ଅପରାଧ | ଉପକୂଳ ଓଡିଶା

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣା: ହତ୍ୟାକାରୀ ସ୍ବାମୀ ପୁରୀରୁ ଗିରଫ

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣା:   ହତ୍ୟାକାରୀ ସ୍ବାମୀ ପୁରୀରୁ ଗିରଫ

ଗଣିଆ,୭ା୧(ଡି.ଏନ.ଏ.)- ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ପରେ ଫେରାର ସ୍ବାମୀଙ୍କୁ ରବିବାର ଗଣିଆ ପୋଲିସ ପୁରୀରୁ ଗିରଫ କରିଛି ା ଅଭିଯୁକ୍ତ ଜଣକ ହେଲେ ସୂର୍ଯ୍ୟମଣି ଓରଫ ସୁଜନ ସାହୁ (୨୬) ା ପୋଲିସ ସୁଜନଙ୍କୁ ଆଇପିସି ଦଫା ୩୦୨ ଓ ୪୯୮ରେ ସୋମବାର ଦଶପଲ୍ଲା କୋର୍ଟ ଚାଲାଣ କରିଛି ା 

   ଗଣିଆ ଥାନା ଆଡକଟା ପଞ୍ଚାୟତ ଜଗନ୍ନାଥପ୍ରସାଦ ଗ୍ରାମରେ ଗତମାସ ୨୮ ତାରିଖରେ ପାରିବାରିକ କଳହକୁ ନେଇ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଶୋଭାବଳୀ (୩୫) ମୃତ୍ୟୁ ହୋଇଥିଲା ା ହତ୍ୟାକାଣ୍ଡ ଘଟାଇ ସୁଜନ ଫେରାର ହୋଇଯାଇଥିଲେ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୭ବର୍ଷ ପୂର୍ବେ ସୁଜନ ପୁରୀ ଜିଲା ଚନ୍ଦନପୁରସ୍ଥିତ ମାଉସୀ ଘରେ ରହି ଗାଁ ଗାଁ ବୁଲି ବାସନ ବେପାର କରୁଥିଲେ। ଏହି ସମୟରେ କାକଟପୁର ଅଞ୍ଚଳର ଶୋଭାବଳୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା। କିଛି ଦିନ ପରେ ସୁଜନଙ୍କ ମାଉସୀ ପୁଅ କାବୁଲିଙ୍କ ସହ ଶୋଭାବଳୀଙ୍କ ବିବାହ ହୋଇଥିଲା। ହେଲେ କାବୁଲି ଜଣେ ଭିନ୍ନକ୍ଷମ ହୋଇଥିବାରୁ ବିବାହର ୪ଦିନ ପରେ ଶୋଭାବଳୀ ଶାଶୁଘର ଛାଡି ବାପଘରକୁ ଚାଲିଆସିଥିଲେ। ସୁଜନଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ଶୋଭାବଳୀଙ୍କ ପରିବାର ଲୋକେ ଜାଣିବା ପରେ ଉଭୟଙ୍କ ବିବାହ କରାଇଥିଲେ। ପରେ ଉଭୟ କାକଟପୁର ନିକଟ କୁଣ୍ଢେଇହାଟ ବଜାରରେ ଏକ ଘରଭଡା ନେଇ ରହିଆସୁଥିଲେ। ଏକବର୍ଷ ପରେ ସେମାନେ ସୁଜନଙ୍କ ଗାଁ ଜଗନ୍ନାଥପ୍ରସାଦକୁ ଫେରିଆସି ଶତ୍ରୁଘନ ସାହୁଙ୍କ ଘରେ ଭଡାସୂତ୍ରରେ ରହୁଥିଲେ। ଡିସେମ୍ବର ୨୮ ତାରିଖ ସକାଳେ ସୁଜନ ସ୍ତ୍ରୀଙ୍କୁ ଖାଇବାକୁ ମାଗିଥିଲେ। ଖାଇବାକୁ ଦେବା ବିଳମ୍ବ ହେବାକୁ ନେଇ ଉଭୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା ା ଏଥିରେ ସୁଜନ ଉତ୍‌କ୍ଷିପ୍ତ ହୋଇ ଶୋଭାବଳୀଙ୍କୁ ବାଡେଇବା ପାଇଁ ବାଡି ଖୋଜୁଥିବା ବେଳେ ହାତରେ ଏକ ଟାଙ୍ଗିଆ ପଡିଥିଲା ା ଦୌଡି ପଳାଉଥିବା ଶୋଭାବଳୀଙ୍କ ମୁଣ୍ଡକୁ ଚୋଟ ପରେ ଚୋଟ ପକାଇଥିଲେ। ପ୍ରଚୁର ରକ୍ତସ୍ରାବ ଯୋଗୁ ଘଟଣାସ୍ଥଳରେ ଶୋଭାବଳୀଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ଶୋଭାବଳୀଙ୍କ ଭିଣୋଇ ରବୀନ୍ଦ୍ର ସାହୁଙ୍କ ଲିଖିତ ଅଭିଯୋଗକୁ ଭିତ୍ତିକରି ଗଣିଆ ପୋଲିସ ୭୩/୧୮ରେ ମାମଲା ରୁଜୁ କରିଥିଲା ା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ଓ ଏଏସ୍‌ଆଇ ଅମୂଲ୍ୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍‌ ପୁରୀର କୁମ୍ଭାରପଡା ଅଞ୍ଚଳରୁ ସୁଜନଙ୍କୁ ଗିରଫ କରିଥିଲେ। 


All Right Reserved By

ଅପରାଧ | ଉପକୂଳ ଓଡିଶା

ହାତଗୋଡ଼ ବାନ୍ଧି ସ୍ବାମୀଙ୍କ ଯୌନାଙ୍ଗକୁ କାଟିଦେଲେ ସ୍ତ୍ରୀ

ହାତଗୋଡ଼ ବାନ୍ଧି ସ୍ବାମୀଙ୍କ ଯୌନାଙ୍ଗକୁ କାଟିଦେଲେ ସ୍ତ୍ରୀ

ନବରଙ୍ଗପୁର,୨୧।୧(ବି.ପ୍ର.): ପରକ୍ରୀୟା ପ୍ରୀତି ସନ୍ଦେହରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଯୌନାଙ୍ଗକୁ କାଟି ଦେଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ତେନ୍ତୁଳିଖୁଣ୍ଟି ଥାନା ଅଧୀନ ଉଦୟପୁର ଗ୍ରାମରେ।

୮ମ ଣ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ ଘଟଣା : ସନ୍ଧାନୀ କୁକୁର  ସାହାଯ୍ୟରେ ଅଭିଯୁକ୍ତଙ୍କ ପ୍ୟାଣ୍ଟ, ସାର୍ଟ, ଚପଲ ଠାବ

୮ମ ଣ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ ଘଟଣା : ସନ୍ଧାନୀ କୁକୁର ସାହାଯ୍ୟରେ ଅଭିଯୁକ୍ତଙ୍କ ପ୍ୟାଣ୍ଟ, ସାର୍ଟ, ଚପଲ ଠାବ

ଅନୁଗୋଳ ଅଫିସ,୨୧।୧: ଅନୁଗୋଳ ସହର ଉପକଣ୍ଠରେ ରବିବାର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଘଟଣାରେ ଆରମ୍ଭ ହୋଇଛି ତଦନ୍ତ। ସୋମବାର ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ପହଞ୍ଚି ଛାନଭିନ୍‌ ଚଳାଇଛନ୍ତି। ଏହାସହିତ ମୁଣ୍ଡାସାହି ନାଳ କୂଳରୁ ଅଭିଯୁକ୍ତଙ୍କ ପ୍ୟାଣ୍ଟ, ସାର୍ଟ ଓ ଚପଲ ଠାବ କରାଯାଇଛି। 

ନିଖୋଜ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର:ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ନିଖୋଜ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର:ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ନୟାଗଡ଼ ଅଫିସ,୨୧ା୧- ନୟାଗଡ଼ ଟାଉନ ଥାନା ମୁଥାଗାଡିଆ ପଞ୍ଚାୟତ କରଡାବଣି ଗ୍ରାମର ୧୫ ବର୍ଷର ନାବାଳକଙ୍କ ମୃତଦେହ ରବିବାର ଗ୍ରାମଠାରୁ ଅନତି ଦୂରରେ ଥିବା ଏକ ନାଳପାର୍ଶ୍ୱ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। 

କ୍ଷୁଦ୍ର ଜଳସେଚନ ବିଭାଗରେ ଦୁର୍ନୀତି: ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ

କ୍ଷୁଦ୍ର ଜଳସେଚନ ବିଭାଗରେ ଦୁର୍ନୀତି: ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ

ନୂଆଗାଁ,୨୧।୧ (ଡି.ଏନ.ଏ.)-କୃଷି ଓ କୃଷକର ବିକାଶ ନିମନ୍ତେ ସରକାର କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ନଦୀଗୁଡିକରେ ଚେକ୍‌ଡ୍ୟାମ୍‌ମାନ ନିର୍ମାଣ କରୁଛନ୍ତି ।

୨୦ ଦିନରେ ୪ ନାବାଳିକା ବଳାତ୍କାରର ଶିକାର: ଅଭିଯୁକ୍ତଙ୍କୁ ଗିରଫ କରି ଦାୟିତ୍ୱ ସାରୁଛି ପୋଲିସ

ବାରିପଦା ଅଫିସ,୨୧।୧-ମୟୂରଭଞ୍ଜ ଜିଲାରେ କିଛି ଦିନ ହେବ ବଳାତ୍କାର ଘଟଣା ବୃଦ୍ଧିପାଇଛି। ଗତ ୨୦ ଦିନ ମଧ୍ୟରେ ୪ ନାବାଳିକା ବଳାତ୍କାରର ଶିକାର ହୋଇଛନ୍ତି ା ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନେ ନାବାଳିକାଙ୍କ ସମ୍ପର୍କୀୟ କିମ୍ବା ପଡ଼ୋଶୀ ବୋଲି ପୋଲିସ କହିଛି। 

ମହିଳାଙ୍କୁ ଅସଦାଚରଣ ପରେ ଲୁହାଛଡ଼ରେ ଆକ୍ରମଣ: ଅଭିଯୁକ୍ତ ଫେରାର

ମହିଳାଙ୍କୁ ଅସଦାଚରଣ ପରେ ଲୁହାଛଡ଼ରେ ଆକ୍ରମଣ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨୦।୧(ଡି.ଏନ୍‌.ଏ.): ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଶନିବାର ସନ୍ଧ୍ୟା ୬ଟାରେ  ଗାଁ  ରାସ୍ତାରେ ଅସଦାଚରଣ କରିବା ସହ ତାଙ୍କ ମୁଣ୍ଡକୁ ଲୁହାଛଡ଼ରେ  ମାଡ଼ ମରାଯାଇଥିବା  ଅଭିଯୋଗ ହୋଇଛି। 

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା : ଅଭିଯୁକ୍ତ ଗିରଫ

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା : ଅଭିଯୁକ୍ତ ଗିରଫ

ଭବାନୀପାଟଣା / ନର୍ଲା, ୧୯।୧ (ଡି.ଏନ୍‌.ଏ.): ନର୍ଲା ନବୋଦୟ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା ଜଣାପଡିବା ପରେ ତନାଘନା ଆରମ୍ଭ ହୋଇଥିଲା। ଶନିବାର ଧର୍ମଗଡ଼ ଥାନାରେ ପୀଡ଼ିତାଙ୍କ ମା’ଙ୍କ ଏତଲା ପରେ ଅଭିଯୁକ୍ତଙ୍କୁ ପୋକ୍ସୋ ଆକ୍ଟରେ ଗିରଫ କରାଯାଇଛି।

୨୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

୨୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ଭୁବନେଶ୍ୱର ଖଣ୍ଡଗିରି ଛକ ନିକଟରୁ ଖଣ୍ଡଗିରି ଥାନା ପୋଲିସ ଓ କ୍ୟୁଏଟି ମିଳିତ ଭାବେ ଚଢ଼ାଉକରି ୨ ବ୍ରାଉନ୍‌ ସୁଗାର ବ୍ୟବସାୟୀଙ୍କୁ ଶନିବାର ସକାଳେ ଗିରଫ କରିଛି। ସେମାନଙ୍କ ପରିଚୟ ଏଯାବତ୍‌ ମିଳିପାରି ନାହିଁ। ତେବେ ସେମାନଙ୍କ ନିକଟରୁ ୨୦ ଗ୍ରାମର ବ୍ରାଉନ୍‌ସୁଗାର ଓ ଏକ କାର ଜବତ କରାଯାଇଛି। 

ବ୍ଲେଡରେ ମହିଳାଙ୍କୁ ଆକ୍ରମଣ, ହତ୍ୟା ଉଦ୍ୟମ

ବ୍ଲେଡରେ ମହିଳାଙ୍କୁ ଆକ୍ରମଣ, ହତ୍ୟା ଉଦ୍ୟମ

ବାଲେଶ୍ୱର ଅଫିସ,୧୯।୧: ସୋର ଥାନା ଅଞ୍ଚଳରେ ଶୁକ୍ରବାର ରାତି ୧୧ଟା ୩୦ରେ ଜନୈକ ମହିଳା ଶୌଚ ପାଇଁ ଯାଇଥିଲେ। ୨ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ସେଠାରେ ପହଞ୍ଚି ମହିଳାଙ୍କୁ ଟଣାଓଟରା କରିଥିଲେ। ତାଙ୍କୁ କୌଣସି ଏକ ତରଳ ପଦାର୍ଥ ପିଆଇବାକୁ ଚେଷ୍ଟା କରିବା ସହ ବ୍ଲେଡରେ ଆକ୍ରମଣମଧ୍ୟ କରିଥିଲେ। 

ବେତଡ଼ା ବଜାର ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

ବେତଡ଼ା ବଜାର ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

ବାସୁଦେବପୁର, ୧୯।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ବେତଡ଼ା ବଜାରରେ ଥିବା ଗୋଦାବରୀ ଜୁଏଲର୍ସ ଦୋକାନରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକନ କାନ୍ଥକୁ ତାଡ଼ି ଭିତରେ ପଶି ପ୍ରାୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଚୋରିକରି ନେଇଛନ୍ତି। 

ଓଡ଼ଗାଁରେ ଯୁବକଙ୍କ ଆକ୍ରମଣରେ ୨ ମୃତ,୨ ଗୁରୁତର ମାମଲା: ଉନ୍ମତ୍ତ ଯୁବକ ଜେଲ ଗଲେ

ଓଡ଼ଗାଁରେ ଯୁବକଙ୍କ ଆକ୍ରମଣରେ ୨ ମୃତ,୨ ଗୁରୁତର ମାମଲା: ଉନ୍ମତ୍ତ ଯୁବକ ଜେଲ ଗଲେ

ଓଡ଼ଗାଁ,୧୯।୧(ସ୍ବ.ପ୍ର.)-ଓଡ଼ଗାଁ ଥାନା ଅଞ୍ଚଳରେ ଯୁବକଙ୍କ ଉନ୍ମତ୍ତ କାଣ୍ଡରେ ୨ଜଣଙ୍କ ମୃତ୍ୟୁ ଘଟିବା ଓ ୨ଗୁରୁତର ହେବା ଘଟଣାରେ ପୋଲିସ ହେପାଜତରେ ଥିବା ଆକ୍ରମଣକାରୀ ଯୁବକଙ୍କୁ ଶୁକ୍ରବାର ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ।

ଠିକା ସଂସ୍ଥା ସାମଗ୍ରୀ ଚୋରି, ଅଭିଯୁକ୍ତ ଗିରଫ

ଠିକା ସଂସ୍ଥା ସାମଗ୍ରୀ ଚୋରି, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୮ା୧(ବ୍ୟୁରୋ)- ଖାରବେଳନଗର ଥାନା ଅଞ୍ଚଳରେ ଏକ ଠିକାସଂସ୍ଥାର କାମ ଚାଲିଥିବା ବେଳେ ଇଲେକ୍ଟ୍ରି କେବୁଲ ଏବଂ ଯନ୍ତ୍ରପାତି ଚୋରି କରିନେଇଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।