ମନୋରଞ୍ଜନ |

ମଲାଇକା-ଅର୍ଜୁନଙ୍କ ରିଲେସନଶିପରେ ମୋହର ଲଗାଇଲେ କରନ

ମଲାଇକା-ଅର୍ଜୁନଙ୍କ ରିଲେସନଶିପରେ ମୋହର ଲଗାଇଲେ କରନ

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ଫିଟ୍‌ ନାୟିକା ମଲାଇକା ଆରୋରା ଓ ନାୟକ ଅର୍ଜୁନ କପୁରଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ଯୋର ଧରିଛି। ଏମାନେ ପରସ୍ପରକୁ ଡେଟ୍‌ କରୁଛନ୍ତି ଓ ଖୁବ୍‌ଶୀଘ୍ର ବିବାହ କରିପାରନ୍ତି ବୋଲି ଆଲୋଚନା ହେଉଥିବା ବେଳେ ଏହାକୁ କିନ୍ତୁ ଏଡାଇ ଯାଉଛନ୍ତି ଉଭୟେ। ଏମାନେ ଦୁଇଜଣ ଭଲ ବନ୍ଧୁ ବୋଲି ଏପର୍ଯ୍ୟନ୍ତ କହି ଆସୁଛନ୍ତି। କିନ୍ତୁ ନିକଟରେ ବଲିଉଡ୍‌ ନିର୍ଦ୍ଦେଶକ କରନ ଜୋହର ତାଙ୍କର ଟେଲିଭିଜନ୍‌ ଶୋ’ କଫି ଉଇଥ୍‌ କରନ ମାଧ୍ୟମରେ ମଲାଇକା-ଅର୍ଜୁନଙ୍କ ସମ୍ପର୍କରେ ମୋହର ଲଗାଇଛନ୍ତି। କିଛିଦିନ ତଳେ ଅର୍ଜୁନ କପୁର ଏହି ଶୋ’କୁ ଆସିଥିବା ବେଳେ ସେ କିନ୍ତୁ ମଲାଇକାଙ୍କ ବିଷୟରେ କିଛି ଖୋଲି କହି ନ ଥିଲେ କେବଳ ଏତିକି କହିଥିଲେ କି ସେ ଏବେ ସିଙ୍ଗଲ ନୁହେଁ। ହେଲେ ସେ କାହାକୁ ଡେଟ୍‌ କରୁଛନ୍ତି ତାହା ସ୍ପଷ୍ଟ କରି ନ ଥିଲେ। ନିକଟରେ କଫି ଉଇଥ୍‌ କରନକୁ ଆସିଥିବା କ୍ରିକେଟର କେ.ଏଲ୍‌ ରାହୁଲଙ୍କୁ କରନ ଯେତେବେଳେ ବଲିଉଡ୍‌ କ୍ରଶ ବିଷୟରେ ପଚାରିଥିଲେ ସେତେବେଳେ ସେ ମଲାଇକାଙ୍କ ନାଁ ନେଇଥିଲେ। ହେଲେ ଏବେ ତାଙ୍କର ମଲାଇକାଙ୍କ ସହ କ୍ରଶ୍‌ ନାହିଁ ବୋଲି ସେ ତୁରନ୍ତ ଉତ୍ତର ଦେଇଥିଲେ। ଆଉ ଏତିକି ବେଳେ କରନ କହିଥିଲେ କାହିଁକି ନା ମଲାଇକା ଅର୍ଜୁନଙ୍କୁ ଡେଟ୍‌ କରୁଛନ୍ତି। ଏହି ପଦିଏ କଥାରେ କରନ ହିଁ ମଲାଇକା-ଅର୍ଜୁନଙ୍କ ରିଲେସନଶିପରେ ମୋହର ଲଗାଇଥିଲେ ବୋଲି ଆଲୋଚନା ହେଉଛି। 

All Right Reserved By

ମନୋରଞ୍ଜନ |

ବିବାହ ବନ୍ଧନରେ ଆଉ ଜଣେ ବଲିଉଡ୍‌ ସେଲିବ୍ରିଟି

ବିବାହ ବନ୍ଧନରେ ଆଉ ଜଣେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ: ଗତବର୍ଷ ବଲିଉଡ୍‌ରେ ବିବାହ ଋତୁ ଚାଲିଥିବା ବେଳେ ଏବର୍ଷ ଆରମ୍ଭରୁ ମଧ୍ୟ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଲାଣି ବଲିଉଡ୍‌ରେ। ମାୟାନଗରୀର ବରିଷ୍ଠ ଅଭିନେତା ରାଜ ବାବର ଓ ସ୍ମିତା ପାଟିଲଙ୍କ ପୁଅ ପ୍ରତିକ ବାବର ବିବାହ ବନ୍ଧରେ ଆବନ୍ଧ ହେବାକୁ ଯାଉଛନ୍ତି। 

କେବଳ ନିଜ ସ୍ତ୍ରୀଙ୍କୁ ଇମ୍ପ୍ରେସ କରିବାକୁ ସଲମାନଙ୍କ ପ୍ରଶଂସକ କରିଥିଲେ ପୁରା ଫିଲ୍ମହଲ ର ବୁକିଂ…

କେବଳ ନିଜ ସ୍ତ୍ରୀଙ୍କୁ ଇମ୍ପ୍ରେସ କରିବାକୁ ସଲମାନଙ୍କ ପ୍ରଶଂସକ କରିଥିଲେ ପୁରା ଫିଲ୍ମହଲ ର ବୁକିଂ…

ସଲମାନ ଖାଁ, ଯାହାଙ୍କୁ କି ତାଙ୍କ ଫ୍ୟାନମାନେ ଭାଇଜାନ ବୋଲି କୁହନ୍ତି ଏବଂ ଫିଲ୍ମ ର ଟିକେଟ ବ୍ଲାକରେ ବି କିଣି ସିନେମା ଦେଖିବାକୁ ପଛାନ୍ତି ନାହିଁ । ସାରା ଦେଶରେ ତାଙ୍କର ଅଗଣିତ ଫ୍ୟାନ। 

୪ ବର୍ଷ ଡେଟିଂ ପରେ ମହେଶ ବାବୁଙ୍କ ହାତ ଧରି ଥିଲେ ସୁନ୍ଦରୀ ନମ୍ରତା

୪ ବର୍ଷ ଡେଟିଂ ପରେ ମହେଶ ବାବୁଙ୍କ ହାତ ଧରି ଥିଲେ ସୁନ୍ଦରୀ ନମ୍ରତା

ମୁମ୍ବାଇ,୨୨।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ନମ୍ରତା ଶିରୋଦକର ମଙ୍ଗଳବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଜାନୁୟାରୀ ୨୨ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। 

କ୍ୟାରିୟରକୁ ପ୍ରଭାବିତ କରେନାହିଁ ବୟସ

କ୍ୟାରିୟରକୁ ପ୍ରଭାବିତ କରେନାହିଁ ବୟସ

ମୁମ୍ବାଇ: ମହିଳାଙ୍କ ବୟସ ଅଥବା ଜୀବନର ପର୍ଯ୍ୟାୟ ସେମାନଙ୍କ କ୍ୟାରିୟରକୁ ପ୍ରଭାବିତ କରେନାହିଁ ବୋଲି ବଲିଉଡ୍‌ ଅଭିନେତ୍ରୀ କରିନା କପୁର ପ୍ରକାଶ କରିଛନ୍ତି। ଆଗଧାଡିର ବଲିଉଡ୍‌ ଅଭିନେତ୍ରୀଙ୍କ ମଧ୍ୟରୁ କରିନା ଅନ୍ୟତମ। 

ନିଜ ଫ୍ୟାନଙ୍କ ପାଇଁ ଏପରି ବି କରିବାକୁ ପଛାନ୍ତି  ନାହିଁ ଏହି ସେଲିବ୍ରିଟି....

ନିଜ ଫ୍ୟାନଙ୍କ ପାଇଁ ଏପରି ବି କରିବାକୁ ପଛାନ୍ତି ନାହିଁ ଏହି ସେଲିବ୍ରିଟି....

କ୍ୟାଟ୍ରିନା ଯିଏ କି ଏବେ ନିଜ ଅଭିନୀତ ଚଳଚିତ୍ର ଜିରୋ ପାଇଁ ଯେତେ ଚର୍ଚ୍ଚିତ ନୁହନ୍ତି ବରଂ ଏହି ଫଟୋ ପାଇଁ ଅଧିକ ଚର୍ଚ୍ଚାରେ ଅଛନ୍ତି। ସେ ନିଜର ଏକ କୁନି ଫ୍ୟାନଙ୍କ ସହ ଫଟୋ ପାଇଁ ପୋଜ ଦେଉଥିବାର ନଜର ଆସିଛନ୍ତି। 

ମାଆ ହେବେ ଇଶା

ମାଆ ହେବେ ଇଶା

ମୁମ୍ବାଇ: ବଲିଉଡ୍‌ ନାୟିକା ଇଶା ଦଓ୍ବେଲ ପୁଣି ମାଆ ହେବାକୁ ଯାଉଛନ୍ତି। ବିବାହ ପରେ ବଡ ପରଦାରୁ ଦୂରେଇ ରହିଥିବା ଇଶା ତାଙ୍କ ପିଲାଦିନର ସାଥୀ ଭରତ ତଖତାନୀଙ୍କୁ ବିବାହ କରିବା ପରେ ସୁଖରେ ସମୟ କାଟୁଛନ୍ତି। 

 ଏପ୍ରିଲ୍‌ରୁ ଆରମ୍ଭ ହେବ ଦବଙ୍ଗ-୩ର ଶୁଟିଂ; ସୋନାକ୍ଷୀ ଦେଲେ ସୂଚନା

ଏପ୍ରିଲ୍‌ରୁ ଆରମ୍ଭ ହେବ ଦବଙ୍ଗ-୩ର ଶୁଟିଂ; ସୋନାକ୍ଷୀ ଦେଲେ ସୂଚନା

ମୁମ୍ବାଇ, ୨୧।୧: ଅରବାଜ୍‌ ଖାଁଙ୍କ ହୋମ୍‌ ପ୍ରଡକସନ୍‌ରେ ଖୁବ୍‌ ଶୀଘ୍ର ଦବଙ୍ଗ-୩ର ଶୁଟିଂ ଆରମ୍ଭ ହେବ। ଏନେଇ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଦେଇଛନ୍ତି ସୂଚନା। 

ଅଙ୍କିତାଙ୍କ ପରେ କୃତି ସେନନ୍‌ଙ୍କ ସହ ଡେଟିଂ କରୁଥିଲେ ସୁଶାନ୍ତ ସିଂ

ଅଙ୍କିତାଙ୍କ ପରେ କୃତି ସେନନ୍‌ଙ୍କ ସହ ଡେଟିଂ କରୁଥିଲେ ସୁଶାନ୍ତ ସିଂ

ମୁମ୍ବାଇ,୨୧।୧: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ସୋମବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୬ ଜାନୁୟାରୀ ୨୧ରେ ସେ ବିହାର ପାଟନାଠାରେ ଜନ୍ମଗ୍ରହଣ କରିଥିଲେ।

ମାଆଙ୍କ ସହ ପୋଲିସ ଷ୍ଟେଶନ ପହଞ୍ଚିଲେ ସାରା

ମାଆଙ୍କ ସହ ପୋଲିସ ଷ୍ଟେଶନ ପହଞ୍ଚିଲେ ସାରା

ମୁମ୍ବାଇ.୨୦।୧: ବଲିଉଡ୍‌ର ନବାଗତା ନାୟିକା ସାରା ଅଲ୍ଲି ଖାଁ ମାଆ ଅମ୍ରିତା ସିଂଙ୍କ ସହ ଶନିବାର ପୋଲିସ ଷ୍ଟେଶନରେ ନଜର ଆସିଛନ୍ତି। ସମ୍ପତ୍ତି ମାମଲାରେ ମାଆଝିଅ ପୋଲିସ ଷ୍ଟେଶନ ଯାଇଥିବା ଜଣାପଡିଛି। ପାଖାପାଖି ୨୫ ମିନିଟ୍‌ ପୋଲିସ ଆଗରେ ନିଜର ପକ୍ଷରଖିବା ପରେ ମାଆଝିଅ ଫେରିଥିଲେ।

ସୋନମଙ୍କ ଘରେ ପୁଣି ବାଜିବ ଶାହାନାଇ

ସୋନମଙ୍କ ଘରେ ପୁଣି ବାଜିବ ଶାହାନାଇ

ଅନିଲ ତନୟା ସୋନମ୍‌ କପୁର ଗତବର୍ଷ ତାଙ୍କ ପ୍ରେମିକ ଆନନ୍ଦ ଆହୁଜାଙ୍କୁ ମ୍ୟାରେଜ କରିଥିଲେ। ଏବେ ସେହି ପଦାଙ୍କ ଅନୁସରଣ କରିବାକୁ ଯାଉଛନ୍ତି ତାଙ୍କର ସାନଭଉଣୀ ରିୟା। 

ନମ୍ରତାଙ୍କ ମନକଥା

ନମ୍ରତାଙ୍କ ମନକଥା

ପିଲାଟି ଦିନରୁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା। ‘ମିଠା ମିଠା’ ରିୟଲିଟି ଶୋ’ରେ ଅଂଶଗ୍ରହଣ କରି ଟପ୍‌-୫ରେ ଅନ୍ତର୍ଭୁକ୍ତ ହେବା ପରେ ତାଙ୍କର ଏହି ଆଶା ଦ୍ୱିଗୁଣିତ ହୋଇଯାଇଥିଲା। 

ଏଥର ବରୁଣ-ସାରା ଯୋଡ଼ି

ଏଥର ବରୁଣ-ସାରା ଯୋଡ଼ି

ସତରେ ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢାଳିବା। ଷ୍ଟାର କିଡ୍‌ ସାରା ଅଲ୍ଲୀ ଖଁାଙ୍କ ଖୁସି ଏବେ କହିଲେ ନ ସରେ। ପ୍ରଥମ ସିନେମା ‘କେଦାରନାଥ’ ପରେ ନିକଟରେ ରୋହିତ ସେଟ୍ଟିଙ୍କ ‘ଶିମ୍ବା’ ବକ୍ସ ଅଫିସରେ ଭଲ କଲେକ୍‌ଶନ କରିଛି।