ସମ୍ବଲପୁର

୬ରେଳ ଲୋଡିଂ ସାଇଡିଂରେ ରେଳ ଅବରୋଧ:ଖଣିକ୍ଷେତ୍ରରୁ କଞ୍ଚାମାଲ ପରିବହନ ବନ୍ଦ

୬ରେଳ ଲୋଡିଂ ସାଇଡିଂରେ ରେଳ ଅବରୋଧ:ଖଣିକ୍ଷେତ୍ରରୁ କଞ୍ଚାମାଲ ପରିବହନ ବନ୍ଦ

ଲହୁଣୀପଡା, ୮ା୧(ଡି.ଏନ.ଏ.)-ବଣାଇ ନିର୍ବାଚନ ମଣ୍ଡଳୀର ମାୈଳିକ ସୁବିଧା ଦାବିନେଇ ସୋମବାର ସକାଳ ୬ ଟାରୁ ସିପିଆଇଏମ ଶ୍ରମିକ ସଙ୍ଗଠନ ସିଆଇଟିୟୁ ପକ୍ଷରୁ କୋଇଡା ଖଣି କ୍ଷେତ୍ରରେ ଥିବା ୬ଟି ରେଳ ଲୋଡିଂ ସାଇଡିଂଠାରେ  ରେଳ ଅବରୋଧ କରାଯାଇଥିଲା। ଫଳରେ ଖଣି କ୍ଷେତ୍ରରୁ ସମ୍ପୂର୍ଣ୍ଣ କଞ୍ଚାମାଲ ପରିବହନ ବନ୍ଦ ହୋଇଥିଲା। ଖଣି  କ୍ଷେତ୍ରରୁ ବିଭିନ୍ନ କଳକାରଖାନା ସମେତ ରାଷ୍ଟ୍ରାୟତ ଇସ୍ପାତ କାରଖାନାକୁ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଛି। ଭିନ୍ନଭିନ୍ନ ୬ଟି ସ୍ଥାନରେ ଏହି ଅବରୋଧ କରାଯାଇଥିବା ବେଳେ ଏଥିରେ ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ନିଜକୁ ସାମିଲ କରିଛନ୍ତି। ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଜିଲା ସିପିଆଇଏମ ସମ୍ପାଦକ ପ୍ରମୋଦ ସାମଲଙ୍କ ନେତୃତ୍ୱରେ ଏହି ଅବରୋଧ କରାଯାଇଥିଲା। ବଣାଇ ନିର୍ବାଚନ ମଣ୍ଡଳୀର ପ୍ରମୁଖ ଦାବି ମଧ୍ୟରେ ରହିଛି,କେନ୍ଦ୍ର ସରକାରଙ୍କ ଶ୍ରମ ଆଇନବାତିଲ, ବେକାରଙ୍କୁ ନିଯୁକ୍ତି, ଦରଦାମ ବୃଦ୍ଧି ନିୟନ୍ତ୍ରଣ, ମାସିକ ସର୍ବନିମ୍ନ ମଜୁରି ୧୮ହଜାର ଟଙ୍କା ପ୍ରଦାନ। ସେହିପରି ଅଙ୍ଗନଓ୍ବାଡି, ଆଶା, ପାଚିକା ଆଦି ସ୍କିମ କର୍ମୀମାନଙ୍କୁ ଶ୍ରମିକଙ୍କ ମାନ୍ୟତା ଓ ସାମାଜିକ ସୁରକ୍ଷା ପ୍ରଦାନ, ସମସ୍ତ ଶ୍ରମିକଙ୍କୁ  ୬ ହଜାର ଟଙ୍କା ପେନସନ, ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରିବା ବନ୍ଦ କରିବା, ସମାନ କାମକୁ ସମାନ ଦରମା, ବନ୍ଦ ଥିବା ପାଟମୁଣ୍ଡା, ହୁରାହୁରି, କୁସୁମଡିହି ଖଣି ତୁରନ୍ତ ଖୋଲି ବକେୟା ଦରମା ସହିତ ଶ୍ରମିକମାନଙ୍କୁ ନିଯୁକ୍ତି, ରକ୍ସି, ବିମଳାଗଡ, ପଟାସାହି, ରେଡା, ଚାନ୍ଦିପୋଷ ଓ ବରସୁଆଁ ଲୋଡିଂ ସାଇଡିଂକୁ ପର୍ଯ୍ୟାପ୍ତ ପରିମାଣର ର଼୍ୟାକ ଯୋଗାଇଦେବା, ଲୋଡିଂ ଶ୍ରମିକମାନଙ୍କୁ ପିଏଫ, ଚିକିତ୍ସା ସୁବିଧା, ଜାତୀୟ ଏବଂ ପର୍ବପର୍ବାଣୀ ଛୁଟି ସହ ଓ୍ବାଗନ ପିଛା  ୩ହଜାର ଟଙ୍କା ପ୍ରଦାନ, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତି ଏବଂ ରାଜାମୁଣ୍ଡାଠାରେ ଏକ ସୁପର ସ୍ପେସିଆଲିଷ୍ଟ ହସପିଟାଲ ସହ ଖୁଣ୍ଟଗାଁକୁ ବ୍ଲକ ଘୋଷଣା କରାଯିବା, ବିମଳାଗଡ-ତାଳଚେର ରେଳପଥ ନିର୍ମାଣରେ ତୁରନ୍ତ ଜମି ଅଧିଗ୍ରହଣ କରି ଏହାକୁ ସମ୍ପୂର୍ଣ୍ଣ କରିବା ଏବଂ ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣକୁ ବନ୍ଦ କରିବା ଇତ୍ୟାଦି ପ୍ରମୁଖ ଦାବି ରହିଛି। ଏହି କ୍ରମରେ ରକ୍ସି, ବିମଳାଗଡ, ପଟାସାହି, ରେଡା, ବରସୁଆଁ ଓ ଚାନ୍ଦିପୋଷରେ ହଜାର ହଜାର ଶ୍ରମିକ ରେଳ ଅବରୋଧ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ରେଳ ଅବରୋଧ କାର୍ଯ୍ୟକ୍ରମରେ ସିପିଆଇଏମ୍‌ ଜିଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବନମାଳୀ ଧୂପାଳ, ଗୋପନା ସରପଞ୍ଚ ରାଜେନ୍ଦ୍ର ମୁଣ୍ଡା, ଓମନ୍ତ କୁମାର ମହାନ୍ତ, ସୁଶିଳା ମୁଣ୍ଡା, ଜିଲା ପରିଷଦ ସଭ୍ୟ ଗୋପୀ ମହାନ୍ତ, ସରପଞ୍ଚ ଗାର୍ଗୀ ସଏ, ସମିତି ସଭ୍ୟ ଶୋଭାଦେବୀ ସାହୁ, ପଞ୍ଚମ ପୂର୍ତ୍ତି, ଆନନ୍ଦମାସୀ ହରୋ, ଲିଲି ମୋଜନ ଗୋପ, ଅଭୟ ଚାୈଧୁରୀ, ଦୁଲାଲ ସିଂ. ସୁଦର୍ଶନ ପାତ୍ର, ସାନରକ୍ସି ସରପଞ୍ଚ ଲିଲି ସରିତା ଗୁଡିଆ, ଜାମଡିହି ସରପଞ୍ଚ ସୁଶିଳା ମୁଣ୍ଡା, ସୋୟମ୍ବା ସରପଞ୍ଚ ଅନିଲ ବାର୍ଲା, ଚୋରଧରା ସରପଞ୍ଚ ମିଖାଇଲ ମୁଣ୍ଡା, ରେହ୍ଲାତୁ ସରପଞ୍ଚ କାର୍ତ୍ତିକ ଓରାମ, ସାନରକ୍ସି ସମିତି ସଭ୍ୟ ମନୋଜ ପୂର୍ତ୍ତି, ସୋୟମ୍ବା ସମିତି ସଭ୍ୟ ରାଜେନ୍ଦ୍ର ସିଂ, ଜାମଡିହି ସମିତି ସଭ୍ୟ କରମପାଲ ପ୍ରମୁଖ ସାମିଲ ହୋଇଥିଲେ।

All Right Reserved By

ସମ୍ବଲପୁର

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧ,୨୦।୩(ସ୍ବ.ପ୍ର): ସାରା ରାଜ୍ୟରେ ଟିକେଟ ବଣ୍ଟନ ନେଇ କସରତ ଚାଲିଥିବା ବେଳେ ବୌଦ୍ଧରେ କଂଗ୍ରେସର ଟିକେଟ ବଣ୍ଟନ ନେଇ କର୍ମୀ ଓ ନେତାଙ୍କ ଅସନ୍ତେ।ଷ ବୃଦ୍ଧି ପାଇଛି । 

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ରାଉରକେଲା ଅଫିସ,୨୦।୩: ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ ଆଶାୟୀ ଯୁବନେତା ପ୍ରଶାନ୍ତ ସେଠୀ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। 

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

ସୋନପୁର,୨୦।୩(ନି.ପ୍ର.): ସୋନପୁର ଥାନା ଏସ୍‌ କଳାପଥର ଡାକ ପିଅନ ଶତୃଘ୍ନ ଷାଣ୍ଢ(୫୫)ଙ୍କୁ ବୁଧବାର ଭୋର ସମୟରେ କେହି ନିର୍ମମ ଭାବେ ହତ୍ୟା କରିଛନ୍ତି ।   ନିକଟସ୍ଥ ଅର୍ଜୁନପୁର ଜଙ୍ଗଲରୁ ତାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । 

ଜାତୀୟ ରାଜପଥରେ ଭ୍ରୂଣ: ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପକାଇ ଚାଲିଯାଇଥିବା ଅଭିଯୋଗ

ଜାତୀୟ ରାଜପଥରେ ଭ୍ରୂଣ: ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପକାଇ ଚାଲିଯାଇଥିବା ଅଭିଯୋଗ

ଲୋଇସିଂହା,୨୦।୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ ବୁଧବାର ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। 

ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: କେନ୍ଦ୍ରସରକାର ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ନ ଦେବାରୁ କ୍ଷୋଭ

ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: କେନ୍ଦ୍ରସରକାର ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ନ ଦେବାରୁ କ୍ଷୋଭ

ରିଆମାଳ,୨୦।୩ (ଡି.ଏନ.ଏ.): ଦେବଗଡ଼ ଜିଲା ରିଆମାଳ ହାଟ ପଡ଼ିଆଠାରେ ବିଜେଡି ପକ୍ଷରୁ ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ବଡଧରାରେ ଦୋଳ ମହୋତ୍ସବ ଉଦ୍‌ଘାଟିତ

ବଡଧରାରେ ଦୋଳ ମହୋତ୍ସବ ଉଦ୍‌ଘାଟିତ

ଅମ୍ବାଭୋନା, ୨୦।୩ (ଡି.ଏନ.ଏ): ଅମ୍ବାଭୋନା ବ୍ଲକ ଅଧୀନ ବଡଧରା ଗ୍ରାମରେ ଦୋଳ ମହୋତ୍ସବ ଗ୍ରାମର ଗୌନ୍ତିଆ ସୁବାଷ ଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି । 

ଶିକ୍ଷକ ପଦବୀକୁ ଅନୁମୋଦନ ମିଳୁନି

ଶିକ୍ଷକ ପଦବୀକୁ ଅନୁମୋଦନ ମିଳୁନି

ସମ୍ବଲପୁର,୨୦ା୩ (ବ୍ୟୁରୋ): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଡକରା ପଞ୍ଚାୟତ ବିରଘାଟ ସ୍କୁଲକୁ ଦେଖିଲେ ଜଣା ପଡିଯିବ ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର । 

ନାମାଙ୍କନପତ୍ର ଦାଖଲ କଲା କଂଗ୍ରେସ:  ବିଜେଡି ଟିକେଟର ଖୁସି ମନାଉଛି, ଭାଜପା ଶିବିର ଶୂନଶାନ

ନାମାଙ୍କନପତ୍ର ଦାଖଲ କଲା କଂଗ୍ରେସ: ବିଜେଡି ଟିକେଟର ଖୁସି ମନାଉଛି, ଭାଜପା ଶିବିର ଶୂନଶାନ

ନୂଆପଡା ଅଫିସ,୨୦ା୩: ସାଧାରଣ ନିର୍ବାଚନ ସକାଶେ ଗତ ୧୮ତାରିଖଠାରୁ ନିର୍ବାଚନ ସକାଶେ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ସେହି ଦିନଠାରୁ ନାମାଙ୍କନପତ୍ର ଦାଖଲ ପାଇଁ ଘୋଷଣା କରାଯାଇଥିଲା । 

ଭିଜିଲାନ୍ସ ଜାଲରେ ନର୍ଲା ଆର୍‌ଆଇ, ପିଅନ

ଭିଜିଲାନ୍ସ ଜାଲରେ ନର୍ଲା ଆର୍‌ଆଇ, ପିଅନ

ସେରଗଡ,୨୦।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ଆର୍‌ଆଇ ଓ ପିଅନ ଲାଞ୍ଚ ନେଉଥିବା ବେଳେ ବୁଧବାର ଭିଜିଲାନ୍ସ  ହାତରେ ଧରାପଡ଼ିଛନ୍ତି ।

ବୌଦ୍ଧରେ କଂଗ୍ରେସ ରାଜନୀତି ଜୋର ଧରିଲା

ବୌଦ୍ଧରେ କଂଗ୍ରେସ ରାଜନୀତି ଜୋର ଧରିଲା

ବୌଦ୍ଧ,୨୦।୩(ସ୍ବ.ପ୍ର): ଆଗାମୀ ସାଧାରଣ ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରସ୍ତୁତ ହେଉଥିବାବେଳେ ଏନେଇ ରଣକୌଶଳ ମଧ୍ୟ ଆରମ୍ଭ କରିଛନ୍ତି। କିନ୍ତୁ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କର୍ମୀମାନେ ହତାଶ ହେବା ସହ ବୁଧବାର ସହରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। 

ଭିଜିଲାନ୍ସ ଜାଲରେ ବ୍ରାହ୍ମଣୀତରଙ୍ଗ ଥାନା ଏସ୍‌ଆଇ

ଭିଜିଲାନ୍ସ ଜାଲରେ ବ୍ରାହ୍ମଣୀତରଙ୍ଗ ଥାନା ଏସ୍‌ଆଇ

ବେଦବ୍ୟାସ,୨୦।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଉରକେଲା ଅନ୍ତର୍ଗତ ବ୍ରାହ୍ମଣୀତରଙ୍ଗ ଥାନାର ଯୁବ ଏସ୍‌ଆଇ ମଧୁ ପାତ୍ର ବୁଧବାର ଲାଞ୍ଚ ନେଉଥିବା ବଳେ ରାଉରକେଲା ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି।

ସାରାବଙ୍ଗବାସୀଙ୍କ ନିଷ୍ପତ୍ତି: ମଦ, ଟଙ୍କା ବାଣ୍ଟିଲେ ଭୋଟ ଦେବୁନାହିଁ

ସାରାବଙ୍ଗବାସୀଙ୍କ ନିଷ୍ପତ୍ତି: ମଦ, ଟଙ୍କା ବାଣ୍ଟିଲେ ଭୋଟ ଦେବୁନାହିଁ

ନୂଆପଡା ଅଫିସ,୨୦ା୩: ନିର୍ବାଚନ ବେଳେ ମଦ କିମ୍ବା ଟଙ୍କା ଦେଇ ମତଦାତାଙ୍କୁ କେହି ଯେପରି ପ୍ରଭାବିତ କରି ନ ପାରେ ସେଥିପାଇଁ ପ୍ରଶାସନ ସବୁବେଳେ ନିଘା ରଖିଥାଏ । ତଥାପି ନିର୍ବାଚନ ସମୟରେ ଏସବୁର ବହୁଳ ବ୍ୟବହାର ହେଉଥିବା ଅନେକ ନଜିର ରହିଛି। ହେଲେ ଏଥର ନୂଆପଡା ଜିଲାର ଆଦର୍ଶ ଗ୍ରାମପଞ୍ଚାୟତ ଭାବେ ପରିଗଣିତ ହେଉଥିବା ସାରାବଙ୍ଗ ଗ୍ରାମବାସୀ ନିଜ ତରଫରୁ ଏଥିରେ ରୋକ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା