ଫୁରସତ |

ଅନ୍ତିମ ସଂସ୍କାର ପରେ କାହିଁକି କରାଯାଏ ଅସ୍ଥି ବିସର୍ଜନ...

ଅନ୍ତିମ ସଂସ୍କାର  ପରେ କାହିଁକି କରାଯାଏ ଅସ୍ଥି ବିସର୍ଜନ...

ପୃଥିବୀରେ ଯିଏ ଜନ୍ମ ନେଇଛି ତା’ର ମୃତ୍ୟୁ ସୁନିଶ୍ଚିତ। ଏହା ହିଁ ଜୀବନର ପ୍ରକୃତ ସତ୍ୟ। ମୃତ୍ୟୁ ଅନ୍ତିମ ସଂସ୍କାର ପରମ୍ପରା ରହିଛି। ହିନ୍ଦୁଶାସ୍ତ୍ର ଅନୁସାରେ ରହିଛି ଅନ୍ତିମ ସଂସ୍କାର ପରେ ଅସ୍ଥିକୁ କୌଣସି ପବିତ୍ର ନଦୀ ଅଥବା ମହୋଦଧିରେ ବିସର୍ଜନ କରାଯାଇଥାଏ। ଗଙ୍ଗା ନଦୀରେ ପ୍ରତିଦିନ  ହଜାର ହଜାର ଅସ୍ଥି ବିସର୍ଜନ କରାଯାଇଥାଏ। ସନାତନ ଧର୍ମରେ କୁହାଯାଇଛି, ମୃତ୍ୟୁ ପରେ ଆତ୍ମାର ଶାନ୍ତି ପାଇଁ ପବିତ୍ର ନଦୀରେ ଅସ୍ଥି ବିସର୍ଜନ କରାଯିବା ଆବାଶ୍ୟକ। ପାପ ମୋଚନ ପାଇଁ ଏଭଳି କରାଯାଉଥିବା କେତେକ କହିଥାନ୍ତି। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଅସ୍ଥି ବିସର୍ଜନ ଦ୍ୱାରା ଆତ୍ମା ମୃତ୍ୟୁ ପରବର୍ତ୍ତୀ ଜୀବନରେ ପରମାତ୍ମାଙ୍କ ସହିତ  ମିଳିତ ହୋଇଥାଏ। ତେବେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ନଦୀଜଳରେ ପାରଦ ବା ମରକ୍ୟୁରୀ ରହିଥାଏ। ଫଳରେ ଏଠାରେ ଅସ୍ଥି ବିସର୍ଜନ ଦ୍ୱାରା ଏଥିରେ ଥିବା କ୍ୟାଲସିୟମ ଓ ଫସ୍‌ଫରସ ପାଣିରେ ସହଜରେ ମିଶିଯାଇଥାଏ।  ଏହା ଜଳଚର ଜୀବଙ୍କ ଖାଦ୍ୟରେ ପରିଣତ ହୋଇଥାଏ। ସେହିପରି ଅସ୍ଥିରେ ଥିବା କ୍ୟାଲସିୟମ ନଦୀ ଜଳକୁ ନିର୍ମଳ ରଖିଥାଏ। ସୁସ୍ଥ ଜୀବନ ଚର୍ଯ୍ୟା ଓ ପରିବେଶ ସୁରକ୍ଷା ପାଇଁ ଏଭଳି ପରମ୍ପରା ମନୁଷ୍ୟ ସଭ୍ୟତାରେ କାଳ ପରେ କାଳ ଜାରି ରହିଛି।

All Right Reserved By

ଫୁରସତ |

ଅଜବ ଥିଏଟର ହଲ୍‌

ଅଜବ ଥିଏଟର ହଲ୍‌

ଚଳଚ୍ଚିତ୍ର ଦେଖିବା ସମୟରେ ଦର୍ଶକେ ନିଜ ପସନ୍ଦର ସିଟ୍‌ ବାଛି ବସିଥାଆନ୍ତି। ହେଲେ କେତେକ ଦେଶରେ ଏମିତି କିଛି ସିନେମା ହଲ୍‌ ଅଛି ଯେଉଁଠି ସିଟ୍‌ ଗୁଡିକର ଆକାର ପ୍ରକାର ଭିନ୍ନ ଭିନ୍ନ ରହିଛି। ଏହା ଦେଖିବାକୁ ଯେତିକି ସୁନ୍ଦର ଏଥିରେ ବସି ଫିଲ୍ମ ଦେଖିବାର ମଜା ବି ସେତିକି ନିଆରା। 

ଏହି ଜେଲ୍‌ରେ ରୁହନ୍ତି କେବଳ ମହିଳା

ଏହି ଜେଲ୍‌ରେ ରୁହନ୍ତି କେବଳ ମହିଳା

ଜେଲ୍‌ର ରହଣି କଥା ଶୁଣିଲେ ଅନେକେ ଡରି ଯାଆନ୍ତି। କାରଣ ସାଧାରଣ ଜୀବନଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ। ଇସ୍ରାଏଲର ରାମଲେରରେ ରହିଛି ନବେତ୍ରିଜା ଜେଲ୍‌ । ହେଲେ ଏଠାରେ ଯେଉଁ ମହିଳା କଏଦୀମାନେ ରହୁଛନ୍ତି ସେମାନଙ୍କ କଥା ଶୁଣିଲେ ଲୋମ ଟାଙ୍କୁରି ଉଠେ।

ପ୍ରତିବର୍ଷ ଯୁଦ୍ଧରେ ମରୁଛନ୍ତି ୧ଲକ୍ଷ ଶିଶୁ

ପ୍ରତିବର୍ଷ ଯୁଦ୍ଧରେ ମରୁଛନ୍ତି ୧ଲକ୍ଷ ଶିଶୁ

ମ୍ୟୁନିକ୍‌: ପ୍ରତିବର୍ଷ ଯୁଦ୍ଧ ଓ ତାହାର ପ୍ରଭାବ, କ୍ଷୁଧା ଏବଂ ସହାୟତାରୁ ବଞ୍ଚତ୍ତ ହୋଇ ୧ଲକ୍ଷରୁ ଊର୍ଦ୍ଧ୍ୱ ଶିଶୁ ମୃତ୍ୟୁବରଣ କରୁଥିବା ସେଭ୍‌ ଦି ଚାଇଲ୍ଡ ଇଣ୍ଟରନ୍ୟାଶନାଲ ପକ୍ଷରୁ ଶୁକ୍ରବାର କୁହାଯାଇଛି। ୨୦୧୩ରୁ ୨୦୧୭ ମଧ୍ୟରେ ଯୁଦ୍ଧ ଦ୍ୱାରା ବିଶ୍ୱର ୧୦ଟି ରାଷ୍ଟ୍ର ଅଧିକ ପ୍ରଭାବିତ ହୋଇଥିବା ବେଳେ ଏଥିପାଇଁ ଅନୂ୍ୟନ ୫,୫୦,୦୦୦ ଶିଶୁଙ୍କ ମୃତ୍ୟୁ ଘଟିଥିବା ଆକଳନ କରାଯାଇଛି। 

ଯେଉଁଠି ଶିବଙ୍କୁ ଲାଗିହୁଏ ସିଗାରେଟ

ଯେଉଁଠି ଶିବଙ୍କୁ ଲାଗିହୁଏ ସିଗାରେଟ

ଶିବଙ୍କ ମନ୍ଦିରରେ ସାଧାରଣତଃ ଭାଙ୍ଗ ଭୋଗ ଲାଗିବା କଥା କେହି କେହି ଉଣା ଅଧିକ ଜାଣିଥିବେ। ହେଲେ ହିମାଚଳ ପ୍ରଦେଶର ଅର୍କି ସୋଲନ ଜିଲାରେ ଥିବା ଶିବଙ୍କ ମନ୍ଦିର କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। 

ଯେଉଁ ଅଙ୍ଗ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ପ୍ରେମୀଯୁଗଳ...

ଯେଉଁ ଅଙ୍ଗ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ପ୍ରେମୀଯୁଗଳ...

ପ୍ରେମୀ ଯୁଗଳ ପରସ୍ପର କେଉଁ ଅଙ୍ଗପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ଜାଣିଛନ୍ତି କି? ସେମାନେ ପରସ୍ପରର ମୁଖମଣ୍ଡଳ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି। ମୁହଁର ଆକାର ପ୍ରେମ ପାଇଁ ଅଧିକ ଆକର୍ଷଣ ସୃଷ୍ଟି କରିଥାଏ ବୋଲି କାନାଡ଼ା  ନିପିସିଙ୍ଗ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମଳିଛି।

 ଆୟୁର୍ବେଦିକ ଚିକିତ୍ସା ଫେରାଇଆଣିଲା ଜୀବନ

ଆୟୁର୍ବେଦିକ ଚିକିତ୍ସା ଫେରାଇଆଣିଲା ଜୀବନ

 ଭୋପାଳ,୧୫।୨: ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ହୋଇଥିବା ଜଣେ ବ୍ୟକ୍ତି ଆୟୁର୍ବେଦିକ ଚିକିତ୍ସା ଦ୍ୱାରା ପୁନର୍ବାର ଜୀବିତ ହେବା ସତରେ ଏକ ଆଶ୍ଚର୍ଯ୍ୟକର ଘଟଣା।

୫୫୦ ବର୍ଷ ଧରି ଅଖଣ୍ଡ ଦୀପ ଜଳୁଛି ଯେଉଁ ମନ୍ଦିରରେ...

୫୫୦ ବର୍ଷ ଧରି ଅଖଣ୍ଡ ଦୀପ ଜଳୁଛି ଯେଉଁ ମନ୍ଦିରରେ...

ଭାରତ ହେଉଛି ମନ୍ଦିରର ଦେଶ। ଏଠାରେ ଥିବା ମନ୍ଦିରରେ ଅନେକ ଅଲୌକିକ ଘଟଣା ଘଟିଥାଏ। ଯାହାର ଉତ୍ତର ଆଧୁନିକ ବିଜ୍ଞାନ ଦେବାକୁ ସକ୍ଷମ ହୋଇ ନ ଥାଏ। 

ଏମିତି ବି ଉପହାର ଯାହା ଉଭୟଙ୍କୁ ଦେଇପାରିବ ଖୁସି

ଏମିତି ବି ଉପହାର ଯାହା ଉଭୟଙ୍କୁ ଦେଇପାରିବ ଖୁସି

ଏମିତି ଦେଖିବାକୁ ଗଲେ ଆମକୁ ଭଲ ଲାଗୁଥିବା ଲୋକଙ୍କୁ ଆମେ ସମୟ ସମୟରେ ଉପହାର ଦେଇଥାଉ। ତେବେ ବେଳେବେଳେ ଉପହାର ଦେଉଥିଲେ ହେଁ ତାହା ନେଉଥିବା ଲୋକଙ୍କୁ କେତେମାତ୍ରାରେ ସନ୍ତୋଷ ଦେଇପାରୁଛି ତାହା ଜାଣିପାରି ନ ଥାଉ। ଅପରପକ୍ଷରେ ଉପହାର ଦେଇ ଯେତିକି ସନ୍ତୁଷ୍ଟ ହେବା କଥା ଆମେ ହୋଇ ପାରି ନ ଥାଉ। ତେବେ ଏମିତି କିଛି ଉପହାର ଅଛି, ଯାହା ଦେଉଥିବା ଏବଂ ନେଉଥିବା ଲୋକ ଉଭୟଙ୍କୁ ଖୁସି କରିପାରିବ। 

ଏଠାରେ ରହିଛି ପ୍ରେମ ଦିବସରେ ବିବାହ କରିବାର ନିୟମ

ଏଠାରେ ରହିଛି ପ୍ରେମ ଦିବସରେ ବିବାହ କରିବାର ନିୟମ

ଭାଲେଣ୍ଟାଇନ୍ସ ଡେ’ କିଏ କେତେ ଢଙ୍ଗରେ ପାଳନ କରିଥାଆନ୍ତି। ହେଲେ  ଛତିଶଗଡ଼ ବସ୍ତରରେ ଥିବା ଅବୁଝମାଡିଆ ଜନଜାତି ଏହି ଦିବସ ପାଳନ କରିବାରେ ସମସ୍ତଙ୍କଠାରୁ ଦୁଇ ପାଦ ଆଗରେ ବୋଲି କୁହାଯାଏ। କାରଣ ଏଠାରେ ଯେଉଁ ଯୁବତୀଙ୍କୁ କୌଣସି ଯୁବକ ପସନ୍ଦ କରନ୍ତି ଓ ଏଥିରେ ଯୁବତୀ ଜଣକ ରାଜି ହୋଇ ଯାଆନ୍ତି 

ଯେଉଁଠି ଦିନକୁ ୧୦ଟଙ୍କା ଭଡ଼ାରେ ମିଳନ୍ତି ସ୍ତ୍ରୀ...

ଯେଉଁଠି ଦିନକୁ ୧୦ଟଙ୍କା ଭଡ଼ାରେ ମିଳନ୍ତି ସ୍ତ୍ରୀ...

ମଧ୍ୟପ୍ରଦେଶ ଶିବପୁରୀ ଜିଲାରେ କେତେକ ଜନଜାତି ସମ୍ପ୍ରଦାୟର ସ୍ବାମୀ ପରିବାରର ଆର୍ଥତ୍କ ସମସ୍ୟା ଯୋଗୁ ସ୍ବଚ୍ଛଳ ବର୍ଗଙ୍କୁ ସେମାନଙ୍କର ସ୍ତ୍ରୀ ବିକ୍ରି କରିଥାନ୍ତି। ଦିନ ପିଛା ୧୦ ଟଙ୍କାରେ ସ୍ତ୍ରୀମାନଙ୍କୁ ଏଠି କରାଯାଏ ବିକ୍ରି ।

ଗୁରୁବାର ଏସବୁଠାରୁ କାହିଁକି ରହିବେ ଦୂରେଇ...

ଗୁରୁବାର ଏସବୁଠାରୁ କାହିଁକି ରହିବେ ଦୂରେଇ...

ଭାରତୀୟ ପରମ୍ପରାରେ ପୂଜା ବ୍ରତକୁ ଦିଆଯାଇଥାଏ ପ୍ରାଧାନ୍ୟ। ସପ୍ତାହରେ ବିଭିନ୍ନ ଦିନରେ ଗୃହସ୍ଥଙ୍କ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ କରିବାକୁ ଶାସ୍ତ୍ରରେ ଦିଆଯାଇଥାଏ ପରାମର୍ଶ। ଏହାଦ୍ୱାରା ସାମାଜିକ ତଥା ପାରିବାରିକ ଜୀବନ ମାର୍ଜିତ ହୋଇଥାଏ। 

ବିଦ୍ୟୁତ୍‌ ବେଗରେ ଦୌଡୁଛି ୭ବର୍ଷର ବାଳକ

ବିଦ୍ୟୁତ୍‌ ବେଗରେ ଦୌଡୁଛି ୭ବର୍ଷର ବାଳକ

ଛୋଟବେଳୁ ଆମେ ଶୁଣିଛେ ବା ପଢ଼ିଛେ ଯେ ଶଦ୍ଦଠାରୁ ଆଲୋକର ଗତି ଅଧିକ ଦ୍ରୁତ।