ଅପରାଧ | ବାଲେଶ୍ୱର

ନାବାଳିକା ବଳାତ୍କାର ଘଟଣା ସମ୍ପର୍କୀୟ ମଉସା ଗିରଫ

ନାବାଳିକା ବଳାତ୍କାର  ଘଟଣା   ସମ୍ପର୍କୀୟ ମଉସା ଗିରଫ

ଖୁଣ୍ଟା,୭।୧(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ  ସମ୍ପର୍କୀୟ ମଉସା  ଗିରଫ ହୋଇଛନ୍ତି। ଗିରଫଜଣକ ହେଉଛନ୍ତି ଉଦଳା ଥାନା ଅନ୍ତର୍ଗତ ଦିଗିନୂଆସାହି ଗ୍ରାମର  ଚୈତନ୍ୟ ସିଂ( ୩୨) । ଏଥିରେ ସମ୍ପୃକ୍ତ ତାଙ୍କ  ସହଯୋଗୀ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏନେଇ ଖୁଣ୍ଟା ଥାନାରେ ଏକ ମାମଲା (ନଂ୧/୧୯) ରୁଜୁ ହୋଇଛି। 

  ଚୈତନ୍ୟ  ନିଜ ସହଯୋଗୀଙ୍କ ସହ ଗତ ୧ ତାରିଖ ସାରେ  ଖୁଣ୍ଟା ଥାନା ଅଧୀନ ଜଣେ  ସମ୍ପର୍କୀୟ ୧୩ ବର୍ଷୀୟା ନାବାଳିକା ଝିଆରୀଙ୍କ ଘରେ ପହଞ୍ଚତ୍ଥିଲେ । ନୂଆବର୍ଷ ଉପଲକ୍ଷେ ମାଉସୀ ଡାକିଥିବା କହି  ତାଙ୍କୁ ବାଇକ୍‌ରେ ବସାଇ ନେଇ ଆସିଥିଲେ।   ଏହାପରେ ବାଟରେ  ଭିନ୍ନ ଭିନ୍ନ ସ୍ଥାନରେ ଉଭୟ ସମ୍ପୃକ୍ତ ନାବାଳିକାଙ୍କୁ ବଳାତ୍କାର କରିଥିଲେ । ନାବାଳିକାଜଣକ କୌଶଳକ୍ରମେ  ସେମାନଙ୍କ କବଳରୁ ଖସି ଆସି  ଉଦଳା ଥାନା ଅନ୍ତର୍ଗତ ପୁରଡ଼ିହି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଆଶ୍ରୟ ନେବା ସହିତ ସବୁକିଛି କହିଥିଲେ । ଘଟଣା ଜଣା ପଡିବା ପରେ ଉକ୍ତ ଗ୍ରାମର କେତେକ ଲୋକ ସମ୍ପୃକ୍ତ  ଅଭିଯୁକ୍ତ ଦ୍ୱୟଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ । ପରେ ଉଦଳା ଥାନା ଅଧୀନ କୁଶଲଦା ଫାଣ୍ଡିକୁ ଖବର ଦେଇଥିଲେ । ତେବେ ଫାଣ୍ଡି ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଗତ  ୫ ତାରିଖରେ ନାବାଳିକାଙ୍କ ବାପା ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । 

All Right Reserved By

ଅପରାଧ | ବାଲେଶ୍ୱର

ବିଦେଶୀ ମଦ ଜବତ: ଜଣେ ଗିରଫ

ବିଦେଶୀ ମଦ ଜବତ: ଜଣେ ଗିରଫ

ଭଦ୍ରକ ଅଫିସ, ୨୩।୩:  ଭଦ୍ରକ ସଦର  ଅବକାରୀ ଟିମ ଶନିବାର ଚଢ଼ାଉ କରି ରାଣୀତାଲ ଅନ୍ତର୍ଗତ ଚୁଡ଼ଙ୍ଗପୁର ନିକଟରୁ ବ୍ୟାପକ ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।

ହୋଲିରେ ଚୋରା ମଦ ବିକ୍ରିକୁ ନେଇ ତାତିଲେ ମହିଳା, ଏରବଙ୍ଗ ହାଟ ବଜାରରେ ଭାଙ୍ଗିଲେ ୩ ମଦ ଦୋକାନ

ହୋଲିରେ ଚୋରା ମଦ ବିକ୍ରିକୁ ନେଇ ତାତିଲେ ମହିଳା, ଏରବଙ୍ଗ ହାଟ ବଜାରରେ ଭାଙ୍ଗିଲେ ୩ ମଦ ଦୋକାନ

ଗୋପ,୨୨।୩(ଡି.ଏନ୍‌.ଏ.): ଗୋପ ପୋଲିସ ହୋଲିପର୍ବକୁ ଶାନ୍ତିଶୃଙ୍ଖଳାରେ କରିବା ଲାଗି ଥାନା ଅଧୀନରେ ଥିବା କେତେକ ଚୋରା ମଦ ବେପାରୀଙ୍କ ସହ ପ୍ରାୟ ୧୦୦ ରୁ ଅଧିକ ଦେଶୀବିଦେଶୀ ମଦ ବୋତଲ ଜବତ କରିଛି। 

ହୋଲି ଖେଳରୁ ମହାଭାରତ: ଜୟପୁରରେ ଗୋଷ୍ଠୀସଂଘର୍ଷ, ୩୦ ଆହତ

ହୋଲି ଖେଳରୁ ମହାଭାରତ: ଜୟପୁରରେ ଗୋଷ୍ଠୀସଂଘର୍ଷ, ୩୦ ଆହତ

ଜୟପୁର, ୨୨।୩(ନି.ପ୍ର.)-ହୋଲି ଖେଳକୁ ନେଇ ଜୟପୁର ବାପୁଜୀ ନଗର ଓ ଡେପୁଗୁଡ଼ା ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେଇଥିବା ନେଇ ସୂଚନା ମିଳିଛି। ଉଭୟ ସାହିର ଲୋକେ ପରସ୍ପରକୁ ଠେଙ୍ଗା ବାଡିରେ ଆକ୍ରମଣ କରିବା ସହ ଢେଲା ମାଡ଼ କରିଛନ୍ତି। ଏଥିରେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି।

ଚୋରା ବନ୍ଧୁକ କାରବାର ଘଟଣାରେ ୭ ଅଟକ

ଚୋରା ବନ୍ଧୁକ କାରବାର ଘଟଣାରେ ୭ ଅଟକ

ପୁରୁଣା ଭୁବନେଶ୍ୱର,୨୨।୩(ଡି.ଏନ୍‌.ଏ.): ଗୁରୁବାର ବିଳମ୍ବିତ ରାତିରେ ଧଉଳି ଥାନା ଅଞ୍ଚଳରେ ଚୋରା ବନ୍ଧୁକ କାରବାର କରିବା  ଘଟଣାରେ ପୋଲିସ ୭ଜଣଙ୍କୁ ଅଟକ ରଖିଛି। 

 ଶତାଧିକ ଲିଟର ଦେଶୀ ମଦ, ତାଡ଼ି ଜବତ: ୪ ଗିରଫ

ଶତାଧିକ ଲିଟର ଦେଶୀ ମଦ, ତାଡ଼ି ଜବତ: ୪ ଗିରଫ

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅବକାରୀ ବିଭାଗ ପକ୍ଷରୁ   ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ  ୫୫ ଲିଟର ଦେଶୀ ମଦ, ୧୨୦ ଲିଟର ଖଜୁରି  ଓ ସଲପ ତାଡ଼ି ଜବତ କରାଯାଇଛି।

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ସରଣ୍ଡା,୨୨।୩(ଡି.ଏନ୍‌.ଏ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ  ଚକୁଳିଫାର୍ମ ସତୀଯୋର ନିକଟରେ ଜନୈକ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଜଣକ ହେଲେ ଚକୁଳିଫାର୍ମ ନୂଆଁଖଇରପାଲିର ପି. ସତ୍ୟପ୍ରସାଦ ଚୌଧୁରୀ(୫୫) ବୋଲି ଜଣାପଡ଼ିଛି। 

୫ ବର୍ଷର ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

୫ ବର୍ଷର ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

କଟକ ଅଫିସ,୨୧।୩: କଟକ ଜିଲା ଜଗତପୁର ଅଞ୍ଚଳରେ ୫ ବର୍ଷର ଜଣେ ନାବାଳିକାକୁ ବୁଧବାର ବଳାତ୍କାର ହୋଇଥିବା ଅଭିଯୋଗ ହୋଇଥିଲା। ଘଟଣାରେ ୪୦ ବର୍ଷର ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। 

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼: ଜଣେ ମୃତ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼: ଜଣେ ମୃତ

ଝାରସୁଗୁଡା,୨୧।୩: ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳର ମଣ୍ଡଳିଆସ୍ଥିତ ଏକ ଜଳାଶୟ ନିକଟରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି  ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି। 

ମହିଳାଙ୍କୁ ଗଳାକାଟି ବଳାତ୍କାର ଅଭିଯୋଗ

ମହିଳାଙ୍କୁ ଗଳାକାଟି ବଳାତ୍କାର ଅଭିଯୋଗ

ଖୁଣ୍ଟୁଣୀ,୨୧।୩(ଡି.ଏନ୍‌.ଏ.): କଟକ ଜିଲା ଖୁଣ୍ଟୁଣୀ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଜଣେ ମହିଳାଙ୍କୁ ଗଳାକାଟି  ବଳାତ୍କାର କରାଯାଇଥିବା ଗୁରୁବାର ଖୁଣ୍ଟୁଣୀ ଥାନାରେ ଅଭିଯୋଗ ହୋଇଛି। 

ବଡ଼ଭାଈ ଆକ୍ରମଣରେ ସାନଭାଈ ମୃତ

ବଡ଼ଭାଈ ଆକ୍ରମଣରେ ସାନଭାଈ ମୃତ

ପାରାଦୀପ, ୨୧।୩ (ସ୍ବ.ପ୍ର.)- ପାରାଦୀପ ମଡେଲ ଥାନା ଅଧୀନ ନୂଆବଜାର ସାଇମନ୍ଦିର ନିକଟସ୍ଥ କଲୋନୀରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବଡ଼ଭାଈ ଆକ୍ରମଣରେ ସାନଭାଈର ମୃତ୍ୟୁବରଣ କରିଛି। ମୃତକ ଜଣକ ହେଲେ ସୁଦୀପ୍ତ ସ୍ବାଇଁ(୩୨)।

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବଲାଙ୍ଗୀର ଅଫିସ,୨୧।୩ : ବଲାଙ୍ଗୀର ମାଲଗୋଦାମପଡ଼ାରୁ ଚାଲାଣ ହେଉଥିବା ବିପୁଳ ପରିମାଣର ବେଆଇନ କଫ୍‌ ସିରପ୍‌କୁ ଗୁରୁବାର ବଲାଙ୍ଗୀର ପୋଲିସ ଜବତ କରିବା ସହ ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଛି।

ଉପକାରାଗାରରୁ କଏଦୀ ଫେରାର ଘଟଣାକୁ ବର୍ଷେ, ହାତବାନ୍ଧି ବସିଛି ପୋଲିସ

ଉପକାରାଗାରରୁ କଏଦୀ ଫେରାର ଘଟଣାକୁ ବର୍ଷେ, ହାତବାନ୍ଧି ବସିଛି ପୋଲିସ

କେନ୍ଦ୍ରାପଡ଼ା ଅଫିସ, ୨୧।୩-କେନ୍ଦ୍ରାପଡ଼ା ଜିଲା ବାରିମୂଳସ୍ଥିତ ଉପକାରାଗାରରୁ ହତ୍ୟା ଅଭିଯୁକ୍ତ ନିକିରାଇ ଥାନା ମିର୍ଜାପୁର ଗ୍ରାମର ରଙ୍ଗାଧର ବିଶ୍ୱାଳ ୨୦୧୮ ମାର୍ଚ୍ଚ ୧୮ ତାରିଖରେ ପାଚେରି ଡେଇଁ ଫେରାର ହୋଇଯାଇଥିଲେ। ଇତିମଧ୍ୟରେ ଏହି ଘଟଣାକୁ ବର୍ଷେ ପୂରିଥିଲେ ହେଁ ରଙ୍ଗାଧରଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇନାହିଁ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା