ଅପରାଧ | ରାୟଗଡା

୨ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ: ବାଇକ, ଖଣ୍ଡା, ଲଙ୍କାଗୁଣ୍ଡ ଜବତ

୨ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ: ବାଇକ, ଖଣ୍ଡା,  ଲଙ୍କାଗୁଣ୍ଡ ଜବତ

ଜୟପୁର,୯।୧(ଡି.ଏନ୍‌.ଏ.):  କୋରାପୁଟ ଜିଲା ଜୟପୁରର ହାତିବରୀ ଗୂଡ଼ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଡକାୟତି ଯୋଜନା କରୁଥିବା ବେଳେ ସଦର ପୋଲିସ ଅଚାନକ ଚଢ଼ଉକରି ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ଘଟଣା ସ୍ଥଳରୁ ତିନିଜଣ ଚମ୍ପଟ ମାରିଥିବା ଜଣାପଡ଼ିଛି। ଗିରଫ ଦ୍ୱୟ ହେଲେ ପି.ଜେ.ଜନସନ ଓରଫ୍‌ ବିକି ଏବଂ ସୁଶାନ୍ତ ମହାରଣା। ସେମାନଙ୍କ ନିକଟରୁ ଏକ ବାଇକ, ଖଣ୍ଡା ଏବଂ ଲଙ୍କା ଗୁଣ୍ଡ ଜବତ କରାଯାଇଛି। ବିକିଙ୍କ ନାମରେ ଜିଲାର ବିଭିନ୍ନ ସ୍ଥାନରେ  ଡାକାୟତି ଏବଂ ଦଙ୍ଗା ଭଳି ୧୫ରୁ ଊର୍ଦ୍ଧ୍ୱ ମାମଲା ରହିଥିବା ବେଳେ ସୁଶାଙ୍କେ ନାମରେ ୨ଟି ମାମଲା ରହିଥିବା ଓପିଏସ୍‌ ସ୍ନେହସିସ ସାହୁ ସୂଚନ ଦେଇଛନ୍ତି। ବହୁଦିନ ହେବ ପୋଲିସ ସେମାନଙ୍କୁ ଖୋଜୁଥିବା ଜଣାପଡ଼ିଛି। 

All Right Reserved By

ଅପରାଧ | ରାୟଗଡା

ବିଦେଶୀ ମଦ ଜବତ: ଜଣେ ଗିରଫ

ବିଦେଶୀ ମଦ ଜବତ: ଜଣେ ଗିରଫ

ଭଦ୍ରକ ଅଫିସ, ୨୩।୩:  ଭଦ୍ରକ ସଦର  ଅବକାରୀ ଟିମ ଶନିବାର ଚଢ଼ାଉ କରି ରାଣୀତାଲ ଅନ୍ତର୍ଗତ ଚୁଡ଼ଙ୍ଗପୁର ନିକଟରୁ ବ୍ୟାପକ ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।

ହୋଲିରେ ଚୋରା ମଦ ବିକ୍ରିକୁ ନେଇ ତାତିଲେ ମହିଳା, ଏରବଙ୍ଗ ହାଟ ବଜାରରେ ଭାଙ୍ଗିଲେ ୩ ମଦ ଦୋକାନ

ହୋଲିରେ ଚୋରା ମଦ ବିକ୍ରିକୁ ନେଇ ତାତିଲେ ମହିଳା, ଏରବଙ୍ଗ ହାଟ ବଜାରରେ ଭାଙ୍ଗିଲେ ୩ ମଦ ଦୋକାନ

ଗୋପ,୨୨।୩(ଡି.ଏନ୍‌.ଏ.): ଗୋପ ପୋଲିସ ହୋଲିପର୍ବକୁ ଶାନ୍ତିଶୃଙ୍ଖଳାରେ କରିବା ଲାଗି ଥାନା ଅଧୀନରେ ଥିବା କେତେକ ଚୋରା ମଦ ବେପାରୀଙ୍କ ସହ ପ୍ରାୟ ୧୦୦ ରୁ ଅଧିକ ଦେଶୀବିଦେଶୀ ମଦ ବୋତଲ ଜବତ କରିଛି। 

ହୋଲି ଖେଳରୁ ମହାଭାରତ: ଜୟପୁରରେ ଗୋଷ୍ଠୀସଂଘର୍ଷ, ୩୦ ଆହତ

ହୋଲି ଖେଳରୁ ମହାଭାରତ: ଜୟପୁରରେ ଗୋଷ୍ଠୀସଂଘର୍ଷ, ୩୦ ଆହତ

ଜୟପୁର, ୨୨।୩(ନି.ପ୍ର.)-ହୋଲି ଖେଳକୁ ନେଇ ଜୟପୁର ବାପୁଜୀ ନଗର ଓ ଡେପୁଗୁଡ଼ା ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେଇଥିବା ନେଇ ସୂଚନା ମିଳିଛି। ଉଭୟ ସାହିର ଲୋକେ ପରସ୍ପରକୁ ଠେଙ୍ଗା ବାଡିରେ ଆକ୍ରମଣ କରିବା ସହ ଢେଲା ମାଡ଼ କରିଛନ୍ତି। ଏଥିରେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି।

ଚୋରା ବନ୍ଧୁକ କାରବାର ଘଟଣାରେ ୭ ଅଟକ

ଚୋରା ବନ୍ଧୁକ କାରବାର ଘଟଣାରେ ୭ ଅଟକ

ପୁରୁଣା ଭୁବନେଶ୍ୱର,୨୨।୩(ଡି.ଏନ୍‌.ଏ.): ଗୁରୁବାର ବିଳମ୍ବିତ ରାତିରେ ଧଉଳି ଥାନା ଅଞ୍ଚଳରେ ଚୋରା ବନ୍ଧୁକ କାରବାର କରିବା  ଘଟଣାରେ ପୋଲିସ ୭ଜଣଙ୍କୁ ଅଟକ ରଖିଛି। 

 ଶତାଧିକ ଲିଟର ଦେଶୀ ମଦ, ତାଡ଼ି ଜବତ: ୪ ଗିରଫ

ଶତାଧିକ ଲିଟର ଦେଶୀ ମଦ, ତାଡ଼ି ଜବତ: ୪ ଗିରଫ

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅବକାରୀ ବିଭାଗ ପକ୍ଷରୁ   ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ  ୫୫ ଲିଟର ଦେଶୀ ମଦ, ୧୨୦ ଲିଟର ଖଜୁରି  ଓ ସଲପ ତାଡ଼ି ଜବତ କରାଯାଇଛି।

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ସରଣ୍ଡା,୨୨।୩(ଡି.ଏନ୍‌.ଏ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ  ଚକୁଳିଫାର୍ମ ସତୀଯୋର ନିକଟରେ ଜନୈକ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଜଣକ ହେଲେ ଚକୁଳିଫାର୍ମ ନୂଆଁଖଇରପାଲିର ପି. ସତ୍ୟପ୍ରସାଦ ଚୌଧୁରୀ(୫୫) ବୋଲି ଜଣାପଡ଼ିଛି। 

୫ ବର୍ଷର ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

୫ ବର୍ଷର ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

କଟକ ଅଫିସ,୨୧।୩: କଟକ ଜିଲା ଜଗତପୁର ଅଞ୍ଚଳରେ ୫ ବର୍ଷର ଜଣେ ନାବାଳିକାକୁ ବୁଧବାର ବଳାତ୍କାର ହୋଇଥିବା ଅଭିଯୋଗ ହୋଇଥିଲା। ଘଟଣାରେ ୪୦ ବର୍ଷର ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। 

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼: ଜଣେ ମୃତ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼: ଜଣେ ମୃତ

ଝାରସୁଗୁଡା,୨୧।୩: ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳର ମଣ୍ଡଳିଆସ୍ଥିତ ଏକ ଜଳାଶୟ ନିକଟରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି  ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି। 

ମହିଳାଙ୍କୁ ଗଳାକାଟି ବଳାତ୍କାର ଅଭିଯୋଗ

ମହିଳାଙ୍କୁ ଗଳାକାଟି ବଳାତ୍କାର ଅଭିଯୋଗ

ଖୁଣ୍ଟୁଣୀ,୨୧।୩(ଡି.ଏନ୍‌.ଏ.): କଟକ ଜିଲା ଖୁଣ୍ଟୁଣୀ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଜଣେ ମହିଳାଙ୍କୁ ଗଳାକାଟି  ବଳାତ୍କାର କରାଯାଇଥିବା ଗୁରୁବାର ଖୁଣ୍ଟୁଣୀ ଥାନାରେ ଅଭିଯୋଗ ହୋଇଛି। 

ବଡ଼ଭାଈ ଆକ୍ରମଣରେ ସାନଭାଈ ମୃତ

ବଡ଼ଭାଈ ଆକ୍ରମଣରେ ସାନଭାଈ ମୃତ

ପାରାଦୀପ, ୨୧।୩ (ସ୍ବ.ପ୍ର.)- ପାରାଦୀପ ମଡେଲ ଥାନା ଅଧୀନ ନୂଆବଜାର ସାଇମନ୍ଦିର ନିକଟସ୍ଥ କଲୋନୀରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବଡ଼ଭାଈ ଆକ୍ରମଣରେ ସାନଭାଈର ମୃତ୍ୟୁବରଣ କରିଛି। ମୃତକ ଜଣକ ହେଲେ ସୁଦୀପ୍ତ ସ୍ବାଇଁ(୩୨)।

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବଲାଙ୍ଗୀର ଅଫିସ,୨୧।୩ : ବଲାଙ୍ଗୀର ମାଲଗୋଦାମପଡ଼ାରୁ ଚାଲାଣ ହେଉଥିବା ବିପୁଳ ପରିମାଣର ବେଆଇନ କଫ୍‌ ସିରପ୍‌କୁ ଗୁରୁବାର ବଲାଙ୍ଗୀର ପୋଲିସ ଜବତ କରିବା ସହ ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଛି।

ଉପକାରାଗାରରୁ କଏଦୀ ଫେରାର ଘଟଣାକୁ ବର୍ଷେ, ହାତବାନ୍ଧି ବସିଛି ପୋଲିସ

ଉପକାରାଗାରରୁ କଏଦୀ ଫେରାର ଘଟଣାକୁ ବର୍ଷେ, ହାତବାନ୍ଧି ବସିଛି ପୋଲିସ

କେନ୍ଦ୍ରାପଡ଼ା ଅଫିସ, ୨୧।୩-କେନ୍ଦ୍ରାପଡ଼ା ଜିଲା ବାରିମୂଳସ୍ଥିତ ଉପକାରାଗାରରୁ ହତ୍ୟା ଅଭିଯୁକ୍ତ ନିକିରାଇ ଥାନା ମିର୍ଜାପୁର ଗ୍ରାମର ରଙ୍ଗାଧର ବିଶ୍ୱାଳ ୨୦୧୮ ମାର୍ଚ୍ଚ ୧୮ ତାରିଖରେ ପାଚେରି ଡେଇଁ ଫେରାର ହୋଇଯାଇଥିଲେ। ଇତିମଧ୍ୟରେ ଏହି ଘଟଣାକୁ ବର୍ଷେ ପୂରିଥିଲେ ହେଁ ରଙ୍ଗାଧରଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇନାହିଁ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା