ଖେଳ |

ରଣଜୀ ଟ୍ରଫି : ସନ୍ଦୀପ ରଖିଲେ ସମ୍ମାନ

ରଣଜୀ ଟ୍ରଫି : ସନ୍ଦୀପ ରଖିଲେ ସମ୍ମାନ

ଭୁବନେଶ୍ୱର, ୭।୧(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ ସୋମବାରଠାରୁ ଘରୋଇ ଓଡ଼ିଶା ଓ ଗୋଆ ମଧ୍ୟରେ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଗ୍ରୁପ୍‌-ସି’ର ଏହି ମ୍ୟାଚ୍‌ରେ ବ୍ୟାଟିଂ ଆମନ୍ତ୍ରଣ ପାଇ ଓଡ଼ିଶା ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୯୦ ଓଭରରେ ୭ ଉଇକେଟ୍‌ ହରାଇ ୨୨୯ ରନ ସଂଗ୍ରହ କରିଛି। ଓପନର୍‌ ସନ୍ଦୀପ ପଟ୍ଟନାୟକଙ୍କ ଶତକ ପ୍ରଥମ ଦିନର ଉଲ୍ଲେଖନୀୟ ଘଟଣା ରହିଥିଲା। ଚଳିତ ରଣଜୀ ଟ୍ରଫି ସିଜନର ଓଡ଼ିଶାର ଏହା ଅନ୍ତିମ ମ୍ୟାଚ୍‌।

  ଗୋଆ ଦଳର ଅଧିନାୟକ ସଗୁନ କାମତ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ଆମନ୍ତ୍ରଣ ପାଇ ଓଡ଼ିଶାର ଦୁଇ ଓପନର୍‌ ଅନୁରାଗ ଷଡ଼ଙ୍ଗୀ ଓ ସନ୍ଦୀପ ପଟ୍ଟନାୟକ ବେଶ୍‌ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ। ତେବେ ୯ମ ଓଭରରେ ଦଳୀୟ ସ୍କୋର ୮ ରନ ହୋଇଥିବାବେଳେ ଓଡ଼ିଶାକୁ ପ୍ରଥମ ଝଟ୍‌କା ଲାଗିଥିଲା। ସିଜନରେ ଫର୍ମରେ ଥିବା ଅନୁରାଗ ବ୍ୟକ୍ତିଗତ ୨ ରନ କରି ଆଉଟ୍‌ ହୋଇଥିଲେ। ଅନୁରାଗଙ୍କୁ କ୍ଲିନ୍‌ ବୋଲ୍ଡ କରି କ୍ରୀଷ୍ଣନ ଦାସ ଗୋଆ ପାଇଁ ଏହି ପ୍ରାରମ୍ଭିକ ସଫଳତା ଆଣି ଦେଇଥିଲେ। ଏହାପରେ ଯୁବ ଖେଳାଳି ଦେବାଶିଷ ସାମନ୍ତରାୟ କ୍ରିଜରେ ଯୋଗଦେଇ ଡ୍ରିଙ୍କ୍ସ ବ୍ରେକ୍‌ ପର୍ଯ୍ୟନ୍ତ ଦଳକୁ ଆଉ କ୍ଷତି ହେବାକୁ ଦେଇ ନ ଥିଲେ। କିନ୍ତୁ ୨୩ ଓଭରରେ ଦଳୀୟ ସ୍କୋର ୪୮ ରନ ହୋଇଥିବାବେଳେ ଦେବାଶିଷଙ୍କ ରୂପରେ ଓଡ଼ିଶା ୨ୟ ଉଇକେଟ୍‌ ହରାଇଥିଲା। ପୂର୍ବ ମ୍ୟାଚ୍‌ରେ ସର୍ଭିସେସ ବିପକ୍ଷରେ ଶତକ ହାସଲ କରିଥିବା ବାମହାତୀ ବ୍ୟାଟ୍ସମ୍ୟାନ ଦେବାଶିଷ ୧୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ସେହିପରି ଅନ୍ୟତମ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ତଥା ପ୍ରଥମଥର ଲାଗି ଗୁରୁତ୍ୱପୂର୍ଣ୍ଣ ଅଧିନାୟକ ଦାୟିତ୍ୱ ସମ୍ଭାଳିଥିବା ଶୁଭ୍ରାଂଶୁ ସେନାପତି ମଧ୍ୟ ଟିମ୍‌କୁ ନିରାଶ କରିଥିଲେ। ମାତ୍ର ୪ ରନ କରିଥିବାବେଳେ ସେ କ୍ରୀଷ୍ଣନଙ୍କ ୨ୟ ଶିକାର ବନିଥିଲେ। ଓଡ଼ିଶା ୫ ରନ ବ୍ୟବଧାନରେ ୨ ଉଇକେଟ୍‌ ହରାଇବାରୁ ମଧ୍ୟାହ୍ନ ବେଳକୁ ଦଳୀୟ ସ୍କୋର ୬୬/୩ ସଙ୍କଟଜନକ ସ୍ଥିତିରେ ଥିଲା। ତେବେ ମଧ୍ୟକ୍ରମରେ ଶାନ୍ତନୁ ମିଶ୍ରଙ୍କ ସହ ଭାଗୀଦାରି କରି ସନ୍ଦୀପ ଓଡ଼ିଶାକୁ ବଡ଼ ସ୍କୋର ଅଭିମୁଖେ ଅଗ୍ରସର କରିଥିଲେ। ଚତୁର୍ଥ ଉଇକେଟ୍‌ ଯୋଡ଼ିରେ ସନ୍ଦୀପ-ଶାନ୍ତନୁ ଯୋଡ଼ି ଗୋଆ ବୋଲରଙ୍କୁ ଧୈର୍ଯ୍ୟର ସହ ମୁକାବିଲା କରି ଦଳୀୟ ସ୍କୋରକୁ ୧୦୦ ଓ ପରେ ଦେଢ଼ଶହ ରନ ଅତିକ୍ରମ କରାଇବାରେ ସହାୟତା କରିଥିଲେ। ତେବେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ତଥା ଲୟରେ ବ୍ୟାଟିଂ କରୁଥିବା ଓପନର୍‌ ସନ୍ଦୀପ ଇତିମଧ୍ୟରେ ନିଜ ଶତକ ହାସଲ କରି ଆଉଟ୍‌ ହୋଇଥିଲେ। ୧୯୩ ବଲରୁ ଶତକ ପୂରଣ କରିଥିବା ସନ୍ଦପୀ ଏହାର ଠିକ୍‌ ପରବର୍ତ୍ତୀ ବଲରେ ଆଉଟ୍‌ ହୋଇଥିଲେ। ୧୦୦ ରନର ଇନିଂସ ମଧ୍ୟରେ ସନ୍ଦୀପ ୧୦ ଚୌକା ଓ ଗୋଟିଏ ଛକା ମାରିଥିଲେ। ଆଉଟ୍‌ ହେବା ପୂର୍ବରୁ ସନ୍ଦୀପ ୪ର୍ଥ ଉଇକେଟ୍‌ ଯୋଡ଼ିରେ ଶାନ୍ତନୁଙ୍କ ସହ ୧୧୭ ରନର ପାର୍ଟନରଶିପ୍‌ କରିଥିଲେ। ଏହାପରେ ଓଡ଼ିଶା ୧୦ ରନ ମଧ୍ୟରେ ୩ଟି ଉଇକେଟ୍‌ ହରାଇ ପୁଣିଥରେ ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଥିଲା। ଶାନ୍ତନୁ ୫୯ ରନ (୧୮୩ ବଲ, ୬ ଚୌକା) କରି ବିଦାୟ ନେଇଥିବାବେଳେ ଅଭିଜ୍ଞ ବିପ୍ଳବ ସାମନ୍ତରାୟ (୭) ଓ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଉଇକେଟ୍‌କିପର ସୁଜିତ୍‌ ଲେଙ୍କା (୫) ଶସ୍ତାରେ ପ୍ୟାଭିଲିୟନ ଫେରିଥିଲେ। ଫଳରେ ଓଡ଼ିଶା ୨୦୦ ରନରେ ୭ଟି ଉଇକେଟ୍‌ ହରାଇଥିଲା। ତେବେ ଅଲ୍‌ରାଉଣ୍ଡର ଅଭିଷେକ ରାଉତ (୧୩ ରନ) ଓ ସୂର୍ଯ୍ୟକାନ୍ତ ପ୍ରଧାନ (୨୧ ରନ) ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଦଳକୁ ଆଉ କୌଣସି କ୍ଷତି ହେବାକୁ ଦେଇ ନ ଥିଲେ। ଖେଳ ଶେଷବେଳକୁ ଓଡ଼ିଶା ପ୍ରଥମ ଇନିଂସରେ ୯୦ ଓଭରରେ ୭ ଉଇକେଟ ବିନିମୟରେ ୨୨୯ ରନ କରିଛି।

ସଂକ୍ଷିପ୍ତ ସ୍କୋର:

ଓଡ଼ିଶା ପ୍ରଥମ ଇନିଂସ- ୨୨୯/୭, ୯୦ ଓଭର (ସନ୍ଦୀପ ୧୦୦, ଶାନ୍ତନୁ ୫୯, ବିପ୍ଳବ ୭, ଶୁଭ୍ରାଂଶୁ ୪, ଅନୁରାଗ ୨, କ୍ରୀଷ୍ଣନ ୨/୪୪, ଅମୋଘ ସୁନୀଲ ଦେଶାଇ ୨/୪୪)।  

All Right Reserved By

ଖେଳ |

ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ଜୋକୋଭିଚ୍‌ଙ୍କ ବିଦାୟ

ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ଜୋକୋଭିଚ୍‌ଙ୍କ ବିଦାୟ

ମଣ୍ଟେ କାର୍ଲୋ, ୨୦।୪- ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ ଏଠାରେ ଚାଲିଥିବା ମଣ୍ଟେ କାର୍ଲୋ ମାଷ୍ଟର୍ସ ପ୍ର୍‌ତିଯୋଗିତାରୁ ବିଦାୟ ନେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଡାନିଲ ମେଡଭେଡେଭ ୬-୩, ୪-୬, ୬-୨ ସେଟ୍‌ରେ ଜୋଭୋଭିଚ୍‌ଙ୍କୁ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ରୁଷିଆର ଡାନିଲଙ୍କୁ ୨ ଘଣ୍ଟା ୨୦ ମିନିଟ୍‌ ସମୟ ଲାଗିଥିଲା। 

ଚର୍ଚ୍ଚାରେ ପ୍ରଜ୍ଞା ଓଝାଙ୍କ ଟୁଇଟ୍‌

ଚର୍ଚ୍ଚାରେ ପ୍ରଜ୍ଞା ଓଝାଙ୍କ ଟୁଇଟ୍‌

ହାଇଦ୍ରାବାଦ, ୨୦।୪- ଇଂଲଣ୍ଡରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ନିକଟରେ ବିରାଟ କୋହଲିଙ୍କ ନେତୃତ୍ୱରେ ୧୫ଜଣିଆ ଭାରତୀୟ ଦଳ ଘୋଷଣା ହୋଇଥିଲା। 

ଅଲ ଇଣ୍ଡିଆ ଓପନ୍‌ ଚେସ୍‌: ଶୀର୍ଷରେ ଗୁସେନ

ଅଲ ଇଣ୍ଡିଆ ଓପନ୍‌ ଚେସ୍‌: ଶୀର୍ଷରେ ଗୁସେନ

କଟକ ଅଫିସ,୨୦ା୪- ଟ୍ରିପଲ ସି’ ଚେସ୍‌ କ୍ଲବ ଆନୁକୂଲ୍ୟରେ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୪ର୍ଥ ଅଲ ଇଣ୍ଡିଆ ଓପନ ଚେସ୍‌ ଚାମ୍ପିୟନଶିପରେ ଶୁକ୍ରବାର ତୃତୀୟ ଦିବସ ଖେଳ ଶେଷ ହୋଇଛି। ୬ ରାଉଣ୍ଡ ଖେଳ ଶେଷ ସୁଦ୍ଧା ଇଣ୍ଟରନ୍ୟାଶନାଲ ମାଷ୍ଟର (ଆଇଏମ) ଗୁସେନ ହିମାଲ ୫.୫ ପଏଣ୍ଟ ପାଇ ଶୀର୍ଷରେ ରହିଛନ୍ତି। 

ସନ୍ତୋଷ ଟ୍ରଫି: ପଞ୍ଜାବ-ସର୍ଭିସେସ୍‌ ଫାଇନାଲ

ସନ୍ତୋଷ ଟ୍ରଫି: ପଞ୍ଜାବ-ସର୍ଭିସେସ୍‌ ଫାଇନାଲ

ଲୁଧିଆନା, ୨୦।୪(ପି.ଟି.)-ଭାରତୀୟ ଘରୋଇ ଫୁଟ୍‌ବଲର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ସନ୍ତୋଷ ଟ୍ରଫିର ଫାଇନାଲ ରବିବାର ପଞ୍ଜାବ  ଓ ସର୍ଭିସେସ୍‌ ମଧ୍ୟରେ  ହେବ। ଶୁକ୍ରବାର ସ୍ଥାନୀୟ ଗୁରୁ ନାନକ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଘରୋଇ ପଞ୍ଜାବ ୨-୧ ଗୋଲରେ ଗୋଆକୁ ପରାସ୍ତ କରିଛି। 

ବିକାଶଙ୍କ ଦ୍ୱିତୀୟ ପ୍ରଫେଶନାଲ ବାଉଟ୍‌

ବିକାଶଙ୍କ ଦ୍ୱିତୀୟ ପ୍ରଫେଶନାଲ ବାଉଟ୍‌

ନ୍ୟୁୟର୍କ, ୨୦ା୪ (ପି.ଟି.)-ଭାରତୀୟ ବକ୍ସର ବିକାଶ କ୍ରିଷନ ତାଙ୍କ ଦ୍ୱିତୀୟ ପ୍ରଫେଶନାଲ ବାଉଟ୍‌ରେ ଆମେରିକାର ନୋଆ କିଡ୍‌ଙ୍କୁ ଭେଟିବେ। ଏହି ମୁକାବିଲା ଶନିବାର ସ୍ଥାନୀୟ ଆଇକନିକ ମାଡିସନ ସ୍କୋୟାର ଗାର୍ଡେନରେ ହେବ। ଭିଓ୍ବାନୀର ଏହି ୨୭ ବର୍ଷୀୟ ବକ୍ସର କିମ୍ବଦନ୍ତୀ ପ୍ରମୋଟର ବବ୍‌ ଅରୁମ୍‌ଙ୍କ ଟପ୍‌ ର଼୍ୟାଙ୍କ ପ୍ରମୋଶନ୍ସ ସହିତ ସମ୍ପୃକ୍ତ ଅଛନ୍ତି।  

ଗୋଆକୁ ୧୦ କୋଟି ଟଙ୍କା ଜରିମାନା

ଗୋଆକୁ ୧୦ କୋଟି ଟଙ୍କା ଜରିମାନା

ନୂଆଦିଲ୍ଲୀ, ୨୦ା୪(ପି.ଟି.)- ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଗୋଆକୁ ୧୦ କୋଟି ଟଙ୍କା ଜରିମାନା ଦେବାକୁ କହିଛି। ୩୬ତମ ଜାତୀୟ ଗେମ୍ସ ଆୟୋଜନକୁ ବାରମ୍ବାର ଘୁଞ୍ଚାଇବା ଫଳରେ ଆଇଓଏ ଅସନ୍ତୋଷ ଜାହିର କରିବା ସହ ଏହି ନିର୍ଦ୍ଦେଶ ଦେଇଛି। ଖୁବ୍‌ ଶୀଘ୍ର ଆଇଓଏର ଏକ ପ୍ରତିନିଧି ଦଳ ଗୋଆ ଯାଇ କ୍ରୀଡ଼ାର ତାରିଖ ନେଇ ଅନ୍ତିମ ନିଷ୍ପତ୍ତି ନେବ। ତେବେ ୩ଥର ତାରିଖ ଘୁଞ୍ଚାଇଥିବାରୁ ଗୋଆକୁ ୧୦ କୋଟି ଟଙ୍କା ଜରିମାନ ଆକାରରେ ଦେବାକୁ ହେବ ବୋଲି ଆଇଓଏ ତରଫରୁ ସ୍ପଷ୍ଟ କରାଯାଇଛି।  

କୋହଲିଙ୍କ କମାଲ: ବାଙ୍ଗାଲୋର ବିଜୟୀ

କୋହଲିଙ୍କ କମାଲ: ବାଙ୍ଗାଲୋର ବିଜୟୀ

କୋଲକାତା,୨୦।୪ (ପି.ଟି.)-ଅଧିନାୟକ ବିରାଟ କୋହଲିଙ୍କ ଧୂଆଁଧାର ଶତକ ବଳରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୩୫ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୦ ରନରେ ଘରୋଇ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରି ଦ୍ୱିତୀୟ ବିଜୟ ହାସଲ କରିଛି। ସ୍ଥାନୀୟ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଙ୍ଗାଲୋର ୪ ଉଇକେଟ ହରାଇ ୨୧୩ ରନ ସଂଗ୍ରହ କରିଥିଲା। ଜବାବରେ କୋଲକାତା ୨୦ ଓଭରରେ ୫ ଉଇକେଟ ହରାଇ ୨୦୩ ରନରେ ସୀମିତ ରହି ମ୍ୟାଚ୍‌ ହାତଛଡ଼ା କରିଛି। ୫୮ଟି ବଲ୍‌ର ସମ୍ମୁଖୀନ ହୋଇ ୯ ଚୌକା ଓ ୪ ଛକା ସହ ୧୦୦ରନର ଶତକୀୟ ପାଳି ଖେଳିଥିବା କୋହଲି ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

ଆଇପିଏଲ୍‌-୧୨:  ରାଜସ୍ଥାନକୁ ଭେଟିବ ମୁମ୍ବାଇ

ଆଇପିଏଲ୍‌-୧୨: ରାଜସ୍ଥାନକୁ ଭେଟିବ ମୁମ୍ବାଇ

ଜୟପୁର,୧୯।୪(ପି.ଟି.)-  ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୬ତମ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଓ ଘରୋଇ ରାଜସ୍ଥାନ ରୟାଲ୍ସ ଶନିବାର ମୁହଁାମୁହିଁ ହେବେ। ସ୍ଥାନୀୟ ସବାଇ ମାନସିଂ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ରାଜସ୍ଥାନ ପାଇଁ ଅପେକ୍ଷାକୃତ ଅଧିକ ଗୁରୁତ୍ୱ ବହନ କରୁଛି। ଏପର୍ଯ୍ୟନ୍ତ ରାଜସ୍ଥାନ ଲିଗ୍‌ରେ ୮ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ଓ ୬ଟି ପରାଜୟ ସହ ୪ ପଏଣ୍ଟ ସହ ତାଲିକାର ସପ୍ତମ ଅର୍ଥାତ ଶେଷଆଡୁ ଦ୍ୱିତୀୟ ସ୍ଥାନରେ ରହିଛି। 

ଦିଲ୍ଳୀ- ପଞ୍ଜାବ ଫାଇଟ୍‌

ଦିଲ୍ଳୀ- ପଞ୍ଜାବ ଫାଇଟ୍‌

ନୂଆଦିଲ୍ଲୀ,୧୯।୪(ପି.ଟି.)- ଆଇପିଏଲର ୩୭ତମ ମ୍ୟାଚରେ ଘରୋଇ ଦିଲ୍ଲୀ ଡେୟାର ଡେଭିଲ୍ସ ଓ କିଙ୍ଗସ ଇଲେଭେନ୍‌ ପଞ୍ଜାବ ମୁହଁାମୁହିଁ ହେବେ। ସ୍ଥାନୀୟ ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ବିଜୟୀ ହୋଇ ଦିଲ୍ଲୀ ପଏଣ୍ଟ ତାଳିକାରେ ଉନ୍ନତି କରିବା ଲକ୍ଷ୍ୟରେ ରହିଛି। ତେବେ ଦିଲ୍ଲୀ ପାଇଁ ଏକାଧିକ ସମସ୍ୟା ରହିଛି। 

   ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପାଇଁ ପ୍ରସ୍ତୁତି :    ୭ ଭାରତୀୟ ଖେଳିବେ କାଉଣ୍ଟି କ୍ରିକେଟ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପାଇଁ ପ୍ରସ୍ତୁତି : ୭ ଭାରତୀୟ ଖେଳିବେ କାଉଣ୍ଟି କ୍ରିକେଟ

ନୂଆଦିଲ୍ଲୀ, ୧୯ା୪ (ପି.ଟି.)-ଉଦ୍‌ଘାଟନୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ସିରିଜ ଜୁଲାଇ ଓ ଅଗଷ୍ଟରେ ଖେଳାଯିବ। ଏଥିଲାଗି ପ୍ରସ୍ତୁତି ପାଇଁ ଭାରତର ୭ ଟେଷ୍ଟ ସ୍ପେଶାଲିଷ୍ଟ  ବିଭିନ୍ନ ଇଂଲିଶ କାଉଣ୍ଟି ଦଳ ସହିତ କେତୋଟି ଗେମ୍‌ ଖେଳିପାରନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନଜରରେ ଥିବା ଏହି ଖେଲାଳିମାନେ ହେଲେ ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ପୃଥ୍ବୀ ଶ’, ହନୁମା ବିହାରୀ, ମୟଙ୍କ ଅଗ୍ରଓ୍ବାଲ, ରବିଚନ୍ଦ୍ରନ ଅଶ୍ୱିନ ଏବଂ ଈଶାନ୍ତ ଶର୍ମା। ବିସିସିଆଇର ଜଣେ ସିନିୟର ଅଫିସିଆଲଙ୍କ କହିବା ଅନୁସାରେ ପୂଜାରାଙ୍କ ୟର୍କଶାୟାର ଦଳ ସହିତ ୩ବର୍ଷିଆ ଚୁକ୍ତି ହୋଇ ସାରିଛି। ତେଣୁ ସେ ୟର୍କଶାୟାର ଦଳରୁ ଖେଳିବେ।

ନ୍ୟୁଜିଲାଣ୍ଡ ମହିଳା କ୍ରିକେଟରଙ୍କ ସମଲିଙ୍ଗୀ ବିବାହ

ନ୍ୟୁଜିଲାଣ୍ଡ ମହିଳା କ୍ରିକେଟରଙ୍କ ସମଲିଙ୍ଗୀ ବିବାହ

ମେଲବୋର୍ନ, ୧୯।୪- ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦୁଇଜଣ ମହିଳା କ୍ରିକେଟର। ଏହି ୨ଜଣ କ୍ରିକେଟର ହେଲେ ନ୍ୟୁଜିଲାଣ୍ଡ ଜାତୀୟ ମହିଳା ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ହେଲୀ ଜେନସେନ ଓ ଅଷ୍ଟ୍ରେଲିଆର ନିକୋଲାସ ହାନକକ୍‌। ନିକୋଲାସ ଅଷ୍ଟ୍ରେଲିଆ ପକ୍ଷରୁ ଖେଳୁ ନ ଥିଲେ ମଧ୍ୟ ଘରୋଇ ପ୍ରତିଯୋଗିତା ମହିଳା ବିଗ୍‌ ବାସ୍‌ ଲିଗ୍‌ରେ ମେଲବୋର୍ନ ଷ୍ଟାରସ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। 

ଏସିଆନ ଚାମ୍ପିୟନଶିପ୍‌ ପ୍ରି-କ୍ୱାର୍ଟରରେ ୨ ଭାରତୀୟ ବକ୍ସର

ଏସିଆନ ଚାମ୍ପିୟନଶିପ୍‌ ପ୍ରି-କ୍ୱାର୍ଟରରେ ୨ ଭାରତୀୟ ବକ୍ସର

ବ୍ୟାଙ୍କକ୍‌, ୧୯।୪(ପି.ଟି.)- ଏସିଆନ ଚାମ୍ପିୟନଶିପ୍‌ରେ ଦୁଇ ଭାରତୀୟ ବକ୍ସର ଦୀପକ ଓ ରୋହିତ୍‌ ଟୋକସ ଭଲ ଆରମ୍ଭ କରି ପ୍ରି-କ୍ୱାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି।


Model This Week

କ୍ରିଷ୍ଣା
Why Dharitri