ସମ୍ପାଦକୀୟ |

ଧନୀ ଓ ଧାର୍ମିକ

ଧନୀ ଓ ଧାର୍ମିକ

ଡ. ବାସୁଦେବ ମିଶ୍ର

ଜଣେ ଧନୀଲୋକଠାରେ ଯେତିକି ଧାର୍ମିକ ଭାବନା ଆଶା କରାଯାଏ, ଜଣେ ଜ୍ଞାନୀଲୋକଠାରୁ ଯଥେଷ୍ଟ ଅଧିକ ମାତ୍ରାରେ ଧାର୍ମିକ ବିଚାର, ବିଶ୍ୱାସ ତଥା ଆଚରଣ ଆଶା କରାଯାଏ। ତା’ର କାରଣ ହେଲା, ଧନୀ ଲୋକଟି ଧନ ଆହରଣ କରିବା ସମୟରେ ଧନର ଆକର୍ଷଣରେ କେବେ କେମିତି ନୀତି, ଆଦର୍ଶଠାରୁ ଦୂରେଇଯିବା ବିଚିତ୍ର ନୁହେଁ। କିନ୍ତୁ ଜ୍ଞାନାର୍ଜନ କରୁଥିବା ସମୟରେ ସେପରି ଆଶଙ୍କାର ପ୍ରଶ୍ନ ଉଠେନାହିଁ। ବରଂ ଶାସ୍ତ୍ରପୁରାଣ ପୃଷ୍ଠାରେ ଉଲ୍ଲିଖିତ ଜ୍ଞାନର ସମ୍ଭାରକୁ ଆତ୍ମସ୍ଥ କରି କେହି ବି ଜଣେ ନୀତିବାନ, ଧର୍ମଜ୍ଞ ହୋଇପାରେ। 

କିନ୍ତୁ ସର୍ବତ୍ର ଏପରି ଦେଖାଯାଏ ନାହିଁ। କଦାଚିତ୍‌ ଦେଖାଯାଏ, ଧାର୍ମିକତା ଧନୀ-ଦରିଦ୍ର, ଜ୍ଞାନୀ-ଅଜ୍ଞାନ ନିର୍ବିଶେଷରେ ଥାଏ। ଜଣେ ଧନୀ ହୋଇ ଧାର୍ମିକ ହୋଇପାରେ। ସୁଦାମା ପରି ଦରିଦ୍ର ମଧ୍ୟ ପରମ ଜ୍ଞାନୀ ଓ ଧାର୍ମିକ ହୋଇପାରେ। ମହାମାନୀ ଦୁର୍ଯ୍ୟୋଧନ ହସ୍ତିନାର ରାଜା ତଥା ଅଚଳାଚଳ ସମ୍ପତ୍ତିର ମାଲିକ ହୋଇ ମଧ୍ୟ ଧାର୍ମିକତାର ଧାର ଧାରି ନ ଥିଲେ। ତେବେ ପ୍ରଜାମାନଙ୍କୁ ସୁଶାସନ ଦେବାର ଜ୍ଞାନ ଯେ ତାଙ୍କର ନ ଥିଲା, ତାହା ନୁହେଁ। ପାଣ୍ଡବମାନଙ୍କର ବନବାସ ସମୟରେ ଜଣେ କିରାତ ଦୁର୍ଯ୍ୟୋଧନ-ଶାସିତ ସମଗ୍ର ହସ୍ତିନାପୁର ଭ୍ରମଣ କରି ବନବାସରେ ଥିବା ଯୁଧିଷ୍ଠିରାଦି ପାଣ୍ଡବମାନଙ୍କୁ ରାଜ୍ୟରେ ପ୍ରଜାମାନେ ଅତ୍ୟନ୍ତ ଆନନ୍ଦରେ ଜୀବନଯାପନ କରୁଛନ୍ତି ବୋଲି ଖବର ଦେଇଥିଲେ। ଅନ୍ୟାୟ ଅନୀତିର ମୂର୍ତ୍ତିମନ୍ତ ସ୍ବରୂପରୂପେ ଜଣାଶୁଣା ଦୁର୍ଯ୍ୟୋଧନଙ୍କଠାରେ ଏତେ ଶୃଙ୍ଖଳିତ ଭାବରେ ରାଜ୍ୟ ଶାସନ କରିବାର ଜ୍ଞାନ ଆସିଲା କେଉଁଠୁ? ବାସ୍ତବରେ ଧର୍ମ ଏବଂ ଅଧର୍ମର ଜ୍ଞାନ ସମସ୍ତଙ୍କଠାରେ ଥାଏ। ଦୁର୍ଯ୍ୟୋଧନଙ୍କର ମଧ୍ୟ ଥିଲା। ହସ୍ତିନାର ପ୍ରଜାମାନେ ପାଣ୍ଡବମାନଙ୍କୁ ଯେପରି ସମ୍ପୂର୍ଣ୍ଣରୂପେ ଭୁଲିଯିବେ, ତାହା ସୁନିଶ୍ଚିତ କରିବା ଲାଗି ସେ ସୁଶାସନ ଦେଉଥିଲେ। 

ସ୍ବଚ୍ଛତାର ସହିତ ଧନ ଅର୍ଜନ କରିବାକୁ ଶପଥ ନେଇଥିବା ଲୋକଟିର କେତେବେଳେ ଅସ୍ବଚ୍ଛତାର ଶିଉଳିରେ ଗୋଡ଼ ଖସିଯାଏ, ତାହା ସେ ନିଜେ ଜାଣିପାରେ ନାହିଁ। ଅଶେଷ ଜ୍ଞାନର ଅଧିକାରୀ ଅଥଚ ନୀତିଭ୍ରଷ୍ଟ ଲୋକଙ୍କର ଏ ସମାଜରେ ଅଭାବ ନାହିଁ। ଶାସ୍ତ୍ରପୁରାଣରେ ଅଖଣ୍ଡ ଦକ୍ଷତା ଥିବା ଲୋକର ସାଧାରଣ ବ୍ୟବହାର ନିତାନ୍ତ ଅମାର୍ଜିତ ଥିବା ଦେଖାଯାଏ। କଥାରେ କଥାରେ ଗଭୀର ଦର୍ଶନର ବାର୍ତ୍ତା ଉଛୁଳୁଥିବା ଲୋକର ଉଚ୍ଛୃଙ୍ଖଳିତ ଆଚରଣ ଏବଂ ଦୁଷ୍କୃତିପୂର୍ଣ୍ଣ ବ୍ୟବହାର ଦେଖିଲେ ବିସ୍ମୟର ସୀମା ରହେନାହିଁ। 

ଯେଉଁଠି ଧନୀ ଲୋକଟିଏ ଜ୍ଞାନୀ ଅବା ଧାର୍ମିକ ହେବା ଦେଖାଯାଏ, ସେଇଠି ସଂସାରର ଅଶେଷ ଉପକାର ସାଧିତ ହେବା ଆଶା କରାଯାଏ। କିନ୍ତୁ ଏପରି ପରିସ୍ଥିତି କ୍ୱଚିତ୍‌ ଆସେ। ସାଧାରଣତଃ ଆମେ ଯାହା ଦେଖୁ, ଧନ ଅଛି ତ ବିବେକ ନାହିଁ। ଧନ ଅର୍ଜନ କରୁକରୁ ନୀତି-ନୈତିକତାର ଗଣ୍ଠିଲିଟିକୁ କେଉଁଠି ହଜେଇଦିଏ ମଣିଷ। ଜ୍ଞାନ ଅଛି ତ ତାକୁ ଠିକ୍‌ରୂପେ ପ୍ରୟୋଗ କରିବାର ଆକାଙ୍‌କ୍ଷା ନାହିଁ କି ମାନସିକତା ନାହିଁ। ଜ୍ଞାନକୁ ପ୍ରୟୋଗ କରି ଧନ ଅର୍ଜନ କରିବା ତା’ର ଗୋଟାଏ ନିଶା ହୋଇଯାଉଛି। ଧାର୍ମିକତା ଅଛି ତ ସେ ନିର୍ଦ୍ଧନ ହୋଇଛି। ଧନ ଯାହାପାଖରେ ଅଛି, ତା’ର ନିର୍ବିବେକପଣିଆ ଅନେକଙ୍କୁ କଷ୍ଟ ଦେଉଛି। ଜ୍ଞାନୀ ନିଜର ଜ୍ଞାନକୁ ବିତରଣ କରିବାକୁ ନିଃସ୍ପୃହ ଏବଂ ଅକ୍ଷମ। ଧାର୍ମିକତା ନିନ୍ଦାର ଭଉଁରିରେ। ଯେତେ କମ୍‌ ହେଉ ପଛେ ନୈତିକତାର ସହିତ ଧନ ଅର୍ଜନ କରିବା ଉଚିତ- ଏପରି ବିଚାର ଆଉ କେଉଁଠି ଦେଖିବାକୁ ମିଳୁନାହିଁ। ପ୍ରକୃତ କଥା ହେଲା- ବଞ୍ଚତ୍ବା ପାଇଁ ଯେତିକି ଧନ ଆବଶ୍ୟକ, ତାହା ପ୍ରତିଦିନର ପରିଶ୍ରମ ଦ୍ୱାରା ଅର୍ଜନ କରାଯାଇପାରିବ। ସେପରି ବ୍ୟବସ୍ଥା ବିିଧିଦ୍ୱାରା ସ୍ଥିରୀକୃତ। କିନ୍ତୁ ତା’ଦ୍ୱାରା କୁଢ଼କୁଢ଼ ସମ୍ପତ୍ତି ଠୁଳ କରିବା ସମ୍ଭବ ହେବନାହିଁ। ପ୍ରଚୁର ସମ୍ପତ୍ତି ଠୁଳ କରିବାର ଇଚ୍ଛା ଥିଲେ ଅନୈତିକତାର ସାହାଯ୍ୟ ନେବାକୁ ହୋଇଥାଏ। ଆଜିର ସମାଜରେ ଧନର ବହୁଳତାକୁ ସାମାଜିକ ପ୍ରତିଷ୍ଠାର ପ୍ରମୁଖ କାରଣରୂପେ ଗ୍ରହଣ କରାଯାଉ ଥିବାରୁ ଯେ କୌଣସି ମାର୍ଗରେ ଅଣନିଃଶ୍ୱାସୀ ହୋଇ ଧନ ଅର୍ଜନ କରିବାକୁ ସମସ୍ତେ ତପତ୍ର। 

ଜଣେ ବିଚାରବାନ୍‌, ପ୍ରଜ୍ଞାବାନ୍‌ ଏବଂ ବୁଦ୍ଧିଦୀପ୍ତ ଭାବରେ ସାମାଜିକ ପ୍ରତିଷ୍ଠା ଲାଭ କରିବା ତଥା ସାମାଜିକ କର୍ତ୍ତବ୍ୟ ପାଳନ କରିବା, ଜ୍ଞାନ ଅର୍ଜନ କରିବାର ପ୍ରମୁଖ ଉଦ୍ଦେଶ୍ୟ ବୋଲି ବିବେଚିତ ହୋଇଥାଏ। କିନ୍ତୁ ଆଜିର ଦୁନିଆର ଚିତ୍ର ଅଲଗା। ସେଇଠି ଏସବୁ କଥା ସ୍ବପ୍ନପ୍ରାୟ ମନେହୁଏ। ଅର୍ଥସଂଗ୍ରହ ହିଁ ଜ୍ଞାନାର୍ଜନର ଏକମାତ୍ର ଉଦ୍ଦେଶ୍ୟ ବୋଲି ସାଧାରଣଭାବେ ଗ୍ରହଣ କରାଯାଏ। ଜ୍ଞାନ ଏବଂ ଧନ ଏ ଦୁହେଁ ସତେ ଯେମିତି ନିକିତିର ଦୁଇପାଖରେ ପଡି ଅନବରତ ତଉଲି ହେଉଥାନ୍ତି। ଅଧିକ ପାଠପଢ଼ି ଯେଉଁମାନେ ପ୍ରତିଷ୍ଠା ଲାଭକରନ୍ତି, ସେମାନେ କର୍ତ୍ତବ୍ୟନିଷ୍ଠା ତଥା ସାମାଜିକ ଦାୟିତ୍ୱକୁ ଭୁଲି କେବଳ ଧନସଂଗ୍ରହରେ ମନୋନିବେଶ କରନ୍ତି। ବ୍ୟଭିଚାର-ଅସାମାଜିକତାର ନଗ୍ନ ରୂପ। ଚୋରି କରିବା, ଲାଞ୍ଚ ଗ୍ରହଣ କରିବା ପରି ଅସ୍ବୀକୃତ ଯୌନ ଲାଳସା ଚରିତାର୍ଥ କରିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଯାଏ। ଅସ୍ବଚ୍ଛ ମନସହିତ ଅସାମାଜିକତାର ଶିଉଳିରେ ଥରେ ଗୋଡ଼ ଖସିବା ଆରମ୍ଭ ହେଲେ ତାହା କେବେ କେଉଁଆଡେ ଯାଏ ତା’ର ହିସାବ ମିଳେନା। ମନୁଷ୍ୟର ମନ ଅର୍ଥସର୍ବସ୍ବ ହେଲେ ତା’ର ପରିଣାମ ଭୟଙ୍କର ହୋଇଯାଏ। ଆଜିକାଲି ଲବ୍ଧପ୍ରତିଷ୍ଠ ବ୍ୟକ୍ତିମାନଙ୍କର ବିଭିନ୍ନ କାରନାମାରେ ଧରାପଡି ଗିରଫ ହୋଇ ପୋଲିସ ଗାଡ଼ିରେ ହାଜତକୁ ନିଆଯାଉଥିବାର ଦୃଶ୍ୟ ପ୍ରାୟ ଆଖିରେ ପଡ଼େ। ସେଥିରେ ଆମେ ସାଧାରଣ ଜନତା ଖୁସି ହେବା ନା ଦୁଃଖ କରିବା?

ଦଶରଥପୁର, ଯାଜପୁର, ମୋ- ୯୪୩୮୩୨୮୭୫୫

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/କୃଷି ଆଗ

ସମ୍ପାଦକୀୟ/କୃଷି ଆଗ

ଆଜିର ସ୍ଥିତି ଦେଖିଲେ ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଦୌ ପୂରଣ କରିନାହାନ୍ତି। ଉଚ୍ଚାଙ୍ଗ ସ୍ବରରେ ‘ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ’ କଥା କହୁଥିଲେ ମଧ୍ୟ ତା’ର ଫଳ ଶୂନ ହୋଇଛି। ବିଶେଷକରି ସାମାଜିକ ଓ ଅର୍ଥନୈତିକ ଦିଗରୁ ତାଙ୍କ ଶାସନ ସମୟରେ ଦେଶର ଅଧିକ କ୍ଷତି ଘଟିଛି। ଅସହିଷ୍ଣୁତା, ମିଛିମିଛିକା ଦେଶପ୍ରେମ ଓ ବିଭାଜନ ରାଜନୀତି ସାମାଜିକ ବାତାବରଣକୁ ଘୋର ପ୍ରଭାବିତ କରିଛି। ଏକ ଉତ୍ତମ ଶାସନ ଜରିଆରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ତା’ର ସୁଫଳ ଲୋକେ ପାଇପାରିନାହାନ୍ତି। ଏହା ଜଣାଶୁଣା ଯେ, ମୋଦିଙ୍କ ଶାସନ ସମୟରେ କର୍ପୋରେଟ ପ୍ରୀତି ବଢ଼ିଛି..

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

ସହଦେବ ସାହୁ

ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା (ଏଫ୍‌ଏଓ) ସହିତ କାର୍ଯ୍ୟ କରୁଥିବା କ୍ଷୁଧା ଓ କୁପୁଷ୍ଟି ବିରୋଧୀ ଅନ୍ତର୍ଜାତୀୟ ସଂଗୋଷ୍ଠୀ (ଇଣ୍ଟରନ୍ୟାଶନାଲ ଆଲାଏନ୍ସ ଏଗେଁଷ୍ଟ ହଙ୍ଗର ଆଣ୍ଡ ମାଲନ୍ୟୁଟ୍ରିଶନ୍‌) କୃଷି କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶକୁ ପ୍ରଶଂସା କରିଛି। ୧୯୫୦-୫୧ରେ ଭାରତରେ ଖାଦ୍ୟଶସ୍ୟ ଉପତ୍ାଦନ ପରିମାଣ ୫ କୋଟି ଟନ୍‌ ଥିବାବେଳେ ୨୦୧୬-୧୭ରେ ୨୭ କୋଟି ୨୦ ଲକ୍ଷ ଟନ୍‌ ହୋଇଛି, ପ୍ରାୟ ୫ଗୁଣ। ଲୋକସଂଖ୍ୟା ବଢ଼ିଛି ୪ ଗୁଣ। ତେଣୁ ଖାଦ୍ୟ-ଅଭାବୀ ପରିସ୍ଥିତିକୁ ପଛରେ ପକାଇ ଭାରତ ଏକ ଖାଦ୍ୟ ରପ୍ତାନିକାରୀ ରାଷ୍ଟ୍ର ହୋଇଗଲାଣି। ତଥାପି ଭାରତରେ କ୍ଷୁଧା ଓ କୁପୁଷ୍ଟି କାରଣରୁ ଏକଚତୁର୍ଥାଂଶ ଲୋକ କାର୍ଯ୍ୟକ୍ଷମ ହୋଇପାରୁ ନାହା..

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ବ୍ରହ୍ମାନନ୍ଦ ପଣ୍ଡା

ଆଜିକାଲି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏଭଳି ଅଧୋଗତି ହୋଇଛି ଯେ, ପ୍ରାୟ ୬୦% ମାଧ୍ୟମିକ ଛାତ୍ରୀଛାତ୍ର ଦରଖାସ୍ତଟିଏ ଲେଖିବାକୁ ବା ସାଧାରଣ ହିସାବଟିଏ କରିବାକୁ ଅସମର୍ଥ। ଭାରତର ୭୫% ଯାନ୍ତ୍ରିକ ଓ କାରିଗରି ଶିକ୍ଷାପ୍ରାପ୍ତ ସ୍ନାତକ ଚାକିରି ପାଇବାକୁ ଅଯୋଗ୍ୟ ବୋଲି ନିକଟ ଅତୀତରେ ପ୍ରକାଶ ପାଇଥିବା ତଥ୍ୟ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖାଲି ସେତିକି ନୁହେଁ ଛାତ୍ରସମାଜର ଆଜି ନୈତିକ ସ୍ଖଳନ ଘଟିଛି। ଭାରତୀୟ ସଂସ୍କୃତିର ଅବକ୍ଷୟ ହେଉଛି। ମାନବିକ ମୂଲ୍ୟବୋଧ ଲୋପ ପାଉଛି। ଆଜିର ଶିକ୍ଷା ବ୍ୟୟବହୁଳ ଏବଂ ଚାକିରିସର୍ବସ୍ବ ହୋଇଛି। ଜ୍ଞାନ ଓ ଗବେଷଣା ଅର୍ଥସର୍ବସ୍ବ ହୋଇଛି। ସମାଜସେବା ପ୍ରଚାରସର୍ବସ୍ବ ହୋଇଛି। ଯଦି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ପିଅନ ..

ଏଇ ଭାରତରେ

ଏଇ ଭାରତରେ

କାହିଁ କେଉଁ ଆଦିମ କାଳରୁ କୁକୁର ହେଉଛି ମଣିଷର ସାଥୀ। ଏହି ପ୍ରାଣୀ ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ଭୃତ୍ୟ ଭାବରେ କାର୍ଯ୍ୟ କରେ। ଏପରି କି ମାଲିକର ଲୁଣ ଖାଇବାରୁ ତା’ର ଗୁଣ ଗାଏ। ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଦରକାର ପଡ଼ିଲେ ନିଜ ଜୀବନ ହାରିଦିଏ। ଏପରି ଏକ ଘଟଣା ଘଟିଛି ଜୟପୁରରେ। ରାଜସ୍ଥାନର ଜୟପୁରରେ ବାସ କରୁଥିବା ପୂର୍ବତନ ରଣଜୀ ଖେଳାଳି ସଞ୍ଜୀବ ଓହଲାନ୍‌ଙ୍କ ବାସଭବନରେ ନିଆଁ ଲାଗିଯାଇଥିଲା। ତଳ ମହଲାରେ ତାଙ୍କ ସ୍ତ୍ରୀ, ପୁଅ ଓ ଚାକରକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ନିଆଁ ଲାଗିବା ଯୋଗୁ ସଞ୍ଜୀବ..

ମୋଦି: ସବୁଥିରେ ଆଙ୍ଗୁଠି

ମୋଦି: ସବୁଥିରେ ଆଙ୍ଗୁଠି

ସ।ଧାରଣ ନିର୍ବାଚନ ଯେତେ ନିକଟତର ହେଉଛି, ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଲାଣି। ଜାନୁୟାରୀ ୧୯ରେ କୋଲକାତାରେ  ବିରୋଧୀଙ୍କ ରାଲିର କଳେବର ଦେଖିଲେ ମହାଗଠବନ୍ଧନ ଶକ୍ତିଶାଳୀ ହେଉଥିବା ମନେହେଉଛି। 

ସବୁଜ ପରିବହନ ବ୍ୟବସ୍ଥା

ସବୁଜ ପରିବହନ ବ୍ୟବସ୍ଥା

 ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଏକ ରିପୋର୍ଟରୁ ଜଣାଯାଏ ଯେ, ଭାରତରେ ଅଧିକାଂଶ ସହର ବାୟୁ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ। ଏପରି କି ପୃଥିବୀର ସବୁଠାରୁ ଅଧିକ ପନ୍ଦରଟି ସହର ମଧ୍ୟରେ ଭାରତର ଚଉଦଟି ସହର ଅଛି। ସବୁଠାରୁ ପ୍ରଦୂଷିତ ସହର ହେଉଛି କାନପୁର। 

ବାସିପାଣିରେ ପଚରା

ବାସିପାଣିରେ ପଚରା

ହଇରେ ମୋତେ କ’ଣ ଆଉ ବାସିପାଣିରେ ପଚାରୁନୁ? ଚିହ୍ନା ଲୋକଟିଏ, ଆପଣାର ମଣିଷଟିଏ ଆମକୁ ପୂର୍ବାପେକ୍ଷା ହତାଦର କରିବାର ଅନୁଭବ କଲେ ଆମେ ଏ ରୂଢିଟିର ପ୍ରୟୋଗ କରିଥାଉ! ଏଠାରେ ବାସିପାଣିକୁ ନିକୃଷ୍ଟ ଅର୍ଥରେ ବ୍ୟବହାର କରାଯାଇଛି। ନଚେତ୍‌ ଆମେ କହୁଥାନ୍ତେ- ହଇରେ ମୋତେ କ’ଣ ଆଉ ସଜପାଣିରେ ପଚାରୁନୁ? ନଚେତ୍‌ କହିଥାନ୍ତେ- କିରେ ମୋତେ କ’ଣ ଆଉ ମଦପାଣିରେ ପଚାରୁନୁ? ମାନେ ବାସିପାଣିଟି ପଚାରିବା ବା ବନ୍ଧୁ ଚର୍ଚ୍ଚା କରିବା ଯୋଗ୍ୟ ନୁହେଁ।

ଏଇ ଭାରତରେ

ଏଇ ଭାରତରେ

ଭଲ ପାଇବାର ହୃଦୟଟିଏ ଥିଲେ କେତେକ ପୁରୁଷ ଓ ମହିଳା ଅତିକ୍ରାନ୍ତ ବୟସରେ ବି ଭଲପାଇ ବସନ୍ତି। ତେବେ ଭଲ ପାଇବା ପାଇଁ ଜଣେ ବିବାହିତା ମହିଳା ଏକ ଅଭିନବ ପନ୍ଥା ଆପଣାଇଥିଲେ। 

ଡ୍ୟାନ୍ସ ବାର୍‌ ସଂସ୍କୃତି

ଡ୍ୟାନ୍ସ ବାର୍‌ ସଂସ୍କୃତି

ଆକାର ପଟେଲ

ଡ୍ୟାନ୍ସ ବାର୍‌ ସଂସ୍କୃତି ମୁମ୍ବାଇରୁ, ବିଶେଷତଃ କେନ୍ଦ୍ରୀୟ ମୁମ୍ବାଇ ଅଞ୍ଚଳରୁ ଆରମ୍ଭ ହୋଇଥିଲା। ଏହି ପରମ୍ପରା ସହ ସମ୍ଭବତଃ ଲାଓ୍ବଣୀର ସମ୍ପର୍କ ଅଛି। ଢୋଲକୀ ବାଜାର ତାଳେ ତାଳେ ନାଚ-ଗୀତକୁ ଲାଓ୍ବଣୀ କହନ୍ତି, ଯାହା ହେଉଛି ମହାରାଷ୍ଟ୍ରର ଏକ ପ୍ରାଚୀନ ଲୋକନୃତ୍ୟ। ପୁରୁଷମାନଙ୍କର ଛୋଟ ଛୋଟ ଦଳ ଏବଂ ବେଳେବେଳେ ସେମାନଙ୍କ ପରିବାର ଟେବୁଲରେ ବସି ଏକ ଖୋଲା ସ୍ଥାନ ଆଡ଼କୁ ଚାହିଁଥାନ୍ତି, ଯେଉଁଠି ଅଧ ଡଜନ ମହିଳା ହିନ୍ଦୀ ଗୀତର ତାଳେ ତାଳେ ନୃତ୍ୟ କରୁଥାନ୍ତି। ନୃତ୍ୟାଙ୍ଗନାମାନେ ସମ୍ପୂର୍ଣ୍ଣ ଦେହକୁ ଆବୃତ କଲାଭଳି ବସ୍ତ୍ର ପନ୍ଧିଥାନ୍ତି। ପରିଚାରିକାମାନେ ଦର୍ଶକମାନଙ୍କ ଟେବୁଲ ଉପରେ ମଦ ପରଷନ୍ତି। ଏଠାରେ ଏପରି କି ମୃଦୁ ପାନୀୟ ପାଇଁ ମଧ୍ୟ ବିୟର ଭଳି ମୂଲ୍ୟ ନିଆଯାଏ। କିଛି ପୁ..

ଅସତ୍ୟ ସହରର ରାତି

ଅସତ୍ୟ ସହରର ରାତି

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

କେଇଦିନ ପୂର୍ବରୁ ଆମ ରାଜଧାନୀ ସହରର ଚେହେରା ଦେଖିଥିବା ଲୋକ ଏ ସହରର ବାସିନ୍ଦା ହୋଇ ନ ପାରିଥିବାର ଦୁଃଖରେ ନିଜ ଭାଗ୍ୟକୁ ନିନ୍ଦିବାର କାରଣ ଥିଲା ବେଶ୍‌ ଯୁକ୍ତିଯୁକ୍ତ। ବିଶ୍ୱକପ୍‌ ହକି ଅନୁଷ୍ଠିତ  ହେଉଥିବାର ବିରଳ ଗୌରବବୋଧ ନେଇ ଏ ସ୍ମାର୍ଟ ସହର ଯେମିତି ସୁସଜ୍ଜିତ ତୋରଣ ଓ ରଙ୍ଗ ବେରଙ୍ଗର ଆଲୋକମାଳାରେ ଆକର୍ଷଣୀୟ ରୂପରେ ସଜେଇ ହୋଇଥିଲା, ତହିଁରେ ଏଠାରେ ରହୁ ନ ଥିବା ଯେ କୌଣସି ଲୋକ ମନରେ ଈର୍ଷାର ଅସୁରଟିଏ ମୁଣ୍ଡ ଟେକିବା ସ୍ବାଭାବିକ। ମାତ୍ର ସ୍ମାର୍ଟ..

କୁଷ୍ଠରୋଗୀଙ୍କ ସାହାରା

କୁଷ୍ଠରୋଗୀଙ୍କ ସାହାରା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ

ବିଶ୍ୱକୁ ମହାତ୍ମା ଗାନ୍ଧୀଙ୍କ ଅବଦାନ ଅତୁଳନୀୟ। ତାଙ୍କ ଆଦର୍ଶକୁ ସ୍ମରଣୀୟ ରଖିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ୧୯୯୫ରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଆସୁଛି। ମହାତ୍ମାଙ୍କ ୧୨୫ତମ ଜନ୍ମବାର୍ଷିକୀରୁ ସଂସ୍ଥାପିତ ଏହି ସମ୍ମାନ ଅହିଂସା ଓ ଗାନ୍ଧୀବାଦ ଜରିଆରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ରୂପାନ୍ତରଣ ଆଣିପାରୁଥିବା ବ୍ୟକ୍ତି ଓ ସଙ୍ଗଠନକୁ ଦିଆଯାଉଛି। ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ବିରୋଧୀ ବିପ୍ଳବୀ ନେଲ୍‌ସନ ମଣ୍ଡେଲା, ଭାରତର ‘ଚିପ୍‌କୋ’ ଆନ୍ଦୋଳନର ପୁରୋଧା ଚଣ୍ଡିପ୍ରସାଦ ଭଟ୍ଟଙ୍କଠାରୁ ଆରମ୍ଭ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଭଳି ସଙ୍ଗଠନ ଏଭଳି ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ୨୦୧୯ ଜା..

ଏଇ ଭାରତରେ

ଏଇ ଭାରତରେ

ଭାରତୀୟ ସମାଜ ପିତୃକୈନ୍ଦ୍ରିକ ପରିବାରକୁ ନେଇ ଗଢ଼ିଉଠିଛି। କାରଣ ଆମ ଦେଶର ପରିବାରରେ ପୁରୁଷ ହେଉଛି ମୁଖ୍ୟ ବ୍ୟକ୍ତି। ତାଙ୍କ ନାମରେ ମୁଖ୍ୟତଃ ସମ୍ପତ୍ତିର ମାଲିକାନା ରହିଥାଏ। ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ମାନି ଚଳିଥାଆନ୍ତି। ତେଣୁ ଭାରତୀୟ ସମାଜ ଏକ ପୁରୁଷପ୍ରଧାନ ସମାଜ ଭାବରେ ଗଣ୍ୟ ହୋଇଥାଏ। ନିକଟରେ ଝିଅ ନାମରେ ସମ୍ପତ୍ତି କରିବାରୁ ଖାପ୍‌ ପଞ୍ଚାୟତରେ ବାପାଙ୍କ ପ୍ରତି ଦଣ୍ଡାଦେଶ ହୋଇଛି। ଏପରି ଏକ ଘଟଣା ଘଟିଛି ରାଜସ୍ଥାନ ରାଜ୍ୟର ଯୋଧପୁର ଅଞ୍ଚଳରେ। ସ୍ଥାନୀୟ ବିଲାଡା ତହସିଲ ଖେଜଡଲାରେ ଜଣେ ପିତା ତାଙ୍କ ସମ୍ପତ୍ତିର କିଛି ଅଂଶ ଝିଅ ନାମରେ କରିଥିଲେ। ତେବେ ଏହାକୁ ତାଙ୍କର ସରଗରା ସମାଜ ପକ୍ଷରୁ ପସନ୍ଦ କରାଯାଇ ନ ଥିଲା। କାରଣ ସମାଜରେ ପ୍ରଚଳିତ ପୁରୁଣା..