଇଁ ଭିଗନ୍‌ ସୁଟ୍‌ ଏବଂ ମହିଳାଙ୍କ ପାଇଁ ଭିଗନ୍‌ ମେକ୍‌ଅପ୍‌ ଲାଇନ୍‌ ବନାଯାଇପାରେ। ଏକ ପରିବେଶ-ଅନୁକୂଳ ଓ ରାସାୟନିକମୁକ୍ତ ଭିଗନ୍‌ ନେଲ୍‌ ପଲିଶ୍‌ କମ୍ପାନୀ ଆରମ୍ଭ କରାଯାଇପାରେ। 

ପୁଞ୍ଜିନିବେଶ: ବିଶେଷତଃ ନୈତିକ ବ୍ୟବସାୟ ପାଇଁ ଏକ ନିବେଶ ପାଣ୍ଠି ଆରମ୍ଭ କରାଯାଇପାରେ। ଭିଗନ୍‌ ବ୍ୟବସାୟ ପାଇଁ ଆପଣ ପୁଞ୍ଜିନିବେଶ କରିବାକୁ ଆଗଭର ହୋଇପାରନ୍ତି। 

ଏଠାରେ ଆଉ କିଛି ଚିନ୍ତାଧାରା ଉଲ୍ଲେଖ କରାଯାଉଛି। ଭିଗନ୍‌ ପ୍ରାଣୀ ଖାଦ୍ୟ, ଭିଗନ୍‌ ଓ୍ବାଇନ୍‌, ବଡି କେୟାର୍‌, ପ୍ରସାଧନ ସାମଗ୍ରୀ ଦୋକାନ ସହ ଗୋଟିଏ ବଡ଼ ଗ୍ରୋସରି ଷ୍ଟୋର୍‌ ଖୋଲାଯାଇପାରେ, ଯେଉଁଥିରେ ସବୁ ପ୍ରକାର ଭିଗନ୍‌ ସାମଗ୍ରୀ ଉପଲବ୍ଧ ହେଉଥିବ। ଗୋଟାଏ ବଡ଼ ଭିଗନ୍‌ ବ୍ୟବସାୟ ଆରମ୍ଭ କରିବା ଏକ କାମ, ଯାହା ଅନ୍ୟ ବହୁଲୋକଙ୍କୁ ଶୁଦ୍ଧ ନିରାମିଷାଶୀ ଜୀବନ ଜିଇଁବାରେ ସହାୟକ ହୋଇପାରିବ। ବହୁ ମାଂସାଶୀ ଲୋକ କହିବାର ମୁଁ ଶୁଣିଛି ଯେ ଯଦି ସହଜ ଓ ସୁବିଧାରେ ଭିଗନ୍‌ ସାମଗ୍ରୀ ମିଳିବ, ତେବେ ସେମାନେ ତାଙ୍କ ଜୀବନଶୈଳୀ ବଦଳାଇବାକୁ ପ୍ରସ୍ତୁତ ଅଛନ୍ତି। ତେଣୁ ଏକ ବଡ଼ ଭିଗନ୍‌ ବଜାର ବିକଶିତ କରାଇବା ଦରକାର। ଜର୍ଜ ବର୍ନାର୍ଡ ଶ କହିଥିଲେ- ”ପ୍ରାଣୀମାନେ ମୋର ବନ୍ଧୁ ଏବଂ ମୁଁ ମୋ ବନ୍ଧୁମାନଙ୍କୁ ମାରି ଖାଏ ନାହିଁ।“ 

ଏକ ଭିଗନ୍‌ ଷ୍ଟୋର୍‌ରେ କି କି ଜିନିଷ ରହିବା ଉଚିତ ନୁହେଁ: ବିଟି କଟନ୍‌ରେ ତିଆରି ହୋଇଥିବା ଟି-ଶାର୍ଟ (ସେମାନେ କହିବେ ଏହା ଅର୍ଗାନିକ୍‌ କଟନ୍‌), ଜେଲାଟିନ୍‌ ଥିବା ଭିଟାମିନ୍‌ ଓ ମିଠା, ପାମ୍‌ ତେଲ, ଧଳା ଚିନି (ଯାହାକୁ ଗୋରୁ ହାଡ଼ ବ୍ୟବହାର କରି ରିଫାଇନ୍‌ କରାଯାଉଛି), ବୋନ୍‌ ଚାଇନା ଯୁକ୍ତ ଚୀନା ବାସନ, ରାସାୟନିକ ରଙ୍ଗ (ଏହି ରଙ୍ଗ ଯୋଗୁ ରାଜସ୍ଥାନର ନଦୀଗୁଡ଼ିକ ନଷ୍ଟ ହୋଇଗଲାଣି) ଇତ୍ୟାଦି। ଭିଗନ୍‌ ଦୋକାନଟିଏ ଖୋଲିବାକୁ ଗଲେ ସବୁ ଜିନିଷ ତନ୍ନ ତନ୍ନ କରି ଦେଖିବା ଦରକାର। ଉଦାହରଣସ୍ବରୂପ ଆଜିକାଲି ଗୋଟିଏ ବି ବିସ୍କୁଟ ମିଳିବ ନାହିଁ, ଯେଉଁଥିରେ ପାମ୍‌ ତେଲ ନ ଥିବ।  

Email: gandhim@nic.in

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/କୃଷି ଆଗ

ସମ୍ପାଦକୀୟ/କୃଷି ଆଗ

ଆଜିର ସ୍ଥିତି ଦେଖିଲେ ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଦୌ ପୂରଣ କରିନାହାନ୍ତି। ଉଚ୍ଚାଙ୍ଗ ସ୍ବରରେ ‘ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ’ କଥା କହୁଥିଲେ ମଧ୍ୟ ତା’ର ଫଳ ଶୂନ ହୋଇଛି। ବିଶେଷକରି ସାମାଜିକ ଓ ଅର୍ଥନୈତିକ ଦିଗରୁ ତାଙ୍କ ଶାସନ ସମୟରେ ଦେଶର ଅଧିକ କ୍ଷତି ଘଟିଛି। ଅସହିଷ୍ଣୁତା, ମିଛିମିଛିକା ଦେଶପ୍ରେମ ଓ ବିଭାଜନ ରାଜନୀତି ସାମାଜିକ ବାତାବରଣକୁ ଘୋର ପ୍ରଭାବିତ କରିଛି। ଏକ ଉତ୍ତମ ଶାସନ ଜରିଆରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ତା’ର ସୁଫଳ ଲୋକେ ପାଇପାରିନାହାନ୍ତି। ଏହା ଜଣାଶୁଣା ଯେ, ମୋଦିଙ୍କ ଶାସନ ସମୟରେ କର୍ପୋରେଟ ପ୍ରୀତି ବଢ଼ିଛି..

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

ସହଦେବ ସାହୁ

ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା (ଏଫ୍‌ଏଓ) ସହିତ କାର୍ଯ୍ୟ କରୁଥିବା କ୍ଷୁଧା ଓ କୁପୁଷ୍ଟି ବିରୋଧୀ ଅନ୍ତର୍ଜାତୀୟ ସଂଗୋଷ୍ଠୀ (ଇଣ୍ଟରନ୍ୟାଶନାଲ ଆଲାଏନ୍ସ ଏଗେଁଷ୍ଟ ହଙ୍ଗର ଆଣ୍ଡ ମାଲନ୍ୟୁଟ୍ରିଶନ୍‌) କୃଷି କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶକୁ ପ୍ରଶଂସା କରିଛି। ୧୯୫୦-୫୧ରେ ଭାରତରେ ଖାଦ୍ୟଶସ୍ୟ ଉପତ୍ାଦନ ପରିମାଣ ୫ କୋଟି ଟନ୍‌ ଥିବାବେଳେ ୨୦୧୬-୧୭ରେ ୨୭ କୋଟି ୨୦ ଲକ୍ଷ ଟନ୍‌ ହୋଇଛି, ପ୍ରାୟ ୫ଗୁଣ। ଲୋକସଂଖ୍ୟା ବଢ଼ିଛି ୪ ଗୁଣ। ତେଣୁ ଖାଦ୍ୟ-ଅଭାବୀ ପରିସ୍ଥିତିକୁ ପଛରେ ପକାଇ ଭାରତ ଏକ ଖାଦ୍ୟ ରପ୍ତାନିକାରୀ ରାଷ୍ଟ୍ର ହୋଇଗଲାଣି। ତଥାପି ଭାରତରେ କ୍ଷୁଧା ଓ କୁପୁଷ୍ଟି କାରଣରୁ ଏକଚତୁର୍ଥାଂଶ ଲୋକ କାର୍ଯ୍ୟକ୍ଷମ ହୋଇପାରୁ ନାହା..

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ବ୍ରହ୍ମାନନ୍ଦ ପଣ୍ଡା

ଆଜିକାଲି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏଭଳି ଅଧୋଗତି ହୋଇଛି ଯେ, ପ୍ରାୟ ୬୦% ମାଧ୍ୟମିକ ଛାତ୍ରୀଛାତ୍ର ଦରଖାସ୍ତଟିଏ ଲେଖିବାକୁ ବା ସାଧାରଣ ହିସାବଟିଏ କରିବାକୁ ଅସମର୍ଥ। ଭାରତର ୭୫% ଯାନ୍ତ୍ରିକ ଓ କାରିଗରି ଶିକ୍ଷାପ୍ରାପ୍ତ ସ୍ନାତକ ଚାକିରି ପାଇବାକୁ ଅଯୋଗ୍ୟ ବୋଲି ନିକଟ ଅତୀତରେ ପ୍ରକାଶ ପାଇଥିବା ତଥ୍ୟ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖାଲି ସେତିକି ନୁହେଁ ଛାତ୍ରସମାଜର ଆଜି ନୈତିକ ସ୍ଖଳନ ଘଟିଛି। ଭାରତୀୟ ସଂସ୍କୃତିର ଅବକ୍ଷୟ ହେଉଛି। ମାନବିକ ମୂଲ୍ୟବୋଧ ଲୋପ ପାଉଛି। ଆଜିର ଶିକ୍ଷା ବ୍ୟୟବହୁଳ ଏବଂ ଚାକିରିସର୍ବସ୍ବ ହୋଇଛି। ଜ୍ଞାନ ଓ ଗବେଷଣା ଅର୍ଥସର୍ବସ୍ବ ହୋଇଛି। ସମାଜସେବା ପ୍ରଚାରସର୍ବସ୍ବ ହୋଇଛି। ଯଦି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ପିଅନ ..

ଏଇ ଭାରତରେ

ଏଇ ଭାରତରେ

କାହିଁ କେଉଁ ଆଦିମ କାଳରୁ କୁକୁର ହେଉଛି ମଣିଷର ସାଥୀ। ଏହି ପ୍ରାଣୀ ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ଭୃତ୍ୟ ଭାବରେ କାର୍ଯ୍ୟ କରେ। ଏପରି କି ମାଲିକର ଲୁଣ ଖାଇବାରୁ ତା’ର ଗୁଣ ଗାଏ। ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଦରକାର ପଡ଼ିଲେ ନିଜ ଜୀବନ ହାରିଦିଏ। ଏପରି ଏକ ଘଟଣା ଘଟିଛି ଜୟପୁରରେ। ରାଜସ୍ଥାନର ଜୟପୁରରେ ବାସ କରୁଥିବା ପୂର୍ବତନ ରଣଜୀ ଖେଳାଳି ସଞ୍ଜୀବ ଓହଲାନ୍‌ଙ୍କ ବାସଭବନରେ ନିଆଁ ଲାଗିଯାଇଥିଲା। ତଳ ମହଲାରେ ତାଙ୍କ ସ୍ତ୍ରୀ, ପୁଅ ଓ ଚାକରକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ନିଆଁ ଲାଗିବା ଯୋଗୁ ସଞ୍ଜୀବ..

ମୋଦି: ସବୁଥିରେ ଆଙ୍ଗୁଠି

ମୋଦି: ସବୁଥିରେ ଆଙ୍ଗୁଠି

ସ।ଧାରଣ ନିର୍ବାଚନ ଯେତେ ନିକଟତର ହେଉଛି, ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଲାଣି। ଜାନୁୟାରୀ ୧୯ରେ କୋଲକାତାରେ  ବିରୋଧୀଙ୍କ ରାଲିର କଳେବର ଦେଖିଲେ ମହାଗଠବନ୍ଧନ ଶକ୍ତିଶାଳୀ ହେଉଥିବା ମନେହେଉଛି। 

ସବୁଜ ପରିବହନ ବ୍ୟବସ୍ଥା

ସବୁଜ ପରିବହନ ବ୍ୟବସ୍ଥା

 ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଏକ ରିପୋର୍ଟରୁ ଜଣାଯାଏ ଯେ, ଭାରତରେ ଅଧିକାଂଶ ସହର ବାୟୁ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ। ଏପରି କି ପୃଥିବୀର ସବୁଠାରୁ ଅଧିକ ପନ୍ଦରଟି ସହର ମଧ୍ୟରେ ଭାରତର ଚଉଦଟି ସହର ଅଛି। ସବୁଠାରୁ ପ୍ରଦୂଷିତ ସହର ହେଉଛି କାନପୁର। 

ବାସିପାଣିରେ ପଚରା

ବାସିପାଣିରେ ପଚରା

ହଇରେ ମୋତେ କ’ଣ ଆଉ ବାସିପାଣିରେ ପଚାରୁନୁ? ଚିହ୍ନା ଲୋକଟିଏ, ଆପଣାର ମଣିଷଟିଏ ଆମକୁ ପୂର୍ବାପେକ୍ଷା ହତାଦର କରିବାର ଅନୁଭବ କଲେ ଆମେ ଏ ରୂଢିଟିର ପ୍ରୟୋଗ କରିଥାଉ! ଏଠାରେ ବାସିପାଣିକୁ ନିକୃଷ୍ଟ ଅର୍ଥରେ ବ୍ୟବହାର କରାଯାଇଛି। ନଚେତ୍‌ ଆମେ କହୁଥାନ୍ତେ- ହଇରେ ମୋତେ କ’ଣ ଆଉ ସଜପାଣିରେ ପଚାରୁନୁ? ନଚେତ୍‌ କହିଥାନ୍ତେ- କିରେ ମୋତେ କ’ଣ ଆଉ ମଦପାଣିରେ ପଚାରୁନୁ? ମାନେ ବାସିପାଣିଟି ପଚାରିବା ବା ବନ୍ଧୁ ଚର୍ଚ୍ଚା କରିବା ଯୋଗ୍ୟ ନୁହେଁ।

ଏଇ ଭାରତରେ

ଏଇ ଭାରତରେ

ଭଲ ପାଇବାର ହୃଦୟଟିଏ ଥିଲେ କେତେକ ପୁରୁଷ ଓ ମହିଳା ଅତିକ୍ରାନ୍ତ ବୟସରେ ବି ଭଲପାଇ ବସନ୍ତି। ତେବେ ଭଲ ପାଇବା ପାଇଁ ଜଣେ ବିବାହିତା ମହିଳା ଏକ ଅଭିନବ ପନ୍ଥା ଆପଣାଇଥିଲେ। 

ଡ୍ୟାନ୍ସ ବାର୍‌ ସଂସ୍କୃତି

ଡ୍ୟାନ୍ସ ବାର୍‌ ସଂସ୍କୃତି

ଆକାର ପଟେଲ

ଡ୍ୟାନ୍ସ ବାର୍‌ ସଂସ୍କୃତି ମୁମ୍ବାଇରୁ, ବିଶେଷତଃ କେନ୍ଦ୍ରୀୟ ମୁମ୍ବାଇ ଅଞ୍ଚଳରୁ ଆରମ୍ଭ ହୋଇଥିଲା। ଏହି ପରମ୍ପରା ସହ ସମ୍ଭବତଃ ଲାଓ୍ବଣୀର ସମ୍ପର୍କ ଅଛି। ଢୋଲକୀ ବାଜାର ତାଳେ ତାଳେ ନାଚ-ଗୀତକୁ ଲାଓ୍ବଣୀ କହନ୍ତି, ଯାହା ହେଉଛି ମହାରାଷ୍ଟ୍ରର ଏକ ପ୍ରାଚୀନ ଲୋକନୃତ୍ୟ। ପୁରୁଷମାନଙ୍କର ଛୋଟ ଛୋଟ ଦଳ ଏବଂ ବେଳେବେଳେ ସେମାନଙ୍କ ପରିବାର ଟେବୁଲରେ ବସି ଏକ ଖୋଲା ସ୍ଥାନ ଆଡ଼କୁ ଚାହିଁଥାନ୍ତି, ଯେଉଁଠି ଅଧ ଡଜନ ମହିଳା ହିନ୍ଦୀ ଗୀତର ତାଳେ ତାଳେ ନୃତ୍ୟ କରୁଥାନ୍ତି। ନୃତ୍ୟାଙ୍ଗନାମାନେ ସମ୍ପୂର୍ଣ୍ଣ ଦେହକୁ ଆବୃତ କଲାଭଳି ବସ୍ତ୍ର ପନ୍ଧିଥାନ୍ତି। ପରିଚାରିକାମାନେ ଦର୍ଶକମାନଙ୍କ ଟେବୁଲ ଉପରେ ମଦ ପରଷନ୍ତି। ଏଠାରେ ଏପରି କି ମୃଦୁ ପାନୀୟ ପାଇଁ ମଧ୍ୟ ବିୟର ଭଳି ମୂଲ୍ୟ ନିଆଯାଏ। କିଛି ପୁ..

ଅସତ୍ୟ ସହରର ରାତି

ଅସତ୍ୟ ସହରର ରାତି

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

କେଇଦିନ ପୂର୍ବରୁ ଆମ ରାଜଧାନୀ ସହରର ଚେହେରା ଦେଖିଥିବା ଲୋକ ଏ ସହରର ବାସିନ୍ଦା ହୋଇ ନ ପାରିଥିବାର ଦୁଃଖରେ ନିଜ ଭାଗ୍ୟକୁ ନିନ୍ଦିବାର କାରଣ ଥିଲା ବେଶ୍‌ ଯୁକ୍ତିଯୁକ୍ତ। ବିଶ୍ୱକପ୍‌ ହକି ଅନୁଷ୍ଠିତ  ହେଉଥିବାର ବିରଳ ଗୌରବବୋଧ ନେଇ ଏ ସ୍ମାର୍ଟ ସହର ଯେମିତି ସୁସଜ୍ଜିତ ତୋରଣ ଓ ରଙ୍ଗ ବେରଙ୍ଗର ଆଲୋକମାଳାରେ ଆକର୍ଷଣୀୟ ରୂପରେ ସଜେଇ ହୋଇଥିଲା, ତହିଁରେ ଏଠାରେ ରହୁ ନ ଥିବା ଯେ କୌଣସି ଲୋକ ମନରେ ଈର୍ଷାର ଅସୁରଟିଏ ମୁଣ୍ଡ ଟେକିବା ସ୍ବାଭାବିକ। ମାତ୍ର ସ୍ମାର୍ଟ..

କୁଷ୍ଠରୋଗୀଙ୍କ ସାହାରା

କୁଷ୍ଠରୋଗୀଙ୍କ ସାହାରା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ

ବିଶ୍ୱକୁ ମହାତ୍ମା ଗାନ୍ଧୀଙ୍କ ଅବଦାନ ଅତୁଳନୀୟ। ତାଙ୍କ ଆଦର୍ଶକୁ ସ୍ମରଣୀୟ ରଖିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ୧୯୯୫ରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଆସୁଛି। ମହାତ୍ମାଙ୍କ ୧୨୫ତମ ଜନ୍ମବାର୍ଷିକୀରୁ ସଂସ୍ଥାପିତ ଏହି ସମ୍ମାନ ଅହିଂସା ଓ ଗାନ୍ଧୀବାଦ ଜରିଆରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ରୂପାନ୍ତରଣ ଆଣିପାରୁଥିବା ବ୍ୟକ୍ତି ଓ ସଙ୍ଗଠନକୁ ଦିଆଯାଉଛି। ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ବିରୋଧୀ ବିପ୍ଳବୀ ନେଲ୍‌ସନ ମଣ୍ଡେଲା, ଭାରତର ‘ଚିପ୍‌କୋ’ ଆନ୍ଦୋଳନର ପୁରୋଧା ଚଣ୍ଡିପ୍ରସାଦ ଭଟ୍ଟଙ୍କଠାରୁ ଆରମ୍ଭ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଭଳି ସଙ୍ଗଠନ ଏଭଳି ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ୨୦୧୯ ଜା..

ଏଇ ଭାରତରେ

ଏଇ ଭାରତରେ

ଭାରତୀୟ ସମାଜ ପିତୃକୈନ୍ଦ୍ରିକ ପରିବାରକୁ ନେଇ ଗଢ଼ିଉଠିଛି। କାରଣ ଆମ ଦେଶର ପରିବାରରେ ପୁରୁଷ ହେଉଛି ମୁଖ୍ୟ ବ୍ୟକ୍ତି। ତାଙ୍କ ନାମରେ ମୁଖ୍ୟତଃ ସମ୍ପତ୍ତିର ମାଲିକାନା ରହିଥାଏ। ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ମାନି ଚଳିଥାଆନ୍ତି। ତେଣୁ ଭାରତୀୟ ସମାଜ ଏକ ପୁରୁଷପ୍ରଧାନ ସମାଜ ଭାବରେ ଗଣ୍ୟ ହୋଇଥାଏ। ନିକଟରେ ଝିଅ ନାମରେ ସମ୍ପତ୍ତି କରିବାରୁ ଖାପ୍‌ ପଞ୍ଚାୟତରେ ବାପାଙ୍କ ପ୍ରତି ଦଣ୍ଡାଦେଶ ହୋଇଛି। ଏପରି ଏକ ଘଟଣା ଘଟିଛି ରାଜସ୍ଥାନ ରାଜ୍ୟର ଯୋଧପୁର ଅଞ୍ଚଳରେ। ସ୍ଥାନୀୟ ବିଲାଡା ତହସିଲ ଖେଜଡଲାରେ ଜଣେ ପିତା ତାଙ୍କ ସମ୍ପତ୍ତିର କିଛି ଅଂଶ ଝିଅ ନାମରେ କରିଥିଲେ। ତେବେ ଏହାକୁ ତାଙ୍କର ସରଗରା ସମାଜ ପକ୍ଷରୁ ପସନ୍ଦ କରାଯାଇ ନ ଥିଲା। କାରଣ ସମାଜରେ ପ୍ରଚଳିତ ପୁରୁଣା..