ଫୁରସତ |

ଏସବୁ ପାଇଁ ପର୍ନ ସାଇଟ୍‌ ଦେଖୁଛନ୍ତି ଅଧିକ ଯୁବତୀ...

ଏସବୁ ପାଇଁ ପର୍ନ ସାଇଟ୍‌ ଦେଖୁଛନ୍ତି ଅଧିକ ଯୁବତୀ...

ଏବେ ଅଧିକାଂଶ ଯୁବତୀ ଯୁବକଙ୍କର ସମୟ ସୋସିଆଲ ମିଡ଼ିଆରେ ବିତୁଛି। ଦିନର ୧୭ ଘଣ୍ଟାରୁ ଅଧିକ ସମୟ ସେମାନେ ଏଭଳି ସାଇଟ୍‌ ଦେଖିବାରେ ବିତାଉଥିବା ମିସିଗାନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଯୁବବର୍ଗ ଅଧିକ ସମୟ ପର୍ନ ସାଇଟ୍‌ ଦେଖୁଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ତେବେ ଯୁବକଙ୍କ ତୁଳନାରେ ଯୁବତୀମାନେ ଅଧିକ ଏଭଳି ପର୍ନ ସାଇଟ୍‌ ଦେଖୁଛନ୍ତି। ବାହାରେ କାହା ଆଗରେ ନିଜର  ଯୌନଭାବନା ପରିପ୍ରକାଶ କରି ପାରୁ ନ ଥିବାରୁ ଅଧିକ ସଂଖ୍ୟକ ଯୁବତୀ ୧୪ ବର୍ଷଠାରୁ ଏଭଳି ସାଇଟ୍‌ ଦେଖିବା ଆରମ୍ଭ କରିଥାନ୍ତି। ପରବର୍ତ୍ତୀ ସମୟରେ ବିବାହ ପରେ ମଧ୍ୟ ଏହି ଅଭ୍ୟାସ ସେମାନଙ୍କର ଜାରି ରହୁଥିବା ଗବେଷଣା ରିପୋର୍ଟରେ ଦର୍ଶାଯାଇଛି। ଚାଇନା, ଜାପାନ, ଆମେରିକା, ରୁଷିଆ ଆଦି ବିକାଶଶୀଳ ଦେଶରେ ଯୁବକମାନେ ଅଧିକ ସମୟ କର୍ମକ୍ଷେତ୍ରରେ ବିତାଉଥିବାରୁ ସେମାନଙ୍କ ମଧ୍ୟରେ ଯୌନଭାବନା ଧୀରେଧୀରେ ହ୍ରାସ  ପାଉଛି। ଏହି ପରିବର୍ତ୍ତିତ ଜୀବନ ଶୈଳୀର ପ୍ରଭାବ କ୍ରମଶଃ ପୃଥିବୀର ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି। ଫଳରେ ଚାଇନା, ଜାପାନ ଆଦି ଦେଶରେ ଜନସଂଖ୍ୟା ବୃଦ୍ଧି ହାର ଗତ ୫ ବର୍ଷ ମଧ୍ୟରେ ଯଥେଷ୍ଟ ହ୍ରାସ ପାଇଛି। ଯୁବକଙ୍କ ମଧ୍ୟରେ କର୍ମକ୍ଷେତ୍ରରେ ଅଧିକ ସମୟ ବିତାଇବା ମାନସିକତା ବଢୁଥିବାରୁ ଯୁବତୀମାନେ ସୋସିଆଲ୍‌ ମିଡ଼ିଆରେ ପର୍ନ ସାଇଟ୍‌ ପ୍ରତି ବିଶେଷ ଆକର୍ଷିତ ହେଉଛନ୍ତି। ଏହାଦ୍ୱାରା ମାନସିକ ଅବସାଦ ଘଟଣା ବଢ଼ିଚାଲିଥିବା ରିପୋର୍ଟରେ ଦର୍ଶାଯାଇଛି। ଦିନର ଅଧିକ ସମୟ ପର୍ନ ସାଇଟ୍‌ ଦେଖିବାରେ ଯୁବତୀମାନେ ବିତାଉଛନ୍ତି। ଫଳରେ ୪୦ ପ୍ରତିଶତ ଯୁବତୀ ହତାସ ଭାବ ଏବଂ ଅବସାଦର ଶିକାର ହେଉଛନ୍ତି। ସେହିପରି ୧୫ ପ୍ରତିଶତ ଯୁବକମାନେ ମଧ୍ୟ ଏଭଳି ସାଇଟ୍‌ ଦେଖି ଅବସାଦ ଗ୍ରସ୍ତ ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି।

All Right Reserved By

ଫୁରସତ |

କୁକିଂ ଏକ୍ସପର୍ଟ ରୋବୋ

କୁକିଂ ଏକ୍ସପର୍ଟ ରୋବୋ

ଆଜିକାଲି ରୋବୋକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି। 

ଗୋଟିଏ ଦିନ ଘର ଛାଡି ଜଙ୍ଗଲରେ ରୁହନ୍ତି ଏହି ଗାଁର ଲୋକେ...

ଗୋଟିଏ ଦିନ ଘର ଛାଡି ଜଙ୍ଗଲରେ ରୁହନ୍ତି ଏହି ଗାଁର ଲୋକେ...

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ ହୋଇଥାଏ। ଏସବୁ ପରମ୍ପରା ପଛରେ ଅନେକ କାହାଣୀ ରହିଥାଏ। 

ମହିଳାମାନେ ଅଧିକ ଚାପଗସ୍ତ ହୋଇଥାନ୍ତି କାହିଁକି...

ମହିଳାମାନେ ଅଧିକ ଚାପଗସ୍ତ ହୋଇଥାନ୍ତି କାହିଁକି...

ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ଚାପଗ୍ରସ୍ତ ହୋଇଥାନ୍ତି ବୋଲି ଟରଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗବେଷଣାରୁ ଜାଣିବାକୁ ମିଳିଛି। 

ଯେଉଁ ଶାସକଙ୍କର ଥିଲା ୧୩ ହଜାର ମହିଳାଙ୍କ ସହ ଶାରୀରିକ ସମ୍ପର୍କ

ଯେଉଁ ଶାସକଙ୍କର ଥିଲା ୧୩ ହଜାର ମହିଳାଙ୍କ ସହ ଶାରୀରିକ ସମ୍ପର୍କ

ଚାଇନାର ଏକଛତ୍ରବାଦୀ ଶାସକ ଶି ହୁଆଙ୍ଗ ୧୩ ହଜାର ମହିଳାଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ। ତାଙ୍କ ସନ୍ତାନ ସଂଖ୍ୟା ୨୮ ଶହ ଥିଲା। ପ୍ରତିଦିନ ରାତିରେ ସେ ନୂଆ କୋଠରୀରେ ଜଣେ ନୂଆ ମହିଳାଙ୍କ ସହିତ କରୁଥିଲେ ରାତ୍ରଯାପନ। 

ଯେଉଁଠି ପୁରୁଷଙ୍କୁ ଶାରୀରିକ ସମ୍ପର୍କ ପାଇଁ ପ୍ରସ୍ତାବ ଦିଅନ୍ତି ମହିଳା

ଯେଉଁଠି ପୁରୁଷଙ୍କୁ ଶାରୀରିକ ସମ୍ପର୍କ ପାଇଁ ପ୍ରସ୍ତାବ ଦିଅନ୍ତି ମହିଳା

ଭିନ୍ନ ଭିନ୍ନ ଦେଶରେ ମହିଳାଙ୍କ ପାଇଁ ରହିଛି ଅଲଗା ନିୟମ। ସାଧାରଣତଃ ମହିଳାଙ୍କୁ ଅନେକ କାଇଦା କଟକଣାରେ ରହିବାକୁ ପଡିଥାଏ। ହେଲେ ପପୁଆ ନିଉଗିନିରେ ମହିଳାଙ୍କ ପାଇଁ ଯେଉଁ ନିୟମ ରହିଛି ତାହା ଶୁଣିବା ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। 

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ବାକି ଶୁଝିଥିଲି

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ବାକି ଶୁଝିଥିଲି

ଶିକ୍ଷାବିତ୍‌ ତଥା ସାହିତି୍ୟକ ଡ. କୈଳାସ ଚନ୍ଦ୍ର ଟିକାୟତରାୟ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଲାସ୍ୟମୟୀ ମାମା

ଲାସ୍ୟମୟୀ ମାମା

ମଧୁସ୍ମିତା ରାଉତ କହିଲେ ହୁଏତ କେହି ଜାଣି ନ ପାରନ୍ତି। ମାତ୍ର ମାମା ବୋଲି କହିଲେ ସମସ୍ତେ ତାଙ୍କୁ ଚିହ୍ନିଦେବେ। ଜଣେ ଶିଶୁ କଳାକାର ଭାବରେ ମାମା ‘ରୁକ୍ମିଣୀ ଗଣନାଟ୍ୟ’ରେ ଯୋଗଦେଇ ତାଙ୍କର ଯାତ୍ରା ଜୀବନ ଆରମ୍ଭ କରିଥିଲେ। 

‘ମୁଁ କୌଣସି କମ୍ପ୍ରମାଇଜ୍‌ରେ ନାହିଁ’

‘ମୁଁ କୌଣସି କମ୍ପ୍ରମାଇଜ୍‌ରେ ନାହିଁ’

‘ସଙ୍ଗୀତ ମୋର ବନ୍ଧୁ। ସଙ୍ଗୀତ ମୋର ପ୍ରାଣ। ସଙ୍ଗୀତକୁ ମୁଁ ପୂଜା କରେ। ସଙ୍ଗୀତକୁ ମୁଁ ପ୍ରାଣ ଦେଇ ଭଲପାଏ।’ ଏକଥା କହନ୍ତି ଯାତ୍ରା ଇଣ୍ଡଷ୍ଟ୍ରିର ସବୁଠୁ ବ୍ୟସ୍ତ ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳା। 

ବଗ୍‌ ଫେଷ୍ଟିଭାଲ

ବଗ୍‌ ଫେଷ୍ଟିଭାଲ

ନିଜ ସଂସ୍କୃତି ଏବଂ ପରମ୍ପରାକୁ ବଜାୟ ରଖିବା ପାଇଁ  ପ୍ରତ୍ୟେକ ସମ୍ପ୍ରଦାୟର ଲୋକେ ବିଭିନ୍ନ ଉତ୍ସବ ଆୟୋଜନ କରିଥାନ୍ତି । 

ମହାକାଶରେ ହେବ ହୋଟେଲ!

ମହାକାଶରେ ହେବ ହୋଟେଲ!

ମହାକାଶକୁ ଯିବା, ସେଠାକାର ଅନୁଭୂତି କିଭଳି ଜାଣିବାର ଇଚ୍ଛା ପ୍ରାୟ ଅନେକଙ୍କର ଥାଏ। ଖାସ୍‌ ସେଇଥିପାଇଁ ଆମେରିକାର କିଛି କମ୍ପାନୀ ଲୋକଙ୍କୁ ମହାକାଶର ଅନୁଭୂତି ଦେବାର ପ୍ରୟାସରେ ଲାଗିଛନ୍ତି।

୩୪ ବର୍ଷରେ ୨୨ ଫୁଟର ନିଶ

୩୪ ବର୍ଷରେ ୨୨ ଫୁଟର ନିଶ

ନିଶକୁ ପୁରୁଷମାନେ ନିଜ ସମ୍ମାନର ପ୍ରତୀକ ଭାବେ ଗ୍ରହଣ କରନ୍ତି। ତେଣୁ ତା’ର ବେଶ୍‌ ଯତ୍ନ ନିଅନ୍ତି। ତେବେ ରାଜସ୍ଥାନ, ବିକାନିର୍‌ରେ ରହୁଥିବା ଗିରିଧର ବ୍ୟାସଙ୍କ ନିଶ ଦେଖିଲେ ଜାଣିହୁଏ ପୁରୁଷଙ୍କ ପାଇଁ ନିଶ କେତେ ପ୍ରିୟ। 

ମାଇକେଲ ଜ୍ୟାକ୍‌ସନ ହେବାର ନିଶାରେ

ମାଇକେଲ ଜ୍ୟାକ୍‌ସନ ହେବାର ନିଶାରେ

ସାରା ପୃଥିବୀରେ ଅଛନ୍ତି ମାଇକେଲ ଜ୍ୟାକ୍‌ସନଙ୍କର ଅନେକ ଫ୍ୟାନ୍‌। ହେଲେ ଆର୍ଜେଣ୍ଟିନା, ବୁଏନ୍ସ  ଏୟାର୍ସରେ ରହୁଥିବା ୨୨ ବର୍ଷୀୟ ଲିଓ ବ୍ଲାଙ୍କୋଙ୍କ କଥା ସମ୍ପୂର୍ଣ୍ଣ ଭିନ୍ନ।