ଫୁରସତ |

ବିପଦ ପଡ଼ିଲେ ଶତ୍ରୁ ପାଲଟେ ମିତ୍ର: ଜୀବନ ବଞ୍ଚାଇବାକୁ ୧୧ ଫୁଟ ଅଜଗର ଉପରେ ଚଢ଼ିଲେ ଡର୍ଜନେ ବେଙ୍ଗ

ବିପଦ ପଡ଼ିଲେ ଶତ୍ରୁ ପାଲଟେ ମିତ୍ର: ଜୀବନ ବଞ୍ଚାଇବାକୁ ୧୧ ଫୁଟ ଅଜଗର ଉପରେ ଚଢ଼ିଲେ ଡର୍ଜନେ ବେଙ୍ଗ

କୁହାଯାଏ ବେଙ୍ଗର ପରମ ଶତ୍ରୁ ସାପ। ବେଙ୍ଗକୁ ଦେଖିଲେ ସାପଟିଏ ତାକୁ ଖାଇବାକୁ ଧାଇଁ ଆସୁଥିବା ବେଳେ ବେଙ୍ଗ ନିଜକୁ ବଞ୍ଚାଇବା ଲାଗି ଉଦ୍ୟମ କରିଥାଏ। ମାତ୍ର ବିପଦ ଆସିଲେ ଜଣେ ନିଜକୁ ବଞ୍ଚାଇବା ଲାଗି କିଛି ବି କରିଥାଏ। ଏପରିକି ବିପଦ ସମୟରେ ଶତ୍ରୁ ବି ମିତ୍ର ପାଲଟିଯାଏ। ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାର କୁନୁନ୍‌ଉରା ସହରରେ।

ଲଗାଣ ବର୍ଷା ଯୋଗୁ ମାଟି ତଳେ ରହୁଥିବା ଜୀବ ମାନଙ୍କର ବଞ୍ଚିବା ଅସମ୍ଭବ ହୋଇପଡ଼େ। ଏଥିଲାଗି ସେମାନେ ବାହାରକୁ ବାହାରି ଆସନ୍ତି। ମାତ୍ର କୁନୁନ୍‌ଉରା ସହରରେ କିଛି ବେଙ୍ଗ ଜୀବନ ବଞ୍ଚାଇବା ଲାଗି ଏକ ବିରାଟ ଅଜଗର ଉପରେ ଚଢ଼ିଯାଇଥିବା ଦେଖିବାକୁ ମିଳିଛି। ୧୨ରୁ ଅଧିକ ବେଙ୍ଗ ୧୧ ଫୁଟ ଲମ୍ବ ଅଜଗର ଉପରେ କେବଳ ଯେ ଚଢ଼ିଛନ୍ତି ତାହା ନୁହେଁ ବରଂ ସେମାନେ ସାପକୁ ଜୋର୍‌ରେ ଜାବୁଡ଼ି ଧରିଥିଲେ। ଏହାକୁ ପୋଲ୍‌ ମାର୍କ ନାକ ଜଣେ ବ୍ୟକ୍ତି କ୍ୟାମେରାରେ କଏଦ କରିଥିଲେ। 

ମାର୍କଙ୍କ ଭାଇ ଟୁଇଟରରେ ଏହାର ଫଟୋ ଛାଡ଼ିବା ପରେ ଏହା ଭାଇରାଲ ହୋଇଥିଲା। ଅନେକ ବ୍ୟବହାରକାରୀ ଏହାକୁ ଅଦ୍ଭୁତ କହିଥିବା ବେଳେ ଅନେକ ଏହି ଫଟୋ ନୂତନ ଇତିହାସ ସୃଷ୍ଟି କରୁଛି ବୋଲି କହିଥିଲେ। 

All Right Reserved By

ଫୁରସତ |

ଯେଉଁ ମନ୍ଦିରରେ ହୁଏ ମୁଣ୍ଡ ନଥିବା ମୂର୍ତ୍ତି ପୂଜା

ଯେଉଁ ମନ୍ଦିରରେ ହୁଏ ମୁଣ୍ଡ ନଥିବା ମୂର୍ତ୍ତି ପୂଜା

ମୁଣ୍ଡ ନଥିବା ମୂର୍ତ୍ତିଙ୍କୁ ପୂଜା କରାଯାଏ ନାହିଁ ବୋଲି ଆମେ ଜାଣିଛେ। ମାତ୍ର ଉତ୍ତରପ୍ରଦେଶରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ମୁଣ୍ଡ ନଥିବା ମୂର୍ତ୍ତିଗୁଡ଼ିକୁ ପୂଜା କରାଯାଉଛି। ଏହି ମନ୍ଦିର ଲକ୍ଷ୍ନୌଠାରୁ ୧୭୦ କିଲୋମିଟର ଦୂର ପ୍ରତାପଗଡ଼ରେ ଅବସ୍ଥିତ।

ଯେଉଁଠି ପିଲା ଜନ୍ମକଲେ ଦେବାକୁ ପଡୁଥିଲା ଜରିମାନା

ଯେଉଁଠି ପିଲା ଜନ୍ମକଲେ ଦେବାକୁ ପଡୁଥିଲା ଜରିମାନା

ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ବେଳେ ବେଳେ କେତେକ ଦେଶ କିଛି ନିୟମ ପ୍ରଚଳନ କରିଥାଆନ୍ତି। ଯେମିତି ଆମେ ଦୁଇ ଆମର ଏକ। ଏହି ନିୟମ ଚାଇନାରେ ବେଶ୍‌ ପ୍ରଚଳିତ ହୋଇଥିଲା। 

ଦିବ୍ୟାଙ୍ଗଙ୍କ ପେଶା ଭିକ୍ଷାବୃତ୍ତି: ମାସିକ ଆୟ ୩୦ ହଜାର ଘରେ ଅଛନ୍ତି ୩ ସ୍ତ୍ରୀ

ଦିବ୍ୟାଙ୍ଗଙ୍କ ପେଶା ଭିକ୍ଷାବୃତ୍ତି: ମାସିକ ଆୟ ୩୦ ହଜାର ଘରେ ଅଛନ୍ତି ୩ ସ୍ତ୍ରୀ

ପରିବର୍ତ୍ତିତ ସମୟ ସହିତ ଲୋକଙ୍କ ରୁଚି ତଥା ପେଶା ବଦଳିବାରେ ଲାଗିଛି। ଏବେ ଅନେକ ଭିକ୍ଷାବୃତ୍ତିକୁ ନିଜର ପେଶାଭାବେ ଗ୍ରହଣ କରିବାକୁ ପସନ୍ଦ କରୁଛନ୍ତି। 

ଯୌବନରେ ପ୍ରେମରୁ ଜାତହୁଏ ଏଭଳି ସ୍ବଭାବ...

ଯୌବନରେ ପ୍ରେମରୁ ଜାତହୁଏ ଏଭଳି ସ୍ବଭାବ...

ମଣିଷର ଚାରିଟି ଅବସ୍ଥା ଶୈଶବ, କୈଶୋର, ଯୌବନ ଓ ବାର୍ଦ୍ଧକ୍ୟ ମଧ୍ୟରୁ ଯୌବନାବସ୍ଥାକୁ ବହୁ ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ ବୋଲି ଧରାଯାଏ। ଏହି ସମୟରେ ମଣିଷର ଶାରୀରିକ ଓ ମାନସିକସ୍ତରରେ ଆସିଥାଏ ସର୍ବାଧିକ ପରିବର୍ତ୍ତନ।

ଯେଉଁ ରେଷ୍ଟୁରାଣ୍ଟରେ ଖାଦ୍ୟ ପରସନ୍ତି ବିକିନି ଗର୍ଲ

ଯେଉଁ ରେଷ୍ଟୁରାଣ୍ଟରେ ଖାଦ୍ୟ ପରସନ୍ତି ବିକିନି ଗର୍ଲ

ଚାଇନାର ସେଙ୍ଗଡଙ୍ଗ ସହରରେ ରହିଛି ଏକ ନିଆରା ରେଷ୍ଟୁରାଣ୍ଟ। ଏଠାରେ ନିଜର ବିଜନେସ୍‌ ବଢ଼ାଇବା ପାଇଁ ଜଣେ ମାଲିକ ନିଜ ରେଷ୍ଟୁରାଣ୍ଟରେ ବିକିନି ଗର୍ଲଙ୍କୁ ଓ୍ବେଟର ଭାବେ ନିଯୁକ୍ତି ଦେଇଛନ୍ତି।

ଯେଉଁଠି ପ୍ରସବ ପୂର୍ବରୁ ତଡ଼ିଦିଆଯାଏ ଗର୍ଭବତୀଙ୍କୁ

ଯେଉଁଠି ପ୍ରସବ ପୂର୍ବରୁ ତଡ଼ିଦିଆଯାଏ ଗର୍ଭବତୀଙ୍କୁ

ଆଫ୍ରିକାର ଏମିତି କେତେକ ସମ୍ପ୍ରଦାୟରେ ଅଜବ ନିୟମ ରହିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ଏହି ନିୟମକୁ ସେଠାକାର ଲୋକେ ଦୀର୍ଘଦିନରୁ ପାଳନ କରିଆସୁଛନ୍ତି। ଦକ୍ଷିଣ ଘାନାସ୍ଥିତ ମାଫିଦୋବେ ଗାଁରେ ଏମିତି ଅଜବ ନିୟମ ରହିଛି। 

ବାସ୍କେଟ ଆକୃତିର ଅଫିସ୍‌

ବାସ୍କେଟ ଆକୃତିର ଅଫିସ୍‌

ପୃଥିବୀରେ ରହିଛି ଏପରି ଅନେକ ସ୍ଥାପତ୍ୟ ଯାହାର ନିର୍ମାଣଶୈଳୀ ଦେଖିବାକୁ ଖୁବ୍‌ ଅଜବ। ଆକାର, ଆକୃତିରେ ଭିନ୍ନତା ହେତୁ ଏହି ସ୍ଥାପତ୍ୟଗୁଡିକ ସ୍ବତନ୍ତ୍ରତା ବଜାୟ ରଖେ। 

ଉଲ୍‌ କାରିଗରି

ଉଲ୍‌ କାରିଗରି

ଦିନେ ଏକ ଉଲ୍‌ର କଣ୍ଢେଇ ଦେଖି ସେମିତି କଣ୍ଢେଇ ତିଆରି କରିବାକୁ ଭାବିଥିଲେ। ଆଉ ତିନି ବର୍ଷ ପୂର୍ବେ ଆରମ୍ଭ କରିଥିଲେ ଉଲ୍‌ର କଣ୍ଢେଇ ତିଆରି କରିବା। 

ଦୋଷ ନ ଥାଇ ଜେଲ ଗଲେ ୧୦୪ ବର୍ଷର ବୃଦ୍ଧା

ଦୋଷ ନ ଥାଇ ଜେଲ ଗଲେ ୧୦୪ ବର୍ଷର ବୃଦ୍ଧା

ମଣିଷ କିଛି ଅପରାଧ କଲେ ପୋଲିସ ଜେଲର ବନ୍ଦ କୋଠରିରେ ପୂରାଇ ଦେଇଥାଏ। କିନ୍ତୁ ଜଣେ ୧୦୪ ବର୍ଷୀୟା ବୃଦ୍ଧାଙ୍କୁ ପୋଲିସ ବିନା ଅପରାଧରେ ଗିରଫ କରିଛି। 

ଖୁସିରେ ରହିବାକୁ ଚାହୁଁଛନ୍ତି ତ ଆପଣାନ୍ତୁ ୩ ଉପାୟ

ଖୁସିରେ ରହିବାକୁ ଚାହୁଁଛନ୍ତି ତ ଆପଣାନ୍ତୁ ୩ ଉପାୟ

ଆପଣ ସର୍ବଦା ଦୁଃଖକଷ୍ଟରେ ଜୀବନ କାଟୁଛନ୍ତି। ମାନସିକ ଦୁଶ୍ଚିନ୍ତା ଭିତରେ ଗତି କରୁଛନ୍ତି ଯଦି ବାବା ଭୈରବନାଥଙ୍କୁ ଆରାଧନା କରନ୍ତୁ। ଦେଖିବେ ସମସ୍ତ ଦୁଃଖକ୍ଳେଶ ଦୂର ହୋଇଯିବ।

ଫାଷ୍ଟ ଇମ୍ପ୍ରେସନ୍‌

ଫାଷ୍ଟ ଇମ୍ପ୍ରେସନ୍‌

ସାଧାରଣତଃ ଆପଣ ଯେତେବେଳେ କାହା ସହ ପ୍ରଥମ ଥର କଥା ହେବାକୁ ଯାଉଛନ୍ତି ତେବେ କିପରି କଥାହେବେ, ନିଜର ସ୍ବଭାବ,  ଆଚାର ବ୍ୟବହାର  କେମିତି ରହିଲେ ତାହା ଅନ୍ୟଙ୍କୁ  ପ୍ରଭାବିତ କରିବ ଜାଣନ୍ତୁ ସେ ସମ୍ପର୍କରେ  ଟିପ୍ସ...

ସମର ଡ୍ରିଙ୍କ୍‌ସ

ସମର ଡ୍ରିଙ୍କ୍‌ସ

ଖରାଦିନେ ଡିହାଇଡ୍ରେସନ୍‌ରୁ ରକ୍ଷା ପାଇବା ପାଇଁ ଦେଶୀ ପାନୀୟ ଜରୁରୀ। ଏହା ଥକ୍କାପଣ ଦୂର କରିବା ସହ ଆପଣଙ୍କୁ କୁଲ୍‌ ବି ରଖିବ।  ଜାଣନ୍ତୁ ସେ ନେଇ କିଛି ଟିପ୍ସ...



Model This Week

ରଶ୍ମି
Why Dharitri