ସମ୍ପାଦକୀୟ |

ସଚ୍ଚିବାବୁଙ୍କ ହାତବାକ୍ସ

ସଚ୍ଚିବାବୁଙ୍କ ହାତବାକ୍ସ

ରାଧାମୋହନ ମହାପାତ୍ର

କଥାରେ ଅଛି, ଯେତେ ପୁଅ ସେତେ ଘର, ଯେତେ ଝିଅ ସେତେ ବର। ପୁଅମାନଙ୍କ ବ୍ୟାପାରରେ କଥାଟା ଟିକିଏ ଅଲଗା। ବିବାହ ପୂର୍ବରୁ ଭାଇମାନଙ୍କ ସମ୍ପର୍କ ଯେତେ ମଧୁର ଥିଲେ ମଧ୍ୟ ବିବାହ ପରେ ଭିନ୍ନେ ହେଲା ଅନ୍ତେ ସମ୍ପର୍କ ତିକ୍ତ ହୋଇଯାଇଥାଏ। ବିବାହ ଅନ୍ତେ ପୁତ୍ରମାନେ ଯେତେ ସ୍ଥାବର ଅସ୍ଥାବର ସମ୍ପତ୍ତି ଅର୍ଜିଲେ ମଧ୍ୟ ସମସ୍ତଙ୍କର ଆଖିଥାଏ ପିତୃସମ୍ପତ୍ତି ଉପରେ, ଯେମିତି ଘଟିଥିଲା ସଚ୍ଚିବାବୁଙ୍କ କ୍ଷେତ୍ରରେ।

ସଚ୍ଚିବାବୁ ତାଙ୍କ ପ୍ରିୟ କାଷ୍ଠନିର୍ମିତ ହାତବାକ୍ସଟିକୁ କେବେହେଲେ ହସ୍ତାନ୍ତର କରନ୍ତି ନାହିଁ। ସେଥିରେ କୋଲପ ପକାଇ ଖୁବ୍‌ ସାବଧାନରେ ରଖିଥାନ୍ତି। ୧ ଫୁଟ୍‌ ଲମ୍ବ, ୧୦ ଇଞ୍ଚ ଓସାର ଓ ୮ଇଞ୍ଚ ଉଚ୍ଚତା ବିଶିଷ୍ଟ ବାକ୍ସଟି ପ୍ରତି ତାଙ୍କର ଖୁବ୍‌ ଶ୍ରଦ୍ଧା। ସେଥିରେ ସେ କି କି ମୂଲ୍ୟବାନ ଦରବ ରଖିଛନ୍ତି, କାହାକୁ ଜଣାନାହିଁ, ଏପରି କି ସ୍ବର୍ଗତା ସହଧର୍ମିଣୀ କୁନ୍ତଳା କୁମାରୀଙ୍କୁ ମଧ୍ୟ ଜଣା ନ ଥିଲା। କେତେବେଳେ ସେ ବାକ୍ସ ଖୋଲି ବ୍ୟବହାର କରନ୍ତି କେହି ଦେଖନ୍ତି ନାହିଁ। ଶୟନ ସମୟରେ ବାକ୍ସ ଉପରେ ମୁଣ୍ଡ ରଖି ଶୁଅନ୍ତି। ଶେଯ ବୋଲି ପଟା ଖଟଟିଏ, ସେଥିରେ ମଶିଣାଟିଏ କେବଳ। ନ ଥାଏ କୌଣସି ରେଜେଇ ଅବା ବିଛଣା ଚଦର। ଦେହରେ ଅଣ୍ଟାରୁ ଆଣ୍ଠୁ ପର୍ଯ୍ୟନ୍ତ ମୋଟା ଖଦି ବସ୍ତ୍ରଟିଏ ଏବଂ ଦେହ ଘୋଡାଇବା ପାଇଁ ଗାମୁଛା ଖଣ୍ଡିଏ। ବାସ୍‌।

ସଚ୍ଚିବାବୁଙ୍କ ତିନି ପୁତ୍ର। ସମସ୍ତେ ଶିକ୍ଷିତ। ଜ୍ୟେଷ୍ଠପୁତ୍ର ଅବିନାଶ ସୁଦୂର ଆମେରିକାରେ ଅବସ୍ଥାପିତ। ସେଠାରେ ସେ ଜଣେ ପ୍ରତିଷ୍ଠିତ ହୃଦ୍‌ରୋଗ ବିଶେଷଜ୍ଞ ଭାବେ ସୁପରିଚିତ। ପତ୍ନୀ, ପୁଅ, ଝିଅ ନେଇ ସପରିବାର ବାସ କରନ୍ତି ନ୍ୟୁୟର୍କରେ। ମଝିଆ ପୁଅ ଅଖିଳେଶ ଦିଲ୍ଲୀରେ ସୁପ୍ରିମ୍‌କୋର୍ଟରେ ଓକିଲ, ଦକ୍ଷତା ପାଇଁ ବେଶ୍‌ ପ୍ରସିଦ୍ଧ। ଦିଲ୍ଲୀରେ ଘରଦ୍ୱାର କରି ସ୍ଥାୟୀ ଭାବେ ବାସ କରୁଛନ୍ତି। କନିଷ୍ଠ ପୁତ୍ର ଅଲେଖଚନ୍ଦ୍ର ଅଧୁନା କଟକ ସମବାୟ ବ୍ୟାଙ୍କର ନିବନ୍ଧକ ଭାବେ ନିଯୁକ୍ତ। କଟକରେ ନିଜ ବାସଗୃହ ନିର୍ମାଣ କରି ସପରିବାର କାଳାତିପାତ କରୁଛନ୍ତି।

ବୃଦ୍ଧକାଳରେ ସ୍ବାଧୀନଚେତା ସଚ୍ଚିବାବୁ କୌଣସି ପୁଅ ପାଖରେ ନ ରହି ଜନ୍ମମାଟି ନିଆଳିରେ ବାସ କରୁଛନ୍ତି। ପିଲାମାନଙ୍କୁ ମଣିଷ କରିବାକୁ ବହୁ ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରି କରିଦେଇଥିଲେ। ଏବେ କେବଳ ନିଆଳିସ୍ଥ ତାଙ୍କ ବାସଗୃହଟି ପୈତୃକ ସମ୍ପତ୍ତିର ପ୍ରତୀକ ଭାବେ ଦଣ୍ଡାୟମାନ। ଶିକ୍ଷକ ଚାକିରିରୁ ଅବସର ଅନ୍ତେ ସଚ୍ଚିବାବୁ ଗାଁ ମାଟିକୁ ଆବୋରି ନେଇଛନ୍ତି। ଯାହା ପେନ୍‌ସନ୍‌ ମିଳେ ଚଳିବାକୁ ନିଅଣ୍ଟ ହୁଏନାହିଁ। ସଞ୍ଜବେଳେ ଦାଣ୍ଡପିଣ୍ଡାରେ ଗାଁ ବୃଦ୍ଧାବୃଦ୍ଧଙ୍କ ମେଳରେ ଭାଗବତ ଚର୍ଚ୍ଚା କରନ୍ତି। ଭଜନ, ଜଣାଣ ଓ ଆଧ୍ୟାତ୍ମିକ ରଚନାରେ ସମୟ ବିତାନ୍ତି। ଘର ପାଖରେ ଗୋପାଳଜୀଉ ମଠ। ଦୁଇ ଓଳି ଖାଦ୍ୟ ପାଇଁ ପ୍ରସାଦର ବ୍ୟବସ୍ଥା କରିଛନ୍ତି। ନିଃସଙ୍ଗ ବାର୍ଦ୍ଧକ୍ୟ ଜୀବନ ବିଜନ ଜରାଶ୍ରମ ଭଳି।

ଏବେ କିନ୍ତୁ ସମସ୍ତଙ୍କ ନଜର ସଚ୍ଚିବାବୁଙ୍କ ହାତବାକ୍ସ ଉପରେ। ବାକ୍ସଟିକୁ ଶ୍ରଦ୍ଧା କରୁଥିବାର କାରଣ କାହାକୁ ଅବୁଝା ରହେନାହିଁ। ଜୀବନର ସବୁ ସଞ୍ଚିତ ଧନ ଓ ଉପାର୍ଜନ ନିଶ୍ଚୟ ସେଇ ବାକ୍ସଟିରେ ଗଚ୍ଛିତ। ସଚ୍ଚିବାବୁଙ୍କ ଜେଜେବାପା କରୁଣାକର ଚୌଧୁରୀ ଅନେକ ଭୂସମ୍ପତ୍ତିର ମାଲିକ ଥିଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଜଗଦାନନ୍ଦ ପିତୃଅର୍ଜିତ ଜମିବାଡି ସମ୍ଭାଳିଲେ। ସେତେବେଳକୁ ସଚ୍ଚିବାବୁ ଭଲ ପଢୁଥିଲେ। ମାଟ୍ରିକ୍‌ ପରେ ଉଚ୍ଚଶିକ୍ଷା ପାଇଁ ଓଡ଼ିଶାରେ ସୁବିଧା ନ ଥିଲା। ଓଡ଼ିଶା ବାହାରକୁ ଯାଇ ଅଧ୍ୟୟନ ପାଇଁ ପିତା ଜଗଦାନନ୍ଦ ଅନିଚ୍ଛୁକ। ଅଧିକ ଶିକ୍ଷା କ’ଣ ଆବଶ୍ୟକ? ବାପାଙ୍କ ପରେ ଜମିବାଡି ଦାୟିତ୍ୱ କିଏ ନେବ? ଏଣୁ ସଚ୍ଚିବାବୁଙ୍କ ପାଠପଢାରେ ପୂର୍ଣ୍ଣଚ୍ଛେଦ ପଡିଲା।

କିଛିଦିନ ପରେ ପିତା ଜଗଦାନନ୍ଦ ସ୍ବର୍ଗାରୋହଣ କଲେ। ଭାରତବର୍ଷ ସ୍ବାଧୀନତା ପାଇଲା। ଦେଶର ଆଇନ ବଦଳିଗଲା। ସଚ୍ଚିବାବୁଙ୍କ ସିଲିଂ ବହିର୍ଭୂତ ଜମି ସବୁ ସରକାରଙ୍କ ହାତକୁ ଚାଲିଗଲା। ପରିଶେଷରେ ସଚ୍ଚିବାବୁ ମାଷ୍ଟର ଚାକିରିଟିଏ ଆଦରିନେଲେ। ତିନି ସନ୍ତାନଙ୍କ ଲାଳନପାଳନ ଓ ଶିକ୍ଷା ପାଇଁ ନିଜ ରୋଜଗାର ଯଥେଷ୍ଟ ନ ହେବାରୁ ପ୍ରାୟ ସବୁ ସ୍ଥାବର ସମ୍ପତ୍ତି ବିକ୍ରି କରିଦେଲେ। ପୁତ୍ରମାନେ ଶିକ୍ଷିତ ହେଲେ, ନିଜ ନିଜ ଗୋଡରେ ଛିଡା ହେଲେ। ଏବେ ସେ ଦାୟିତ୍ୱମୁକ୍ତ। ମୁଖରେ କେବଳ ରାମ ରାମ। ସ୍ବର୍ଗର ଡାକରାକୁ ଅପେକ୍ଷା।

ଶେଷରେ ସଂସାରର ସେଇ ଅନିବାର୍ଯ୍ୟ ଅନ୍ତିମ ଦିନଟି ଉପସ୍ଥିତ ହେଲା। ବିଛଣା ଉପରେ କାଠବାକ୍ସଟି ଉପରେ ମୁଣ୍ଡ ରଖି ସଚ୍ଚିଦାନନ୍ଦ ଆଖି ବୁଜିଲେ। ପୁଅମାନଙ୍କ ପାଖକୁ ଖବର ଗଲା।

ବଡପୁଅ ଅବିନାଶ କହିଲା, ବାପାଙ୍କର ବୟସ ହୋଇଯାଇଥିଲା, କାହାକୁ ହଇରାଣ ନ କରି ଭଲରେ ଭଲରେ ଚାଲିଗଲେ। ମୁଁ ଏତେ ଦୂରରୁ ଯାଇ କ’ଣ କରିବି ଯେ! ଏଇଠି ଶୁଦ୍ଧି ହୋଇପଡିବି। ସାନପୁଅର ଉତ୍ତର- ”ତୁମେ ବଡ଼, ତୁମ ଆସିବା ଜରୁରୀ, କାରଣ ବାପାଙ୍କ ହାତବାକ୍ସରେ ତାଲା। ତମେ ନ ଆସିଲେ ଭାଗବଣ୍ଟରା ହେବ କିପରି?“ ଆରେ ହଁ ତ! ଦିଅଁ ଦେଖା ଓ କଦଳୀ ବିକା, ଏକାବେଳକେ ଦୁଇଟି କାମ ହୋଇଯିବ ଭାବି ଅବିନାଶ କହିଲା- ହଉ ତେବେ। ଶୁଦ୍ଧିକ୍ରିୟାର ଦଶମ ଦିନ ପାରମ୍ପରିକ ତିଳତର୍ପଣ ଅନ୍ତେ, ସା ଭଜନକୀର୍ତ୍ତନ ପରେ ଭଦ୍ରଲୋକଙ୍କ ସମ୍ମୁଖରେ ସଭା ବସିଲା, ଉଦ୍ଦେଶ୍ୟ- ହାତବାକ୍ସରେ ସଞ୍ଚିତ ଧନରେ କାହାର ଭାଗ କେତେ? ସାମାଜିକ ପ୍ରଥା ଅନୁଯାୟୀ ବଡ଼ପୁଅର ଭାଗ ଅଧିକ- କହିଲା ଅବିନାଶ। କିନ୍ତୁ ସାନ ଅଲେଖ ଏଥିରେ ଥିଲା ଅସମ୍ମତ। ତା’ର ଅଭିଯୋଗ- ବଡ଼ ଗଲା ବିଦେଶ। ସେ କ’ଣ କରିଥିଲା ସତ୍କାରରେ ସହଯୋଗ? ଶୁଖିଲାରେ ବାଳିଆ ମାରିବାକୁ ବଡ଼ର ମନ ଡହଳବିକଳ କାହିଁକି? ଆଇନ ଆଖିରେ ଭାଇଭାଗରେ ବଡ଼ସାନର ବିଚାର ନାହିଁ, ସମସ୍ତେ ସମାନ। ମଝିଆ ଅଖିଳେଶ ସାନର ଯୁକ୍ତିକୁ ସମର୍ଥନ କଲା। ଭଦ୍ରଲୋକଙ୍କ ନିଷ୍ପତ୍ତି- ବାକ୍ସର ସମ୍ପତ୍ତି ସମାନ ତିନିଭାଗ ହେବ।

ଚାବି ନ ମିଳିବାରୁ ତାଲା ଭାଙ୍ଗି ଦେଖାଗଲା, ସେଥିରେ ସଚ୍ଚିବାବୁଙ୍କ ହାତଲେଖା କାଗଜ ଟୁକୁଡାଟିଏ, ଯେଉଁଥିରେ ଲେଖା ଥିଲା- ‘ପୁଅ ଯୋଗ୍ୟ ହେଲେ ଧନ କାହିଁକି ସଞ୍ଚୁ, ପୁଅ ଅଯୋଗ୍ୟ ହେଲେ ଧନ କାହିଁକି ସଞ୍ଚୁ।’            

 ମୋ-୯୮୬୧୧୮୯୯୩୬

All Right Reserved By

ସମ୍ପାଦକୀୟ |

ଶବଦାହରେ ଘଷି

ଶବଦାହରେ ଘଷି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି। ମୁସଲମାନମାନେ ମୃତ ଲୋକର ଶବକୁ ପୋତିଦିଅନ୍ତି ଏବଂ ହିନ୍ଦୁମାନେ ତାକୁ ଅଗ୍ନିରେ ଦାହ କରନ୍ତି। ପାରମ୍ପରିକ ଭାବେ ଦାହ ପାଇଁ କାଠ ବ୍ୟବହୃତ ହୋଇ ଆସୁଥିବା ବେଳେ ଆଜିକାଲି ବିଦ୍ୟୁତ୍‌ଶକ୍ତି ଓ ଗ୍ୟାସ୍‌ ମଧ୍ୟ ବ୍ୟବହୃତ ହେଲାଣି।  କିନ୍ତୁ ଆଜିକାଲି ଜାଳେଣି କାଠର ଘୋର ଅଭାବ। ଦିଲ୍ଲୀରେ ସରକାରୀ ଗାର୍ଡନରମାନେ ଗଛର ଅଳ୍ପ କିଛି ଛୋଟ ଡାଳ କାଟିବାର ଛଳନା କରନ୍ତି। କିନ୍ତୁ ସେମାନେ ପ୍ରାୟ ସବୁ ବଡ଼ ବଡ଼ ଡାଳ କାଟନ୍ତି ଓ ସେସବୁକୁ ନିଗମବୋଧ ଘା..

ଅଶ୍ଳୀଳତାକୁ ନେଇ ଛଳନା

ଅଶ୍ଳୀଳତାକୁ ନେଇ ଛଳନା

ଡ. ସୁବାସ ଚନ୍ଦ୍ର ପାତ୍ର

ଅଶ୍ଳୀଳତାକୁ ନେଇ ମଣିଷର ଛଳନା ଇତିହାସ ପରି ପୁରୁଣା। କିଛିଦିନ ତଳେ ଖଣ୍ଡଗିରି ଯାତ୍ରା ମହୋତ୍ସବ ଅବସରରେ କୌଣସି ଏକ ଅପେରା ମଞ୍ଚ ଉପରେ ମନୋରଞ୍ଜନ ଆଳରେ ଜଣେ ମହିଳା କଳାକାର ଅଙ୍ଗ ପ୍ରଦର୍ଶନ ସହ ଅଶ୍ଳୀଳ ନୃତ୍ୟ ପରିବେଷଣ କରିବାର ଅଭିଯୋଗ ଆସିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ଟିଭି ଚ୍ୟାନେଲ ତାଙ୍କ ସହ ସାକ୍ଷାତ୍‌କାର ପ୍ରସାରଣ କଲେ ଏବଂ ଆଉ କେତେକ ଚ୍ୟାନେଲ ପ୍ରତିବାଦ ବାହାନାରେ ସେହି ତଥାକଥିତ ନଗ୍ନ ନୃତ୍ୟକୁ ବାରମ୍ବାର ପ୍ରଦର୍ଶନ ମଧ୍ୟ କଲେ। ଜଣେ ରାଜାଙ୍କୁ ଯଦି ତାଙ୍କ ପାର୍ଷଦ କହେ, ‘ମଣିମା, ଆପଣଙ୍କ ବଡ଼ଗୁଣ ହେଲା ଆପଣ ତୋଷାମଦି ଭଲପାଆନ୍ତି ନାହିଁ,’ ଏ କଥାଟି ଯେମିତି ଏକ ତୋଷା..

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର


ବିକାଶ କୁମାର ପତି

ଚିରନ୍ତନ ବିକାଶ ଲକ୍ଷ୍ୟ ସମସ୍ତଙ୍କୁ ୨୦୩୦ ସୁଦ୍ଧା ପାନୀୟ ଜଳ ଯୋଗାଇବା ପାଇଁ ଉଦ୍ଦିଷ୍ଟ। ଅର୍ଥାତ୍‌, କେହି ବି ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେନି। କିନ୍ତୁ ଆଜି ବି ଲକ୍ଷ ଲକ୍ଷ ଲୋକ ସ୍ବଚ୍ଛ ପାନୀୟ ଜଳ ବିନା ବଞ୍ଚୁଛନ୍ତି- ତାଙ୍କ ପରିବାର, ବିଦ୍ୟାଳୟ, କର୍ମକ୍ଷେତ୍ର, ସବୁଠି ବଞ୍ଚିବା ପାଇଁ ଓ ତୃଷ୍ଣା ମେଣ୍ଟେଇବା ପାଇଁ କଷ୍ଟ କରୁଛନ୍ତି। ଜାତିସଂଘର ଜଳ ଉପରେ କାମ କରୁ..

ଏଇ ଭାରତରେ

ଏଇ ଭାରତରେ

କୁହାଯାଏ ବିବାହ ଯୋଡ଼ି ଈଶ୍ୱରଙ୍କ ଦରବାରରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। ଏହାକୁ ଖଣ୍ଡନ କରିବା ସହଜ ନୁହେଁ। ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ଏପରି ଏକ ବିରଳ ବାହାଘର ସମ୍ପନ୍ନ ହୋଇଛି। ଖଣ୍ଡଓ୍ବା ଅନ୍ତର୍ଗତ ପୁନାସା ଗଁାର ବାସିନ୍ଦା ଧନେଶ ରାଜବୈଦ ନିମାଡ ନିବାସୀ ଚେତନା ଶର୍ମାଙ୍କୁ ବିବାହ କରିଛନ୍ତି। ଉଭୟ କନ୍ୟା ଓ ବରଙ୍କ ଉଚ୍ଚତା ୩୬ ଇଞ୍ଚ। ଉଚ୍ଚତା କମ୍‌ ..

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସାଧାରଣତଃ ଉତ୍ତରପ୍ରଦେଶ ଓ ବିହାର ବୋର୍ଡ ପରୀକ୍ଷାରେ ପିଲାମାନେ ବହୁ ସମୟରେ ଅଜବ ଓ ଅଦ୍ଭୁତ ଉତ୍ତର ଲେଖିଥିବା ଶୁଣିବାକୁ ମିଳିଛି। ଏପରିକି ଭଲ ମାର୍କ୍ସ ପାଇବା ପାଇଁ ଉତ୍ତର ଖାତାରେ ଟଙ୍କା ଷ୍ଟାପଲ୍‌ କରିବାର ନଜିର ଅଛି।  ‘ବାପା ଗରିବ ଲୋକ, ପୁଣି ଥରେ ପରୀକ୍ଷା ଦେବା ଲାଗି ଟଙ୍କା ଦେଇପାରିବେ ନାହିଁ, ତେଣୁ ମୋତେ ପାସ୍‌ କରିଦିଅନ୍ତୁ’ କହି କେତେକ ପରୀ..

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଆଖି ଆଗରେ କାହାର ଛବି ନାଚି ଉଠିଥାଏ? କିଛି ସାଧାରଣ ଲୋକ ମନେ କରୁଥିବେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳ। ଏମିତି ଏକ ଧାରଣା ଜନ୍ମିବା ପଛରେ ବିଭିନ୍ନ ନେତା ଓ ସମର୍ଥକମାନଙ୍କ ଜବରଦସ୍ତ ପ୍ରଚାର, ଅସଂଖ୍ୟ ବିଜ୍ଞାପନ ଏବଂ ରାସ୍ତାକଡ଼ର ତତ୍‌ସମ୍ପର୍କିତ ଏକାଧିକ ହୋର୍ଡିଂର ପ୍ରଭାବ ବି..

ଘରଚଟିଆର ତୁଳନା ନାହିଁ

ଘରଚଟିଆର ତୁଳନା ନାହିଁ

ପୀତାମ୍ବର ରାଉତ

ମହାନ୍‌ ପରିବେଶବିତ୍‌ ମହମ୍ମଦ ଦିଲଓ୍ବାର୍‌ଙ୍କ ଉଦ୍ୟମରେ ୨୦୧୦ରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଇ ଆସୁଛି। ଘରଚଟିଆର ବୈଜ୍ଞାନିକ ନାମ ପାସେରିଡି। ଭୂମଧ୍ୟସାଗରୀୟ ଅଞ୍ଚଳରୁ ଆରମ୍ଭ କରି ବ୍ରିଟେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲଜିୟମ୍‌, ଇଟାଲୀ, ନେଦରଲାଣ୍ଡ ଓ ଫିନ୍‌ଲାଣ୍ଡ..

ଏଇ ଭାରତରେ

ଏଇ ଭାରତରେ

ଜଣେ ବ୍ୟକ୍ତି ୧୦ଲକ୍ଷ ଟଙ୍କା ରାସ୍ତାପାର୍ଶ୍ୱରୁ ପାଇ ଫେରାଇଦେବା ଘଟଣା ତାଙ୍କୁ ମହାନତାର ପରିଚୟ ଦେଇଛି। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ସ୍ବରୂପ ୨ଲକ୍ଷ ଟଙ୍କା ଦିଆଯାଇଛି।  ଦିଲୀପ ପୋଦ୍ଦାର ନାମକ ଜଣେ ବ୍ୟକ୍ତି ସୁରଟର ଉମ୍ରା ଅଞ୍ଚଳରେ ଶାଢ଼ି ଶୋ’ରୁମ୍‌ରେ ସେଲ୍ସମ୍ୟାନ୍‌ ଭାବେ କାମ କରନ୍ତି। ପୋଦ୍ଦାର ମଧ୍ୟାହ୍ନଭୋଜନ ସାରି ଡ୍ୟୁଟିକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ୱରେ ଏକ ବ୍ୟାଗ୍‌..

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା