ଫୁରସତ |

ଲାଇମ୍‌ଲାଇଟ୍‌ରୁ ଦୂରରେ ଅନେକ ଷ୍ଟାରଙ୍କ ଭାଇ-ଭଉଣୀ: ଐଶ୍ୱର୍ଯ୍ୟାଙ୍କ ଭାଇ ଇଞ୍ଜିନିୟର ତ ଆଲିଆଙ୍କ ଭାଇ ଫିଟ୍‌ନେସ୍‌ ଟ୍ରେନର୍‌

ଲାଇମ୍‌ଲାଇଟ୍‌ରୁ ଦୂରରେ ଅନେକ ଷ୍ଟାରଙ୍କ ଭାଇ-ଭଉଣୀ: ଐଶ୍ୱର୍ଯ୍ୟାଙ୍କ ଭାଇ ଇଞ୍ଜିନିୟର ତ ଆଲିଆଙ୍କ ଭାଇ ଫିଟ୍‌ନେସ୍‌ ଟ୍ରେନର୍‌

ଜଣେ ଅଭିନେତା ଦର୍ଶକଙ୍କୁ ଅଢ଼େଇ ଘଣ୍ଟା ଧରି ବୋକା ବନାଇପାରେ। କହିବାର ଅର୍ଥ ଅଭିନେତାଟିଏ ନିଜର ବଳିଷ୍ଠ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ହସାଇଥାଏ ଅଥବା କନ୍ଦାଇବାରେ ସକ୍ଷମ ହୋଇଥାଏ। ଜଣେ କଳାକାର ହେବା ଯେତିକି କଷ୍ଟ ତାହାଠାରୁ କଳାକାର ହେବା ପରେ ମିଳୁଥିବା ସମ୍ମାନ ଢ଼େର ଗୁଣା ଅଧିକ। ସେଥିପାଇଁ ଆଜିର ଯୁବପିଢ଼ୀ କଳା କ୍ଷେତ୍ରକୁ ଯିବାକୁ ଅଧିକ ପସନ୍ଦ କରୁଛନ୍ତି।  ବଲିଉଡ ବିଷୟରେ ଯଦି ଆମେ କଥାହେବା ତେବେ ବିଗତ ଦିନର କିଛି ସୁପରଷ୍ଟାରଙ୍କ ସନ୍ତାନମାନେ ପିତା ଅଥବା ମାତାଙ୍କ ଭଳି କଳାକାର ହେବାର ଗୌରବ ଲାଭ କରିଛନ୍ତି। ସେହିଭଳି ଅନେକ ଲାଇମ୍‌ଲାଇଟ୍‌ରୁ ନିଜକୁ ଦୂରେଇ ମଧ୍ୟ ରଖନ୍ତି। 


ସୈଫ୍‌ଙ୍କ ଭଉଣୀ ସବା ଅଲ୍ଲୀ ଖାନ୍‌:

ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ମା’ଶର୍ମିଳା ଟାଗୋର, ସ୍ତ୍ରୀ କରିନା କପୁର ଖାନା, ପୂର୍ବପତ୍ନୀ ଅମୃତା ସିଂହ, ଭଉଣୀ ସୋହା ଅଲ୍ଲୀ ଖାନଙ୍କ ସମେତ ପିଲା ସାରା ଅଲ୍ଲୀ ଖାନ୍‌ ଏବଂ ତୈମୁରକୁ ତ ଆପଣ ବେଶ ଭଲ ଭାବେ ଜାଣିଥିବେ। ମାତ୍ର ସୋହାଙ୍କ ବ୍ୟତିତ ସୈଫଙ୍କ ଅନ୍ୟ ଜଣେ ଭଉଣୀ ସବା ଅଲ୍ଲୀ ଖାନ ଅଛନ୍ତି। ସେ ଜଣେ ଜଣାଶୁଣା ଗହଣା ଡିଜାଇନର୍‌। ନିଜର ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ବେଶ ଖୁସି ଅଛନ୍ତି। ମାତ୍ର ସବା ସର୍ବଦା ନିଜକୁ ଲାଇମ୍‌ଲାଇଟ୍‌ରୁ ଦୁରେଇ ରଖିଆସୁଛନ୍ତି।


ଆଲିଆ ଭଟ୍ଟଙ୍କ ଭଉଣୀ ଶାହିନ-ଭାଇ ରାହୁଲ:

ମହେଶ ଭଟ୍ଟଙ୍କ ଲଳନା ଆଲିଆ ଏବଂ ପୂଜା ଭଟ୍ଟଙ୍କୁ କିଏ ବା ନ ଜାଣେ। ମାତ୍ର ଆଲିଆଙ୍କ ଆଉ ଏକ ଭଉଣୀ ଶାହିନ ଭଟ୍ଟ ଏବଂ ଭାଇ ରାହୁଲ ଭଟ୍ଟ କ୍ୟାମେରାଠାରୁ ଦୂରରେ ରହି ଆସୁଛନ୍ତି। ରାହୁଲ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ ବସ-୪’ରେ ପ୍ରତିଯୋଗୀ ଥିଲେ। ଏହାପରେ ମଧ୍ୟ ତାଙ୍କୁ ଅନେକ ଲୋକ ଜାଣି ନାହାନ୍ତି। ସେ ଜଣେ ଫିଟ୍‌ନେସ୍‌ ଟ୍ରେନର ଭାବେ କାମ କରୁଛନ୍ତି।


ରଣବିର କପୁରଙ୍କ ଭଉଣୀ ରିଦ୍ଧିମା:

ରଣବିର କପୁରଙ୍କ କଜନ୍‌ ସିଷ୍ଟର କରିନା ଓ କରିସ୍ମା କପୁର ତ ବେଶ ଲୋକପ୍ରିୟ। ମାତ୍ର ତାଙ୍କର ନିଜ ଭଉଣୀ ରିଦ୍ଧିମା କପୁର ଗ୍ଲାମର ଜଗତରୁ ନିଜକୁ ଦୁରେଇ ରଖି ଆସୁଛନ୍ତି। ସେ ଦିଲ୍ଲୀର ବ୍ୟବସାୟୀ ଭାରତ ସାହନୀଙ୍କୁ ବିବାହ କରିଥିବା ବେଳେ ତାଙ୍କର ଏକ ଝିଅ ଅଛି। 


ଐଶ୍ୱର୍ଯ୍ୟାଙ୍କ ଭାଇ ଆଦିତ୍ୟ:

ଲୋକପ୍ରିୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଭାଇ ଆଦିତ୍ୟ ରାୟ ଫିଲ୍ମ ଜଗତଠାରୁ ବହୁତ ଦୂରରେ। ସେ ୨୦୦୩ରେ ଫିଲ୍ମ ‘ଦିଲ କା ରିସ୍ତା’ର ପ୍ରଯୋଜନା କରିଥିଲେ। ତାଙ୍କୁ ସେଥିରେ ସଫଳତା ନ ମିଳିବା ଯୋଗୁ ସେ ବଲିଉଡଠାରୁ ନିଜକୁ ଦୂରରେ ରଖିଥିଲେ। ଏବେ ସେ ନାଭିରେ ମେକାନିକାଲ ଇଞ୍ଜିନିୟର ଭାବେ କାମ କରୁଛନ୍ତି।


ଶାହରୁଖଙ୍କ ବଡ଼ ଭଉଣୀ ଶହନାଜ:

କିଙ୍ଗ ଖାନଙ୍କ ବଡ଼ ଭଉଣୀ ଶହନାଜ ଲାଲରୁଖଙ୍କୁ ଅନେକ ଲୋକ ଚିହ୍ନନ୍ତି ନାହିଁ। ସେ ଥରେ ଅଥବା ଦୁଇଥର ଚର୍ଚ୍ଚାକୁ ଆସିଛନ୍ତି। ଶାହରୁଖଙ୍କ ବାପାଙ୍କ ମୃତ୍ୟୁ ପରେ ଶହନାଜ ହତାଶ ହୋଇ ପଡ଼ିଥିଲେ। ତେବେ ତାଙ୍କର ନମ୍ର ସ୍ବଭାବ ଯୋଗୁ ଶାହରୁଖ ତାଙ୍କୁ ପସନ୍ଦ କରୁଥିବା ଏକ ସାକ୍ଷାତକାରରେ କହିଥିଲେ।


ପ୍ରିୟଙ୍କାଙ୍କ ଭାଇ ସିଦ୍ଧାର୍ଥ:

ବଲିଉଡ ତଥା ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରା ନିଜକୁ ଲାଇମ୍‌ଲାଇଟ୍‌ରୁ ଦୁରେଇ ରଖି ଆସୁଛନ୍ତି। 


ଅନୁଷ୍କାଙ୍କ ଭାଇ କରନେଶ: 

ଅନୁଷ୍କାଙ୍କ ବଡ଼ ଭାଥ କରନେଶ ଶର୍ମା ତାଙ୍କର ବ୍ୟବସାୟରେ ସହଭାଗୀ। ସେ ଅନୁଷ୍କାଙ୍କ ଅଭିନିତ ଚଳଚ୍ଚିତ୍ର ଏନ୍‌ଏଚ୍‌ ୧୦, ଫିଲୌରୀ ଏବଂ ପରୀ ଆଦିର ପ୍ରଯୋଜନା କରିଛନ୍ତି। 


All Right Reserved By

ଫୁରସତ |

ଯେଉଁ ମନ୍ଦିରରେ ହୁଏ ମୁଣ୍ଡ ନଥିବା ମୂର୍ତ୍ତି ପୂଜା

ଯେଉଁ ମନ୍ଦିରରେ ହୁଏ ମୁଣ୍ଡ ନଥିବା ମୂର୍ତ୍ତି ପୂଜା

ମୁଣ୍ଡ ନଥିବା ମୂର୍ତ୍ତିଙ୍କୁ ପୂଜା କରାଯାଏ ନାହିଁ ବୋଲି ଆମେ ଜାଣିଛେ। ମାତ୍ର ଉତ୍ତରପ୍ରଦେଶରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ମୁଣ୍ଡ ନଥିବା ମୂର୍ତ୍ତିଗୁଡ଼ିକୁ ପୂଜା କରାଯାଉଛି। ଏହି ମନ୍ଦିର ଲକ୍ଷ୍ନୌଠାରୁ ୧୭୦ କିଲୋମିଟର ଦୂର ପ୍ରତାପଗଡ଼ରେ ଅବସ୍ଥିତ।

ଯେଉଁଠି ପିଲା ଜନ୍ମକଲେ ଦେବାକୁ ପଡୁଥିଲା ଜରିମାନା

ଯେଉଁଠି ପିଲା ଜନ୍ମକଲେ ଦେବାକୁ ପଡୁଥିଲା ଜରିମାନା

ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ବେଳେ ବେଳେ କେତେକ ଦେଶ କିଛି ନିୟମ ପ୍ରଚଳନ କରିଥାଆନ୍ତି। ଯେମିତି ଆମେ ଦୁଇ ଆମର ଏକ। ଏହି ନିୟମ ଚାଇନାରେ ବେଶ୍‌ ପ୍ରଚଳିତ ହୋଇଥିଲା। 

ଦିବ୍ୟାଙ୍ଗଙ୍କ ପେଶା ଭିକ୍ଷାବୃତ୍ତି: ମାସିକ ଆୟ ୩୦ ହଜାର ଘରେ ଅଛନ୍ତି ୩ ସ୍ତ୍ରୀ

ଦିବ୍ୟାଙ୍ଗଙ୍କ ପେଶା ଭିକ୍ଷାବୃତ୍ତି: ମାସିକ ଆୟ ୩୦ ହଜାର ଘରେ ଅଛନ୍ତି ୩ ସ୍ତ୍ରୀ

ପରିବର୍ତ୍ତିତ ସମୟ ସହିତ ଲୋକଙ୍କ ରୁଚି ତଥା ପେଶା ବଦଳିବାରେ ଲାଗିଛି। ଏବେ ଅନେକ ଭିକ୍ଷାବୃତ୍ତିକୁ ନିଜର ପେଶାଭାବେ ଗ୍ରହଣ କରିବାକୁ ପସନ୍ଦ କରୁଛନ୍ତି। 

ଯୌବନରେ ପ୍ରେମରୁ ଜାତହୁଏ ଏଭଳି ସ୍ବଭାବ...

ଯୌବନରେ ପ୍ରେମରୁ ଜାତହୁଏ ଏଭଳି ସ୍ବଭାବ...

ମଣିଷର ଚାରିଟି ଅବସ୍ଥା ଶୈଶବ, କୈଶୋର, ଯୌବନ ଓ ବାର୍ଦ୍ଧକ୍ୟ ମଧ୍ୟରୁ ଯୌବନାବସ୍ଥାକୁ ବହୁ ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ ବୋଲି ଧରାଯାଏ। ଏହି ସମୟରେ ମଣିଷର ଶାରୀରିକ ଓ ମାନସିକସ୍ତରରେ ଆସିଥାଏ ସର୍ବାଧିକ ପରିବର୍ତ୍ତନ।

ଯେଉଁ ରେଷ୍ଟୁରାଣ୍ଟରେ ଖାଦ୍ୟ ପରସନ୍ତି ବିକିନି ଗର୍ଲ

ଯେଉଁ ରେଷ୍ଟୁରାଣ୍ଟରେ ଖାଦ୍ୟ ପରସନ୍ତି ବିକିନି ଗର୍ଲ

ଚାଇନାର ସେଙ୍ଗଡଙ୍ଗ ସହରରେ ରହିଛି ଏକ ନିଆରା ରେଷ୍ଟୁରାଣ୍ଟ। ଏଠାରେ ନିଜର ବିଜନେସ୍‌ ବଢ଼ାଇବା ପାଇଁ ଜଣେ ମାଲିକ ନିଜ ରେଷ୍ଟୁରାଣ୍ଟରେ ବିକିନି ଗର୍ଲଙ୍କୁ ଓ୍ବେଟର ଭାବେ ନିଯୁକ୍ତି ଦେଇଛନ୍ତି।

ଯେଉଁଠି ପ୍ରସବ ପୂର୍ବରୁ ତଡ଼ିଦିଆଯାଏ ଗର୍ଭବତୀଙ୍କୁ

ଯେଉଁଠି ପ୍ରସବ ପୂର୍ବରୁ ତଡ଼ିଦିଆଯାଏ ଗର୍ଭବତୀଙ୍କୁ

ଆଫ୍ରିକାର ଏମିତି କେତେକ ସମ୍ପ୍ରଦାୟରେ ଅଜବ ନିୟମ ରହିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ଏହି ନିୟମକୁ ସେଠାକାର ଲୋକେ ଦୀର୍ଘଦିନରୁ ପାଳନ କରିଆସୁଛନ୍ତି। ଦକ୍ଷିଣ ଘାନାସ୍ଥିତ ମାଫିଦୋବେ ଗାଁରେ ଏମିତି ଅଜବ ନିୟମ ରହିଛି। 

ବାସ୍କେଟ ଆକୃତିର ଅଫିସ୍‌

ବାସ୍କେଟ ଆକୃତିର ଅଫିସ୍‌

ପୃଥିବୀରେ ରହିଛି ଏପରି ଅନେକ ସ୍ଥାପତ୍ୟ ଯାହାର ନିର୍ମାଣଶୈଳୀ ଦେଖିବାକୁ ଖୁବ୍‌ ଅଜବ। ଆକାର, ଆକୃତିରେ ଭିନ୍ନତା ହେତୁ ଏହି ସ୍ଥାପତ୍ୟଗୁଡିକ ସ୍ବତନ୍ତ୍ରତା ବଜାୟ ରଖେ। 

ଉଲ୍‌ କାରିଗରି

ଉଲ୍‌ କାରିଗରି

ଦିନେ ଏକ ଉଲ୍‌ର କଣ୍ଢେଇ ଦେଖି ସେମିତି କଣ୍ଢେଇ ତିଆରି କରିବାକୁ ଭାବିଥିଲେ। ଆଉ ତିନି ବର୍ଷ ପୂର୍ବେ ଆରମ୍ଭ କରିଥିଲେ ଉଲ୍‌ର କଣ୍ଢେଇ ତିଆରି କରିବା। 

ଦୋଷ ନ ଥାଇ ଜେଲ ଗଲେ ୧୦୪ ବର୍ଷର ବୃଦ୍ଧା

ଦୋଷ ନ ଥାଇ ଜେଲ ଗଲେ ୧୦୪ ବର୍ଷର ବୃଦ୍ଧା

ମଣିଷ କିଛି ଅପରାଧ କଲେ ପୋଲିସ ଜେଲର ବନ୍ଦ କୋଠରିରେ ପୂରାଇ ଦେଇଥାଏ। କିନ୍ତୁ ଜଣେ ୧୦୪ ବର୍ଷୀୟା ବୃଦ୍ଧାଙ୍କୁ ପୋଲିସ ବିନା ଅପରାଧରେ ଗିରଫ କରିଛି। 

ଖୁସିରେ ରହିବାକୁ ଚାହୁଁଛନ୍ତି ତ ଆପଣାନ୍ତୁ ୩ ଉପାୟ

ଖୁସିରେ ରହିବାକୁ ଚାହୁଁଛନ୍ତି ତ ଆପଣାନ୍ତୁ ୩ ଉପାୟ

ଆପଣ ସର୍ବଦା ଦୁଃଖକଷ୍ଟରେ ଜୀବନ କାଟୁଛନ୍ତି। ମାନସିକ ଦୁଶ୍ଚିନ୍ତା ଭିତରେ ଗତି କରୁଛନ୍ତି ଯଦି ବାବା ଭୈରବନାଥଙ୍କୁ ଆରାଧନା କରନ୍ତୁ। ଦେଖିବେ ସମସ୍ତ ଦୁଃଖକ୍ଳେଶ ଦୂର ହୋଇଯିବ।

ଫାଷ୍ଟ ଇମ୍ପ୍ରେସନ୍‌

ଫାଷ୍ଟ ଇମ୍ପ୍ରେସନ୍‌

ସାଧାରଣତଃ ଆପଣ ଯେତେବେଳେ କାହା ସହ ପ୍ରଥମ ଥର କଥା ହେବାକୁ ଯାଉଛନ୍ତି ତେବେ କିପରି କଥାହେବେ, ନିଜର ସ୍ବଭାବ,  ଆଚାର ବ୍ୟବହାର  କେମିତି ରହିଲେ ତାହା ଅନ୍ୟଙ୍କୁ  ପ୍ରଭାବିତ କରିବ ଜାଣନ୍ତୁ ସେ ସମ୍ପର୍କରେ  ଟିପ୍ସ...

ସମର ଡ୍ରିଙ୍କ୍‌ସ

ସମର ଡ୍ରିଙ୍କ୍‌ସ

ଖରାଦିନେ ଡିହାଇଡ୍ରେସନ୍‌ରୁ ରକ୍ଷା ପାଇବା ପାଇଁ ଦେଶୀ ପାନୀୟ ଜରୁରୀ। ଏହା ଥକ୍କାପଣ ଦୂର କରିବା ସହ ଆପଣଙ୍କୁ କୁଲ୍‌ ବି ରଖିବ।  ଜାଣନ୍ତୁ ସେ ନେଇ କିଛି ଟିପ୍ସ...



Model This Week

ରଶ୍ମି
Why Dharitri