ସମ୍ପାଦକୀୟ |

କେତେ ସତ, କେତେ ମିଛ

କେତେ ସତ, କେତେ ମିଛ

ଡ. ସନ୍ତୋଷ କୁମାର ମହାପାତ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ରାଜନୈତିକ ଜୀବନର ସବୁଠୁ ବଡ଼ ଚ୍ୟାଲେଞ୍ଜ ୨୦୧୯ ସାଧାରଣ ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଛନ୍ତି। ବିଶେଷକରି କଂଗ୍ରେସ ବା ସମ୍ଭାବିତ ମହାମେଣ୍ଟ ତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ନିକଟରେ ୫ଟି ରାଜ୍ୟ ବିଶେଷକରି ହିନ୍ଦୀଭାଷୀ ରାଜ୍ୟରେ ଭାଜପା ବିପର୍ଯ୍ୟୟର ସମ୍ମୁଖୀନ ହେବା, ଦଳ ମଧ୍ୟରେ କମ୍ପନ ସୃଷ୍ଟି କରିଛି। ୨୦୧୪ ପରି ସଫଳତା ୨୦୧୯ରେ ମିଳିବ ନାହିଁ ବୋଲି ଭାଜପା ନେତୃତ୍ୱ ହୃଦୟଙ୍ଗମ କଲେଣି। ଏଣୁ ସେମାନେ କଳେବଳେକୌଶଳେ କ୍ଷମତାକୁ ବଜାୟ ରଖିବା ପାଇଁ ପ୍ରୟାସ ଚଳାଇଛନ୍ତି। ଏହି ଅବସରରେ ନରେନ୍ଦ୍ର ମୋଦି ପରୋକ୍ଷରେ ନୂତନ ବର୍ଷରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ବଦଳରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ନୂଆବର୍ଷର ସାରେ ଦୀର୍ଘ ୯୫ ମିନିଟ୍‌ ଧରି ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ ସାକ୍ଷାତ୍‌କାର ଦେଇ ଆତ୍ମପ୍ରଶସ୍ତି ଗାନ ସହ ବିରୋଧୀଙ୍କୁ ନିନ୍ଦା କରିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ପ୍ରଦର୍ଶିତ ଏହି ସାକ୍ଷାତ୍‌କାର ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କୁ ସୁୁହାଇଲା ପରି ପ୍ରଶ୍ନ କରାଯାଇଥିଲା। ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯଥା ରାମମନ୍ଦିର ନିର୍ମାଣ, ବିମୁଦ୍ରୀକରଣ, ଉର୍ଜିତ ପଟେଲଙ୍କ ଇସ୍ତଫା, ଜିଏସ୍‌ଟି, କଂଗ୍ରେସର କାର୍ଯ୍ୟକଳାପ, ସାବରିମାଲା ପରମ୍ପରା, ଋଣଛାଡ, ତିନି ତଲାକ, ଲିଙ୍ଗ ସମାନତା ଉପରେ ନିଜ ମତ ରଖିଥିଲେ। କିନ୍ତୁ ପ୍ରଶ୍ନ ଏପରିଭାବେ ପଚରାଯାଇଥିଲା ଏବଂ ଉତ୍ତର ସେ ଏପରି ଭାବରେ ରଖିଥିଲେ ଯେ ନିତିଦିନିଆ ଘଟଣା ଉପରେ ଜ୍ଞାନ ନ ଥିବା ଜଣେ ବ୍ୟକ୍ତି ଭାବିବ ଯେ ଏ ସରକାର ଅମଳରେ ସବୁ ଠିକ୍‌ ଚାଲିଛି। ଦ୍ରୁତ ପ୍ରଗତି ଓ ଅଭିବୃଦ୍ଧି ଘଟୁଛି। କିନ୍ତୁ ବାସ୍ତବରେ ଏହା ଓଲଟା। ଯଦି ଜଣେ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ୍‌କାରକୁ ଠିକ୍‌ଭାବେ ସମୀକ୍ଷା କରିବ ସେ ଏହି ସିଦ୍ଧାନ୍ତରେ ଉପନୀତ ହେବ ଯେ ପ୍ରଧାନମନ୍ତ୍ରୀ ଅଧା ସତ ଅଧା ମିଛ କହି ଲୋକଙ୍କୁ ନିଜ ଓ ନିଜ ଦଳ ସପକ୍ଷରେ ନେବା ପାଇଁ ପ୍ରୟାସ କରିଛନ୍ତି।

ପ୍ରଧାନମନ୍ତ୍ରୀ ନିଜକୁ ସାଧାରଣ ଜନତାଙ୍କ ଭଲପାଇବା ଓ ଆଶୀର୍ବାଦର ଇସ୍ତାହାର ଭାବେ ଅଭିହିତ କରିବା ସହିତ ଆଗାମୀ ଦିନରେ କଂଗ୍ରେସ ନେତୃତ୍ୱରେ ବିଭିନ୍ନ ଦଳକୁ ନେଇ ଯେଉଁ ମହାମେଣ୍ଟ ହେବାକୁ ଯାଉଛି ତାହା ସାଧାରଣ ଜନତାଙ୍କ ଆଶା, ଭରସା ପୂରଣ କରିପାରିବ ନାହିଁ ବୋଲି କହିଥିଲେ। ନିଜକୁ ଲୋକଙ୍କ ପ୍ରତୀକ ଭାବେ କହି ଆଗାମୀ ନିର୍ବାଚନରେ ଜନତା ବନାମ ମହାମେଣ୍ଟ ଲଢ଼େଇ ଦେଖିବାକୁ ମିଳିବ ବୋଲି କହିଥିଲେ। ଅତ୍ୟନ୍ତ କ୍ରୂର ସତ୍ୟ ହେଉଛି ବର୍ତ୍ତମାନର ରାଜନୀତିରେ କୌଣସି ନୈତିକତା, ଆଦର୍ଶବାଦ, ମାନବିକତା ଓ ମୂଲ୍ୟବୋଧ ଦେଖିବାକୁ ମିଳୁନାହିଁ। କଳେବଳେକୌଶଳେ କ୍ଷମତା ଅକ୍ତିଆର କରିବା ବିଭିନ୍ନ ରାଜନେତା ଓ ଦଳର ଲକ୍ଷ୍ୟ ହୋଇଛି। ଏଣୁ ଭାଜପା ହେଉ ବା ମହାମେଣ୍ଟ କେହି ଜନସାଧାରଣଙ୍କ ଆସ୍ଥାଭାଜନ ହେବେ ନାହିଁ। କିନ୍ତୁ ମେଣ୍ଟ ଗଠନ କରି ନିର୍ବାଚନ ଲଢ଼ିବା ଓ ମିଳିତ ସରକାର ଗଢ଼ିବା ଗଣତନ୍ତ୍ରରର ଏକ ଅଂଶ। ଏହାକୁ ପ୍ରଧାନମନ୍ତ୍ରୀ ବିରୋଧ କରିବା ଅଗଣତାନ୍ତ୍ରିକ। ପୁନଶ୍ଚ ବର୍ତ୍ତମାନର ଭାଜପା ପୂର୍ବରୁ ଭାରତୀୟ ଜନସଂଘ ଥିଲା। ଏହା ଅନ୍ୟ ବିରୋଧୀ ଦଳଙ୍କ ସହିତ ମିଶି ଇନ୍ଦିରା ଗାନ୍ଧୀଙ୍କ କଂଗ୍ରେସ ବିରୋଧରେ ଲଢ଼ିଥିଲା ଏବଂ କଂଗ୍ରେସକୁ କ୍ଷମତାଚ୍ୟୁତ କରିଥିଲା। ୧୯୭୭ରେ ଯେଉଁ ଜନତା ଦଳ ସରକାର କରିଥିଲା, ତାହା ଏକ ମିଳିତ ସରକାର ଥିଲା, ଯେଉଁଥିରେ ଭାରତୀୟ ଜନସଂଘ ଏକ ଅଂଶୀଦାର ଦଳ ଥିଲା। ପରେ ଜନତା ପାର୍ଟିର ବିଲୟ ପରେ ୧୯୮୦ରେ ଭାରତୀୟ ଜନସଂଘ ଭାଜପା ନାମରେ ନୂଆ ଅବତାରରେ ଆବିର୍ଭୂତ ହୋଇଥିଲା। ପୁନଶ୍ଚ ଗୋଟିଏ ଦଳ ଶାସନ କଲେ ଏହା ବେଶି ଏକଚ୍ଛତ୍ରବାଦୀ ହେବାର ସମ୍ଭାବନା ଥାଏ। ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଓ୍ବାଇ.ଭି. ରେଡ୍ଡୀଙ୍କ କହିବା ଅନୁଯାୟୀ ମିଳିତ ସରକାର ସମୟରେ ଆର୍ଥିକ ଅଭିବୃଦ୍ଧି ଭଲ ହୋଇଛି। ବିଶେଷକରି ଉପା-୧ ସରକାର ଅମଳରେ ଆର୍ଥିକ ଅଭିବୃଦ୍ଧି, ଆଭ୍ୟନ୍ତରୀଣ ସଞ୍ଚୟ, ନିବେଶ ହାର ଅନ୍ୟ ସବୁ ସରକାର ତୁଳନାରେ ଅଧିକ ହୋଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଲୋକମାନେ ସବୁ ଦେଖୁଛନ୍ତି। ଯଦି ଏହା ସତ୍ୟ ତେବେ ତାଙ୍କ ସରକାର ପ୍ରଚାରରେ କାହିଁକି ଏତେ ଖର୍ଚ୍ଚ କରୁଛି? ୨୦୧୪-୧୫ରୁ ୨୦୧୭-୧୮ ମଧ୍ୟରେ ତାଙ୍କ ସରକାର ଗଣମାଧ୍ୟମରେ ୪୮୮୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍ବୟଂ ଦଳୀୟ ସଭାପତି ପରି ବିଭିନ୍ନ ସଭାସମିତି ରାଲିରେ ଦଳ ସପକ୍ଷରେ ଏବଂ କଂଗ୍ରେସ ତଥା ବିରୋଧୀ ଦଳ ବିରୋଧରେ ପ୍ରଚାର କରିଛନ୍ତି। ବିମୁଦ୍ରୀକରଣ ସମ୍ପର୍କରେ ମତଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିମୁଦ୍ରୀକରଣ ଏକ ଝଟ୍‌କା ନ ଥିଲା। ବ୍ୟବସ୍ଥାକୁ ସ୍ବଚ୍ଛ କରିବା ପାଇଁ ଏହା ଜରୁରୀ ଥିଲା। ବାସ୍ତବରେ ବିମୁଦ୍ରୀକରଣ ଏକ ରାଜନୈତିକ ପଦକ୍ଷେପ ଥିଲା। ନରେନ୍ଦ୍ର ମୋଦି ନିଜକୁ କଳାଧନ ଓ ଦୁର୍ନୀତି ବିରୋଧୀ ଭାବେ ପ୍ରତିପାଦନ କରି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଜିତିବା ପାଇଁ ବିମୁଦ୍ରୀକରଣ ପଦକ୍ଷେପ ନେଇଥିଲେ। ଅନେକ ବିଶିଷ୍ଟ ଅର୍ଥନୀତିଜ୍ଞ ଏପରିକି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଏହାକୁ ଏକ କ୍ରୂର ପଦକ୍ଷେପ ବୋଲି କହିଛନ୍ତି। ଏହାଦ୍ୱାରା କୌଣସି କଳାଧନ ଉଦ୍ଧାର ହେଲା ନାହିଁ ବରଂ କଳାଟଙ୍କାର ଅଧିକାରୀ ତାଙ୍କ କଳାଟଙ୍କାକୁ ଧଳା କରିପାରିଲେ। ଯେଉଁ ଲକ୍ଷ୍ୟ ନେଇ ବିମୁଦ୍ରୀକରଣ କରାଯାଇଥିଲା ତାହାର ଗୋଟିଏ ବି ପୂରଣ ହୋଇନାହିଁ। ବରଂ ଲୋକମାନେ ହଇରାଣ ହୋଇଛନ୍ତି ଏବଂ ଆର୍ଥିକ ଅଭିବୃଦ୍ଧି ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ଜିଏସ୍‌ଟି ସପକ୍ଷରେ କହିଛନ୍ତି। କିନ୍ତୁ ପ୍ରଶ୍ନକର୍ତ୍ତା ତାଙ୍କୁ ପଚାରିଲେ ନାହିଁ ଯେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲାବେଳେ କାହିଁକି ଜିଏସ୍‌ଟିକୁ ବିରୋଧ କରୁଥିଲେ। ଜିଏସ୍‌ଟି ଏକ ପରୋକ୍ଷ ଟିକସ ସଂସ୍କାର। ଏହାର ଆବଶ୍ୟକତା ଥିଲା। କିନ୍ତୁ ଏହା ଯେପରି ତରବରିଆ ଭାବେ କାର୍ଯ୍ୟକାରୀ କରାଗଲା ତାହାଦ୍ୱାରା ଅର୍ଥନୀତିର କ୍ଷତି ହୋଇଛି। ବ୍ୟବସାୟୀ ହଇରାଣ ହୋଇଛନ୍ତି। ଅର୍ଥନୈତିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହୋଇଛି। ଭାରତରେ ପ୍ରଚଳିତ ଜିଏସ୍‌ଟି ଏକ ଜଟିଳ ପ୍ରକ୍ରିୟା ବୋଲି ବିଶ୍ୱବ୍ୟାଙ୍କ ମତ ଦେଇଛି। ଜିଏସ୍‌ଟି ଯୋଗୁ ଦରଦାମ୍‌ ହ୍ରାସ ପାଇବ, ଟିକସ ଫାଙ୍କି ରୋକାଯାଇପାରିବ ଏବଂ ଅଧିକ ରାଜସ୍ବ ଆଦାୟ ହେବ ବୋଲି ଯାହା କୁହାଯାଇଥିଲା ତାହା ପୂରଣ ହୋଇପାରି ନାହିଁ। ଚଳିତ ଆର୍ଥିକବର୍ଷ ଏପ୍ରିଲରୁ ଅକ୍ଟୋବର ୨୦୧୮ ମଧ୍ୟରେ ୩୮,୮୯୬ କୋଟି ଟଙ୍କାର ଜିଏସ୍‌ଟି ଟିକସ ଫାଙ୍କି ଘଟିଛି। ଗତ ନଭେମ୍ବର ଓ ଡିସେମ୍ବରରେ ଧାର୍ଯ୍ୟଲକ୍ଷ୍ୟଠାରୁ କମ୍‌ ଜିଏସ୍‌ଟି ଆଦାୟ ହୋଇଛି। ସେହିପରି ଭାଜପା-ଶାସିତ ରାଜ୍ୟ କୃଷିଋଣ ଛାଡ କଲାବେଳେ ମୋଦି ବିରୋଧ କରୁ ନ ଥିଲେ। କିନ୍ତୁ କଂଗ୍ରେସ କଲା ବେଳକୁ ବିରୋଧ କରୁଛନ୍ତି।

ନରେନ୍ଦ୍ର ମୋଦି ପରୋକ୍ଷରେ କଂଗ୍ରେସ ତଥା ଅନ୍ୟ ବିରୋଧୀ ଦଳକୁ ଦୁର୍ନୀତିଗ୍ରସ୍ତ କହିଲାବେଳେ ନିଜକୁ ସ୍ବଚ୍ଛ ବୋଲି କହିଛନ୍ତି। ଯହି ଏହା ସତ କିପରି ବିଭିନ୍ନ ସଭାସମିତି, ରାଲିରେ ତାଙ୍କ ଦଳ ପକ୍ଷରୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏସବୁ କିଏ ଦେଉଛି? ୨୦୧୭-୧୮ରେ ଭାଜପାର ଦଳୀୟ ପାଣ୍ଠିକୁ ୧୦୦୦ କୋଟି ଟଙ୍କା ଆସିଛି। ଯେଉଁମାନେ ଦେଇଛନ୍ତି ସେମାନେ କ’ଣ କିଛି ସୁବିଧା ନ ପାଇ ଦେଇଛନ୍ତି? ବର୍ତ୍ତମାନ ଦୁର୍ନୀତି ଅନ୍ତରଙ୍ଗ ପୁଞ୍ଜିବାଦ ବା କ୍ରୋନି କ୍ୟାପିଟାଲିଜମ୍‌ର ରୂପ ନେଇଛି। କରପ୍ସନ ପର୍‌ସିପସନ୍‌ ଇଣ୍ଡେକ୍ସରେ ଭାରତର ଅବନତି ଘଟିଛି। ଅର୍ଥାତ୍‌ ଦୁର୍ନୀତି ବୃଦ୍ଧି ପାଇଛି। ନରେନ୍ଦ୍ର ମୋଦି କହିଛନ୍ତି ଯେ, ଯେଉଁମାନେ ଦେଶର ସମ୍ପଦ ଲୁଟ୍‌କରି ଦେଶ ଛାଡି ପଳାଇଛନ୍ତି ସେମାନଙ୍କୁ ପୁଣି ଦେଶକୁ ଅଣାଯିବ। ସେମାନଙ୍କଠାରୁ କଡ଼ାଗଣ୍ଡା ଆଦାୟ କରାଯିବ। କିନ୍ତୁ ବିଜୟ ମାଲ୍ୟା ଦେଶ ଛାଡ଼ିବା ପୂର୍ବରୁ ସିବିଆଇ ତରଫରୁ ଯେଉଁ ଡିଟେନ ଲୁକ୍‌ଆଉଟ ନୋଟିସ ଜାରି କରାଯାଇଥିଲା ତାହାକୁ ଇନ୍‌ଫର୍ମକୁ କାହିଁକି ପରିବର୍ତ୍ତନ କରାଗଲା? ଏହି ପ୍ରଶ୍ନ ପ୍ରଧାନମନ୍ତ୍ରୀଙ୍କୁ ପଚାରିବାର ଥିଲା। ରିଜର୍ଭ ବ୍ୟାଙ୍କର ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୧୭-୧୮ରେ ବ୍ୟାଙ୍କଗୁଡ଼ିକରେ ହୋଇଥିବା ଠକାମିର ପରିମାଣ ୪୧,୨୦୦ କୋଟି ଟଙ୍କା, ଯାହା ୨୦୧୪-୧୫ଠାରୁ ୧୧୨% ଅଧିକ।

ଉର୍ଜିତ ପଟେଲଙ୍କ ଇସ୍ତଫା ଉପରେ ମତଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ଇସ୍ତଫା ଦେବା ପାଇଁ ୬ ବା ୭ ମାସ ତଳୁ କହି ଆସୁଥିଲେ। କିନ୍ତୁ ଏ କଥା ଉର୍ଜିତ ପଟେଲ ଇସ୍ତଫା ଦେବା ସମୟରେ ପ୍ରଧାନମନ୍ତ୍ରୀ କାହିଁିକି କହିଲେ ନାହିଁ? କୌଣସି ବ୍ୟକ୍ତି ସେପରି ଅଯଥା ଚାପର ବଶବର୍ତ୍ତୀ ନ ହେଲେ ରିଜର୍ଭ ବ୍ୟାଙ୍କର ଗଭର୍ନର ପଦରୁ ଇସ୍ତଫା ଦେବାକୁ ଚାହିଁବ ନାହିଁ। ନିକଟରେ ରିଜର୍ଭ ବ୍ୟାଙ୍କର ଗଚ୍ଛିତ ପାଣ୍ଠି ବା ରିଜର୍ଭରୁ ସରକାରଙ୍କୁ କିଛି ଅଂଶ ଦେବାକୁ ନେଇ ରିଜର୍ଭବ୍ୟାଙ୍କ ଉପରେ ସରକାରଙ୍କ ତରଫରୁ ଚାପ ଥିଲା, ଯାହା ତାଙ୍କ ଇସ୍ତଫାର କାରଣ। କେବଳ ଉର୍ଜିତ ପଟେଲ ନୁହନ୍ତି, ନୀତି ଆୟୋଗର ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିଆ, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ୍‌ ଇସ୍ତଫା ଦେଇଛନ୍ତି। ସିବିଆଇ ଭଳି ସଂସ୍ଥାର ମୁଖ୍ୟ ଆଲୋକ ବର୍ମାଙ୍କୁ ତାଙ୍କ କାର୍ଯ୍ୟକାଳ ପୂର୍ବରୁ ବାହାର କରିଦିଆଯାଇଛି। ଏପରିକି ବିଭିନ୍ନ ତଥ୍ୟ ପ୍ରଦାନ କରୁଥିବା ସିଏସ୍‌ଓ କାର୍ଯ୍ୟକଳାପରେ ହସ୍ତକ୍ଷେପ କରାଯାଉଛି। ଏହାର ଅର୍ଥ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଓ ନିୟାମକ ସଂସ୍ଥାର କାର୍ଯ୍ୟକଳାପରେ ସରକାର ଅଯଥାରେ ହସ୍ତକ୍ଷେପ କରୁଛନ୍ତି। ପୁନଶ୍ଚ ସାବରିମାଲା ମନ୍ଦିରରେ ମହିଳାମାନଙ୍କ ପ୍ରବେଶକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ମନ୍ଦିରରେ ବିଭିନ୍ନ ପ୍ରଥା ରହିଛି। ଭାଜପା ସୁପ୍ରିମ୍‌କୋର୍ଟଙ୍କ ରାୟ ବିରୋଧରେ ଯାଇ ମନ୍ଦିରରେ ମହିଳା ପ୍ରବେଶକୁ ବିରୋଧ କରିବାକୁ ପ୍ରଧାନମନ୍ତ୍ରୀ ସମାଲୋଚନା କରିନାହାନ୍ତି। ସେ କୁସଂସ୍କାରକୁ ବିରୋଧ କରିବାକୁ ଅନିଚ୍ଛୁକ। ଏପରିକି ରାମମନ୍ଦିର ପ୍ରସଙ୍ଗରେ କଂଗ୍ରେସକୁ ସମାଲୋଚନା କରିବାକୁ ପଛେଇ ନାହାନ୍ତି। ପ୍ରଧାନମନ୍ତ୍ରୀ ପ୍ରତ୍ୟେକ କଥାରେ ବିକାଶ କଥା କହିଛନ୍ତି। କିନ୍ତୁ ବିକାଶ ହୋଇଛି ଧନିକ ଶ୍ରେଣୀର। ୨୦୧୭ରେ ଯେତିକି ସମ୍ପଦ ସୃଷ୍ଟି ହୋଇଥିଲା ତାହାର ୭୩% ଯାଇଛି ୧% ଧନିକଙ୍କ ପାଖକୁ। ଅପରପକ୍ଷେ ବିକାଶ ସୂଚାଉଥିବା ବିଭିନ୍ନ ଅନ୍ତର୍ଜାତୀୟ ସୂଚକାଙ୍କରେ ଭାରତ ପୂର୍ବପରି ନିମ୍ନରେ ରହିଛି। କେତେକ କ୍ଷେତ୍ରରେ ଅବନତି ମଧ୍ୟ ଘଟିଛି। ଏହିସବୁ ପ୍ରଶ୍ନ ସାମ୍ବାଦିକ ପ୍ରଧାନମନ୍ତ୍ରୀଙ୍କୁ ପଚାରିବାର ଥିଲା।


All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/କୃଷି ଆଗ

ସମ୍ପାଦକୀୟ/କୃଷି ଆଗ

ଆଜିର ସ୍ଥିତି ଦେଖିଲେ ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଦୌ ପୂରଣ କରିନାହାନ୍ତି। ଉଚ୍ଚାଙ୍ଗ ସ୍ବରରେ ‘ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ’ କଥା କହୁଥିଲେ ମଧ୍ୟ ତା’ର ଫଳ ଶୂନ ହୋଇଛି। ବିଶେଷକରି ସାମାଜିକ ଓ ଅର୍ଥନୈତିକ ଦିଗରୁ ତାଙ୍କ ଶାସନ ସମୟରେ ଦେଶର ଅଧିକ କ୍ଷତି ଘଟିଛି। ଅସହିଷ୍ଣୁତା, ମିଛିମିଛିକା ଦେଶପ୍ରେମ ଓ ବିଭାଜନ ରାଜନୀତି ସାମାଜିକ ବାତାବରଣକୁ ଘୋର ପ୍ରଭାବିତ କରିଛି। ଏକ ଉତ୍ତମ ଶାସନ ଜରିଆରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ତା’ର ସୁଫଳ ଲୋକେ ପାଇପାରିନାହାନ୍ତି। ଏହା ଜଣାଶୁଣା ଯେ, ମୋଦିଙ୍କ ଶାସନ ସମୟରେ କର୍ପୋରେଟ ପ୍ରୀତି ବଢ଼ିଛି..

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

ସହଦେବ ସାହୁ

ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା (ଏଫ୍‌ଏଓ) ସହିତ କାର୍ଯ୍ୟ କରୁଥିବା କ୍ଷୁଧା ଓ କୁପୁଷ୍ଟି ବିରୋଧୀ ଅନ୍ତର୍ଜାତୀୟ ସଂଗୋଷ୍ଠୀ (ଇଣ୍ଟରନ୍ୟାଶନାଲ ଆଲାଏନ୍ସ ଏଗେଁଷ୍ଟ ହଙ୍ଗର ଆଣ୍ଡ ମାଲନ୍ୟୁଟ୍ରିଶନ୍‌) କୃଷି କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶକୁ ପ୍ରଶଂସା କରିଛି। ୧୯୫୦-୫୧ରେ ଭାରତରେ ଖାଦ୍ୟଶସ୍ୟ ଉପତ୍ାଦନ ପରିମାଣ ୫ କୋଟି ଟନ୍‌ ଥିବାବେଳେ ୨୦୧୬-୧୭ରେ ୨୭ କୋଟି ୨୦ ଲକ୍ଷ ଟନ୍‌ ହୋଇଛି, ପ୍ରାୟ ୫ଗୁଣ। ଲୋକସଂଖ୍ୟା ବଢ଼ିଛି ୪ ଗୁଣ। ତେଣୁ ଖାଦ୍ୟ-ଅଭାବୀ ପରିସ୍ଥିତିକୁ ପଛରେ ପକାଇ ଭାରତ ଏକ ଖାଦ୍ୟ ରପ୍ତାନିକାରୀ ରାଷ୍ଟ୍ର ହୋଇଗଲାଣି। ତଥାପି ଭାରତରେ କ୍ଷୁଧା ଓ କୁପୁଷ୍ଟି କାରଣରୁ ଏକଚତୁର୍ଥାଂଶ ଲୋକ କାର୍ଯ୍ୟକ୍ଷମ ହୋଇପାରୁ ନାହା..

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ବ୍ରହ୍ମାନନ୍ଦ ପଣ୍ଡା

ଆଜିକାଲି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏଭଳି ଅଧୋଗତି ହୋଇଛି ଯେ, ପ୍ରାୟ ୬୦% ମାଧ୍ୟମିକ ଛାତ୍ରୀଛାତ୍ର ଦରଖାସ୍ତଟିଏ ଲେଖିବାକୁ ବା ସାଧାରଣ ହିସାବଟିଏ କରିବାକୁ ଅସମର୍ଥ। ଭାରତର ୭୫% ଯାନ୍ତ୍ରିକ ଓ କାରିଗରି ଶିକ୍ଷାପ୍ରାପ୍ତ ସ୍ନାତକ ଚାକିରି ପାଇବାକୁ ଅଯୋଗ୍ୟ ବୋଲି ନିକଟ ଅତୀତରେ ପ୍ରକାଶ ପାଇଥିବା ତଥ୍ୟ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖାଲି ସେତିକି ନୁହେଁ ଛାତ୍ରସମାଜର ଆଜି ନୈତିକ ସ୍ଖଳନ ଘଟିଛି। ଭାରତୀୟ ସଂସ୍କୃତିର ଅବକ୍ଷୟ ହେଉଛି। ମାନବିକ ମୂଲ୍ୟବୋଧ ଲୋପ ପାଉଛି। ଆଜିର ଶିକ୍ଷା ବ୍ୟୟବହୁଳ ଏବଂ ଚାକିରିସର୍ବସ୍ବ ହୋଇଛି। ଜ୍ଞାନ ଓ ଗବେଷଣା ଅର୍ଥସର୍ବସ୍ବ ହୋଇଛି। ସମାଜସେବା ପ୍ରଚାରସର୍ବସ୍ବ ହୋଇଛି। ଯଦି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ପିଅନ ..

ଏଇ ଭାରତରେ

ଏଇ ଭାରତରେ

କାହିଁ କେଉଁ ଆଦିମ କାଳରୁ କୁକୁର ହେଉଛି ମଣିଷର ସାଥୀ। ଏହି ପ୍ରାଣୀ ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ଭୃତ୍ୟ ଭାବରେ କାର୍ଯ୍ୟ କରେ। ଏପରି କି ମାଲିକର ଲୁଣ ଖାଇବାରୁ ତା’ର ଗୁଣ ଗାଏ। ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଦରକାର ପଡ଼ିଲେ ନିଜ ଜୀବନ ହାରିଦିଏ। ଏପରି ଏକ ଘଟଣା ଘଟିଛି ଜୟପୁରରେ। ରାଜସ୍ଥାନର ଜୟପୁରରେ ବାସ କରୁଥିବା ପୂର୍ବତନ ରଣଜୀ ଖେଳାଳି ସଞ୍ଜୀବ ଓହଲାନ୍‌ଙ୍କ ବାସଭବନରେ ନିଆଁ ଲାଗିଯାଇଥିଲା। ତଳ ମହଲାରେ ତାଙ୍କ ସ୍ତ୍ରୀ, ପୁଅ ଓ ଚାକରକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ନିଆଁ ଲାଗିବା ଯୋଗୁ ସଞ୍ଜୀବ..

ମୋଦି: ସବୁଥିରେ ଆଙ୍ଗୁଠି

ମୋଦି: ସବୁଥିରେ ଆଙ୍ଗୁଠି

ସ।ଧାରଣ ନିର୍ବାଚନ ଯେତେ ନିକଟତର ହେଉଛି, ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଲାଣି। ଜାନୁୟାରୀ ୧୯ରେ କୋଲକାତାରେ  ବିରୋଧୀଙ୍କ ରାଲିର କଳେବର ଦେଖିଲେ ମହାଗଠବନ୍ଧନ ଶକ୍ତିଶାଳୀ ହେଉଥିବା ମନେହେଉଛି। 

ସବୁଜ ପରିବହନ ବ୍ୟବସ୍ଥା

ସବୁଜ ପରିବହନ ବ୍ୟବସ୍ଥା

 ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଏକ ରିପୋର୍ଟରୁ ଜଣାଯାଏ ଯେ, ଭାରତରେ ଅଧିକାଂଶ ସହର ବାୟୁ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ। ଏପରି କି ପୃଥିବୀର ସବୁଠାରୁ ଅଧିକ ପନ୍ଦରଟି ସହର ମଧ୍ୟରେ ଭାରତର ଚଉଦଟି ସହର ଅଛି। ସବୁଠାରୁ ପ୍ରଦୂଷିତ ସହର ହେଉଛି କାନପୁର। 

ବାସିପାଣିରେ ପଚରା

ବାସିପାଣିରେ ପଚରା

ହଇରେ ମୋତେ କ’ଣ ଆଉ ବାସିପାଣିରେ ପଚାରୁନୁ? ଚିହ୍ନା ଲୋକଟିଏ, ଆପଣାର ମଣିଷଟିଏ ଆମକୁ ପୂର୍ବାପେକ୍ଷା ହତାଦର କରିବାର ଅନୁଭବ କଲେ ଆମେ ଏ ରୂଢିଟିର ପ୍ରୟୋଗ କରିଥାଉ! ଏଠାରେ ବାସିପାଣିକୁ ନିକୃଷ୍ଟ ଅର୍ଥରେ ବ୍ୟବହାର କରାଯାଇଛି। ନଚେତ୍‌ ଆମେ କହୁଥାନ୍ତେ- ହଇରେ ମୋତେ କ’ଣ ଆଉ ସଜପାଣିରେ ପଚାରୁନୁ? ନଚେତ୍‌ କହିଥାନ୍ତେ- କିରେ ମୋତେ କ’ଣ ଆଉ ମଦପାଣିରେ ପଚାରୁନୁ? ମାନେ ବାସିପାଣିଟି ପଚାରିବା ବା ବନ୍ଧୁ ଚର୍ଚ୍ଚା କରିବା ଯୋଗ୍ୟ ନୁହେଁ।

ଏଇ ଭାରତରେ

ଏଇ ଭାରତରେ

ଭଲ ପାଇବାର ହୃଦୟଟିଏ ଥିଲେ କେତେକ ପୁରୁଷ ଓ ମହିଳା ଅତିକ୍ରାନ୍ତ ବୟସରେ ବି ଭଲପାଇ ବସନ୍ତି। ତେବେ ଭଲ ପାଇବା ପାଇଁ ଜଣେ ବିବାହିତା ମହିଳା ଏକ ଅଭିନବ ପନ୍ଥା ଆପଣାଇଥିଲେ। 

ଡ୍ୟାନ୍ସ ବାର୍‌ ସଂସ୍କୃତି

ଡ୍ୟାନ୍ସ ବାର୍‌ ସଂସ୍କୃତି

ଆକାର ପଟେଲ

ଡ୍ୟାନ୍ସ ବାର୍‌ ସଂସ୍କୃତି ମୁମ୍ବାଇରୁ, ବିଶେଷତଃ କେନ୍ଦ୍ରୀୟ ମୁମ୍ବାଇ ଅଞ୍ଚଳରୁ ଆରମ୍ଭ ହୋଇଥିଲା। ଏହି ପରମ୍ପରା ସହ ସମ୍ଭବତଃ ଲାଓ୍ବଣୀର ସମ୍ପର୍କ ଅଛି। ଢୋଲକୀ ବାଜାର ତାଳେ ତାଳେ ନାଚ-ଗୀତକୁ ଲାଓ୍ବଣୀ କହନ୍ତି, ଯାହା ହେଉଛି ମହାରାଷ୍ଟ୍ରର ଏକ ପ୍ରାଚୀନ ଲୋକନୃତ୍ୟ। ପୁରୁଷମାନଙ୍କର ଛୋଟ ଛୋଟ ଦଳ ଏବଂ ବେଳେବେଳେ ସେମାନଙ୍କ ପରିବାର ଟେବୁଲରେ ବସି ଏକ ଖୋଲା ସ୍ଥାନ ଆଡ଼କୁ ଚାହିଁଥାନ୍ତି, ଯେଉଁଠି ଅଧ ଡଜନ ମହିଳା ହିନ୍ଦୀ ଗୀତର ତାଳେ ତାଳେ ନୃତ୍ୟ କରୁଥାନ୍ତି। ନୃତ୍ୟାଙ୍ଗନାମାନେ ସମ୍ପୂର୍ଣ୍ଣ ଦେହକୁ ଆବୃତ କଲାଭଳି ବସ୍ତ୍ର ପନ୍ଧିଥାନ୍ତି। ପରିଚାରିକାମାନେ ଦର୍ଶକମାନଙ୍କ ଟେବୁଲ ଉପରେ ମଦ ପରଷନ୍ତି। ଏଠାରେ ଏପରି କି ମୃଦୁ ପାନୀୟ ପାଇଁ ମଧ୍ୟ ବିୟର ଭଳି ମୂଲ୍ୟ ନିଆଯାଏ। କିଛି ପୁ..

ଅସତ୍ୟ ସହରର ରାତି

ଅସତ୍ୟ ସହରର ରାତି

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

କେଇଦିନ ପୂର୍ବରୁ ଆମ ରାଜଧାନୀ ସହରର ଚେହେରା ଦେଖିଥିବା ଲୋକ ଏ ସହରର ବାସିନ୍ଦା ହୋଇ ନ ପାରିଥିବାର ଦୁଃଖରେ ନିଜ ଭାଗ୍ୟକୁ ନିନ୍ଦିବାର କାରଣ ଥିଲା ବେଶ୍‌ ଯୁକ୍ତିଯୁକ୍ତ। ବିଶ୍ୱକପ୍‌ ହକି ଅନୁଷ୍ଠିତ  ହେଉଥିବାର ବିରଳ ଗୌରବବୋଧ ନେଇ ଏ ସ୍ମାର୍ଟ ସହର ଯେମିତି ସୁସଜ୍ଜିତ ତୋରଣ ଓ ରଙ୍ଗ ବେରଙ୍ଗର ଆଲୋକମାଳାରେ ଆକର୍ଷଣୀୟ ରୂପରେ ସଜେଇ ହୋଇଥିଲା, ତହିଁରେ ଏଠାରେ ରହୁ ନ ଥିବା ଯେ କୌଣସି ଲୋକ ମନରେ ଈର୍ଷାର ଅସୁରଟିଏ ମୁଣ୍ଡ ଟେକିବା ସ୍ବାଭାବିକ। ମାତ୍ର ସ୍ମାର୍ଟ..

କୁଷ୍ଠରୋଗୀଙ୍କ ସାହାରା

କୁଷ୍ଠରୋଗୀଙ୍କ ସାହାରା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ

ବିଶ୍ୱକୁ ମହାତ୍ମା ଗାନ୍ଧୀଙ୍କ ଅବଦାନ ଅତୁଳନୀୟ। ତାଙ୍କ ଆଦର୍ଶକୁ ସ୍ମରଣୀୟ ରଖିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ୧୯୯୫ରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଆସୁଛି। ମହାତ୍ମାଙ୍କ ୧୨୫ତମ ଜନ୍ମବାର୍ଷିକୀରୁ ସଂସ୍ଥାପିତ ଏହି ସମ୍ମାନ ଅହିଂସା ଓ ଗାନ୍ଧୀବାଦ ଜରିଆରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ରୂପାନ୍ତରଣ ଆଣିପାରୁଥିବା ବ୍ୟକ୍ତି ଓ ସଙ୍ଗଠନକୁ ଦିଆଯାଉଛି। ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ବିରୋଧୀ ବିପ୍ଳବୀ ନେଲ୍‌ସନ ମଣ୍ଡେଲା, ଭାରତର ‘ଚିପ୍‌କୋ’ ଆନ୍ଦୋଳନର ପୁରୋଧା ଚଣ୍ଡିପ୍ରସାଦ ଭଟ୍ଟଙ୍କଠାରୁ ଆରମ୍ଭ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଭଳି ସଙ୍ଗଠନ ଏଭଳି ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ୨୦୧୯ ଜା..

ଏଇ ଭାରତରେ

ଏଇ ଭାରତରେ

ଭାରତୀୟ ସମାଜ ପିତୃକୈନ୍ଦ୍ରିକ ପରିବାରକୁ ନେଇ ଗଢ଼ିଉଠିଛି। କାରଣ ଆମ ଦେଶର ପରିବାରରେ ପୁରୁଷ ହେଉଛି ମୁଖ୍ୟ ବ୍ୟକ୍ତି। ତାଙ୍କ ନାମରେ ମୁଖ୍ୟତଃ ସମ୍ପତ୍ତିର ମାଲିକାନା ରହିଥାଏ। ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ମାନି ଚଳିଥାଆନ୍ତି। ତେଣୁ ଭାରତୀୟ ସମାଜ ଏକ ପୁରୁଷପ୍ରଧାନ ସମାଜ ଭାବରେ ଗଣ୍ୟ ହୋଇଥାଏ। ନିକଟରେ ଝିଅ ନାମରେ ସମ୍ପତ୍ତି କରିବାରୁ ଖାପ୍‌ ପଞ୍ଚାୟତରେ ବାପାଙ୍କ ପ୍ରତି ଦଣ୍ଡାଦେଶ ହୋଇଛି। ଏପରି ଏକ ଘଟଣା ଘଟିଛି ରାଜସ୍ଥାନ ରାଜ୍ୟର ଯୋଧପୁର ଅଞ୍ଚଳରେ। ସ୍ଥାନୀୟ ବିଲାଡା ତହସିଲ ଖେଜଡଲାରେ ଜଣେ ପିତା ତାଙ୍କ ସମ୍ପତ୍ତିର କିଛି ଅଂଶ ଝିଅ ନାମରେ କରିଥିଲେ। ତେବେ ଏହାକୁ ତାଙ୍କର ସରଗରା ସମାଜ ପକ୍ଷରୁ ପସନ୍ଦ କରାଯାଇ ନ ଥିଲା। କାରଣ ସମାଜରେ ପ୍ରଚଳିତ ପୁରୁଣା..