ସମ୍ପାଦକୀୟ |

ନମସ୍କାର ଓ ଆଶୀର୍ବାଦ

ନମସ୍କାର ଓ ଆଶୀର୍ବାଦ

ଅଲେଖ ଚନ୍ଦ୍ର ମିଶ୍ର

ନମସ୍କାର ଓ ଆଶୀର୍ବାଦ ଏ ଦୁଇଟି ଆପେକ୍ଷିକ ଶବ୍ଦ। ଦ୍ୱିତୀୟଟି ପ୍ରଥମର ଅନୁଚର। ନମଃ, ନମସ୍ତେ, ନମସ୍କାର, ଜୁହାର, ଓଳଗି, ଦଣ୍ଡବତ, ପ୍ରଣାମ ଓ ଅଭିବାଦନ- ଏ ସମସ୍ତ ଏକ ପର୍ଯ୍ୟାୟବାଚୀ ଶବ୍ଦ। ଏପରି ସମ୍ବେଦନଶୀଳ ଯେ ଏହାର ଉଚ୍ଚାରଣ କର୍ତ୍ତା ଏବଂ ଗ୍ରହୀତା ଉଭୟଙ୍କୁ ଆପ୍ୟାୟିତ କରେ। ଏଥିରେ ସାନବଡ଼, ଉଚ୍ଚନୀଚର ଭେଦଭାବ ରହିବା ଉଚିତ ନୁହେଁ। କାରଣ ‘ସକଳ ଘଟେ ନାରାୟଣ, ବସନ୍ତି ଅନାଦି କାରଣ।’ ବରଂ ଏହା କର୍ତ୍ତାଙ୍କର ବିନମ୍ରତାର ନିଦର୍ଶନ ଏବଂ ଗ୍ରହୀତାଙ୍କର ଶୁଭେଚ୍ଛାର ବାର୍ତ୍ତାବହ। ସମ୍ମାନ ପ୍ରଦାନ, ଭକ୍ତି ନିବେଦନ, ଆନୁଗତ୍ୟ ପ୍ରକାଶ, ସ୍ବାଗତ ସମ୍ବର୍ଦ୍ଧନା, ସାକ୍ଷାତ ସମ୍ଭାଷଣ, କୃତଜ୍ଞତା ଜ୍ଞାପନ, ଖୁସି ପ୍ରକଟ ଇତ୍ୟାଦି ପାଇଁ ସଚରାଚର ବ୍ୟବହୃତ ଏହା ଏକ ଲୋକପ୍ରିୟ ମାଧ୍ୟମ। ସ୍ଥଳବିଶେଷରେ ଏହାର ପ୍ରକାରଭେଦ ଭିନ୍ନ ଭିନ୍ନ ହେଲେ ବି (ଯଥା ନାକରେ ନାକ ଘଷିବା, କାନ୍ଧରେ କାନ୍ଧ ମିଳେଇବା, କରମର୍ଦ୍ଦନ କରିବା ଇତ୍ୟାଦି) ଆମ ସଂସ୍କୃତିରେ ଏହାର ରୂପରେଖ ନିମ୍ନୋକ୍ତ ଢଙ୍ଗରେ ହୋଇଥାଏ- ଯଥା ଆପାଦମସ୍ତକ ଭୂଲୁଣ୍ଠିତ ଦଣ୍ଡବତ, ସାଷ୍ଟାଙ୍ଗ ପ୍ରଣିପାତ, ଭୂମିଷ୍ଠ ପ୍ରଣାମ, ଆଣ୍ଠୁ ମାଡି ପ୍ରଣାମ, ମୁଣ୍ଡ ମାଡି, ବେକ ନୁଆଇଁ, ପାଦ ସ୍ପର୍ଶ କରି, ପାଦରୁ ଧୂଳି ନେଇ ପ୍ରଣାମ, ଦଣ୍ଡାୟମାନ ଅଥବା ଚାଲୁ ଚାଲୁ ଗୋଟିଏ ବା ଦୁଇଟି ହାତ ଟେକି ଶିର ଅଳ୍ପୋନ୍ନତ କରି ସାଲ୍ୟୁଟ (ସଲାମ) କରିବା, ଜୋତା ଓହ୍ଲେଇ, ଟୋପି ବା ପଗଡି କାଢି ସମ୍ମାନ ଦେବା, ପାଦୋଦକ ପାଇବା ଇତ୍ୟାଦି। ଦେଶକାଳପାତ୍ର ଭେଦରେ ନମସ୍କାର ଉପରୋକ୍ତ ପ୍ରକ୍ରିୟାରେ ସମ୍ପାଦିତ ହୋଇଥାଏ। ଏହାର ମୂଳକଥା ହେଲା ଏଥିପାଇଁ ଇଚ୍ଛା ଓ ଆଗ୍ରହ ଥିବା ଉଚିତ। ନଚେତ୍‌ ଏହା ‘ମାଗି ଓଳଗି, ଯାଚି କଲ୍ୟାଣ’ ଭଳି ହାସ୍ୟାସ୍ପଦ ହୋଇଯାଏ। ସାଧାରଣତଃ ନମସ୍କାର ଉଦ୍ଦେଶ୍ୟରହିତ ଏବଂ ପ୍ରତ୍ୟାଶାବର୍ଜିତ ହେବା ବିଧେୟ। ତେଣୁ ନମଃ ଶବ୍ଦଟି ସମ୍ପ୍ରଦାନେ ଚତୁର୍ଥୀ ବିଭକ୍ତି ସମ୍ପନ୍ନ ହୋଇଥାଏ (କୃ ଧାତୁ ସଂଯୁକ୍ତ ହେଲେ ଦ୍ୱିତୀୟା)। ପୁନଶ୍ଚ ନମସ୍କାର ବେଳେ ମନ ନିର୍ମଳ ରହିବା ଉଚିତ। ଏ କ୍ଷେତ୍ରରେ ରାମାୟଣବର୍ଣ୍ଣିତ ଅନ୍ଧମୁନି ଉପାଖ୍ୟାନ ପ୍ରଣିଧାନଯୋଗ୍ୟ। ତାଙ୍କର ଅନ୍ଧତ୍ୱର କାରଣ ଥିଲା ପୂର୍ବଜନ୍ମରେ ତାଙ୍କ ଗୃହରେ ଅତିଥି ହୋଇଥିବା ଜଣେ ଋଷିଙ୍କୁ ସସ୍ତ୍ରୀକ ନମସ୍କାର କଲାବେଳେ ତାଙ୍କର ଗୋଦର ଗୋଡ଼କୁ ଦେଖି ଉଭୟେ ଘୃଣାରେ ଚକ୍ଷୁ ବନ୍ଦ କରିଦେଇଥିଲେ। ଏହା ଦେଖି ଅତିଥି ଋଷି ତାଙ୍କୁ କହିଥିଲେ ତଥାସ୍ତୁ। ସେହିପରି ବିଗିରି ନିଜର ଗୁରୁ ଅଗସ୍ତିଙ୍କୁ ମୁଣ୍ଡମାଡି ନମସ୍କାର କଲାବେଳେ ତାଙ୍କ ମନରେ ଅହଂକାର ଦୂର ହୋଇ ନ ଥିଲା (ମେରୁ ପର୍ବତ ସହିତ ପ୍ରତିଯୋଗିତା ଯୋଗୁ)। ତେଣୁ ମହର୍ଷି ତାଙ୍କୁ ସେ ଫେରିବା ପର୍ଯ୍ୟନ୍ତ ସେମିତି ପଡି ରହିବାକୁ କହିଥିଲେ ଏବଂ ଆଉ ଫେରିଲେନି। ଦେବସଭାରେ ଶିବ ଶ୍ୱଶୁର ଦକ୍ଷଙ୍କୁ ନମସ୍କାର କରି ନ ଥିବାରୁ ଦକ୍ଷ ଶିବହୀନ ଯଜ୍ଞ କରିବାକୁ ନିଷ୍ପତ୍ତି ନେଲେ ଓ ସେଥିରୁ ଅନେକ ଅନର୍ଥ ସୃଷ୍ଟି ହେଲା। ଦକ୍ଷ ତାଙ୍କର ମସ୍ତକ ହରାଇ ଛେଳିମୁଣ୍ଡ ପାଇଲେ ଓ ଶିବ ତାଙ୍କର ପ୍ରାଣପ୍ରିୟା ପତ୍ନୀ ସତୀଙ୍କୁ ହରାଇଲେ। 

ନମସ୍କାର ଯେପରି ଭିନ୍ନ ଭିନ୍ନ ତା’ର ପ୍ରତିକ୍ରିୟା ବା ଆଶୀର୍ବାଦ ସେହିପରି ନାନା ପ୍ରକାରର। ବୁଢାବୁଢୀଙ୍କୁ ନମସ୍କାର କଲେ ସେମାନଙ୍କ ଅନ୍ତର ଭିତରୁ ଯେଉଁ ନିଷ୍କାମ ଶବ୍ଦଗୁଡିକ ସ୍ଫୁରିତ ହୁଏ ତାହା ହେଲା ”ବୁଢା ବା ବୁଢୀଟିଏ ହୋଇଥାଆ, ପାଚିଲାବାଳରେ ସିନ୍ଦୂର ଘେନିଥା, ତୋ ପାଦ ଅଗରେ କଣ୍ଟା ନ ବାଜୁ, ମୋ ଆୟୁଷ ତତେ ଲାଗିଯାଉ, ଦୀର୍ଘାୟୁ, ନିରାମୟ ହୋଇଥା, କୋଟି ପରମାୟୁ ହେଉ, ତୋର ସବୁ ରୋଗବୈରାଗ ମୋତେ ଝାଡିଝୁଡି ଦେ, ତୋର ଅନିଷ୍ଟ ପାଞ୍ଚୁଥିବା ଲୋକ ମୁହଁରେ ନିଆଁ ଲାଗୁ, ତୋର ସବୁ ବାଧାବିଘ୍ନ ଆଡ଼ ହୋଇଯାଉ, ତୋର ରାସ୍ତାରେ କଣ୍ଟା ନ ରହୁ ଇତ୍ୟାଦି।“ ବୟସ୍କ କିମ୍ବା ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନମସ୍କାର କଲେ ସେମାନେ ସାଧାରଣତଃ କହିଥାନ୍ତି, ହେଲା ହେଲା, ତୁମକୁ କିଏ ଅକଲ୍ୟାଣ କରୁଛିରେ ବାବୁ, ସବୁ ମଙ୍ଗଳ ହେଉ। ଭଲରେ ରୁହ, ସୁଖ ଆନନ୍ଦରେ ଦିନ କାଟୁଥା ଇତ୍ୟାଦି।

ଶିକ୍ଷକ, ଗୁରୁ ଅଥବା ଗୁରୁଜନଙ୍କୁ ନମସ୍କାର କଲେ ସେମାନେ ମୁଣ୍ଡରେ ହାତ ରଖି ଆଶୀର୍ବାଦ କରନ୍ତି- ସିଦ୍ଧିରସ୍ତୁ, ବିଜୟୀ ଭବ, ସର୍ବତ୍ର କୃତକାର୍ଯ୍ୟ ହୁଅ, ସଫଳ ହୁଅ ଇତ୍ୟାଦି। ବ୍ରାହ୍ମଣ, ପୁରୋହିତ ଓ ପଣ୍ଡିତଙ୍କୁ ନମସ୍କାର କଲେ ତାଙ୍କ ମୁହଁରୁ ସ୍ବତଃ ନିଃସୃତ ହୋଇଥାଏ- ମନୋବାଞ୍ଛା ପୂର୍ଣ୍ଣମସ୍ତୁ, ଦୀର୍ଘାୟୁ ଭବ, ଆୟୁଷ୍ମାନ୍‌ ଭବ, କୁଶଳମସ୍ତୁ, ସର୍ବାରିଷ୍ଟ ଶାନ୍ତିର୍ଭବତୁ, ମନୋଭୀଷ୍ଟ ସିଦ୍ଧିର୍ଭବତୁ ଇତ୍ୟାଦି। କିନ୍ତୁ ମାତାପିତାଙ୍କୁ ନମସ୍କାର କଲେ ଏ ସମସ୍ତ ଏକ ସ୍ଥାନରେ ପ୍ରାପ୍ତ ହୁଏ। ମୁନିଋଷିଙ୍କୁ ନମସ୍କାର କଲେ ତତ୍‌କ୍ଷଣାତ୍‌ ଫଳପ୍ରାପ୍ତି ହୁଏ ଏବଂ ସମସ୍ତ ସଙ୍କଟ ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି। ଦେବଦେବୀଙ୍କୁ ନମସ୍କାର କଲେ ସେମାନେ କିଛି କୁହନ୍ତିନି ସିନା କିନ୍ତୁ ସେମାନଙ୍କର ସନ୍ତୁଷ୍ଟି ପ୍ରକାରାନ୍ତରେ ସୂଚେଇ ଦିଅନ୍ତି। ଶାସ୍ତ୍ରାନୁସାରେ ସୂର୍ଯ୍ୟଦେବତାଙ୍କୁ ନମସ୍କାର କଲେ ଯେଉଁ ଫଳପ୍ରାପ୍ତି ହୁଏ ତାହା ନିମ୍ନୋକ୍ତ ପ୍ରକାରର- ଆଦିତ୍ୟସ୍ୟ ନମସ୍କାରଃ ଯେ କୁର୍ବନ୍ତି ଦିନେ ଦିନେ। ନ ବ୍ୟାଧିର୍ନ ଶୋକସ୍ତେଷାଂ ଦାରିଦ୍ର୍ୟଂ ନୋପଜାୟତେ।ା

ଏହା ଏକ ଅନୁଭୂତିର କଥା ଯେ ସାମାନ୍ୟ ନମସ୍କାରଟିଏ ବେଳେ ବେଳେ ଦୀର୍ଘଦିନର ତିକ୍ତ ସମ୍ପର୍କକୁ ମଧୁର କରିଦିଏ ଏବଂ ଅନେକ ଅସମାହିତ ମନୋମାଳିନ୍ୟ ଦୂର କରିଦିଏ। ଅତଏବ ନମସ୍କାର ପାଇଁ ଆଦୌ କୁଣ୍ଠା ରହିବା ଉଚିତ ନୁହେଁ, ପ୍ରତିପକ୍ଷରୁ ପ୍ରତିଦାନ ଥାଉ ବା ନ ଥାଉ। ମାତ୍ର କ୍ଷୋଭର କଥା କାଳକ୍ରମେ ନମସ୍କାରର ରୂପରେଖ ବଦଳିବାରେ ଲାଗିଛି ଏବଂ ତା’ ସହିତ ବଦଳିଯାଉଛି ଆଶୀର୍ବାଦର ସଂଜ୍ଞା। ଏବେ ନମସ୍କର୍ତ୍ତାଙ୍କର ପ୍ରତିଦାନ ସ୍ବରୂପ ଶୁଷ୍କ ପ୍ରତିନମସ୍କାରଟିଏ ହିଁ ଆଶୀର୍ବାଦର ସ୍ଥାନ ନେଉଛି। ନମସ୍କାରର ଶୁଦ୍ଧତା ସହିତ ଆଶୀର୍ବଚନର ଆନ୍ତରିକତା ବିଲୟର ଦ୍ୱାରଦେଶରେ ଉପନୀତ।

ସାରଦାଶ୍ରୀ, ୯୦୪, ଶାସ୍ତ୍ରୀନଗର, ୟୁନିଟ-୪ ଭୁବନେଶ୍ୱର, ମୋ-୯୪୩୮୬୭୩୮୯୮


All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/କୃଷି ଆଗ

ସମ୍ପାଦକୀୟ/କୃଷି ଆଗ

ଆଜିର ସ୍ଥିତି ଦେଖିଲେ ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଦୌ ପୂରଣ କରିନାହାନ୍ତି। ଉଚ୍ଚାଙ୍ଗ ସ୍ବରରେ ‘ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ’ କଥା କହୁଥିଲେ ମଧ୍ୟ ତା’ର ଫଳ ଶୂନ ହୋଇଛି। ବିଶେଷକରି ସାମାଜିକ ଓ ଅର୍ଥନୈତିକ ଦିଗରୁ ତାଙ୍କ ଶାସନ ସମୟରେ ଦେଶର ଅଧିକ କ୍ଷତି ଘଟିଛି। ଅସହିଷ୍ଣୁତା, ମିଛିମିଛିକା ଦେଶପ୍ରେମ ଓ ବିଭାଜନ ରାଜନୀତି ସାମାଜିକ ବାତାବରଣକୁ ଘୋର ପ୍ରଭାବିତ କରିଛି। ଏକ ଉତ୍ତମ ଶାସନ ଜରିଆରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ତା’ର ସୁଫଳ ଲୋକେ ପାଇପାରିନାହାନ୍ତି। ଏହା ଜଣାଶୁଣା ଯେ, ମୋଦିଙ୍କ ଶାସନ ସମୟରେ କର୍ପୋରେଟ ପ୍ରୀତି ବଢ଼ିଛି..

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

ସହଦେବ ସାହୁ

ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା (ଏଫ୍‌ଏଓ) ସହିତ କାର୍ଯ୍ୟ କରୁଥିବା କ୍ଷୁଧା ଓ କୁପୁଷ୍ଟି ବିରୋଧୀ ଅନ୍ତର୍ଜାତୀୟ ସଂଗୋଷ୍ଠୀ (ଇଣ୍ଟରନ୍ୟାଶନାଲ ଆଲାଏନ୍ସ ଏଗେଁଷ୍ଟ ହଙ୍ଗର ଆଣ୍ଡ ମାଲନ୍ୟୁଟ୍ରିଶନ୍‌) କୃଷି କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶକୁ ପ୍ରଶଂସା କରିଛି। ୧୯୫୦-୫୧ରେ ଭାରତରେ ଖାଦ୍ୟଶସ୍ୟ ଉପତ୍ାଦନ ପରିମାଣ ୫ କୋଟି ଟନ୍‌ ଥିବାବେଳେ ୨୦୧୬-୧୭ରେ ୨୭ କୋଟି ୨୦ ଲକ୍ଷ ଟନ୍‌ ହୋଇଛି, ପ୍ରାୟ ୫ଗୁଣ। ଲୋକସଂଖ୍ୟା ବଢ଼ିଛି ୪ ଗୁଣ। ତେଣୁ ଖାଦ୍ୟ-ଅଭାବୀ ପରିସ୍ଥିତିକୁ ପଛରେ ପକାଇ ଭାରତ ଏକ ଖାଦ୍ୟ ରପ୍ତାନିକାରୀ ରାଷ୍ଟ୍ର ହୋଇଗଲାଣି। ତଥାପି ଭାରତରେ କ୍ଷୁଧା ଓ କୁପୁଷ୍ଟି କାରଣରୁ ଏକଚତୁର୍ଥାଂଶ ଲୋକ କାର୍ଯ୍ୟକ୍ଷମ ହୋଇପାରୁ ନାହା..

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ବ୍ରହ୍ମାନନ୍ଦ ପଣ୍ଡା

ଆଜିକାଲି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏଭଳି ଅଧୋଗତି ହୋଇଛି ଯେ, ପ୍ରାୟ ୬୦% ମାଧ୍ୟମିକ ଛାତ୍ରୀଛାତ୍ର ଦରଖାସ୍ତଟିଏ ଲେଖିବାକୁ ବା ସାଧାରଣ ହିସାବଟିଏ କରିବାକୁ ଅସମର୍ଥ। ଭାରତର ୭୫% ଯାନ୍ତ୍ରିକ ଓ କାରିଗରି ଶିକ୍ଷାପ୍ରାପ୍ତ ସ୍ନାତକ ଚାକିରି ପାଇବାକୁ ଅଯୋଗ୍ୟ ବୋଲି ନିକଟ ଅତୀତରେ ପ୍ରକାଶ ପାଇଥିବା ତଥ୍ୟ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖାଲି ସେତିକି ନୁହେଁ ଛାତ୍ରସମାଜର ଆଜି ନୈତିକ ସ୍ଖଳନ ଘଟିଛି। ଭାରତୀୟ ସଂସ୍କୃତିର ଅବକ୍ଷୟ ହେଉଛି। ମାନବିକ ମୂଲ୍ୟବୋଧ ଲୋପ ପାଉଛି। ଆଜିର ଶିକ୍ଷା ବ୍ୟୟବହୁଳ ଏବଂ ଚାକିରିସର୍ବସ୍ବ ହୋଇଛି। ଜ୍ଞାନ ଓ ଗବେଷଣା ଅର୍ଥସର୍ବସ୍ବ ହୋଇଛି। ସମାଜସେବା ପ୍ରଚାରସର୍ବସ୍ବ ହୋଇଛି। ଯଦି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ପିଅନ ..

ଏଇ ଭାରତରେ

ଏଇ ଭାରତରେ

କାହିଁ କେଉଁ ଆଦିମ କାଳରୁ କୁକୁର ହେଉଛି ମଣିଷର ସାଥୀ। ଏହି ପ୍ରାଣୀ ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ଭୃତ୍ୟ ଭାବରେ କାର୍ଯ୍ୟ କରେ। ଏପରି କି ମାଲିକର ଲୁଣ ଖାଇବାରୁ ତା’ର ଗୁଣ ଗାଏ। ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଦରକାର ପଡ଼ିଲେ ନିଜ ଜୀବନ ହାରିଦିଏ। ଏପରି ଏକ ଘଟଣା ଘଟିଛି ଜୟପୁରରେ। ରାଜସ୍ଥାନର ଜୟପୁରରେ ବାସ କରୁଥିବା ପୂର୍ବତନ ରଣଜୀ ଖେଳାଳି ସଞ୍ଜୀବ ଓହଲାନ୍‌ଙ୍କ ବାସଭବନରେ ନିଆଁ ଲାଗିଯାଇଥିଲା। ତଳ ମହଲାରେ ତାଙ୍କ ସ୍ତ୍ରୀ, ପୁଅ ଓ ଚାକରକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ନିଆଁ ଲାଗିବା ଯୋଗୁ ସଞ୍ଜୀବ..

ମୋଦି: ସବୁଥିରେ ଆଙ୍ଗୁଠି

ମୋଦି: ସବୁଥିରେ ଆଙ୍ଗୁଠି

ସ।ଧାରଣ ନିର୍ବାଚନ ଯେତେ ନିକଟତର ହେଉଛି, ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଲାଣି। ଜାନୁୟାରୀ ୧୯ରେ କୋଲକାତାରେ  ବିରୋଧୀଙ୍କ ରାଲିର କଳେବର ଦେଖିଲେ ମହାଗଠବନ୍ଧନ ଶକ୍ତିଶାଳୀ ହେଉଥିବା ମନେହେଉଛି। 

ସବୁଜ ପରିବହନ ବ୍ୟବସ୍ଥା

ସବୁଜ ପରିବହନ ବ୍ୟବସ୍ଥା

 ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଏକ ରିପୋର୍ଟରୁ ଜଣାଯାଏ ଯେ, ଭାରତରେ ଅଧିକାଂଶ ସହର ବାୟୁ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ। ଏପରି କି ପୃଥିବୀର ସବୁଠାରୁ ଅଧିକ ପନ୍ଦରଟି ସହର ମଧ୍ୟରେ ଭାରତର ଚଉଦଟି ସହର ଅଛି। ସବୁଠାରୁ ପ୍ରଦୂଷିତ ସହର ହେଉଛି କାନପୁର। 

ବାସିପାଣିରେ ପଚରା

ବାସିପାଣିରେ ପଚରା

ହଇରେ ମୋତେ କ’ଣ ଆଉ ବାସିପାଣିରେ ପଚାରୁନୁ? ଚିହ୍ନା ଲୋକଟିଏ, ଆପଣାର ମଣିଷଟିଏ ଆମକୁ ପୂର୍ବାପେକ୍ଷା ହତାଦର କରିବାର ଅନୁଭବ କଲେ ଆମେ ଏ ରୂଢିଟିର ପ୍ରୟୋଗ କରିଥାଉ! ଏଠାରେ ବାସିପାଣିକୁ ନିକୃଷ୍ଟ ଅର୍ଥରେ ବ୍ୟବହାର କରାଯାଇଛି। ନଚେତ୍‌ ଆମେ କହୁଥାନ୍ତେ- ହଇରେ ମୋତେ କ’ଣ ଆଉ ସଜପାଣିରେ ପଚାରୁନୁ? ନଚେତ୍‌ କହିଥାନ୍ତେ- କିରେ ମୋତେ କ’ଣ ଆଉ ମଦପାଣିରେ ପଚାରୁନୁ? ମାନେ ବାସିପାଣିଟି ପଚାରିବା ବା ବନ୍ଧୁ ଚର୍ଚ୍ଚା କରିବା ଯୋଗ୍ୟ ନୁହେଁ।

ଏଇ ଭାରତରେ

ଏଇ ଭାରତରେ

ଭଲ ପାଇବାର ହୃଦୟଟିଏ ଥିଲେ କେତେକ ପୁରୁଷ ଓ ମହିଳା ଅତିକ୍ରାନ୍ତ ବୟସରେ ବି ଭଲପାଇ ବସନ୍ତି। ତେବେ ଭଲ ପାଇବା ପାଇଁ ଜଣେ ବିବାହିତା ମହିଳା ଏକ ଅଭିନବ ପନ୍ଥା ଆପଣାଇଥିଲେ। 

ଡ୍ୟାନ୍ସ ବାର୍‌ ସଂସ୍କୃତି

ଡ୍ୟାନ୍ସ ବାର୍‌ ସଂସ୍କୃତି

ଆକାର ପଟେଲ

ଡ୍ୟାନ୍ସ ବାର୍‌ ସଂସ୍କୃତି ମୁମ୍ବାଇରୁ, ବିଶେଷତଃ କେନ୍ଦ୍ରୀୟ ମୁମ୍ବାଇ ଅଞ୍ଚଳରୁ ଆରମ୍ଭ ହୋଇଥିଲା। ଏହି ପରମ୍ପରା ସହ ସମ୍ଭବତଃ ଲାଓ୍ବଣୀର ସମ୍ପର୍କ ଅଛି। ଢୋଲକୀ ବାଜାର ତାଳେ ତାଳେ ନାଚ-ଗୀତକୁ ଲାଓ୍ବଣୀ କହନ୍ତି, ଯାହା ହେଉଛି ମହାରାଷ୍ଟ୍ରର ଏକ ପ୍ରାଚୀନ ଲୋକନୃତ୍ୟ। ପୁରୁଷମାନଙ୍କର ଛୋଟ ଛୋଟ ଦଳ ଏବଂ ବେଳେବେଳେ ସେମାନଙ୍କ ପରିବାର ଟେବୁଲରେ ବସି ଏକ ଖୋଲା ସ୍ଥାନ ଆଡ଼କୁ ଚାହିଁଥାନ୍ତି, ଯେଉଁଠି ଅଧ ଡଜନ ମହିଳା ହିନ୍ଦୀ ଗୀତର ତାଳେ ତାଳେ ନୃତ୍ୟ କରୁଥାନ୍ତି। ନୃତ୍ୟାଙ୍ଗନାମାନେ ସମ୍ପୂର୍ଣ୍ଣ ଦେହକୁ ଆବୃତ କଲାଭଳି ବସ୍ତ୍ର ପନ୍ଧିଥାନ୍ତି। ପରିଚାରିକାମାନେ ଦର୍ଶକମାନଙ୍କ ଟେବୁଲ ଉପରେ ମଦ ପରଷନ୍ତି। ଏଠାରେ ଏପରି କି ମୃଦୁ ପାନୀୟ ପାଇଁ ମଧ୍ୟ ବିୟର ଭଳି ମୂଲ୍ୟ ନିଆଯାଏ। କିଛି ପୁ..

ଅସତ୍ୟ ସହରର ରାତି

ଅସତ୍ୟ ସହରର ରାତି

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

କେଇଦିନ ପୂର୍ବରୁ ଆମ ରାଜଧାନୀ ସହରର ଚେହେରା ଦେଖିଥିବା ଲୋକ ଏ ସହରର ବାସିନ୍ଦା ହୋଇ ନ ପାରିଥିବାର ଦୁଃଖରେ ନିଜ ଭାଗ୍ୟକୁ ନିନ୍ଦିବାର କାରଣ ଥିଲା ବେଶ୍‌ ଯୁକ୍ତିଯୁକ୍ତ। ବିଶ୍ୱକପ୍‌ ହକି ଅନୁଷ୍ଠିତ  ହେଉଥିବାର ବିରଳ ଗୌରବବୋଧ ନେଇ ଏ ସ୍ମାର୍ଟ ସହର ଯେମିତି ସୁସଜ୍ଜିତ ତୋରଣ ଓ ରଙ୍ଗ ବେରଙ୍ଗର ଆଲୋକମାଳାରେ ଆକର୍ଷଣୀୟ ରୂପରେ ସଜେଇ ହୋଇଥିଲା, ତହିଁରେ ଏଠାରେ ରହୁ ନ ଥିବା ଯେ କୌଣସି ଲୋକ ମନରେ ଈର୍ଷାର ଅସୁରଟିଏ ମୁଣ୍ଡ ଟେକିବା ସ୍ବାଭାବିକ। ମାତ୍ର ସ୍ମାର୍ଟ..

କୁଷ୍ଠରୋଗୀଙ୍କ ସାହାରା

କୁଷ୍ଠରୋଗୀଙ୍କ ସାହାରା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ

ବିଶ୍ୱକୁ ମହାତ୍ମା ଗାନ୍ଧୀଙ୍କ ଅବଦାନ ଅତୁଳନୀୟ। ତାଙ୍କ ଆଦର୍ଶକୁ ସ୍ମରଣୀୟ ରଖିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ୧୯୯୫ରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଆସୁଛି। ମହାତ୍ମାଙ୍କ ୧୨୫ତମ ଜନ୍ମବାର୍ଷିକୀରୁ ସଂସ୍ଥାପିତ ଏହି ସମ୍ମାନ ଅହିଂସା ଓ ଗାନ୍ଧୀବାଦ ଜରିଆରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ରୂପାନ୍ତରଣ ଆଣିପାରୁଥିବା ବ୍ୟକ୍ତି ଓ ସଙ୍ଗଠନକୁ ଦିଆଯାଉଛି। ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ବିରୋଧୀ ବିପ୍ଳବୀ ନେଲ୍‌ସନ ମଣ୍ଡେଲା, ଭାରତର ‘ଚିପ୍‌କୋ’ ଆନ୍ଦୋଳନର ପୁରୋଧା ଚଣ୍ଡିପ୍ରସାଦ ଭଟ୍ଟଙ୍କଠାରୁ ଆରମ୍ଭ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଭଳି ସଙ୍ଗଠନ ଏଭଳି ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ୨୦୧୯ ଜା..

ଏଇ ଭାରତରେ

ଏଇ ଭାରତରେ

ଭାରତୀୟ ସମାଜ ପିତୃକୈନ୍ଦ୍ରିକ ପରିବାରକୁ ନେଇ ଗଢ଼ିଉଠିଛି। କାରଣ ଆମ ଦେଶର ପରିବାରରେ ପୁରୁଷ ହେଉଛି ମୁଖ୍ୟ ବ୍ୟକ୍ତି। ତାଙ୍କ ନାମରେ ମୁଖ୍ୟତଃ ସମ୍ପତ୍ତିର ମାଲିକାନା ରହିଥାଏ। ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ମାନି ଚଳିଥାଆନ୍ତି। ତେଣୁ ଭାରତୀୟ ସମାଜ ଏକ ପୁରୁଷପ୍ରଧାନ ସମାଜ ଭାବରେ ଗଣ୍ୟ ହୋଇଥାଏ। ନିକଟରେ ଝିଅ ନାମରେ ସମ୍ପତ୍ତି କରିବାରୁ ଖାପ୍‌ ପଞ୍ଚାୟତରେ ବାପାଙ୍କ ପ୍ରତି ଦଣ୍ଡାଦେଶ ହୋଇଛି। ଏପରି ଏକ ଘଟଣା ଘଟିଛି ରାଜସ୍ଥାନ ରାଜ୍ୟର ଯୋଧପୁର ଅଞ୍ଚଳରେ। ସ୍ଥାନୀୟ ବିଲାଡା ତହସିଲ ଖେଜଡଲାରେ ଜଣେ ପିତା ତାଙ୍କ ସମ୍ପତ୍ତିର କିଛି ଅଂଶ ଝିଅ ନାମରେ କରିଥିଲେ। ତେବେ ଏହାକୁ ତାଙ୍କର ସରଗରା ସମାଜ ପକ୍ଷରୁ ପସନ୍ଦ କରାଯାଇ ନ ଥିଲା। କାରଣ ସମାଜରେ ପ୍ରଚଳିତ ପୁରୁଣା..