ସମ୍ପାଦକୀୟ |

ଗରିବ ଚିହ୍ନେନି ଘରୋଇକରଣ

ଗରିବ ଚିହ୍ନେନି ଘରୋଇକରଣ

ସହଦେବ ସାହୁ

ଗରିବ ପାଇଁ ସବୁ ମହଙ୍ଗା, ଦେବଦର୍ଶନ ଓ ନିଜ ସ୍ବାସ୍ଥ୍ୟ ବି। ଗରିବ ଅଳ୍ପାୟୁ ହୋଇ ରହିବ, ସମାଜ ଯାହାକୁ ଧର୍ମ କାମ ବୋଲି କହୁଛି ତା’ଠାରୁ ସେ ଦୂରେଇ ରହିବ ା ଡାକ୍ତର ହୁଅନ୍ତୁ କି ସାଧୁସନ୍ଥ, ସମସ୍ତେ ଧନୀକୁ, ପଇସା ଫୋପାଡ଼ି ପାରିବା ଲୋକକୁ ପଚାରନ୍ତି, ଯତ୍ନର ସହ ଚିକିତ୍ସା କରନ୍ତି, ଭଲ ଭକ୍ତ ବୋଲି ଗଣମାଧ୍ୟମ ପ୍ରଚାର କରେ ା ଭୋଟ୍‌ ପାଇଁ ମନ୍ତ୍ରୀମାନେ ଗରିବ-ପ୍ରାଣ ହୋଇପଡ଼ନ୍ତି କିନ୍ତୁ ବେନିୟମ କାରବାରରେ ଧନୀର ବଜ୍ର-ଆବରଣ ହୋଇଥାନ୍ତି ା ଠାକୁର ଦର୍ଶନରେ ବି ଯିଏ ବେଶି ପଇସା ଦିଏ ସିଏ ଆଗେ ଦର୍ଶନ କରେ, କାରଣ ଦିଅଁ-ପୂଜା ବହୁତ ଆଗରୁ ଘରୋଇକରଣ ହୋଇଯାଇଛି, ବ୍ୟାବସାୟିକ  ହୋଇ ପଡ଼ିଛି । ଠାକୁର ରଜା କି ଠାକୁର ରାଣୀ ପୂଜା କରିବାକୁ ଗଲେ ଆଉ ସମସ୍ତଙ୍କୁ ଜଗନ୍ନାଥ ମନ୍ଦିରକୁ ଯିବା ମନା,ଏ ଅତୀତର ସନ୍ତକ, ଗଣତନ୍ତ୍ର-ପୂର୍ବର ପରମ୍ପରା। ରାଜାନୁଗ୍ରହରେ ପାଳିତ ପଣ୍ଡାମାନେ ଏହାଠାରୁ ଆଉ କ’ଣ  ଅଧିକା ଭାବି ପାରନ୍ତେ ! ଯେମିତି  କେଉଁ ବ୍ରାଣ୍ଡ୍‌ର ଔଷଧ କିଣିବ ଡାକ୍ତର ଠିକ୍‌ କରେ, କେଉଁ ଦୋକାନରୁ ଭୋଗ ନେବ ପଣ୍ଡା କହିଦିଏ। ବଡ଼ ଲୋକ ତ ଡାକ୍ତରଙ୍କ ଚିହ୍ନା ହୋଇଥିବ, କିଛି ସାମ୍ପଲ (ନମୁନା) ଔଷଧ ମାଗଣାରେ ପାଇପାରେ, ସେବାୟତ  ବା ପଣ୍ଡାଙ୍କ ପରିଚିତ  ହୋଇଥିବ, ପଣ୍ଡା ତାକୁ ବାଟ କଢ଼େଇ ଦିଅଁଙ୍କ ପାଖକୁ ନେଇଯିବେ।

ଲୋକେ କହନ୍ତି, ସରକାରୀ କର୍ମଚାରୀମାନେ ଗରିବଙ୍କ କଥା ବୁଝନ୍ତି ନାହିଁ; ଗରିବଟିଏ ସରକାରୀ ଚାକିରିଆ ହୋଇଗଲେ ସାଙ୍ଗେ ସାଙ୍ଗେ ମଧ୍ୟବିତ୍ତ ବର୍ଗକୁ ଉଠିଯାଏ, କିଛି ଦିନ ଭିତରେ କେତେକ ଲକ୍ଷପତି ହୋଇ ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୁଅନ୍ତି, ଆଉ କେତେକ ଚାକିରି ସରିଲା ବେଳକୁ ଯେପରି କୋଟିପତି ହୋଇଥିବେ, ତାହାର ବନ୍ଦୋବସ୍ତ କରିଥାନ୍ତି। ଧୀରେ ଧୀରେ ସେମାନେ ସାଧାରଣ ଲୋକଙ୍କଠାରୁ ଦୂରେଇ ଯାଆନ୍ତି, ସେମାନେ ଦରଦ କ’ଣ ଆଉ ବୁଝିପାରନ୍ତି ନାହିଁ।

ମୁଷ୍ଟିମେୟ ହେଲେ ବି କେତେକ ପ୍ରଶାସନିକ ଅଧିକାରୀ ଭାଇ ବନ୍ଧୁଙ୍କୁ ବି କୋଟିପତି କରିଦିଅନ୍ତି, ବେନାମୀ କାରବାର କରନ୍ତି, ସମ୍ପର୍କ ଥିଲେ (ଯୋଗ୍ୟତା ନ ଥିଲେ ବି) ସରକାରୀ ଋଣ  କରାଇ ଦିଅନ୍ତି, ରିଡ଼ର ପାହ୍ୟାର ଲୋକକୁ ବିଶ୍ୱବିଦ୍ୟାଳୟର କୁଳପତି କରିପାରନ୍ତି। ପ୍ରାଇଭେଟ୍‌ ସେକ୍ରେଟାରି ବା ଘରର ମାଳୀକୁ ବା ଗାଡ଼ି ଚାଳକକୁ ଲୋକ-ପ୍ରତିନିଧି କରିପାରନ୍ତି । ନେତାମାନେ ବି ସେୟା କଲେଣି, ତା’ଠାରୁ ବଳିଗଲେଣି କହିଲେ ଚଳିବ। ଥରେ ନିର୍ବାଚିତ  ପ୍ରତିନିଧି ହୋଇଗଲେ  ସେମାନେ ଧନୀ ତ ହୁଅନ୍ତି, କୁଟୁମ୍ବମାନଙ୍କୁ  ବି କୋଟିପତି କରିପକାନ୍ତି । ପ୍ରିୟାପ୍ରୀତି ରୋକିବା ଲାଗି ବିଧେୟକ  ତିଆରି କରୁଥିବା  ବିଧାୟକ  ବା ସାଂସଦ  ନିଜ ସାତପୁରୁଷ ପାଇଁ ସମ୍ପତ୍ତି କରନ୍ତି। ରାସ୍ତାକଡ଼ର ପେଟ୍ରୋଲ ପମ୍ପ, ହସ୍ପିଟାଲ ପରିସରରେ ଔଷଧ ଦୋକାନ, ରାଜପଥର ପ୍ରଶସ୍ତୀକରଣରେ ଠିକା କାମ, ରାସ୍ତାଘାଟରେ ଚାଲୁଥିବା ବସ୍‌, ଟ୍ରକ୍‌, ଡଙ୍ଗା ସବୁଥିରେ  ତାଙ୍କର ମାଲିକାନା ା ଲୋକପ୍ରତିନିଧିଙ୍କ ସାହାଯ୍ୟ ବିନା ସରକାରୀ ଜମିର ମାଲିକାନା ହାସଲ କରିବା, କୁଟୁମ୍ବ ବା ଚାମ୍‌ଚାମାନେ ରିଅଲ ଇଷ୍ଟେଟ୍‌  ବିଜନେସ୍‌ କରିବା, ନିରୀହ ଲୋକର ଜମିବାଡ଼ି ମାରିନେବା ଏବଂ ତହିଁରେ ଫ୍ଲାଟ ତିଆରି କରି କୋଟି କୋଟି ଟଙ୍କା ରୋଜଗାର କରିବା ଅସମ୍ଭବ ।

ଆଗେ ଲାଞ୍ଚ ଏକ ଲୁଚାଣିଆ କାରବାର ଥିଲା, ଏବେ ନେତାଏ ଖୋଲାଖୋଲି କହିଲେଣି ଯେ ‘ଆମେ ଧନୀମାନଙ୍କ କଥା ବୁଝିବୁ, ଗରିବମାନେ ଆପେ ଆପେ ମଣିଷ ହୋଇଯିବେ।’ କାରଣ ଧନୀମାନେ ହିଁ ଦେଶର ଆର୍ଥିକ ଅଭିବୃଦ୍ଧିରେ ସାହାଯ୍ୟ କରୁଛନ୍ତି, ଜିଡ଼ିପି ବଢ଼ାଉଛନ୍ତି। ସେମାନଙ୍କ କଥା ଆମେ ଆଗେ ବୁଝିସାରୁ, ପରେ ସାଧାରଣ ଲୋକଙ୍କ କଥା ବୁଝିବୁ। ନେତାମାନେ  କହୁଛନ୍ତି ଯେ, ପୁଞ୍ଜିବାଲାଙ୍କ ପାଇଁ କାମ କଲେ ସେମାନେ ଦେଶରେ ବେଶି ପୁଞ୍ଜି ଲଗାଇବେ, ସେମାନଙ୍କ ଧନ ଝରି ଝରି (ପର୍‌ କୋଲେଟ୍‌ କରି) ଗରିବ ପାଖକୁ ଆସିଯିବ। ବଜାର ଅର୍ଥନୀତି ଏ ନିୟମକୁ କାର୍ଯ୍ୟକାରୀ କରିବ, ସରକାର କାହିଁକି  ଗରିବଙ୍କ ବିକାଶରେ ହସ୍ତକ୍ଷେପ କରିବେ? ସାଧାରଣ ଲୋକେ କମ୍‌ ପଇସାରେ ବିଜୁଳି ଚାହୁଁଛନ୍ତି, ଧନୀଙ୍କୁ ବିକିସାରିବା ପରେ ଯାହା ବଳିବ ତାହା ହିଁ ସାଧାରଣ ଲୋକେ ପାଇବେ। ଏ ହେଲା ବଜାରର ଅର୍ଥନୀତି। ଘରୋଇକରଣ ହାୱାରେ ସରକାର ହସ୍ତକ୍ଷେପ କରିବେ ନାହିଁ। ଆଇଟି କମ୍ପାନୀରେ କାମ କରୁଥିବା ଲୋକେ ଗରିବ ଲୋକକୁ କାମରେ ଲଗାଇବେ, ଲୁଗାପଟା ଧୋଇବା, ଘର ସଫା କରିବା, ପିଲାଛୁଆ ସମ୍ଭାଳିବା ଆଦି କାମକୁ ସହରତଳିର ଲୋକେ ପାଇବେ; ତେଣୁ ଆଇଟି ବାଲାଙ୍କ ଧନର କିଛି ଅଂଶ ସାଧାରଣ ଲୋକଙ୍କ ହାତକୁ ଆସିବ । କମ୍ପାନୀମାନେ ଚାଷଜମିରେ ଆଗୁଆ ବ୍ୟବସାୟ (ଫର୍‌ୱାର୍ଡ ଟ୍ରେଡ଼ିଂ)  କଲା ଭଳି ଦଲାଲମାନେ ମଣିଷ ଚାଲାଣରେ ବି ଫରୱାର୍ଡ ଟ୍ରେଡିଂ କରୁଛନ୍ତି। ତୋତେ କାମ ଯୋଗାଇ ଦେବି ତୁ ଜମିବାଡ଼ି ବିକି ବା ଧାର ଉଧାର କରି  ମୋତେ ଏତେ ଟଙ୍କା ଦେ କି ସେତେ ଟଙ୍କା ଦେ- ଦଲାଲ ବା ଠିକାଦାରର ଏ କଥାରେ ଭୁଲି ଗରିବଟିଏ ଦୂରଦୂରାନ୍ତର କୋଉ ଇଟାଭାଟିର ମାଲିକ ପାଖରେ ବନ୍ଧା ପଡ଼ୁଛି ତ ବେକାର ଲୋକଟିଏ ବିଦେଶକୁ ଚାଲାଣ ହୋଇଯାଉଛି, ତା’ର ପାସ୍‌ପୋର୍ଟଟି ବନ୍ଧକ ହୋଇ ରହିଯାଉଛି ା ସେ ମାଗଣା ଖଟିବ ବା ଶରୀରକୁ ବିକି ବଞ୍ଚି ରହିବ, ବଡ଼ ଲୋକ ହେବ କେବେ ?

ଆମ ନେତାଏ ଭୁଲି ଯାଉଛନ୍ତି ଯେ, ଚାକରର ମଜୁରି ବଢ଼ିଲେ ଧନୀ ଲୋକଟିଏ ଝାଡ଼ୁଦାର ଓ ପୋଛାପୋଛି ଲୋକ ନ ରଖି ଭାକୁମ୍‌ କ୍ଲିନର ରଖିବେ, ଲୁଗା ସଫା କରିବାକୁ ବାସନପତ୍ର ମାଜିବାକୁ ୱାଶିଂ ମେଶିନ ଓ ଡିଶ୍‌ ୱାଶର ମେଶିନ ରଖିବେ। ୫ କି ୭ ନୌକର ନ ରଖି ଜଣେ ଲୋକ ତ ମେଶିନ କାମ କରିନେବ। ଚା’ କଫିଯନ୍ତ୍ର ତିଆରି କରିବ, ରାସ୍ତାକଡ଼ ଚା’ ଦୋକାନୀ ପଇସା ପାଇବ କେଉଁଠୁ? ଦିଲ୍ଲୀର ଧନୀ ବାଳ କଟାଳି (ସେଲୁନ୍‌ ମାଲିକ) ବାଳକଟା ଦୋକାନ ଖୋଲିବ, ମୁଣ୍ଡକୁ ୫୦୦ ଟଙ୍କା, ଏଥିରେ ଗାଁର ୧୦ ଟଙ୍କିଆ ଭଣ୍ଡାରିର ରୋଜଗାର ଗଲା। ଆଇଟିବାଲାଙ୍କ ଶିଶୁର ଯତ୍ନ ନେବେ ଧନୀ ପରିଚାଳିତ ଡେ କେୟାର  ସଂସ୍ଥା, ଗରିବ ଆୟାର ଆବଶ୍ୟକତା ନାହିଁ ା ଉପରେ ଥିବା ବଡ଼ ଲୋକଙ୍କଠାରୁ ଆପେ ଆପେ ପଇସା ବୋହିଆସି ଗରିବ ଘରେ ପଶିବ ବୋଲି ପରାଙ୍ଗଭୋଜୀ ନେତାମାନେ କିପରି କହୁଛନ୍ତି? ତଳକୁ ବୋହି ବୋହି, ଭେଦି ଭେଦି ଯିବା ବହୁତ ଧୀର, କାଳ କାଳ ବିତିଯିବ, ଗରିବ ଆର୍ଥିକ ଉଦାରୀକରଣର ଫଳ ପାଇବ ନାହିଁ। ସେତେଦିନ ଯାଏ ଧନୀ ଗରିବର ପାର୍ଥକ୍ୟ ଏକ ବିପ୍ଳବର ଆକାର ଧରି ନ ଥିଲେ ହେଲା!  

ବର୍ତ୍ତମାନର ଆହ୍ବାନ- ଘରୋଇକରଣର ଲାଭ ଥୋପା ଥୋପା ନ ପଡ଼ି  ନଈ ଭଳି ବୋହିବା ଦରକାର। ସତ୍‌ ଉପାୟରେ ବା ନିଜ ଝାଳରେ ରୋଜଗାର କରି କେହି କୋଟିପତି ହୋଇନାହିଁ କି ହୋଇପାରିବ ନାହିଁ। ଦେଶ ଓ ଜାତିର ସମ୍ପଦକୁ ଲୁଟ୍‌ କରି ବା  ସରକାରୀ ମହାପାତ୍ରେଙ୍କୁ ହାତକରି,  ସମାଜରେ ଦାଦାଗିରି କରି ସାଧାରଣ  ଲୋକଙ୍କୁ ଦୂରେଇ ଦେଇ, ବିଲୁଆ ପରି  ଚତୁର  ଲୋକେ ରାତାରାତି ଧନୀ ହୁଅନ୍ତି। ଏଭଳି ଲୋକ ଆଗକାଳରେ ଅସାମାଜିକ ଶ୍ରେଣୀରେ ଗଣା ଯାଉଥିଲେ, ଏବେ ଅର୍ଥନୀତିର ଉଦାରୀକରଣରେ  ସେମାନେ ସମ୍ମାନନୀୟ ଧନୀ। ଧନ ହିଁ  ସମ୍ମାନ ଆଣୁଛି, ଚରିତ୍ର ନୁହେଁ କି ତ୍ୟାଗ ନୁହେଁ। ଧନ ପଛରେ ମାତିଥିବା ଲୋକ ନୀତି ନିୟମ ମାନେ ନାହିଁ, ସେ କେବଳ ପୂଜା କରେ ଟଙ୍କାକୁ । ଅର୍ଥଶାସ୍ତ୍ର ଅର୍ଥର କଥା କହେ ନୀତିର କଥା କହେ ନାହିଁ, ଯାହା ଲାଭ ବଢ଼ାଇଲା ତାହା ହେଲା ଇକୋନମିକ୍‌ ଆକ୍ଟିଭିଟି: ଲାଞ୍ଚ  ଦେବା ଓ ଚୋରି ଜିନିଷ କିଣିବା, ସରକାରଙ୍କ ଠାରୁ ମାଗଣା ବା ରିହାତି ନେବା, ଲୋକଙ୍କୁ ଭୁଲା ବିଜ୍ଞାପନ ଜରିଆରେ ଖରାପ ବା ଶସ୍ତା ଜିନିଷକୁ ବେଶି ଦାମରେ ବିକିବା ଭଳି କାମକୁ ଇକୋନମିକ୍‌ ଆକ୍ଟିଭିଟି କହନ୍ତି। ଗରାଖ ମରୁ ପଛେ ଯେ ପର୍ଯ୍ୟନ୍ତ ମୋର ଲାଭ ହେଉଛି ମୋ କାମ ଏକ ଇକୋନମିକ ଆକ୍ଟିଭିଟି - ଏ ପ୍ରକାରର ସଂଜ୍ଞା ଘରୋଇକରଣର ମନ୍ତ୍ର ହୋଇ ରହିଥିବା ଯାକେ ସାଧାରଣ ଲୋକଟିଏ  ଗରିବ ହୋଇ ରହିଥିବ।

ଇ-ମେଲ୍‌: sahadevas@yahoo.com


All Right Reserved By

ସମ୍ପାଦକୀୟ |

ଶବଦାହରେ ଘଷି

ଶବଦାହରେ ଘଷି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି। ମୁସଲମାନମାନେ ମୃତ ଲୋକର ଶବକୁ ପୋତିଦିଅନ୍ତି ଏବଂ ହିନ୍ଦୁମାନେ ତାକୁ ଅଗ୍ନିରେ ଦାହ କରନ୍ତି। ପାରମ୍ପରିକ ଭାବେ ଦାହ ପାଇଁ କାଠ ବ୍ୟବହୃତ ହୋଇ ଆସୁଥିବା ବେଳେ ଆଜିକାଲି ବିଦ୍ୟୁତ୍‌ଶକ୍ତି ଓ ଗ୍ୟାସ୍‌ ମଧ୍ୟ ବ୍ୟବହୃତ ହେଲାଣି।  କିନ୍ତୁ ଆଜିକାଲି ଜାଳେଣି କାଠର ଘୋର ଅଭାବ। ଦିଲ୍ଲୀରେ ସରକାରୀ ଗାର୍ଡନରମାନେ ଗଛର ଅଳ୍ପ କିଛି ଛୋଟ ଡାଳ କାଟିବାର ଛଳନା କରନ୍ତି। କିନ୍ତୁ ସେମାନେ ପ୍ରାୟ ସବୁ ବଡ଼ ବଡ଼ ଡାଳ କାଟନ୍ତି ଓ ସେସବୁକୁ ନିଗମବୋଧ ଘା..

ଅଶ୍ଳୀଳତାକୁ ନେଇ ଛଳନା

ଅଶ୍ଳୀଳତାକୁ ନେଇ ଛଳନା

ଡ. ସୁବାସ ଚନ୍ଦ୍ର ପାତ୍ର

ଅଶ୍ଳୀଳତାକୁ ନେଇ ମଣିଷର ଛଳନା ଇତିହାସ ପରି ପୁରୁଣା। କିଛିଦିନ ତଳେ ଖଣ୍ଡଗିରି ଯାତ୍ରା ମହୋତ୍ସବ ଅବସରରେ କୌଣସି ଏକ ଅପେରା ମଞ୍ଚ ଉପରେ ମନୋରଞ୍ଜନ ଆଳରେ ଜଣେ ମହିଳା କଳାକାର ଅଙ୍ଗ ପ୍ରଦର୍ଶନ ସହ ଅଶ୍ଳୀଳ ନୃତ୍ୟ ପରିବେଷଣ କରିବାର ଅଭିଯୋଗ ଆସିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ଟିଭି ଚ୍ୟାନେଲ ତାଙ୍କ ସହ ସାକ୍ଷାତ୍‌କାର ପ୍ରସାରଣ କଲେ ଏବଂ ଆଉ କେତେକ ଚ୍ୟାନେଲ ପ୍ରତିବାଦ ବାହାନାରେ ସେହି ତଥାକଥିତ ନଗ୍ନ ନୃତ୍ୟକୁ ବାରମ୍ବାର ପ୍ରଦର୍ଶନ ମଧ୍ୟ କଲେ। ଜଣେ ରାଜାଙ୍କୁ ଯଦି ତାଙ୍କ ପାର୍ଷଦ କହେ, ‘ମଣିମା, ଆପଣଙ୍କ ବଡ଼ଗୁଣ ହେଲା ଆପଣ ତୋଷାମଦି ଭଲପାଆନ୍ତି ନାହିଁ,’ ଏ କଥାଟି ଯେମିତି ଏକ ତୋଷା..

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର


ବିକାଶ କୁମାର ପତି

ଚିରନ୍ତନ ବିକାଶ ଲକ୍ଷ୍ୟ ସମସ୍ତଙ୍କୁ ୨୦୩୦ ସୁଦ୍ଧା ପାନୀୟ ଜଳ ଯୋଗାଇବା ପାଇଁ ଉଦ୍ଦିଷ୍ଟ। ଅର୍ଥାତ୍‌, କେହି ବି ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେନି। କିନ୍ତୁ ଆଜି ବି ଲକ୍ଷ ଲକ୍ଷ ଲୋକ ସ୍ବଚ୍ଛ ପାନୀୟ ଜଳ ବିନା ବଞ୍ଚୁଛନ୍ତି- ତାଙ୍କ ପରିବାର, ବିଦ୍ୟାଳୟ, କର୍ମକ୍ଷେତ୍ର, ସବୁଠି ବଞ୍ଚିବା ପାଇଁ ଓ ତୃଷ୍ଣା ମେଣ୍ଟେଇବା ପାଇଁ କଷ୍ଟ କରୁଛନ୍ତି। ଜାତିସଂଘର ଜଳ ଉପରେ କାମ କରୁ..

ଏଇ ଭାରତରେ

ଏଇ ଭାରତରେ

କୁହାଯାଏ ବିବାହ ଯୋଡ଼ି ଈଶ୍ୱରଙ୍କ ଦରବାରରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। ଏହାକୁ ଖଣ୍ଡନ କରିବା ସହଜ ନୁହେଁ। ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ଏପରି ଏକ ବିରଳ ବାହାଘର ସମ୍ପନ୍ନ ହୋଇଛି। ଖଣ୍ଡଓ୍ବା ଅନ୍ତର୍ଗତ ପୁନାସା ଗଁାର ବାସିନ୍ଦା ଧନେଶ ରାଜବୈଦ ନିମାଡ ନିବାସୀ ଚେତନା ଶର୍ମାଙ୍କୁ ବିବାହ କରିଛନ୍ତି। ଉଭୟ କନ୍ୟା ଓ ବରଙ୍କ ଉଚ୍ଚତା ୩୬ ଇଞ୍ଚ। ଉଚ୍ଚତା କମ୍‌ ..

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସାଧାରଣତଃ ଉତ୍ତରପ୍ରଦେଶ ଓ ବିହାର ବୋର୍ଡ ପରୀକ୍ଷାରେ ପିଲାମାନେ ବହୁ ସମୟରେ ଅଜବ ଓ ଅଦ୍ଭୁତ ଉତ୍ତର ଲେଖିଥିବା ଶୁଣିବାକୁ ମିଳିଛି। ଏପରିକି ଭଲ ମାର୍କ୍ସ ପାଇବା ପାଇଁ ଉତ୍ତର ଖାତାରେ ଟଙ୍କା ଷ୍ଟାପଲ୍‌ କରିବାର ନଜିର ଅଛି।  ‘ବାପା ଗରିବ ଲୋକ, ପୁଣି ଥରେ ପରୀକ୍ଷା ଦେବା ଲାଗି ଟଙ୍କା ଦେଇପାରିବେ ନାହିଁ, ତେଣୁ ମୋତେ ପାସ୍‌ କରିଦିଅନ୍ତୁ’ କହି କେତେକ ପରୀ..

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଆଖି ଆଗରେ କାହାର ଛବି ନାଚି ଉଠିଥାଏ? କିଛି ସାଧାରଣ ଲୋକ ମନେ କରୁଥିବେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳ। ଏମିତି ଏକ ଧାରଣା ଜନ୍ମିବା ପଛରେ ବିଭିନ୍ନ ନେତା ଓ ସମର୍ଥକମାନଙ୍କ ଜବରଦସ୍ତ ପ୍ରଚାର, ଅସଂଖ୍ୟ ବିଜ୍ଞାପନ ଏବଂ ରାସ୍ତାକଡ଼ର ତତ୍‌ସମ୍ପର୍କିତ ଏକାଧିକ ହୋର୍ଡିଂର ପ୍ରଭାବ ବି..

ଘରଚଟିଆର ତୁଳନା ନାହିଁ

ଘରଚଟିଆର ତୁଳନା ନାହିଁ

ପୀତାମ୍ବର ରାଉତ

ମହାନ୍‌ ପରିବେଶବିତ୍‌ ମହମ୍ମଦ ଦିଲଓ୍ବାର୍‌ଙ୍କ ଉଦ୍ୟମରେ ୨୦୧୦ରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଇ ଆସୁଛି। ଘରଚଟିଆର ବୈଜ୍ଞାନିକ ନାମ ପାସେରିଡି। ଭୂମଧ୍ୟସାଗରୀୟ ଅଞ୍ଚଳରୁ ଆରମ୍ଭ କରି ବ୍ରିଟେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲଜିୟମ୍‌, ଇଟାଲୀ, ନେଦରଲାଣ୍ଡ ଓ ଫିନ୍‌ଲାଣ୍ଡ..

ଏଇ ଭାରତରେ

ଏଇ ଭାରତରେ

ଜଣେ ବ୍ୟକ୍ତି ୧୦ଲକ୍ଷ ଟଙ୍କା ରାସ୍ତାପାର୍ଶ୍ୱରୁ ପାଇ ଫେରାଇଦେବା ଘଟଣା ତାଙ୍କୁ ମହାନତାର ପରିଚୟ ଦେଇଛି। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ସ୍ବରୂପ ୨ଲକ୍ଷ ଟଙ୍କା ଦିଆଯାଇଛି।  ଦିଲୀପ ପୋଦ୍ଦାର ନାମକ ଜଣେ ବ୍ୟକ୍ତି ସୁରଟର ଉମ୍ରା ଅଞ୍ଚଳରେ ଶାଢ଼ି ଶୋ’ରୁମ୍‌ରେ ସେଲ୍ସମ୍ୟାନ୍‌ ଭାବେ କାମ କରନ୍ତି। ପୋଦ୍ଦାର ମଧ୍ୟାହ୍ନଭୋଜନ ସାରି ଡ୍ୟୁଟିକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ୱରେ ଏକ ବ୍ୟାଗ୍‌..

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା